History of Aadhaar Card - The Sakala

କିଏ ସେହି ମହିଳା ଯାହାଙ୍କର ତିଆରି ହୋଇଥିଲା ଦେଶର ପ୍ରଥମ ଆଧାରକାର୍ଡ
ଆଜି ଭାରତର ୯୦ ପ୍ରତିଶତରୁ ଅଧିକ ଲୋକଙ୍କର ନିଜସ୍ୱ ଆଧାର କାର୍ଡ ଅଛି। ଆଧାର ହେଉଛି ବ୍ୟକ୍ତିର ପରିଚୟର ପ୍ରମାଣ । ଏହାର ଆଗମନ ସହିତ ଦେଶରେ ସ୍ୱଚ୍ଛତା ଦେଖାଦେଇଛି ଏବଂ ଅନେକ ସରକାରୀ କାର୍ଯ୍ୟରେ ମଧ୍ୟ ଉନ୍ନତି ଆସିଛି । ବିଭିନ୍ନ ସରକାରୀ ଯୋଜନା, ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ, ଚାକିରି ଇତ୍ୟାଦିରେ ଆମର ଆଧାର କାର୍ଡର ଏକ ବିଶେଷ ଆବଶ୍ୟକତା ଅଛି | ଏହି କାରଣରୁ, ଭାରତରେ ବହୁ ସଂଖ୍ୟକ ଲୋକ ଆଧାର କାର୍ଡ ତିଆରି କରୁଛନ୍ତି। ତେବେ ଆପଣ ଜାଣିଛନ୍ତି କି ଦେଶର ପ୍ରଥମ ଆଧାର କାର୍ଡ କେବେ ତିଆରି ହୋଇଥିଲା ଏବଂ ପ୍ରଥମ ଆଧାର କାର୍ଡ କିଏ ପାଇଥିଲେ।

ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ। ୟୁପିଏ ସରକାରଙ୍କ ସମୟରେ ଦେଶରେ ଆଧାର କାର୍ଡ କାର୍ଯ୍ୟକାରୀ କରାଯାଇଥିଲା। ଇନଫୋସିସ୍ ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନି ଆଧାର ପ୍ରକଳ୍ପର ନେତୃତ୍ୱ ନେଇଥିଲେ। ଏହି ସମୟରେ ଦେଶର ପ୍ରତେକ ଲୋକଙ୍କ ପାଖରେ କିପରି ଆଧାର କାର୍ଡ ପହଞ୍ଚବ ସେ ନେଇ କାର୍ଯ୍ୟ କରାଯାଉଥିଲା। ଆଧାର କାର୍ଡର ଆଗମନ ଭାରତରେ ଅନେକ ପରିବର୍ତ୍ତନ ଆଣିଛି। ଜାନୁଆରୀ ୨୦୦୯ରେ, ଭାରତ ସରକାର ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ଗଠନ କରିଥିଲେ। ଏହି ପ୍ରାଧିକରଣ ଗଠନ ପରେ, ସେପ୍ଟେମ୍ବର ୨୦୧୦ ରୁ ଆଧାର କାର୍ଡ ତିଆରି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ପରେ ଭାରତର ଲୋକଙ୍କ ଆଧାର କାର୍ଡ ତିଆରି ହେବା ଏବଂ ସେମାନଙ୍କୁ ଆଧାର କାର୍ଡ ବଣ୍ଟନ କରିବା ଆରମ୍ଭ କରାଯାଇଥିଲା।

ତେବେ ଦେଶର ପ୍ରଥମ ଆଧର କାର୍ଡ ୨୯ ସେପ୍ଟେମ୍ବର ୨୦୧୦ରେ ତିଆରି ହୋଇଥିଲା। ପ୍ରଥମ ଆଧାର କାର୍ଡ ଥିଲା ରଞ୍ଜନା ସୋନାୱାନେଙ୍କ ନାମରେ । ରଞ୍ଜନା ମହାରାଷ୍ଟ୍ରର ଜଣେ ମହିଳା। ତାଙ୍କ ଘର ପୁଣେ ଠାରୁ ପ୍ରାୟ ୪୭୦ କିଲୋମିଟର ଦୂରରେ ଅବସ୍ଥିତ ମହାରାଷ୍ଟ୍ରର ନନ୍ଦୁବର ଜିଲ୍ଲାର ତାମ୍ବଲିରେ । ୟୁପିଏ ସରକାର ସମୟରେ ମହାରାଷ୍ଟ୍ରର ନନ୍ଦୁବର ଜିଲ୍ଲାର ତାମ୍ବଲି ଗାଁରୁ ଆଧାର କାର୍ଡ ତିଆରି ଆରମ୍ଭ ହୋଇଥିଲା। ସୋନିଆ ଗାନ୍ଧୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପସ୍ଥିତିରେ ରଞ୍ଜନା ସୋନାୱାନେଙ୍କୁ ତାଙ୍କର ପ୍ରଥମ ଆଧାର କାର୍ଡ ଦିଆଯାଇଥିଲା।

ଏଭଳି ପରିସ୍ଥିତିରେ ରଞ୍ଜନା ସୋନାୱାନେ ଭାରତର ପ୍ରଥମ ମହିଳା ହୋଇଥିଲେ, ଯିଏକି ଭାରତରେ ପ୍ରଥମ ଆଧାର କାର୍ଡ ପାଇଥିଲେ। ଆଜି ଭାରତରେ ବହୁ ସଂଖ୍ୟକ ଲୋକଙ୍କର ଆଧାର କାର୍ଡ ଅଛି । ସରକାରଙ୍କ ଅନେକ ଜନ କଲ୍ୟାଣ ଯୋଜନାର ଲାଭ ଉଠାଇବା ପାଇଁ ଆମ ସମସ୍ତଙ୍କୁ ଏହା ଆବଶ୍ୟକ । ଆଧାର କାର୍ଡର ଆଗମନ ସହିତ ଦେଶ ଭିତରେ ଏକ ସ୍ୱଚ୍ଛତା ଦେଖାଦେଇଛି ।