SHG members - The Sakala

ମହିଳା ଶକ୍ତିରେ ବଦଳିବ ରାଜ୍ୟର ଆର୍ଥିକ ଚିତ୍ର : ଉପାନ୍ତରେ ବ୍ୟାଙ୍କ ସେବା ଯୋଗାଇବେ ଏସ୍‌ଏଚ୍‌ଜି ସଦସ୍ୟା
ଭୁବନେଶ୍ବର : ରାଜ୍ୟର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ ଇଣ୍ଟରନେଟ ସେବା ଉପଲବ୍ଧ ନ ହେବା କାରଣରୁ ଅନେକ ସ୍ଥାନରେ ବ୍ୟାଙ୍କ ଶାଖା ଖୋଲାଯାଇ ପାରିନାହିଁ। ବ୍ୟାଙ୍କଗୁଡ଼ିକ ଦ୍ବାରା ନିଯୁକ୍ତ ବ୍ୟବସାୟିକ ବାହକ (ବିଜିନେସ୍ କରେସ୍‌ପଣ୍ଡେଣ୍ଟ) ମାନଙ୍କ ବିଫଳତା ଓ ନିମ୍ନ ପ୍ରଦର୍ଶନ ଉପାନ୍ତବାସୀଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ବାଧକ ହୋଇଛି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ‘ମିଶନ ଶକ୍ତି’ ଉପରେ ଭରସା କରିଛନ୍ତି ସରକାର । ଏମାନଙ୍କ ସ୍ଥାନରେ ରାଜ୍ୟରେ ମିଶନ୍‌ ଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କୁ ନିଯୁକ୍ତି ଦେଇ ବ୍ୟାଙ୍କ ସେବାକୁ ସୁଦୃଢ଼ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଖୋଦ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନାବାର୍ଡ଼ର ଏକ କାର୍ଯ୍ୟକ୍ରମରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ପୂର୍ବରୁ ରାଜ୍ୟରେ ମିଶନ ଶକ୍ତିର ସଦସ୍ୟାମାନେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ସହରାଞ୍ଚଳରେ ପାଣି ବିଲ୍ ଆଦାୟ, ଆହାର କେନ୍ଦ୍ର ପରିଚାଳନା, ଗ୍ରାମାଞ୍ଚଳରେ ଟେଣ୍ଟ ହାଉସ ପରିଚଳନା, ଧାନ କିଣା ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସମର୍ଥ ହୋଇଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ମିଶନ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ବ୍ୟାଙ୍କ ସାଥୀ ଭାବରେ ମଧ୍ୟ ସେମନେ କାର୍ଯ୍ୟ କରି ସଫଳତା ପାଇଛନ୍ତି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳରେ ବ୍ୟାଙ୍କ ସେବାର ଦାୟିତ୍ବ ମିଶନଶକ୍ତିର ମହିଳାଙ୍କ ଉପରେ ନ୍ୟସ୍ତ କରିବାକୁ କେନ୍ଦ୍ର ନିକଟରେ ଦାବି କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟର ମିଶନ ଶକ୍ତିର ସଦସ୍ୟାମାନଙ୍କୁ ବ୍ରିକ୍‌ ଏବଂ ମୋଟାର ବ୍ୟାଙ୍କ ଶାଖାରେ ବିସି ଭାବେ ନିଯୁକ୍ତି ନେଇ ଆମେ ପୂର୍ବରୁ ରିଜର୍ଭବବ୍ୟାଙ୍କକୁ ଜଣାଇ ସାରିଛୁ। ଏହାବାଦ୍‌ ପଞ୍ଜାୟତ ସ୍ତରରେ ଅଧିକ ସଂଖ୍ୟାରେ ଏଟିଏମ୍‌ ଖୋଲିବା ନେଇ ମଧ୍ୟ ଆମେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବାରମ୍ବାର ଦାବି କରିଆସିଛୁ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ୮ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ୮୦ ଲକ୍ଷ ମହିଳା  ରାଜ୍ୟର ବିକାଶ ସହ ନିଜର ଆର୍ଥିକ ବିକାଶ ପାଇଁ ଘର ବାହାରକୁ ବାହାରିଛନ୍ତି । ନିଜ ପରିବାର ଆର୍ଥିକ ସ୍ଥିତି ପରିବର୍ତ୍ତରେ ମହିଳାମାନଙ୍କ ଅବଦାନ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି । ତେଣୁ ସେମାନଙ୍କ ହାତରେ ବ୍ୟାଙ୍କ ସେବା ଅର୍ପଣ କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି । ମହିଳାମାନଙ୍କ ଆର୍ଥିକ ବିକାଶ ଓ ସ୍ବାବଲମ୍ବନ ଦେଶର ଜିଡ଼ିପି ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ବାଂଲାଦେଶକୁ ଏହାର ଉଦାହରଣ ରପେ ନିଆଯାଇପାରେ । ଗତ ୧୦ବର୍ଷର୍ରେ ବାଂଲା ଦେଶରେ କାର୍ଯ୍ୟକ୍ଷେତ୍ରେ ମହିଳାଙ୍କ ଭାଗିଦାରୀ ୧୦ % ବୃଦ୍ଧି ପାଇଛି, ଯାହାର ପ୍ରତିଫଳନ ଦେଶର ଜିଡ଼ିପି ଉପରେ ଦେଖିବାକୁ ମିଳିଛି । ବାଂଲାଦେଶର ଜିଡ଼ିପି ଗତ ୧୦ ବର୍ଷର୍ରେ ୧୦ ଗୁଣ ଉପରକୁ ଉଠିଛି । ଓଡ଼ିଶାରେ ମଧ୍ୟ ଅନୁରୂପ ଉଦାହରଣ ସୃଷ୍ଟି କରିଛନ୍ତି ମିଶନ ଶକ୍ତି ଓ ଏହାର ମହିଳା ସଦସ୍ୟ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ଲୋକଙ୍କୁ ସଚେତନ କରିବା ସହ ସ୍ମାର୍ଟ କାର୍ଡ ବାଣ୍ଟିବେ ଏସ୍‌ଏଚ୍‌ଜି ସଦସ୍ୟା
ଭୁବନେଶ୍ୱର : ମିଶନ ଶକ୍ତିର ମା’ମାନଙ୍କ ହାତରେ ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଦାୟିତ୍ୱ। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମନ୍ତ୍ରକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଏହି ମା’ମାନଙ୍କ ଉପରେ ନ୍ୟସ୍ତ ହୋଇଛି। ବିଶେଷକରି ରାଜ୍ୟର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଦଳିତ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ‘ସ୍ମାର୍ଟ କାର୍ଡ଼’ ଘରେ ଘରେ ପହଞ୍ଚାଇବାର ମଙ୍ଗ ଧରିଛନ୍ତି ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଏଥିପାଇଁ ସେମାନଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ ଥିବା ମିଶନ ଶକ୍ତି ବିଭାଗ ଅଧିନରେ ଥିବା ୭୦ଲକ୍ଷ ମହିଳା ଏସ୍‍ଏଚ୍‍ଜି ସଦସ୍ୟା ଲାଗିପଡ଼ିଛନ୍ତି। ଏଥିପାଇଁ ଜିଲ୍ଲା, ପଞ୍ଚାୟତ, ବ୍ଲକ ଏବଂ ୱାର୍ଡସ୍ତରରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ୩୦ଜିଲ୍ଲାର ପ୍ରତି ଗ୍ରାମ ପଞ୍ଚାୟତର ୩୧୪ଟି ବ୍ଲକରେ ଏବେ ଏହି ସଚେତନତା ପ୍ରଶିକ୍ଷଣ ଦିଆଯାଇ ମା’ମାନଙ୍କୁ ସ୍ୱାସ୍ଥ୍ୟ କଲ୍ୟାଣର ସୁବିଧା ସମ୍ପର୍କରେ ସୂଚାଇଦିଆଯାଇଛି।

ଏହାସହିତ ସହରାଞ୍ଚଳର ୱାର୍ଡସ୍ତରରେ ଥିବା ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏନେଇ ତଥ୍ୟ ପ୍ରଦାନ କରାଯାଇଛି। ନିଜ ଗାଁ, ସହର ତଥା ପରିବାରର ସ୍ୱାସ୍ଥ୍ୟ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଲଟ୍‍ ପ୍ରକଳ୍ପର କିପରି ସୁବିଧା ହାତ ପାହାନ୍ତାରେ ପାଇପାରିବେ, ସେନେଇ ପ୍ରଶିକ୍ଷଣ ଦିଆଯାଇଛି। ପ୍ରତି ଜିଲ୍ଲାରେ ଥିବା ପ୍ରତି ବିଏଲଏଫ ୍‍(ବ୍ଲକସ୍ତରୀୟ ମହିଳା ମହାସଂଘ) ଏବଂ ଏଏଲ୍‍ଏଫ୍‍(ଆଞ୍ଚଳିକସ୍ତରୀୟ ମହିଳା ମହାସଂଘ)ର ଲିଡର୍‍ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନତା ପାଇଁ ଶିକ୍ଷା ଦିଆଯାଇଛି। ପ୍ରତି ଗ୍ରାମପଞ୍ଚାୟତରେ ଥିବା ବିଏଲ୍‍ଏଫର ୩ଜଣ ମହିଳା ସଦସ୍ୟାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଶିକ୍ଷା ଦେଇଛନ୍ତି।

ସେହିମାନେ ଅନ୍ୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟାମାନଙ୍କୁ ପ୍ରଶିକ୍ଷଣ ନେଇଥିବା ତଥ୍ୟ ପହଞ୍ଚାଉଛନ୍ତି। ସେହିପରି ସହରାଞ୍ଚଳରେ ଥିବା ଆଞ୍ଚଳିକ ମହିଳା ମହାସଂଘର ସଦସ୍ୟାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ବିଶେଷ କରି ରାଜ୍ୟର ସମସ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡଧାରୀ ପରିବାର ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ବାର୍ଷିକ ପରିବାର ପିଛା ୫ଲକ୍ଷ ଟଙ୍କା ଏହି ଅର୍ଥ ରାଶିର ଉପଯୋଗ ହୋଇଗଲାପରେ ପରିବାରର ମହିଳାସଦସ୍ୟାମାନେ ଅତିରିକ୍ତ ୫ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ସମ୍ପର୍କରେ ସଚେତନାର ବାର୍ତ୍ତା ଦେଉଛନ୍ତି। ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କ’ଣ, ଏଥିପାଇଁ କିଏ ଯୋଗ୍ୟ, ଏଥିରେ ମିଳୁଥିବା ସୁବିଧା, କେଉଁଠାରେ ହିତାଧିକାରୀମାନେ ମାଗଣାରେ ଚିକିତ୍ସା ସେବା ମିଳିପାରିବ, ପରିବାରର କେତେଜଣ ଜରୁରୀକାଳିନ ସମୟରେ କାର୍ଡ ନ ଥିଲେ କିପରି ସୁବିଧା ପାଇପାରିବେ, ବାର୍ଷିକ କେତେ ଟଙ୍କାର ଚିକିତ୍ସା ସୁବିଧା ପାଇପାରିବେ ଆଦି ସମ୍ପର୍କରେ ସୂଚନା ଦେଉଛନ୍ତି। ବର୍ତ୍ତମାନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପ୍ରଶିକ୍ଷଣ ନେଇଥିବା ସଦସ୍ୟାମାନେ ଏସ୍‍ଏଚ୍‍ଜି ସଦସ୍ୟାମାନଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି। ସମ୍ପୂର୍ଣ୍ଣ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ସମସ୍ତ ସରକାରୀ ଉପକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ସରକାରୀ ମେଡ଼ିକାଲ କଲେଜ ହସ୍ପିଟାଲ ଓ ସରକାରୀ ବ୍ଲଡ୍‍ ବ୍ୟାଙ୍କ୍‍ମାନଙ୍କରେ ଏହି ଯୋଜନାର କାର୍ଡ କାମ ଦେବ।

କେବଳ ସେତିକି ନୁହେଁ ସରକାରୀ ଚିକିତ୍ସାଳୟ ବ୍ୟତୀତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ଘରୋଇ ଚିକିତ୍ସାଳୟ ମାଧ୍ୟମରେ ଗରିବ ଅସହାୟ ପରିବାରର ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ଉପଲବ୍ଧ ରହିଛି ବୋଲି ଘରେ ଘରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାର ବାର୍ତ୍ତା ପହଞ୍ଚାଉଛନ୍ତି। ଏସମ୍ପର୍କରେ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର କହିଛନ୍ତି, ପ୍ରତି ଜିଲ୍ଲା ତଥା ପଞ୍ଚାୟତରେ ଏହି ପ୍ରଶିକ୍ଷଣ ଶେଷ ହୋଇଗଲାଣି। ସେହିପରି ୱାର୍ଡସ୍ତରରେ ମଧ୍ୟ ଶେଷ ହୋଇଛି। ପ୍ରତି ବିଏଲ୍‍ଏଫ୍‍ ମାନଙ୍କର ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ସମ୍ପର୍କରେ ମିଶନ ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଉପାନ୍ତ ଅଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳରେ ଥିବା ଗରିବ ଅସହାୟଙ୍କ ପାଖରେ କିପରି ଏହି ଯୋଜନା ପହଞ୍ଚାଇପାରିବ, ଏଥିପାଇଁ ମା’ମାନଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି।