cyclone jawad update - The Sakala

ଜୱାଦ ପ୍ରଭାବ : ଆଜି ସନ୍ଧ୍ୟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, କାଲିଠୁ ଭଲ ପାଗ!
ଭୁବନେଶ୍ବର :ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’ । ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇ ସାରିଥିବା ଜୱାଦ ଆଉ କିଛି ସମୟ ପରେ ଅବପାତରେ ପରିଣତ ହେବ । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଏହା ଦକ୍ଷିଣ-ଦକ୍ଷିଣପୂର୍ବରେ ଗୋପାଳପୁର ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୮୦ କିଲୋମିଟର ଓ ପାରାଦୀପ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ।ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବକୁ ଗତି କରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଆଜି ମଧ୍ୟାହ୍ନରେ ଅବପାତ ରୂପରେ ପୁରୀ ଉପକୂଳରେ ପହଞ୍ଚିବ । ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଯାଇ ପରବର୍ତ୍ତୀ ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।

Current weather condition at #Puri due to #DeepDepression & which is about #180km South-Southwest of #Puri.#WeatherUpdates #Weather #CyclonicStormJawad pic.twitter.com/qabB0wxwmp

— Meteorological Centre, Bhubaneswar (@mcbbsr) December 5, 2021

ବାତ୍ୟା ‘ଜୱାଦ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋହଲା ପବନ ସାଙ୍ଗକୁ ଲଗାଣ ବର୍ଷା ଚାଲିଛି।ଖାସକରି ଗଞ୍ଜାମରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଗଞ୍ଜାମରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ହୋଇଛି । ଏବେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିଛି । ରାଜ୍ୟରେ ଆଜି ସନ୍ଧ୍ୟା ଯାଏଁ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥି ସହିତ ଅବପାତରେ ପରିଣତ ହେବା ପରେ ଜୱାଦ ପଶ୍ଚିମବଙ୍ଗ ମୁହାଁ ହେବ । ଆଉ ଏହି ସମୟରେ ଉତ୍ତର ଓଡ଼ିଶାରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ । ଜୱାଦର ପ୍ରଭାବ ଏବେ ଧୀରେ ଧୀରେ ଦକ୍ଷିଣ ଓଡ଼ିଶାରୁ କମି ଆସିବା ସହ ଉପକୂଳରେ ପ୍ରଭାବ ପକାଇବା ଆରମ୍ଭ କରିଛି । ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି । ସବୁଠୁ ବଡ କଥା ହେଲା ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ବେଳେ କାଲି ଠାରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ ।

Current weather condition at #Paradeep due to remnant of #CyclonicStormJawad, the #DeepDepression & which is about #270km South-SouthWest of #Paradeep pic.twitter.com/0uYkl8d3s8

— Meteorological Centre, Bhubaneswar (@mcbbsr) December 5, 2021

ବର୍ଷାକୁ ଲକ୍ଷ୍ୟ କରି ଆଜି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଟ୍ୱିନ୍ ସିଟି ପାଇଁ ମଧ୍ୟ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । କଟକ ଭୁବନେଶ୍ୱର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

Latest @Indiametdept bulletin of 8.50am below pic.twitter.com/7O2tjiCdEL

— Pradeep Jena IAS (@PradeepJenaIAS) December 5, 2021

ସେହିପରି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଂଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଓଡ଼ିଶା ଉପକୂଳରେ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ଅତିବେଶୀରେ ପବନର ବେଗ ଘଂଟା ପ୍ରତି ୬୫ କିଲୋମିଟର ରହିପାରେ । ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ୬୦, ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ଭୁବନେଶ୍ବରରେ ୨୪ ଏବଂ ପୁରୀରେ ୨୧ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

