the sakala news paper - The Sakala

ଗୁରୁଦିବସରେ ସକାଳ ଓ ନନ୍ଦିଘୋଷ ଦେବ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’, ଉଭୟ ସରକାରୀ ଏବଂ ଘରୋଇ ସ୍କୁଲର ଶିକ୍ଷକ କରିପାରିବେ ଆବେଦନ
ଭୁବନେଶ୍ବର : ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ  ଶିକ୍ଷା କ୍ଷେତ୍ରରେ ସେମାନଙ୍କର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ ।ଉନବିଂଶ ଶତାବ୍ଦୀରେ ଅନେକ ଦେଶରେ ଶିକ୍ଷକ ଦିବସ ପାଳନ କରିବାର ଧାରଣା ଆରମ୍ଭ ହୋଇଥିଲା । ଅଧିକାଂଶ କ୍ଷେତ୍ରରେ ଜଣେ ସ୍ଥାନୀୟ ଶିକ୍ଷାବିତ୍ କିମ୍ବା ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିବା ବ୍ୟକ୍ତିଙ୍କ ଅବଦାନକୁ ପାଳନ କରାଯାଇଥାଏ । ଏହି ପ୍ରାଥମିକ କାରଣରୁ ବିଭିନ୍ନ ଦେଶ ଏହି ଦିନକୁ ବିଭିନ୍ନ ତାରିଖରେ ପାଳନ କରିଥାନ୍ତି । ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ (ସେପ୍ଟେମ୍ବର ୫)କୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ପାରମ୍ପାରିକ ଭାବରେ ହିନ୍ଦୁମାନଙ୍କଦ୍ୱାରା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ । ୧୯୯୪ରେ ୟୁନେସ୍କୋଦ୍ୱାରା ସ୍ଥାପିତ ବିଶ୍ୱ ଶିକ୍ଷକ ଦିବସ ସହିତ ମିଳିତ ଭାବରେ ଅନେକ ଦେଶ ଅକ୍ଟୋବର ୫ ତାରିଖରେ ସେମାନଙ୍କର ଶିକ୍ଷକ ଦିବସ ପାଳନ କରନ୍ତି ।

ଚଳିତ ବର୍ଷ ଗୁରୁଦିବସ ଉପଲକ୍ଷେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ନିଆରା ପ୍ରୟାସ କରାଯାଇଛି । ସିଭିରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରଦାନ କରାଯିବ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’ । ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବର୍ଗରେ ୩ ଜଣ ଲେଖାଏଁ ସମୁଦାୟ ୯ ଜଣ ଶିକ୍ଷକ ପାଇବେ ଆର୍ଥିକ ପୁରସ୍କାର ଏବଂ ସମ୍ମାନ । ଉଭୟ ସରକାରୀ ଏବଂ ଘରୋଇ ସ୍କୁଲର ଶିକ୍ଷକ ଏଥିପାଇଁ ଆବେଦନ କରିପାରିବେ । ଅଗଷ୍ଟ ୨୩ ତାରିଖ ହେଉଛି ଆବେଦନ କରିବାର ଶେଷ ତାରିଖ ।

ଆଗ୍ରହୀ ଶିକ୍ଷକମାନେ info@nandighoshatv.com ରେ ସିଧାସଳଖ ଆବେଦନ କରିପାରିବେ । ନିଜ ବାୟୋଡାଟା ସହ ସାଧା କାଗଜରେ ଆବେଦନ କରିପାରିବେ । ଏହି ଆବେଦନ ପତ୍ରରେ ନିଜେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରିଥିବା ନୂତନ ପଦ୍ଧତି ସମ୍ପର୍କରେ ସମ୍ୟକ ସୂଚନା ରହିବା ଆବଶ୍ୟକ । ଗତ ଦୁଇ ବର୍ଷ ମଧ୍ୟରେ ଆପଣଙ୍କ ଛାତ୍ରଛାତ୍ରୀ କିଭଳି ପରୀକ୍ଷାଫଳ କରିଛନ୍ତି ସେ ସମ୍ପର୍କିତ ବିବରଣୀ ସଂଲଗ୍ନ କରିବା ଜରୁରୀ । ଯଦି ଆପଣ ସରକାରୀ ସ୍କୁଲର ଶିକ୍ଷକ, ତାହେଲେ ଆପଣଙ୍କ ସଫଳତା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଯଦି ଆପଣ ଘରୋଇ ସ୍କୁଲର ଶିକ୍ଷକ, ତାହେଲେ ନିଜ ସ୍କୁଲର ଅଧ୍ୟକ୍ଷଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଆପଣଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ଏକ ସ୍ୱଘୋଷିତ ପତ୍ର ମଧ୍ୟ ଆବେଦନ ସହ ସଂଯୁକ୍ତ କରିବେ । ଏହି ଆବେଦନ ପାଇଁ ଶିକ୍ଷକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।