Army Helicopter Crashes - The Sakala

ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ରେ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ
ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱର ଜିସ୍ଲାର ଦୂରବର୍ତ୍ତୀ ମଣ୍ଡୱାର ମାଖନା ଜଙ୍ଗଲରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର। ସେନା ଅଧିକାରୀଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ପାଇଲଟ ଆହତ ହୋଇଛନ୍ତି। କିନ୍ତୁ ସେ ସୁରକ୍ଷିତ ଅଛନ୍ତି।

କିସ୍ତୱାଡ଼ ଜିଲ୍ଲାର ମାର୍‌ୱା-ଦାଛନ ମଧ୍ୟରେ ପ୍ରବାହିତ ମରୁସୁଦର୍‌ ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ର ଭଗ୍ନାଂଶ ପଡ଼ିଥିବା ଦେଖାଯାଉଛି। ଦୁର୍ଘଟଣା ସ୍ଥାନରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସ୍ମରଣଯୋଗ୍ୟ, ଚଳିତ ବର୍ଷ ମାର୍ଚ ମାସରେ ଅରୁଣାଚଳ ପ୍ରଦେଶର ମଣ୍ଡଳା ପର୍ବତ୍ୟାଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୨ଜଣ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିଲା।

ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରରେ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଶ୍ରୀନଗର: ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରର ତୁଲାଇଲ୍‌ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛି ସର୍ଚ୍ଚ ଅପରେସନ ଟିମ । ପାଇଲଟ ଓ କୋ-ପାଇଲଟ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ଟିମ । ତେବେ କେଉଁ କାରଣରୁ ହେଲିକପ୍ଟର କ୍ରାସ ହୋଇଛି ତା’ର କୌଣସି ସୂଚନା ଏଯାଏଁ ମିଳିନାହିଁ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ଣରେ କଶ୍ମୀର ଘାଟିରେ ତୁଷାରପାତ ହେଉଛି ବୋଲି ଜଣାପଡିଛି । ଗୁରେଜର ଏସଡିଏମ କହିଛନ୍ତି ଯେ ଦୁର୍ଘଟଣା ପରେ ବର୍ତ୍ତମାନ ସେହି ସେନା ହେଲିକପ୍ଟର ସହିତ କୌଣସି ସମ୍ପର୍କ ହୋଇପାରି ନାହିଁ।

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ସିଡିଏସ୍ ବିପିନ ରାୱତଙ୍କ ଅକାଳ ବିୟୋଗ
ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରଥମ ତଥା ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ, ଚିଫ୍‌ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ବିପିନ ରାୱତଙ୍କର ଅକାଳ ବିୟୋଗ ହୋଇଛି।  ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭାରତୀୟ ବାୟୁ ସେନା । ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ ମାଧ୍ୟମରେ ଦିଆଯାଇଥିବା ଖବର ଅନୁଯାୟୀ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ଅଧିକାରୀଙ୍କ ଏହି ଦୁର୍ଘଟଣାରେ ପରଲୋକ ଘଟିଛି।

ସୂଚନା ଅନୁଯାୟୀ, ସେନାର ଏମଆଇ-୧୭-ଭି-ଫାଇଭ ହେଲିକପ୍ଟରରେ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ବିପିନ ରାୱତ, ତାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ଯାଉଥିବା ବେଳେ କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା ଏକ ସ୍ଥାନ କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଆର୍ମି ହେଲିକ୍ୟାପ୍ଟରରେ ୧୪ ଜଣ ଯାତ୍ରୀ ଥିଲେ।

କୁହାଯାଉଛି ଯେ, ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଥିଲା । ଏହି ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ବି ଥିଲେ । ଉଦ୍ଧାର ହୋଇଥିବା ଲୋକଙ୍କୁ ୱିଲିଂଟନ ବେସରେ ଚିକିତ୍ସା କରାଯାଉଛି । ପ୍ରାରମ୍ଭିକ ସୂଚନା ମୁତାବକ ସିଡିଏସ ବିପିନ ରାୱତ ନିଜ ପତ୍ନୀଙ୍କ ସହ ୱିଲିଂଟନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ୱିଲିଂଟନ ଠାରେ ଆର୍ମ ଫୋର୍ସର ଏକ କଲେଜ ରହିଛି । ସେଠାରେ ସିଡିଏସ ବିପିନ ରାୱତ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ସେଠାରୁ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବା ବାଟରେ କୁନ୍ନୁର ଠାରେ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଛି । ହେଲିକପ୍ଟରରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ, ଏସଏମ. ଭିଏସଏମ, ହରଜିନ୍ଦର ସିଂ,ଏନ.କେ ଗୁରୁସ୍ୱେକା ସିଂ, ଏନ.କେ ଜିତେନ୍ଦ୍ର କୁମାର, ଏଲ.ଏନକେ ବିବେକ କୁମାର,ଏଲ.ଏନକେ.ବି ସାଇ ତେଜା, ଓ ଏଚଏଭି ସତପାଲ ସାମିଲ ଥିଲେ ।

ଜେନେରାଲ ବିପିନ ରାୱତ (PVSM, UYSM, AVSM, YSM , SM, VSM, ADC) ଭାରତର ପ୍ରଥମ ତଥା ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ, ଚିଫ୍‌ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍)।  ସେ ୧ ଜାନୁୟାରୀ ୨୦୨୦ ରେ ପ୍ରତିରକ୍ଷା ବିଭାଗର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ଭାରତୀୟ ସେନାର ମୁଖ୍ୟ ଥିଲେ। ରାୱତ ୩୧ ଡିସେମ୍ବର ୨୦୧୬ ରୁ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଭାରତୀୟ ସ୍ଥଳ ସେନାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ।

ବିପିନ ରାୱତ ୧୯୫୮ ମାର୍ଚ୍ଚ ୧୬ରେ  ଉତ୍ତରାଖଣ୍ଡର ପୌରୀ ଗ୍ରହାଲ ଜିଲ୍ଲାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଲେଫ୍ଟନାଣ୍ଟ ଜେନେରାଲ ଲକ୍ଷ୍ମଣ ସିଂ ରାୱତ ଯିଏକି ଦୀର୍ଘ ବର୍ଷ ଧରି ଭାରତୀୟ ସେନାର ଅଂଶ ଥିଲେ। ଜେନେରାଲ୍ ବିପିନ ରାୱତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ ଏବଂ ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜରେ ଅଧ୍ୟୟନ କରିଛନ୍ତି। ସେ ମାଡ୍ରାସ୍ ୟୁନିଭରସିଟିରୁ ପ୍ରତିରକ୍ଷା ସେବାରେ ତାଙ୍କର ଏମ୍‌ଫିଲ୍ଡ କରିଛନ୍ତି।  ଜେନେରାଲ ବିପିନ ରାୱତ ୧୬ ଡିସେମ୍ବର ୧୯୭୮ ରେ ଗୋର୍ଖା ରାଇଫଲ୍ସର ପଞ୍ଚମ ବାଟାଲିୟନରେ ଯୋଗ ଦେଇଥିଲେ। ଏହିଠାରେ ତାଙ୍କ ପିତାଙ୍କ ୟୁନିଟ୍ ମଧ୍ୟ ଅବସ୍ଥିତ ଥିଲା |

ଜେନେରାଲ୍ ବିପିନ ରାୱତଙ୍କୁ 1 ସେପ୍ଟେମ୍ବର 2016 ରେ ଭାରତୀୟ ସେନାର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ଡିସେମ୍ବର ୨୦୧୬ ରେ, ଭାରତ ସରକାର ଜେନେରାଲ ବିପିନ ରାୱତଙ୍କୁ ଭାରତୀୟ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ। ଜେନେରାଲ ବିପିନ ରାୱତ ଗୋରଖା ବ୍ରିଗେଡର ପଞ୍ଚମ ଅଧିକାରୀ ଯିଏକି ଭାରତୀୟ ସେନାର ମୁଖ୍ୟ ହୋଇଥିଲେ। ୧୯୮୭ ରେ ଚୀନ୍ ସହିତ ହୋଇଥିବା ସ୍ୱଳ୍ପ ଯୁଦ୍ଧ ସମୟରେ ଜେନେରାଲ୍ ବିପିନ ରାୱତଙ୍କ ବାଟାଲିୟନ ଚୀନ୍ ସେନା ସହ ଯୁଦ୍ଧ କରିଥିଲା।