କଟକ ଓ ଭୁବନେଶ୍ବର ପାଇଁ ଅରେଞ୍ଜ ୱାର୍ଣ୍ଣିଂ : ୪୦ କିମି ବେଗରେ ପବନ ସହ ହେବ ପ୍ରବଳ ବର୍ଷା
ଭୁବନେଶ୍ବର : ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଥିଲେ ବି ବର୍ଷା ଓ ପବନ ଥମିନି । ଭୁବନେଶ୍ୱର ଓ କଟକ ଟ୍ୱିନସିଟି ପାଇଁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନସିଟିରେ ଆକାଶ ମେଘାଛନ୍ନ ରହିବା ସହ ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ଆକଳନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ । ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ବର୍ଷା ଫଳରେ ଅଣ୍ଡରପାସ ନିକଟ ଓ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିବ । ବର୍ଷା ଯୋଗୁଁ ବେଶୀ ଦୂର ଦେଖାଯିବ ନାହିଁ । ଗଛ ମଧ୍ୟ ଭାଙ୍ଗିପାରେ । ରାତିରୁ ଟ୍ୱିନସିଟିରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ସକାଳ ୭ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ୩୨ କିଲୋମିଟର ରେକର୍ଡ କରାଯାଇଛି ।

Pl see the message of @mcbbsr @Indiametdept below. @bmcbbsr @CMCCuttack @DMKhordha @CuttackDM @OdishaFS_HGs_CD @odisha_police may remain alert for possible flooding in low lying areas of these two cities and nearby villages. @CMO_Odisha @IPR_Odisha @SRC_Odisha @osdmaodisha pic.twitter.com/1lwakpZabO

— Pradeep Jena IAS (@PradeepJenaIAS) December 5, 2021

ଶୁକ୍ରବାର ଅପରାହ୍‌ଣରୁ ରାଜଧାନୀରେ ବାତ୍ୟା ‘ଜୱାଦ’ର ପ୍ରାକ୍‌ ପ୍ରଭାବ ଅନୁଭୂତ ହୋଇଥିଲା । ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଥିଲା ଓ ରାତି ସାରା ଝିପିଝିପି ବର୍ଷା ଲାଗି ରହିଥିଲା। ଶୁକ୍ରବାର ରାତିର ପାଗ ଶନିବାର ପାଇଁ ଭୟାବହତାର ବାର୍ତା ଦେଉଥିଲା । କିନ୍ତୁ ସକାଳୁ ସବୁ କିଛି ବଦଳି ଯାଇଥିଲା । ବର୍ଷା କିଛି ସମୟ ପାଇଁ ବିରତି ନେବାରୁ ଜୱାଦ ଧୀରେଧୀରେ ଦୁର୍ବଳ ହେଉଥିବା ଜଣାପଡ଼ିଥିଲା। ପାଣିପାଗ ବିଭାଗ ମଧ୍ୟ ବାତ୍ୟା ଦୁର୍ବଳ ହେଉଥିବା ଜଣାଇଥିଲା । ଗତକାଲି ଅପରାହ୍‌ଣ ପର୍ୟ୍ୟନ୍ତ ହାଲୁକାରୁ ମଧ୍ୟମଧରଣର ବର୍ଷିଥିଲା, ମାତ୍ର ବର୍ଷାର ପରିମାଣ ଅଧିକ ନଥିଲା । ତେବେ କୋହାଲା ପାଗ ସମସ୍ତଙ୍କୁ ଥରେଇ ଦେଇଥିଲା । ଘରେ ବାହାରେ ଶୀତର ପ୍ରକୋପ ଥିଲା ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ରାଜଧାନୀରେ ଜୱାଦ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ଅର୍ଥାତ ୬ ତାରିଖ ପର୍ୟ୍ୟନ୍ତ ରାଜଧାନୀର ପାଗ କୋହଲା ରହିବ ବୋଲି କୁହାଯାଉଛି । କିନ୍ତୁ ଉଭୟ ବର୍ଷା ଓ ପବନର ତୀବ୍ରତା କମିବ ବୋଲି ପାଣିପାଗ କେନ୍ଦ୍ର କହିଛି । କୋହଲା ପାଗ ଯୋଗୁଁ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୨୦.୮ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୮.୪ ଡିଗ୍ରି ରହିଛି। ଆସନ୍ତା ୨ ଦିନ ଶୀତ କମ୍ ରହିବ । ୭ ତାରିଖ ପରେ ରାତ୍ରି ତାପମାତ୍ରା ଖସିବ ଓ ଶୀତ ବଢ଼ିବ ବୋଲି ସୂଚନା ମିଳିଛି ।

ଆଜି ବାତ୍ୟାରେ ପରିଣତ ହେବ ଅବପାତ,ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ
ଭୁବନେଶ୍ବର :  ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତର ରୂପ ନେଇସାରିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ର ହୋଇ ସାମୁଦ୍ରୀକ ଝଡ଼ ଅର୍ଥାତ ବାତ୍ୟାର ରୂପ ନେବ। ବାତ୍ୟାର ରୂପ ନେବା ପରେ ଆସନ୍ତାକାଲି ସକାଳୁ ଓଡିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ହେଲେ, କେଉଁଠି ଛୁଇଁବ ସ୍ଥଳଭାଗ ଏଯାଏ ସ୍ପଷ୍ଟ ହୋଇନି।ଏହା ବର୍ତ୍ତମାନ ବିଶାଖାପାଟଣା ଠାରୁ ୫୮୦ କିମି ଦୂରରେ, ଗୋପାଳପୁରଠାରୁ ୬୭୦ ଓ ପାରାଦୀପ ଠାରୁ ୭୬୦ କିମି ଦୂରରେ ଗଭୀର ଅବପାତ ରହିଛି। ସମ୍ଭାବ୍ୟ ବଡ଼ ବିପଦକୁ ଆଶଙ୍କା କରି ଓଡ଼ିଶାର ସମସ୍ତ ବନ୍ଦରଗୁଡିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ଗତ ୬ ଘଣ୍ଟା ହେବ ଏହା ୩୨ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଅତିବେଶୀରେ ପବନର ବେଗ ଶହେ କିଲୋମିଟର ପର୍ୟ୍ୟନ୍ତ ବଢ଼ିପାରେ । ବାତ୍ୟା କେଉଁଠି ଛୁଇଁବ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଆଜି ସଂଧ୍ୟାଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି।

ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।୪ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ଅତିରୁ ଅତିପ୍ରବଳ ବର୍ଷିବ । ଏପରିକି ସେଠାରେ ୨୦୦ ମିମିରୁ ଅଧିକ ବର୍ଷିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ଏଥିସହ ଏହି ୪ ଜିଲ୍ଲା ପାଇଁ‌ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯା‌ଜପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ଏବଂ ତାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ୨୨୫ଟି ଓଡ୍ରାଫ୍, ଏନଡିଆରଏଫ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସ୍‌ଆରସି । ତେବେ ଏହି ବାତ୍ୟା ପ୍ରଭାବରେ ପକ୍କା ଘରର କିଛି ଅସୁବିଧା ହେବନାହିଁ । ତେଣୁ କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଆବଶ୍ୟକ ସ୍ଥଳେ ସମୁଦ୍ର କୂଳିଆ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି କହିଛନ୍ତି ଏସ୍‌ଆରସି ।

ତାସହ କ୍ଷେତରେ ଅମଳକ୍ଷମ ଧାନ କାଟି ଆଣିବାକୁ ଚାଷୀମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ଏସବୁ ଭିତରେ ପ୍ରସ୍ତୁତ ରଖାଯାଇଥିବା ବାତ୍ୟା ଆଶ୍ରୟସ୍ଥଳରେ କିଭଳି କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରାଯିବ, ତା’ ଉପରେ ଫୋକସ ରଖାଯାଇଥିବା କହିଛନ୍ତି ଏସ୍‌ଆରସି । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି । ସେପଟେ ବାତ୍ୟାକୁ ନେଇ ଜନସାଧାରଣ ବ୍ୟତିବ୍ୟସ୍ତ ନ ହେବାକୁ ଅପିଲ୍ କରିଛନ୍ତି ଏସ୍‌ଆରସି । ପନିପରିବା କିଣାକିଣି ପାଇଁ ଅଯଥା ଗହଳି ନ କରିବାକୁ କୁହାଯାଇଛି । ବଜାରରେ କୌଣସି ସାମଗ୍ରୀର ଅଭାବ ନାହିଁ । ତେଣୁ ଅଯଥା ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି ।