EPFO News - The Sakala

ଇପିଏଫ୍‌ଓ ୩.୦: ୨୫ ହଜାର ହେବ ବେତନ ସୀମା, ଅଧିକ ବେତନଧାରୀଙ୍କୁ ବି ମିଳିବ ପେନ୍‌ସନ୍‌ ଫାଇଦା
ନୂଆଦିଲ୍ଲୀ: ଆଗକୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନେ ପେନ୍‌ସନ୍‌ରେ ବଡ଼ ଫାଇଦା ପାଇବାକୁ ଯାଉଛନ୍ତି। ଏଣିକି ଅଧିକ ବେତନଧାରୀଙ୍କୁ ବି ମିଳିବ ଅଧିକ ପେନ୍‌ସନ୍‌ର ଫାଇଦା। କାରଣ ସରକାର ଇପିଏଫ୍‌ଓ ସଦସ୍ୟମାନଙ୍କର ବେତନସୀମାରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି। ସରକାର ସଦସ୍ୟଙ୍କ ବେତନ ସୀମା ୧୫,୦୦୦ ଟଙ୍କାରୁ ୨୫, ୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ବିଚାର କରୁଛନ୍ତି।  ଶେଷ ଥର ପାଇଁ ୨୦୧୪ରେ କର୍ମଚାରୀ ପେନ୍‌ସନ୍‌ ଯୋଜନା (ଇପିଏସ୍‌) ଅନ୍ତର୍ଗତ ବେତନ ସୀମା ୧୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ସୂତ୍ର ଅନୁସାରେ, ଏ ସମ୍ପର୍କିତ ଏକ ପ୍ରସ୍ତାବ ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀ ମାସରେ ହେବାକୁ ଥିବା ଇପିଏଫ୍ଓ ​​ବୋର୍ଡ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ଯଦି ଏହି ପ୍ରସ୍ତାବକୁ ମଞ୍ଜୁରି ମିଳେ ତେବେ କର୍ମଚାରୀଙ୍କ ମାସିକ ପେନସନ୍ ପାଣ୍ଠି ଜମା ୧୨୫୦ ଟଙ୍କାରୁ ୨୦୮୩ ଟଙ୍କାକୁ ବୃଦ୍ଧି ପାଇବ। ଏହାକୁ ଏବେ ଇପିଏଫ୍‌ଓ-୩.୦ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇପାରେ, ଯାହା ୬୫ ନିୟୁତରୁ ଅଧିକ ସଦସ୍ୟଙ୍କୁ ଲାଭ ଦେବ।

ଭାରତରେ ପିଏଫ୍‌ ଆକାଉଣ୍ଟଗୁଡ଼ିକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଦ୍ୱାରା ପରିଚାଳିତ ହୁଏ। ଇପିଏଫ୍‌ଓ  ସଦସ୍ୟଙ୍କ ​​ବାଧ୍ୟତାମୂଳକ ବେତନ ସୀମା ୧୫,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିଲେ ଉଚ୍ଚ ବେତନପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଇପିଏସ୍‌ ଯୋଜନା ଅଧୀନରେ ସାମାଜିକ ସୁରକ୍ଷାର ଲାଭ ପାଇବେ। ଇପିଏଫ୍‌ ଏବଂ ଇପିଏସ୍‌ ଉଭୟ ପାଇଁ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ପ୍ରତ୍ୟେକଙ୍କୁ ଦରମାର ୧୨% ଯୋଗଦାନ କରିବାକୁ ପଡିବ।

