IndVsSA - The Sakala

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ନିର୍ଣ୍ଣାୟକ ତୃତୀୟ ଦିନିକିଆ; ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ
ନୂଆଦିଲ୍ଲୀ: ଆଜି ଭାରତ ଓ ଭ୍ରମଣକରି ଦକ୍ଷିଣ ଆଫ୍ରିକା ମଧ୍ୟରେ ନିର୍ଣ୍ଣାୟକ ତଥା ତୃତୀୟ ଦିନିକିଆ ମ୍ୟାଚ ଆଜି ନୂଆଦିଲ୍ଲୀରେ ଖେଳାଯିବ । ନିର୍ଣ୍ଣାୟକ ମ୍ୟାଚ ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ଅଛନ୍ତି ଉଭୟ ଦଳ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ ରାଞ୍ଚିରେ ଭାରତୀୟ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ସିରିଜ ଏବେ ୧-୧ରେ ବରାବର ରହିଛି । ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଖରେ ଏହା ଶେଷ ଅଭ୍ୟାସ ସଦୃଶ ମ୍ୟାଚ୍‌ ଥିବାରୁ ପୂର୍ବ ଲୟକୁ ଫେରିବା ପାଇଁ ଖେଳାଳିଙ୍କ ପାଖରେ ଏହା ଅନ୍ତିମ ସୁଯୋଗ ରହିବ। ତେଣୁ ପ୍ରତିଯୋଗିତାକୁ ଜିତିବା ପାଇଁ ଉଭୟ ଦଳଙ୍କ ମଧ୍ୟରେ କର ବା ମର ସ୍ଥିତି ସୃଷ୍ଟି ହୋଇଛି।

ଦ୍ବିତୀୟ ଦିନିକିଆରେ ବିଜୟ ପରେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିଥିବାରୁ ଶେଷ ମ୍ୟାଚ୍ ରେ ତାହାର ପ୍ରଭାବ ଦେଖିବାକୁ ମିଳିପାରେ। ତୃତୀୟ ଦିନିକିଆ ଜିତି ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ । ତେବେ ଚଳିତ ସିରିଜ୍‌ରେ ଭାରତ ପାଇଁ ପ୍ରାରମ୍ଭିକ ଯୋଡ଼ି ବଡ଼ ଭାଗୀଦାରି କରିପାରୁନଥିବାରୁ ମଧ୍ୟକ୍ରମ ଖେଳାଳିଙ୍କ ଉପରେ ଚାପ ରହୁଛି। ଅଧିନାୟକ ଶିଖର ଧାୱନ (୪, ୧୩) ଙ୍କ ସହ ଯୁବ ଖେଳାଳି ଶୁଭମନ୍‌ ଗିଲ୍‌ (୩, ୨୮) ଏପର୍ଯ୍ୟନ୍ତ ବଡ଼ ସ୍କୋର କରିପାରିନାହାନ୍ତି। ଦଳର ନେତୃତ୍ବ ନେବା ଓ ବଡ଼ ରନ୍‌ କରିବା ଭଳି ଅବସର ବାରମ୍ବାର ଆସିନଥାଏ। ତେଣୁ ଶିଖର ନିଜ ସ୍ଥାନକୁ ପକ୍କା କରିବାକୁ ହେଲେ ବ୍ୟାଟ୍‌ରୁ ବଡ଼ ରନ୍‌ ବାହାରିବା ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଖରେ ଏହା ଶେଷ ଅଭ୍ୟାସ ସଦୃଶ ମ୍ୟାଚ୍ ।

ଦିଲ୍ଲୀ ପିଚ୍‌ ବ୍ୟାଟିଂକୁ ସୁହାଉଥିବା ବେଳେ ପଡ଼ିଆ ଆକାର ମଧ୍ୟ ଛୋଟ। ତେଣୁ ବ୍ୟାଟରଙ୍କ ପାଇଁ ବଡ଼ ରନ୍‌ କରିବା ସୁଯୋଗ ଭରପୂର ରହିଛି। କିନ୍ତୁ ମ୍ୟାଚ୍‌ ଉପରେ ବର୍ଷାର ଭୟ ଥିବାରୁ ଏବେଠୁ କିଛି ଅନୁମାନ କରିବା ସମ୍ଭବ ହେବନାହିଁ। କାରଣ ଗତ ତିନି ଦିନ ଧରି ଦିଲ୍ଲୀରେ ପ୍ରବଳ ବର୍ଷା ହେଉଥିଲା ବେଳେ ମଙ୍ଗଳବାର ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ପିଚ୍‌ ଉପରୁ କଭର ଉଠାଯାଇନଥିବାରୁ ସଦ୍ୟତମ ସ୍ଥିତି ବିଷୟରେ ଆକଳନ କରିବା ଅସମ୍ଭବ।

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ; ଶିଖର ଧାୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ଲକ୍ଷ୍ନୌ: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ । ତିନି ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ଲକ୍ଷ୍ନୌରେ ଖେଳାଯିବ । ଶିଖର ଧାୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜ ବିଜୟ ପରେ ଆଜି ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ । ଦିନ ୧ଟା ୩୦ରେ ଆରମ୍ଭ ହେବ ମ୍ୟାଚ୍ । ଯୁବ ବାହିନୀଙ୍କୁ ନେଇ ଦକ୍ଷିଣ ଆଫ୍ରିକା ବିରୋଧରେ ମ୍ୟାଚ୍ ଖେଳିବ ଭାରତ । ଭାରତୀୟ ଦଳରେ ଧାଓ୍ୱନଙ୍କ ବ୍ୟତୀତ ସଞ୍ଜୁ ସାମସନ, ଶୁଭମନ ଗିଲ୍, ଶ୍ରେୟର ଆୟର, ଇଶାନ କିଶାନ, ଦିପକ ଚହର, ମହମ୍ମଦ ସିରାଜଙ୍କ ଭଳି ଖେଳାଳି ରହିଛନ୍ତି । ଟି-୨୦ ଭଳି ଦିନିକିଆରେ ବି ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖାଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ଶୃଙ୍ଖଳା ଟି-୨୦ ବିଶ୍ଵକପର ଷ୍ଟାଣ୍ଡବାଇ ଖେଳାଳିଙ୍କ ପାଇଁ ନିଜକୁ ସାବ୍ୟସ୍ତ କରିବାର ଭଲ ସୁଯୋଗ ମିଳିବ ବୋଲି ଶିଖର ଧାଓ୍ୱନ କହିଛନ୍ତି ।

ସେପଟେ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୪ ଜଣିଆ ଟିମ୍ ଅଷ୍ଟ୍ରେଲିଆ ଯାଇଛି । ଆସନ୍ତା ୧୬ରୁର ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତ ତା’ର ଅଭିଯାନ ଅକ୍ଟୋବର ୨୩ରୁ ଆରମ୍ଭ କରିବ । ଅକ୍ଟୋବର ୨୩ରେ ଭାରତ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ।

ଦ୍ବିତୀୟ ଟେଷ୍ଟରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା
ଜୋହାନ୍ସବର୍ଗ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ । ଦ୍ବିତୀୟ ଇନିଂସରେ ଫେଲ ମାରିଲେ ପେସ୍‌ ବାହିନୀ । ଅଧିନାୟକ ଡିନ୍‌ ଏଲଗାରଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ଘରୋଇ ଦଳକୁ ୨୪୦ରନର ଆବଶ୍ୟକତା ଥିବା ବେଳେ ସହଜରେ ହାସଲ କରିନେଇଛି । ଦଳ ପକ୍ଷରୁ ଆଇଡେନ୍‌ ମାର୍କରମ୍‌ ୩୧ ରନ କରିଥିବା ବେଳେ ଅଧିନାୟକ ଡିନ୍‌ ଏଲ୍‌ଗାର ଅପରାଜିତ ୯୬ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଆସନ୍ତା ୧୧ ତାରିଖରୁ ଖେଳାଯିବାକୁଥିବା ତୃତୀୟ ଟେଷ୍ଟ ସିରିଜ୍ ଫଳାଫଳ ନିର୍ଦ୍ଧାରଣ କରିବ।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୦୨ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୨୨୯ ରନ୍ କରି ୨୭ ରନର ଅଗ୍ରଣୀ ହାସଲ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନରେ ଅଲଆଉଟ୍ ହୋଇ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ଟାର୍ଗେଟ୍ ରଖିଥିଲା।

ଓମିକ୍ରନ୍ ଆତଙ୍କ: ସପ୍ତାହେ ଘୁଞ୍ଚିପାରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ
ନୂଆଦିଲ୍ଲୀ: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଟିମ୍ ଇଣ୍ଡିଆ । କିନ୍ତୁ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। ଓମିକ୍ରନ୍ ପାଇଁ ଘୁଞ୍ଚିପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ । ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ।

ଆସନ୍ତା ୯ ତାରିଖରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏବେ ସୂଚନା ମିଳିଛି ଯେ ଏହି ଗସ୍ତ ସପ୍ତାହକ ପାଇଁ ଘୁଞ୍ଚାଇ ଦିଆଯାଇପାରେ। ବିସିସିଆଇର ଜଣେ ଅଧିକାରୀ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ଉଭୟ ବୋର୍ଡ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି କି, କୋଭିଡର ଓମିକ୍ରନ୍ ଭାରିଆଣ୍ଟ କାରଣରୁ ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ସିରିଜକୁ ଘୁଞ୍ଚାଇବାକୁ ଆଲୋଚନା କରୁଛୁ |

ତେବେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜକୁ ରଦ୍ଧ କରିବ ନାହିଁ ବୋଲି କହିଥିଲା ବିସିସିଆଇ । କିନ୍ତୁ ବର୍ତ୍ତମାନ ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟରେ ରଖି ଏହି ନିଷ୍ପତି ଉପରେ ଆଉ ଥରେ ବିଚାର କରିପାରେ ବୋଲି ମଧ୍ୟ କହିଛନ୍ତି ବିସିସିଆଇର ଅଧିକାରୀ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଭାରତୀୟ ଟିମକୁ ପୂରା ସୁରକ୍ଷିତ ବାୟୋ ବବଲରେ ରଖାଯିବ ବୋଲି କହିଥିଲେ । ଏବେ ଭାରତୀୟ ‘A’ ଦଳ ଦକ୍ଷିଣ ଆଫ୍ରିକାରେ ରହିଛି ।