Omicron in Gujarat - The Sakala
ନୂଆଦିଲ୍ଲୀ: ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି କରୋନାର ମାରାତ୍ମକ ଭାରିଏଣ୍ଟ ‘ଓମିକ୍ରନ’ । କର୍ଣ୍ଣାଟକ ପରେ ଏବେ ଗୁଜୁରାଟରେ ଚିହ୍ନଟ ହୋଇଛି କରୋନାର ଏହି ଘାତକ ଭାରିଆଣ୍ଟ ଓମିକ୍ରନ୍ ର ତୃତୀୟ ମାମଲା । ଗୁଜୁରାଟର ଜାମନଗରରେ ଜଣେ ୭୧ ବର୍ଷୀୟ ବ୍ୟକ୍ତି ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଥିବା କୁହାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟର ଜାମନଗର ଅଞ୍ଚଳକୁ ଫେରିଥିଲେ । ଏୟାରପୋର୍ଟରେ ଚାଲିଥିବା ସ୍କ୍ରିନିଂ ସମୟରେ ହିଁ ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କର ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏବେ ତାଙ୍କର ରିପୋର୍ଟ ଆସିବା ପରେ ସେ କରୋନାର ଓମିକ୍ରନ ଭାରିଆଣ୍ଟ ଭୂତାଣୁ ଦ୍ୱାରା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛି । ଏହାପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି।