LINGARAJ TAMPLE - The Sakala

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାଢ଼େ ୩ଟା ସୁଦ୍ଧା ଗଡ଼ିବ ରଥ
ଭୁବନେଶ୍ୱର : ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା। ଏ ନେଇ ନେତ୍ରୋତ୍ସବ ଅର୍ଥାତ୍‌‌ ମଙ୍ଗଳବାର ରଥ ପ୍ରତିଷ୍ଠା ନୀତି ଶେଷ ହେବା ପରେ ଆଜି ବୁଧବାର ପ୍ରାତଃରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସେବାୟତମାନେ ଶୃଙ୍ଖଳିତ ଢଙ୍ଗରେ ସମସ୍ତ ନୀତିକାନ୍ତି କରିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବେ। ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ।

ଗତକାଲି ରାତ୍ର ୯ଟା ସୁଦ୍ଧା ରଥ ନିର୍ମାଣ କାର୍ଯ ଶେଷ କରି ମହାରଣା ଓ ରୂପକାର ସେବାୟତମାନେ ରଥକୁ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମରିଚିକୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ମଣ୍ଡପରେ ରହିଥିଲା। ମଣ୍ଡପରେ ପାଣି ରଖାଯିବା ପରେ ପୁରୀରୁ ଆସିଥିବା ରାଜଗୁରୁ, କୁଳ ପୁରୋହିତ ବୃନ୍ଦାବନ ଦାଶ ଓ କ୍ଷେତ୍ରବାସୀ ନିଯୋଗର ସେବାୟତମାନେ ରଥ ପ୍ରତିଷ୍ଠା କରିଥିଲେ। ରଥ ପ୍ରତିଷ୍ଠା କାମ ଶେଷ କରିବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆଜି ସକା, ୫ଟାରୁ ଆରମ୍ଭ ହୋଇଛି। ପ୍ରଥମେ ମଙ୍ଗଳଆଳତି ଓ ଅବକାଶ ନୀତି ଶେଷ କରି ପଛକୁ ପଛ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥିଲା। ତେବେ ଭୋଗମଣ୍ଡପ ସରିବା ପରେ ଯାତ୍ରା ପୂଜା କରି ପହଣ୍ଡି ନୀତି ଆରମ୍ଭ ହେବ।

ମହାପ୍ରଭୁ ରଥାରୂଢ଼ ହେବା ପରେ ଅପରାହ୍ଣ ୧ଟା ୩୦ରେ ଚକ ପୂଜା, ଚାରି ଦ୍ୱାର ପୂଜା, ନେତ ପୂଜା, ଅଶ୍ୱ ପୂଜା ଓ ବ୍ରହ୍ମ ପୂଜା ଆଦି ନୀତି କରାଯିବ। ଅପରାହ୍ଣ ୩ଟା ସୁଦ୍ଧା ରଥ ଉପର ନୀତି ଶେଷ କରି ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିର ଅଧିଷ୍ଠିତ ହେବେ। ମହାପ୍ରଭୁଙ୍କର ଏହି ଯାତ୍ରା ୫ ଦିନିଆ ହୋଇଥାଏ।

