Legendary Footballer Diego Maradona - The Sakala

ଆସାମରୁ ମିଳିଲା ଦୁବାଇରୁ ଚୋରି ହୋଇଥିବା ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ଦାମୀ ଘଡି
ନୂଆଦିଲ୍ଲୀ:ଦୁବାଇରେ ହଜିଥିବା ଜିନିଷ ମିଳିଲା ଆସାମରୁ । ଭାରତର ଆସାମରୁ ମିଳିଲା ଫୁଟବଲ କିମ୍ବଦନ୍ତୀ ସ୍ୱର୍ଗତ ଡିଏଗୋ ମାରୋଡୋନାଙ୍କର ଦାମୀ ଘଣ୍ଟା, ଯେଉଁଟା କି ଦୁବାଇରୁ ଚୋରି ହୋଇଯାଇଥିଲା । ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି । ଏହି ଦୁଇ ପୋଲିସ ଏଜେନ୍ସି ସହାୟତାରେ ଆର୍ଜୋଣ୍ଟିନାର କିମ୍ବଦନ୍ତି ଫୁଟବଲର ସ୍ୱର୍ଗତ ଡିଏଗୋ ମାରାଡୋନାଙ୍କ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ମାରାଡୋନାଙ୍କ ଘଣ୍ଟାକୁ ମଧ୍ୟ ଜବତ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ଏଜେନ୍‌ସି ମାଧ୍ୟମରେ ଦୁବାଇ ପୁଲିସ ଠାରୁ ସୂଚନା ପାଇ ଆସାମ ପୁଲିସ ଆଜି ଭୋର ୪ଟା ବେଳେ ଅଭିଯୁକ୍ତ ୱାଜିଦ୍‌ ହୁସେନଙ୍କୁ ତାଙ୍କ ଶିବନଗର ବାସଭବନରୁ ଗିରଫ କରିଛି ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି।

In an act of international cooperation @assampolice has coordinated with @dubaipoliceHQ through Indian federal LEA to recover a heritage @Hublot watch belonging to legendary footballer Late Diego Maradona and arrested one Wazid Hussein. Follow up lawful action is being taken. pic.twitter.com/9NWLw6XAKz

— Himanta Biswa Sarma (@himantabiswa) December 11, 2021

ଆସାମ ପୋଲିସ ଡିଜିପି ଭାସ୍କର ଜ୍ୟୋତି ମହନ୍ତ ଦୁବାଇ ପୋଲିସ ସହ ମିଶି ହୋଇଥିବା ଏହି ମିଶନର ସୂଚନା ଦେଇଛନ୍ତି । ଡିଜିପି କହିଛନ୍ତି କି ଆମେ ଓ୍ୱାଜିଦ୍ ହୁସେନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛୁ । ଯାହାଙ୍କ ପାଖରୁ ଦିବଙ୍ଗତ ଫୁଟବଲର ଡିଏଗୋ ମାରାଡୋନାଙ୍କ Hublot କମ୍ପାନୀର ଲିମିଟେଡ ଏଡିସନର ଘଣ୍ଟା ଜବତ କରାଯାଇଛି। ଡିଜିପି ଆହୁରି କହିଛନ୍ତି କି ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସେ ଆସାମର ଶିବସାଗର ଜିଲ୍ଲାର ଅଟନ୍ତି । ଡିଜିପିଙ୍କ ବ୍ୟତୀତ ଶିବସାଗର ଜିଲ୍ଲାର ଏସପି ଏହି ଘଟଣା ସମ୍ପର୍କରେ କହିଛନ୍ତି କି ଗିରଫ ହୋଇଥିବା ଓ୍ୱାଜିଦ୍ ହୁସେନ ଦୁବାଇରେ କାମ କରୁଥିଲେ । ସେ ଅଗଷ୍ଟ ୨୦୨୧ରେ ଦୁବାଇରୁ ଭାରତ ଫେରି ଆସିଥିଲେ । ଶିବସାଗର ଏସପି ରାକେଶ ରୋଶନ କହିଛନ୍ତି କି ଆମେ ଓ୍ୱାଜିଦ୍ ହୁସେନଙ୍କୁ ତାଙ୍କ ଶଶ୍ୱର ଘରୁ ଗିରଫ କରିଛୁ । ତାଙ୍କ ପାଖରୁ ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲର ଡିଏଗୋ ମାରାଡୋନାଙ୍କ Hublot ଏଡିସନର ଘଣ୍ଟା ମଧ୍ୟ ଜବତ କରିଛୁ ବୋଲି କହିଛନ୍ତି ଶିବସାଗର ଏସପି ରାକେଶ ରୋଶନ ।