JAGARA YATRA - The Sakala
କଟକ: ଆଗକୁ ଆସୁଛି ଜାଗର। କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରଶାସନ ପକ୍ଷରୁ ଚଳିତବର୍ଷ କିଭଳି ଶାନ୍ତିଶୃଙ୍ଖଳାର ସହିତ ଜାଗର ପର୍ବ ପାଳନ କରାଯିବ ସେନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧବଳେଶ୍ଵରଙ୍କ ପୀଠରେ ଏହି ବୈଠକରେ ଆଠଗଡ ଉପଜିଲ୍ଲାପାଳ ତଥା ଦେବତ୍ତୋର ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ସଭାପତିତ୍ବରେ ବିଭିନ୍ନ ବିଭାଗର ଅଧିକାରୀ, ପୂଜକ ସମିତି, ପୁଲିସ ପ୍ରଶାସନ ଯୋଗଦେଇଥିଲେ। ଚଳିତ ବର୍ଷ ରାତ୍ର ୧ ଟାରେ ଉଠିବ ମହାଦୀପ । ଭୋର ୪ ଟାରୁ ନୀତିକାନ୍ତି ସମାପନ କରାଯିବା ସହ ସର୍ବସାଧାରଣ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି। ପୀଠରେ ବ୍ୟାରିକେଡ଼, ଆଲୋକିକରଣ କରାଯାଇ ଶାନ୍ତିଶୃଙ୍ଖଳା ସହ ଦର୍ଶନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ପାଇଁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ନେଇ ପ୍ରସ୍ତୁତି ବୈଠକ; ଆଡ଼ମ୍ବରପୂର୍ଣ୍ଣ, ଶୃଙ୍ଖଳିତ ଯାତ୍ରାକୁ ଗୁରୁତ୍ୱ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗରଯାତ୍ରା ନେଇ ପ୍ରସ୍ତୁତି ବୈଠକ ସର୍କିଟ ହାଉସ୍‌‌ଠାରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମନ୍ୱୟ କମିଟି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଚଳିତବର୍ଷର ଜାଗର ଯାତ୍ରାକୁ ମହାଆଡ଼ମ୍ୱରରେ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଏଥିରେ ମେୟର ସୁଲୋଚନା ଦାସ ଯୋଗଦେଇ ପୂର୍ବବର୍ଷ ଭଳି ଚଳିତବର୍ଷ ବିଏମ୍‌‌ସି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ବୈଠକରେ ଜାଗର ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆସନ୍ତା ମାର୍ଚ୍ଚ ୮ ଭୋର ୩ଟା ସମୟରେ ମନ୍ଦିର ଖୋଲାଯାଇ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ପୂର୍ବରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଏଥିରେ ଶ୍ରୀଜିଉଙ୍କ ସମସ୍ତ ପାଳିଆ ଓ ସେବାୟତ ମନ୍ଦିରରେ ଉପସ୍ଥିତ ପୂର୍ବକ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା। ଏଥିସହ ଉକ୍ତ ବୈଠକରେ ବିଭିନ୍ନ ଆନୁଷଙ୍ଗିକ ଦାୟିତ୍ୱ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ଜାଗର ଅବସରରେ ମନ୍ଦିରର ଅନ୍ତଃଗୃହ, ବେଢ଼଼ା ପରିଷ୍କାର ପରିଚ୍ଛନ୍ନତା, ପାଦୁକା ନାଳ ସଫା, ଆଲୋକୀକରଣ, ବ୍ୟାରିକେଡିଂ, ଟ୍ରାଫିକ୍‌‌ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଆଶୁ ଆରୋଗ୍ୟ କେନ୍ଦ୍ର, ଆମ୍ୱୁଲାନ୍ସ ମୁତୟନ, ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିଭଳି ଜାଗର ଯାତ୍ରା ସମୟରେ ବିଭିନ୍ନ ସେବା ପ୍ରଦାନ ପାଇଁ ନିୟୋଜିତ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ନେଇ ଏକ ସ୍ୱତନ୍ତ୍ର ବୈଠକ କରାଯିବ। ସେମାନଙ୍କ ମତାମତକୁ ବିଚାରକୁ ନିଆଯାଇ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ବିଏମ୍‌‌ସିର ଅତିରିକ୍ତ କମିସନର୍‌‌ ଶୁଭେନ୍ଦୁ ସାହୁ, ଉପଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ, ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଲା ମନ୍ଦିର ପରିସର
ଭୁବନେଶ୍ବର: ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ବେଢ଼ା ପରିକ୍ରମା ପରେ ଲିଙ୍ଗରାଜ ମନ୍ଦିରର ଉପରକୁ ରାତି ୧୦ଟା ୨୦ ମିନିଟରେ ଉଠିଛି ମହାଦୀପ । ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଲା ମନ୍ଦିର ପରିସର। କଟକଣା ପାଳନ କରି ଦୀପ ଜାଳିଥିଲେ ଶ୍ରଦ୍ଧାଳୁ। ମହାଦୀପ ଦର୍ଶନ ବେଳେ ଭାବ ବିହୋଳ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ।
ଲିଙ୍ଗରାଜ ମନ୍ଦିରର ଜାଗର ଯାତ୍ରା: ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ୱର: ଆସନ୍ତାକାଲି ଜାଗର ଯାତ୍ରା । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର। ମନ୍ଦିର ସୌନ୍ଦର୍ଯ୍ଯକରଣ ସହ ମନ୍ଦିର ଚତୁର୍ପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଅଲୋକୀକରଣ କରିଛି ବିଏମସି। ସେହିଭଳି ଟ୍ରାଫିକ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପୁଲିସ ପ୍ରଶାସନ ପକ୍ଷରୁ କରାଯାଇଛି। ରାତିରେ ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳିବେ କିଭଳି ସେ ନେଇ ମଧ୍ୟ ପୁଲିସ ଓ ମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି। ଚିହ୍ନଟ ହୋଇଥିବା ସ୍ୱତନ୍ତ୍ର ସ୍ଥାନରେ କେବଳ ଜାଗର ଜାଳିପାରିବେ ଭକ୍ତ। ଏଥିସହ ପାନୀୟଜଳ, ଶୌଚାଳୟ ଓ ସ୍ୱଚ୍ଛତା ବ୍ୟବସ୍ଥା କରିଛି ବିଏମସି।
ବାବା ଲିଙ୍ଗରାଜଙ୍କ ନୀତିକାନ୍ତି  ଓ ମହାଦୀପ କେତେ ବେଳେ ଉଠିବ ତାହାର ଚୂଡ଼ାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ସକାଳ ୫ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ। ଆଡ଼କାଠରୁ ଭକ୍ତ କରିବେ ଦର୍ଶନ, କୋଭିଡ କଟକଣାରେ ଜାଗର ଜାଳିବା ଉପରେ ଗୁରୁତ୍ୱ। ରାତି ୧୦ଟା ରେ ଉଠିବ ମହାଦୀପ।
ସୂଚନା ଅନୁଯାୟୀ, ଆସନ୍ତାକାଲି ରାତି ୩ଟାରୁ ଖୋଲିବ ମନ୍ଦିର ମୁଖ୍ୟଦ୍ୱାର। ୩.୩୦ରେ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ଅବକାଶ ନୀତି। ଏହା ପରେ ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ। ନିୟମ ଅନୁଯାୟୀ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରିବେ। ମନ୍ଦିର ଚତୁର୍ପାର୍ଶ୍ଵରେ ବ୍ୟାରିକେଡ ହୋଇଛି। ଧାଡ଼ି ବାନ୍ଧି ମନ୍ଦିର ସିଂହ ଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ। ନାଟ୍ୟ ମଣ୍ଡପରେ କରିପାରିବେ ଭୋଗରାଜ। ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବେ ସେବାୟତ ଓ ତାଙ୍କ ପରିବାର ବର୍ଗ।
କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା: ରାତି ୧୦ରେ ଉଠିବ ମହାଦୀପ
ଭୁବନେଶ୍ବର : ଆସନ୍ତା ୧୧ତାରିଖରେ ଜାଗର। ଭୁବନେଶ୍ବରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଜାଗର ଯାତ୍ରା । ମହାଶିବରାତ୍ରୀ ଅବସରରେ ଚଳିତ ବର୍ଷ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ଚଳିତ ଥର କୋଭିଡ୍ କଟକଣାକୁ ପାଳନ କରି ଶ୍ରଦ୍ଧାଳୁମାନେ ଜାଗର ଜାଳିବା ନେଇ କୁହାଯାଇଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଜାଗର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ୩ ସେବାୟତ ନିଯୋଗଙ୍କ, ମନ୍ଦିର ପ୍ରଶାସନ ଓ କମିଶନରେଟ ପୁଲିସ ପକ୍ଷରୁ ମନ୍ଦିର ନିକଟସ୍ଥ କୋରାପୁଟ ଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ୍ କଟକଣା ସହ ଶାନ୍ତି ଶୃଙ୍ଖଳାରେ ଭକ୍ତ କିଭଳି ଦର୍ଶନ କରିବେ ସେ ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜଳିବେ । ପୁଲିସ ଫୋର୍ସ ମୁତୟନ ସାଙ୍ଗକୁ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ମଧ୍ୟ ହୋଇଛି । ରାତି ୧୦ଟା ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ କିଭଳି ମନ୍ଦିରରୁ ବାହାରି ଯିବେ ସେ ନେଇ ବିଶେଷ ଧ୍ୟାନ ଦିଆଯିବ । ଦୀପ ଜାଳିବା ପାଇଁ ଭକ୍ତମାନେ ଯେଭଳି ଏକତ୍ରିତ ହୋଇ ବସିବେ ନାହିଁ ତାହାକୁ ଧ୍ୟାନ ଦିଆଯିବ ।
ଏହି ବୈଠକରେ ବିଧାୟକ ସୁର ରାଉତରାୟଙ୍କ ସମେତ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ଓ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କ ଉପସ୍ଥିତ ରହିଥିଲେ।