ସୁରକ୍ଷା ଦାୟିତ୍ୱରେ ୧୨ ପ୍ଲାଟୁନ୍‌ ପୁଲିସ ଫୋର୍ସ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଅଣ୍ଟାଭିଡ଼ିଛି କମିସନରେଟ୍‌‌ ପୁଲିସ। ଏଥର ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ଆଉ ସୁରକ୍ଷା ଦାୟିତ୍ୱରେ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ୨ଜଣ ଅତିରିକ୍ତ ଡିସିପି, ୬ଜଣ ଏସିପି, ୧୨ଜଣ ଇନ୍ସପେକ୍ଟର, ଏଏସ୍‌‌ଆଇ/ଏସ୍‌‌ଆଇ ୫୦ଜଣ, ହାବିଲଦାର/କନଷ୍ଟେବଳ ୧୧ଜଣ, ୩୧ଜଣ ମହିଳା ପୁଲିସ, ୮୫ଜଣ ହୋମଗାର୍ଡ ଏବଂ ୨୨ଜଣ ଏପିଆର୍‌‌ ପୁଲିସଙ୍କୁ ମୁତୟନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସେହିପରି ଶୃଙ୍ଖଳତା ରଥଟଣା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। କଣ୍ଟ୍ରୋଲ ରୁମ୍‌‌ରୁ ସିସିଟିଭି ଅପରେଟ୍‌‌ କରାଯିବା ସହ ବନ୍ଧୁକଧାରୀ ପୁଲିସ ଉପସ୍ଥିତ ରହିବେ। ସେଭଳି ରଥ ଉପରକୁ ଚଢ଼ିଥିବା ସମସ୍ତ ସେବାୟତଙ୍କୁ ପରିଚୟପତ୍ର ଦିଆଯାଇଛି। ଉକ୍ତ ପରିଚୟପତ୍ର ଆଧାରରେ ରଥ ଉପରକୁ ସେବାୟତ ଚଢ଼ିବାକୁ ଅନୁମତି ମିଳିବ। ସେଭଳି ପକେଟ୍‌‌ମରା ଓ ଲୁଟେରାଙ୍କ ଉପରେ ନଜର ରଖିବା ଲାଗି ସାଦା ପୋଷାକରେ ପୁଲିସଙ୍କ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଶୃଙ୍ଖଳତା ରଥଟଣା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ନିୟନ୍ତ୍ରଣ କକ୍ଷରୁ ସିସିଟିଭି ଅପରେଟ୍‌‌ କରାଯିବା ସହ ବନ୍ଧୁକଧାରୀ ପୁଲିସ ଉପସ୍ଥିତ ରହିବେ।

ଦୀର୍ଘ ୨ବର୍ଷ ପରେ ଗଡିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ, ମହାଆନନ୍ଦରେ ରଥ ଟାଣୁଛନ୍ତି ଭକ୍ତ
ଭୁବନେଶ୍ବର : ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂର୍ବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢେ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ଆଜି ଦିନ ସାଢେ ୧ଟା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଠାକୁର ରଥାରୁଢ ହେବା ପରେ ରଥ ଉପରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଆଜି ରାମେଶ୍ବର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ଅନ୍ୟାନ୍ୟ ନୀତିକାନ୍ତି କରାଯିବ ।

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେଉଥିବା ବେଳେ  ଆସନ୍ତା ୧୩ ତାରିଖରେ ହେବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। କରୋନା କଟକଣା ହଟିବା ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ରଥ ପ୍ରତିଷ୍ଠା ପାଇଁ ଗତକାଲି ରାତିରେ ମରିଚି କୁଣ୍ଡରୁ ପାଣି ଆସିଥିଲା। ଏହାସହିତ କ୍ଷେତ୍ରବାସୀ ନିଯୋଗ ଉପସ୍ଥିତ ରହି ରାତିରେ ରଥ ପ୍ରତିଷ୍ଠା କରିଥିଲେ। ରାତି ମଧ୍ୟରେ ରଥକାମ ଶେଷ ହେବାପରେ ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇଥିଲା। ଏହାପରେ ସାଢ଼େ ୫ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ହେବା ସହ ଭୋର୍‍ ସାଢ଼େ ୫ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସକାଳ ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର ହେବାପରେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା ଓ ଦ୍ୱାର ପାଳ ପୂଜା କରାଯିବା ପରେ  ସକାଳ ୮ଟାରୁ ୮ଟା ୨୦ମିନିଟ୍‍ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ବଲ୍ଲଭ, ୮ଟା ୨୦ରୁ ୮.୩୦ ମିନିଟ୍‍ ଶ୍ରୀ ଭୁବନେଶ୍ୱରୀଙ୍କ ବଲ୍ଲଭ ଏବଂ ସାଢ଼େ ୮ଟାରୁ ୯ଟା ୧୫ମିନିଟ୍‍ ଯାଏଁ ଶ୍ରୀଜିଉଙ୍କ ସକାଳ ଧୂପ ହୋଇଥିଲା।

