CDS - The Sakala

ଦେଶର ନୂଆ CDS ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ
ନୂଆଦିଲ୍ଲୀ: ଦେଶକୁ ମିଳିଲା ନୂଆ ସିଡିଏସ୍ । ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ହୋଇଛନ୍ତି ନୂଆ ସିଡିଏସ୍ । ବିପିନ ରାୱାନ୍ତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲିଥିଲେ। ଦୀର୍ଘ ୯ ମାସ ପାରେ ନୂଆ ସିଡିଏସ୍ ନିଯୁକ୍ତି ମିଳିଛି।  ନୂତନ ସିଡିଏସ ଅନୀଲ ଚୌହ୍ୱାନଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି।

ସୂଚନା ଅନୁଯାୟୀ, ୧୯୬୧ରେ ଜନ୍ମିତ ଅନୀଲ ଚୌହ୍ୱାନ ଗତବର୍ଷ ଅବସର ନେଇଥିଲେ । ସେ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଥିଲେ ।

ସିଡିଏସ୍‌ ହେଲିକପ୍ଟର ଦୁର୍ଘଟଣା : ଚୀନ୍‌ ପ୍ରତି ଘନଉଛି ସନ୍ଦେହ
ନୂଆଦିଲ୍ଲୀ : ବୁଧବାର ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଏବଂ ୧୧ ଅନ୍ୟ ସେନାଧିକାରୀଙ୍କ ଶୋଚନୀୟ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା ବେଳେ ଦୁର୍ଘଟଣାର କାରଣ ଜାଣିବାକୁ ଏବେ ଦେଶବାସୀଙ୍କ ଉତ୍କଣ୍ଠା ବଢିଛି। ବିଶ୍ବର ଅନ୍ୟତମ ସୁରକ୍ଷିତ ହେଲିକପ୍ଟର ଏମଆଇ-୧୭ରେ ଯାତ୍ରା ଏତେ ଅସୁରକ୍ଷିତ କିଭଳି ହେଲା ତାହାକୁ ନେଇ ବିଭିନ୍ନ ମହଲରେ ତର୍ଜମା ଚାଲିଛି। ବିଶେଷକରି ଜଣେ ଅଭିଜ୍ଞ ଏବଂ ସୁଦକ୍ଷ ପାଇଲଟ ଏହାର ଉଡାଣ କରୁଥିଲେ ଏବଂ ଆନୁଷଙ୍ଗିକ ଯାଞ୍ଚ ପରେ ଏହି ହେଲିକପ୍ଟର ବାୟୁସେନା ଘାଟୀରୁ ଯାତ୍ରା ଆରମ୍ଭ କରିଥିଲେ ହେଁ ଗନ୍ତବ୍ୟସ୍ତଳର ମାତ୍ର କିଛି ଦୂର ପୂର୍ବରୁ ଏଭଳି ଭୟାନକ ଘଟଣା କାହିଁକି ହେଲା ତାହା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶେଷଜ୍ଞ ମହଲକୁ ଚିନ୍ତିତ କରିଛି।

Gen. Rawat's death has an eerie parallel with the helicopter crash in early 2020 that killed Taiwan's chief of general staff, Gen. Shen Yi-ming, and seven others, including two major generals. Each helicopter crash eliminated a key figure in the defense against PRC's aggression.

— Brahma Chellaney (@Chellaney) December 8, 2021

ବିଶେଷକରି ଖରାପ ପାଣିପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି ଦୁର୍ଘଟଣାର ମୁଖ୍ୟ କାରଣ ହୋଇପାରେ ବୋଲି କୁହାଯାଉଥିବା ବେଳେ ଏହି ଘଟଣା ପଛରେ ବାହ୍ୟିକ ଶକ୍ତିର ଷଡ଼ଯନ୍ତ୍ରକୁ ମଧ୍ୟ କିଛି ମହଲ ଏଡ଼େଇ ଦେଇପାରି ନାହାନ୍ତି। ଏହିକ୍ରମ ରେ ଏକ ନୂଆ ମୋଡ ସୃଷ୍ଟି ହେବା ସହିତ ଚୀନ ଭଳି ଆମର ଶତ୍ରୁ ରାଷ୍ଟ୍ରକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ବୁଧବାର ଦୁର୍ଘଟଣାର କିଛି ସମୟ ପରେ ସ୍ବନାମଧନ୍ୟ ପ୍ରତିରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନୀ ଏକ ଟ୍ବିଟ କରିବା ପରେ ଏହି ଟ୍ବିଟ୍‌କୁ ଆଧାର କରି ଚୀନ୍‌ର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଯେଉଁ ପ୍ରତିକ୍ରିୟା ରଖିଛି ତାହାକୁ ନେଇ ଚୀନ୍‌ର ଭୂମିକା ପ୍ରତି ସନ୍ଦେହ ବଢିବାରେ ଲାଗିଛି।

