Bipin Rawat - The Sakala
ନୂଆଦିଲ୍ଲୀ : ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ ବିମାନରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ  ମଧୁଲିକା ରାୱତଙ୍କ ସମେତ ସମେତ ୧୪ ଜଣ ଯବାନ ଯାତ୍ରା କରୁଥିଲେ। ଯେଉଁ ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣାରେ  ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ। ତେବେ ସେହି ଦିନଠାରୁ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବା କିପରି ଘଟିଲା ଏତେ ବଡ ଦୁର୍ଘଟଣା। ଭାରତୀୟ ସେନାର ସବୁଠୁ ବଡ ଉଚ୍ଚପଦସ୍ତ ଅଫିସର ସିଡିଏସ୍‌ ରାୱତଙ୍କୁ ନେଇ ଯାଉଥିବା ସୁରକ୍ଷିତ ହେଲିକପ୍ଟର କିପରି ଏବଂ କାହିଁକି ଦୁର୍ଘଟଣାର ଶିକାର ହେଲା। ଏହାର ଉତ୍ତର ଜାଣିବାକୁ ସମସ୍ତେ ଅନାଇ ବସିଥିଲେ। କେହି କେହି ଏହି ଦୁର୍ଘଟଣା ପଛରେ ପଡୋଶୀ ପାକିସ୍ତାନ ଏବଂ ଚୀନର ହାତ ଥିବା ମଧ୍ୟ କହିଥିଲେ।
ତେବେ ଏସବୁ ପରେ ଭାରତୀୟ ସେନା ପକ୍ଷରୁ ସିଡିଏସ୍‌ ଦମ୍ପତି ଏବଂ ୧୨ ବୀର ଯବାନଙ୍କ ମୃତ୍ୟୁର କାରଣ ଜାଣିବାକୁ  କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦିଆଯାଇଥିଲା। ତିନି ସେନା (ଜଳ,ସ୍ଥଳ ଏବଂ ବାୟୁ) ସେନାର ଉଚ୍ଚ ପଦସ୍ତ ଅଧିକାରୀ ଏହାର ତଦନ୍ତ କରୁଥିଲେ। ଏହିସହିତ ଦୁର୍ଘଟଣା ଗ୍ରସ୍ତ ହେଲିପ୍ଟରର ବ୍ଲକ ବକ୍ସକୁ ମଧ୍ୟ ତଦନ୍ତ ପକ୍ରିୟାରେ ସାମିଲ କରାଯାଇଥିଲା। ଆଜି ସେହି ତଦନ୍ତ ରିପୋର୍ଟ ଆସିଛି। ବାୟୁସେନା ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ଖରାପ ପାଗ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି। ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ ହଠାତ୍‌ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା। ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ। ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ।ଏଥିସହ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତିନି ସେନା ସ୍ତରୀୟ ତଦନ୍ତ ବେଳେ ହେଲିକପ୍ଟର ଡାଟା ରେକର୍ଡ ଓ କକପିଟ୍‌ ଭଏସ୍ ରେକର୍ଡର ତର୍ଜମା କରାଯାଇଥିଲା। ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡ଼ଯନ୍ତ୍ର କିମ୍ବା ଅବହେଳା ନାହିଁ।
ଅନୁସନ୍ଧାନ କମିଟି ବାୟୁସେନା ଏବଂ ସେନାର ସମ୍ପୃକ୍ତ ଅଧିକାରୀଙ୍କ ବିବୃତ୍ତି ରେକର୍ଡ କରିଛି। ଏହା ସହିତ ସେ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା ହୋଇଛନ୍ତି ଯେଉଁମାନେ ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ । ଦୁର୍ଘଟଣା ପୂର୍ବରୁ ତୁରନ୍ତ ଯେଉଁ ଭିଡିଓଟି ସୁଟ୍ କରାଯାଇଥିଲା ସେହି ମୋବାଇଲ୍ ଫୋନ୍ ମଧ୍ୟ ଯାଞ୍ଚ କରାଯାଇଛି। ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଯେଉଁ ବ୍ଲାକ ବକ୍ସ ବା ଫ୍ଲାଇଟ୍ ଡାଟା ରେକର୍ଡର୍ ଉଦ୍ଧାର କରାଯାଇଥିଲା ତାର ରିପୋର୍ଟକୁ ମଧ୍ୟ ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇଛି। ବାୟୁସେନାର ଟ୍ରେନିଂ କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦୁର୍ଘଟଣାର କାରଣ ସମ୍ପର୍କରେ ତ୍ରି-ସେବା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ କର୍ମଚାରୀଙ୍କ ପରଲୋକରେ ମୁଖ୍ଯମନ୍ତ୍ରୀଙ୍କ ଶୋକ
ଭୁବନେଶ୍ବର: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରଥମ ତଥା ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ, ଚିଫ୍‌ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ବିପିନ ରାୱତଙ୍କର ଅକାଳ ବିୟୋଗ ଘଟିଛି। ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ଅଧିକାରୀଙ୍କ ଏହି ଦୁର୍ଘଟଣାରେ ପରଲୋକ ଘଟିଛି। ବର୍ତ୍ତମାନ ସୁଦ୍ଧା ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି। ଏହି ଘଟଣାରେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
Deeply saddened by the demise of Chief of Defence Staff Gen #BipinRawat, his wife & 11 other Defence personnel in a very tragic accident in #TamilNadu. It is an irreparable loss to the nation. Deepest condolences to the bereaved families and wish speedy recovery of the injured.
— Naveen Patnaik (@Naveen_Odisha) December 8, 2021
ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ, ଏହା ଅତ୍ଯନ୍ତ ଦୁଃଖଦ ଘଟଣା। ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ଯମନ୍ତ୍ରୀ।
୨୦୧୫ରେ ମଧ୍ୟ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ ବିପିନ୍ ରାୱତ, ଅଳ୍ପକେ ବଞ୍ଚି ଯାଇଥିଲା ଜୀବନ
ତାମିଲନାଡୁର କୁନୁରରେ ଭାରତୀୟ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ, ବ୍ରିଗେଡିୟର୍ ରାଙ୍କ୍‌ ଅଧିକାରୀ, ଅନ୍ୟ ଜଣେ ଅଧିକାରୀ ଏବଂ ଦୁଇ ପାଇଲଟଙ୍କ ସମେତ ପ୍ରାୟ ୧୪ ଜଣ ଥିଲେ। ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  କିଛି ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ସିଡିଏସ୍ ସୁରକ୍ଷିତ ଥିବା ନେଇ ଆଶା କରାଯାଉଛି। ତେବେ ବିପିନ ରାୱତଙ୍କ ବିମାନ ଦୁର୍ଘଟଣାର ଏହା ପ୍ରଥମ ଘଟଣା ନୁହେଁ। 2015 ରେ ମଧ୍ୟ ସେ ହେଲିକପ୍ଟର ଦୁର୍ଘଟଣାରୁ  ଅଳ୍ପକେ ରକ୍ଷା ପାଇଥିଲେ।
ଫେବୃଆରୀ 2015 ରେ ଏହି ଘଟଣା ଘଟିଥିଲା। ​​ଯେତେବେଳେ ଜେନେରାଲ ବିପିନ୍ ରାୱତ ଦିମାପୁରରେ ସେନାର 3-କର୍ପସ ମୁଖ୍ୟାଳୟର ମୂଖ୍ୟଭାବେ କାର୍ଯ୍ୟରତ ଥିଲେ। ଯେତେବେଳେ ସେ ଚିତା ହେଲିକପ୍ଟରରେ ଦିମାପୁରରୁ କୌଣସି କାର୍ଯ୍ୟରେ ବାହାରିଥିଲେ ହଠାତ୍  କିଛି ଉଚ୍ଚତାରେ ଚିତା ହେଲିକପ୍ଟର ନିୟନ୍ତ୍ରଣ ହରାଇଥିଲା ଏବଂ ହେଲିକପ୍ଟରଟି ଖସିପଡିଲା । କୁହାଯାଏ ଯେ ସେହି ସମୟରେ ହେଲିକପ୍ଟରର ଇଞ୍ଜିନ ଖରାପ ହୋଇଯିବାରୁ ଏହି ଦୁର୍ଘଟଣା ହୋଇଥିଲା।  ଏହି ଦୁର୍ଘଟଣାରେ ଜେନେରାଲ ରାୱତ ସାମାନ୍ୟ ଆହତ ହୋଇଥିଲେ।
ପରେ ସେନା ପ୍ରକାଶ କରିଥିଲା ଯେ ହେଲିକପ୍ଟରଟି ଭୂମିଠାରୁ ମାତ୍ର ୨୦ ମିଟର ଉଚ୍ଚକୁ ଯିବା ପରେ ଇଞ୍ଜିନ ଖରାପ ହୋଇଥିଲା। ଏହି ସମୟରେ ସିଙ୍ଗଲ୍-ଇଞ୍ଜିନ୍ ଯୁକ୍ତ ହେଲିକପ୍ଟର ଚିତାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ  ପାଇଲଟ୍ ନିୟନ୍ତ୍ରଣ ହରାଇଥିଲେ।  କିନ୍ତୁ ଦୁର୍ଘଟଣାରେ କୌଣସି ମୃତାହତ ହୋଇନଥିଲା। ବାୟୁସେନା ମଧ୍ୟ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିଥିଲା।