Farmer - The Sakala

ବ୍ୟବସ୍ଥାର ଚକ୍ରବ୍ୟୁହରେ ଚାପି ହୋଇ ବରଗଡର ଯୁବଚାଷୀ ଇଚ୍ଛାମୃତ୍ୟୁ ମାଗିବା ଓଡିଶା ପାଇଁ ନିନ୍ଦନୀୟ: ବିଜେଡି
ଭୁବନେଶ୍ୱର: ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲରେ ଚାଷୀ ଗୋପାଳ କୃଷ୍ଣ ସାହୁ କଷ୍ଟ ଉପାର୍ଜିତ ଧାନକୁ ବିକି୍ର କରିନପାରି ଶେଷରେ ବାଧ୍ୟହୋଇ ଇଚ୍ଛାମୃତୁ୍ୟ ମାଗିବା ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ କରିଛି । ଚାଷୀଙ୍କ ଇଚ୍ଛାମୃତୁ୍ୟ ଆବେଦନକୁ ଗ୍ରହଣ କରି ସରକାର ନିଜର ଅସହାୟତାକୁ ପ୍ରକାଶ କରିଛନ୍ତି । ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଓ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରାଜ୍ୟରେ ପରିବର୍ତ୍ତନ କଥା କହୁଥିବା ଡବଲ ଇଞ୍ଜିନ ସରକାରରେ ପରିବର୍ତ୍ତନ ଅତ୍ୟନ୍ତ ଭୟଙ୍କର ହୋଇଛି । ଓଡ଼ିଶାର ଆର୍ଥିକ ମେରୁଦଣ୍ଡ କୁହାଯାଉଥିବା ଚାଷୀକୂଳ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଜି ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଛି ।

ଶ୍ରୀମତୀ ବର୍ଷା ସିଂ ବରିହା କହିଥିଲେ ଯେ, ବରଗଡ଼ ଜିଲ୍ଲାର ଚାଷୀ ଗୋପାଳ କୃଷ୍ଣ ସାହୁ ନିଜର କଷ୍ଟ ଉପାର୍ଜିତ ଧାନକୁ ବିକି୍ର କରିବା ପାଇଁ ବାରମ୍ବାର ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ଶେଷରେ ବାଧ୍ୟ ହୋଇ ଚରମ ପଦକ୍ଷେପ ସ୍ୱରୂପ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତୁ୍ୟ ମାଗିଛନ୍ତି ଏବଂ ସେହି ଇଚ୍ଛାମୃତୁ୍ୟକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରିବା ଅତ୍ୟନ୍ତ ଲଜ୍ଜାଜନକ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ସରକାର ଚାହୁଁଛନ୍ତି ଚାଷୀ ଆତ୍ମହତ୍ୟା କରୁ । ଯେଉଁ ରାଜ୍ୟରେ ଚାଷୀ ଇଚ୍ଛାମୃତୁ୍ୟ ମାଗିବାକୁ ବାଧ୍ୟ ହୁଏ, ସେଠି ସରକାରଙ୍କ କୃଷକ କଲ୍ୟାଣ ନୀତି କେତେ ସଫଳ, ତାହା ସାଧାରଣ ଲୋକ ବିଚାର କରିପାରିବେ । ରାଜ୍ୟର ଅନେକ ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀକୂଳ ଚିନ୍ତାରେ ରହିଛି । ହଜାର ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିବାରୁ ମୌସୁମୀ ବର୍ଷାରେ ଭିଜି ଗଜା ହେଲାଣି । ସରକାର କହିଥିଲେ ଏମଏସପି ବୃଦ୍ଧି କରିବେ, କିନ୍ତୁ ବୃଦ୍ଧି କଲେ ନାହିଁ । ଅନ୍ୟପଟେ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଅହେତୁକ ଦରବୃଦ୍ଧି ଚାଷୀର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଡବଲ ଇଞ୍ଜିନ ସରକାର କେବଳ ଚାଷୀକୂଳ ପ୍ରତି ଅନ୍ୟାୟ କରିନାହିଁ, ରାଜ୍ୟର ବୟସ୍କ, ଦିବ୍ୟାଙ୍ଗ, ବିଧବାମାନଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବ କରିବା ଯୋଗୁଁ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚାଷୀକୂଳର ସମସ୍ତ ସମସ୍ୟା ଡବଲ ଇଞ୍ଜିନ ସରକାର ତୁରନ୍ତ ସମାଧାନ କରନ୍ତୁ, ନଚେତ୍ ଚାଷୀକୂଳର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ଲଢ଼େଇ ଜୋରଦାର କରିବ ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଚାଷୀକୂଳକୁ ୩୧୦୦ ଟଙ୍କା ଦେଉଥିବାର ଡିଣ୍ଡିମ ପିଟୁଥିବା ଡବଲ ଇଞ୍ଜିନ ସରକାର ଅନ୍ୟପଟେ ୧୫ କିଲୋ କଟନୀ ଛଟନୀ କରି ସରକାର ଦୋମୁହାଁ ନୀତିର ପରିଚୟ ଦେଉଛନ୍ତି । ପ୍ରତିଥର ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି । ମଣ୍ଡି ସମସ୍ୟା, ଟୋକନ ସମସ୍ୟା ଯୋଗୁଁ ଚାଷୀ ତାର ଧାନକୁ ବିକି୍ର କରିନପାରି ଇଚ୍ଛାମୃତୁ୍ୟ ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛି । ବରଗଡ଼ର ଚାଷୀ ଇଚ୍ଛାମୃତୁ୍ୟ ମାଗିବା ଓ ଜିଲ୍ଲା ପ୍ରଶାସନ ତାଙ୍କ ଆବେଦନକୁ ଗ୍ରହଣ କରିବା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଦୁଃଖ ଦେଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ସରକାର କେତେ ଅସହାୟ ହୋଇପଡ଼ିଛନ୍ତି । ଧାନ ବିକି୍ରର ୨୪ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର ପ୍ରତିଶ୍ରୁତି ସରକାର ଦେଉଛନ୍ତି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡୁଛି । ବିଜୁ ଜନତା ଦଳ ଆଶା କରୁଛି, ସରକାର ଚାଷୀକୂଳ ପ୍ରତି ଯତ୍ନବାନ ହୁଅନ୍ତୁ ଓ ଚାଷୀକୂଳର ସବୁ ସମସ୍ୟା ଦୂର କରନ୍ତୁ ।

ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳା; ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ଆବେଦନ କଲେ ବରଗଡ଼ର ଯୁବଚାଷୀ
ମେଲଛାମୁଣ୍ଡା: ଯେଉଁ ହାତ ସାରା ଦେଶକୁ ଅନ୍ନ ଯୋଗାଏ, ଆଜି ସେହି ହାତ ନିଜ ପାଇଁ ମୃତ୍ୟୁ ଭିକ୍ଷା କରୁଛି । ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳା ଯୋଗୁଁ ପୁଣି ଚର୍ଚ୍ଚାରେ ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା। ବ୍ୟବସ୍ଥାର ଚକ୍ରବ୍ୟୂହରେ ଚାପି ହୋଇ ଶେଷରେ ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଛନ୍ତି ଜଣେ ଯୁବଚାଷୀ। ଏଭଳି ଏକ ସମ୍ବେଦନଶୀଳ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମେଲଛାମୁଣ୍ଡା ଥାନା ମେଲଛାମୁଣ୍ଡା ଗ୍ରାମରୁ।

ମେଲଛାମୁଣ୍ଡା ଗ୍ରାମର ଭରତକୃଷ୍ଣ ସାହୁଙ୍କ ପୁଅ ଗୋପାଳ ସାହୁ ଚଳିତ ରବି ଋତୁରେ କଷ୍ଟେମଷ୍ଟେ ଧାନ ଚାଷ କରିଥିଲେ। ହେଲେ ଧାନ ବିକ୍ରି ସମୟରେ ତାଙ୍କୁ ସରକାରୀ ଟୋକନ ମିଳିନଥିଲା। ଘରେ ରୋଗୀଣା ମାଆଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ସେ ବାଧ୍ୟ ହୋଇ ଶାଗମାଛ ଦରରେ କିଛି ଧାନ ଖୋଲା ବଜାରରେ ବିକ୍ରି କରିଦେଇଥିଲେ।

ଘରେ ବାକି ରହିଥିବା ଧାନତକ ସରକାରୀ ମଣ୍ଡିରେ ବିକ୍ରି କରିବା ଆଶାରେ ଗୋପାଳ ଦୀର୍ଘ ଦିନ ହେବ ଟୋକନ୍‌କୁ ଅପେକ୍ଷା କରି ରହିଥିଲେ। ଏଥିପାଇଁ ସେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଗୁହାରି ଜଣାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସୁଫଳ ମିଳିନଥିଲା। କେହି ତାଙ୍କ ଦୁଃଖ ନଶୁଣିବାରୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଚାଷ କାର୍ଯ୍ୟ ପାଇଁ କରିଥିବା ଧାର-କରଜର ବୋଝ ଗୋପାଳଙ୍କ ମୁଣ୍ଡ ଉପରେ ଚାପ ସୃଷ୍ଟି କରିଥିବାବେଳେ ପ୍ରଶାସନର ନିରବତା ତାଙ୍କୁ ମାନସିକ ସ୍ତରରେ ମାରିଦେଇଛି। ଅନ୍ୟ କୌଣସି ଉପାୟ ନପାଇ ଯୁବଚାଷୀ ଗୋପାଳ ସାହୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଚରମ ପଦକ୍ଷେପ ସ୍ୱରୂପ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି । ସେ ଜିଲ୍ଲାପାଳଙ୍କ ଜରିଆରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ପତ୍ର ପ୍ରଦାନ କରିଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ବ୍ୟବସ୍ଥାରେ ଥିବା ତ୍ରୁଟି ଯୋଗୁଁ ଆଉ କେତେ ଦିନ ଏଭଳି ଚାଷୀଙ୍କୁ ନିଜ ଜୀବନ ହାରିବାକୁ ବା ମୃତ୍ୟୁ ମାଗିବାକୁ ପଡ଼ିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ।

