high blood pressure - The Sakala
ମହିଳାମାନେ ସାବଧାନ! ମାଇଗ୍ରେନ୍ କେବଳ ମୁଣ୍ଡବିନ୍ଧା ନୁହେଁ, ବଢ଼ାଇପାରେ ହାଇ ବ୍ଲଡ୍‌ ପ୍ରେସର ବିପଦ
ମାଇଗ୍ରେନ୍‌କୁ ଅନେକ ସମୟରେ ଲୋକେ କେବଳ ତୀବ୍ର ମୁଣ୍ଡବିନ୍ଧା ଭାବି ଅଣଦେଖା କରିଦିଅନ୍ତି, କିନ୍ତୁ ଏହା ମହିଳାମାନଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର (High BP) ଆଶଙ୍କାକୁ ବଢାଇପାରେ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ମାଇଗ୍ରେନ୍ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ସମୟ ଥାଉ ଥାଉ ଏହାର ଉପଚାର କରା ନ ଯାଏ, ତେବେ ଏହା ହୃଦରୋଗର କାରଣ ମଧ୍ୟ ସାଜିପାରେ।
ମହିଳାମାନଙ୍କ ପାଇଁ କାହିଁକି ରହିଛି ବିପଦ?
ମହିଳାଙ୍କ କ୍ଷେତ୍ରରେ ମାଇଗ୍ରେନ୍ ଏବଂ ଉଚ୍ଚ ରକ୍ତଚାପ ମଧ୍ୟରେ ସିଧାସଳଖ ସମ୍ପର୍କ ହରମୋନ୍ ପରିବର୍ତ୍ତନ ସହ ଜଡିତ ରହିଛି। ଋତୁସ୍ରାବ, ଗର୍ଭାବସ୍ଥା ଏବଂ ମେନୋପୋଜ୍ ସମୟରେ ଶରୀରରେ ଇଷ୍ଟ୍ରୋଜେନ୍ ହରମୋନ୍ର ଉତ୍ଥାନ-ପତନ ଘଟିଥାଏ, ଯାହା ମାଇଗ୍ରେନ୍‌ର କାରଣ ସାଜେ। ମାଇଗ୍ରେନ୍ ଆଟାକ୍ ସମୟରେ ରକ୍ତନଳୀ ସଙ୍କୁଚିତ ଓ ପ୍ରସାରିତ ହୁଏ, ଫଳରେ ରକ୍ତଚାପ ହଠାତ୍ ବଢିଯାଏ। ବାରମ୍ବାର ମାଇଗ୍ରେନ୍ ଆଟାକ୍ ହେବା ଦ୍ୱାରା ଶରୀରରେ ଷ୍ଟ୍ରେସ୍ ହରମୋନ୍ ବଢିଯାଏ, ଯାହା ବିପିକୁ ଅସନ୍ତୁଳିତ କରିଥାଏ।
କାହା ପ୍ରତି ରହିଛି ଅଧିକ ଆଶଙ୍କା?
ଯେଉଁ ମହିଳାମାନେ ଦୀର୍ଘ ଦିନ ଧରି ମାଇଗ୍ରେନ୍ ସମସ୍ୟାରେ ପୀଡିତ ଅଛନ୍ତି, ସେମାନଙ୍କ ଠାରେ ହାଇ ବିପିର ଆଶଙ୍କା ଅଧିକ ଥାଏ। ଏହା ବ୍ୟତୀତ ମୋଟାପଣ, ମାନସିକ ଚାପ, ଅନିୟମିତ ନିଦ୍ରା, ଧୂମପାନ ଏବଂ ଅତ୍ୟଧିକ କଫି ସେବନ କରୁଥିବା ମହିଳାଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ଦେଖାଯାଏ। ବିଶେଷ କରି ମେନୋପୋଜ୍ ବୟସରେ ପହଞ୍ଚୁଥିବା ମହିଳା ଏବଂ ଯେଉଁମାନଙ୍କର ପରିବାରରେ ହୃଦରୋଗର ଇତିହାସ ରହିଛି, ସେମାନେ ଅଧିକ ସତର୍କ ରହିବା ଉଚିତ୍।
ସୁରକ୍ଷା ପାଇଁ କ’ଣ କରିବେ?
ମାଇଗ୍ରେନ୍ ଏବଂ ଉଚ୍ଚ ରକ୍ତଚାପରୁ ବର୍ତ୍ତିବା ପାଇଁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ନିହାତି ଆବଶ୍ୟକ।
* ଦିନକୁ ଅତିକମରେ ୭ରୁ ୮ ଘଣ୍ଟା ଶୋଇବା ସହ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।
* ଖାଦ୍ୟରେ ଲୁଣ ଏବଂ କଫିର ମାତ୍ରା ସୀମିତ ରଖନ୍ତୁ।
* ନିୟମିତ ଯୋଗ, ପ୍ରାତଃ ଭ୍ରମଣ ଏବଂ ହାଲୁକା ବ୍ୟାୟାମ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।
* ମାଇଗ୍ରେନ୍ ସୃଷ୍ଟି କରୁଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ।
* ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ ଏବଂ ସମୟ ସମୟରେ ବିପି ଯାଞ୍ଚ କରନ୍ତୁ।
ସାବଧାନ! ଅତ୍ୟଧିକ ମାଉଥୱାଶ୍ ବ୍ୟବହାର ଡାକିପାରେ ବିପଦ; ବଢିପାରେ ରକ୍ତଚାପ ଓ ହୃଦ୍‌ରୋଗ ସମସ୍ୟା
ମୁଖ ସ୍ବଚ୍ଛତା ବଜାୟ ରଖିବା ପାଇଁ ଅନେକ ଲୋକ ନିୟମିତ ବ୍ରଶ୍ କରିବା ସହ ମାଉଥ୍‌ୱାଶ୍‌ (Mouthwash) ବ୍ୟବହାର କରିଥାନ୍ତି। ତେବେ ସଦ୍ୟତମ ଅଧ୍ୟୟନ ଅନୁଯାୟୀ, ଆଣ୍ଟିସେପ୍ଟିକ୍‌ ମାଉଥ୍‌ୱାଶ୍‌ର ଅତ୍ୟଧିକ ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ଦନ୍ତ ବିଶେଷଜ୍ଞଙ୍କ ମତରେ, ମାଉଥୱାଶ୍‌ରେ ଥିବା କଡା ରାସାୟନିକ ଉପାଦାନ ମୁଖ ଗହ୍ୱରରେ ଥିବା ଉପକାରୀ ଜୀବାଣୁଗୁଡିକୁ ମାରିଦେଇଥାଏ। ଏହି ଜୀବାଣୁଗୁଡିକ ମନୁଷ୍ୟ ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍‌ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ନାଇଟ୍ରିକ୍‌ ଅକ୍ସାଇଡ୍‌ ରକ୍ତନାଳୀକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। କିନ୍ତୁ ମାଉଥୱାଶ୍ ବ୍ୟବହାର ଦ୍ୱାରା ଯେତେବେଳେ ଏହି ଜୀବାଣୁ ନଷ୍ଟ ହୋଇଯାଆନ୍ତି, ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍‌ର ସ୍ତର ହ୍ରାସ ପାଏ ଏବଂ ରକ୍ତନଳୀ ସଙ୍କୁଚିତ ହେବାକୁ ଲାଗେ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତିମାନେ ଦିନକୁ ଦୁଇଥର ଜୀବାଣୁମୁକ୍ତ ମାଉଥୱାଶ୍ ବ୍ୟବହାର କରନ୍ତି, ସେମାନଙ୍କ ଠାରେ ଉଚ୍ଚ ରକ୍ତଚାପ ଆଶଙ୍କା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଥାଏ। ବିଶେଷକରି ଯେଉଁମାନେ ପୂର୍ବରୁ ହୃଦ୍‌ରୋଗ କିମ୍ବା ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଅଛନ୍ତି, ସେମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ତେଣୁ କେବଳ ସତେଜତା ପାଇଁ ଏହାକୁ ପ୍ରତିଦିନ ବ୍ୟବହାର କରିବା ଅନୁଚିତ।
ମୁଖ ସ୍ବଚ୍ଛତା ପାଇଁ ଦିନରେ ଦୁଇ ଥର ସଠିକ୍‌ ଭାବରେ ବ୍ରଶ୍ କରିବା ଏବଂ ପାଣିରେ କୁଳି କରିବା ଯଥେଷ୍ଟ। ଡାକ୍ତରଙ୍କ ପରାମର୍ଶ କ୍ରମେ କେବଳ ଦନ୍ତ ସଂକ୍ରମଣ, ସର୍ଜରୀ କିମ୍ବା ମାଢ଼ିଜନିତ ସମସ୍ୟା ସମୟରେ ହିଁ ମାଉଥୱାଶ୍ ବ୍ୟବହାର କରିବା ଉଚିତ। ସପ୍ତାହକୁ ୨ରୁ ୩ ଥରରୁ ଅଧିକ ଏହା ବ୍ୟବହାର କରିବା ଅନୁଚିତ ଏବଂ ଯଥାସମ୍ଭବ ଆଲକହଲମୁକ୍ତ ମାଉଥୱାଶ୍ ବାଛିବା ସ୍ୱାସ୍ଥ୍ୟ ପକ୍ଷେ ହିତକର।
ହୃତ୍‌ପିଣ୍ଡ ଧମନୀ ମାଧ୍ୟମରେ ଶରୀରକୁ ରକ୍ତ ସଞ୍ଚାଳନ କରିଥାଏ। ଧମନୀରେ ବହୁଥିବା ରକ୍ତଚାପ କୌଣସି କାରଣରୁ ବୃଦ୍ଧି ପାଇଲେ, ଧମନୀ ଉପରେ ଅଧିକ ପ୍ରଭାବ ପଡ଼େ। ଧମନୀରେ ରକ୍ତ ପ୍ରବାହ ପାଇଁ ହୃତ୍‌ପିଣ୍ଡକୁ ଅଧିକ କାମ କରିବାକୁ ପଡ଼ିଥାଏ। ଏହି ସ୍ଥିତିକୁ ଉଚ୍ଚ ରକ୍ତଚାପ କୁହାଯାଏ। ଆଜିକାଲି ଅସନ୍ତୁଳିତ ଖାଦ୍ୟପେୟ, ଜଙ୍କ୍‌ଫୁଡ୍‌, ଲୁଣ, ତେଲ ମସଲାଯୁକ୍ତ ଖାଦ୍ୟ, ହର୍ମୋନ ଅସନ୍ତୁଳନ, ନିଶାସେବନ, ମୋଟାପା, ଅନିଦ୍ରା ଆଦି କାରଣରୁ କମ୍‌ବୟସ୍କ ବ୍ୟକ୍ତି ମଧ୍ୟ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। ରକ୍ତବାହୀ ନଳୀରେ ଚର୍ବି ଜମିଯାଇ ତାହା ସଂକୀର୍ଣ୍ଣ ହୋଇଯାଉଥିବାରୁ ଏଥିରେ ଚାପ ବୃଦ୍ଧି ପାଇଥାଏ। ରକ୍ତଚାପ ବୃଦ୍ଧି ପାଇଲେ, ହୃତ୍‌ପିଣ୍ଡ ସମେତ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ। ହୃଦ୍‌ରୋଗ, ହୃତ୍‌ପିଣ୍ଡ ଅଚଳ, ହୃଦ୍‌ଘାତ, ଷ୍ଟ୍ରୋକ୍‌ ଆଦି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ଅଚାନକ ଉଚ୍ଚ ରକ୍ତଚାପ ଲକ୍ଷଣ ଦେଖିଲେ, ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବ ଜରୁରି।
ମୁଣ୍ଡ ବିନ୍ଧା, ଥକ୍କା ଲାଗିବା, ଚିନ୍ତା, ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, କମ୍‌ଜୋର ଅନୁଭବ କରିବା, ଆଖିକୁ ଭଲଭାବେ କିଛି ନ ଦିଶିବା ଆଦି ଉଚ୍ଚ ରକ୍ତଚାପର ଲକ୍ଷଣ। ଶରୀରରେ ରକ୍ତଚାପ ୧୪୦-୯୦ରୁ ଅଧିକ ହେଲେ ଏହା ଉଚ୍ଚ ରକ୍ତଚାପ ରୋଗକୁ ସୂଚାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଜଣେ ବ୍ୟକ୍ତିଙ୍କର ଅଚାନକ ରକ୍ତଚାପ ବୃଦ୍ଧି ପାଉଛି, ତାଙ୍କୁ ତୁରନ୍ତ ବାୟୁ ଚଳାଚଳ ସ୍ଥାନରେ ବସାନ୍ତୁ। ଶ୍ବାସକ୍ରିୟାକୁ ତୀବ୍ର କରିବାକୁ ପରାମର୍ଶ ଦିଅନ୍ତୁ। ଉକ୍ତ ବ୍ୟକ୍ତିଙ୍କୁ ସିଝା ସର୍ପଗନ୍ଧା ପାଣି ଦିଆଯାଇପାରେ ବୋଲି ଆୟୁର୍ବେଦ ଡାକ୍ତର ପ୍ରଦୀପ ମିଶ୍ର କୁହନ୍ତି। ସେହିପରି ଜଙ୍କଫୁଡ, ମସଲାଯୁକ୍ତ ଖାଦ୍ୟ, ଚଟ୍‌ପଟା ଖାଦ୍ୟ, ଲୁଣ, ଘିଅ ଓ ରିଫାଇନ୍‌ ତେଲ, ଚିନି ଆଦିକୁ ବାରଣ କରିବା ଦ୍ବାରା ଉଚ୍ଚରକ୍ତଚାପ ନିୟନ୍ତ୍ରଣରେ ରୁହେ। ସର୍ପଗନ୍ଧା ମୂଳ ଏକ ଗ୍ରାମ୍‌ ପର୍ଯ୍ୟନ୍ତ ବାଟି ପାଣିରେ ମିଶାଇ ସେବନ କରିବା ମଧ୍ୟ ହିତକର।
ଦୈନିକ ଖାଲି ପେଟରେ ୨ କୋଲା ରସୁଣ ଖାଇବା ସ୍ବାସ୍ଥ୍ୟପ୍ରଦ। ଲେମ୍ବୁପାଣି, ପଇଡ଼, ସଜନା, ଟମାଟୋ, ସୋୟା, ଅଳସୀ କଳା ଚଣା ଆଦି ସେବନ କରିପାରିବେ । ଅଁଳା ରସରେ ମହୁ ମିଶାଇ କିମ୍ବା ପାଞ୍ଚଟି ତୁଳସୀ ପତ୍ର ଓ ଦୁଇଟି ନିମ ପତ୍ର ବଟାକୁ ଏକ ଗ୍ଲାସ୍‌ ପାଣିରେ ମିଶାଇ ପିଇବା ଦ୍ବାରା ଉଚ୍ଚ ରକ୍ତଚାପରୁ ଆରାମ ମିଳିଥାଏ।
କେମିତି କରିବେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ, ଜାଣନ୍ତୁ କିଛି ଟିପସ୍‌
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ମାନସିକ ଦୁଶ୍ଚିନ୍ତା ଏବଂ ପରିବେଶ ପ୍ରଦୂଷଣ ପାଇଁ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାର ଲକ୍ଷଣଗୁଡ଼ିକ ହେଉଛି ଅଧିକ ମୁଣ୍ଡବିନ୍ଧା, ମୁଣ୍ଡବୁଲାଇବା, ଦୃଷ୍ଟିଶକ୍ତି ହ୍ରାସ, ଚିଡ଼ିଚିଡ଼ା ଲାଗିବା, ବାନ୍ତି ଲାଗିବା, କମ୍ କାମରେ ହାଲିଆ ଲାଗିବା ଇତ୍ୟାଦି। ଉଚ୍ଚ ରକ୍ତଚାପ ରୋଗର ଅନେକ କାରଣ ରହିଛି ଏବଂ ପ୍ରଥମ ପର୍ଯ୍ୟାୟରେ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଧ୍ୟାନ ଦେଲେ ରକ୍ତଚାପ ନିୟନ୍ତ୍ରଣରେ ରହିପାରିବ। ତେବେ ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ସମ୍ପର୍କରେ କିଛି ତଥ୍ୟ ….
ଖାଦ୍ୟପେୟ
ଫାଷ୍ଟଫୁଡ୍, ଜଙ୍କ୍‌ଫୁଡ୍, ତେଲମସଲା ଯୁକ୍ତ ଖାଦ୍ୟ, ଅଧିକ ଆମିଷ ଆଦି ଖାଦ୍ୟ ଅଧିକ ପରିମାଣରେ ଖାଇବା ଯୋଗୁଁ ରକ୍ତଚାପ ବୃଦ୍ଧି ହୋଇଥାଏ । ଯାହା ଫଳରେ ରକ୍ତବାହୀ ନଳୀରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ହୋଇ ରକ୍ତବାହୀ କୋଷିକାଗୁଡ଼ିକୁ ସଙ୍କୁଚିତ କରିଦିଏ । ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ । ତେଣୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦିଗରେ ଧ୍ୟାନ ଦିଅନ୍ତୁ ।
ଦୁଶ୍ଚିନ୍ତା
ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଓ ଆଜିକାଲିର ବିଳାସମୟ ଜୀବନଶୈଳୀ ସମସ୍ତେ ସବୁବେଳେ କିଛି ନା କିଛି ବ୍ୟୟ କରୁଛନ୍ତି। ଏଥିପାଇଁ ଯେଉଁ ମାନସିକ ପରିଶ୍ରମ ହେଉଛି କିମ୍ବା ଅନ୍ୟମାନଙ୍କଠାରୁ ସଫଳ ହେବା ପାଇଁ ଯେଉଁ ମାନସିକତା ସୃଷ୍ଟି ହେଉଛି, ଉଚ୍ଚ ରକ୍ତଚାପ ବୃଦ୍ଧିର ଆଶଙ୍କା ଦେଖାଦେଉଛି । ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ ଓ ଯୋଗାଭ୍ୟାସ କରନ୍ତୁ।
ଲୁଣ ଓ ମାଦକ ଦ୍ରବ୍ୟର ସେବନ
ଶରୀର ପାଇଁ ଦୈନିକ ମାତ୍ର ୫ ଗ୍ରାମ୍ ଲୁଣ ଆବଶ୍ୟକ ହୋଇଥାଏ। ଏହି ପରିମାଣଠାରୁ ଅଧିକ ଲୁଣ ଖାଇବା ଦ୍ବାରା ରକ୍ତଚାପ ବୃଦ୍ଧି ହୁଏ। ଏହା ବ୍ୟତୀତ ତମ୍ବାଖୁ, ଗୁଟୁଖା, ବିଡ଼ି, ସିଗାରେଟ୍ ଓ ଆଲ୍‌କହଲ୍ ଯୁକ୍ତ ପାନୀୟ ନେବା ଦ୍ଵାରା ଶରୀରର ସ୍ନାୟୁ ଓ ଶିରାପ୍ରସିରା ଦୁର୍ବଳ ହୋଇଯାଏ। ଯାହାଦ୍ଵାର ଭାବେ ରକ୍ତ ସଞ୍ଚାଳନ ନ ହେଲେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ ।
ଅନିଦ୍ରା ଓ ହର୍‌ମୋନ୍
ଅନେକ ସମୟରେ ବିଭିନ୍ନ ଶାରୀରିକ ଅସୁସ୍ଥତା ଯୋଗୁଁ ହର୍‌ମୋନ ଅସନ୍ତୁଳନ ଦେଖାଯାଏ। ଉଚ୍ଚ ରକ୍ତଚାପ ସମସ୍ୟା ପାଇଁ ଏହା ମଧ୍ୟ କାରଣ ହୋଇପାରେ। ଜଣେ ବ୍ୟକ୍ତି ଅତିକମ୍‌ରେ ୮ ଘଣ୍ଟା ଶୋଇବା ଉଚିତ।ଯଦି ସେ ଉକ୍ତ ସମୟରୁ କମ୍ ଶୁଅନ୍ତି, ତେବେ ଉଚ୍ଚ ରକ୍ତ ହେବାର ଆଶଙ୍କା ବଢ଼ିଯାଏ। ଏ ସମ୍ପର୍କରେ ସଚେତନ ହେବା ଦ୍ବାରା ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ।
ଅଧକ ଔଷଧ ସେବନ
ପେନ୍ କିଲର୍ ଓ ଗର୍ଭ ନିରୋଧକ ଔଷଧ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା କରିବାର ଆଉ ଏକ ମାଧ୍ୟମ। ତେଣୁ ଔଷଧ ଖାଇବା ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଯଥାସମ୍ଭବ କମ୍ ଔଷଧ ବ୍ୟବହାର କରିବା ଉପରେ ଧ୍ୟାନ ଦିଅନ୍ତୁ।