United Nations - The Sakala

ଜାତିସଂଘର ୩୧ଟି ସଂସ୍ଥା ସମେତ ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଓହରିଲା ଆମେରିକା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ (UN) ଏବଂ ଏହା ସହ ଜଡିତ ବିଭିନ୍ନ ସଂସ୍ଥା ବିରୋଧରେ ଏକ ଐତିହାସିକ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିଜର 'ଆମେରିକା ଫାଷ୍ଟ' (America First) ନୀତିକୁ କଡ଼ାକଡ଼ି ଭାବେ ଲାଗୁ କରି ସେ ୩୧ଟି ଜାତିସଂଘ ସହ ଜଡିତ ସଂସ୍ଥା ଏବଂ ୩୫ଟି ଅଣ-ଜାତିସଂଘ ସଂଗଠନରୁ ଆମେରିକାକୁ ଓହରାଇ ନେଇଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ସଂସ୍ଥାଗୁଡ଼ିକ ଆଉ ଆମେରିକାର ସ୍ୱାର୍ଥରେ କାମ କରୁନାହାନ୍ତି, ବରଂ 'ଗ୍ଲୋବାଲିଷ୍ଟ ଏଜେଣ୍ଡା'କୁ ପ୍ରାଧାନ୍ୟ ଦେଉଛନ୍ତି।

ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ଏହି ସଂଗଠନଗୁଡ଼ିକ ଆମେରିକାର ଜାତୀୟ ସ୍ୱାର୍ଥ, ସୁରକ୍ଷା ଏବଂ ଅର୍ଥନୈତିକ ସମୃଦ୍ଧିର ବିପରୀତ ଦିଗରେ କାର୍ଯ୍ୟ କରୁଛନ୍ତି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ଏହି ସଂସ୍ଥାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ 'ଏଲିଟ୍ ନେଟୱାର୍କ' ଦ୍ୱାରା ପରିଚାଳିତ ହେଉଛନ୍ତି, ଯାହା ଆମେରିକାର ସାର୍ବଭୌମତ୍ୱକୁ ସଙ୍କୁଚିତ କରୁଛି। ସେ ଏହି ନେଟୱାର୍କକୁ "ମଲ୍ଟିଲାଟେରାଲ୍ NGO-ପ୍ଲେକ୍ସ" ବୋଲି କହି କଡ଼ା ସମାଲୋଚନା କରିଛନ୍ତି।

ଏହି ତାଲିକାରେ ଜଳବାୟୁ ପରିବର୍ତ୍ତନ, ବାଣିଜ୍ୟ, ଲିଙ୍ଗଗତ ସମାନତା ଏବଂ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ବଡ଼ ସଂସ୍ଥା ରହିଛି। ଏଥିମଧ୍ୟରେ UNCTAD (ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ), ଇଣ୍ଟରନ୍ୟାସନାଲ ଟ୍ରେଡ୍ ସେଣ୍ଟର, UNFCCC (ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ) ଏବଂ ଜାତିସଂଘ ଜନସଂଖ୍ୟା ପାଣ୍ଠି (UN Population Fund) ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ନୋବେଲ ଶାନ୍ତି ପୁରସ୍କାର ବିଜେତା IPCC ଏବଂ ଆନ୍ତର୍ଜାତୀୟ ସୌର ମେଣ୍ଟ (International Solar Alliance) ଭଳି ଅଣ-ଜାତିସଂଘ ସଂସ୍ଥା ସହ ମଧ୍ୟ ଆମେରିକା ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛି।

ଏହି ନିଷ୍ପତ୍ତି ଫଳରେ ଜାତିସଂଘକୁ ଯାଉଥିବା ବିପୁଳ ପରିମାଣର ଅର୍ଥ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ଟ୍ରମ୍ପ ୨୦୨୫ ବର୍ଷ ପାଇଁ କଂଗ୍ରେସ ଦ୍ୱାରା ମଞ୍ଜୁର ହୋଇଥିବା ୮୨୦ ନିୟୁତ ଡଲାରର ଅନୁଦାନକୁ ଅଟକାଇ ଦେଇଛନ୍ତି। ଏହା ସହ ଚଳିତ ବର୍ଷ ଆମେରିକାର ଅବଦାନକୁ ୬୧୦ ନିୟୁତ ଡଲାର ହ୍ରାସ କରିବାକୁ ତାଙ୍କ ପ୍ରଶାସନ ପ୍ରସ୍ତାବ ଦେଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଟ୍ରମ୍ପ ପ୍ୟାରିସ୍ ଜଳବାୟୁ ଚୁକ୍ତି, UNESCO ଏବଂ ମାନବାଧିକାର ପରିଷଦରୁ ମଧ୍ୟ ଓହରି ଯାଇଥିଲେ।

ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା ବୃଦ୍ଧି ଆଶଙ୍କା, ୧.୫ ଡିଗ୍ରୀ ସେଲସିୟସ ବଢିବ ବିଶ୍ୱ ତାପମାତ୍ରା: ଜାତିସଂଘ
ନୂଆଦିଲ୍ଲୀ: ଆସନ୍ତା ୫ବର୍ଷ ସାରା ବିଶ୍ବବାସୀଙ୍କୁ ଘାଣ୍ଟିବ ତାପମାତ୍ରା । ବିଶ୍ବ ତାପାୟନ 1.5 ଡିଗ୍ରୀ ସେଲସିୟସ ବଢିବ ବୋଲି ସତର୍କ କରାଇଛି ଜାତିସଂଘ । କେବଳ ଏତିକି ନୁହେଁ ଏହି ପାଞ୍ଚ ବର୍ଷ ମଧ୍ୟରୁ ଗୋଟିଏ ବର୍ଷ ସର୍ବାଧିକ ତାପମାତ୍ରାର ଶିକାର ହେବ ବୋଲି ରିପୋର୍ଟରେ କୁହାଯାଇଛି ।

ବିଶ୍ବ ଜଳବାୟୁ ସଂଗଠନ ପକ୍ଷରୁ କୁହାଯାଇଛି- ଆସନ୍ତା ୫ ବର୍ଷରେ ରେକର୍ଡ ତାପମାତ୍ରା ବୃଦ୍ଧି ଆଶଙ୍କା ୯୮ ପ୍ରତିଶତ ଥିବାବେଳେ ଏହି ୫ ବର୍ଷରୁ କୌଣସି ଗୋଟିଏ ବର୍ଷର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବା ଆଶଙ୍କା ୬୬ ପ୍ରତିଶତ ରହିଛି। ୨୦୧୫ ପରଠାରୁ ତାପମାତ୍ରା ବୃଦ୍ଧି ଘଟୁଥିବା କୁହାଯାଉଛି। ଗତ ଊନବିଂଶ ଶତାବ୍ଦୀଠାରୁ ବିଭିନ୍ନ ମନୁଷ୍ୟକୃତ କାରଣରୁ ବିଶ୍ବ ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ପାଇଛି।

୧୮୫୦ରୁ ୧୯୦୦ ମଧ୍ୟରେ ହାରାହାରି ତାପମାତ୍ରାଠାରୁ ୨୦୨୨ରେ ୧.୧୫ ଡିଗ୍ରୀ ସେଲସିୟସ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ପ୍ରତି ଦଶନ୍ଧିରେ ତାପମାତ୍ରା ୦.୨ ଡିଗ୍ରୀ ସେଲସିୟମ ବଢୁଛି। ଗତ ୭ ବର୍ଷ ଧରି ଗ୍ରୀନହାଉସ ପ୍ରଭାବ ଜୋରଦାର ପଡିବାରେ ଲାଗିଛି। ଜୁନ ଓ ଜୁଲାଇରେ ଏଲ ନିନୋ ପ୍ରଭାବ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପଡିବା ଆଶଙ୍କା ରହିଛି। ବିଶେଷ କରି ୨୦୨୪ରେ ଏଲ ନିନୋର ପ୍ରଭାବ ସର୍ବାଧିକ ହେବ ବୋଲି କୁହାଯାଇଛି।

ଜାତିସଂଘର ଆକଳନ: ୨୦୨୨ରେ ବିଶ୍ୱ ଅର୍ଥନୀତି ୩.୧% ଖସିବ
ନୂଆଦିଲ୍ଲୀ: ବର୍ଷ ୨୦୨୨ ବିଶ୍ୱ ଅର୍ଥନୀତି ପାଇଁ ଖରାପ ରହିବ। କାରଣ ମିଳିତ ଜାତିସଂଘ ଚଳିତ ବର୍ଷର ବିଶ୍ୱ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରିଛି ତାହା ଚକିତ କରିଦେବା ଭଲି ରହିଛି। ଚଳିତବର୍ଷ ସମଗ୍ର ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି ୪ ପ୍ରତିଶତରୁ ୩.୧ ପ୍ରତିଶତ ମଧ୍ୟରେ ହ୍ରାସ ପାଇବ ବୋଲି ଜାତିସଂଘ କହିଛି। ରୁଷ-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ବିଶ୍ୱରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବିଶ୍ୱ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍‌ ଭଳି ସ୍ଥିତି ଧୀରେ ଧୀରେ ସୁଧୁରୁଥିବାବେଳେ ଏହି ଯୁଦ୍ଧ ଅର୍ଥନୀତିକୁ ଆହୁରି ତଳକୁ ନେଇଯିବ ବୋଲି ଆକଳନରେ କହିଛି ଜାତିସଂଘ।

ଚଳିତ ଆର୍ଥିକବର୍ଷରେ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଅଭିବୃଦ୍ଧିକୁ ନେଇ ଆକଳନ କରି ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି ଥିବା ରାଷ୍ଟ୍ର ଆମେରିକା, ଚୀନ୍‌, ୟୁରୋପୀୟ ସଂଘ ଏବଂ ଅନ୍ୟାନ୍ୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧିକୁ ସାମିଲ କରାଯାଇଛି। ଜାତିସଂଘର ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ଆକଳନ ଶୀର୍ଷକ ଏହି ରିପୋର୍ଟରେ କୋଭିଡ୍‌ ପରେ ବର୍ତ୍ତମାନର ଯୁଦ୍ଧ ସ୍ଥିତି ବିଶ୍ବ ଅର୍ଥନୀତିକୁ ଅଧିକ ରସାତଳ କରିବ ବୋଲି ଚେତାବନୀ ଦିଆଯାଇଛି। ଚଳିତବର୍ଷ ବିଶ୍ୱ ଅର୍ଥନୀତି ୩.୧ ପ୍ରତିଶତ ହ୍ରାସ ସହ ଗୁରୁତର ପରିସ୍ଥିତି ଦେଇ ଗତି କରିବ ବୋଲି ଏଥିରେ କୁହାଯାଇଛି। ବିଶ୍ୱର ମାନ୍ଦା ପରିସ୍ଥିତି ଏବଂ ରୁଷ-ୟୁକ୍ରେନ୍‌ ଯୁଦ୍ଧ ବଜାରରେ ଖାଦ୍ୟ ଓ ସାର ମୂଲ୍ୟରେ ଅହେତୁକ ବୃଦ୍ଧି କରିଛି। ବିକଶିତ ରାଷ୍ଟ୍ରଗୁଡ଼ିକୁ ଖାଦ୍ୟ ନିରାପତ୍ତା ଏବଂ ଦାରିଦ୍ର୍ୟ ବିଶେଷ ଭାବେ ପ୍ରଭାବିତ କରିବ ବୋଲି ରିପୋର୍ଟରେ କୁହାଯାଇଛି।

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେବାରୁ ବିରତ ରହିଲା ଭାରତ
ନ୍ୟୁୟର୍କ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି। ଘମାଘୋଟ ଯୁଦ୍ଧ ମଧ୍ୟରେ କିନ୍ତୁ ପାଲଟା ଜବାବ ଦେବାରେ ୟୁକ୍ରେନ କୌଣସି ଅବହେଳା କରୁନାହିଁ।ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଋଷର ଏହି ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ବିପକ୍ଷରେ ଆସିଥିବା ପ୍ରସ୍ତାବର ସମର୍ଥନ କରି ୧୫ଟି ଦେଶ ମଧ୍ୟରୁ ୧୧ ଦେଶ ଭୋଟ ଦେଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଋଷ ଭିଟୋ ପ୍ରୟୋଗ କରିଥିଲା । ଏହା ପୂର୍ବରୁ ସମସ୍ତେ ଜାଣିଥିଲେ ଯେ ଋଷ ପାଖରେ ସ୍ଥାୟୀ ସଦସ୍ୟତାର ମାନ୍ୟତା ଥିବାରୁ ସେ ଭିଟୋ ପ୍ରୟୋଗ କରିବ। ତେବେ ଏହି ପ୍ରସ୍ତାବ ଉପରେ ଭାରତ ସମେତ ଚୀନ ଓ ୟୁଏଇ ମଧ୍ୟ ଭୋଟ ଦେବାରୁ ଦୂରେଇ ରହିଛନ୍ତି ।