ଧାନ ବିକ୍ରି କରିପାରିଲେନି, ଚାଷୀ ମାଗିଲେ ଇଚ୍ଛାମୃତ୍ୟୁ; ବରଗଡ଼ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି
ଭେଡେନ/ବରଗଡ଼: ମାର୍ଚ୍ଚ ୩୧ରୁ ରାଜ୍ୟରେ ସରିଛି ଖରିଫ ଧାନ କିଣା, ରବିଧାନ କିଣା ଆରମ୍ଭ ହୋଇଛି। କୃଷିମନ୍ତ୍ରୀ ଓ ଯୋଗାଣମନ୍ତ୍ରୀ ଚାଷୀଙ୍କଠାରୁ ଧାନ କ୍ରୟ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ବୋଲି କହୁଛନ୍ତି। ଏପରି ସମୟରେ ଧାନ ବିକ୍ରିକୁ ନେଇ ରାଜ୍ୟରେ ଆସିଛି ଏକ ସାଂଘାତିକ ଚିତ୍ର। ଧାନ ବିକ୍ରି କରିବାରେ ବିଫଳ ହୋଇଥିବା ବରଗଡ଼ ଜିଲ୍ଲା ଭେଡେ଼ନ୍‌ ବ୍ଲକ୍‌ର ଜଣେ ଚାଷୀ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି। ଧାନ ବିକ୍ରି କରିବାରେ ବିଫଳ ହେବା ପରେ ସେ ଯାବତୀୟ ଆର୍ଥିକ ଅନଟନର ସମ୍ମୁଖୀନ ହୋଇଛନ୍ତି। ପରିବାର ଖର୍ଚ୍ଚ ତୁଲାଇବାକୁ ବି ବିଫଳ ହୋଇଛନ୍ତି। ତେଣୁ ସେ ଜୀବନ ହାରିବାକୁ ସ୍ଥିର କରିଛନ୍ତି ଓ ଏଥିପାଇଁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ଇଚ୍ଛାମୃତ୍ୟୁ ଆବେଦନ କରିଥିବା ଚାଷୀ ଜଣକ ହେଉଛନ୍ତି ଭେଡେ଼ନ୍‌ ବ୍ଲକ୍‌ ତାଲମେଣ୍ଡା ଗ୍ରାମର ରୋହିତ ଭୋଇ। ଭେଡେ଼ନ୍‌ ବ୍ଲକ୍‌ ଅଫିସରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ସେ ଯୋଗ ଦେଇ ଆତ୍ମବିସର୍ଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ସେ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଏକ ଆବେଦନପତ୍ର ଦେଇଛନ୍ତି। ଏପରି ଆବେଦନ ଦେଖିବା ପରେ ଜିଲ୍ଲାପାଳ ଓ ଅନ୍ୟ ସରକାରୀ ଅଧିକାରୀମାନେ ତଟସ୍ଥ ହୋଇଛନ୍ତି। ରୋହିତଙ୍କୁ ବୁଝାସୁଝା କରିଛନ୍ତି।

ରୋହିତ ଭୋଇ ଜଣେ ଗରିବ ଚାଷୀ। ବର୍ଷଯାକ ତୁଣ୍ଡଝାଳ ମୁଣ୍ଡରେ ମାରି ଖରିଫରେ କିଛି ଧାନ ଉତ୍ପାଦନ କରିଥିଲେ। ମାତ୍ର ତାହା ସେ ବିକ୍ରି କରିପାରିଲେ ନାହିଁ। ଏବେ ବି ମଣ୍ଡିରେ ତାଙ୍କର ବସ୍ତାବସ୍ତା ଧାନ ପଡ଼ି ରହିଛି।  ସେ କହିଛନ୍ତି ଯେ ଗତ ଖରିଫ ଋତୁରେ ପ୍ରଶାସନର ଅବହେଳା ଯୋଗୁଁ ସେ ଧାନ ବିକି ପାରିନାହାନ୍ତି।  ଧାନଗଣ୍ଡାକ ବିକିବା ପାଇଁ ସେ ଦୀର୍ଘ ଦିନ ହେଲା ଖରା-ବର୍ଷାରେ ଧାରଣା ଦେଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ବ୍ଲକ୍‌ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ ତାଙ୍କ ପ୍ରତି  ଅବହେଳା କରିଛନ୍ତି। ଧାନ ବିକ୍ରି ହୋଇପାରୁନଥିବାରୁ ତାଙ୍କ ପରିବାରର ଅବସ୍ଥା ଶୋଚନୀୟ ହୋଇପଡିଛି।  ବୃଦ୍ଧ ବାପା-ମା’ଙ୍କ ପାଇଁ ଔଷଧ ମଧ୍ୟ କିଣିପାରୁନାହାନ୍ତି, ପରିବାରର ଗୁଜୁରାଣ ମେଣ୍ଟାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ, ଛୁଆଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ଅସମ୍ଭବ ହୋଇ ପଡ଼ିଛି। ପରିବାର ଲୋକ ଦୁଃଖ ସେ ସହି ପାରୁନାହାନ୍ତି, ତେଣୁ ଅତିଷ୍ଠ ହୋଇ ଜୀବନ ହାରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ତେଣୁ ତାଙ୍କୁ ସରକାର ଓ ପ୍ରଶାସନ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଉ। ଶାନ୍ତିରେ ସେ ଜୀଇ ପାରୁନାହାନ୍ତି, ଶାନ୍ତିରେ ଅନ୍ତତଃ ମରିବାକୁ ସରକାର ଅନୁମତି ଦେଉ ବୋଲି ସେ ଆବେଦନ କରିଛନ୍ତି।

ଚାଷୀଙ୍କୁ ଶୋଷୁଛି ବୀମା କମ୍ପାନୀ: ନେଉଛି ଅଧିକ, ଦେଉଛି କମ୍‌
ଭୁବନେଶ୍ୱର: ଫସଲବୀମା ପ୍ରିମିୟମ ବାବଦରେ କମ୍ପାନୀଗୁଡ଼ିକ ପ୍ରତିବର୍ଷ କୋଟି କୋଟି ଟଙ୍କା ନେଉଛନ୍ତି। ହେଲେ ଫସଲ କ୍ଷତି ଆଧାରରେ ଚାଷୀମାନଙ୍କୁ କ୍ଷତିପୂରଣ ଦେଉ ନାହାନ୍ତି। କ୍ଷତିପୂରଣ ଟଙ୍କା ପାଇବା ପାଇଁ ଚାଷୀଙ୍କୁ ଧାଇଁଧାଇଁ ଶେଷରେ ନିରାଶ ହେବାକୁ ପଡ଼ୁଛି ଓ ଯେଉଁମାନେ କ୍ଷତିପୂରଣର ଜଟିଳ ପ୍ରକ୍ରିୟାକୁ କୌଣସି ପ୍ରକାର ଶେଷ କରୁଛନ୍ତି, ସେମାନଙ୍କୁ ଯେତିକି ଅର୍ଥ ମିଳୁଛି ତାହା କ୍ଷତି ତୁଳନାରେ ଯଥେଷ୍ଟ କମ୍‌। ଏପରିକି କମ୍ପାନୀଗୁଡ଼ିକ ବୀମା ପ୍ରିମିୟମ ବାବଦରେ ଯେତିକି ଟଙ୍କା ନେଉଛନ୍ତି ଚାହାର ଚାରିଭାଗରୁ ଭାଗେ ବି କ୍ଷତିପୂରଣ ମିଳୁନାହିଁ। ଯାହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ବଢ଼ୁଛି ଏବଂ ଫସଲବୀମାର କାର୍ଯ୍ୟକାରୀତା ଓ ଏହାର ସଫଳତାକୁ ନେଇ ସରକାରଙ୍କ ଶ୍ରେୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ୨୦୨୪ରେ ଗଞ୍ଜାମ ଜିଲ୍ଲାର ୧ଲକ୍ଷ ୪୫ ହଜାର ୭୧୬ଜଣ ଚାଷୀ ବୀମା କରିଥିଲେ। ଏହି ବାବଦରେ ଚାଷୀଙ୍କର ୭୬ କୋଟି ୩୪ ଲକ୍ଷ ୧ ହଜାର ପ୍ରିମିୟମ ଟଙ୍କା ବୀମା କମ୍ପାନୀ ପାଇଥିଲା। ମାତ୍ର ସେହିବର୍ଷ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା ଓ କ୍ଷତିପୂରଣ ପାଇବାକୁ ଲୋକେ କ୍ଲେମ୍‌ କରିଥିଲେ। ବୀମା କମ୍ପାନୀ ଫସଲ କ୍ଷତି ପାଇଁ ଚାଷୀଙ୍କୁ କ୍ଲେମ ଅନୁଯାୟୀ କ୍ଷତିପୂରଣ ସହାୟତା ଦେବା ତ ଦୂରର କଥା, ପ୍ରିମିୟମ ବାବଦକୁ ଖର୍ଚ୍ଚ ହୋଇଥିବା ଟଙ୍କାର ଯଥେଷ୍ଟ କମ୍‌ ଅର୍ଥାତ ମାତ୍ର ୧୦କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ସମୁଦ୍ରକୁ ଶଙ୍ଖେ ଟଙ୍କା ଦେଇ ରାଜ୍ୟ ଓ ଜିଲ୍ଲା ପ୍ରଶାସନ, ସରକାର ଓ କମ୍ପାନୀର ମିଲିଭଗତରେ ଚାଷୀଙ୍କ ପ୍ରିମିୟମ ଟଙ୍କାରୁ ୬୫ କୋଟି ଟଙ୍କା ଫାଇଦା ଉଠାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିବା ଭଳି ସାରା ରାଜ୍ୟରେ ଏହି ସ୍ଥିତି ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀ ପାଇଁ ରକ୍ଷା କବଚ ବୋଲି କହି ଏହି ଯୋଜନାଟି ୨୦୧୬ ଖରିଫ୍‌ଠାରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିଲେ। ଦେଶର କୋଟି କୋଟି ଚାଷୀ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବ ଠାରୁ ଏହା ସମ୍ପୂର୍ଣ ଭିନ୍ନ। ଏହି ଯୋଜନାରେ ଚାଷୀ ଲାଭବାନ ହେବା ପରିବର୍ତ୍ତେ ଘରୋଇ ବୀମା କମ୍ପାନୀ ଓ ସରକାର ଦୀର୍ଘ ୯ ବର୍ଷ ହେଲା ଫାଇଦା ଉଠାଇ ଚାଲିଛନ୍ତି।

ଓଡ଼ିଶାରେ ଗତ ୯ ବର୍ଷ ମଧ୍ୟରେ ୫୩ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୨ ଲକ୍ଷ ଋଣୀ ଓ ଅଣଋଣୀ ଚାଷୀଙ୍କ ପ୍ରାୟ ୧୨ ହଜାର ୧୦୦ କୋଟି ଟଙ୍କା ପ୍ରିମିୟମର ୫ ହଜାର କୋଟି ଟଙ୍କା କମ୍ପାନୀ ଓ ସରକାରର ଫାଇଦା ଉଠାଯାଇଛି। ପୂର୍ବରୁ ସରକାରଙ୍କ କର୍ତ୍ତୃତ୍ୱାଧୀନ ବୀମା କମ୍ପାନୀ ଚାଷୀଙ୍କୁ ପ୍ରକୃତ କ୍ଷତିପୂରଣ ଦେଉଥିଲେ; କିନ୍ତୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ ହେବାଠାରୁ ଚାଷୀ ଲାଭବାନ ହେବା ପରିବର୍ତ୍ତେ ସରକାର ଓ ଘରୋଇ କମ୍ପାନୀମାନେ ଲାଭଖୋର ପାଲଟିଛନ୍ତି ବୋଲି ଅଭିଯୋଗ ହୋଇଛି। କାରଣ ବର୍ତ୍ତମାନ ଚାଷୀମାନେ ନିଜ ଚାଷର ୩୩ ପ୍ରତିଶତ କ୍ଷତି ହେବା ପରେ କ୍ଷତିପୂରଣ ପାଇଁ ଆବେଦନ କରି ପାରୁଛନ୍ତି। ଏହାସହିତ ପଞ୍ଜିକରଣ ପାଇଁ ୩ ଦିନ ସମୟ ମିଳୁଥିବା ବେଳେ ଏଥିରେ ଅନେକ ଜଟିଳ ପ୍ରକ୍ରିୟା ଛନ୍ଦି ଦିଆଯାଉଛି। ଯେଉଁଥିପାଇଁ ଅନେକ ଯୋଗ୍ୟ ଚାଷୀ ବୀମା କରି ମଧ୍ୟ ସଠିକ୍‌ ପରିମାଣରେ କ୍ଷତିପୂରଣ ପାଇବାରୁ ବଞ୍ଚିତ ରହୁଛନ୍ତି।

