World Inquality Repor - The Sakala

ଦେଶରେ ବଢୁଛି ଆୟର ତାରତମ୍ୟ, ୧ ପ୍ରତିଶତ ଲୋକଙ୍କ ଆୟ ମୋଟ ଜାତୀୟ ଆୟର ୨୨ ପ୍ରତିଶତ
ନୂଆଦିଲ୍ଲୀ: ଭାରତରେ ବ୍ୟାପକ ଅସମାନତା । ଫେଲ୍ ମାରିଛି ଆର୍ଥିକ ସଂସ୍କାର । ଦେଶର ମାତ୍ର ୧ ପ୍ରତିଶତ ଲୋକଙ୍କ ହାତରେ ଠୁଳ ହୋଇଛି ମୋଟ ଜାତୀୟ ଆୟର ଏକ ପଞ୍ଚମାଂଶ । ପ୍ରକାଶ ପାଇଥିବା ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ରେ ଏହି ତଥ୍ୟ ଦର୍ଶାଯାଇଛି । ବିଶ୍ୱ ଅସମାନତା ଗବେଷଣାଗାରର ସହ-ନିର୍ଦ୍ଦେଶକ ଲୁକାସ ଚାନସେଲ ଓ ଅନେକ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଆକଳନରେ କୁହାଯାଇଛି, ବିଶ୍ୱର ସବୁଠାରୁ ଅଧିକ ଅସମାନତା ଭିତ୍ତିକ ରାଷ୍ଟ୍ର ତାଲିକା ଭିତରେ ଭାରତ ଅନ୍ୟତମ । ଆମ ଦେଶରେ ଗରିବ ଆହୁରି ଗରିବ ହେଉଛି ଏବଂ ଧନୀ ଆହୁରି ଧନୀ ହେଉଛି । ଦେଶରେ ଧନୀ ଏବଂ ଗରିବର ଆୟ ମଧ୍ୟରେ ଆକାଶ ପାତାଳ ଫରକ ରହିଛିା

ରିପୋର୍ଟରେ ଦର୍ଶାଯାଇଛି, ଭାରତର ହାରାହାରି ଜାତୀୟ ଆୟ ହେଉଛି ୨ ଲକ୍ଷ ୪ ହଜାର ୨୦୦ ଟଙ୍କା । ଶୀର୍ଷରେ ଥିବା ୧୦ ପ୍ରତିଶତ ଲୋକଙ୍କ ଆୟ ହେଉଛି ଜାତୀୟ ହାରର ୨୦ ଗୁଣ ଅର୍ଥାତ ୧୧ ଲକ୍ଷ ୬୬ ହଜାର ୫୨୦ ଟଙ୍କା । ନିମ୍ନରେ ଥିବା ୫୦ ପ୍ରତିଶତ ଲୋକଙ୍କ ଆୟ ହାରାହାରି ୫୩ ହଜାର ୬୧୦ ଟଙ୍କା । ସବୁଠୁ ଆଗରେ ଥିବା ୧ ପ୍ରତିଶତ ଲୋକଙ୍କ ଆୟ ମୋଟ ଜାତୀୟ ଆୟର ୨୨ ପ୍ରତିଶତ । ଭାରତ ଏକ ଗରିବ ଓ ଅତି ଅସାମନତାଭିତ୍ତିକ ରାଷ୍ଟ୍ରରେ ପରିଣତ ହୋଇଛି । ଦେଶରେ ହାରାହାରି ପରିବାର ପିଛା ସମ୍ପତ୍ତିର ପରିମାଣ ହୋଇଛି ୯ ଲକ୍ଷ ୮୩ ହଜାର ୧୦ ଟଙ୍କା । ୧୯୮୦ ଦଶକରୁ ଆରମ୍ଭ ହୋଇଥିବା ଉଦାରୀକରଣ ନୀତି ଯୋଗୁ ଏହି ଆୟ ଓ ସମ୍ପତ୍ତିଗତ ଅସମାନତା ସୃଷ୍ଟି ହୋଇଛି ବୋଲି ଦର୍ଶାଯାଇଛି ।ଏହି ରିପୋର୍ଟ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୦ ପ୍ରତିଶତ ଧନୀଙ୍କ ଆୟ ଦେଶର ମୋଟ୍ ସମ୍ପତିର ୫୭ ପ୍ରତିଶତ । ସେହିପରି ୧ ପ୍ରତିଶତ ଧନୀଙ୍କ ମୋଟ୍ ସମ୍ପତି ଦେଶର ମୋଟ୍ ସମ୍ପତିର ୨୨ ପ୍ରତିଶତ ।

ସେହିପରି ତଳ ଆଡୁ ୫୦ ପ୍ରତିଶତ ଲୋକଙ୍କ ପାଖରେ ମୋଟ୍ ସମ୍ପତି କ୍ରମଶଃ କମି କମି ୧୩ ପ୍ରତିଶତରେ ପହଂଚିଛି । ଦେଶର ଯୁବକ ମାନଙ୍କ ହାରାହାରି ଆୟ ବାର୍ଷିକ ୨ ଲକ୍ଷ ୪ ହଜାର ୨୦୦ ଟଙ୍କା ରହିଛି । ଏଥିମଧ୍ୟରୁ ତଳ ଆଡୁ ୫୦ ପ୍ରତିଶତ ଲୋକଙ୍କର ହାରାହାରି ଆୟ ୫୩ ହଜାର ୬୧୦ ଟଙ୍କା ରହିଛି । ସେହିପରି ଶ୍ରେଷ୍ଠ ୧୦ ଧନୀ ଯୁବକଙ୍କ ଆୟ ହାରାହାରି ଆୟ ୧୧ ଲକ୍ଷ ୬୬ ହଜାର ୫୨୦ ଟଙ୍କା ରହିଛି । ଦେଶରେ ହାରାହାରି ପରିବାରର ସମ୍ପତି ୯ ଲକ୍ଷ ୮୩ ହଜାର ୧୦ଟଙ୍କା ଆକଳନ କରାଯାଉଛି । ତଳ ସ୍ତରରେ ଥିବା ୫୦ ପ୍ରତିଶତ ଲୋକଙ୍କ ପାଖରେ ହାରାହାରି ସମ୍ପତି ହେଉଛି ମାତ୍ର ୬୬ ହଜାର ୨୮୦ ଟଙ୍କା ।

ମଧ୍ୟବିତ ଶ୍ରେଣୀଙ୍କ ହାରାହାରି ସଂପତି ୭ ଲକ୍ଷ ୨୩ ହଜାର ୯୩୦ ଟଙ୍କା ରହିଛି । ଯାହାକି ମୋଟ୍ ସମ୍ପତିର ୨୯. ୫ ପ୍ରତିଶତ । ଦେଶର ଶ୍ରେଷ୍ଠ ୧୦ ପ୍ରତିଶତ ଧନୀ ଲୋକଙ୍କ ସମ୍ପତି ୬୫ ପ୍ରତିଶତ ରହିଛି । ଏମାନଙ୍କ ସମ୍ପତି ୬୩. ୫୪ ଲକ୍ଷ ଟଙ୍କା । ସେହପରି ଦେଶର ମୋଟ୍ ସମ୍ପତିରେ ୩୩ ପ୍ରତିଶତ ଅଂଶଧନ ରଖନ୍ତି ୧ ପ୍ରତିଶତ ଧନୀ । ଯାହାର ମୂଲ୍ୟ ୩.୨୪ କୋଟି ଟଙ୍କା । ସମ୍ପତି ଅସାମନତା ସହିତ ଲିଙ୍ଗଗତ ଅସମାନତାରେ ମଧ୍ୟ ଭାରତ ଅନ୍ୟ ଦେଶ ତୁଳନାରେ ଆଗରେ ରହିଛି । ଏହି ରିପୋର୍ଟର ବିଗତ ଚାରି ବର୍ଷର ରିପୋର୍ଟକୁ ତର୍ଜମା କଲେ ଜଣାପଡେ ଦେଶରେ ଧନୀଙ୍କ ସଂଖ୍ୟା ଯେଉଁଭଳି ଭାବରେ ବଢି ଚାଲିଛି ।

ସେହିପରି ସରକାର ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ଏପରି ରିପୋର୍ଟର ଅର୍ଥ ହେଲା ସରକାର ଏବେ ପୁଞ୍ଜିପତି ଏବଂ ଧନୀ ବର୍ଗଙ୍କ ନିୟନ୍ତ୍ରଣରେ ରହୁଛି । ଏବେ ଦେଶର ଅଧିକାଂଶ ସମ୍ପତିର ମାଲିକ ସାଧାରଣ ଲୋକ ପରିବର୍ତେ ଘରୋଇ କମ୍ପାନୀ ହାତରେ ରହୁଛି । କରୋନା ପାଇଁ ସରକାରଙ୍କ ଅବସ୍ଥା ଏବେ ବେହାଲ ରହିଛି । ଏପରି ସ୍ଥିତିରେ ଅନ୍ୟ ଦେଶର ସରକାର ମାନେ ସେମାନଙ୍କର ମୋଟ୍ ଅଭିବୃଦ୍ଧିର ୧୦ରୁ ୨୦ ପ୍ରତିଶତ ଋଣ ଉଠାଇଛନ୍ତି । ଏହି ଋଣ ଘରୋଇ ସେକ୍ଟର ମାନେ ଆଣିଛନ୍ତି ।

କେବଳ ଏତିକି ନୁହେଁ ଲିଙ୍ଗଗତ ଆୟ ଅସମାନତା ବି ବୃଦ୍ଧି ପାଇଛି । ଏସିଆ ମହାଦେଶରେ ମହିଳାଙ୍କ ହାରାହାରି ଆୟ ୨୧ ପ୍ରତିଶତ ହୋଇଥିବା ବେଳେ ଭାରତରେ ଏହି ହାର ହେଉଛି ୧୮ ପ୍ରତିଶତ । ଭାରତ ଓ ବ୍ରାଜିଲରେ ଏହି ଅସମାନତା ବ୍ୟାପକ ରହିଥିବା ବେଳେ ଚଳିତ ବର୍ଷ ଏହି ହାର ଅତି ତୀବ୍ର ହୋଇଛି । ଧନୀ ଓ ଅବଶିଷ୍ଟ ଲୋକଙ୍କ ମଧ୍ୟରେ କୋଭିଡ ଅଧିକ ପାର୍ଥକ୍ୟ ସୃଷ୍ଟି କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।