ଏହି ପ୍ରସ୍ତାବ ବିଫଳ ହୋଇଥିଲେ ମଧ୍ୟ ପରିଷଦରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧଖୋର ଆଚରଣକୁ ସଦସ୍ୟ ରାଷ୍ଟ୍ରମାନେ ନିନ୍ଦା କରି ନିଜର ପକ୍ଷ ରଖିଛନ୍ତି। ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଭୋଟ ପରେ କହିଛନ୍ତି, “ମୁଁ ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି, ଋଷ ସଂକଳ୍ପ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ଦେଇପାରେ । କିନ୍ତୁ ଆମ ସ୍ୱର ଉପରେ କେବେ ହେଲେ ଭିଟୋ ପ୍ରୟୋଗ କରିପାରିବ ନାହିଁ । ଋଷ କେବେ ହେଲେ ସତ୍ୟ ଉପରେ ଭିଟୋ କରି ପାରିବ ନାହିଁ । ଆମ ନୀତି ଓ ୟୁକ୍ରେନ ଲୋକଙ୍କ ଉପରେ ଭିଟୋ ପ୍ରୟୋଗ କରିପାରିବ ନାହିଁ ।

ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ: ଜାତିସଂଘ
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଛି । ହେଲେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିଚେଲ ବାସେଲେଟ କହିଛନ୍ତି ଯେ, ବାଧ୍ୟତାମୂଳକ ଟିକାକରଣ କେବେ ହେଲେ ଗ୍ରହଣୀୟ ନୁହେଁ । ଯେଉଁ ରାଷ୍ଟ୍ରମାନଙ୍କରେ କରୋନା ବିରୋଧୀ ଲଢ଼େଇରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି କିମ୍ବା ଏଥିପାଇଁ ଯୋଜନା ରହିଛି ସଂପୃକ୍ତ ରାଷ୍ଟ୍ର ମାନବାଧିକାରକୁ ମଧ୍ୟ ଗୁରୁତ୍ବ ଦେବା ଦରକାର। କୌଣସି ବି ପରିସ୍ଥିତିରେ ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ଜାତିସଂଘ ମାନବାଧିକାର ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମିଚେଲ ସମସ୍ତଙ୍କୁ ସତର୍କ କରାଇବା ସହ ଟିକାକରଣ ବାଧ୍ୟତାମୂଳକ କରିବା ପୂର୍ବରୁ ମାନବାଧିକାର କ୍ଷେତ୍ରର ବିଭିନ୍ନ ଦିଗକୁ ବିଚାରକୁ ନେବା ଉଚିତ ବୋଲି କହିଛନ୍ତି । ଯଦି ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବ ସେତେବେଳେ ଟିକାକୁ ବାଧ୍ୟତାମୂଳକ କରାଯାଇପାରେ। ମାସ୍କ ପରିଧାନ ଠାରୁ ସମାଜିକ ଦୂରତାରକ୍ଷା ଭଳି କରୋନା କଟକଣା ପାଇଁ ରହିଥିବା ବିଭିନ୍ନ ନିୟମ ପାଳନ ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ସଫଳତା ନ ମିଳିଲେ ଟିକା ନିୟମକୁ ଜରୁରୀ କରାଯାଇ ପାରିବ ବୋଲି ମିଚେଲ କହିଛନ୍ତି । ଯଦି ଜଣେ ବ୍ୟକ୍ତି ବାଧ୍ୟତାମୂଳକ ଟିକାକରଣ ନୀତିକୁ ଗ୍ରହଣ ନ କରନ୍ତି ତେବେ ତାଙ୍କ ବିରୋଧରେ ଜୋରିମାନା ଲଗାଯାଇପାରିବ ଯେଉଁଠି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ସେଠାରେ ଲୋକଙ୍କୁ ଏହାର ସମୀକ୍ଷା ପାଇଁ ନ୍ୟାୟପାଳିକା ସୁବିଧା ମଧ୍ୟ ମିଳିବା ଦରକାର ବୋଲି ସେ କହିଛନ୍ତି।