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା; ହଜାର ହଜାର ଏକର ଜମି ଜଳମଗ୍ନ, ବିଲରେ ବତୁରୁଛି ବର୍ଷକର ପରିଶ୍ରମ
ଭୁବନେଶ୍ୱର: ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ଅଦିନିଆ ବର୍ଷା । ଆଷାଢ଼ରେ ନିଅଣ୍ଟିଆ ବର୍ଷା ପରେ ପୁଷ ମାସରେ ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଲୁହ ଦେଇଯାଇଛି। ବର୍ଷଯାକର ପରିଶ୍ରମ, ଦାନାପାଣି ବିଲରେ ଭାସୁଥିବା ବେଳେ କ୍ଷତିର ପରିମାଣ ଅକଳନୀୟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ନିକଟରେ ବାତ୍ୟା ଦାନାର ପ୍ରଭାବରୁ ଚାଷୀ ଅଣ୍ଟା ସଳଖି ନ ଥିବା ବେଳେ ଅବପାତ ଜନିତ ବର୍ଷା ଚାଷୀଙ୍କ ପାଇଁ କ୍ଷତିକୁ ବହୁଗୁଣା କରିଛି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲି ନ ଥିବା ବେଳେ ଚାଷୀଙ୍କ ଧାନ ବିଲରେ ପଡ଼ିଛି। କ୍ଷେତ ମଝିରେ ବତୁରା ଧାନକୁ ଦେଖି ଚାଷୀ ମନ କାନ୍ଦୁଥିବା ବେଳେ ଚାଷ ପାଇଁ କରିଥିବା ଧାର, କରଜ ଏବେ କେମିତି ଶୁଝାଯିବ ସେନେଇ ଚାଷୀଟିଏ କୂଳ କିନାରା ପାଉନାହିଁ। ନେଇ ୨ ଦିନ ଧରି ଧାନ ବିଲରେ ଭିଜୁଥିବା ବେଳେ ଧାନ ଗଜା ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି। ସେହିପରି ଅଧିକାଂଶ ଧାନର ମୂଳ ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯିବ। ଏପରିସ୍ଥଳେ ଆମେ ଏଫଏକ୍ୟୁ ମାନ କେମିତି ପୂରଣ କରିବୁ, ଆମକୁ କଣ ଏ ସରକାର ୩୧୦୦ ଟଙ୍କା ଦେବ ବୋଲି ଆକୁଳତାର ସହ ପ୍ରଶ୍ନ କରୁଛନ୍ତି ଚାଷୀ।

ଶୁକ୍ରବାରଠାରୁ ରାଜ୍ୟବ୍ୟାପୀ ଲଗାଣ ବର୍ଷା ଲାଗି ରହିଥିବା ବେଳେ ପରିବାଠାରୁ ଆରମ୍ଭ କରି ଚିନାବାଦମ ବିଶେଷକରି ଧାନଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, କଟକ, ନୟାଗଡ, ଗଞ୍ଜାମ, ପୁରୀଠାରୁ ଆରମ୍ଭ କରି କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡା ପରି ଜିଲ୍ଲାଗୁଡ଼ିକରେ ବର୍ଷା ବିତ୍ପାତ ରଚିଛି। ହଜାର ହଜାର ଏକର ଜମିରେ ଧାନ ବର୍ଷା ପାଣିରେ ଭିଜୁଥିବା ବେଳେ ଫସଲ ନଷ୍ଟ ଦେଖି ଚାଷୀ ମନରେ କୋହ ବୋଲ ମାନୁନାହିଁ।

ବାତ୍ୟା ଦାନା ଯୋଗୁଁ ଧାନଚାଷରେ ଅନେକ କ୍ଷତି ସହିଲୁ। ଯାହା ମୂଳେ ମୂଳେ ଚାଷ ଖର୍ଚ୍ଚ ଉଠାଇବାକୁ ଯୋଜନା କରିଥିଲୁ, ଏବର ଲଗାଣ ବର୍ଷା ସବୁକିଛି ସାରିଦେଲା। ବିଲରେ ଧାନ କେଣ୍ଡା ଭିଜୁଥିବା ବେଳେ ଏହା ଗଜା ହେବା ନେଇ ଯଥେଷ୍ଟ ଆଶଙ୍କା ରହିଛି। ସେହିପରି ଧାନରେ ଆଦ୍ରର୍ତା ନଥିଲେ ଏହା ଏଫଏକ୍ୟୁ ମାନଦଣ୍ଡ ପୂରଣ କରିବ ନାହିଁ ବୋଲି ସରକାର ସଫାସଫା କହିଥିବା ବେଳେ ଭିଜା ଧାନରେ ଆଦ୍ରର୍ତା କେମିତି ରହିବ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ଯଦି ଆଉ ଗୋଟିଏ ଦିନ ବର୍ଷା ହୁଏ, ତାହେଲେ ଚାଷର ୨୫ ପ୍ରତିଶତ ଅମଳ ମଧ୍ୟ କରିପାରିବୁ ନାହିଁ ବୋଲି ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି। ସରକାରଙ୍କ ଏଫଏକ୍ୟୁ ମାନ ବର୍ତ୍ତମାନ ଚାଷୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ଏନେଇ ସରକାର ଗୁରୁତର ସହ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।

ଅପରପକ୍ଷେ ଏନେଇ ପ୍ରତିକ୍ରିୟା ରଖି ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ ଖରାରେ ଧାନ ଶୁଖିଲା ପରେ ଗ୍ରହଣ କରାଯିବ। ମଣ୍ଡି ଆସନ୍ତା ଫେବ୍ରୁଆରୀ ଯାଏଁ ଖୋଲାଅଛି। ବ୍ୟସ୍ତ ହେବାର ନାହିଁ। ୨-୪ଟା ଖରା ହେଲେ ଧାନ ଶୁଖିଯିବ ବୋଲି ସେ କହିଛନ୍ତି। ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଲଗାଣ ବର୍ଷା ଏବଂ କୋହଲା ପାଗ କାରଣରୁ ରାଜ୍ୟରେ ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ ନଷ୍ଟ ହେଲାଣି। ବିଲରେ ଏବଂ ମାର୍କେଟୟାଡରେ ଚାଷୀଙ୍କ ଧାନ ଭିଜୁଛି। ସେହିପରି ଯାହା ପାଖରେ ଧାନ ଅଛି ତାହା ପାଖରେ ଟୋକନ ନାହିଁ, ଯାହା ପାଖରେ ଟୋକନ ଅଛି ତା ଧାନ ବିଲରେ ପଡ଼ିଛି। ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ଧାନ ସଂଗ୍ରହ ଚାଲିଛି। ପୂର୍ବାପେକ୍ଷା ଅଧିକ କଟନୀ ଛଟନୀ ହେଉଛି। ଅନେକ ଧାନ ଟ୍ରକ୍‌ ମଣ୍ଡିକୁ ନଯାଇ, ମିଲ ମାଲିକଙ୍କ ପାଖକୁ ସାମଗ୍ରିକ ଭାବରେ ରାଜ୍ୟ ସରକାର ଏକ ଲୋଭନୀୟ ଘୋଷଣା କରିଥିବା ବେଳେ ଚାଷୀ କିନ୍ତୁ ଅଧିକ କ୍ଷତି ସହିଲେଣି। ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ ଏବଂ ଚାଷୀଙ୍କୁ ମରଣ ମୁହଁରୁ ରକ୍ଷା କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ ବର୍ଷାରେ ହଜାର ହଜାର ଏକର ଜମିରେ ଧାନ ନଷ୍ଟ ହୋଇଗଲାଣି। କୋଉଠି ବି ମଣ୍ଡି ବ୍ୟବସ୍ଥା ନାହିଁ। ଅବ୍ୟବସ୍ଥା ମଧ୍ୟରେ ଧାନ ସଂଗ୍ରହ ଚାଲିଛି। ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି। କେଉଁଠି ବି ଗୋଦାମ ବ୍ୟବସ୍ଥା ନାହିଁ ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି।

ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା; ବିଏସ୍‌‌କେୱାଇ ଢାଞ୍ଚାରେ ଆସିପାରେ ଫସଲ କ୍ଷତିଭରଣା ନୀତି
ଭୁବନେଶ୍ୱର: ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା। ପ୍ରଧାନମନ୍ତ୍ରୀ ଫସଲ ବୀମାରେ କ୍ଷତିପୂରଣ ଅର୍ଥ ପାଇବାକୁ ଦହଗଞ୍ଜ ହେଉଥିବା ଚାଷୀଙ୍କୁ ଆଶ୍ୱସ୍ତି ଦେବା ଲାଗି ଖୁବ୍‌ଶୀଘ୍ର ସରକାର ଫସଲ କ୍ଷତି ଭରଣା ନିମନ୍ତେ ନିଜସ୍ୱ ପାଣ୍ଠି ସୃଷ୍ଟି କରିବେ ଏବଂ ଏଥିରେ ୧୦% ଫସଲ କ୍ଷତି ହେଲେ ବି ଚାଷୀ କ୍ଷତିପୂରଣ ପାଇବାକୁ ଯେପରି ହକ୍‌ଦାର୍‌ ହେବେ, ସେଥିପାଇଁ ସରକାର ଯୋଜନା ପ୍ରଣୟନ କରିବା ଲକ୍ଷ୍ୟରେ ଅଛନ୍ତି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ କ୍ଷତିର ବୀମା ଅର୍ଥ ପାଇବାକୁ ରାଜ୍ୟର ଚାଷୀଭାଇମାନେ ବହୁ ହଇରାଣ ହେଉଛନ୍ତି। ବୀମା କମ୍ପାନୀର ଗୋଲକଧନ୍ଦାରେ ଚାଷୀକୁଳ ସନ୍ତୁଳି ହେଉଥିବା ବେଳେ ଭବିଷ୍ୟତରେ ସେମାନଙ୍କୁ ଯେପରି ଆଉ ଅସୁବିଧା ସାମ୍ନା କରିବାକୁ ପଡ଼ିବ ନାହିଁ, ସେଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବଦଳରେ ଚଳିତ ରାଜ୍ୟ ବଜେଟରେ ନିଜସ୍ୱ ନୂଆ ଫସଲ କ୍ଷତିଭରଣା ନୀତି ପ୍ରଣୟନ କରିପାରନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌‌ରେ ଏ ନେଇ ବ୍ୟୟ ବରାଦ ହୋଇପାରେ। ୧୦ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ପଞ୍ଜିକୃତ ଚାଷୀଙ୍କୁ ଏହି ଯୋଜନା ଅଧୀନରେ କ୍ଷତିଭରଣା ହେବ। ସେହିପରି ପ୍ରିମିୟମ ବାବଦରେ ଏହି ଯୋଜନା ଅଧୀନରେ ଚାଷୀଙ୍କୁ ଯେପରି ଟଙ୍କାଟିଏ ଦେବାକୁ ନପଡ଼େ ତା’ର ବ୍ୟବସ୍ଥା କରାଯିବ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜଟିଳତା ଯୋଗୁଁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଫଳରେ ବିଭିନ୍ନ ସମୟରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଥିବା ଓ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଥିବା ଦେଖାଯାଉଛି। ଯୋଜନାଟି କେନ୍ଦ୍ର ସରକାରଙ୍କ ଅଧିକାର ପରିସରଭୁକ୍ତ ହୋଇଥିବାରୁ ଚାହିଁଲେ ବି ରାଜ୍ୟ ସରକାର ଏଥିରେ ବିଶେଷ ପଦକ୍ଷେପ ନେଇପାରୁ ନାହାନ୍ତି। ଅତଏବ ଚାଷୀମାନେ ଯେପରି ଆଗକୁ ଏମିକି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ଆଣିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏହି ଯୋଜନାରେ ବିଏସ୍‌‌କେୱାଇ ପରି ଆସ୍ୟୁରାନ୍ସ ବ୍ୟବସ୍ଥାରେ ପଞ୍ଜିକୃତ ଚାଷୀ ଅବିଳମ୍ୱେ ନିଜର କ୍ଷତିପୂରଣ ପାଇପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୩୩ ପ୍ରତିଶତ ଫସଲ କ୍ଷତି ବଦଳରେ ୧୦ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀକୁ କ୍ଷତିପୂରଣ ମିଳିବ। ଏଥିପାଇଁ ପଞ୍ଚାୟତୱାରୀ ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ଏକର ପିଛା କ୍ଷତିଭରଣା ରାଶି ନିର୍ଦ୍ଧାରିତ କରାଯିବ। ଏପରିକି ଧାନ ବ୍ୟତୀତ ଅନ୍ୟ ଫସଲ ପାଇଁ ଭିନ୍ନ ଭିନ୍ନ କ୍ଷତିଭରଣା ଅର୍ଥ ଧାର୍ଯ୍ୟ କରିବାକୁ ଯୋଜନା ହେଉଛି।

ଏନେଇ ରାଷ୍ଟ୍ରୀୟ କିଷାନ ମଜଦୁର ସଂଘର ରାଜ୍ୟ ସଭାପତି ସଚିନ୍‌‌ ମହାପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ଅର୍ଥ ପାଇବା ପାଇଁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ବର୍ଷର ପ୍ରାୟ ୫୦୦ କୋଟି ଟଙ୍କା ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ। ମାତ୍ର ରାଜ୍ୟ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସେଥିରେ ଚାଷୀମାନେ ବିନା ପ୍ରିମିୟମରେ ବୀମା କରିବା ସହ କ୍ଷତିପୂରଣ ପାଇପାରିବେ। ଏହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ରାଜ୍ୟ ସରକାର ଯଦି ବଜେଟରେ ଚାଷୀମାନଙ୍କ ସ୍ୱାର୍ଥ ସମ୍ବଳିତ କିଛି ବି ଯୋଜନା ଆଣିଛନ୍ତି, ତାହାକୁ ଆମର ସମର୍ଥନ ରହିବ ବୋଲି ସେ କହିଛନ୍ତି। ସେହିପରି ଯଦି ଏପରି କିଛି ଯୋଜନା ରାଜ୍ୟ ସରକାର ଆଣନ୍ତି, ତାହେଲେ ଏହା ଚାଷୀଙ୍କ ପାଇଁ ବେଶ୍‌‌ ହିତକର ହେବ ବୋଲି ଚାଷୀନେତା ମାନେ ମତପ୍ରକାଶ କରିଛନ୍ତି।

ରାଜ୍ୟ କ୍ୟାବିନେଟ୍‍ରେ କୃଷିକୁ ଗୁରୁତ୍ୱ: ଯନ୍ତ୍ରପାତି ପାଇଁ ଖର୍ଚ୍ଚ ହେବ ୧୩୫୦ କୋଟି
ଭୁବନେଶ୍ୱର: ରାଜ୍ୟର ଯୁବଗୋଷ୍ଠୀଙ୍କୁ କୃଷି ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର କୃଷି ଯନ୍ତ୍ରପାତିର ଲୋକପ୍ରିୟତାକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୧୩୫୦ କୋଟିର ଆର୍ଥିକ ଆବଣ୍ଟନକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍‍ ବୈଠକରେ ମୋହର ବାଜିଛି।

ଏହାଦ୍ୱାରା ରାଜ୍ୟରେ ଫାର୍ମ ପାୱାର ଇନ୍‍ପୁଟ ବୃଦ୍ଧି ଏବଂ ବିଭିନ୍ନ କୃଷି କାର୍ଯ୍ୟ ଠିକ୍‍ ସମୟରେ ସମାପ୍ତ ହୋଇପାରିବ। ବର୍ତ୍ତମାନ ରାଜ୍ୟରେ ଫାର୍ମ ପାୱାର ଇନ୍‍ପୁଟ୍‍ ହେକ୍ଟର ପ୍ରତି ୧.୯୩ କିଲୋୱାଟ ଥିବା ବେଳେ ୨୦୨୫-୨୬ ଶେଷ ସୁଦ୍ଧା ଏହାକୁ ହେକ୍ଟର ପିଛା ୨.୩୦ କିଲୋୱାଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଜଳସେଚନ ଉପରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକୁ ମୋହର ବାଜିଛି। ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ଼ ମୁଖ୍ୟ କେନାଲର ପୁନରୁଦ୍ଧାର ପାଇଁ ୧୬୦ କୋଟି୩୩ ଲକ୍ଷ ୪ହଜାର ୬ଶହ ତେତିଶ ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ପ୍ରକଳ୍ପଗୁଡିକୁ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିିର ଜିଲ୍ଲାକୁ ଖରିଫ ଋତୁରେ ୧ ଲକ୍ଷ ୩୦ ହଜାର ୨୩୫ ହେକ୍ଟର ଚାଷ ଜମିକୁ ଏବଂ ରବି ଋତୁରେ ୯୮ ହଜାର ୯୫୮ ହେକ୍ଟର ଚାଷ ଜମିକୁ ସୂଚାରୁ ରୂପେ ଜଳ ଯୋଗାଇ ଦିଆଯାଇ ପାରିବ।

