Chandi Prasad Mohanty - The Sakala

ଓଡ଼ିଶା ମାଟିର ପୁଅ ଚଣ୍ଡି ପ୍ରସାଦ ମହାନ୍ତି ହେଲେ ସେନାବାହିନୀ ଟ୍ରିବ୍ୟୁନାଲର ସଦସ୍ୟ
ଜଗତସିଂହପୁର :  ଭରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଜଗତସିଂହପୁର ମାଟିର ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସଶସ୍ତ୍ର ବାହିନୀ ଟ୍ରିନ୍ୟୁନାଲ (ଏଫଟି)ର ସଦସ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ଖବରରୁ ପ୍ରକାଶ, ନଭେମ୍ବର ୧୫ରେ କେନ୍ଦ୍ର କ୍ୟାବିନେଟ ନିଯୁକ୍ତ କମିଟି ୧୧ ଜଣ ନ୍ୟାୟିକ ସଦସ୍ୟ ଓ ଏଏଫଟିର ୧୨ଜଣ ପ୍ରଶାସନିକ ସଦସ୍ୟଙ୍କୁ ୬୭ ବର୍ଷ ବୟସ ପର୍ଯ୍ୟନ୍ତ ତଥା ଆସନ୍ତା ୪ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ଏଥିରେ ଭାରତୀୟ ସ୍ଥଳସେନାର ପୂର୍ବତନ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସ୍ଥାନ ପାଇଛନ୍ତି।

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଜଗତସିଂହପୁରର ଜୟବଡରେ ଜନ୍ମ ଗ୍ରହଣ କରିଥିଲେ। ସେ ପରମବୀର ସମ୍ମାନ , ଅତିବିଶିଷ୍ଟ ସେବା ସମ୍ମାନ ଓ କର୍ଣ୍ଣେଲ ଅଫ ରାଜପୁତ ରେଜିମେଂଟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ପୁରୀ ଜିଲ୍ଲା ସବରେଜିଷ୍ଟାରରୁ ଅବସର ନେଇଥିବା ସରକାରୀ କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି ଓ ଏସଭିଏମ କଲେଜର ପୂର୍ବତନ ପ୍ରଫେସର ସାରଦା କୁମାରୀ ମାହନ୍ତିଙ୍କ ଜ୍ୟେଷ୍ଠପୁତ୍ର ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ବାଗସାହି ଉପ୍ରା ବିଦ୍ୟାଳୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହାପରେ ସେ ରାଷ୍ଟ୍ରୀୟ ଇଣ୍ଡିୟାନ ମିଲିଟାରୀ କଲେଜ (ଆରଏମସି ) ଡେରାଡୁନରେ ନାମ ଲେଖାଇଥିଲେ। ସେ ରାଷ୍ଟ୍ରିୟ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ। ୧୯୮୨ରେ ସେ ରାଜପୁତ ରେଜିମେଂଟରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତ ହୋଇଥିଲେ।

ଜମ୍ମୁ କାଶ୍ମିର ଉତର ପୂର୍ବାଂଚଳ ସହିତ ପାକିସ୍ତାନ ଓ ଚୀନ ସୀମାରେ ଗୁରୁଦାୟିତ୍ୱ ନେବା ସହିତ ଅସାମରେ ବିଦ୍ରୋହର ମୁକାବିଲା ତଥା କଂଗୋରେ ଜାତିସଂଘର ବ୍ରିଗେଡ ଭାବରେ ଜେନେରାଲ ମହାନ୍ତି ନେତୃତ୍ୱ ନେଇଥିଲେ। ଚଳିତ ବର୍ଷ ଜାନୁଆରୀ ୩୧ରେ ସେ ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ।

ତେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସଶସ୍ତ୍ର ବାହିନୀ ଟ୍ରିନ୍ୟୁନାଲ (ଏଫଟି)ର ସଦସ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯିବା ଜଣାପଡିବା ପରେ  ଜଗତସିଂହପୁର ଜିଲ୍ଲାର ବହୁ ବ୍ୟକ୍ତି ଲେଫ୍ଟନାଂଟଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତିଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ପୂର୍ବତନ ନଗରପାଳ ବିପ୍ଳବ ଚୌଧୂରୀ, ସମାଜସେବୀ ପ୍ରଦୀପ ମିତ୍ର, ସାରସ୍ୱତ ପରିଷଦର ସଭାପତି ହିମାଂସୁ ଆଚାର୍ଯ୍ୟ, ଶିକ୍ଷାବିତ ନିକୁଞ୍ଜ ପ୍ରସାଦ ବେହେରା, ମହେନ୍ଦ୍ର ଆଚାର୍ଯ୍ୟ , ପରିବେଶବିତ୍ ଉତ୍କଳ ରଂଜନ ମହାନ୍ତି , ନଟବର ବାରିକ୍, ରବିନ୍ଦ୍ର ନାଥ ମହାନ୍ତି, ଅଭୟ କୁମାର ମହାନ୍ତି, ପ୍ରଶାନ୍ତ ମଲ୍ଲିକ, କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଶୁଭକାମନା ଜଣାଇଛନ୍ତି।

ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବା ନେଇ ଚର୍ଚ୍ଚାରେ ଓଡ଼ିଆ ପୁଅ ଚଣ୍ଡୀପ୍ରସାଦ ମହାନ୍ତି
ନୂଆଦିଲ୍ଲୀ/ଜଗତସିଂହପୁର : ଭାରତୀୟ ସେନାର ୪୨ତମ ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଥମ ଓଡ଼ିଆ ତଥା ଜଗତସିଂହପୁର ମାଟିର ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବା ନେଇ ଚର୍ଚ୍ଚାରେ ରହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିବା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତାଙ୍କୁ ଏହି ପଦବୀରେ ଦେଖିବାକୁ ରାଜ୍ୟ ତଥା ଦେଶ ବିଦେଶରେ ଥିବା ଓଡ଼ିଆମାନେ ଆଶା ପ୍ରକାଶ କରିଥିବାବେଳେ ନିଜ ଜନ୍ମସ୍ଥାନ ଜଗତସିଂହପୁରରେ ମଧ୍ୟ ଚଣ୍ଡିପ୍ରସାଦଙ୍କୁ ନେଇ ଶୁଭ କାମନାର ସୁଅ ଛୁଟୁଥିବା ଜଣାପଡ଼ିଛିି।

ନିକଟରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‍ ବିପିନ ରାୱତ୍‍ଙ୍କ ମୃତ୍ୟୁ ହେବା ପରେ ଏବେ ସିଡିଏସ୍‍ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ ଏମଏମ ନରବଣେଙ୍କ ନାମ ପରବର୍ତ୍ତୀ ସିଡିଏସ ହେବା ନେଇ ଚର୍ଚ୍ଚାରେ ରହିଛି। ଯଦି ନରବଣେ ସିଡିଏସ୍‍ ଭାବେ ନିଯୁକ୍ତି ପାଆନ୍ତି, ତେବେ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ପରବର୍ତ୍ତୀ ସେନାମୁଖ୍ୟ ହେବାର ସମ୍ଭାବନା ସବୁଠୁ ଅଧିକ ରହିଛି। ଏହି ପଦବୀ ପାଇଁ ନର୍ଦର୍ଣ୍ଣ କମାଣ୍ଡାଣ୍ଟଣ୍ଟଲେଫ୍ଟନାଣ୍ଟଣ୍ଟଜେନେରାଲ ୱାଇକେ ଯୋଶୀ ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି। ଉଭୟ ଗୋଟିଏ ବ୍ୟାଚର ହୋଇଥିଲେ ମଧ୍ୟ ନରବଣେଙ୍କ ପରେ ବରିଷ୍ଠତା ଦୃଷ୍ଟିରୁ ଚଣ୍ଡିପ୍ରସାଦଙ୍କ ନାମ ଆଗରେ ରହିଛି। ବାସ୍ତବ ନିୟନ୍ତ୍ରଣ ରେଖାରେ ସୈନ୍ୟ ପରିଚାଳନାରେ ଯଥେଷ୍ଟ ଅଭିଜ୍ଞତା ଥିବା ଦୃଷ୍ଟିରୁ ଜେନେରାଲ ଚଣ୍ଡିପ୍ରସାଦଙ୍କ ସେନାମୁଖ୍ୟ ହେବାରେ ଅଧିକ ଦାବିଦାର ବୋଲି ମନେ କରାଯାଉଛି।

ଜେନେରାଲ ମହାନ୍ତି ଗତ ଫେବୃଆରୀ ପହିଲାରେ ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ପରମବୀର ସମ୍ମାନ, ଅତିବିଶିଷ୍ଟ ସେବା ସମ୍ମାନ ଓ କର୍ଣ୍ଣେଲ ଅଫ ରାଜପୁତ ରେଜିମେଣ୍ଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ପୁରୀ ଜିଲ୍ଲା ସବ୍‍ରେଜିଷ୍ଟ୍ରାର ଭାବେ ଅବସର ନେଇଥିବା ଜିତେନ୍ଦ୍ର କୁମାର ମହାନ୍ତି ଓ ଏସଭିଏମ କଲେଜର ପୂର୍ବତନ ପ୍ରଫେସର ସାରଦା କୁମାରୀ ମହାନ୍ତିଙ୍କ ଜ୍ୟେଷ୍ଠପୁତ୍ର ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଜଗତସିଂହପୁର ଜୟବଡ଼ରେ ଜନ୍ମଗ୍ରହଣ କରିଥିଲେ। ସେ ବାଗସାହି ଉପ୍ର୍ରା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହାପରେ ସେ ରାଷ୍ଟ୍ରୀୟ ଇଣ୍ଡିୟାନ ମିଲିଟାରୀ କଲେଜ (ଆରଏମସି ) ଡେରାଡୁନରେ ନାମ ଲେଖାଇଥିଲେ।

ପରେ ରାଷ୍ଟ୍ରୀୟ ଡିଫେନ୍ସ ଏକାଡ଼େମୀରେ ଯୋଗ ଦେଇଥିଲେ। ୧୯୮୨ରେ ସେ ରାଜପୁତ ରେଜିମେଣ୍ଟରେ ଦ୍ୱିତୀୟ ଲେଫନାଣ୍ଟ ଭାବରେ ନିଯୁକ୍ତ ହୋଇଥିଲେ। ଜମ୍ମୁ-କାଶ୍ମୀର,ଉତ୍ତର ପୂର୍ବାଞ୍ଚଳ ଏବଂ ପାକିସ୍ତାନ ଓ ଚୀନ ସୀମାରେ ଗୁରୁଦାୟିତ୍ୱ ନେବା ସହିତ ଅସାମରେ ବିଦ୍ରୋହର ମୁକାବିଲା ତଥା କଙ୍ଗୋରେ ଜାତିସଂଘର ବ୍ରିଗେଡ଼଼ର ଭାବେ ଜେନେରାଲ ମହାନ୍ତି ନେତୃତ୍ୱ ନେଇଥିଲେ। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ବହୁ ବ୍ୟକ୍ତି ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କର ସଫଳତା କାମନା କରିଛନ୍ତି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ପୂର୍ବତନ ନଗରପାଳ ବିପ୍ଳବ ଚୌଧୂରୀ, ସମାଜସେବୀ ପ୍ରଦୀପ ମିତ୍ର, ସାରସ୍ୱତ ପରିଷଦ ସଭାପତି ହିମାଂଶୁ ଆଚାର୍ଯ୍ୟ, ଶିକ୍ଷାବିତ ନିକୁଞ୍ଜ ପ୍ରସାଦ ବେହେରା, ମହେନ୍ଦ୍ର ଆଚାର୍ଯ୍ୟ, ପରିବେଶବିତ୍‍ ଉତ୍କଳ ରଞ୍ଜନ ମହାନ୍ତି ପ୍ରମୁଖ ଶୁଭ କାମନା ଜଣାଇଛନ୍ତି।