how to control high blood pressure - The Sakala

କେମିତି କରିବେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ, ଜାଣନ୍ତୁ କିଛି ଟିପସ୍‌
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ମାନସିକ ଦୁଶ୍ଚିନ୍ତା ଏବଂ ପରିବେଶ ପ୍ରଦୂଷଣ ପାଇଁ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାର ଲକ୍ଷଣଗୁଡ଼ିକ ହେଉଛି ଅଧିକ ମୁଣ୍ଡବିନ୍ଧା, ମୁଣ୍ଡବୁଲାଇବା, ଦୃଷ୍ଟିଶକ୍ତି ହ୍ରାସ, ଚିଡ଼ିଚିଡ଼ା ଲାଗିବା, ବାନ୍ତି ଲାଗିବା, କମ୍ କାମରେ ହାଲିଆ ଲାଗିବା ଇତ୍ୟାଦି। ଉଚ୍ଚ ରକ୍ତଚାପ ରୋଗର ଅନେକ କାରଣ ରହିଛି ଏବଂ ପ୍ରଥମ ପର୍ଯ୍ୟାୟରେ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେଲେ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ। ତେବେ ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ସମ୍ପର୍କରେ କିଛି ତଥ୍ୟ ….

ଖାଦ୍ୟପେୟ

ଫାଷ୍ଟଫୁଡ୍, ଜଙ୍କ୍‌ଫୁଡ୍, ତେଲମସଲା ଯୁକ୍ତ ଖାଦ୍ୟ, ଅଧିକ ଆମିଷ ଆଦି ଖାଦ୍ୟ ଅଧିକ ପରିମାଣରେ ଖାଇବା ଯୋଗୁଁ ରକ୍ତଚାପ ବୃଦ୍ଧି ହୋଇଥାଏ । ଯାହା ଫଳରେ ରକ୍ତବାହୀ ନଳୀରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ହୋଇ ରକ୍ତବାହୀ କୋଷିକାଗୁଡ଼ିକୁ ସଙ୍କୁଚିତ କରିଦିଏ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ । ତେଣୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦିଗରେ ଧ୍ୟାନ ଦିଅନ୍ତୁ ।

ଦୁଶ୍ଚିନ୍ତା

ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଓ ଆଜିକାଲିର ବିଳାସମୟ ଜୀବନଶୈଳୀ ସମସ୍ତେ ସବୁବେଳେ କିଛି ନା କିଛି ବ୍ୟୟ କରୁଛନ୍ତି। ଏଥିପାଇଁ ଯେଉଁ ମାନସିକ ପରିଶ୍ରମ ହେଉଛି କିମ୍ବା ଅନ୍ୟମାନଙ୍କଠାରୁ ସଫଳ ହେବା ପାଇଁ ଯେଉଁ ମାନସିକତା ସୃଷ୍ଟି ହେଉଛି, ଉଚ୍ଚ ରକ୍ତଚାପ ବୃଦ୍ଧିର ଆଶଙ୍କା ଦେଖାଦେଉଛି । ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ ଓ ଯୋଗାଭ୍ୟାସ କରନ୍ତୁ।

ଲୁଣ ଓ ମାଦକ ଦ୍ରବ୍ୟର ସେବନ

ଶରୀର ପାଇଁ ଦୈନିକ ମାତ୍ର ୫ ଗ୍ରାମ୍ ଲୁଣ ଆବଶ୍ୟକ ହୋଇଥାଏ। ଏହି ପରିମାଣଠାରୁ ଅଧିକ ଲୁଣ ଖାଇବା ଦ୍ବାରା ରକ୍ତଚାପ ବୃଦ୍ଧି ହୁଏ। ଏହା ବ୍ୟତୀତ ତମ୍ବାଖୁ, ଗୁଟୁଖା, ବିଡ଼ି, ସିଗାରେଟ୍ ଓ ଆଲ୍‌କହଲ୍ ଯୁକ୍ତ ପାନୀୟ ନେବା ଦ୍ଵାରା ଶରୀରର ସ୍ନାୟୁ ଓ ଶିରାପ୍ରସିରା ଦୁର୍ବଳ ହୋଇଯାଏ। ଯାହାଦ୍ଵାର ଭାବେ ରକ୍ତ ସଞ୍ଚାଳନ ନ ହେଲେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ ।

ଅନିଦ୍ରା ଓ ହର୍‌ମୋନ୍

ଅନେକ ସମୟରେ ବିଭିନ୍ନ ଶାରୀରିକ ଅସୁସ୍ଥତା ଯୋଗୁଁ ହର୍‌ମୋନ ଅସନ୍ତୁଳନ ଦେଖାଯାଏ। ଉଚ୍ଚ ରକ୍ତଚାପ ସମସ୍ୟା ପାଇଁ ଏହା ମଧ୍ୟ କାରଣ ହୋଇପାରେ। ଜଣେ ବ୍ୟକ୍ତି ଅତିକମ୍‌ରେ ୮ ଘଣ୍ଟା ଶୋଇବା ଉଚିତ।ଯଦି ସେ ଉକ୍ତ ସମୟରୁ କମ୍ ଶୁଅନ୍ତି, ତେବେ ଉଚ୍ଚ ରକ୍ତ ହେବାର ଆଶଙ୍କା ବଢ଼ିଯାଏ। ଏ ସମ୍ପର୍କରେ ସଚେତନ ହେବା ଦ୍ବାରା ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ।

ଅଧକ ଔଷଧ ସେବନ

ପେନ୍ କିଲର୍ ଓ ଗର୍ଭ ନିରୋଧକ ଔଷଧ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା କରିବାର ଆଉ ଏକ ମାଧ୍ୟମ। ତେଣୁ ଔଷଧ ଖାଇବା ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଯଥାସମ୍ଭବ କମ୍ ଔଷଧ ବ୍ୟବହାର କରିବା ଉପରେ ଧ୍ୟାନ ଦିଅନ୍ତୁ।