ଏହାଛଡ଼ା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ନିର୍ମାଣ କରିବା ପାଇଁ ୧୮୫ କୋଟି ୪୫ ଲକ୍ଷ ୨ ହଜାର ୬ଶହ ୫୦ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ଯାହାକି ଆସନ୍ତା ୨୪ ମାସ ଭିତରେ ଶେଷ ହେବ। ଏହି ପ୍ରକଳ୍କ ନିର୍ମାଣ ହେଲେ ବରଗଡ଼ ଜିଲ୍ଲାର ବିଜେପୁର, ବରପାଲି, ସୋହେଲା ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲ୍ଲୀ ବ୍ଲକର ୫୭୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ। ଫଳରେ ୧୨ଟି ଗାଁର ଲୋକ ଉପକୃତ ହୋଇ ପାରିବେ।

ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଉଭୟ ଖରିଫ ଓ ରବି ଚାଷ ନିମନ୍ତେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ୪୧୯୮.୧୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯେଉଁଥିରେ ଆସନ୍ତା ୫ ବର୍ଷ ଭିତରେ ଏକ ଲକ୍ଷ ଡିପ୍‍ ବୋରୱେଲ ସ୍ଥାପନ କରିବାକୁ ସରକାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ୨୬ଟି ଜିଲ୍ଲାର ୨୫୬ଟି ବ୍ଲକରେ କାର୍ଯ୍ୟକାରୀ କରାଯିବ। ଯାହା ଫଳରେ ୫ ଲକ୍ଷ ହେକ୍ଟର ଖରିଫ ଓ ୨ ଲକ୍ଷ ହେକ୍ଟର ରବି ଫସଲ ପାଇଁ ଜଳସେଚନ ସୁବିଧା ହୋଇ ପାରିବ।

ଛୋଟ ନଦୀ ନାଳଗୁଡ଼ିକରେ ଆଡିବନ୍ଧ ନିର୍ମାଣ କରି ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନର ବ୍ୟବସ୍ଥା କରିବାକୁ ସରକାର ୮୧୧.୪୫ କୋଟି ଟଙ୍କା ମଞ୍ଜୁରୀକୁ କ୍ୟାବିନେଟ ମୋହର ମାରିଛନ୍ତି। ଯେଉଁଥିରେ ଆସନ୍ତା ୩ ବର୍ଷ ଭିତରେ ୧୨୮୦ଟି ଆଡିବନ୍ଧ ନିର୍ମାଣ କରାଯିବ। ଏହାକୁ ୩୫%ରୁ କମ ଜଳସେଚିତ ବ୍ଲକଗୁଡ଼ିକରେ କାର୍ଯ୍ୟକାରୀ କରାଯିବ। ଫଳରେ ୨୭,୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇ ପାରିବ।

ପାଣିରେ ବୁଡିଲା ପାଚିଲା ଧାନର ସୁନାକ୍ଷେତ, ଚାଷୀ ମୁଣ୍ଡରେ ଚଡକ
ମହାକାଳପଡା: ୩ ଦିନ ଧରି ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଚାଷୀକୂଳ ମୁଣ୍ଡରେ ଚଡକ ପକାଇଛି । ବାତ୍ୟା ଜୱାଦ୍ ଛଡାଇ ନେଇଛି ଚାଷୀ ମୁହଁରୁ ହସ ଆଉ ବର୍ଷକର ଦାନା । ପାଣିରେ ବୁଡିଯାଇଛି ପାଚିଲା ଧାନର ସୁନା କ୍ଷେତ । ବିହନ ବୁଣିବା ଠାରୁ ଆରମ୍ଭ କରି ହଳକରି ତଳି ରୁଆ ଉପରା କରିବା, ଘାସ ବାଛିବା, ସାର ପକାଇ ଧାନ ଗଛ ଗୁଡିକୁ ବଡ କରିସାରିବା ପରେ ଧାନ ଗଛରେ ଧାନର କେଣ୍ଡା ବାହାରି ତାହା ପାକଳ ହୋଇ ଅମଳ ଯୋଗ୍ୟ ହୋଇସାରିଥିଲା । ଧାନ ଗଛରେ ଧାନ କେଣ୍ଡା ପାଚିବା ଫଳରେ ସବୁଜ କ୍ଷେତ ନିଜର ରଙ୍ଗ ବଦଳାଇ ସୁନାର ରଙ୍ଗ ହୋଇ ସାରିଥିଲା । ଦିନ କେଇଟା ପରେ ଧାନ ଅମଳ କରି ଖଳାକୁ ଆଣି ସେଥିରୁ ବର୍ଷକର ଦାନା ସଂଚୟ କରିବା ସହିତ ଅବଶିଷ୍ଟକୁ ବିକ୍ରି କରି ସମବାୟ ସମିତି ଆଉ ବ୍ୟାଙ୍କରୁ କରିଥିବା ଋଣ ପରିଷୋଧ କରିଥାନ୍ତେ । ମାତ୍ର ବାତ୍ୟା ଜୱାଦ୍ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି । ବାତ୍ୟା ଜନିତ ବର୍ଷାରେ ପାଚିଲା ଧାନବିଲରେ ପାଣି ଲହଡ଼ି ମାରୁଛି । ଚାଷଜମିରେ ହୋଇଥିବା ଧାନଫସଲ ପାଣିରେ ବୁଡ଼ିଯାଇଥିବା ବେଳେ ଆଉ କେତକ ଅଂଚଳରେ ଚାଷୀ ପାଣିରୁ ଧାନଫସଲ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ମହାକାଳପଡା ବ୍ଲକର ଚାଷୀମାନଙ୍କର ମୁଖ୍ୟ ଆୟ ଧାନ ଚାଷରୁ ହୋଇଥାଏ । ବର୍ଷା ପାଣିରେ ପାଚିଲା ଧାନ କ୍ଷେତ ବୁଡି ରହିଥିବାରୁ ଚାଷୀ ପରିବାରମାନେ ହତାଶ ହୋଇପଡିଛନ୍ତି ।