#COMMENT
This view is like suspecting the US played a role in the crash because India and Russia are moving forward with the delivery of a Russian S-400 missile defense system, which the US strongly opposed. @Chellaney pic.twitter.com/cGgEhNrukT

— Global Times (@globaltimesnews) December 8, 2021

ସିଡିଏସ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ପ୍ରଫେସର ଚେଲାନୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଲଗାତାର ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ ସିଡିଏସ୍‌ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ତାଇୱାନ ସେନାମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣା ସହ ସାମଞ୍ଜସ୍ୟ ରଖୁଥିବା ଉଲ୍ଲେଖ କରିଥିଲେ। ୨୦୨୦ ମସିହାରେ ତାଇୱାନର ଜେନେରାଲ ସେନ –ୟି- ମିଙ୍ଗ ଏବଂ ତାଙ୍କ ସହ ଅନ୍ୟ ୭ ବରିଷ୍ଠ ସେନା ଅଧିକାରୀ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏଥିରେ ଦୁଇ ଜଣ ମେଜର ଜେନେରାଲ ମଧ୍ୟ ସାମିଲ ଥିଲେ। ହେଲେ ସବୁଠୁ ବଡ଼ କଥା ହେଲା ସିଡିଏସ୍ ବିପିନ ରାୱତ ଏବଂ ଜେନେରାଲ ମିଙ୍ଗଙ୍କ ଆଭିମୁଖ୍ୟ ଚୀନ୍‌ ବିରୋଧୀ ଥିଲା। ନିକଟରେ ଚୀନ୍‌ ଆମର ବଡ଼ ଶତ୍ରୁ ବୋଲି ସିଡିଏସ ବିପିନ ରାୱତ କହିଥିଲା ବେଳେ ଜେନେରାଲ ମିଙ୍ଗଙ୍କ ଆଭିମୁଖ୍ୟ ମଧ୍ୟ ସମାନ ରହିଥିଲା। ତେଣୁ ଏହି ଦୁଇ ସେନାମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବାର ଅଜବ ସାମଞ୍ଜସ୍ୟ ରହିଥିବା ପ୍ରଫେସର ଚେଲାନୀ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଉଭୟ ହେଲିକପ୍ଟର ଦୁର୍ଘଟଣାରେ ସେଭଳି ସେନାଧିକାରୀ ପ୍ରାଣ ହରାଇଛନ୍ତି ଯେଉଁମାନେ ଚୀନ୍‌ର ଆକ୍ରମକତା ବିରୋଧରେ ପ୍ରତିବନ୍ଧକ ଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି।

Clearheaded and plainspoken, Gen. Rawat became India's public face on China's aggression. While the political leadership has been reticent to even utter the word "China," one could always count on Gen. Rawat to name names and call a spade a spade. Filling the void won't be easy.

