Free Fire Game Love - The Sakala

ଫ୍ରି ଫାୟାରରୁ ହେଇଗଲା ଲଭ୍‌ : ବାହାର ରାଜ୍ୟରୁ ଯୁବତୀଙ୍କୁ ଉଠାଇ ଆଣି ବିବାହ କଲା ନାବାଳକ
ଭୋଗରାଇ :  ମୋବାଇଲରେ ଫ୍ରି ଫାୟାର ଗେମ ଖେଳରୁ ସୃଷ୍ଟି ହୁଏ ଯୁବତୀଙ୍କ ସହ ହୁଏ ପ୍ରେମ ସମ୍ପର୍କ। ପରେ ନିଜ ବାପା ଙ୍କ ସହାୟତାରେ ବାହାର ରାଜ୍ୟରୁ ଯୁବତୀ କୁ ଉଠାଇ ଆଣି ବିବାହ କରିଛି ଜନୈକ ନାବାଳକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଦାହୁଣଦା ପଞ୍ଚାୟତ କଉରଦା ଗାଁରେ।

ମିଳିଥିବା ସୂଚନା ଅନୁଯାଇ ଏହି ଗ୍ରାମର ଜନୈକ ୧୫ ବର୍ଷୀୟ ନାବାଳକ ସ୍କୁଲରେ ପଢୁଥିଲା ବେଳେ ପାଠରେ ମନ ନ ଲାଗିବାରୁ  ଗତ କିଛି ମାସ ହେଲା ବାହାର ରାଜ୍ୟକୁ ଚାଲି ଯାଇଥିଲା। ସେଠାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲା ।ସେଠାରେ ଅବସର ସମୟରେ ମୋବାଇଲରେ ଫ୍ରି ଫାୟାର ଗେମ ଖେଳୁଥିଲା। ଏହି ଖେଳରୁ ମଧ୍ୟପ୍ରଦେଶର ଜନୈକା ଯୁବତୀଙ୍କ ସହ ତାର ପ୍ରଥମେ ପରିଚୟ ସୃଷ୍ଟି ହୋଇଥିଲା। ଉଭୟଙ୍କର ମୋବାଇଲରେ ଚାଟିଂ ଚାଲିଲା। ପରେ ପ୍ରେମ ସମ୍ପର୍କ ସୃଷ୍ଟି ହେଲା। ଏ ଖବର ପାଇ ନାବାଳକ ଙ୍କ ପିତା ଜାଣିଲା ପରେ ପୁଅକୁ ରୋକିବା ପରିବର୍ତ୍ତେ ନିଜେ ପୁଅ ସହିତ ମଧ୍ୟପ୍ରଦେଶ ଯାଇ ସଂପୃକ୍ତ ଯୁବତୀକୁ ସେଠାରୁ ଉଠାଇ ଆଣିଲେ।

ରବିବାର ଅପରାହ୍ନରେ ସଂପୃକ୍ତ ଯୁବତୀକୁ ନେଇ ଗାଁରେ ପହଞ୍ଚିବା ପରେ ଘଟଣାଟି ପ୍ରଘଟ ହେଲା। ଗାଁ ର କେତେଜଣ ସମାଜସେବୀ ଏହା ଜାଣିପାରି କମର୍ଦ୍ଦା ପୁଲିସକୁ ଖବର ଦେଲେ। କମର୍ଦ୍ଦା ଥାନା ପୋଲିସ  ଜନୈକ ହୋମଗାର୍ଡକୁ ଖବର ନେବା ପାଇଁ ସେଠାକୁ ପଠାଇଲେ। ଖବର ପାଇ ସମ୍ପୃକ୍ତ ନାବାଳକ ଓ ଯୁବତୀ ସହ ବାପା ଘରୁ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକେ ଚାଇଲଡ ଲାଇନ ମୁଖ୍ୟାଳୟକୁ ଖବର ଦେଇଥିଲେ।ମାତ୍ର ସଂପୃକ୍ତ ନାବାଳକ ଓ ଯୁବତୀର ସନ୍ଧାନ ନ ମିଳିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନଥିବା ଜଣାପଡିଛି। ଅନ୍ୟପକ୍ଷରେ ଘରୁ ଫେରାର ହୋଇ ପଶ୍ଚିମବଙ୍ଗର କୌଣସି ଏକ ମନ୍ଦିରରେ ସଂପୃକ୍ତ ନାବାଳକ ସହିତ ଯୁବତୀର ବିବାହ ସମ୍ପନ୍ନ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।