Sumit Tapaswini - The Sakala

ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲା : ଜିଲ୍ଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବେ ସୁମିତ
ବ୍ରହ୍ମପୁର : ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ତପସ୍ବିନୀ ଏବଂ ସୁମିତଙ୍କ ବିବାଦର ରାୟ ଆଜି ଜିଲ୍ଲାକୋର୍ଟରୁ ଆସିଥିଲା। ଜିଲ୍ଲାକୋର୍ଟ ତାଙ୍କ ରାୟରେ ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ଏଥି ସହିତ ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ ବୋଲି ମଧ୍ୟ ରାୟରେ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ତପସ୍ବିନୀ ଖୁସି ବ୍ୟକ୍ତ କରିବା ସହ ତାଙ୍କ ସ୍ବାମୀଙ୍କ ସହ ହସଖୁସିରେ ପୁଣିଥରେ ସମୟ ବିତିବ ବୋଲି ଆଶାବ୍ୟକ୍ତ କରିଥିଲେ।

ହେଲେ ଅନ୍ୟପଟେ ଜିଲ୍ଲା ଦୌରାଜଜ୍‌ଙ୍କ ରାୟରେ ଖୁସି ନାହାନ୍ତି ତପସ୍ବିନୀଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁ।  ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ। ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟରେ ଆମେ  ସନ୍ତୁଷ୍ଟ ନାହୁଁ। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିବୁ ବୋଲି ଡାକ୍ତର ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି।

ତପସ୍ୱିନୀ-ସୁମିତ ବିବାଦ : ଏସ୍.ଡି.ଜେ.ଏମ୍ କୋର୍ଟର ରାୟ ବିରୋଧରେ କରାଯାଇଥିବା ଅପିଲର ଶୁଣାଣି କଲେ ଜିଲ୍ଲା କୋର୍ଟ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି। ସୁମିତ ଭିଡିଓ ଜାରି କରି ତପସ୍ୱିନୀଙ୍କ ଉପରେ ଆରୋପ ଲଗାଉଥିବା ବେଳେ ତପସ୍ୱିନୀ ମଧ୍ୟ ଭିଡିଓ ଜାରି କରି ତାଙ୍କ ମନର କଥା କହିବା ସହ ସୁମିତଙ୍କ ଉପରେ ଆରୋପ ଲଗାଉଛନ୍ତି। ଏହାରି ମଧ୍ୟରେ ଏକ ମାସରୁ ଅଧିକ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଅଛନ୍ତି ତପସ୍ୱିନୀ।  ତପସ୍ୱିନୀ-ସୁମିତଙ୍କ ମାମଲାରେ ଏସ୍.ଡି.ଜେ.ଏମ୍ କୋର୍ଟ ୩ ଥର ରାୟ ପ୍ରକାଶ କରିଥିଲେ ମଧ୍ୟ କିଛି ଫଳ ମିଳିପାରୁନାହିଁ। ଏହାରି ମଧ୍ୟରେ ଏସ୍.ଡି.ଜେ.ଏମ୍ କୋର୍ଟଙ୍କ ରାୟ ବିରୋଧରେ ଉଭୟ ପକ୍ଷରୁ ଜିଲ୍ଲା କୋର୍ଟରେ କରାଯାଇଥିବା ଅପିଲର ଣୁଣାଣି ହୋଇଛି।

ଆଜି ଜିଲ୍ଲା କୋର୍ଟରେ ତପସ୍ୱିନୀ-ସୁମିତଙ୍କ ଅପିଲର ଶୁଣାଣି ହୋଇଛି। ଉଭୟ ପକ୍ଷର ଓକିଲଙ୍କ ଜବାବ୍ ସୁଆଲ୍ ହୋଇଥିବା ବେଳେ ଜିଲ୍ଲା କୋର୍ଟ ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜାନୁୟାରୀ ୪ ତାରିଖକୁ ସମୟ ଧାର୍ଯ୍ୟ କରିଥିବା ଉଭୟ ଓକିଲ ସୂଚନା ଦେଇଛନ୍ତି। ତପସ୍ବିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ଥ ଦାୟିତ୍ୱ ବହନ କରିବା ନିମନ୍ତେ ୨ ଏବେ ୯ ତାରିଖରେ ଏସ୍ ଡି ଜେ ଏମ୍ କୋର୍ଟ ଦେଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତଙ୍କ ଓକିଲ। ସେହିପରି ତପସ୍ବିନୀଙ୍କୁ ଚଳିବା ଏବଂ ଭରଣ ପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଏସ୍ ଡି ଜେ ଏମ୍ କୋର୍ଟରେ କରାଯାଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ବିନୀଙ୍କ ଓକିଲ। ଆଜି  ୨ଟି ପିଟିସନର ଶୁଣାଣି କରିଛନ୍ତି ଜିଲ୍ଲା ଦୌରାଜଜ୍।ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲାରେ ଉଭୟ ପକ୍ଷର ଓକିଲ କୋର୍ଟରେ ନିଜ ନିଜର ପକ୍ଷ ରଖିଥିଲେ। ଯାହା ପରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସହ ଚୁଡାନ୍ତ ରାୟ ଆସନ୍ତା ୪ ତାରିଖରେ ଶୁଣାଇବେ ବୋଲି ଆଦେଶ ଦେଇଛନ୍ତି।

କାନ୍ଦି କାନ୍ଦି ଭିଡ଼ିଓ ଜାରି କଲେ ତପସ୍ଵିନୀ : ଶ୍ବଶୁରଙ୍କୁ କହିଲେ- ବାପା ଦୟାକର ମୋତେ ଛୋଟ ଝିଅ ଭାବି କ୍ଷମାକର, ମୋ ସ୍ବାମୀକୁ ଫେରାଇ ଦିଅ
ବ୍ରହ୍ମପୁର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ-ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ସୁମିତ ଏବଂ ତପସ୍ୱିନୀ ବିବାଦକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହାକୁ ନେଇ ଲୋକେ ଦିନ ରାତି ଚର୍ଚ୍ଚା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଦିର୍ଘ ମେସେରୁ ଉର୍ଦ୍ଧ୍ବ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଥିବା ତପସ୍ଵିନୀ ଆଜି କାନ୍ଦି କାନ୍ଦି ଭିଡ଼ିଓ ଜାରି କରିଛନ୍ତି। ଏଥିରେ ସେ ସ୍ୱାମୀ ସୁମିତଙ୍କୁ ତାଙ୍କ ପାଖକୁ ଫେରି ଆସିବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିବା ବେଳେ ସାଧାରଣ ଲୋକ ଓ ତାଙ୍କ ଶ୍ୱଶୂରଙ୍କ ଉଦ୍ଦେଶ୍ୟରେ ମଧ୍ୟ କିଛି କଥା କହିଛନ୍ତି।

ତପସ୍ବିନୀ ଜାରି କରିଥିବା ଭିଡିଓରେ ଭାବବିହ୍ବଳ ହୋଇ କହିଛନ୍ତି ‘ଏତେ ଦିନର ଧାରଣା ପରେ ବହୁ କଷ୍ଟ ପାଇଲିଣି, ଯାହାକୁ ବିଶ୍ବସ କରି ହାତ ଧରିଥିଲି ସେ ହିଁ ବରବାଦ କରିବା ପାଇଁ ଚାହୁଁଛନ୍ତି। ଅନେକ ବର୍ତ୍ତମାନ ଚାହୁଁଛନ୍ତି ବାରଣ୍ଡାରୁ ମୋତେ ଉଠାଇବା ପାଇଁ। କିଏ ମାରିବା ଧମକ ଦେଉଛି ତ ଆଉ କେହି ଅଯଥାରେ ମୋ ନାଁରେ କେସ କରୁଛନ୍ତି। ମୁଁ ବଞ୍ଚି ଥାଉ ଥାଉ ମୋତେ ନେଇଯାଅ ସୁମିତ । କାଲି ମୋ ମନରେ ଯଦି ମରିବାର ଭାବନା ଆସେ ତେବେ ତମ ଆଉ ମୋତେ ପାଇପାରିବ ନାହିଁ ।କୋହଭରା କଣ୍ଠରେ ଏଭଳି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଡିମ୍ପଲ । ଭୋ ଭୋ ହୋଇ କାନ୍ଦୁଛନ୍ତି ଡିମ୍ପଲ ।

କାନ୍ଦି କାନ୍ଦି ଲୁହ ଛଳ ଛଳ ହୋଇ ତପସ୍ବିନୀ ଆହୁରି ମଧ୍ୟ କହୁଛନ୍ତି , ‘ମୁଁ ସୁମିତକୁ ଭଲ ପାଇ ବାହା ହୋଇଥିଲି, ବହୁତ ବିଶ୍ୱାସ କରେ ।ମୁଁ ସୁମିତଙ୍କୁ ଯେତେବେଳେ ବାହା ହୋଇଥିଲି ସେତେବେଳେ ମୋର ବିଶ୍ୱାସ ଥିଲେ ଯେ ଆମେ ଦୁଇ ଜଣ ବହୁତ ଖୁସିରେ ରହିବୁ। କିନ୍ତୁ ସେମିତି କିଛି ବି ହେଲାନି। ଆଜି ସବୁ କଥା ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି। ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସେ ହିଁ ମୋତେ ବରବାଦ କରିବାକୁ ଚାହୁଁଛନ୍ତି। ସେଥିପାଇଁ କେତେ ପ୍ଲାନ୍ କରୁଛନ୍ତି। ସବୁ ପରେ ବି ମୁଁ ଚାହୁଁଛି ସୁମିତ ମୋ ପାଖକୁ ଫେରି ଆସନ୍ତୁ। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ତାଙ୍କୁ ବରବାଦ କରିବା ପାଇଁ ଚାହେଁନି।  ଡିମ୍ପଲର କିଛି ବି ନାହିଁ ସୁମିତଙ୍କୁ ଦେବା ପାଇଁ। କେବଳ ଡିମ୍ପଲ ହିଁ ଅଛି ସୁମିତଙ୍କ ପାଇଁ। ସୁମିତ ତୁମେ ଯେଉଁ ଡିମ୍ପଲକୁ ଦେଖିଥିଲ ଆଜି ବି ସେହି ଡିମ୍ପଲ ହିଁ ତୁମ ପାଖରେ ଠିଆ ହେବାକୁ ଚାହୁଁଛି। ମୁଁ ବଞ୍ଚିଛି ମୋତେ ନେଇ ଯାଅ। କିଏ ଜାଣେ କାଲି ଆଉ ମୁଁ ନଥିବି। ମୋତେ ବହୁତ କଷ୍ଟ ହେଲାଣି ସୁମିତ।’

ସେ ଆହୁରି କହିଛନ୍ତି, ଯେଉଁମାନେ ଭାବୁଛନ୍ତି ମୁଁ ପଇସା ଲାଗି ଏମିତି କରୁଛି, ସେସବୁ ମିଛ। ମୁଁ ପଇସା ପାଇଁ କରୁନି। ମୁଁ ମୋ ସ୍ୱାମୀଙ୍କୁ ଚାହୁଁଛି। ମୁଁ ମୋ ସୁମିତଙ୍କୁ ଚାହୁଁଛି। ଆପଣମାନଙ୍କୁ ଅନୁରୋଧ ମୋତେ ଖରାପ କୁହନ୍ତୁନି। ସୁମିତଙ୍କୁ ବି ଖରାପ କୁହନ୍ତୁ ନାହିଁ।ଭିଡିଓରେ କାନ୍ଦି କାନ୍ଦି ତପସ୍ୱିନୀ ତାଙ୍କ ଶ୍ୱଶୁରଙ୍କୁ ବି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ବାପା ଦୟା କର। ଯଦି କିଛି ଭୁଲ୍ କରିଛି ଛୋଟ ଝିଅ ଭାବି କ୍ଷମା କରି ଦିଅ। ମୋତେ ମୋ ସ୍ୱାମୀଙ୍କୁ ଫେରାଇ ଦିଅ। ମୋତେ ମୋ ସୁମିତଙ୍କୁ ଦେଇ ଦିଅ। ମୁଁ ଆଉ ପାରୁନି। ମୁଁ କେବଳ ସୁମିତଙ୍କ ପାଇଁ ହିଁ ଲଢ଼େଇ କରୁଛି। ବଞ୍ଚିଥିବା ଅବସ୍ଥାରେ ମୋତେ ଗ୍ରହଣ କରି ନିଅନ୍ତୁ ବୋଲି କହିଛନ୍ତି ଡିମ୍ପଲ ।

ମାସେ ହେଲାଣି ଶ୍ବଶୁର ଘର ସାମ୍ନାରେ ବୋହୁ, ତଳ କୋର୍ଟ ରାୟ ବିରୋଧରେ ଜିଲ୍ଲାକୋର୍ଟରେ ଅପିଲ୍ କଲେ ତପସ୍ୱିନୀଙ୍କ ଓକିଲ
ବ୍ରହ୍ମପୁର : ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ଘଟଣାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଆଲୋଚନା ଜାରି ରହିଛି। ଏହାରି ମଧ୍ୟରେ ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀଙ୍କ ଧାରଣାକୁ ଠିକ୍ ମାସେ ପୂରିଛି। ନଭେମ୍ବର ୨୨ରେ ତପସ୍ୱିନୀ ବୋହୁ ବେଶରେ ତାଙ୍କ ସହଯୋଗୀ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘରକୁ ଆସିଥିଲେ। ସେତେବେଳ କେହି ତାଙ୍କୁ ଗ୍ରହଣ ନ କରିବାରୁ ସେ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ନଭେମ୍ବର ୨୨ ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ତପସ୍ୱିନୀ ଏବଂ ସୁମିତଙ୍କ ବିବାଦ କେବଳ ବ୍ରହ୍ମପୁର ନୁହେଁ ସାରା ରାଜ୍ୟବାସୀଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଛି। ଏହି ମାସକ ମଧ୍ୟରେ ସାମାନ୍ୟ ଚିତ୍ର ବଦଳିଛି। ତପସ୍ୱିନୀ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେବା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଆସିକା ଚିନିକଳରେ ସ୍ୱମୀଙ୍କ ସହ ରହିଥିଲେ। ପରେ ପୁଣି ଶ୍ୱଶୁର ଘର ବାରଣ୍ଡାରେ ଧାରଣା ଦେଇଛନ୍ତି। ଦୁଇଦିନ ପୂର୍ବେ ସ୍ଥାନୀୟ ମହିଳାମାନେ ଉତ୍ୟେକ୍ତ ହୋଇ ତାଙ୍କ ଶ୍ୱଶୁର ଘରର ମୁଖ୍ୟ ଗେଟ୍ ଭାଙ୍ଗି ତପସ୍ୱିନୀଙ୍କୁ ଭିତରକୁ ନେଇଥିଲେ। ହେଲେ ଭିତର କବାଟ ବନ୍ଦ ରହିଥିବା ଯୋଗୁଁ ତପସ୍ୱିନୀ ବାରଣ୍ଡାରେ ଧାରଣାରେ ବସିଛନ୍ତି।

ଅନ୍ୟପଟେ ଉଭୟ ପତି-ପତ୍ନୀ ଏବଂ ଶ୍ୱଶୁରଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଯୋରଦାର ଚାଲିଛି। ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ରଖିବା ପାଇଁ ତପସ୍ୱିନୀଙ୍କ ଓକିଲ ଯେଉଁ ପିଟିସନ ଦେଇଥିଲେ ତାହାର କୌଣସି ରାୟ ଆସିନଥିବା ଯୋଗୁଁ ଏହାକୁ ନେଇ ଉପର କୋର୍ଟରେ ଆଇନଜୀବୀ ଦୀପକ ପଟ୍ଟନାୟକ ଅପିଲ କରିଥିବା ସୂଚନା ଦେଇଛନ୍ତି। ଆସିକା ଚିନିକଳ ଅତିଥି ଭବନରେ ଏକାଠି ୭ଦିନ ରହିବା ପରେ ଆଜି ପର୍ଯ୍ୟନ୍ତ ସୁମିତଙ୍କ ପତ୍ତା ନାହିଁ। ଏହାକୁ ନେଇ ସୁମିତଙ୍କ ଓକିଲ ଦୀପକ ପଟ୍ଟନାୟକ ଏସଡିଜେଏମ୍ଙ୍କ କୋର୍ଟରେ ଏକ ପିଟିସନ ଦାଖଲ କରିବା ସହ ସୁମିତ୍ କୋର୍ଟ ଆଦେଶ ଅବମାନନା କରିବା ସହ ତାଙ୍କର ପତ୍ତା ନଥିବା ଯୋଗୁଁ ଧାରଣାରେ ବସିଥିବା ତପସ୍ୱିନୀ ଶ୍ୱଶୁର ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। ଏହାକୁ ସୁମିତଙ୍କ ଓକିଲ ବିରୋଧ କରିଥିଲେ। ଚଳିତ ମାସ ୨୦ ତାରିଖରେ ଏସଡିଜେଏମ୍ ତପସ୍ୱିନୀ କେଉଁଠି ରହିବେ ସେ ନେଇ କୌଣସି ରାୟ ନ ଦେଇଥିବା ବେଳେ ୯ ତାରିଖରେ ଦେଇଥିବା ରାୟର ପୁନରାବୃତି କରିଥିଲେ। ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତ ଭଡା ଘରେ ନେଇ ରଖି ପତ୍ନୀର ମର୍ଯ୍ୟାଦା ଦେଇ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଉଲ୍ଲେଖ କରିଥିଲେ।

ତେବେ ସୁମିତଙ୍କ କୌଣସି ପତ୍ତା ନଥିବା ଯୋଗୁଁ ତପସ୍ୱିନୀ ପୁଣି ପ୍ରମିଳାଦେବୀଙ୍କ ସହ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଥିଲେ। ପୁଲିସ ତପସ୍ୱିନୀଙ୍କୁ ସୁରକ୍ଷା ଦେଇ ବସିଥିଲେ। ତାଙ୍କ ସ୍ୱାମୀ ଡାକ୍ତର ସୁମିତଙ୍କୁ ପାଇବା ପରେ ହିଁ ଧାରଣାରୁ ଉଠିବେ ବୋଲି ତପସ୍ୱିନୀ କହିଛନ୍ତି। ଅନ୍ୟପଟେ ଉକ୍ତ ଅଂଚଳରେ ୨୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଥିବା ଯୋଗୁଁ ଉକ୍ତ ଅଂଚଳ ପୁରା ଶୂନଶାନ୍ ହୋଇ ରହିଛି। ଏହି ଘଟଣାର ଅନ୍ତ କଣ ଘଟିବ ସେ ନେଇ କେହି ମଧ୍ୟ କିଛି କହିପାରୁନଥିବା ବେଳେ ପୁଣି ଚଳିତ ମାସ ୨୭ ତାରିଖରେ ଉପରକୋର୍ଟରେ ହେବାକୁ ଥିବା ରାୟ ଉପରେ ସମସ୍ତଙ୍କ ନଜର ରହିଛି।

ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେ ସୁମିତଙ୍କ ଜେଜେ ମାଆ
ଭୁବନେଶ୍ୱର: ଡିମ୍ପଲ ଓ ଡା: ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନେଇଛି ନୂଆ ମୋଡ । ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସୁମିତଙ୍କ ୭୮ ବର୍ଷୀୟ ଜେଜେ ମା ବିବାସିନୀ ସାହୁ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଘର ସମ୍ମୁଖରେ ଡିମ୍ପଲଙ୍କ ଧାରଣା ଯୋଗୁଁ ଗୃହବନ୍ଦୀ ଭାବେ ଜୀବନ କାଟୁଥିବା କହିଛନ୍ତି । ନିଜେ ଓ ତାଙ୍କ ବୋହୁଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ସୁରକ୍ଷା ଓ ନ୍ୟାୟ ମାଗିଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ ମହିଳା କମିଶନ ଅଧ୍ୟକ୍ଷା ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା । ମାମଲା କୋର୍ଟରେ ବିଚାରାଧୀନ ରହିଛି, ରାୟ ପାଇଁ ଧର୍ଯ୍ୟ ରଖିବା ଆବଶ୍ୟକ, ଆଇନକୁ ହାତକୁ ନେବା ଉଚିତ ନୁହେଁ । ସୁମିତଙ୍କ ଜେଜେ ମା ବିବାସିନୀଙ୍କ ଅଭିଯୋଗ କମିଶନ ପାଇଛନ୍ତି । ସେମାନଙ୍କୁ ସୁରକ୍ଷା ଦେବାକୁ କମିଶନ ବ୍ରହ୍ମପୁର ଏସ ପି ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବେ ବୋଲି କହିଛନ୍ତି । ଆଜି ରାଜ୍ୟ ମହିଳା କମିଶନ ୫ ଦିନିଆ ଗସ୍ତରେ ବାହାରିଥିବା ବେଳେ ରାସ୍ତାରେ ଏହି ଘଟଣାରେ ବ୍ରହ୍ମପୁର ଏସ ପିଙ୍କୁ ଭେଟିବା ସମ୍ଭାବନା ରହିଛି ।

ପ୍ରଥମ ଥର ପାଇଁ ମୁଁହ ଖୋଲିଲେ ସୁମିତ: କହିଲେ ମୁଁ ଫେରାର ହୋଇନି, ହାଇଲାଇଟ୍‌ ହେବା ପାଇଁ ମୋ ପରିବାରକୁ ବଦନାମ କରୁଛନ୍ତି ତପସ୍ୱିନୀ
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ । ନିଖୋଜ କୁହାଯାଉଥିବା ପତି ସୁମିତଙ୍କର ଆସିଲା ଅଡିଓ । ନିଜେ ଅଡିଓ ରିଲିଜ କରିଛନ୍ତି ସୁମିତ । ସୁମିତ କହିଛନ୍ତି ଯେ ମୋର କିଡନାପ ହୋଇନାହିଁ କି ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ ପାଇଁ ତପସ୍ୱିନୀ  ମିଡିଆ ଆଗରେ ମୋ ପରିବାରକୁ ବଦନାମ କରିଚାଲିଛନ୍ତି। ଯାହା ମତେ ଆହୁରି ମାନସିକ ଚାପ ଦେଉଛି ବୋଲି ଅଡିଓ ବାର୍ତ୍ତାରେ ସୁମିତ କହିଛନ୍ତି।

ଗତ ୧୦ ତାରିଖରୁ ଗାଏବ ଥିବା ଡାକ୍ତର ସୁମିତ ସାହୁ ନିଜର ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏଥିରେ ସୁମିତ କହିଛନ୍ତି ଯେ ସେ ଫେରାର ହୋଇନାହାନ୍ତି ବରଂ ଅସୁସ୍ଥତା ପାଇଁ ବିଶ୍ରାମ ନେଉଛନ୍ତି। ଏଥିପାଇଁ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅସୁସ୍ଥତା ଥିବାରୁ ତପସ୍ୱିନୀ ଦାଶଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜ ମନେ କରିଥିବା କହିଛନ୍ତି। ଅସୁସ୍ଥ ଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ସାଙ୍ଗସାଥୀଙ୍କ ଜରିଆରେ ଭଡ଼ା ଘର ଖୋଜୁଛନ୍ତି ବୋଲି କହିଛନ୍ତି।ଆଶା କରୁଛି ଶୀଘ୍ର ଘର ମିଳିବ ବୋଲି ।ମୁଁ ଯାହାବି ଏଲିଗେସନ ଶୁଣିବାକୁ ପାଉଛି ସବୁ ମିଛ କେବଳ ମୋ ନାମ କୁ ତଳେ ପକାଇବାପାଇ ଅପଚେଷ୍ଟା ଚଲେଇଛନ୍ତି ତପସ୍ୱିନୀ ।

କୋର୍ଟଙ୍କ ନିର୍ଦେଶ କ୍ରମେ ଦୁହେଁ ୭ ଦିନ ଏକାଠି ସମୟ ବିତାଇଥିଲୁ କିନ୍ତୁ ଦୁଇଜଣଙ୍କ ସମ୍ପର୍କ ଆଗକୁ ବଢିନି କି କିଛି ଠିକ ହୋଇନାହିଁ । ଯାହା ବି ପ୍ରବ୍ଲେମ ଫେସ କଲି ତପସ୍ପିନି ଯୋଗୁଁ ସେ ସବୁ ଆଇ.ଆଇ.ସି ଆସିକାଙ୍କ ମାଧ୍ୟମରେ SDJM କୋର୍ଟ କୁ ଜଣାଇଛି । ସେକଣ୍ଡ ଅର୍ଡରରେ ମାନ୍ୟବର କୋର୍ଟ ଲିବଟ୍ରି ଦେଇଛନ୍ତି କାହାକୁ ଜୁଡିସିଅସ ରଖିନାହାନ୍ତି । ଏମିତି ତ ମୋ ଲାଇଫ ବର୍ବାଦ କରିଦେଲେଣି ତପସ୍ୱିନୀ ଆହୁରି କରି ଚାଲିଛନ୍ତି । ଏସବୁ ମିଛ ଏଲିଗେସନ ଲଗାଇ ଚାଲିଛନ୍ତି । ଯେହେତୁ ସେ ଜଣେ ମହିଳା ତେଣୁ ତାଙ୍କ ପ୍ରତି ପବ୍ଲିକ ସିମ୍ପାଥି ରହୁଛି ଏବଂ ଯାହାର ଫାଇଦା ନେଇ ସେ  ଏମିତି କରୁଛନ୍ତି । ପର୍ସନାଲ ଲାଇଫ କୁ ମିଡିଆ ରେ ଦେଖାଇକି ପବ୍ଲିସିଟି ପାଇଁ ଏମିତି କରୁଛନ୍ତି । ମୋତେ ଆଉ ମୋ ଫାମିଲି କୁ ମିଡିଆ ସାମ୍ନାରେ ଖରାପ କହିଲା ପରେ ବି ମୋ ସହିତ କାହିଁକି ରହିବା ପାଇଁ ଚାହୁଁଛନ୍ତି । କେଶ କଲା ପରେ ବି କାହିଁକି ରହିବାକୁ ଚାହୁଁଛନ୍ତି । ଏଟା କିଛି ନାହିଁ କଂଫେରେନ୍ସି ଚାଲିଛି ଆମକୁ ହାରସ କରିବା ପାଇଁ। ଆମ ପ୍ରେଷ୍ଟିଜ କୁ ନଷ୍ଟ କରିବା ପାଇଁ । ମୁଁ ତପସ୍ୱିନୀ କୁ ରିକୁଏସ୍ଟ କରୁଛି ମିଡିଆ ସାମ୍ନାରେ ଲୋକଙ୍କ ସାମ୍ନାରେ ଶାଳୀନତା ରଖନ୍ତୁ । ମୋତେ ଡାଇରିଆ କି ମେଲେରିଆ ଯାହାବି ତାହା ଡକ୍ଟର ବୁଝୁଛନ୍ତି ସେ ବିଶେଷ ଚିନ୍ତା କରିବା ଦରକାର ନାହିଁ ।

ତପସ୍ୱିନୀ ନିଜକୁ ଏତେ ଏଜୁକେଟେଡ଼ କହୁଛନ୍ତି ଏତିକି ଜାଣିବା କଥା ହେଲଥ କଣ୍ଡିସନ କୁ ନେଇକି ମଜା କରିବାଟା ଠିକ ନୁହଁ । ମୁଁ ତପସ୍ୱିନୀଙ୍କ ଦ୍ଵାରା ପରିଚାଳିତ ନୁହେଁ। ଯେ ତାକୁ ପଚାରି ସବୁ ଜିନିଷ କରିବି ମୋର  ସ୍ବାଧୀନତା ଅଛି । ମୋର ଫଣ୍ଡମେଣ୍ଟାଲ ରାଇଟ୍ସ ଅଛି । ଶେଷରେ ଏତିକି  କହିବାକୁ ଚାହେଁ ବିନା କାରଣ ରେ ମିଡିଆ ସାମ୍ନାରେ ବସି ଅପମାନ କରିବାଟା ମାନହାନି କରିବାଟା କେତେଦୂର ଠିକ ସେ ନିଜେ ରିଏଲାଇଜ କରନ୍ତୁ ବୋଲି ସୁମିତ କହିଛନ୍ତି।

ସୂଚନାଯୋଗ୍ୟ, ଶାଶୁଘର ଲୋକେ ଗ୍ରହଣ କରିବା ଦାବିରେ ତପସ୍ୱିନୀ ଘର ଆଗରେ ବସିବା ସହ ମାଣ ବସାଇ ଥିଲେ । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲା କୋର୍ଟକୁ ଯାଇଥିଲା । ଏହାର ବିଚାର କରି ୭ ଦିନ ଭଡା ଘର ନେଇ ରହିବାକୁ କୋର୍ଟ ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ସୁମିତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପତିପତ୍ନୀ ୭ ଦିନ ରହିବା ପରେ ଆଉ ୭ ଦିନ ଏକାଠି ରହିବାକୁ କୋର୍ଟ କହିଥିଲେ । ପରେ ସୁମିତ କେଉଁଆଡେ ଚାଲି ଯାଇଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ । ଯାହାକୁ ନେଇ ଚର୍ଚ୍ଚା ସରି ନଥିବା ବେଳେ ସୁମିତଙ୍କ ଅଡିଓ ଆସିଛି ।

ସୁମିତ ଏବଂ ଡିମ୍ପଲଙ୍କ ମାମଲାରେ ନୂଆ ମୋଡ଼: କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁମିତ ଫେରାର
ବ୍ରହ୍ମପୁର: ସୁମିତ ଏବଂ ଡିମ୍ପଲଙ୍କ ମାମଲରେ ଗତକାଲି  କୋର୍ଟ ନୂଆ ଆଦେଶ ଦେଇଥିଲେ। ଦୁହେଁ ପୁଣି ମିସିକି ରହିବେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ରହିବ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ। କେଶ ସରିଲା ପରେ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ। ହେଲେ କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ତପସ୍ୱିନୀ(ଡିମ୍ପଲ)ଙ୍କ ତପସ୍ୟାକୁ ଭାଙ୍ଗି ଦେଇ ଫେରାର୍ ହୋଇ ଯାଇଛନ୍ତି ଡାକ୍ତର ସୁମିତ ।

ତପସ୍ୱିନୀଙ୍କ କହିବା ଅନୁଯାୟୀ, ଗତକାଲି ସୁମିତ ମେଡିକାଲ ଯାଇଥିଲେ । ରାତି ୮ଟା ପାଖାପାଖି କୋର୍ଟଙ୍କ ଆଦେଶ ପରେ ଠିକ୍ ସମୟରେ ଘରକୁ ଫେରି ନଥିଲେ । ତାପରେ ତପସ୍ୱିନୀ ଡାକିବା ପରେ ଫେରିଥିଲେ ସୁମିତ । ହେଲେ ରାତିରେ ଆଖିରେ ନିଦ ନଥିଲା । ବାରଣ୍ଡାରେ ଚେୟାରକୁ ଚେୟାର ଯୋଡ଼ି ଶୋଇଥିଲେ ସୁମିତ । ଏହା ପୂର୍ବରୁ ସୁମିତ, ତପସ୍ୱିନୀ ୭ ଦିନ ଏକାଠି ରହିବା ସହ ସମୟ କାଟିଥିଲେ ।

ତେବେ ପ୍ରଥମ ପର୍ଯ୍ଯାୟ ରହଣୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କେହି କାହା ସହ କଥା ହେବା କଥା ନୁହେଁ । ସେତେବେଳେ ସୁମିତ୍ ଫୋନରେ ଅନ୍ୟମାନଙ୍କ ସହ କଥା ହେଉଥିଲେ ବୋଲି କହିଛନ୍ତି ତପସ୍ୱିନୀ । ସୁମିତଙ୍କୁ ବତାଇ କେହି ଫେରାର୍ କରାଇ ଦେବା କହିଛନ୍ତି ସେ । ଆଜି ସକାଳେ ସୁମିତ ଫୋନରେ କଥା ହୋଇ ହୋଇ ପଳାଇଛନ୍ତି । ସୁମିତ ପୂର୍ବ ଯୋଜନାବଦ୍ଧ ଭାବେ ପଳାଇଛନ୍ତି । ମୋ ପାଇଁ ଭଗବାନ ଅଛନ୍ତି, ପାରିଲା ପର୍ଯ୍ଯନ୍ତ ମୁଁ ଲଢ଼ିବି ବୋଲି ଡିମ୍ପଲ କହିଛନ୍ତି।