CDS General Bipin Rawat - The Sakala
ନୂଆଦିଲ୍ଲୀ : ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ ବିମାନରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ  ମଧୁଲିକା ରାୱତଙ୍କ ସମେତ ସମେତ ୧୪ ଜଣ ଯବାନ ଯାତ୍ରା କରୁଥିଲେ। ଯେଉଁ ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣାରେ  ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ। ତେବେ ସେହି ଦିନଠାରୁ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବା କିପରି ଘଟିଲା ଏତେ ବଡ ଦୁର୍ଘଟଣା। ଭାରତୀୟ ସେନାର ସବୁଠୁ ବଡ ଉଚ୍ଚପଦସ୍ତ ଅଫିସର ସିଡିଏସ୍‌ ରାୱତଙ୍କୁ ନେଇ ଯାଉଥିବା ସୁରକ୍ଷିତ ହେଲିକପ୍ଟର କିପରି ଏବଂ କାହିଁକି ଦୁର୍ଘଟଣାର ଶିକାର ହେଲା। ଏହାର ଉତ୍ତର ଜାଣିବାକୁ ସମସ୍ତେ ଅନାଇ ବସିଥିଲେ। କେହି କେହି ଏହି ଦୁର୍ଘଟଣା ପଛରେ ପଡୋଶୀ ପାକିସ୍ତାନ ଏବଂ ଚୀନର ହାତ ଥିବା ମଧ୍ୟ କହିଥିଲେ।
ତେବେ ଏସବୁ ପରେ ଭାରତୀୟ ସେନା ପକ୍ଷରୁ ସିଡିଏସ୍‌ ଦମ୍ପତି ଏବଂ ୧୨ ବୀର ଯବାନଙ୍କ ମୃତ୍ୟୁର କାରଣ ଜାଣିବାକୁ  କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦିଆଯାଇଥିଲା। ତିନି ସେନା (ଜଳ,ସ୍ଥଳ ଏବଂ ବାୟୁ) ସେନାର ଉଚ୍ଚ ପଦସ୍ତ ଅଧିକାରୀ ଏହାର ତଦନ୍ତ କରୁଥିଲେ। ଏହିସହିତ ଦୁର୍ଘଟଣା ଗ୍ରସ୍ତ ହେଲିପ୍ଟରର ବ୍ଲକ ବକ୍ସକୁ ମଧ୍ୟ ତଦନ୍ତ ପକ୍ରିୟାରେ ସାମିଲ କରାଯାଇଥିଲା। ଆଜି ସେହି ତଦନ୍ତ ରିପୋର୍ଟ ଆସିଛି। ବାୟୁସେନା ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ଖରାପ ପାଗ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି। ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ ହଠାତ୍‌ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା। ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ। ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ।ଏଥିସହ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତିନି ସେନା ସ୍ତରୀୟ ତଦନ୍ତ ବେଳେ ହେଲିକପ୍ଟର ଡାଟା ରେକର୍ଡ ଓ କକପିଟ୍‌ ଭଏସ୍ ରେକର୍ଡର ତର୍ଜମା କରାଯାଇଥିଲା। ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡ଼ଯନ୍ତ୍ର କିମ୍ବା ଅବହେଳା ନାହିଁ।
ଅନୁସନ୍ଧାନ କମିଟି ବାୟୁସେନା ଏବଂ ସେନାର ସମ୍ପୃକ୍ତ ଅଧିକାରୀଙ୍କ ବିବୃତ୍ତି ରେକର୍ଡ କରିଛି। ଏହା ସହିତ ସେ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା ହୋଇଛନ୍ତି ଯେଉଁମାନେ ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ । ଦୁର୍ଘଟଣା ପୂର୍ବରୁ ତୁରନ୍ତ ଯେଉଁ ଭିଡିଓଟି ସୁଟ୍ କରାଯାଇଥିଲା ସେହି ମୋବାଇଲ୍ ଫୋନ୍ ମଧ୍ୟ ଯାଞ୍ଚ କରାଯାଇଛି। ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଯେଉଁ ବ୍ଲାକ ବକ୍ସ ବା ଫ୍ଲାଇଟ୍ ଡାଟା ରେକର୍ଡର୍ ଉଦ୍ଧାର କରାଯାଇଥିଲା ତାର ରିପୋର୍ଟକୁ ମଧ୍ୟ ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇଛି। ବାୟୁସେନାର ଟ୍ରେନିଂ କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦୁର୍ଘଟଣାର କାରଣ ସମ୍ପର୍କରେ ତ୍ରି-ସେବା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା, ଶେଷ ସମ୍ମାନ ଭାବେ ଦିଆଗଲା ୧୭ ତୋପ ସଲାମୀ
ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା । ଶେଷକୃତ୍ୟ କ୍ରିୟା ସମ୍ପନ୍ନ କରିଛନ୍ତି ୨ ଝିଅ  କ୍ରିତିକା ଓ ତାରିଣୀ ।
Delhi: #CDSGeneralBipinRawat laid to final rest with full military honours. His last rites were performed along with his wife Madhulika Rawat, who too lost her life in #TamilNaduChopperCrash.
Their daughters Kritika and Tarini performed their last rites. pic.twitter.com/ijQbEx9m51
— ANI (@ANI) December 10, 2021
ଶେଷ ସମ୍ମାନ ଭାବେ ୧୭ ତୋପ ସଲାମୀ ଦିଆଯାଇଛି।
#WATCH | Delhi: #CDSGeneralBipinRawat laid to final rest with full military honours, 17-gun salute. His last rites were performed along with his wife Madhulika Rawat, who too lost her life in #TamilNaduChopperCrash.
Their daughters Kritika and Tarini performed their last rites. pic.twitter.com/uTECZlIhI0
— ANI (@ANI) December 10, 2021
ସିଡିଏସ୍‌ ବିପିନ ରାୱତଙ୍କ ଅନ୍ତିମ ସଂସ୍କାରରେ ଶ୍ରୀଲଙ୍କା ସେନାର ସିଡିଏସ୍‌ ତଥା କମାଣ୍ଡର ଜେନେରାଲ ଶଭେନ୍ଦ୍ର ସିଲ୍‌ଭା ଓ ପୂର୍ବତନ ସିଡିଏସ୍‌ ଆଦାମ ରବି ୱିଜେଗୁଣରତ୍ନେ ସାମିଲ ହୋଇଥିଲେ । ୱିଜେଗୁଣରତ୍ନେ ଭାରତର ନ୍ୟାସନାଲ ଡିଫେନ୍ସ କଲେଜରେ ଥିଲେ ସିଡିଏସ୍‌ ଜେନେରାଲ ରାୱତଙ୍କ ସହପାଠୀ । ସେହିଭଳି ଭୂଟାନ ସେନାର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ବ୍ରିଗେଡିୟର ଦୋର୍ଜି ରିନଚେନ ଏବଂ ନେପାଳ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ବାଲକ୍ରିଷ୍ଣା କାର୍କି ମଧ୍ୟ ରାୱତଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ସିଡିଏସ ବିପିନ ରାଓ୍ୱତଙ୍କ ସହ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପାଲମ ଏୟାରବେସରେ ପହଞ୍ଚିବା ପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡେଭାଲ ଓ ତିନି ସେନାର ମୁଖ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ଆଜି(ଶୁକ୍ରବାର) ସକାଳୁ ଦିଲ୍ଲୀ କାମରାଜସ୍ଥିତ ବାସଭବନରେ ଚିଫ୍‌ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତଙ୍କୁ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସକାଳୁ ଦେଶର ବୀର ପୁତ୍ର ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ଭିଡ ଜମିଥିଲା । ରାଜନେତାଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଇଥିଲେ ଶେଷ ଶ୍ରଦ୍ଧାଞ୍ଜଳି । ଜେନେରାଲ ରାଓ୍ୱତଙ୍କ ବାସଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ୱାଲ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, NSA ଅଜିତ ଡୋଭାଲ ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିପିନ ରାଓ୍ୱତଙ୍କ ବାସ ଭବନରେ ପହଞ୍ଚିଥିଲେ ।
ସୂଚନାଯୋଗ୍ୟ, ବୁଧବାର ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୨ ଜଣ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର୍‌ରେ ତାମିଲନାଡୁର ୱେଲିଂଟନ ସ୍ଥିତ ଗୋଟିଏ କଲେଜକୁ ଯାଉଥିଲେ। ତେବେ କୁନ୍ନୁର ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ ହୋଇଯାଇଥିଲା। ଏଥିରେ ଜେନେରାଲ ରାୱତ ଓ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଜୀବନ ଯୁଦ୍ଧରେ ଲଢ଼େଇ କରୁଛନ୍ତି।