କର୍ମଚାରୀଙ୍କ ସମ୍ପୂର୍ଣ୍ଣ ୧୨% ଇପିଏଫ୍‌କୁ ଯାଏ, ଯେତେବେଳେ କି ନିଯୁକ୍ତିଦାତାଙ୍କ ଯୋଗଦାନ ଦୁଇଟି ଭାଗରେ ବିଭକ୍ତ ହୋଇଛି। ନିଯୁକ୍ତି ଦାତା ୮.୩୩%ଇପିଏସ୍‌କୁ ଏବଂ ୩.୬୭%  ଇପିଏଫ୍‌କୁ ଯୋଗଦାନ ଦେଇଥାନ୍ତି। ସଦସ୍ୟଙ୍କ ବେତନ ସୀମାରେ  ବୃଦ୍ଧି ଇପିଏଫ୍‌- ଇପିଏସ୍‌ କର୍ପସକୁ ଦ୍ରୁତ ଗତିରେ ବୃଦ୍ଧି କରିବ, ଯାହା ଫଳରେ କର୍ମଚାରୀଙ୍କ ଅବସର ପେନସନ ଏବଂ ସୁଧ ଉଭୟ ବୃଦ୍ଧି ପାଇବ। ବର୍ତ୍ତମାନ ଇପିଏଫ୍‌​​ର ମୋଟ ପାଣ୍ଠି ପରିମାଣ ପ୍ରାୟ ୨୬ ଲକ୍ଷ କୋଟି ଟଙ୍କା। ଏହାର ୭୬ ନିୟୁତ ସକ୍ରିୟ ସଦସ୍ୟ ଅଛନ୍ତି। ବର୍ତ୍ତମାନ ପ୍ରଚଳିତ ନିୟମ ଅନୁଯାୟୀ, ଇପିଏସ୍‌-୯୫  ଅନ୍ତର୍ଗତ ପେନସନ ପାଣ୍ଠିରେ ଯୋଗଦାନକୁ ମୂଳ ଦରମାର ସର୍ବାଧିକ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଗଣନା କରାଯାଏ। ଏହାର ଅର୍ଥ ହେଉଛି ଯେ ଆପଣଙ୍କର ଦରମା ୩୦,୦୦୦ କିମ୍ବା ୪୦,୦୦୦ ଟଙ୍କା ହୋଇ ଥାଉ ନା କାହିଁକି, ଆପଣଙ୍କର  ପେନସନ କେବଳ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଗଣନା କରାଯାଏ। ଏଠାରେ ସୂଚନାଯୋଗ୍ୟ ଯେ, ଇପିଏସ୍‌ ସୀମା ଶେଷ ଥର ପାଇଁ ୨୦୧୪ ରେ ୬୫୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

୨୨ କୋଟିରୁ ଅଧିକ ଇପିଏଫ୍ ଆକାଉଣ୍ଟକୁ ଆସିଲା ସୁଧ, ଆପଣଙ୍କ ଖାତାକୁ ଆସିଛି କି ନାହିଁ ଏସ୍ଏମ୍ଏସ୍ ଓ ମିସ୍‌କଲ୍‌ ଦ୍ବାରା କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧ୍ୟ ପାଣ୍ଠି ସଂଗଠନ (ଇପିଏଫଓ) ସଦସ୍ୟଙ୍କ ପାଇଁ ଭଲ ଖବର। କାରଣ ସଦସ୍ୟଙ୍କ ପାଇଁ ବହୁ ପ୍ରତିକ୍ଷୀତ ଇପିଏଫ୍ ସୁଧ ଏବେ ସେମାନଙ୍କର ବ୍ୟାଙ୍କ ଖାତାକୁ ଆସିଛି । ଆଜି ଇପିଏଫ୍  ୨୨.୫୦ କୋଟି ଗ୍ରାହକଙ୍କ ଖାତାକୁ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଏହି ସୁଧ ଅର୍ଥ ସ୍ଥାନାନ୍ତର ହୋଇଛି। ଏହାଫଳରେ ସଦସ୍ୟମାନେ ୮.୫୦ ପ୍ରତିଶତ ସୁଧ ହାରରେ ଏହି ଅର୍ଥ ପାଇଛନ୍ତି। EPFO ଆଜି ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ସେୟାର କରିଛି | ଇପିଏଫଓ ଏକ ଟ୍ୱିଟରେ କହିଛି ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୨୨.୫୫ କୋଟି ଆକାଉଣ୍ଟକୁ ୮.୫୦ ପ୍ରତିଶତ ସୁଧରେ ଜମା କରାଯାଇଛି।

22.55 crore accounts have been credited with an interest of 8.50% for the FY 2020-21. @LabourMinistry @esichq @PIB_India @byadavbjp @Rameswar_Teli

— EPFO (@socialepfo) December 6, 2021

ତେବେ ଯାହାଙ୍କର ଇପିଏଫ୍ ଆକାଉଣ୍ଟ ଅଛି ସେମାନଙ୍କର ପିଏଫ୍ ଆକାଉଣ୍ଟରେ ଟଙ୍କା ଆସିଛି କି ନାହିଁ ତାହାକୁ ୪ଟି ପଦ୍ଧତିରେ ଯାଞ୍ଚ କରି ଜାଣିପାରିବେ ।

ଏସ୍ଏମ୍ଏସ୍ ମାଧ୍ୟମରେ ଖାତା ବାଲାନ୍ସ ଯାଞ୍ଚ

ସଦସ୍ୟ ଏସ୍ଏମ୍ଏସ୍ ମାଧ୍ୟମରେ ପିଏଫ୍ ବାଲାନ୍ସ ଯାଞ୍ଚ କରିବାକୁ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ମେସେଜ୍‌ରେ EPFOHO UAN ENG ଲେଖି ୭୭୩୮୨୯୯୮୯୯କୁ ମେସେଜ୍ କରିବାକୁ ପଡିବ | ଏଠାରେ ENG ଆପଣଙ୍କୁ ସେହି ତିନୋଟି ଅକ୍ଷର ସମ୍ପର୍କରେ କହୁଛି ଯେଉଁ ଭାଷାରେ ଆପଣ ସୂଚନା ଚାହୁଁଛନ୍ତି। ଇଂରାଜୀ ସହିତ ମେସେଜିଂ ସୁବିଧା ହିନ୍ଦୀ, ପଞ୍ଜାବୀ, ଗୁଜୁରାଟୀ, ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ବଙ୍ଗଳା ଭାଷାରେ ମଧ୍ୟ ଉପଲବ୍ଧ। ମେସେଜ୍ ମାଧ୍ୟମରେ ଇପିଏଫ୍ଓ ବାଲାନ୍ସ ଜାଣିବା ପାଇଁ ଆପଣଙ୍କର ମୋବାଇଲ୍ ନମ୍ବର ୟୁଏଏନ୍ ସହିତ ପଞ୍ଜିକୃତ ହୋଇଥିବା ଜରୁରୀ।

ମିସ୍ କଲ୍ ଦ୍ବାରା ବାଲାନ୍ସ ଯାଞ୍ଚ

ମିସ୍ କଲ୍ ମାଧ୍ୟମରେ ପିଏଫ୍ ବାଲାନ୍ସ ଯାଞ୍ଚ କରିବାକୁ ଆପଣଙ୍କର ମୋବାଇଲ୍ ନମ୍ବର ୟୁଏଏନ୍ ସହିତ ପଞ୍ଜିକୃତ ହେବା ଜରୁରୀ ଆପଣ ୦୧୧-୨୨୯୦୧୪୦୬ରେ ମିସ୍ କଲ୍ ଦେଇ ଆପଣଙ୍କର ପଞ୍ଜୀକୃତ ମୋବାଇଲରୁ ପିଏଫ୍ ବାଲାନ୍ସ ଯାଞ୍ଚ କରିପାରିବେ । ଏକ ମିସ୍ କଲ୍ ଦେବା ପରେ, ଆପଣଙ୍କର ପଞ୍ଜୀକୃତ ନମ୍ବରରେ ପିଏସ୍‌ର ଏକ ମେସେଜ୍ ଆସିବ, ଯେଉଁଠାରୁ ଆପଣ ପିଏଫ୍ ବାଲାନ୍ସ ଜାଣିପାରିବେ

ଉମଙ୍ଗ ଆପ୍‌ରେ ବାଲାନ୍ସ ଯାଞ୍ଚ

ଆପଣଙ୍କର ଉମଙ୍ଗ ଆପ୍ ଖୋଲନ୍ତୁ ଏବଂ ଇପିଏଫ୍ ଓ ଉପରେ କ୍ଲିକ୍ କରନ୍ତୁ । ଅନ୍ୟ ଏକ ପେଜ୍‌ରେ ଆପଣଙ୍କୁ କର୍ମଚାରୀ- କେନ୍ଦ୍ରିକ ସେବା ଉପରେ କ୍ଲିକ୍ କରିବାକୁ ପଡିବ । ଭ୍ୟୁ ପାସବୁକ୍ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ୟୁଏଏନ୍ ନମ୍ବର ଏବଂ ପାସୱାର୍ଡ (ଓଟିପି) ନମ୍ବର ଦିଅନ୍ତୁ। ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଓଟିପି ଆପଣଙ୍କ ପାଖକୁ ଆସିବ।

ୱେବସାଇଟରେ ପିଏଫ ବାଲାନ୍ସ  ଯାଞ୍ଚ

ପିଏଫ୍ ପାସବୁକ୍ ପୋର୍ଟାଲ୍‌ https://passbook.epfindia.gov.in/ MemberPassBook/Login ରେ ଭିଜିଟ୍ କରନ୍ତୁ।

ଆପଣଙ୍କର ୟୁଏଏନ୍ ଏବଂ ପାସୱାର୍ଡ ବ୍ୟବହାର କରି ଏହି ପୋର୍ଟାଲରେ ଲଗ୍ ଇନ୍ କରି ସେଥିରେ ଡାଉନଲୋଡ୍/ ଭିୟୁ ପାସବୁକ୍ ଉପରେ କ୍ଲିକ୍ କରିବା ପରେ ପାସବୁକ୍ ଆପଣଙ୍କ ସାମ୍ନାରେ ଖୋଲିବ, ଯେଉଁଥରେ ଆପଣ ବାଲାନ୍ସ ଦେଖିପାରିବେ।

-ଯଦି ସୁଧ ଅର୍ଥ ଆସିନାହିଁ, ତେବେ https://epfigms.gov.in/ ୱେବସାଇଟ୍‌କୁ ଯାଇ ରେଜିଷ୍ଟର ଅଭିଯୋଗ ଉପରେ କ୍ଲିକ୍ କରନ୍ତୁ।

– ଏହାପରେ ପିଏଫ୍ ସଦସ୍ୟ, ଇପିଏଫ୍ ପେନସନଧାରୀ, ନିଯୁକ୍ତିଦାତା, ଅନ୍ୟମାନଙ୍କ ମଧ୍ୟରେ ଆପଣଙ୍କର ରାଜ୍ୟ ବାଛନ୍ତୁ।

-ଏହାପରେ ପିଏଫ୍ ଖାତା ସମ୍ବନ୍ଧୀୟ ଅଭିଯୋଗ ପାଇଁ ପିଏଫ୍ ସଦସ୍ୟ ଚୟନ କରନ୍ତୁ। ଏହି ସମସ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ, ୟୁଏଏନ୍ ନମ୍ବର ଏବଂ ସୁରକ୍ଷା କୋଡ୍ ଦେଇ ସବିଶେଷ ତଥ୍ୟ ଉପରେ କ୍ଲିକ୍ କରନ୍ତୁ। ବ୍ୟକ୍ତିଗତ ସୂଚନା ୟୁଏଏନ୍ ସହିତ ସଂଯୁକ୍ତ ଆକାଉଣ୍ଟ ଆସିବା କ୍ଷଣି ଗେଟ୍ ଓଟିପି ଉପରେ କ୍ଲିକ୍ କରନ୍ତୁ। ଓଟିପି ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ ।

-ଆପଣ ଓଟିପି ଦାଖଲ କରିବା ମାତ୍ରେ, ବ୍ୟକ୍ତିଗତ ବିବରଣୀ ପୂରଣ କରି ପିଏଫ୍ ନମ୍ବର ଉପରେ କ୍ଲିକ୍ କରନ୍ତୁ ଯାହା ସହିତ ଅଭିଯୋଗ ଦାଖଲ କରିବାକୁ ପଡିବ

-ଏହାପରେ ଏକ ପପ୍ ଅପ୍ ଆସିବ। ସେଠାରେ ଆପଣଙ୍କୁ ପିଏଫ୍ ଅଧିକାରୀ, ନିଯୁକ୍ତିଦାତା, କର୍ମଚାରୀ ଜମା ଲିଙ୍କ୍ ବୀମା ଯୋଜନା କିମ୍ବା ଏକ୍ସ- ପେନ୍‌ସନ୍‌ ମଧ୍ୟରୁ ଗୋଟିଏ ବିକଳ୍ପ ବାଛିବାକୁ ପଡିବ | ସବିଶେଷ ବିବରଣୀ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଦାଖଲ ଉପରେ କ୍ଲିକ୍ କରନ୍ତୁ |

-ଏହାପରେ ଆପଣଙ୍କର ଅଭିଯୋଗ ପଞ୍ଜୀକୃତ ହେବ ଏବଂ ଅଭିଯୋଗ ପଞ୍ଜୀକରଣ ନମ୍ବର ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂଇମେଲରେ ଆସିବ।