ଏହାପରେ ୯ଟା ୧୫ରୁ ୯ଟା ୪୫ ପର୍ଯ୍ୟନ୍ତ ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ ଏବଂ ସକାଳ ୯ଟା ୪୫ମିନିଟ୍‍ରୁ ୧୦ଟା ୪୫ ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ୧୦ଟା ୪୫ରୁ ୧୧ଟା ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ୧୧ଟାରୁ ୧୧ଟା ୧୫ ପର୍ଯ୍ୟନ୍ତ ଦ୍ୱାରପାଳ ପୂଜା, ୧୧ଟା ୧୫ରୁ ୧୧ଟା ୩୦ମିନିଟ୍‍ ପର୍ଯ୍ୟନ୍ତ ମହାସ୍ନାନ ଓ ୧୧ଟା ୩୦ରୁ ୧୨ଟା ପର୍ଯ୍ୟନ୍ତ ବେଶ ଅନୁଷ୍ଠିତ ହେବାପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଯାତ୍ରା ପୂଜା, ଦିନ ୧୨ଟା ୩୦ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପହଣ୍ଡି ଓ ପରେ ରଥାରୂଢ଼ ହୋଇଛନ୍ତି ମହାପ୍ରଭୁ। ଏହାପରେ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ରଥରେ ପୂଜା ହୋଇଥିଲା।  ସାଢ଼େ ୩ଟାରେ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୭ଟାରେ ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ ହେବେ ଶ୍ରୀଲିଙ୍ଗରାଜ। ସନ୍ଧ୍ୟା ସାଢ଼େ ୭ଟାରୁ ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ।

ସେହିପରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଆସନ୍ତା ୧୩ ତାରିଖ ବାହୁଡ଼ା ଯାତ୍ରା ନିମନ୍ତେ ନୀତିନିର୍ଘଣ୍ଟ ହୋଇଛି। ଭୋର ସାଢ଼େ ୬ଟାରେ ମଙ୍ଗଳ ଆଳତି ଓ ଅବକାଶ, ପରେ ସାଢ଼େ ୮ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ ଅନୁଷ୍ଠିତ ହେବ। ସେହିପରି ଭୋର ୬ଟା୩୦ରୁ ପ୍ରାତଃ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏହାପରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଭୋଗ ମଣ୍ଡପରେ ବିଭିନ୍ନ ନୀତି କରାଯିବା ପରେ ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଅଧର ପଣା ପୂଜା ହେବାପରେ ଦିନ ସାଢ଼େ ୧ଟାରୁ ୩ଟା ପର୍ଯ୍ୟନ୍ତ ପହଣ୍ଡି ବିଜେ କରାଯାଇ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ବିକାଶମୂଳକ କାର୍ଯ୍ୟରେ ବାଧକ ସାଜୁଛି କେନ୍ଦ୍ର : କାଶୀ-ବିଶ୍ୱନାଥ ପାଇଁ ଗୋଟିଏ ମାପକାଠି, ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପାଇଁ କାହିଁକି ଅଲଗା
ଭୁବନେଶ୍ୱର: କେନ୍ଦ୍ରର ଡବଲ ଷ୍ଟାଣ୍ଡାର୍ଡ ପଲିସି । କାଶୀ ବିଶ୍ୱନାଥ, ସୋମନାଥ ପାଇଁ ଦରଦ ହେଲେ ଓଡ଼ିଶା ପାଇଁ କଠୋର । ପୁରୀ ପରେ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଜାଣିଶୁଣି କେନ୍ଦ୍ର ବିକାଶମୂଳକ କାର୍ଯ୍ୟରେ ବାଧକ ସାଜୁଥିବା ଅଭିଯୋଗ କରିଛି ରାଜ୍ୟ । କାଶୀ ବିଶ୍ୱନାଥ, ସୋମନାଥ ଓ କେଦାରନାଥ କ୍ଷେତ୍ରରେ ଗୋଟିଏ ନିୟମ ଲାଗୁ କରାଯାଉଥିବା ବେଳେ ଲିଙ୍ଗରାଜ ଓ ପୁରୀ ପାଇଁ କାହିକିଁ ଆଉ ଗୋଟିଏ ନିୟମ କରାଯାଇଛି ବୋଲି ଶାସକ ଦଳ ପ୍ରଶ୍ନ କରିଛି । କେନ୍ଦ୍ରର ଭୂମିକାକୁ ନେଇ ମଧ୍ୟ ବର୍ଷିଛି କଂଗ୍ରେସ । ଅଧ୍ୟାଦେଶକୁ ନେଇ ଦୁଇ ଦୁଇ ଥର ସ୍ପଷ୍ଟୀକରଣ ଦେଇଛି ରାଜ୍ୟ । ଏହାପରେ ରାଜ୍ୟ ସରକାରଙ୍କୁ ନ ପଚାରି କାହିକିଁ ରାଜ୍ୟପାଳ ଜରିଆରେ କେନ୍ଦ୍ର ସ୍ପଷ୍ଟୀକରଣ ମାଗିଲା ତାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି କଂଗ୍ରେସ ଓ ବିଜେଡି ।

କାଶୀ ବିଶ୍ୱନାଥ, ସୋମନାଥ ପାଇଁ ହଁ । ପୁରୀ ଓ ଲିଙ୍ଗରାଜ ପାଇଁ ନା । ତେଜିଲା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲିଙ୍ଗରାଜ ଅଧ୍ୟାଦେଶ ବିବାଦ । ପ୍ରଶ୍ନ ଘେରରେ କେନ୍ଦ୍ରର ମାପକାଠି । ରାଜ୍ୟପାଳଙ୍କ ଜିରଆରେ ସ୍ପଷ୍ଟୀକରଣ ତଲବକୁ ନେଇ ବର୍ଷିଲେ ବିଜେଡି ଓ କଂଗ୍ରେସ । ପ୍ରଥମେ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ନିର୍ମାଣ ଆଉ ଏବେ ଲିଙ୍ଗରାଜ କ୍ଷେତ୍ରର ବିକାଶ । ସବୁଥିରେ ବ୍ରେକ୍ ଲଗାଇବାକୁ ଚାହୁଁଛି କି କେନ୍ଦ୍ର ? ପ୍ରକଳ୍ପ ନେଇ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ଉଠିଛି ଏପରି ପ୍ରଶ୍ନ । କାଶୀ ବିଶ୍ୱନାଥ, ସୋମନାଥ ଓ କେଦାରନାଥଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗୋଟିଏ ମାପକାଠି । ପୁରୀ, ଲିଙ୍ଗରାଜ କ୍ଷେତ୍ର ପାଇଁ ଆଉ ଗୋଟିଏ ମାପକାଠି । କେନ୍ଦ୍ରର ଏପରି ଦୋହରା ଆଭିମୁଖ୍ୟ ନେଇ ଉଠିଛି ପ୍ରତିବାଦର ସ୍ୱର ।

ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର କେତେକ ଆପତ୍ତି ଉଠାଇବା ପରେ ଆରମ୍ଭ ହୋଇଛି ବିବାଦ । ଆମସାର ଆଇନ ଅନ୍ୟ କ୍ଷେତ୍ରରେ ପାଳନ କରାଯାଉଛି ନା କେବଳ ପୁରୀ ଓ ଲିଙ୍ଗରାଜ ପ୍ରକଳ୍ପ ପାଇଁ ଆସୁଛି ଏ ପ୍ରଶ୍ନ ଏବେ ଉଠିଛି । କେନ୍ଦ୍ର ପାଖରେ ଏକାମ୍ର କ୍ଷେତ୍ର ବିକାଶ ପାଇଁ କିଏ ଓ କାହିକିଁ ବାଧା ସୃଷ୍ଟି କରୁଛି ତାହା ବୁଝି ହେଉନଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ଯେଉଁମାନେ ଏକ୍ରାମ ପ୍ରକଳ୍ପ ବନ୍ଦ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମହାଦେବ ସହିବେ ତ ବୋଲି ମନ୍ତ୍ରୀ କ୍ଷୋଭର ସହ କହିଛନ୍ତି ।

ଏକ୍ରାମ ପ୍ରକଳ୍ପ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଛି । ପ୍ରକଳ୍ପକୁ ନେଇ ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯାଇ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି ରାଜ୍ୟ ସରକାର । ଏହାପରେ ବି ଯଦି କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ନେଇ କିଛି ସ୍ପଷ୍ଟୀକରଣ ଆବଶ୍ୟକ ଥିଲା ତେବେ ରାଜ୍ୟ ସରକାରଙ୍କୁ ମାଗିଥିଲେ ଦିଆଯାଇଥାନ୍ତା ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ତେବେ କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ପ୍ରକଳ୍ପ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ ।

କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଛି । କେନ୍ଦ୍ର ସରକାର ଯାହା କଲେ ମଧ୍ୟ ଲିଙ୍ଗରାଜ ମନ୍ଦିର ବିକାଶ କାମକୁ ରୋକିପାରିବେ ନାହିଁ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟ ପକ୍ଷରୁ ସମସ୍ତ ନଥିପତ୍ର ଓ ସ୍ପଷ୍ଟୀକରଣ ରଖାଯିବ ପରେ ବ୍ୟାକଫୁଟରେ ଥିବା ବିଜେପି ଆଇନର ପାଠ ପଢ଼ାଇଛି । କେନ୍ଦ୍ରର ଏପରି ଆଭିମୁଖ୍ୟକୁ ନେଇ ଲିଙ୍ଗରାଜ ସେବାୟତମାନେ ମଧ୍ୟ କ୍ଷୁବ୍ଧ ।

ଏକ୍ରାମ ପ୍ରକଳ୍ପ ନେଇ କେନ୍ଦ୍ର ମାଗିଥିବା ସ୍ପଷ୍ଟୀକରଣକୁ ଆଇନ୍ ବିଭାଗ କେନ୍ଦ୍ରକୁ ପଠାଇଛି । ୨୦୨୦ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରିବା ପାଇଁ ଅଧ୍ୟାଦେଶ ଅଣାଯାଇ ରାଜ୍ୟପାଳଙ୍କ ଅନୁମୋଦନ ଲାଗି ପଠାଯାଇଥିଲା । ଯେହେତୁ କେନ୍ଦ୍ରୀୟ ଆଇନ୍ କିଛି ପରିମାଣରେ ଏସବୁ ଅଞ୍ଚଳକୁ ନିୟନ୍ତ୍ରଣ କରୁଛି ସେଥିପାଇଁ କେନ୍ଦ୍ରକୁ ଅଧ୍ୟାଦେଶ ପଠାଯାଇଥିଲା । ଯାହାକୁ ନେଇ ଏବେ କେନ୍ଦ୍ର ଖେଳିଛି ନୂଆ ଚାଲ ।

ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ, ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଲା ମନ୍ଦିର ପରିସର
ଭୁବନେଶ୍ବର: ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ବେଢ଼ା ପରିକ୍ରମା ପରେ ଲିଙ୍ଗରାଜ ମନ୍ଦିରର ଉପରକୁ ରାତି ୧୦ଟା ୨୦ ମିନିଟରେ ଉଠିଛି ମହାଦୀପ । ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଲା ମନ୍ଦିର ପରିସର। କଟକଣା ପାଳନ କରି ଦୀପ ଜାଳିଥିଲେ ଶ୍ରଦ୍ଧାଳୁ। ମହାଦୀପ ଦର୍ଶନ ବେଳେ ଭାବ ବିହୋଳ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ।

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥର ଅପରାହ୍ନ ୩ଟା ୩୦ରେ ଟଣାହେବ ରୁକୁଣା ରଥ । ଏନେଇ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ରଥ ଉପରେ ୨୦ ରୁ୨୫ ଜଣ ସେବାୟତ ରହିବେ । ସେହିପରି ରଥଟଣାରେ ମୋଟ ୧୦୦ ଜଣ ସେବାୟତ ଓ ପୋଲିସ ନିୟୋଜିତ ରହିବେ । ଗୋଟିଏ ଦିନରେ ରଥ ପହଞ୍ଚିବା ନେଇ ନୀତି ନିର୍ଗଣ୍ଟ ହୋଇଛି ।

ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ଓ ପୁଲିସ କର୍ମୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ସେହିପରି ମାଉସୀ ମା’ ମନ୍ଦିରରୁ ବାହୁଡ଼ା ଦିନ ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥଟଣା । ବୈଠକ ପରେ ମନ୍ଦିର ପ୍ରଶାସନର କାର୍ଯ୍ଯନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସ ଏନେଇ ସୂଚନା ଦେଇଛନ୍ତି ।

ଜାଣନ୍ତୁ ମହାଶିବରାତ୍ରୀରେ କେତେ ବେଳେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କେଉଁ ନୀତିକାନ୍ତି
ଭୁବନେଶ୍ୱର: ଜାଗର ଲାଗି ଲିଙ୍ଗରାଜଙ୍କ ନୀତିକାନ୍ତି ନିର୍ଘଣ୍ଟ ହୋଇଛି । ଗୁରୁବାର ପ୍ରାତଃ ୩ଟାରୁ ୩ଟା ୩୦: ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ । ଭୋର ୩ଟା ୩୦ରୁ ଦିବା ୧୧ଟା ଯାଏ ସାହାଣମେଲା ଦର୍ଶନ କରିବେ ଭକ୍ତ । ସକାଳ ୬ଟା ୩୦ରେ ରୋଷ ହୋମ । ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ ।

ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ୨ଟା ୩୦ ଯାଏ । ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ମଧ୍ୟାହ୍ନ ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ସମ୍ପନ୍ନ ହେବ । ଭୋଗମଣ୍ଡପ ନୀତି ୨ଟା ୪୫ରୁ ୩ଟା ୪୫ ମଧ୍ୟରେ, ସାହାଣ ମେଲା ଦର୍ଶନ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ଯାଏ କରି ହେବ ।

ଛାମୁ ପରିଷ୍କାର ଅପରାହ୍ଣ ୪ ଟା ୪୫ରୁ ୫ ଟା ୧୫ ଯାଏ, ଶ୍ରୀଜିଉଙ୍କ ପହୁଡ଼ ସନ୍ଧ୍ୟା ୭ ଟାରୁ ୭ଟା ୧୦ ଯାଏ, ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଯାଏ, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ୮ଟା ୧୦ରୁ ୮ ଟା ୫୫ ଯାଏ ହେବ । ମହାଦୀପ ଦର୍ଶନ ରାତି ୧୦ଟାରେ ହେବ । ତା’ପରେ ସାହାଣମେଲା ଦର୍ଶନ ରାତ୍ର ୧୦ଟାରୁ ୧୧ ଟା ଯାଏ, ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ । ଭୋର୍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ ।

ଜାଗର ଯାତ୍ରା ପାଇଁ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ସୁରକ୍ଷା କଡାକଡି
ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୁଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାଗର ପାଇଁ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୪ ପ୍ଲାଟୁନ ଫୋର୍ସ ।

ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିବେ । ସେହିପରି ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଜଣ ଇନ୍ସପେକ୍ଟର ଓ ୮୬ ଜଣ ସବଇନ୍ସପେକ୍ଟର । ଏହାଛଡ଼ା ଟ୍ରାଫିକ ନିୟନ୍ତ୍ରଣ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ଅନ୍ୟପଟେ କରୋନା କଟକଣା ପାଇଁ ମନ୍ଦିରରେ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ମନ୍ଦିର ବେଢ଼ାରେ ଜାଗର ଦୀପ ଜାଳି ପାରିବେ ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ।

ମହାଶିବରାତ୍ରୀର ମଧ୍ୟରାତ୍ର ଯାଏଁ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଗଡିବ ‘ମୋ ବସ୍‌’
ଭୁବନେଶ୍ବର : ଆସନ୍ତାକାଲି ମହାଶିବରାତ୍ରୀ। ମହାଶିବରାତ୍ରୀରେ ଭକ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପାଇଁ ବ୍ୟାକୁଳ ହେଉଥିବା ବେଳେ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ପବିତ୍ର ଜାଗରକୁ ଦୃଷ୍ଟିରେ ରଖି କ୍ରୁଟ୍ କର୍ତ୍ତୃପକ୍ଷ ମୋ ବସ୍ ସେବାକୁ ସମ୍ପ୍ରସାରିତ କରିଛନ୍ତି । ୩୨ ନମ୍ବର ରୁଟ୍ (ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର) ବସ୍ ଚଳାଚଳ ସମୟ ବଢ଼ାଇ ଦିଆଯାଇଛି । ଜାଗର ପାଇଁ ଗୁରୁବାର ମଧ୍ୟ ରାତି ଯାଏ ମୋ ବସ୍ ଚାଲିବ ବୋଲି କ୍ରୁଟ୍ ସୂଚନା ଦେଇଛି ।

ସକାଳ ୬ଟା ୪୫ରେ ବରମୁଣ୍ଡାରୁ ପ୍ରତି ୧୫ ମିନିଟରେ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗୋଟିଏ ଲେଖାଏଁ ବସ୍ ଛାଡ଼ିବ । ରାତି ୧୦ଟା ୫୦ରେ ବରମୁଣ୍ଡାରୁ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗଡ଼ିବ ଶେଷ ବସ୍ । ସେହିଭଳି ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା ପଟକୁ ପ୍ରଥମ ବସ୍ ୭ଟା ୪୦ରେ ଛାଡ଼ିବ । ପ୍ରତି ୧୫ ମିନିଟ୍ ବ୍ୟବଧାନରେ ଗୋଟିଏ ଲେଖା ବସ୍ ବରମୁଣ୍ଡା ଯିବ । ଲିଙ୍ଗରାଜ ମନ୍ଦିରରୁ ରାତି ୧୨ଟାରେ ବରମୁଣ୍ଡା ଯିବା ଲାଗି ଶେଷ ବସ୍ ଛାଡ଼ିବ ବୋଲି ମୋ ବସ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୋ ବସ୍ ଚଳାଚଳ ଯୋଗୁଁ ଶ୍ରଦ୍ଧାଳୁମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବାର ଦର୍ଶନ କରି ସୁବିଧାରେ ଫେରିପାରିବେ । ଏହି ରୁଟ୍‌ରେ ୮ଟି ବସ୍ ଚଳାଚଳ କରିବ ।

ପାଖଉଛି ଶିବରାତ୍ରି, ବଢୁଛି ବିବାଦ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଖେଇ ଆସୁଥିବା ବେଳେ ବିଭିନ୍ନ ନିଯୋଗ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।

ବିଶେଷ ବଡ଼ୁ ନିଯୋଗମାନଙ୍କର ବକେୟା ଥିବା ଶ୍ରାବଣୀ ପ୍ରାପ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନ ଥିବାରୁ ବଡ଼ୁ ନିଯୋଗ ପକ୍ଷରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ପ୍ରାପ୍ୟ ପ୍ରଦାନ କରା ନ ଗଲେ ମହାଶିବରାତ୍ରିରେ ସେମାନେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଶ୍ରାବଣୀ ପ୍ରାପ୍ୟ ବାବଦ ଅର୍ଥ ଦେବା ପାଇଁ ବଡ଼ୁ ନିଯୋଗ ପକ୍ଷରୁ ବାରମ୍ବାର ମନ୍ଦିର ପ୍ରଶାସନକୁ ଜଣାଯାଉଛି। ଏମିତି କି ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କେ ଦାବିପତ୍ର ଦିଆଯାଇଛି। କିନ୍ତୁ ବକେୟା ପ୍ରାପ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ନାହିଁ। ଯାହାକୁ ନେଇ ବଡ଼ୁ ନିଯୋଗ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ସେହିପରି ବ୍ରାହ୍ମଣ ନିଯୋଗ ମଧ୍ୟ ନିଜ ନିଜର ଅସନ୍ତୋଷ ଜାହିର କରିଛି। ନିଯୋଗ ପକ୍ଷରୁ ଏନେଇ ସୋମବାର ଦେବୋତ୍ତର କମିସନରଙ୍କୁ ଏକ ଦାବିପତ୍ର ଦିଆଯାଇଥିବା ବେଳେ ଶ୍ରୀଲିଙ୍ଗରାଜଙ୍କ ଶୃଙ୍ଖଳିତ ନୀତିକାନ୍ତି ପାଳନ ନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି। କପିଳେଶ୍ୱର ଶ୍ରୀଲିଙ୍ଗରାଜଙ୍କ ଭେଟଘାଟ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଥିଲା। ପ୍ରତିବର୍ଷ ଏହି ସମୟରେ ବିବାଦ ଦେଖାଯାଉଛି। ଏହାସହିତ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ମଧ୍ୟ ହୋଇପାରୁ ନାହିଁ। ଏ ବାବଦରେ କୋର୍ଟ ମଧ୍ୟ ନିର୍ଦ୍ଦେଶ ଜାରି କରି ମହାପ୍ରଭୁଙ୍କ ନିତିକାନ୍ତୀକୁ ଶୃଙ୍ଖଳିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ବିବାଦ ସମାଧାନ କରାଯାଉନାହିଁ। ତେଣୁ ଯଦି ଏ ବିବାଦ ସମାଧାନ ନ ହୁଏ ତେବେ ବ୍ରାହ୍ମଣ ନିଯୋଗ ପକ୍ଷରୁ ନୀତିରେ ଅସହଯୋଗ କରିବ ବୋଲି ଚେତାବନୀ ଦେଇଛି।

