pcr van - The Sakala

ଦୀପାବଳି ରାତିରେ ଜଗିବେ ୨୨ ପ୍ଲାଟୁନ ପୁଲିସ, ଗଳିକନ୍ଦିରେ ପଇଁତରା ମାରିବ ହର୍‌‌ ଟିମ୍‌‌
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ସହରବାସୀ ଶାନ୍ତିଶୃଙ୍ଖଳାରେ ପାଳନ କରିବା ପାଇଁ ପୁଲିସ କଡ଼ା ପଦେକ୍ଷପ ଗ୍ରହଣ କରିଛି। ଦୀପାବଳି ଦିନ ରାତିରେ ରାଜଧାନୀରେ ୨୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବ। ସେମାନେ ବିଭିନ୍ନ ଛକ ଏବଂ ବଜାର ଘାଟରେ ଜଗିବେ। ଆହୁରି ମଧ୍ୟ ଅମାନିଆ ଉତ୍ପାତ କଲେ ସେମାନଙ୍କୁ ଏହି ଫୋର୍ସ ସାବାଡ଼ କରିବେ। ବିଶେଷ କରି ମଦୁଆ ଏବଂ ଅମାନିଆ ଉତ୍ପାତ କରିବାର ସମ୍ଭାବନା ରହିଛି। ଏପରିକି ସେମାନେ ମଦ ପିଇ ଦୀପାବଳି ରାତିରେ ମହିଳା ଏବଂ ଯୁବତୀଙ୍କୁ ଅସଦାଚରଣ କରନ୍ତି। ତେଣୁ ପୁଲିସ ଏହି ମଦୁଆଙ୍କୁ ସାବାଡ଼ କରିବା ପାଇଁ ଏକ ସ୍ପେଶାଲ ଟିମ୍‌‌ ଗଠନ କରାଯାଇଛି। କେଉଁଠି ଅଘଟଣ ଘଟିଲେ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବ। ମଦୁଆମାନେ ମଦ ପିଇ ଗଣ୍ଡଗୋଳ କଲେ ତୁରନ୍ତ ଏହି ଟିମ୍‌‌ ପହଞ୍ଚି ସେମାନଙ୍କୁ କାବୁ କରି ଥାନାକୁ ଆଣିବେ। ଆହୁରି ମଧ୍ୟ ମହିଳାଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ଟିମ୍‌‌କୁ କୁହାଯାଇଛି। ସ୍ପେଶାଲ ଟିମ୍‌‌ରେ ଥିବା ସଦସ୍ୟମାନେ ଗଳି କିନ୍ଦି ଏବଂ ବଜାର ଘାଟ ବୁଲିବେ। ସେଠାରେ ଯଦି ମହିଳାଙ୍କୁ ଅଶ୍ଲୀଳ ଇଙ୍ଗୀତ ଏବଂ ଅସଦାଚରଣ କରନ୍ତି, ତୁରନ୍ତ ସେମାନଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅମାନିଆ ଦୀପାବଳୀ ଦିନ ରାଗ ସୁଝାନ୍ତି। ସେମାନେ ଜାଣିଶୁଣି ବମ୍‌‌ ଅନ୍ୟ ଘର ଉପରକୁ ପକାନ୍ତି। ଫଳରେ ଅଗ୍ନିକାଣ୍ଡ ଏବଂ ଅନ୍ୟାନ ଦୁର୍ଘଟଣା ଘଟିଥାଏ। ତେଣୁ ଏଭଳି କେହି କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କେହି କରୁଥିଲେ ତୁରନ୍ତ ୧୧୨କୁ ଫୋନ୍‌‌ କରି ଜଣାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ସବୁ ଥାନା ଅଧିକାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଦୀପାବଳି ରାତିରେ କିଛି ଅଘଟଣ ଘଟିବା ନେଇ ଖବର ମିଳେ ତୁରନ୍ତ ସେଠାରେ ପହଞ୍ଚିବାକୁ କୁହାଯାଇଛି। ପହଞ୍ଚିବା ପରେ ଆହତଙ୍କୁ ମେଡ଼ିକାଲ ନେବାକୁ କୁହାଯାଇଛି। ସେହିପରି ଚୋରି ରୋକିବାକୁ ପାଟ୍ରୋଲିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେଣୁ ଯଦି କେହି ବ୍ୟକ୍ତି ନିୟମ ନମାନି ବାଣ ଫୁଟାନ୍ତି ତେବେ ତାଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଥାନାକୁ କୁହାଯାଇଛି। ଦିପାବଳୀ ଦିନ ଏକାଧିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଗାଡ଼ି ଦୁର୍ଘଟଣା ଠାରୁ ଆରମ୍ଭ କରି ବାଣ ପଡ଼ି ପେଡ଼ିଯିବା ଭଳି ଘଟଣା ପୂର୍ବ ଦିନମାନଙ୍କରେ ଦେଖିବାକୁ ମିଳିଛି। ତେଣୁ କାହାର ଜୀବନ ହାନୀ ନହେବ ତାହାର ବ୍ୟବସ୍ଥା ପୁଲିସ କହିଛି। ଆମ୍ବୁଲାନ୍ସ ସଜାଗ କରି ରହିବା ସହ ଡାକ୍ତରମାନଙ୍କୁ ଆଲର୍ଟରେ ରହିବାକୁ ପୁଲିସ ପରାମର୍ଶ ଦେଇଛି। ଯେପରି ଦୁର୍ଘଟଣା ହେଲେ ଲୋକଙ୍କୁ ତୁରନ୍ତ ଚିକିତ୍ସା କରାଯାଇ ପାରିବ ସେନେଇ ଡିସିପି କହିଛନ୍ତି।

ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ଅଘଟଣର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି। ସେଣ୍ଟ୍ରୋଲ ରେଞ୍ଜ, ଉତ୍ତରାଞ୍ଚଳରେଞ୍ଜ ଏବଂ ଦକ୍ଷିଣାଞ୍ଚଳ ରେଞ୍ଜ ଭାବେ ସକ୍ରିୟ ରହିବେ ଅଗ୍ନିଶମ ବିଭାଗ। ଟ୍ୱିନ୍‌‌ ସିଟିରେ ୭ଟି ଫାୟାର ଷ୍ଟେସନ କରିବ ଅଗ୍ନିଶମ ବିଭାଗ।

କମେଣ୍ଟମରାରୁ ତୁମୂଳକାଣ୍ଡ , ମହିଳାଙ୍କୁ ପିଟିଲେ ପିସିଆର୍‍ କର୍ମଚାରୀ
କମେଣ୍ଟମରାକୁ ନେଇ ବାଲିଅନ୍ତା ଥାନା ଅଞ୍ଚଳରେ ତୁମୂଳକାଣ୍ଡ ଘଟିଛି। ଦୁଇ ଗାଁ ମଧ୍ୟରେ କମେଣ୍ଟମରାକୁ ନେଇ ଗଣ୍ଡଗୋଳ ହେଇଥିବା ବେଳେ ପିସିଆର୍‍ ପହଞ୍ଚି ସାନଭଇଁଚୁଆ ଗାଁରେ ପଶି ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ଏପରିକି ଗାଁରେ ମହିଳାଙ୍କ ଉପରେ ଲାଠିଚାର୍ଜ କରିଥିଲେ ପିସିଆର୍‍ କର୍ମଚାରୀ। ଏଥିରେ ୬ଜଣ ମହିଳା ଗୁରୁତର ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିସିଆର୍‍ କର୍ମଚାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପରେ ସାନଭଇଁଚୁଆ ଗ୍ରାମବାସୀ ପିସିଆର୍‍କୁ ପିଟି ଭାଙ୍ଗି ଦେଇଥିଲେ।

ରାସ୍ତାରୁ ଦୁଇଟି ପ୍ରବେଶ ପଥକୁ ବନ୍ଦ କରି ପିସିଆର୍‍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାପରେ ଘଟଣାସ୍ଥଳରେ ବାଲିଅନ୍ତା ଥାନା ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ପୁଲିସର କଥାକୁ ଗ୍ରାମବାସୀ ଶୁଣି ନ ଥିଲେ। ପିସିଆର୍‍ କର୍ମଚାରୀଙ୍କ ବିରୋଧରେ ଗ୍ରାମବାସୀ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଥିଲେ। ଗ୍ରାମବାସୀ ପିସିଆର୍‍ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ଗ୍ରାମବାସୀ ଅଟକ ରଖିଥିବା ପିସିଆର୍‍ କର୍ମଚାରୀଙ୍କୁ ଛାଡିଥିଲେ। ଗାଁରେ ରାତି ଯାଏଁ ଉତ୍ତେଜନା ଲାଗିଥିବାରୁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି।

ଅଭିଯୋଗ ଅନୁସାରେ ବାଲିଅନ୍ତା ଥାନା ସାନଭଇଁଚୁଆ ଏବଂ ବୁଢାଳୋ ଗ୍ରାମ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ମଙ୍ଗଳବାର ସାନଭଇଁଚୁଆ ଗ୍ରାମର୨ଜଣ ଯୁବକଙ୍କୁ ବୁଢାଳୋ ଗ୍ରାମର କିଛି ଯୁବକ କମେଣ୍ଟ ମାରିଥିଲେ। ପରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୁଢାଳୋ ଗାଁର କିଛି ଯୁବକ ପୁଲିସକୁ ଖବର ଦେଇଥିଲେ। ଖବରପାଇଁ ସନ୍ଧ୍ୟାରେ ବାଲିଅନ୍ତା ଥାନାର ପିସିଆର୍‍ ଭ୍ୟାନ୍‍ ସାନଭଇଁଚୁଆ ଗ୍ରାମରେ ପହଁଞ୍ଚି ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ମହିଳା ଓ ପୁରୁଷ ଓ ଛୋଟ ପିଲାଙ୍କୁ ଲାଠିରେ ମାଡ଼ ମାରି ସହ ଆତଙ୍କ ଖେଳାଇଥିଲେ ପିସିଆର୍‍ କର୍ମଚାରୀ। ଏପରକିି ଗ୍ରାମବାସୀଙ୍କୁ ପିସିଆର୍‍ କର୍ମଚାରୀ ଗୋଡେଇ ଗୋଡେଇ ପିଟିଥିଲେ।

ଘର ବାହାରେ ହେଉ କି ଘର ଭିତରେ ପଶି ଗ୍ରାମବାସୀଙ୍କୁ ପୁଲିସ ପାଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାକୁ ବିରୋଧ କରି ଗ୍ରାମବାସୀ ପିସିଆର୍‍କୁ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ଢେଲା ପଥର ମାଡ କରିଥିଲେ। ଗାଁର ଶତାଧିକ ଲୋକେ ଏକାଠି ହୋଇ ପିସିଆର୍‍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଏଭଳି ୨ଘଣ୍ଟା ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ସାନଭଇଁଚୁଆ ଗ୍ରାମରେ ପହଁଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଦଉଡ଼ି ପାରୁନି କମିସନ୍‌ରେଟ ପୁଲିସର ପିସିଆର୍‌ ଭ୍ୟାନ୍‌ : ଲୁଟେରାଙ୍କ ବାଇକ୍‍ ଆଗରେ, ପିସିଆର୍‌ ପଛରେ
ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ପିଛା କରୁଥିବା ପୁଲିସ ପିସିଆର ଭ୍ୟାନ୍‍ ଦଉଡ଼ି ପାରୁନି। ଲୁଟେରାଙ୍କୁ ଗୋଡ଼ାଇବା ସମୟରେ ପିସିଆର୍‍ ଭ୍ୟାନ୍‍ ଗର୍ଜନ କରୁଛି। ଡ୍ରାଇଭର ଚାରି ନମ୍ବର ଗିୟର ପକାଇଲେ, ଅଧା ରାସ୍ତାରେ ଗାଡ଼ି ବନ୍ଦ ହୋଇଯାଉଛି। ଏମିତି ହେଉଛି ଯେ, ଲୁଟେରାଙ୍କ ପିଛା କରିବା ତ ଦୂରର କଥା ଭ୍ୟାନ୍‍କୁ ପଛରୁ ଠେଲିଠେଲି ଥାନା ପର୍ୟ୍ୟନ୍ତ ଆଣିବାକୁ ପଡ଼ୁଛି। ନିଅଣ୍ଟିଆ ପେଟ୍ରୋଲ ସାଙ୍ଗକୁ ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀର ପିସିଆର୍‍ ଭ୍ୟାନ୍‍ଗୁଡ଼ିକର ଅବସ୍ଥା ଏଭଳି ହୋଇଯାଇଛି। ଅପରାଧୀଙ୍କୁ ଗୋଡ଼ାଇବା ସମୟରେ ସେଥିରେ ବସିଥିବା କର୍ମଚାରୀଙ୍କୁ ଛାତି ଧଡ଼ଧଡ଼ ହେଉଛି। ଗାଡ଼ିର ଅବସ୍ଥା ଏଭଳି ରହିଛି ଯେ, ଦ୍ରୁତ ଗତିରେ ଗଲେ ଗାଡ଼ିର ଚକା ବାହାରି ଯିବାର ଅଧିକ ସମ୍ଭାବନା ରହିଛି। ଅନ୍ୟପଟରେ ନାଁ ଗାଡ଼ିରେ ଠିକ୍‍ ସମୟରେ ଇଞ୍ଜିନ୍‍ ଅଏଲ ପଡୁଛି ନା ହେଉଛି ମେଣ୍ଟେନାସ। ଅନେକ ପିସିଆର ଛାତ କଣା ହୋଇଗଲାଣି ତ, ଆଉ କାହାର ସିଟ୍‍ ଗଦି ଉଠି ଯାଇ ଲୁହା ଦେଖାଗଲାଣି। ଡ୍ରାଇଭର ନିଜର ଚାକିରି ପାଇଁ ଉକ୍ତ ସିଟ୍‍ ଉପରେ କାଗଜ ପଟୁଳି ପକାଇ ବସି ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି।

ରାଜଧାନୀରେ ଗଡ଼ୁଥିବା ପିସିଆର ଭ୍ୟାନ୍‍ର ଏଭଳି ଅବସ୍ଥାର ଫାଇଦା ନେଉଛନ୍ତି ଲୁଟେରା। ଅପରାଧୀ ଏବେ ଅପରାଧ ଘଟାଇବା ପାଇଁ ସ୍ପିଡି ବାଇକ୍‍କୁ ବ୍ୟବହାର କରୁଛନ୍ତି। ପୁଲିସର ଏଭଳି ଦଦରା ପିସିଆର ଚଲାଉଥିବାରୁ ଲୁଟେରାମାନେ ଚକ୍କମା ଦେଇ ଫେରାର ହୋଇଯାଉଛନ୍ତି। ପିସିଆର ଭ୍ୟାନ୍‍ ସେମାନଙ୍କୁ ଗୋଡ଼ାଉଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସଫଳ ହେଉନାହିଁ। ରାଜଧାନୀରେ ଛୋଟ ବଡ଼ ଗଣ୍ଡଗୋଳଠାରୁ ଆରମ୍ଭ କରି ଲୁଟପାଟ, ହତ୍ୟା ଉଦ୍ୟମ ଆଦି ଖବର ପାଇ ପିସିଆର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା କଥା କିନ୍ତୁ ଗାଡ଼ିର ଅବସ୍ଥା ଠିକ୍‍ ନ ଥିବାରୁ ବିଳମ୍ବରେ ଭ୍ୟାନ୍‍ ପହଞ୍ଚୁଛି। ଫଳରେ ଅପରାଧୀ ସହଜରେ ଚମ୍ପଟ ମାରୁଛି। ଯଦି କିଛି ଘଟଣାରେ ପୁଲିସ ଏହି ଲୁଟେରାଙ୍କ ପିଛା କରୁଛି ଅଧିକାଂଶ ମାମଲାରେ ପୁଲିସ ଫେଲ୍‍ ମାରୁଛି। ରାଜଧାନୀରେ ବର୍ତ୍ତମାନ ୩୫ଟି ପିସିଆର ଭ୍ୟାନ୍‍ ଗଡ଼ୁଛି। ସେଥିରୁ ୧୩ଟିର ଅବସ୍ଥା ଦୟନୀୟ ହୋଇପଡ଼ିଛି। ବିଶେଷକରି ଏଭଳି ଧତଡ଼ା ଗାଡ଼ି ରାଜଧାନୀ ଉପକଣ୍ଠରେ ଚାଲୁଥିବା ଦେଖିବାକୁ ମିଳୁଛି। ଚନ୍ଦକା, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଥାନା, ଲିଙ୍ଗରାଜ, ଖାରବେଳନଗର, ସହିଦନଗର, ନୟାପଲ୍ଲୀ, ଜଟଣୀ, ବାଲିଅନ୍ତା, ବାଲିପାଟଣା ଆଦି ଥାନାଗୁଡ଼ିକରେ ଏଭଳି ଧତଡ଼ା ଗାଡ଼ି ଦେଖିବାକୁ ମିଳୁଛି। ରାଜଧାନୀରେ ପୁଲିସକୁ ବାଇକ୍‍ରେ ପାଟ୍ରୋଲିଂ ପାଇଁ ସ୍ପିଡି ବାଇକ୍‍ ମିଳିଥିଲେ ମଧ୍ୟ ତାହା ଏବେ ଥାନାରେ ଖତ ହେଉଛି। ଅନେକ ସ୍ପିଡି ବାଇକ୍‍ ଉପରେ ଧୂଳି ଲାଗିଗଲାଣି।

ଲୁଟେରାକୁ ଗୋଡ଼ାଇ ପାରିଲେନି ଥାନାବାବୁ

ରାଜଧାନୀରେ ଗୁରୁବାର ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ହାଜତରୁ ଜଣେ ଅଭିଯୁକ୍ତ ଖସି ଚମ୍ପଟ ମାରିଲା। ତାକୁ ଧରିବାକୁ ଯାଇ ଇନ୍ସପେକ୍ଟର ପିସିଆର ଭ୍ୟାନ୍‍ର ବସି ଗୋଡ଼ାଇଥିଲେ। ଲୁଟେରା କିନ୍ତୁ ଏକ ସ୍ପିଡି ବାଇକରେ ଫେରାର ହୋଇଯାଇଥିଲା। ଥାନା ଅଧିକାରୀ ଏହା ଦେଖି ଲୁଟେରାଙ୍କ ପିଛା କଲେ। ହେଲେ ଧତଡ଼ା ପିସିଆର ଲୁଟେରାଙ୍କୁ ଗୋଡ଼ାଇ ପାରି ନ ଥିଲା। ଗାଡ଼ିର ଗିୟର ଯେତେ ଦବାଇଲେ ତାହା ଆଗକୁ ଯାଉ ନ ଥିଲା। ଶେଷରେ ଲୁଟେରା ଥାନା ଅଧିକାରୀଙ୍କୁ ଚକ୍‍ମା ଦେଇ ସହଜରେ ଚମ୍ପଟ ମାରିଥିଲା।

ଚିଠି ଲେଖି ହତାଶ ହେଲାଣି ପୁଲିସ

ହକି ୱର୍ଲ୍ଡକପ୍‍ ସମୟରେ ରାଜଧାନୀରେ ୫୦ରୁ ଊର୍ଦ୍ଧ୍ବ ପିସିଆର ଭ୍ୟାନ୍‍ ପାଟ୍ରୋଲିଂ ପାଇଁ ଆସିଥିଲା। ହେଲେ ହକି ୱାଲ୍ଡ୍‍ର୍କପ୍‍ ପରେ ଏହି ପିସିଆର ଭ୍ୟାନ୍‍ ରାଜଧାନୀରୁ ଉଭାନ ହୋଇଥିଲା। ରାଜଧାନୀରେ ୧୩ଟି ଧତଡ଼ା ପିସିଆର ଭ୍ୟାନ୍‍ ପୁଲିସ ପାଇଁ ସମସ୍ୟା ହେଉଛି। ଏନେଇ ଡିସିପି ଅଫିସ ପକ୍ଷରୁ ଡିଜିଙ୍କୁ ଅଧିକ ପିିସିଆର ଭ୍ୟାନ୍‍ ଦେବାକୁ ଅନୁରୋଧ କରାଯାଉଛି। କିନ୍ତୁ କୌଣସି ଅଧିକାରୀ ଶୁଣୁନାହାନ୍ତି।

ଅନେକ ସମୟରେ କମିସନ୍‌ରେଟ ପୁଲିସକୁ ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପିସିଆର ଭ୍ୟାନ୍‍ ଦିଏ। କିନ୍ତୁ ଗତ କିଛିବର୍ଷ ହେବ ଏହି କମ୍ପାନୀ ସହଯୋଗ ଦେଉନାହିଁ। ଫଳରେ ଏଭଳି ଧତଡ଼ା ପିସିଆର ରାଜଧାନୀରେ ବୁଲୁଛି। ଏବେ ପୁଲିସ ବିଭିନ୍ନ କମ୍ପାନୀର ସହଯୋଗକୁ ଅନାଇ ବସିଛି। ସେମାନେ ସହଯୋଗ କଲେ ରାଜଧାନୀକୁ ନୂଆ ପିସିଆର ଭ୍ୟାନ ବୁଲିବ। କେବଳ ପିସିଆର ଭ୍ୟାନ୍‍ ନୁହେଁ ସ୍ପିଡି ବାଇକ୍‍ ମଧ୍ୟ ପୁଲିସ କମ୍ପାନୀରୁ ସହଯୋଗ ଆକାରରେ ମୁଳୁଛି।

ତେଲ ବି ହେଉଛି ବାଟମାରଣା

ରାଜଧାନୀରେ ଥିବା ପ୍ରତି ଥାନାକୁ ୨ଟି ଲେଖାଏଁ ପିସିଆର ଭ୍ୟାନ୍‍ ଦିଆଯାଉଛି। ଯେଉଁ ଥାନା ଅଞ୍ଚଳରେ ଲୋକ ସଂଖ୍ୟା ଅଧିକ ସେହି ଥାନାକୁ ଆଉ ଗୋଟିଏ ପିସିଆର ଭ୍ୟାନ୍‍ ଦିଆଯାଇଛି। ପ୍ରତିଦିନ ପ୍ରତି ଥାନାକୁ ୧୦ଲିଟର ତେଲ ଦିଆଯାଉଛି। ଏହିପରି ମାସକୁ ୩ ଶହ ଲିଟର ତେଲ ପ୍ରତି ଥାନାକୁ ଆସୁଛି। ହେଲେ ଥାନା ପିସିଆରରେ ପଡୁଥିବା ତେଲ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଏହାକୁ ପିସିଆର ଭ୍ୟାନ୍‍ର କର୍ମଚାରୀ ହରିଲୁଟ କରୁଥିବା ଅନେକ ସମୟରେ ଅଭିଯୋଗ ହେଉଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ଆଗକୁ ୭ଟି ନୂଆ ପିସିଆର ଭ୍ୟାନ୍‍ ଆସିବ।