Russian President Vladimir Putin - The Sakala

ଭାରତରେ ରୁଷ ରାଷ୍ଟ୍ରପତି ପୁତିନ: ଆଜି ଦିଲ୍ଲୀ ଶିଖର ବୈଠକ; ସାମରିକ, ବାଣିଜ୍ୟ, ଶକ୍ତି ସହଯୋଗ ଉପରେ ହେବ ଆଲୋଚନା
ନୂଆଦିଲ୍ଲୀ:  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ଗତକାଲି ସନ୍ଧ୍ୟାର ତାଙ୍କ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଥିଲେ । ୟୁକ୍ରେନ ଯୁଦ୍ଧ ପରେ ଏହା ହେଉଛି ପୁତିନଙ୍କ ପ୍ରଥମ ଭାରତ ଗସ୍ତ । ପୁଣି ଏହି ଯୁଦ୍ଧକୁ ନେଇ ରୁଷ ଉପରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର କଟକଣା ଲଗାଇଥିବାରୁ ତାଙ୍କର ଭାରତ ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି ।

୪ ବର୍ଷ ପରେ ପୁତିନ ଭାରତ ଆସିଛନ୍ତି ଏବଂ ସେ ୨୩ତମ ଭାରତ-ରୁଷ ବାର୍ଷିକ ଶୀର୍ଷ ସମ୍ମିଳନୀରେ ଭାଗ ନେବେ । ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ୫ ଥର ଫୋନରେ କଥାବାର୍ତ୍ତା ହୋଇଥିବା ବେଳେ ଗତ ସେପଟେମ୍ବର ପହିଲାରେ ଚୀନରେ ହୋଇଥିବା ଏସ୍‌ସିଓ ଶୀର୍ଷ ସମ୍ମିଳନୀରେ ସାକ୍ଷାତ ଆଲୋଚନା ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ ଜଣାଇବେ ।  ସେଠାରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପୁତିନ । ଏହାପରେ ହାଇଦ୍ରାବାଦ ହାଉସରେ ଦୁଇ ଦେଶ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ସାମରିକ, ବାଣିଜ୍ୟ ଓ ଶକ୍ତି ସହଯୋଗ ନେଇ ଆଲୋଚନା ହେବ ।

୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମେତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଆଗାମୀ ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଶହେ ବିଲିଅନ୍‌ ଡଲାର୍‌ର ବାଣିଜ୍ୟିକ କାରବାରର ପାଇଁ ଆଲୋଚନାରେ ଖସଡ଼ା ପ୍ରସ୍ତୁତ ହେବ। ଏହାଛଡ଼ା ଭାରତକୁ ଏସୟୁ-୫୭ ଯୁଦ୍ଧ ବିମାନ ଓ ଏସ୍‌ ୪୦୦/୫୦୦ ଏୟାର୍‌ ଡିଫେନ୍ସ ସିଷ୍ଟମ୍‌ ଯୋଗାଣ ଓ ଆଣବିକ ଶକ୍ତି ସମ୍ପର୍କିତ ଆଲୋଚନା ଓ ଚୁକ୍ତି ସ୍ବାକ୍ଷରିତ ହୋଇପାରେ ବୋଲି ସୂଚନା ମିଳିଛି । ଆଜି ରାତି ୯ଟାରେ ପୁତିନ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ।

ୟୁକ୍ରେନରେ ଯୁଦ୍ଧର ଅବସାନ ପାଇଁ ଆମେରିକାର ନୂତନ ପ୍ରୟାସ ମଧ୍ୟରେ ରୁଷୀୟ ନେତା ଭାରତ ଗସ୍ତରେ ଆସୁଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମଧ୍ୟ ଶିଖର ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ସମ୍ମିଳନୀରେ ଭାରତ ରୁଷୀୟ ଅଶୋଧିତ ତୈଳର ବ୍ୟାପକ କ୍ରୟ ଯୋଗୁ ବୃଦ୍ଧି ପାଉଥିବା ବାଣିଜ୍ୟ ନିଅଣ୍ଟ ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି । ରୁଷରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ଆମେରିକାର କଟକଣା କିଭଳି ପ୍ରଭାବ ପକାଇବ ସେ ନେଇ ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଦୁଇ ଦେଶ ମଧ୍ୟରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ମସ୍କୋ: ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦୁଇ ଦନିଆ ଭାରତ ଗସ୍ତରେ ଆଜି ଦିଲ୍ଲୀରେ ପହଞ୍ଚିବେ ପୁଟିନ । ପୁଟିନଙ୍କ ଗସ୍ତ ପାଇଁ ଦିଲ୍ଲୀରେ ଅତ୍ୟାଧୁନିକ ଓ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଛି । ଭାରତୀୟ ଓ ରୁଷ୍ ସୁରକ୍ଷା ଏଜେନ୍ସିଗୁଡ଼ିକ ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।  ରୁଷ୍‌ରୁ ପ୍ରାୟ ୫୦ରୁ ଅଧିକ  ସୁରକ୍ଷା ଅଧିକାରୀ ପୂର୍ବରୁ ଦିଲ୍ଲୀ ପହଞ୍ଚି ବିଭିନ୍ନ ମାର୍ଗ, ସ୍ଥାନ ଓ ବ୍ୟବସ୍ଥା ଯାଞ୍ଚ କରିସାରିଛନ୍ତି ।  ପୁଟିନଙ୍କ ଚାରିପଟେ ପାଞ୍ଚଟି ସ୍ତରର ଅଭେଦ୍ୟ ସୁରକ୍ଷା ବଳୟ ରହିବ  । ବାହ୍ୟ ସ୍ତରଗୁଡ଼ିକୁ ଭାରତର ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ଓ ଦିଲ୍ଲୀ ପୁଲିସ ନିୟନ୍ତ୍ରଣ କରିବେ ।

ଏହି ଅବସରରେ ଭାରତ ଓ ରୁଷ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି । ଏଥିମଧ୍ୟରେ ରହିଛି ପାରସ୍ପରିକ ସାମରିକ ଘାଟି ବ୍ୟବହାର ପାଇଁ ଅନୁମତି । ଏହି ଚୁକ୍ତି କର୍ଯ୍ୟକାରୀ ହେଲେ ଉଭୟ ଭାରତ ଏବଂ ରୁଷିଆ ପରସ୍ପରର ସାମରିକ ଘାଟି ଲଜିଷ୍ଟିକ ସେବା ପାଇଁ ବ୍ୟବହାର କରିପାରିବେ । ଦୁଇ ଦେଶ ପରସ୍ପରର ସାମରିକ ଘାଟି ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ, ସମ୍ବଳକୁ ମଧ୍ୟ ବ୍ୟବହାର କରିପାରିବେ । ଏଥିେର ବନ୍ଦର ଏବଂ ଅନ୍ୟ ସାମରିକ ଭିତ୍ତିଭୂମି ରହିଛି । ଏସଂକ୍ରାନ୍ତ ପ୍ରସ୍ତାବକୁ ରୁଷ ସଂସଦ ‘ଡୁମା’ ମଞ୍ଜୁରୀ ପ୍ରଦାନ କରିଛି ।

ଚଳିତ ବର୍ଷ ଫେବୃଆରୀ ୧୮ରେ ଏହି ଚୁକ୍ତି ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତ ସପ୍ତାହରେ ରୁଷିଆ ପ୍ରଧାନମନ୍ତ୍ରୀ ମିଖାଇଲ୍‌‌ ମିସୁଷ୍ଟିନ୍‌‌ ମଞ୍ଜୁରୀ ପାଇଁ ଏହାକୁ ସଂସଦକୁ ପଠାଇଥିଲେ । ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଓ ସାମରିକ ଚୁକ୍ତି ଆହୁରି ଦୃଢ଼ ହେବ ବୋଲି ରୁଷିଆ ସଂସଦ ବାଚସ୍ପତି ଭ୍ୟାଚେସ୍‌‌ଲାଭ ଭୋଲୋଡିନ କହିଛନ୍ତି । ସାମରିକ ଦୃଷ୍ଟିକୋଣରୁ ଏହି ଚୁକ୍ତି ବିଶେଷ ମହତ୍ତ୍ୱ ରଖୁଛି । ଏସଂପର୍କରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଐତିହାସିକ ହେବ ।  ଉଭୟ ଦେଶ ପରସ୍ପରର ସାମରିକ ଘାଟିକୁ ଇନ୍ଧନ, ସାମଗ୍ରୀ ଯୋଗାଣ, ରକ୍ଷଣାବେକ୍ଷଣ ଏବଂ ବର୍ଥିଂ ପାଇଁ ବ୍ୟବହାର କରିପାରିବେ । କେବଳ ସାମରିକ କାର୍ଯ୍ୟକଳାପ ନୁହେଁ, ସମରାଭ୍ୟାସ ଏବଂ ବିପର୍ଯ୍ୟୟ ସମୟରେ ରିଲିଫ୍ ଯୋଗାଣ ପାଇଁ ସାମରିକ ପ୍ରତିଷ୍ଠାନର ବ୍ୟବହାର କରାଯାଇ ପାରିବ । ଆମେରିକା ସହିତ ମଧ୍ୟ ଭାରତର ଏଭଳି ଚୁକ୍ତି ରହିଛି । ଉଭୟ  ଆମେରିକା ଏବଂ ରୁଷିଆ ସହିତ ଏଭଳି ଚୁକ୍ତି କରିବାରେ ଭାରତ ହେଉଛି ବିଶ୍ବର ଏକାମାତ୍ର ଦେଶ ବୋଲି ସେ କହିଛନ୍ତି । ଏହାସହିତ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ସହଯୋଗ ପାଇଁ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହେବ ବୋଲି ମସ୍କୋ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ସହିତ ରୁଷ ସଂପର୍କ ତିକ୍ତ ରହିଥିବା ବେଳେ ପୁତିନ ଭାରତ ଗସ୍ତରେ ଆସୁଛନ୍ତି । ରୁଷ ସହିତ ବାଣିଜ୍ୟ କାରବାର ଉପରେ ଆମେରିକା କଟକଣା ଜାରି କରିିଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ବାଧ୍ୟ କରୁଛି । କିନ୍ତୁ ଭାରତ କଟକଣା ମାନୁ ନଥିବାରୁ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିଛି । ତେବେ ପୁଟିନଙ୍କ ଏହି ଗସ୍ତ ଅବସରରେ ସାମରିକ ଚୁକ୍ତି ସମେତ ତେଲ ଓ ଅନ୍ୟାନ୍ୟ ବାଣିଜ୍ୟ କାରବାର ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ ! ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ପୁଟିନ ଦେଲେ ସଙ୍କେତ
ମସ୍କୋ: ଦୀର୍ଘ ୧୦ ମାସ ପରେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ସଙ୍କେତ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି ଓ ପୁଟିନ କହିଛନ୍ତି ଯେ ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ ।

ପୁଟିନ ଆହୁରି ମଧ୍ୟ କହିଛନ୍ତି କି, ଆଲୋଚନା ମାଧ୍ୟମରେ ସମସ୍ତ ବିବାଦ ଶେଷ ହୁଏ … ଆମର ବିରୋଧୀମାନେ (ୟୁକ୍ରେନରେ) ଯେତେ ଶୀଘ୍ର ଏହା ହୃଦୟଙ୍ଗମ କରିବେ ସେତେ ଭଲ … ”

ଏହି ସମୟରେ, ଋଷର ସେନା ମୁଖ୍ୟ କହିଛନ୍ତି ଯେ ସେମାନଙ୍କ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କ ଅଞ୍ଚଳ ନିୟନ୍ତ୍ରଣକୁ ଫେରାଇ ଆଣିବା ଉପରେ ଧ୍ୟାନ ଦେଉଛି ଯେଉଁଠାରେ ବାଖମୁଟ ସହର ଯୁଦ୍ଧର କେନ୍ଦ୍ର ପାଲଟିଛି।

ପୁଟିନଙ୍କ ଏହି ପ୍ରିତିକ୍ରିୟା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀଙ୍କ ସହ ହ୍ବାଇଟ୍ ହାଉସରେ ବୈଠକ ପରେ ଆସିଛି। ଏହି ବୈଠକରେ ବାଇଡେନ୍ ୟୁକ୍ରେନକୁ ଆମେରିକା ସମର୍ଥନ ବଜାୟ ରଖିବ ବୋଲି କହିଥିଲେ। ସେପଟେ ବୈଠକ ପରେ ଜେଲେସ୍କୀ କହିଥିଲେ ଯେ ସବୁ ବାଧା ସତ୍ୱେ ୟୁକ୍ରେନ ସାହସ ହରାଇନାହିଁ। ୟୁକ୍ରେନ ଦୃଢ଼ ଭାବରେ ଛିଡ଼ା ହୋଇଛି। ଜେଲେସ୍କୀ ଆମେରିକାକୁ ସୈନ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି।

ୟୁକ୍ରେନର ୪ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିବା ପରେ ପାଶ୍ଚାତ୍ୟ ଦେଶକୁ ଟାର୍ଗେଟ କଲେ ପୁତିନ
ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିଛି। ରାଷ୍ଟ୍ରପତି ପୁତିନ ପୂର୍ବରୁ ଏଥିନେଇ ସଙ୍କେତ ଦେଇ ସାରିଥିଲା ବେଳେ ଶୁକ୍ରବାର କ୍ରେମଲିନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ୟୁକ୍ରେନର ଡୋନେସ୍କ, ଲୁହାଂସ୍କ, ଖେରସନ ଏବଂ ଜାପୋରିଝିଆ ଅଞ୍ଚଳକୁ ରୁଷିଆ ସହିତ ସାମିଲ କରାଯାଇଛି ବୋଲି ପୁତିନ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ଲକ୍ଷ ଲକ୍ଷ ନାଗରିକଙ୍କ ଇଛା ଏବେ ପୂରଣ ହୋଇଛି ବୋଲି ପୁତିନ ନିଜ ବକ୍ତବ୍ୟରେ କହିଛନ୍ତି। ୟୁକ୍ରେନର ଏହି ୪ଟି ଅଞ୍ଚଳକୁ ରୁଷ ସେନା ଅକ୍ତିଆର କରିଥିଲା ବେଳେ କିଛି ଦିନ ତଳେ ଏସବୁକୁ ରୁଷରେ ମିଶ୍ରଣ କରିବା ନେଇ ରୁଷ ପକ୍ଷରୁ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ୯୦ ପ୍ରତିଶତରୁ ଅଧିକ ଲୋକ ରୁଷ ସହ ସାମିଲ ହେବାକୁ ମତ ଦେଇଥିଲେ ବୋଲି ରୁଷ ପକ୍ଷରୁ ଘୋଷଣା କରାଯାଇଥିଲା। ସେହି ଅନୁସାରେ ଶୁକ୍ରବାର ଏହି ସବୁ ଅଞ୍ଚଳକୁ ରୁଷ ନିଜ ଦଖଲକୁ ନେଲା ବୋଲି ପୁତିନ କହିଛନ୍ତି। ପୁତିନଙ୍କ ଏହି ଘୋଷଣା ଦ୍ବାରା ୟୁକ୍ରେନର କେତେ ଅଞ୍ଚଳ ରୁଷରେ ସାମିଲ ହୋଇଛି ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ୟୁକ୍ରେନର ମୋଟ ଅଞ୍ଚଳର ୧୮ ପ୍ରତିଶତ ଭାବେ ପ୍ରାୟ ୪୨ ହଜାର ବର୍ଗ ମାଇଲ ସାମିଲ ହୋଇଥିବା କୁହାଯାଇଛି।

ୟୁକ୍ରେନ ଅଞ୍ଚଳକୁ ରୁଷରେ ମିଶ୍ରଣ କରିବା ଘୋଷଣାକୁ ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧ କରିଥିଲା ବେଳେ ପୁତିନ ଏହାର କଡ଼ା ଜବାବ ଦେଇଛନ୍ତି। ଏହିକ୍ରମରେ ସେ ଭାରତର ଇତିହାସକୁ ଦୋହରାଇବା ସହିତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଭାରତକୁ ଦୀର୍ଘ ସମୟ ଧରି ଲୁଟିଛନ୍ତି ବୋଲି କହିଛନ୍ତି। କିନ୍ତୁ ଆମେ ଆମ ଦେଶକୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ପାଇଁ ଉପନିବେଶ କରିବାକୁ ଦେବୁ ନାହିଁ ବୋଲି କହିଛନ୍ତି। ପୁତିନ କହିଛନ୍ତି , ଆମେ ପୁଣିଥରେ ସୋଭିଏତ ସଂଘ ପ୍ରତିଷ୍ଠା କରିବାକୁ ଚାହୁଁନାହୁଁ। କିନ୍ତୁ ରୁଷିଆର ସାମର୍ଥ୍ୟ,ଐତିହ୍ୟ ଏବଂ ପରମ୍ପରା ସହ ସାଲିସ କରାଯାଇପାରିବନି ବୋଲି ପୁତିନ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ଯୁଦ୍ଧଖୋର୍‌ ପୁତିନଙ୍କ ବିରୋଧରେ ରୁଷରେ ବଢୁଛି ବିରୋଧ; ୧୩୦୦ ଅଟକ, ୧୦୦ ଗିରଫ
ମସ୍କୋ: ୟୁକ୍ରେନ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ପୁତିନ ଗତକାଲି ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧରେ ଚେତାବନୀ ଜାରି କରିବା ସହିତ ରୁଷ ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଥିଲେ। ଏଥିସହିତ ଲଢ଼େଇ ପାଇଁ ପ୍ରଶିକ୍ଷଣ ନେଇଥିବା ୩ ଲକ୍ଷ ରିଜର୍ଭ ଯୋଦ୍ଧାଙ୍କୁ ୟୁକ୍ରେନ ପଠାଇବାକୁ ଘୋଷଣା କରିଥିଲେ। କିନ୍ତୁ ପୁତିନଙ୍କ ଏଭଳି ଘୋଷଣା ପରେ ରୁଷରେ ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଛି। ଗୁରୁବାର ସେଣ୍ଟ ପିଟସ୍‌ବର୍ଗ ସମେତ ୩୮ ସହରରେ ହଜାର ହଜାର ଲୋକ ପୁତିନଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସହରରେ ୧୩୦୦ ରୁ ଅଧିକ ଲୋକଙ୍କୁ ପୁଲିସ ଅଟକ ରଖିଥିଲା ବେଳେ ୧୦୦ ଲୋକଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ପୁତିନ ରୁଷିଆରେ ‘ମାର୍ସିଆଲ ଲ’ ଘୋଷଣା କରି ଆଂଶିକ ଯୁଦ୍ଧ ପ୍ରଶିକ୍ଷଣ ନେଇଥିବା ସାଧାରଣ ନାଗରିକ ଏବଂ ଯୁବକମାନଙ୍କୁ ୟୁକ୍ରେନ ପଠାଇ ପାରନ୍ତି ବୋଲି ଆଲୋଚନା ହେବା ପରେ ଏବେ ଅଧିକାଂଶ ଲୋକ ବିଦେଶ ଚାଲିଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ୟୁକ୍ରେନ ଉପରେ ରୁଷ ଆକ୍ରମଣ ଆରମ୍ଭ କରିବା ପରେ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ର ସେମାନଙ୍କ ଆକାଶ ପଥକୁ ରୁଷୀୟ ବିମାନ ପାଇଁ ବନ୍ଦ କରି ଦେଇଛନ୍ତି। କେବଳ ତୁର୍କୀ, ସାଉଦି ଆରବ ଏବଂ ସର୍ବିଆ ଭଳି କିଛି ରାଷ୍ଟ୍ର ରୁଷ ବିମାନକୁ ଅନୁମତି ଦେଉଛନ୍ତି। ଏହିକ୍ରମରେ ରୁଷ ଲୋକମାନେ ଇସ୍ତାନବୁଲ, ସର୍ବିଆ ଏବଂ ଦୁବାଇ ପଳାଇ ଯିବାକୁ ଆରମ୍ଭ କରିଛନ୍ତି। ହେଲେ ଏହାକୁ ନେଇ ରୁଷରେ ବିମାନ ଭଡ଼ା ଅକଳ୍ପନୀୟ ସ୍ତରରେ ପହଞ୍ଚିବା ସହିତ ବିଦେଶୀ ରୁଟ୍‌ ପାଇଁ ରହିଥିବା ସମସ୍ତ ବିମାନ ଟିକଟ ଗୋଟିଏ ଦିନରେ ଶେଷ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ମସ୍କୋରୁ ଇସ୍ତାନବୁଲ ବିମାନଭଡ଼ା ୯ ହଜାର ଡଲାର ବା ପ୍ରାୟ ୯.୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ମସ୍କୋରୁ ଦୁବାଇ ଏବଂ ସର୍ବିଆ ରାଜଧାନୀ ବେଲଗ୍ରେଡକୁ ବିମାନ ଭଡ଼ା ୧୫ ରୁ ୨୦ ଗୁଣ ବୃଦ୍ଧି ପାଇଛି।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ ! କାର୍ ନିକଟରେ ହେଲା ଭୟଙ୍କର ବିସ୍ଫୋରଣ
ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବାବେଳେ ଋଷରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ହୋଇଛି ଆତ୍ମଘାତି ହମ୍‌ଲା । କଡା ସୁରକ୍ଷା ଭେଦ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବାବେଳେ ସେ ଅଳ୍ପକରେ ବର୍ତ୍ତି ଯାଇଛନ୍ତି । ଋଷ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ତାଙ୍କ କାର୍‌ ନିକଟରେ ବିସ୍ଫୋରଣ କରାଯାଇଛି।

ଦ ମିରର୍‌ର ରିପୋର୍ଟ ମୁତାବକ, ପୁଟିନ୍‌ଙ୍କ ଲିମୋଜିନି କାର୍‌ ନିକଟରେ ବମ୍ ଫୋପାଡି ବିସ୍ଫୋରଣ କରାଯାଇଥିଲା। ଯେଉଁଥିରେ ସେ ଆତଙ୍କିତ ହୋଇପଡିଥିଲେ। କୁହାଯାଉଛି ଯେ ପୁଟିନଙ୍କ କାରର ବାମ ପାର୍ଶ୍ୱରେ ‘ପ୍ରବଳ ବିସ୍ଫୋରଣ’ ଘଟିଥିଲା ଏବଂ ଏହା ପରେ ‘ଧୂଆଁ’ ମଧ୍ୟ ବାହାରିଥିଲା। ତେବେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ପୁଟିନ୍। ତାଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ହତ୍ୟା ଉଦ୍ୟମ ପ୍ରୟାସ କେବେ ହୋଇଥିଲା ତାହା ଜଣା ପଡିନାହିଁ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଦୁନିଆରେ ବହୁତ ଜିନିଷ ବଦଳିଛି କିନ୍ତୁ ଆମ ବନ୍ଧୁତ୍ବ ଅତୁଟ ରହିଛି
ଦିଲ୍ଲୀ : ଭାରତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଭାରତରେ ପହଞ୍ଚିବା ପରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିବା ସହ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଏଥିରେ ଦୁଇ ଦେଶ ମଧ୍ୟରେ ଭାରତ-ରୁଷ୍ ଦ୍ୱିପାକ୍ଷିକ ସଂପର୍କ, ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି। ଏହି ଦ୍ୱିପାକ୍ଷିକ ଅଲେଶଚନା ଦୁଇ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କୋଭିଡ ମହାମାରୀ ସମୟରେ ଉଭୟ ଦେଶ ପରସ୍ପରର ବନ୍ଧୁତାର ସଫଳ ଉପଯୋଗ କରିଥିଲେ। ମହାମାରୀ ସମୟରେ ଟିକା ପରୀକ୍ଷା ଏବଂ ଉତ୍ପାଦନଠାରୁ ଆରମ୍ଭ କରି ନାଗରିକଙ୍କୁ ସମ୍ପୃକ୍ତ ଦେଶକୁ ଫେରିବା ପର୍ଯ୍ୟନ୍ତ ଦୁଇ ଦେଶ କାନ୍ଧ ସହ କାନ୍ଧ ମିଳାଇ କାମ କରିଛନ୍ତି ବୋଲି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରି‌ବା ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ।

In the last few decades, the world witnessed many fundamental changes and different kinds of geopolitical equations emerged but the friendship of India and Russia remained constant: PM Narendra Modi at meeting with Russian President Vladimir Putin pic.twitter.com/tD79NkphMd

— ANI (@ANI) December 6, 2021

ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଦଳି ନାହିଁ : ମୋଦୀ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ଋଷ  ମଧ୍ୟରେ ସମ୍ପର୍କରେ କୌଣସି ପରିବର୍ତ୍ତନ ହୋଇନାହିଁ। କରୋନା ବିରୋଧରେ ଲଢେଇରେ  ଦୁଇ ଦେଶ ମଧ୍ୟରେ ସର୍ବୋତ୍ତମ ସମନ୍ୱୟ ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ୨୦୨୧ ବର୍ଷ ଆମ ସମ୍ପର୍କ ପାଇଁ ଅନେକ ଦିଗରେ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ବରେ ଅନେକ ମୌଳିକ ପରିବର୍ତ୍ତନ ସହ ବିଭିନ୍ନ ପ୍ରକାରର ଭୌଗୋଳିକ ସମୀକରଣ ଉତ୍ପନ୍ନ ହୋଇଥିଲେ ବି ଭାରତ ଏବଂ ଋଷର ବନ୍ଧୁତା ଅକ୍ଷୁର୍ଣ୍ଣ ରହିଛି। ଭାରତ ଏବଂ ଋଷ ମଧ୍ୟରେ ଥିବା ସମ୍ପର୍କ ବାସ୍ତବରେ ଆନ୍ତଃ ରାଜ୍ୟ ବନ୍ଧୁତ୍ୱର ଏକ ଅନନ୍ୟ ଏବଂ ନିର୍ଭରଯୋଗ୍ୟ ଉଦାହରଣ। ଆମର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ୨+୨ କଥାବାର୍ତ୍ତା ଶେଷ ହୋଇଛି। ଏହା ଆମ ଦେଶକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

We perceive India as a great power, a friendly nation, and a time-tested friend. The relations between our nations are growing and I am looking into the future: Russian President Vladimir Putin in meeting with PM Narendra Modi in Delhi pic.twitter.com/Dr95gvWBsD

— ANI (@ANI) December 6, 2021

ଅସୁବିଧା ସମୟରେ ଠିଆ ହେଉଥିବା ବନ୍ଧୁ ହେଉଛି ଭାରତ :ପୁଟିନ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ସମୟରେ କହିଛନ୍ତି ଯେ ସେ ଭାରତ ଆସିଥିବାରୁ ବହୁତ ଖୁସି। ଦୁର୍ଭାଗ୍ୟବଶତ କରୋନା ମହାମାରୀ ହେତୁ ଏହି ବୈଠକ ପୂର୍ବରୁ ହୋଇପାରି ନଥିଲା, କିନ୍ତୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଉଛି। ସେ କହିଛନ୍ତି ଆମେ ଭାରତକୁ ଏକ ମହାନ ଶକ୍ତି, ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର ଏବଂ ଅସୁବିଧା ସମୟର ସାଥ୍‌ ହୋଇ ଛିଡା ହୋଇଥିବା ବନ୍ଧୁ ଭାବରେ ଦେଖୁ। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପ୍ରାୟ ୩୮ ଅରବ ଡଲାରର ବ୍ୟବସାୟ ରହିଛି। ପୁଟିନ କହିଛନ୍ତି ଯେ ଆମର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମର ଉତ୍ତମ ସମନ୍ୱୟ ରହିଛି ଏବଂ ଆମେ ଆମର ଟେକ୍ନୋଲୋଜିକୁ ଭାରତକୁ ଆଣି ମେକ୍ ଇନ୍ ଇଣ୍ଡିଆ ମିଶନରେ ଯୋଗଦେବାକୁ ଚାହୁଁଛୁ।ଏହା ବ୍ୟତୀତ ଆମେ ସୈନ୍ୟ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ପରସ୍ପର ସହ ରହିଛୁ। ଆତଙ୍କବାଦ ଲଢେଇରେ ଆମେ ଭାରତ ସହିତ ରହିଛୁ। ଆଫଗାନିସ୍ତାନରେ ସାଂପ୍ରତିକ ଘଟଣାକ୍ରମକୁ ନେଇ ଆମେ ଚିନ୍ତିତ ବୋଲି ପୁଟିନ୍ କହିଛନ୍ତି।

Naturally, we’re concerned about everything that has to do with terrorism. Fight against terrorism is also fight against drug trafficking & organized crime. With that regard, we are concerned about the developments of the situation in Afghanistan: Russian President Vladimir Putin pic.twitter.com/0UjxiWsLMn

— ANI (@ANI) December 6, 2021

ଋଷ ସହ ରାଜନାଥ କଲେ ବଡ଼ ବନ୍ଧୁକ ଡିଲ୍‌

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରୁଷିଆ ପ୍ରତିପକ୍ଷ ସେର୍ଗି ସୋଇଗୁ ଟୁ ପ୍ଲସ ଟୁ ଆଳୋଚନା କରିଛନ୍ତି ଏହି ଅବସରରେ ସୋଇଗୁ କହିଛନ୍ତି ଯେ, ଭାରତ ଓ ରୁଷିଆ ମଧ୍ୟରେ ସଂପର୍କ ବହୁ ପୁରୁଣା ଓ ସ୍ୱାଭାବିକ । ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ରକ୍ଷା କ୍ଷେତ୍ରରେ କାମ କରି ଆସିଛି ଏହି ଦୁଇ ରାଷ୍ଟ୍ର । ସେପଟେ ରାଜନାଥ ମଧ୍ୟ ଆଲୋଚନା ନେଇ ନିଜର ମତ ରଖିଛନ୍ତି । ଟୁ ପ୍ଲସ ଟୁ ଆଲୋଚନା ଅବସରରେ ଭାରତ ଓ ରୁଷିଆ ମଧ୍ୟରେ କିଛି ରାଜିନାମା ସ୍ୱାକ୍ଷର ହୋଇଛି । ୬ ଲକ୍ଷ ୧ ହଜାର ୪୨୭ଟି ଏକେ-୨୦୩ ଆସଲ୍ଟ ରାଇଫଲ୍ କିଣିବା ଲାଗି ରାଜିନାମା ସ୍ୱାକ୍ଷର କରାଯାଇଛି । ଏହାସହ ମିଲିଟାରି ଟେକ୍ନିକାଲ କୋ-ଅପରେସନ ପାଇଁ ମଧ୍ୟ ଦୁଇ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହାଛଡ଼ା କୋଲାସିକୋବ ସିରିଜ୍ ଅସ୍ତ୍ର ଉତ୍ପାଦନ ପାଇଁ ଦୁଇ ଦେଶ ଚୁକ୍ତି କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର ଓ ରୁଷିଆ ପ୍ରତିପକ୍ଷ ସେର୍ଗି ଲାବରବଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି ।

At 2+2 dialogue with Russia, Defence Minister Rajnath Singh said,” “pandemic, extra-ordinary militarization & expansion of armament in our neighbourhood& completely unprovoked aggression on our northern border since early summer of 2020 have thrown in several challenges”: Sources

— ANI (@ANI) December 6, 2021

ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
ଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା, ଉଭୟ ରଷ୍ଟ୍ର ମଧ୍ୟରେ ସମ୍ପର୍କର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ଫୋକସରେ ରହିବ ଏସ-୪୦୦ ମିସାଇଲ ଡ଼ିଫେନ୍ସ ସିଷ୍ଟମ ଓ ଏକେ-୨୦୩ ଆସଲଟ ରାଇଫଲ । ଏହି ଦୁଇ ଦେଶ ମଧ୍ୟରେ ୨୧ତମ ବାର୍ଷିକ ସମ୍ମିଳନୀ ରହିଛି । ଶେଷ ଥର ପାଇଁ ୨୦୧୯ରେ ଏହି ସମ୍ମିଳନୀ ହୋଇଥିଲା ।

ମହାମାରୀ କୋଭିଡ଼-୧୯ ପାଇଁ ପରବର୍ତ୍ତୀ ସମ୍ମିଳନୀ ହୋଇପାରିନଥିଲା । ଗୋଟିଏ ବର୍ଷ ଅନ୍ତରରେ ହେଉଥିବାରୁ ଆଲୋଚନାରେ ଆନ୍ତର୍ଜାତୀୟ ପ୍ରସଙ୍ଗ ସ୍ଥାନ ପାଇପାରେ । ଆଫଗାନିସ୍ତାନ ଓ ସିରିଆ ଅସ୍ଥିରତା ନେଇ ମଧ୍ୟ ଆଲୋଚନା ହୋଇପାରେ । ବିଭିନ୍ନ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ଦିଗରେ ଉଭୟ କଥା ହୋଇପାରନ୍ତି ବୋଲି ସୂଚନା ମିଳିଛି ।