— Brahma Chellaney (@Chellaney) December 9, 2021

ହେଲେ ପ୍ରଫେସର ଚେଲାନୀଙ୍କ ଟ୍ୱିଟ୍‌କୁ ନେଇ ଗ୍ଲୋବାଲ ଟାଇମ୍ସ ଯେଉଁ ପ୍ରତିକ୍ରିୟା ପ୍ରକାଶ କରିଛି ତାହା ମଧ୍ୟ ଅଜବ ଏବଂ ସନ୍ଦେହଜନକ। ଏଭଳି ଘଟଣା ପଛରେ ଆମେରିକାର କାହିଁକି ହାତ ନଥିବା ବୋଲି ଗ୍ଲୋବାଲ ଟାଇମ୍ସ ପ୍ରଶ୍ନ ଉଠାଇଛି। ବିଶେଷକରି ଭାରତ ଏବେ ରୁଷିଆରୁ ଏସ ୪୦୦ ଏୟାର ଡିଫେନ୍ସ ସଷ୍ଟମ କିଣିଥିବାରୁ ଆମେରିକା ଏଥିପାଇଁ ପରୋକ୍ଷରେ ଏଭଳି କାର୍ଯ୍ୟ ପାଇଁ ଭୂମିକା ଗ୍ରହଣ କରିଥାଇପାରେ ବୋଲି କୁହାଯାଇଛି। ହେଲେ ପ୍ରଫେସର ପ୍ରତ୍ୟକ୍ଷ ଭାବେ ଚୀନର ନାମ ନେଇ ନଥିବା ବେଳେ ସାଧାରଣ ଟ୍ବିଟକୁ ନେଇ ଚୀନ ସରକାରୀ ମୁଖପତ୍ରରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ଏହି ସନ୍ଦେହକୁ ଅଧିକ ଦୃଢୀଭୂତ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଏୟାର ମାର୍ସଲଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ, ଲ୍ୟାଣ୍ଡିଂ କରିବାର ମାତ୍ର ୭ମିନିଟ ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ହେଲିକପ୍ଟର
ନୂଆଦିଲ୍ଲୀ : କୁନ୍ନୁରରେ ସେନା ହେଲିକପ୍ଟର  ଦୁର୍ଘଟଣାଗ୍ରସ୍ତ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି । ଉଭୟ ଗୃହରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସିଡିଏସ୍‌’ ଜେନେରାଲ୍‌ ବିପିନ ରାୱତ୍‌ ଏବଂ ଆଉ ୧୨ଜଣଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ଦୁଃଖ ବ୍ୟକ୍ତ କରି ରାଜନାଥ ସିଂହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Indian Air Force (IAF) has ordered a tri-service inquiry into the military chopper crash. The investigation will be led by Air Marshal Manavendra Singh. The inquiry team reached Wellington yesterday itself and started the investigation: Defence Minister Rajnath Singh Lok Sabha pic.twitter.com/l6zE4Kboy6

— ANI (@ANI) December 9, 2021

ରାଜନାଥ ସିଂ କହିଛନ୍ତି, ୮ ଡିସେମ୍ବରରେ ଭାରତୀୟ ବାୟୁସେନାର ହେଲିକପ୍ଟର ଯେଉଁଥିରେ ସିଡିଏସ ବିପିନ୍ ରାୱତ ଥିଲେ ତାହା ଦୁର୍ଘଟଣାର ଶିକାର ହୋଇଛି । ବିପିନ୍ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ବାୟୁସେନା ସଦସ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସୁଲୁର ଏୟାରବେସ୍ରୁ ସିଡିଏସ୍‌ ବିପିନ ରାଓ୍ବତ ଓ ଅନ୍ୟମାନଙ୍କୁ ନେଇ ୧୧ ଟା ୪୮ ମିନିଟରେ ଉଡାଣ ଭରିଥିଲା ହେଲିକପ୍ଟର । ୧୨ଟା ବାଜି ୮ମିନିଟରେ ହେଲିକପ୍ଟର ସହ ଏଟିସିର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଲ୍ୟାଣ୍ଡିଂ କରିବାର ମାତ୍ର ୭ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୧୪ଜଣଙ୍କ ମଧ୍ୟରୁ ୧୩ଜଣଙ୍କର ମୃତ୍ୟୁ ହୋଇଛି । ଗ୍ରୁପ କ୍ୟପଟେନ ବରୁଣ ସିଂ ଗୁରୁତର ଅବସ୍ଥାରେ ଓ୍ବେଲିଂଟନ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଏବେ ଲାଇଫ୍ ସପୋର୍ଟ ସିଷ୍ଟମରେ ରହିଛନ୍ତି। ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

The last rites of CDS General Bipin Rawat will be performed with full military honours. The last rites of other military personnel will be performed with appropriate military honour: Defence Minister Rajnath Singh in his statement in LS on the military chopper crash in Tamil Nadu pic.twitter.com/LfWHDrVaIc

— ANI (@ANI) December 9, 2021

ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମୃତକଙ୍କ ପ୍ରାର୍ଥିବ ଶରୀର ଦିଲ୍ଲୀଠାରେ ପହଞ୍ଚିବ ବୋଲି ରାଜନାଥ ସୂଚନା ଦେଇଛନ୍ତି। IAFର ସ୍ବତନ୍ତ୍ର ବିମାନରେ ମରଶରୀରକୁ ଦିଲ୍ଲୀ ଅଣାଯିବ ।ସମ୍ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ତାମିଲନାଡୁର କୁନୁର୍‌ ନିକଟରେ ‘ଏମ୍‌ଆଇ-୧୭ଭି୫’ ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ‘ସିଡିଏସ୍’ ବିପିନ ରାୱତ୍‌ ଏବଂ ଅନ୍ୟମାନର ଶେଷକୃତ୍ୟ ସମାପନ କରାଯିବ ବୋଲି ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

Lok Sabha observes two-minute silence on the demise of Chief of Defence Staff General Bipin Rawat, his wife, and other personnel in a military helicopter crash near Coonoor, Tamil Nadu

Image Source: Sansad TV pic.twitter.com/nSr9LGllbd

— ANI (@ANI) December 9, 2021

ଅନ୍ୟପଟେ ପୁରା ଘଟଣାର ତଦନ୍ତ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ତିନି ବାହିନୀ ପକ୍ଷରୁ ମିଳିତ ତଦନ୍ତ କରାଯିବ । ଏୟାର ମାର୍ସାଲ ମାନବେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ ଟିମ୍ ଗଠନ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ବିବୃତି ରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି ପରେ ଉଭୟ ଗୃହରେ ବୀର ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

ସାମ୍ନାକୁ ଆସିଲା ସିଡିଏସ୍‌ଙ୍କ ହେଲିକପ୍ଟର କ୍ରାଶ୍‌ ପୂର୍ବର ଭିଡିଓ
ନୂଆଦିଲ୍ଲୀ : ବୁଧବାର ତାମିଲନାଡୁ ଠାରେ ହୋଇଥିବା ସେନା ଦ୍ୱାରା ବ୍ୟବହୃତ Mi-17V-5 ହେଲିକପ୍ଟର ଦୁର୍ଘଟଣା ପଛରେ କାରଣ କ’ଣ ରହିଛି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଯାନ୍ତ୍ରିକ ସମସ୍ୟା ନା ଖରାପ ପାଗ କାରଣରୁ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି।ନୀଳଗିରି ଜଙ୍ଗଲରେ ଜଣେ ପର୍ଯ୍ୟଟକଙ୍କ ମୋବାଇଲରେ କଏଦ ହୋଇଛି ଦୁର୍ଘଟଣା ପୂର୍ବର ଲୋମହର୍ଷଣକାରୀ ମୁହୂର୍ତ୍ତ। ହେଲିକପ୍ଟରଟି କୁହୁଡି ବଳୟରେ ଖୁବ୍ ତଳେ ଉଡୁଥିବା ନେଇ ଉକ୍ତ ଭିଡ଼ିଓରେ  ଦେଖିବାକୁ ମିଳୁଛି। ଭିଡିଓଟି ଅଳ୍ପ କେଇ ସେକେଣ୍ଡର ହୋଇଥିବା ବେଳେ କିଛି ସମୟ ମଧ୍ୟରେ ହେଲିକପ୍ଟରଟି ଜୋର ଶବ୍ଦ କରିଥିଲା। ଏହାପରେ ଜଣେ ପ୍ରତ୍ୟକ୍ଷଦର୍ଶୀ ପଚାରୁଛନ୍ତି: କ’ଣ ହେଲା? ପଡ଼ିଗଲା ନା କ୍ରାସ୍‌ ହୋଇଗଲା। ଅନ୍ୟ ଜଣେ କହୁଛନ୍ତି: ହଁ।

