India Book of Records 2021 - The Sakala

ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ ରେ ୨ ବର୍ଷର ଓଡ଼ିଆ ଶିଶୁ ତ୍ରିଶା ତନୁଶ୍ରୀ, ଗୋଟିଏ ମିନିଟରେ କହୁଛନ୍ତି ୨୭ ରାଜ୍ୟ ଓ ରାଜଧାନୀର ନାମ
ଭୁବନେଶ୍ୱର: ୨୧ ମାସ ବୟସରେ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ରେ ସ୍ଥାନପାଇଛନ୍ତି ଭୁବନେଶ୍ୱରର ତ୍ରିଶା ତନୁଶ୍ରୀ। ୨ ବର୍ଷ ହେବାକୁ ଆହୁରି ୩ମାସ ବାକି ଅଛି। ଏହି କୁନି ବୟସରେ କିଏ କଥା କହିବା ଆରମ୍ଭ କରିଥାନ୍ତି ତ ଆଉ କେହି ଠିକ୍‍ ଭାବେ କଥା କହିପାରନ୍ତିନି। କିନ୍ତୁ ଏହି ବୟସରେ ମୁହଁରେ ରହିଛି ଦେଶର ଭୂଗୋଳ। ଗୋଟିଏ ମିନିଟ୍‍ରେ ୨୭ଟି ରାଜ୍ୟ ରାଜଧାନୀର ନାମ ଗୋଟି ଗୋଟି କରି ପ୍ରାଞ୍ଜଳ ଭାବେ କହିପକାଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହି ବିସ୍ମୟୀ ବାଳିକା ହେଉଛନ୍ତି ରାଜେନ୍ଦ୍ର ସ୍ୱାଇଁ ଏବଂ ଏଲିନା ମଧୁସ୍ମିତା ଦାସଙ୍କ ଏକମାତ୍ର ଝିଅ ତ୍ରିଶା।

୧ ବର୍ଷ ବୟସରୁ ଉଭୟ ବାପା ଏବଂ ମା’ ତ୍ରିଶାର ସ୍ମରଣଶକ୍ତି ଦେଖି ତାଜୁବ ହୋଇଛନ୍ତି। ତାଙ୍କ ମା’ ପ୍ରଥମେ ତ୍ରିଶାଙ୍କୁ ଅ, ଆ, ଅକ୍ଷର ଶିଖାଇବା ଆରମ୍ଭ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟ କଥା ମାତ୍ର ସପ୍ତାହେ ମଧ୍ୟରେ ସମସ୍ତ ଲେଟର ମନେ ରଖି ପାରିଥିଲେ ସେ। ଏମିତିକି ଦ୍ୱିତୀୟ ଥର ମଧ୍ୟ କହିବାକୁ ପଡ଼ି ନଥିଲା। ଏହାପରଠୁ ସାଧାରଣ ଜ୍ଞାନ, ପଣିକିଆ, ଶଦ୍ଦ ସଂଯୋଜନା, ରାଇମ୍ସ ଆଦି ଶିଖାଇଥିଲେ। ବର୍ତ୍ତମାନ ୧୦ଟି ଇଂରାଜୀ ରାଇମସ୍‍ ସହ ଟେବୁଲ, ସାଧାରଣଜ୍ଞାନ, ୫ ପର୍ଯ୍ୟନ୍ତ ପଣକିଆ, ୫୦ ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟ ବନାନ୍‍ କରି କହିପାରୁଛନ୍ତି ତ୍ରିଶା। ସବୁଠୁ ବଡ଼ କଥା ହେଉଛି ଏକ ମିନିଟ୍‍ ରେ ୨୭ଟି ରାଜ୍ୟର ରାଜଧାନୀ ନାମ ଗୁଡ଼ିକ ଅନର୍ଗଳ କହିପାରୁଛନ୍ତି। ଏହାସହ ଜିଲ୍ଲାର ରାଜଧାନୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ନାମ ମଧ୍ୟ ସ୍ପଷ୍ଟ ଭାବେ କହିପାରୁଛନ୍ତି। ଏନେଇ ତ୍ରିଶାଙ୍କ ମା’ ଇଣ୍ଡିଆ ବୁକ୍‍ ଅଫ୍‍ ରେକଡର୍ସରେ ପଞ୍ଜିକରଣ କରିଥିଲେ। ଅନଲାଇନ୍‍ ମାଧ୍ୟମରେ ତ୍ରିଶାଙ୍କର ଏକ ପରୀକ୍ଷା ମଧ୍ୟ କରାଯାଇଥିଲା। ଉକ୍ତ ପରୀକ୍ଷାରେ ତ୍ରିଶା ସଫଳ ହେବା ପରେ ତାଙ୍କ ନିକଟକୁ ଡାକ ଯୋଗେ ମେଡାଲ ସାର୍ଟିଫିକେଟ୍‍ ଏବଂ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସର ଏକ ବହି ପହଞ୍ଚିଛି। ଏହା ତ୍ରିଶାଙ୍କ ବାପା ମା’ଙ୍କ ସମେତ ସମ୍ପର୍କୀୟ ଶୁଣି ବେଶ୍‍ ଗର୍ବ ଅନୁଭବ କରିଛନ୍ତି। ଆଗକୁ ତ୍ରିଶା କିଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ ସେଥିପାଇଁ ତାଙ୍କୁ ପ୍ରସ୍ତୁତ କରାଯିବ ବୋଲି ତାଙ୍କ ମା’ ଏଲିନା କହିଛନ୍ତି।