ସେହିପରି ଭୋଗ ଲଗାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଥିଲେ ବି ପୂଜା ପଣ୍ଡା ସେବାୟତମାନେ ଏଥିରେ ନିରାଶ ହୋଇଛନ୍ତି। କାରଣ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇବା ପୂଜାପଣ୍ଡା ସେବାୟତଙ୍କର ଏକାଏକ ଅଧିକାର ବୋଲି ସେମାନେ ଦାବି କରୁଛନ୍ତି। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ଗର୍ଭ ଗୃହରେ ଭୋଗ ଲଗା ଉପରେ ବିଏମ୍‍ସି ରୋକ୍‍ ଲଗାଇଛି। ଏହାସହିତ ମନ୍ଦିର ପରିସରରେ ଅନ୍ୟତ୍ର ଭୋଗଲଗାଇବା ପାଇଁ ମନ୍ଦିର ପ୍ରଶାସନ ଅନୁମତି ଦେଇଛି। ତେବେ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି ଯେ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି। ସେବାୟତମାନେ ସେମାନଙ୍କ ଦାବି ସମ୍ପର୍କରେ ଜଣାଇଛନ୍ତି।

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା: ରାତି ୧୦ରେ ଉଠିବ ମହାଦୀପ
ଭୁବନେଶ୍ବର : ଆସନ୍ତା ୧୧ତାରିଖରେ ଜାଗର। ଭୁବନେଶ୍ବରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଜାଗର ଯାତ୍ରା । ମହାଶିବରାତ୍ରୀ ଅବସରରେ ଚଳିତ ବର୍ଷ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ଚଳିତ ଥର କୋଭିଡ୍ କଟକଣାକୁ ପାଳନ କରି ଶ୍ରଦ୍ଧାଳୁମାନେ ଜାଗର ଜାଳିବା ନେଇ କୁହାଯାଇଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଜାଗର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ୩ ସେବାୟତ ନିଯୋଗଙ୍କ, ମନ୍ଦିର ପ୍ରଶାସନ ଓ କମିଶନରେଟ ପୁଲିସ ପକ୍ଷରୁ ମନ୍ଦିର ନିକଟସ୍ଥ କୋରାପୁଟ ଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ୍ କଟକଣା ସହ ଶାନ୍ତି ଶୃଙ୍ଖଳାରେ ଭକ୍ତ କିଭଳି ଦର୍ଶନ କରିବେ ସେ ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜଳିବେ । ପୁଲିସ ଫୋର୍ସ ମୁତୟନ ସାଙ୍ଗକୁ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ମଧ୍ୟ ହୋଇଛି । ରାତି ୧୦ଟା ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ କିଭଳି ମନ୍ଦିରରୁ ବାହାରି ଯିବେ ସେ ନେଇ ବିଶେଷ ଧ୍ୟାନ ଦିଆଯିବ । ଦୀପ ଜାଳିବା ପାଇଁ ଭକ୍ତମାନେ ଯେଭଳି ଏକତ୍ରିତ ହୋଇ ବସିବେ ନାହିଁ ତାହାକୁ ଧ୍ୟାନ ଦିଆଯିବ ।

ଏହି ବୈଠକରେ ବିଧାୟକ ସୁର ରାଉତରାୟଙ୍କ ସମେତ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ଓ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କ ଉପସ୍ଥିତ ରହିଥିଲେ।