2nd test - The Sakala
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରିଲେ ଗିଲ, ରିଷଭ ପନ୍ତ ତୁଲାଇବେ ଅଧିନାୟକ ଦାୟିତ୍ୱ...
ଗୌହାଟୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ। କୋଲକାତା ଟେଷ୍ଟରେ ଭାରତ ହାରିବା ପରେ ଏବେ ଗୌହାଟୀ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ସିରିଜ ବଂଚାଇବାକୁ ଏବଂ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସ୍ଥିତି ସୁଧାରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗିଲ ବ୍ୟାଟିଂ କରୁଥିବା ବେଳେ ବେକରେ ଆଘାତ ପାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରିବାକୁ ଆସି ନ ଥିଲେ ।
ସେଠାରେ ସେ ସୁସ୍ଥ ହେବା ପରେ ଦ୍ୱିତୀୟ ଟେଷ୍ଟରେ ଖେଳିବେ ବୋଲି ଆଶା କରାଯାଉଥିଲା । ମାତ୍ର ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବିଶ୍ରାମ ଦିଆଯାଇଛି । ଏବେ ଗିଲଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସାଈ ସୁଦର୍ଶକ କିମ୍ବା ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ ବୋଲି ଜଣାପଡ଼ିଛି ।
ଦ୍ବିତୀୟ ଟେଷ୍ଟ୍‌: ଭାରତର ଘାତକ ବୋଲିଂ, ପ୍ରଥମ ପାଳିରେ ୫୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା
କେପ୍‌ଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଆଜିଠୁ ଖେଳାଯାଉଛି। ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।  ଭାରତୀୟ କ୍ରିକେଟ ଟିମର ଘାତକ ବୋଲିଂରେ ପ୍ରଥମ ପାଳିରେ ମାତ୍ର ୫୫ ରନରେ ଅଲଆଉଟ ହେଲା ଘରୋଇ ଦଳ ଦକ୍ଷିଣ ଆଫ୍ରିକା ।
ଭାରତୀୟ ବୋଲର ମହମ୍ମଦ ସିରାଜ ୬ଟି ଓ୍ବିକେଟ ନେଇଥିବାବେଳେ ବୁମରା ଏବଂ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକାର ମାତ୍ର ୨ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁଛନ୍ତି । ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁନାହାନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ କେବଳ ୪ ଜଣ ବୋଲିଂ କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣ ଓ୍ବିକେଟ ଅକ୍ତିଆର କରିନାହାନ୍ତି । କେବଳ ପେସରମାନେ ବୋଲିଂ କରିଥିବାବେଳେ ସ୍ପିନର ସୁଯୋଗ ପାଇନାହାନ୍ତି । ଜାଡେଜା ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ବୋଲିଂ କରିନାହାନ୍ତି । ସିରାଜ ୯ ଓଭର ବୋଲିଂ କରି ୬ଟି ଓ୍ବିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ଏଥି ମଧ୍ୟରେ ୩ ଓଭର ମେଡେନ ରହିଛି ।
ନୂଆଦିଲ୍ଳୀ,: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌‌ ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍‌‌ରେ ଶୁକ୍ରବାରଠାରୁ ଆରମ୍ଭ ହେବ। ନାଗପୁରର ମନ୍ଥର ଓ ଟର୍ଣ୍ଣିଂ ଟ୍ରାକ୍‌‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ମ୍ୟାଚ୍‌‌କୁ ଏକ ଇନିଂସ ଓ ୧୩୨ ରନ୍‌‌ରେ ଜିତିନେଇଥିଲା। ଏହି ବିଜୟ ପରେ ଦଳ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇ ପଡ଼ିଛି ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌‌ର ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟ ନେଇ ଦଳ ଏଠାରେ ଆଉ ଏକ ପ୍ରଭାବୀ ପ୍ରଦର୍ଶନ ସହ ଜିତିବା ଲକ୍ଷ୍ୟରେ ରହିଛି। ଏଥିଲାଗି ଦଳ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ ମଧ୍ୟ ବିଶ୍ୱର ନଂ-୧ ଟେଷ୍ଟ ଦଳ ଅଷ୍ଟ୍ରେଲିଆର ଦକ୍ଷତାକୁ କୌଣସି ଗୁଣରେ ଅଣଦେଖା କରିହେବ ନାହିଁ। ନାଗପୁର ଅପେକ୍ଷା ଦିଲ୍ଲୀର ପିଚ୍‌‌ ଅଧିକ ମନ୍ଥର ହୋଇଥିବାରୁ ଏଠାରେ ଉଭୟ ଦଳର ବ୍ୟାଟର ଯଦି ସଚେତନ ହୋଇ ନ ଖେଳନ୍ତି, ତେବେ ହୁଏତ ମ୍ୟାଚ୍‌‌ ଅଢ଼େଇ ଦିନରେ ଶେଷ ହୋଇଯାଇପାରେ। ଏପରି ସ୍ଥଳେ ଘରୋଇ ମାଟିରେ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇ ଖେଳୁଥିବା ଭାରତକୁ ପରାଜୟର ସାମ୍ନା ମଧ୍ୟ କରିବାକୁ ପଡ଼ିପାରେ।
ଫେରିବେ ଶ୍ରେୟସ ଆୟର
ନାଗପୁରରେ ଘରୋଇ ଦଳର ବ୍ୟାଟର ଓ ବୋଲର କ୍ଲିକ୍‌‌ କରିଥିଲେ। ବ୍ୟାଟିଂରେ ରୋହିତ ଶର୍ମା ଶତକ ହାସଲ କରିଥିଲେ ମଧ୍ୟ ଅନ୍ୟଟପ୍‌‌ ଅର୍ଡର ଫେଲ ମାରିଥିଲେ। ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ବ୍ୟାଟିଂ ଯୋଗୁ ଭାରତ ଭଲ ସ୍ଥିତିରେ ରହିଥିଲା। ଓପନର ଲୋକେଶ ରାହୁଲଙ୍କ ବିଫଳତା ତାଙ୍କ ପୋଜିସନକୁ ବିପଦରେ ପକାଇଛି। ସେ ଖେଳିଥିବା ୪୬ଟି ଟେଷ୍ଟରେ ଇନିଂସ ପ୍ରତି ହାରାହାରି ୩୪ ରନ୍‌‌ ସଂଗ୍ରହ କରିବା ଜଣେ ଟପ୍‌‌ ବ୍ୟାଟରଙ୍କ ଲାଗି ଗ୍ରହଣୀୟ ନୁହେଁ। ବିରାଟ କୋହଲିଙ୍କ ଉତ୍ତରାଧିକାରୀ ଭାବେ ଉଭା ହୋଇଥିବା ଶୁବମାନ ଗିଲ୍‌‌ ଜବରଦସ୍ତ ଫର୍ମରେ ଥିଲେ ମଧ୍ୟ ଟେଷ୍ଟ ଖେଳିବା ଅପେକ୍ଷାରେ ରହିଛନ୍ତି। ଏଠାରେ ରାହୁଲ ଫେଲ ମାରିବା ଅର୍ଥ ଟେଷ୍ଟ କ୍ୟାରିୟର ଶେଷ ହୋଇଯିବ। ସେହିପରି ଫିଟ୍‌‌ ଶ୍ରେୟସ ଆୟର ଖେଳିବା ଲାଗି ପ୍ରସ୍ତୁତ ହୋଇଛନ୍ତି। ସେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଖେଳିବେ। ସେହିଭଳି ଚେତେଶ୍ୱର ପୂଜାରା ତାଙ୍କ ଟେଷ୍ଟ ଜୀବନର ୧୦୦ତମ ମ୍ୟାଚ୍‌‌ ଖେଳିବାକୁ ଯାଉଥିବାରୁ ତାଙ୍କୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଜୀବନର ୧୦୦ତମ ମ୍ୟାଚ୍‌‌ରେ ସେ ସମର୍ଥକଙ୍କୁ ଏକ ଶତକୀୟ ଇନିଂସ ଉପହାର ଦେବେ ବୋଲି ଆଶା କରାଯାଉଛି।
ଆଶଙ୍କାରେ ଅଷ୍ଟ୍ରେଲିଆ
ନାଗପୁରରେ ଅଷ୍ଟେଲିଆ ଦଳ ଟସ୍‌‌ ଜିତି ପ୍ରଥମେ ବ୍ୟାଟିଂ କରି ୨ ୱିକେଟରେ ୮୪ ରନ୍‌‌ କରିବା ପରେ ୧୭୭ରେ ଅଲ୍‌‌ଆଉଟ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ମାତ୍ର ୯୧ ରନ୍‌‌ରେ ଆଉଟ ହେବା ଘଟଣା ପାଇଁ ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ସମାଲୋଚନା, ବିଫଳତା, ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ମୁକାବିଲା କରିବାର ଅସାମର୍ଥ୍ୟତା ଯୋଗୁ ଦଳକୁ ପରାଜିତ ହେବାକୁ ପଡ଼ିଛି। ଏହି ପରାଜୟ ଯୋଗୁଁ ଦଳ ମଧ୍ୟ ସମାଲୋଚିତ ଓ ଆଶଙ୍କିତ ହୋଇଛି। ଏବେ ଚାପରେ ଥିବା ବିଶ୍ୱର ନଂ-୧ ଟେଷ୍ଟ ଦଳ ଅଷ୍ଟ୍ରେଲିଆ ଓ ନଂ-୧ ଓ ୨ ବ୍ୟାଟର ମାର୍ନସ ଲାବୁସେନ ଓ ଷ୍ଟିଭେନ ସ୍ମିଥ୍‌‌ ଭାରତୀୟ ମାଟିରେ ସ୍ପିନରଙ୍କୁ କିପରି ମୁକାବିଲା କରିବେ ତାହା ଉପରେ ଦଳର ଭାଗ୍ୟ ନିର୍ଭର କରୁଛି। ପେସ୍‌‌ ବୋଲିଂ ଅଲ୍‌‌ରାଉଣ୍ଡର କାମେରନ୍‌‌ ଗ୍ରୀନ୍‌‌ ଫିଟ୍‌‌ ହେଲେ ଅଷ୍ଟ୍ରେଲିଆ ୩ଜଣ ସ୍ପିନ ବୋଲରଙ୍କୁ ନେଇ ଖେଳିବ। ଏପରିକି ଭାରତୀୟ ଉପ ମହାଦେଶରେ ଭଲ ପ୍ରଦର୍ଶନ କରୁଥିବା ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ଫିଟ୍‌‌ ହୋଇଥିଲେ ମଧ୍ୟ ଦଳରେ ସାମିଲ ହୋଇ ନପାରନ୍ତି। କିନ୍ତୁ ଗ୍ରୀନ୍‌‌ ଫିଟ୍‌‌ ନହେଲେ ସମୀକରଣ ଏପଟ ସେପଟ ହୋଇଯିବ।
ନଜରରେ ପୂଜାରା ଓ ୱାର୍ଣ୍ଣର
ଏହି ମ୍ୟାଚ୍‌‌ରେ ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ତାଙ୍କ ଟେଷ୍ଟ ଜୀବନର ୧୦୦ତମ ମ୍ୟାଚ୍‌‌ ଖେଳିବେ। ଅଷ୍ଟ୍ରେଲିଆ ବିପକ୍ଷ ଗତ ୩ଟି ଟେଷ୍ଟ ସିରିଜ୍‌‌ରେ ପୂଜାରା ଭାରତର ଶ୍ରେଷ୍ଠ ବ୍ୟାଟର ବିବେଚିତ ହୋଇଛନ୍ତି। ଏପରିକି ତାଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଭାରତ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍‌‌ ବିଜୟୀ ହୋଇପାରିଛି। କିନ୍ତୁ ୨୦୨୧ ଚେନ୍ନଇ ଟେଷ୍ଟରେ ୭୩ ରନ୍‌‌ କରିବା ପରେ ସେ ଆଉ ଅର୍ଦ୍ଧଶତକଟିଏ ହାସଲ କରିବାରେ ସମର୍ଥ ହୋଇ ନାହାନ୍ତି। ଏଠାରେ ତାଙ୍କଠାରୁ କିଛି ସ୍ପେଶାଲ ଇନିଂସ ଭାରତ ଆଶା ରଖିଛି।
ସମ୍ଭାବ୍ୟ ଖେଳାଳି
ଭାରତ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ଶ୍ରୀକର ଭରତ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ମହମ୍ମଦ୍‌‌ ସାମି, ମହମ୍ମଦ୍‌‌ ସିରାଜ।
ଅଷ୍ଟ୍ରେଲିଆ: ଡେଭିଡ ୱାର୍ଣ୍ଣର, ଉସ୍‌‌ମାନ ଖୱାଜା, ମାର୍ନସ ଲାବୁସେନ, ଷ୍ଟିଭେନ ସ୍ମିଥ୍‌‌, ପିଟର ହ୍ୟାଣ୍ଡସକମ୍ବ, ମ୍ୟାଟ୍‌‌ ରେନଶା/ କାମେରନ ଗ୍ରୀନ୍‌‌, ଆଲେକ୍ସ କ୍ୟାରୀ (ୱିକେଟକିପର), ପ୍ୟାଟ୍‌‌ କମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ/ ମିଚେଲ ଷ୍ଟାର୍କ, ଟଡ ମର୍ଫି ଓ ନାଥାନ ଲାୟନ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ, ୨ୟ ଟେଷ୍ଟ ଜିତି ସିରିଜ କବଜା କଲା ବିରାଟ ବାହିନୀ
ମୁମ୍ବାଇ: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଚିଲିଥିବା ୨ୟ ଟେଷ୍ଟ ମ୍ଯାଚରେ ଭାରତ ବୃହତ ବିଜୟ । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି ଭାରତ । ଏହାସହ ସିରିଜକୁ ୧-୦ରେ କବଜା କରିଛି ବିରାଟ ବାହିନୀ ।
ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୪୦ ରନ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଏଜାଜ୍‌ ପଟେଲ ୧୦ଓ୍ବିକେଟ ନେଇ ଇତିହାସ ରଚିଥିଲେ । ଅପରପକ୍ଷେ ନ୍ୟୁଜିଲାଣ୍ଡ ମାତ୍ର ୬୨ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ଟିମ ଇଣ୍ଡିଆ, ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ୭ଓ୍ବିକେଟ ହରାଇ ୨୭୬ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ନ୍ୟୁଜିଲାଣ୍ଡକୁ ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ଦ୍ବିତୀୟ ଇନିଂସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ଯୟର ସମ୍ମୁଖୀନ ହୋଇଥିଲା ନ୍ୟୁଜିଲାଣ୍ଡ ଟିମ । ଫଳରେ ବିଜୟ ଠାରୁ ବହୁ ଦୂରରେ ଦଳ ରହିଥିଲା ।
୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୧୪୦ ରନ କରି ୫ ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଓପନର ଟମ ଲାଥାମ୍‌ ଏବଂ ଓ୍ବିଲ୍‌ ୟଙ୍ଗ ଫେଲ ମାରିଛନ୍ତି । ଲାଥାମ୍‌ ମାତ୍ର ୬ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ ୨୦ ରନ କରି ଆଉଟ ହୋଇଥିଲେ । ଡାରିଲ ମିଚେଲ୍‌ ଅର୍ଦ୍ଧଶତକ୬୦ ରନ ହାସଲ କରିଥିଲେ ସୁଦ୍ଧା ବଡ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇନଥିଲେ । ସେହିଭଳି ରସ୍ ଟେଲର ମାତ୍ର ୬ରନ କରି ଆଉଟ ହୋଇଥିବା​‌ ବେଳେ, ଟମ୍‌ ବ୍ଲଣ୍ଡେଲ ଖାତା ଖୋଲି ପାରି ନ ଥିଲେ । ଚତୁର୍ଥ ଦିନରେ ଦଳ ଆଉ ମାତ୍ର ୨୭ ରନ୍ ଯୋଡି ୧୬୭ ଅଲଆଉଟ୍ ହୋଇଯାଇଥିଲା ।
ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ୪ଟି, ଅକ୍ଷର ପଟେଲ ଗୋଟିଏ ଓ ଜୟନ୍ତ ଯାଦବ ୪ଟି ଓ୍ୱିକେଟ୍ ନେଇଥିଲେ ।