SRC GOVT OF ODISHA - The Sakala
ବାତ୍ୟା ‘ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ SRCଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ବାତ୍ୟା ‘ମିଗଜୋମ’ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ସ୍ଵତନ୍ତ୍ର ରିଲିଫ୍ କମିସନର। ଓଡ଼ିଶାର ସବୁ ଜିଲ୍ଲାପାଳ, କୃଷି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମୁକାବିଲା ବିଭାଗଙ୍କୁ ଚିଠି ଲେଖି ଅନୁଧ୍ୟାନ ପାଇଁ କୁହାଯାଇଛି। ଡିସେମ୍ବର ୧୨ ସୁଦ୍ଧା ରିପୋର୍ଟ ଦେବା ପାଇଁ ଦିଆଯାଇଛି ନିର୍ଦ୍ଦେଶ। ପୂର୍ବରୁ ବନ୍ୟାଜନିତ ଫସଲ କ୍ଷତି ଅଞ୍ଚଳକୁ ସର୍ଭେରୁ ବାଦ୍ ଦେବାକୁ ଦିଆଯାଇଛି ପରାମର୍ଶ।
ବାତ୍ୟା ହେବ କି ନାହିଁ ସ୍ପଷ୍ଟ ସୂଚନା ନାହିଁ : ଯଦି ବାତ୍ୟା ହୁଏ, ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି
ଭୁବନେଶ୍ବର : ବାତ୍ୟା ହେବ କି ନାହିଁ । ଯଦି ହେଲା ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏଯାଏଁ ସ୍କଷ୍ଟ ହୋଇନାହିଁ। ଏଣୁ ଆଗୁଆ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ସମ୍ଭାବ୍ୟ ବାତ୍ୟା ନେଇ ଆଜି ବିଭିନ୍ନ ବିଭାଗ ସହ ବୈଠକରେ ପରେ ସନ୍ଧ୍ୟାରେ ପ୍ରେସମିଟ୍‌ କରି ରାଜ୍ୟବାସୀଙ୍କୁ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି ଏସଆରସି।
ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଭାବେ ଜଣାପଡ଼ିବ। ଆଇଏମ୍‌ଡି ସୂଚନାଅନୁସାରେ  ଗତ କାଲି ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତା କାଲି ଅପରାହ୍ନରେ ଲଘୁଚାପର ରୂପ ନେବ। ଏହାପରେ ହିଁ ଜଣାପଡିବ ଏହା ବାତ୍ୟାର ରୂପ ନେବ କି ନାହିଁ। ଏବେ ଲୋକଙ୍କୁ ଭୟଭୀତ ହେବା କିମ୍ବା ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ଏସଆରସି କହିଛନ୍ତି।
ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପାଣିପାଗ ବିଭାଗ ସଠିକ୍‌ ସୂଚନା ପ୍ରଦାନ କରିବା ନେଇ ସେ କହିଛନ୍ତି । ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ କାଲି ଜଣାପଡ଼ିବ । ଯଦି ବାତ୍ୟା ହୁଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ୧୮ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି। ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌ ଟିମ୍‌ ସହ ଆଲେଶଚନା କରାଯାଇ ଆର୍ଲଟ କରାଯାଇଛି। ଯଦି ବାତ୍ୟା ହୁଏ ତେବେ ୧୭ଟି ଏନ୍‌ଡିଆର୍‌ଏଫ୍‌, ୨୦ଟି ଓଡ୍ରାଫ ଟିମ ଓ ୧୭୫ ଟି ଫାୟାର ସର୍ଭିସ ଟିମକୁ ଡିପ୍ଲୋଏ କରିବୁ। ୨୦ଟି ଓଡ୍ରାଫ ଟିମକୁ ଆବଶ୍ୟକ ପଡ଼ିଲେ ୬୦ଟି ଟିମରେ ଜନଭର୍ଟ କରିବୁ । ଆହୁରି ଅଧିକ ଦରକାର ହେଲେ ଏନ୍‌ଡିଆର୍‌ଏଫ୍‌ ଆମକୁ ଅଧିକ ସହାୟତ କରିବେ ବୋଲି କହିଛନ୍ତି ଏସଆରସି।
ଅନ୍ୟପଟେ ଆଜି ଶକ୍ତି ବିଭାଗ, ନଗର ଉନ୍ନୟନ ବିଭାଗ, ପଂଚାୟତ ବିଭାଗର ପ୍ରମୁଖ ସଚିବଙ୍କ ସହ କଥା ହୋଇଛୁ, ବିଜୁଳି ଓ ପିଇବା ପାଣିରେ ସମସ୍ୟା ଉପୁଜୁଲେ କେମିତି ସମାଧାନ କରି ହେବ ସେ ନେଇ ଆଲୋଚନା କରିଛୁ। ଏହାସହ ଆସନ୍ତାକାଲି ଟେଲିକମ ଅଧିକାରୀଙ୍କ ସହ କଥା ହେବୁ। ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ। ଗଣମାଧ୍ୟମରେ ଖବର ଦେଖି ଲୋକେ ଆତଙ୍କିତ ଅଛନ୍ତି, ଗଣମାଧ୍ୟମ ଖବର ପରିବେଷଣ ବେଳେ ଆତଙ୍କିତ କରନ୍ତୁ ନାହିଁ। କିଛି ଅସାଧୁ ବ୍ୟବସାୟୀଙ୍କୁ ରେଟ ବଢ଼ାଉଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଏଇଟା ଗୋଟିଏ ଗ୍ରୀଷ୍ମ କାଳୀନ ବାତ୍ୟା ହୋଇପାରେ। ଏଠି ବନ୍ୟା ଜନିତ ଅଧିକ ସମସ୍ୟା ହେବ ନାହିଁ। ମାର୍କେଟରେ ସବୁ ଜିନିଷ ମହଜୁଦ ଅଛି, ଅଯଥା ଜିନିଷ କିଣନ୍ତୁ ନାହିଁ। ବଜାରରେ ସବୁ ଜିନିଷ ସବୁ ସମୟରେ ମିଳିବ। ଲୋକେ ଅଧିକ ଭୟଭିତ ହୁଅନ୍ତୁ ନାହିଁ ବୋଲି ଏସଆରସି କହିଛନ୍ତି।
ଅନ୍ୟପଟେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ସତର୍କ ରହିବାକୁ କୁହାଯାଇଛି। ଚିଠିରେ କୁହାଯାଇଛି ଯେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଜିଲା ଜରୁରୀ ପରିଚାଳନା କେନ୍ଦ୍ର ଓ ନିୟନ୍ତ୍ରଣ କକ୍ଷକୁ ଏବେଠାରୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ନିୟନ୍ତ୍ରଣ କକ୍ଷରେ ଯେଭଳି ଟେଲିଫୋନ୍,ଫାକ୍ସ ପ୍ରଭୃତି ଅନ୍ୟାନ୍ୟ ସଂଯୋଗ ଠିକଣା ରହିବ ତାକୁ ଦୃଷ୍ଟି ଦେବା ସହିତ ମାନବସମ୍ବଳ ସଜାଗ ରହିବାକୁ ପଡ଼ିବ। ବାତ୍ୟା ପୂର୍ବରୁ ଲୋକେ ଯେଭଳି କଚାଘରେ ନରହିବେ ସେନେଇ ଏବେଠାରୁ ବ୍ୟବସ୍ଥା କରାଯିବା ଆବଶ୍ୟକ। ବିଶେଷକରି ଦିବ୍ୟାଙ୍ଗ’, ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭସ୍ଥଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପଡ଼ିବ। ଆସନ୍ତା ୬ ତାରିଖ ପୂର୍ବରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଗୃହରକ୍ଷୀ ଓ ମହିଳା କନଷ୍ଟେବଳଙ୍କୁ ନେଇ ତିନୋଟି ଦଳ ଗଠନ କରିବାକୁ ହେବ। ବିଦ୍ୟାଳୟ ଓ ସରକାରୀ ସ୍ଥାନ ଚିହ୍ନଟ କରି ଏବେଠାରୁ ରଖିବାକୁ ପଡ଼ିବ। ସେଠାରେ ଲୋକେ ଆଶ୍ରୟ ନେଲେ ଠିକ୍ ରହିବ କି ନାହିଁ ତାହା ତହସିଲଦାର ଓ ବିଡିଓ ପରିଦର୍ଶନ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ । ବିଦ୍ୟୁତ୍ କାଟକୁ ଯଥାସମ୍ଭବ କମାଇବା ସହିତ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହି କାର୍ଯ୍ୟ କରିବା ଲାଗି ନିର୍ଦେଶ ଦିଆଯାଇଛି ।
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଜଓ୍ବାଦ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଛି । ଆଜି ଅପରାହ୍ଣ ସାଢେ ୨ଟା ବେଳେ ଏହା ବିଶାଖାପାଟଣାଠାରୁ ୨୦୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ତଥା ଗୋପାଳପୁରଠାରୁ ୩୧୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ।ଆଜି ରାତି ସୁଦ୍ଧା ବାତ୍ୟା ଦୁର୍ବଳ ହେବା ସହ ଏକ ଡିପ୍ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଦିଗରେ ଗତି କରିବ ।ବାତ୍ୟା ଜୱାଦ୍‌ ଏବେ ୩ କିମି ବେଗରେ ଉତ୍ତରରେ ଗତି କରୁଛି । ଯାାହାକୁ ନେଇ ଦିଗ ବଦଳାଇ ପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି ଏନେଇ ପ୍ରକାଶ କରିଥିବା ବେଳେ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।
Pictures from Latest bulletin of @Indiametdept shows something good. Hopefully the cyclone may not make landfall in Odisha if the cyclone follows the forecasted path. Pl look at the picture below. May Lord Jagannath save us. @CMO_Odisha @SecyChief @IPR_Odisha @SRC_Odisha @osdma pic.twitter.com/emA64LWzp0
— Pradeep Jena IAS (@PradeepJenaIAS) December 4, 2021
ସମୁଦ୍ର ଭିତରେ ଦୁର୍ବଳ ହୋଇଛି ବାତ୍ୟା ‘ଜୱାଦ’ । ଫଳରେ ଏକ ବଡ ଧରଣର ବିପଦ ଓଡ଼ିଶା ଉପକୂଳରୁ ଟଳି ଯାଇଛି । ବାତ୍ୟା ଦିଗ ବଦଳାଇବା ପରେ ସମୁଦ୍ର ଭିତରେ ହିଁ ଗଭୀର ଅବପାତରେ ପରିଣତ ହେବ ଏବଂ ଉତ୍ତର-ଉତ୍ତର ପୂର୍ବ ମୁହାଁ ହୋଇ ଗତି କରିବ । ଆସନ୍ତା କାଲି ଅର୍ଥାତ ରବିବାର ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟବର୍ତ୍ତୀ ହେବ କିନ୍ତୁ ଏହା ଲାଣ୍ଡଫଲ ନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ବାତ୍ୟା ଲାଣ୍ଡଫଲ କରିବାର ସମ୍ଭାବନା ନାହିଁ।
ରବିବାର ମଧ୍ୟାହ୍ନରେ ପୁରୀର ନିକଟବର୍ତ୍ତୀ ହେବ । ତେବେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା କମ୍ । ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ । ତେବେ ଏହାର ପ୍ରଭାବରେ ଓଡିଶା ଉପକୂଳରେ ୬୦ରୁ ୭୦ କିଲୋମିଟର ପବନ ବହିପାରେ କିନ୍ତୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ କଚ୍ଚା ଘରେ ନରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର। ତେବେ ବାତ୍ୟା ଦୁର୍ବଳ ହୋଇଗଲେ ବି ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ଯଦିଓ କମ ରହିବ କିନ୍ତୁ ବର୍ଷାର ପରିମାଣ ପ୍ରବଳ ରହିବ। ଏହା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି ।