Money laundering case - The Sakala

ତିହାର ଜେଲରେ ଅଭିନେତ୍ରୀ ସନ୍ଦୀପା ଭିର୍କଙ୍କୁ ସାଂଘାତିକ ନିର୍ଯାତନା: ୩୦ ଥର ଉଲଗ୍ନ କରି କରାଯାଇଥିଲା ଯାଞ୍ଚ
ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସନ୍ଦୀପା ଭିର୍କ (Sandeepa Virk) ନିକଟରେ ନିଜ ଜେଲ୍‌ ଜୀବନର କିଛି ଲୋମଟାଙ୍କୁରା ଏବଂ ଯନ୍ତ୍ରଣାଦାୟକ ଅନୁଭୂତି ବଖାଣିଛନ୍ତି। ମନି ଲଣ୍ଡ୍ରିଂ ମାମଲାରେ ଫସି ତିହାର ଜେଲରେ ୪ ମାସ ବିତାଇଥିବା ସନ୍ଦୀପା ବର୍ତ୍ତମାନ ଜାମିନରେ ମୁକୁଳିଛନ୍ତି। ଏକ ସାକ୍ଷାତକାରରେ ସେ ଜେଲ୍‌ ଭିତରେ ହେଉଥିବା ଚେକିଂ ପ୍ରକ୍ରିୟା ଏବଂ ମାନସିକ ନିର୍ଯାତନା ବିଷୟରେ ଖୁଲାସା କରିଛନ୍ତି ଯାହା ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏକ ପୋଡ୍‌କାଷ୍ଟ୍‌ରେ ଭାଗ ନେଇ ସନ୍ଦୀପା କହିଛନ୍ତି ଯେ, ଜେଲ୍‌କୁ ଯିବା ପୂର୍ବରୁ ହିଁ ସମାଜ ଏବଂ ସିଷ୍ଟମ୍ ଆପଣଙ୍କୁ ଅପରାଧୀ ବୋଲି ଧରିନେଇଥାଏ। ନ୍ୟାୟ ମିଳିବା ପୂର୍ବରୁ ଜଣେ ବ୍ୟକ୍ତିକୁ ଯେଉଁଭଳି ବ୍ୟବହାର କରାଯାଏ, ତାହା କୌଣସି ମଣିଷର ଆତ୍ମସମ୍ମାନକୁ ଧୂଳିସାତ୍ କରିଦେବା ପାଇଁ ଯଥେଷ୍ଟ।

ଜେଲରେ ୩୦ ଥର ଖୋଲିବାକୁ ପଡ଼ିଥିଲା ପୋଷାକ

ସନ୍ଦୀପା ନିଜର ଦୁର୍ବିସହ ଅନୁଭୂତି ବର୍ଣ୍ଣନା କରି କହିଛନ୍ତି ଯେ ତିହାର ଜେଲର ମହିଳା ସୁରକ୍ଷା କର୍ମୀମାନଙ୍କ ବ୍ୟବହାର ଅତ୍ୟନ୍ତ ଖରାପ ଥିଲା। ଜେଲ ଭିତରେ ମହିଳାମାନଙ୍କର ଶାରୀରିକ ଯାଞ୍ଚ ଅତି ଅପମାନଜନକ ଢଙ୍ଗରେ କରାଯାଇଥାଏ। ସେ କହିଛନ୍ତି, "ମୋତେ ପ୍ରାୟ ୩୦ ଥର ଉଲଗ୍ନ ହେବାକୁ ପଡ଼ିଥିଲା। ମହିଳା ଗାର୍ଡମାନେ ଅତ୍ୟନ୍ତ ଅଭଦ୍ର ଭାବରେ ପୋଷାକ ଖୋଲିବାକୁ ନିର୍ଦ୍ଦେଶ ଦେଉଥିଲେ। ଆଗକୁ ପଛକୁ ବୁଲିବାକୁ କହୁଥିଲେ ଏବଂ ଅନ୍ତରଙ୍ଗ ଯାଞ୍ଚ କରୁଥିଲେ।" ଯେଉଁମାନଙ୍କର ସ୍ତନ ବଡ଼ ଥାଏ, ସେମାନଙ୍କୁ ସ୍ତନ ଟେକି ଦେଖାଇବାକୁ କୁହାଯାଏ ବୋଲି ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟା ତାଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥିଲା।

ପ୍ରେଗ୍ନାନ୍ସି ଟେଷ୍ଟ ଓ ମାନସିକ ନିର୍ଯାତନା

ଜେଲ ଯିବା ପୂର୍ବର ମେଡିକାଲ ଯାଞ୍ଚ କଥା ମନେପକାଇ ସନ୍ଦୀପା କହିଛନ୍ତି, ଗିରଫ ପରେ ତାଙ୍କୁ ରାତି ଅଧରେ ଦୀନଦୟାଲ ଉପାଧ୍ୟାୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ପ୍ରେଗ୍ନାନ୍ସି ଟେଷ୍ଟ (ଗର୍ଭାବସ୍ଥା ପରୀକ୍ଷା) କରାଯାଇଥିଲା। ଡାକ୍ତରଖାନାରେ ଥିବା ଛୋଟ ବୟସର ଟ୍ରେନି ଡାକ୍ତରମାନଙ୍କ ସାମ୍ନାରେ ଏଭଳି ପରୀକ୍ଷା ତାଙ୍କ ପାଇଁ ଲଜ୍ଜାଜନକ ଥିଲା। "ଲୋକଙ୍କର ଖରାପ ନଜର ମୋତେ ଅସହଜ କରୁଥିଲା। ଜେଲ ଭିତରେ ଥିବା ଅସ୍ୱାସ୍ଥ୍ୟକର ପରିବେଶ, କୀଟପତଙ୍ଗଙ୍କ ପ୍ରାଦୁର୍ଭାବ ମୋତେ ଏତେ ମାତ୍ରାରେ ବିଚଳିତ କରିଥିଲା ଯେ, ମୁଁ ଭଗବାନଙ୍କୁ କେବଳ ମୃତ୍ୟୁ ମାଗୁଥିଲି କିମ୍ବା ଆତ୍ମହତ୍ୟା କରିବାକୁ ଚାହୁଁଥିଲି" ବୋଲି ସେ କହିଛନ୍ତି।

ମନି ଲଣ୍ଡ୍ରିଂ ମାମଲାରେ ହୋଇଥିଲେ ଗିରଫ

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୦୨୫ ମସିହାରେ କୋଟି କୋଟି ଟଙ୍କାର ଏକ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସନ୍ଦୀପା ଭିର୍କଙ୍କୁ ଗିରଫ କରିଥିଲା। ଏହି ମାମଲାରେ ତାଙ୍କୁ ୪ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରେ ସେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର କାଷ୍ଟିଂ କାଉଚ୍ ଭଳି କଳା ସତ୍ୟ ଉପରୁ ମଧ୍ୟ ପରଦା ହଟାଇଛନ୍ତି। ବର୍ତ୍ତମାନ ସେ ନିଜ ଜୀବନର ଏହି କଳଙ୍କିତ ଅଧ୍ୟାୟରୁ ବାହାରି ପୁଣିଥରେ ନିଜକୁ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି।

୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା: ଜ୍ୟାକଲିନଙ୍କ ସରକାରୀ ସାକ୍ଷୀ ହେବା ଆବେଦନକୁ ବିରୋଧ କଲା ଇଡି
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ଙ୍କୁ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ (କଳାଧନ ବୈଧ) ମାମଲାରେ ବଡ଼ ଝଟକା ଲାଗିଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏହି ମାମଲାରେ ସରକାରୀ ସାକ୍ଷୀ (ଆପ୍ରୁଭର୍) ହେବା ପାଇଁ ଜ୍ୟାକଲିନ୍ କରିଥିବା ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଡ଼ା ବିରୋଧ କରିଛି। ଇଡି ଦାବି କରିଛି ଯେ, ଅଭିନେତ୍ରୀ ଜଣକ ଏହି ମାମଲାରେ କେବଳ ଜଣେ ପୀଡ଼ିତା ନୁହଁନ୍ତି, ବରଂ ଜଣେ 'ସକ୍ରିୟ ଅଂଶଗ୍ରହଣକାରୀ' ଏବଂ ଅପରାଧରୁ ମିଳିଥିବା ଅର୍ଥର ବଡ଼ ଲାଭାର୍ଥୀ ଅଟନ୍ତି।

ଜାଣିଶୁଣି ଉପହାର ନେଇଥିଲେ ଜ୍ୟାକଲିନ୍

ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ନିଜର ଜବାବ ଦାଖଲ କରି ଇଡି କହିଛି ଯେ, ସୁକେଶର ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ଜାଣିବା ସତ୍ତ୍ୱେ ଜ୍ୟାକଲିନ୍ ତାଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ। ମୁଖ୍ୟ ଅଭିଯୁକ୍ତ ସୁକେଶଙ୍କଠାରୁ ସେ ଜାଣିଶୁଣି ବହୁ ମୂଲ୍ୟବାନ ଉପହାର ଏବଂ ଆର୍ଥିକ ସୁବିଧା ଗ୍ରହଣ କରିଥିଲେ। ତେଣୁ ସେ ନିଜକୁ ଜଣେ 'ଅଜ୍ଞାତ ପୀଡ଼ିତା' ବୋଲି ଦାବି କରିବା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ। ଇଡିର କହିବା ଅନୁଯାୟୀ, ଅଭିନେତ୍ରୀ ଜଣକ ମନି ଲଣ୍ଡରିଂ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହୋଇଥିଲେ ଏବଂ ଅପରାଧିକ ଅର୍ଥର ଉତ୍ସକୁ ଅଣଦେଖା କରିଥିଲେ।

ସରକାରୀ ସାକ୍ଷୀ କଲେ ନ୍ୟାୟ ପ୍ରକ୍ରିୟା ବାଧାପ୍ରାପ୍ତ ହେବ

ଇଡି ପକ୍ଷରୁ କୋର୍ଟରେ କୁହାଯାଇଛି ଯେ, ଏହି ଗମ୍ଭୀର ଅପରାଧରେ ଜ୍ୟାକଲିନଙ୍କୁ ସରକାରୀ ସାକ୍ଷୀ ଭାବେ ଗ୍ରହଣ କଲେ ତାହା ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ଏବଂ ଅପରାଧର ଗମ୍ଭୀରତାକୁ ହ୍ରାସ କରିବ। ଏହା ସହିତ ତଦନ୍ତ ସମୟରେ ଅଭିନେତ୍ରୀ ଜଣକ ସମ୍ପୂର୍ଣ୍ଣ ସହଯୋଗ କରିନଥିଲେ ଏବଂ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ରେକର୍ଡ କରାଯାଇଥିବା ବୟାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିଲେ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି।

ମେ' ୧୨ ରେ ପରବର୍ତ୍ତୀ ଶୁଣାଣି

ପଟିଆଲା ହାଉସ୍ କୋର୍ଟର ଅତିରିକ୍ତ ଦୌରା ଜଜ୍ ପ୍ରଶାନ୍ତ ଶର୍ମା ଏହି ମାମଲାର ଶୁଣାଣି କରି ଇଡିର ଆପତ୍ତି ଉପରେ ଜବାବ ରଖିବାକୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍‌ଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ' ୧୨ ତାରିଖରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ଗତ ମାସରେ ଜ୍ୟାକଲିନ୍ ଏହି ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ସରକାରୀ ସାକ୍ଷୀ ହେବା ପାଇଁ କୋର୍ଟରେ ଆବେଦନ କରିଥିଲେ।

ତିହାର ଜେଲରୁ ବାହାରିଲେ ଅଭିନେତ୍ରୀ ସନ୍ଦୀପା ଭିର୍କ: ମନି ଲଣ୍ଡରିଂ ମାମଲାରେ ମିଳିଲା ଜାମିନ, ଶୁଣାଇଲେ ଅନୁଭୂତି
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସନ୍ଦୀପା ଭିର୍କଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ପ୍ରାୟ ୪ ମାସରୁ ଊର୍ଦ୍ଧ୍ୱ ସମୟ ତିହାର ଜେଲରେ କାଟିବା ପରେ ସେ ମୁକୁଳିଛନ୍ତି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ୨୦୨୫ ଡିସେମ୍ବର ମାସରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କ’ଣ ଥିଲା ପୂରା ଘଟଣା?

ସନ୍ଦୀପାଙ୍କ ନାମରେ ପ୍ରାୟ ୬ କୋଟି ଟଙ୍କାର ଆର୍ଥିକ ହେରଫେର ଅଭିଯୋଗ ରହିଛି। ଏହି ମାମଲା ଏକ ନିବେଶ ଦୁର୍ନୀତି ସହ ଜଡିତ, ଯେଉଁଥିରେ ଜଣେ ଅଭିଯୋଗକାରୀଙ୍କୁ ଏକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ଦେବାର ପ୍ରଲୋଭନ ଦେଖାଇ ଟଙ୍କା ନିବେଶ କରାଇବାକୁ କୁହାଯାଇଥିଲା। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED) ଦାବି କରିଛି ଯେ ଏହି ଅର୍ଥ ସନ୍ଦୀପାଙ୍କ ଆକାଉଣ୍ଟ ମାଧ୍ୟମରେ ସ୍ଥାନାନ୍ତର ହୋଇଥିଲା ଏବଂ ଏହା ସମ୍ପତ୍ତି କିଣାବିକା ତଥା ଏକ ଇ-କମର୍ସ ପ୍ଲାଟଫର୍ମ ସହ ସଂଯୁକ୍ତ ଥିଲା। କୋର୍ଟ ସାଧାରଣ ଜାମିନ ନୀତି ଅନୁଯାୟୀ ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ଅଭିଯୋଗ ହୋଇଥିବା କାରବାରଗୁଡିକ ୨୦୦୮ରୁ ୨୦୧୩ ମସିହା ମଧ୍ୟରେ ହୋଇଥିଲା।

ଜାମିନ ପାଇବା ପରେ ସନ୍ଦୀପା ମୁମ୍ବାଇ ଫେରିଛନ୍ତି। ଜେଲରୁ ବାହାରିବା ପରେ ଇଣ୍ଡଷ୍ଟ୍ରିର ଲୋକଙ୍କ ବ୍ୟବହାର ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ଅନେକ ଲୋକ ମୋତେ ସୋସିଆଲ ମିଡିଆରେ ଅନଫଲୋ କରିଦେଇଛନ୍ତି, କିନ୍ତୁ ଏଥିରେ କିଛି ଫରକ ପଡେନାହିଁ। ଆଗରୁ ବଡ ବଡ ପ୍ରଯୋଜକ କହୁଥିଲେ ସେମାନେ ମୋତେ ଷ୍ଟାର୍ ବନାଇଦେବେ। ହେଲେ ମୁଁ ସର୍ବଦା ଉତ୍ତର ଦେଉଥିଲି ଯେ, ଯିଏ ଆପଣଙ୍କୁ ଗଢିଛନ୍ତି, ସେ ମୋତେ ବି ଗଢିବେ। କୌଣସି ମଣିଷ କାହାକୁ ଗଢିପାରିବ ନାହିଁ, କେବଳ ସାହାଯ୍ୟ କରିପାରିବେ।"

ମନି ଲଣ୍ଡରିଂ ମାମଲା: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜାମିନ ଅବଧି ବୃଦ୍ଧିକୁ ଇଡିର ବିରୋଧ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜାମିନ ଅବଧି ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅଭିନେତ୍ରୀଙ୍କ ଜାମିନ ଆବେଦନର ଶୁଣାଣି କରି ପଟିୟାଲା ହାଉସ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି। ଏଜେନ୍ସି ଅଭିଯୋଗ କରିଛି ଯେ ଜ୍ୟାକ୍‌ଲିନ୍‌ କେବେ ବି ଯାଞ୍ଚରେ ସହଯୋଗ କରିନାହାନ୍ତି। ପ୍ରମାଣ ମିଳିବାରୁ ସବୁ କିଛି ସାମ୍‌ନାକୁ ଆସିଥିଲା। ଅଭିନେତ୍ରୀ ଅନେକ ଥର ଦେଶରୁ ପଳାଇବାକୁ ପ୍ରୟାସ କରିଛନ୍ତି। ତେବେ ଏଲଓସି ଜାରି କରାଯାଇଥିବାରୁ ସେ ଏଥିରେ ବିଫଳ ହୋଇଛନ୍ତି। ସେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମଧ୍ୟ ନଷ୍ଟ କରିଛନ୍ତି। ଠକ ସୁକେଶ ଚନ୍ଦ୍ରଶେଖର ସମ୍ବନ୍ଧିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜ୍ୟାକ୍‌ଲିନ୍‌ ପ୍ରମୁଖ ସାକ୍ଷୀ ଅଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୧୬ରେ ୫୦ ହଜାର ଟଙ୍କାର ବେଲ୍‌ ବଣ୍ଡରେ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏହି ଆବେଦନ ଉପରେ କୋର୍ଟ ଇଡିଠାରୁ ଜବାବ ମାଗିଥିଲେ।

ମନି ଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ଆଶ୍ୱସ୍ତି, ବଢ଼ିଲା ଅନ୍ତରୀଣ ଜାମିନ ଅବଧି
ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ଙ୍କୁ ସାମାନ୍ୟ ଆଶ୍ୱସ୍ତି । ବହୁ ଚର୍ଚ୍ଚିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ମିଳିଛି ଆଶ୍ୱସ୍ତି । ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଂ’ ମାମଲାରେ ସମ୍ପୃକ୍ତ ଥିବା ଜାକ୍‌ଲିନ୍‌ଙ୍କୁ ଗତ ମାସରେ ଅନ୍ତରୀଣ ଜାମିନ ମିଳିଥିଲା। ନଭେମ୍ୱର ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍‌ ବଢ଼ାଇଲେ କୋର୍ଟ । ଅଦାଲତ ପକ୍ଷରୁ ଇଡିକୁ ସମସ୍ତ ଚାର୍ଜସିଟ୍‌ ଏବଂ ଅନ୍ୟ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ୍‌ ଏବଂ ଅନ୍ୟ ଦରଖାସ୍ତ ଗୁଡ଼ିକର ଶୁଣାଣି ନଭେମ୍ୱର ୧୦ ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି ।

ଆଜି ଅଭିନେତ୍ରୀ ଜ୍ୟାକଲିନ ଶୁଣାଣି ପାଇଁ ନିଜ ଓକିଲ ପ୍ରଶାନ୍ତ ପାଟିଲଙ୍କ ସହିତ ଅଦାଲତରେ ପହଞ୍ଚିଥିଲେ। ଏହା ପୂର୍ବରୁ ୨୬ ସେପ୍ଟେମ୍ବରରେ କୋର୍ଟ ଜ୍ୟାକଲିନଙ୍କୁ ୫୦ ହଜାର ଟଙ୍କାର ମୁଚଲିକାରେ ଅନ୍ତରୀଣ ଜାମିନ ଦେଇଥିଲେ। ଇଡି ନିଜର ସପ୍ଲିମେଣ୍ଟାରୀ ଚାର୍ଜିଟରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା।

ସୂଚନାଯୋଗ୍ୟ, ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ଜୋର ଜବରଦସ୍ତ ଟଙ୍କା ଆଦାୟ କରି ଜ୍ୟାକଲିନଙ୍କୁ ୫ କୋଟି ୧୭ ଲକ୍ଷ ଟଙ୍କାର ଗିଫ୍ଟ ଦେଇଥିଲା । କେବଳ ସେତିକି ନୁହେଁ ସୁକେଶ ଜ୍ୟାକଲିନ୍ ପରିବାର ଲୋକଙ୍କୁ ମଧ୍ୟ ଟଙ୍କା ପଠାଇଥିଲା । ଦାମୀ ଗିଫ୍ଟ ସହ କାର୍ ଓ ଅନେକ ଜିନିଷ ଦେଇଥିଲା ସୁକେଶ । ସୁକେଶ ବାହାରିନରେ ଥିବା ଜ୍ୟାକଲିନଙ୍କ ମାତାପିତାଙ୍କ ଏବଂ ଆମେରିକାରେ ରହିଥିବା ଭଉଣୀକୁ ମହଙ୍ଗା କାର ଉପହାର ଦେଇଥିଲେ। ଏହାଛଡା ଭାଇକୁ ୧୫ ଲକ୍ଷ ଟଙ୍କା ଦେଇଥିଲେ।