#WATCH | Final moments of Mi-17 chopper carrying CDS Bipin Rawat and 13 others before it crashed near Coonoor, Tamil Nadu yesterday

(Video Source: Locals present near accident spot) pic.twitter.com/jzdf0lGU5L

— ANI (@ANI) December 9, 2021

ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ମିଳିଥିବା ଉକ୍ତ ଭିଡିଓକୁ ସମ୍ବାଦ ସରବରାହ ସଂସ୍ଥା ‘ଏଏନ୍‌ଆଇ’ ଟୁଇଟ୍‌ କରିଛି। ଭାରତୀୟ ବାୟୁସେନାର ‘Mi-17V-5’ ହେଲିକପ୍ଟର୍‌ଟି ଗତ ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ଼ ଉପରେ ଖସିପଡ଼ିବାର ଠିକ୍‌ ପୂର୍ବରୁ ଉକ୍ତ ଭିଡିଓଟିକୁ ଶୁଟ୍‌ କରାଯାଇଥିବା ଭଳି ମନେହେଉଛି। ତେବେ ବାୟୁସେନା ତରଫରୁ କିଛି ଏହି ଭିଡିଓକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅନ୍ୟପଟେ ଏହି ଦୁର୍ଘଟଣା ଅନେକ ପୂର୍ବତନ ସେନା ଅଧିକାରୀଙ୍କୁ ଆଚମ୍ବିତ କରି ପକାଇଛି। ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ଏୟାର୍‌ ଚିଫ୍ ମାର୍ସାଲ୍‌ ଫଲି ଏଚ୍‌. ମେଜର୍‌ କହନ୍ତି, ସୁଲୁର ରୁ ୱେଲିଙ୍ଗ୍‌ଟନ୍‌କୁ ବିମାନଯାତ୍ରା ସମୟ ଅବଧି ମାତ୍ର ୨୦ ରୁ ୨୫ ମିନିଟ୍‌। ଏତେ ସ୍ବଳ୍ପ ସମୟ ମଧ୍ୟରେ କି ତ୍ରୁଟି ହେଲା ତାହା ନିର୍ଦ୍ଧାରଣ କରିବା କଷ୍ଟକର ବ୍ୟାପାର। କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଚାଲିଥିବା ବେଳେ ଆଜି ଏୟାର୍‌ ଚିଫ୍‌ ମାର୍ସାଲ୍‌ ଭି.ଆର୍‌. ଚୌଧୁରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଅପରପକ୍ଷେ ସଂସଦରେ ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ବୁଧବାର ଦ୍ୱିପ୍ରହର ୧୨ଟା ୮ମି. ସମୟରେ ରାୱତଙ୍କ ହେଲିକପ୍ଟର ସହ ଏଟିସିର ସମ୍ପର୍କ ସ୍ଥାପନା ବିଚ୍ଛିନ୍ନ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ହେଲିକପ୍ଟରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେବଳ ଜଣେ ମାତ୍ର ଯବାନ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ୱେଲିଂଟନ୍ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ଅଛନ୍ତି।

ଅଧୁରା ରହିଗଲା ସିଡିଏସ ଜେନେରାଲ ବିପିନ ରାୱତଙ୍କ ଶେଷ ଇଚ୍ଛା
ନୂଆଦିଲ୍ଲୀ : ବୁଧବାର ତାମିଲନାଡୁର କୁନୁର ନିକଟରେ ଏକ ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ଓ ହେଲିକାପ୍ଟରେ ଥିବା ୧୪ ଜଣ ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶ ତାର ଜଣେ ବୀର ପୁତ୍ରକୁ ହରାଇଛି। ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି।ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଯୋଗସୂତ୍ର ରକ୍ଷା ଭଳି ଗୁରୁ ଦାୟିତ୍ୱ ତୁଲାଉଥିବା ଜେନେରାଲଙ୍କ ରାୱତ୍‌ଙ୍କର ଏହି ଅକାଳ ବିୟୋଗରେ ସେନା ଏବଂ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି ।

ଦେଶ ଜଣେ ପରାକ୍ରମୀ ଏବଂ ଲଢୁଆ ବୀରଙ୍କ ହାରାଇଥିବା ବେଳେ ଉତ୍ତରାଖଣ୍ଡର ପୌଡି ଜିଲ୍ଲାର ଦ୍ଵାରିଖାଲ ବ୍ଲକ ଅନ୍ତର୍ଗତ ସୈଣା ଗାଁ ନିଜ ବୀର ସନ୍ତାନକୁ ହରାଇ ଦୁଃଖରେ ଡୁବି ଯାଇଛି। କାଣ୍ଡାଖାଲ ଟାଉନଠୁ କିଛି ଦୂରରେ ରହିଛି ଦିବଙ୍ଗତ ଜେନେରାଲ ବିପିନ ରାଓ୍ଵତଙ୍କ ପୈତୃକ ଗାଁ ସୈଣା। ଏଠାରେ ରୁହନ୍ତି କକା ଭରତ ସିଂହ ରାଓ୍ଵତ ଓ ତାଙ୍କ ପରିବାର। ଦିବଙ୍ଗତ ଚିଫ୍‌ ସେନା ଅଧ୍ୟକ୍ଷ ଜେନରାଲ ବିପିନ୍‌ ରାୱତଙ୍କ ଉତ୍ତରାଖଣ୍ଡ ସ୍ଥିତ ପୌତୃକ ଗାଁ ସାଇନାରେ ରହୁଥିବା ତାଙ୍କ ଦାଦା ଭରତ ସିଂହ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଆସନ୍ତା ବର୍ଷ ଏପ୍ରିଲ ମାସରେ ନିଜ ପୌତୃକ ଗାଁକୁ ଯାଇ ଘର ତିଆରି କରିବା ପାଇଁ ଆଶା ରଖିଥିଲେ ବିପିନ ରାୱତ। ହେଲେ ତାଙ୍କର ଏହି ସ୍ୱପ୍ନ ଅଧୁରା ରହିଗଲା ବୋଲି କହିଛନ୍ତି ବିପିନ୍‌ ରାୱତଙ୍କ ଦାଦା।

ଜେନେରାଲ ରାୱତଙ୍କ କକା ଭରତ ସିଂହ ଏହା କହିଛନ୍ତି ଯେ ଜେନେରାଲ ରାୱତଙ୍କୁ ତାଙ୍କ ଗାଁ ଏବଂ ଘର ପ୍ରତି ଅଧିକ ଦୁର୍ବଳତା ଥିଲା। ସମୟ ସମୟରେ ସେ ମଧ୍ୟ ଫୋନରେ ସେମାନଙ୍କ ସହ କଥା ହେଉଥିଲେ। ଜେନେରାଲ୍ ରାୱତ ତାଙ୍କ ଦାଦାଙ୍କୁ କହିଥିଲେ ଯେ, ସେ ଏପ୍ରିଲ୍ ୨୦୨୨ ରେ ଗାଁକୁ ଫେରିବେ। ଏଥିସହ ପୌତୃକ ଗାଁରେ ଏକ ଘର ତିଆରି କରିବେ। ହେଲେ ତାଙ୍କର ଏହି ସ୍ୱପ୍ନ ପୂରଣ ହେବ ନାହିଁ ବୋଲି କିଏ ଜାଣିଥିଲା। ହଠାତ୍‌ ସେ ଆମକୁ ଏଭଳି ଛାଡି ଚାଲିଯିବେ ବୋଲି ଆଶା ନଥିଲା।’

ସେ ନିଜ ପୈତୃକ ଜମିରେ ଘର ତିଆରି କରିବାକୁ ଚିନ୍ତା କରିଥିଲେ। ଜାନୁଆରୀରେ ଅବସର ନେବା ପରେ ଗାଁରେ ଘର କରି ରହିବାକୁ ଚାହୁଁଥିଲେ। କିନ୍ତୁ ଏହି ଇଚ୍ଛା ଏବେ ଅଧୁରା ରହିଯାଇଛି। ବିପିନ ଗରିବଙ୍କ ପ୍ରତି ଦୟାଭାବ ରଖିଥିଲେ। ଅବସର ପରେ ଗରିବଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି କିଛି କରିବାକୁ କହିଥିଲେ କିନ୍ତୁ ତାଙ୍କର ସେ ସବୁ ସ୍ବପ୍ନ ଅଧାରେ ରହିଗଲା ବୋଲି କୋହ ଭରା କଣ୍ଠରେ କହିଛନ୍ତି ଜେନେରାଲ ରାୱତଙ୍କ କକା ଭରତ ସିଂହ।

୨୦୧୫ରେ ମଧ୍ୟ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ ବିପିନ୍ ରାୱତ, ଅଳ୍ପକେ ବଞ୍ଚି ଯାଇଥିଲା ଜୀବନ
ତାମିଲନାଡୁର କୁନୁରରେ ଭାରତୀୟ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ, ବ୍ରିଗେଡିୟର୍ ରାଙ୍କ୍‌ ଅଧିକାରୀ, ଅନ୍ୟ ଜଣେ ଅଧିକାରୀ ଏବଂ ଦୁଇ ପାଇଲଟଙ୍କ ସମେତ ପ୍ରାୟ ୧୪ ଜଣ ଥିଲେ। ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  କିଛି ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ସିଡିଏସ୍ ସୁରକ୍ଷିତ ଥିବା ନେଇ ଆଶା କରାଯାଉଛି। ତେବେ ବିପିନ ରାୱତଙ୍କ ବିମାନ ଦୁର୍ଘଟଣାର ଏହା ପ୍ରଥମ ଘଟଣା ନୁହେଁ। 2015 ରେ ମଧ୍ୟ ସେ ହେଲିକପ୍ଟର ଦୁର୍ଘଟଣାରୁ  ଅଳ୍ପକେ ରକ୍ଷା ପାଇଥିଲେ।

ଫେବୃଆରୀ 2015 ରେ ଏହି ଘଟଣା ଘଟିଥିଲା। ​​ଯେତେବେଳେ ଜେନେରାଲ ବିପିନ୍ ରାୱତ ଦିମାପୁରରେ ସେନାର 3-କର୍ପସ ମୁଖ୍ୟାଳୟର ମୂଖ୍ୟଭାବେ କାର୍ଯ୍ୟରତ ଥିଲେ। ଯେତେବେଳେ ସେ ଚିତା ହେଲିକପ୍ଟରରେ ଦିମାପୁରରୁ କୌଣସି କାର୍ଯ୍ୟରେ ବାହାରିଥିଲେ ହଠାତ୍  କିଛି ଉଚ୍ଚତାରେ ଚିତା ହେଲିକପ୍ଟର ନିୟନ୍ତ୍ରଣ ହରାଇଥିଲା ଏବଂ ହେଲିକପ୍ଟରଟି ଖସିପଡିଲା । କୁହାଯାଏ ଯେ ସେହି ସମୟରେ ହେଲିକପ୍ଟରର ଇଞ୍ଜିନ ଖରାପ ହୋଇଯିବାରୁ ଏହି ଦୁର୍ଘଟଣା ହୋଇଥିଲା।  ଏହି ଦୁର୍ଘଟଣାରେ ଜେନେରାଲ ରାୱତ ସାମାନ୍ୟ ଆହତ ହୋଇଥିଲେ।

ପରେ ସେନା ପ୍ରକାଶ କରିଥିଲା ଯେ ହେଲିକପ୍ଟରଟି ଭୂମିଠାରୁ ମାତ୍ର ୨୦ ମିଟର ଉଚ୍ଚକୁ ଯିବା ପରେ ଇଞ୍ଜିନ ଖରାପ ହୋଇଥିଲା। ଏହି ସମୟରେ ସିଙ୍ଗଲ୍-ଇଞ୍ଜିନ୍ ଯୁକ୍ତ ହେଲିକପ୍ଟର ଚିତାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ  ପାଇଲଟ୍ ନିୟନ୍ତ୍ରଣ ହରାଇଥିଲେ।  କିନ୍ତୁ ଦୁର୍ଘଟଣାରେ କୌଣସି ମୃତାହତ ହୋଇନଥିଲା। ବାୟୁସେନା ମଧ୍ୟ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିଥିଲା।