Ulunda - The Sakala

ବାରାହା ଫାସରେ ପଡି ଦୁଇ ନାବାଳକଙ୍କ ମୃତ୍ୟୁ
ଉଲୁଣ୍ଡା: ଉଲୁଣ୍ଡା ଥାନା ଅନ୍ତର୍ଗତ ହାତିଲିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ନିକଟରେ ବାରହା ଫାସରେ ପଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଛି । ନିଜ ବିଲ ନିକଟସ୍ଥ ଜଙ୍ଗଲକୁ ଛେଳି ଖୋଜିବାକୁ ଯାଇ ବିଦ୍ୟୁତ ସଂଯୁକ୍ତ ହୋଇଥିବା ବାରହା ଫାଶରେ ପଡି ଯାଇଥିଲେ । ବାପା ଗୁରୁତର ହୋଇ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ହୋଇଥିବା ନାବାଳକ ଦ୍ବୟ ହେଲେ ନବୀନ ଡୁଙ୍ଗଡୁଙ୍ଗ ପୁଅ ଜିତ ଡୁଙ୍ଗଡୁଙ୍ଗ(୧୪) ଏବଂ ଜିତଙ୍କ ସଂପର୍କୀୟ ଭାଇ ରମେଶ ବୋଡ(୧୪) । ଉଲୁଣ୍ଡା ଡାକ୍ତରଖାନାରେ ନବୀନ ଡୁଙ୍ଗଡୁଙ୍ଗଙ୍କ ଚିକିତ୍ସା ଜାରି ରହିଛି । ତେବେ ଉଲୁଣ୍ଡା ପୁଲିସ୍ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି ।

ଚାଷୀଙ୍କୁ ଘାରିଛି ବର୍ଷା ଆଶଙ୍କା: ଅମଳ ଧାନକୁ ସୁରକ୍ଷା ଦେବାପାଇଁ ଲାଗିପଡିଛି ଚାଷୀ
ଉଲୁଣ୍ଡା: ଓଡିଶା ଉପକୂଳକୁ ମାଡି ଆସୁଛି ବାତ୍ଯା ଜୱାଦ। ବାତ୍ଯାର ପ୍ରଭାବରେ ହୋଇପାରେ ପ୍ରବଳ ବର୍ଷା। ଚାଷୀଙ୍କୁ ଘାରିଛି ବର୍ଷାର ଆଶଙ୍କା। ପୂର୍ବ ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ବାତ୍ଯା ଜୱାଦ ଏବେ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ପ୍ରବଳ ବର୍ଷା ସହିତ ପବନର ଆଶଙ୍କା ପାଣିପାଗ ବିଭାଗ ପକ୍ଷରୁ କରାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ଯାର ପ୍ରଭାବ କମୁଥିବା ବେଳେ ଏବେବି ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଏହି ବର୍ଷାର ଆଶଙ୍କାରେ ଭୟବିତ ହୋଇ ପଡିଛି ଚାଷୀ। ନିଜର ଅମଳ ଧାନକୁ କିଭଳି ସୁରକ୍ଷା ଦେବ ସେନେଇ ଅଣ୍ଟା ଭିଡିଛି ଚାଷୀ। କିଛି ଚାଷୀ ଅମଳ ହୋଇଥିବା ଧାନକୁ ସଂଗ୍ରହ କରି ଘରକୁ ନେଉଥିବା ବେଳେ କିଛି ଚାଷୀ ଅମଳ ଧାନ ସଂଗ୍ରହ କରିନପାରି ଧାନକୁ କାଟି ଚାଷ ଜମିରେ ତାଳପତ୍ରି ଘୋଡାଇ ସୁରକ୍ଷା ଦେବାପାଇଁ ଜୋରସୋରରେ ଲାଗି ପଡିଥିବା ଚିତ୍ର ଦେଖାଦେଇଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ। ଧାର କରଜ କରି ଚଳିତ ବର୍ଷ ଚାଷୀ ନିଜର ଚାଷ କରିଥିବା ବେଳେ ଅମଳ ସମୟରେ ବାତ୍ଯା ଯୋଗୁଁ ବର୍ଷାର ଆଶଙ୍କା ରହିଛି ଯଦି ଠିକ୍ ସମୟରେ ଚାଷୀ ନିଜ ଅମଳ ଧାନକୁ ସୁରକ୍ଷା ଦେବାରେ ବିଫଳ ହୁଏ ତାହେଲେ ଗଜା ମରୁଡିର ମଧ୍ଯ ସମ୍ଭାବନା ରହିଛି। ଫଳରେ ଆଜକୁ ପ୍ରାୟ ତିନିଦିନ ହୋଇଯିବ ଚାଷୀ ଦିନରାତି ଏକ କରିଦେଇ ନିଜର ଅମଳ ସଂଗ୍ରହ କରିବାରେ ଲାଗିପଡିଛି।

ବିଭିନ୍ନ ସ୍ଥାନରେ ଦେଖାଦେଇଛି ଅମଳ ହେବା ପୂର୍ବରୁ ଅର୍ଧପାକୁଳିକ ଅବସ୍ଥାରେ ଥିବା ଧାନକୁ ମଧ୍ଯ କାଟି ନେଉଥିବା ବେଳେ ବିଭିନ୍ନ ସ୍ଥାନରେ କେହି କେହି ଖର୍ଚ୍ଚାନ୍ତର ଶିକାର ହୋଇ ଧାନ ମଡାଉଥିବା ମଧ୍ଯ ଦେଖାଦେଇଛି। କିଏ ମେସିନ ମାଧ୍ୟମରେ ଧାନକୁ ମଡାଇ ସଂଗ୍ରହ କରି ବସ୍ତା ଗୁଡିକରେ ଭର୍ତ୍ତିକରି ଘରକୁ ନେଉଥିବା ବେଳେ କେହି କେହି ଧାନକୁ କାଟି ଧାନଖରି କରି ପାଳ ଘୋଡାଇ ଥିବା ଦେଖାଦେଇଛି। ତେବେ ଯଦି ବର୍ଷା ଲାଗିରହେ ଏବଂ ବାତ୍ଯା ଯୋଗୁଁ ହେବାକୁ ଥିବା ବର୍ଷାର ପ୍ରଭାବ ଯଦି ବଢେ ତାହେଲେ ଚାଷୀର ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।