ଯାଞ୍ଚ ସମୟରେ ଇଡି ଜ୍ୟାକଲିନଙ୍କ ବୟାନକୁ ରେକର୍ଡ କରିଥିଲେ। ଏହି ସମୟରେ ଜ୍ୟାକଲିନ ଇଡିକୁ କହିଥିଲେ କି, ସୁକେଶ ତାଙ୍କ ପରିବାର ଏବଂ ତାଙ୍କୁ ମହଙ୍ଗା ଗିଫ୍ଟ ଦେଇଥିଲେ। ଏଥିରେ ଲକ୍ଷେ ଟଙ୍କାର ଘୋଡା ମଧ୍ୟ ସାମିଲ ରହିଛି। ଏହା ଛଡା ଜ୍ୟାକ୍‌ଲିନ୍‌ ରହୁଥିବା ବିଳାସପୂର୍ଣ୍ଣ ହୋଟେଲର ଖର୍ଚ୍ଚ ମଧ୍ୟ ସୁକେଶ ଉଠାଉଥିଲେ।

ମନି ଲଣ୍ଡରିଂ ମାମଲା: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ
ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଦେଶମୁଖଙ୍କୁ ଅଧିକ ୯ ଦିନ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଦେଶମୁଖଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

୧୨ ଘଣ୍ଟାର ପଚରାଉଚରା ପରେ ଗତ ସୋମବାର ରାତିରେ ଦେଶମୁଖଙ୍କୁ ଇଡି ଗିରଫ କରିଥିଲା । ମଙ୍ଗଳବାର କୋର୍ଟ ଦେଶମୁଖଙ୍କୁ ୬ ତାରିଖ ଅର୍ଥାତ ଆଜି ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ । କେବଳ ଦେଶମୁଖ ନୁହେଁ ଏହି ମାମଲାରେ ଇଡି କୁନ୍ଦନ ସିନ୍ଧେ ଏବଂ ସଞ୍ଜୀବ ପାଲାଣ୍ଡେଙ୍କୁ ମଧ୍ୟ ଗିରଫ କରିଛି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରୁ ହଟାଇ ହୋମଗାର୍ଡ ଡିଜି କରାଯାଇଥିଲା । ଏହାପରେ ପରମବୀରଙ୍କ ଏକ ଚିଠି ପଦାକୁ ଆସିଥିଲା । ଚିଠିଟି ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ । ଚିଠିରେ ସେ ଦାବି କରିଥିଲେ ଯେ, ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବାବେଳେ ସଚିନ୍ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିଥିଲେ । ଏହାସହ ପୋଲିସ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଦେଶମୁଖ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ।

୫ ଥର ସମନ ପରେ ଗତ ସୋମବାର ଇଡିରେ ହାଜର ହୋଇଥିଲେ ଦେଶମୁଖ । ଗୃହମନ୍ତ୍ରୀ ଥିବା ବେଳେ ଦେଶମୁଖ ପଦବୀର ଅପବ୍ୟବହାର କରି ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିବା ଓ ତାଙ୍କୁ ବରଖାସ୍ତ କରିବା, ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରୁ ୪.୭୦ କୋଟି ଟଙ୍କା ବଟି ଆଦାୟ କରିବାକୁ ନେଇ ଇଡି ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

ମେହବୁବାଙ୍କୁ ଇଡି ସମନ
ନୂଆଦିଲ୍ଲୀ : ଏକ ମନି ଲଣ୍ଡରିଂ ମାମଲାରେ ଜାମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ଶୁକ୍ରବାର ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏକ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଗତ ବର୍ଷ ମୁକୁଳିଥିବ ମୁଫ୍ତିଙ୍କୁ ଆସନ୍ତା ୧୫ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଛି।

ଜାମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ଇଡି ଗତ ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗୁପକାର ଘୋଷଣାନାମା (ପିଏଜିଡି)ର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏଜେନ୍ସି ମନି ଲଣ୍ଡରିଂ ନିରୋଧି ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା। ଶ୍ରୀନଗରର ଗୁପକାର ରୋଡ ସ୍ଥିତ ବାସଭବନ, ତନମାର୍ଗର କଟିପୁରା ତହସିଲ ଏବଂ ଜାମ୍ମୁରେ ଥିବା ସମ୍ପତ୍ତିକୁ ଇଡି ଜବତ କରିଥିଲା।