cyclone jawad landfall in Puri - The Sakala

ମାଡି ଆସୁଛି ବାତ୍ୟା : ପୁରୀ ଜିଲ୍ଲାରେ ଛୁଇଁପାରେ ସ୍ଥଳଭାଗ
ଭୁବନେଶ୍ବର : ପୁରୀ ଜିଲ୍ଲାରେ ଉପକୂଳ ଛୁଇଁପାରେ ବାତ୍ୟା “ଜୱାଦ୍‌” । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା । ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ । ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ ବାତ୍ୟା । ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ପବନ ବହିପାରେ । ଆଇଏମଡ଼ି ଆକଳନ ଅନୁସାରେ ଏପରି ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

Latest 9.15 bulletin from @Indiametdept @CMO_Odisha @IPR_Odisha @SRC_Odisha @SecyChief @osdmaodisha pic.twitter.com/vkkzpMIcfv

— Pradeep Jena IAS (@PradeepJenaIAS) December 3, 2021

ଆଜି ମଧ୍ୟ ରାତ୍ରୀରୁ ବର୍ଷା ଆରମ୍ଭ ହେବ, କାଲି ବର୍ଷାର ପରିମାଣ ବଢିବ। ବର୍ତ୍ତମାନ ତାଜା ସୁଚନା ଅନୁସାରେ ବାତ୍ୟା ବର୍ତମାନ ବିଶାଖାପାଟନମ୍ ରୁ ଦକ୍ଷିଣ-ଦକ୍ଷିଣ ପୁର୍ବ ଦିଗରେ ପାଖାପାଖି ୫୮୦ କିମି ଦୂରରେ ଅଛି ସେହିପରି ପାରାଦ୍ୱୀପ ଠାରୁ ଉତ୍ତ-ଉତ୍ତର ଦକ୍ଷିଣ ଦିଗରେ ଅଛି ।ଯାହାଫଳରେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ୯୦ ରୁ ୧୦୦ କିମି ରହିବ । ଲ୍ୟାଣ୍ଡଫଲ ପରେ ଏହାର ବେଗ କମିବ । ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ଭିତରେ ଏହା ଲ୍ୟାଣ୍ଡଫଲ ହେବ । ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଅଧିକ ରହିବ । ଏହାର ପ୍ରଭାବରେ ପୁରୀ,ଖୋର୍ଦ୍ଧା,ଗଞ୍ଜାମ,ଜଗସିଂହପୁର,କେନ୍ଦ୍ରାପଡ଼ା ରେ ଏହାର ପ୍ରଭାବ ଅଧିକ ରହିବ । ଫଳରେ ଲ୍ୟାଣ୍ଡଫଲ ବେଳେ ୬୦ ରୁ ୮୦ କିମି ବେଗରେ ପବନ ବହିବ ।

-ଆଜି ମଧ୍ୟରାତ୍ରରୁ ବର୍ଷା ଆରମ୍ଭ ହେବ, ଆସନ୍ତାକାଲି ବେଶି ବର୍ଷା ହେବ
-ବନ୍ୟା ହେବାର ଆଶଂକା ନାହିଁ
-ପବନ ସମୟରେ କଚ୍ଚା ଘରେ ନରହିବା ପାଇଁ ଅନୁରୋଧ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର
-ସମୁଦ୍ର ନିକଟବର୍ତ୍ତି ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଇଛି
-ଭୟଭିତ ନହେବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି

— The Sakala (@TheSakala) December 3, 2021

ସେହିପରି ପୁରୀ ଜିଲ୍ଲା ରେ ଏହା ୯୦ କିମି ରହିବ । ୪ ତାରିଖ ସନ୍ଧ୍ୟା ଠାରୁ ବର୍ଷା ଜୋରରେ ହେବାର ସମ୍ବାବନା ରହିଛି । ଅନ୍ୟ ଜିଲ୍ଲାରେ ମଧ୍ୟ ମଧ୍ୟମ ଧରଣରେ ବର୍ଷା ରହିବ । ୫ ତାରିଖ ମଧ୍ୟ କିଛି ସ୍ଥାନରେ ବର୍ଷା ହେବ । ରେଡ଼୍ ୱାଣ୍ଣିଂ ସ୍ଥାନରେ ଯଥା ପୁରୀ,ଗଞ୍ଜାମ,ଗଜପତି.ଜଗସିଂହପୁରରେ ଅଧିକ ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ବନ୍ୟା ହେବାର କୌଣସି ଆଶଂକା ନାହିଁ ବୋଲି କହିଛନ୍ତି ଏସଆରସି । ସେ କହିଛନ୍ତି, ବାତ୍ୟାକୁ ନେଇ ସମସ୍ତ ପ୍ରସ୍ତୁତି ସରିଛି । ସମୁଦ୍ରକୂଳିଆ ନିକଟବର୍ତ୍ତି ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ । ବାତ୍ୟା ସମୟରେ କଚ୍ଚା ଘରେ ନରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସେହିପରି ଭୟଭିତ ହୋଇ ଦୋକାନରୁ ଆଳୁ ପିଆଜ କିଣି ଘରେ ମହଜୁଦ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।