Corona New Variant Omicron - The Sakala

ଆଗାମୀ ୩ରୁ ୪ ସପ୍ତାହ ମଧ୍ୟରେ ଓଡ଼ିଶାରେ ଭୟଙ୍କର ସ୍ଥିତି ସୃଷ୍ଟି କରିବ ଓମିକ୍ରନ, ଦୈନିକ ସଂକ୍ରମିତ ହେବେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ
ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ଦୈନିକ ସଂକ୍ରମଣ ସଂଖ୍ୟା ଦୃତ ଗତିରେ ମାଡିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଓମିକ୍ରନ ମଧ୍ୟ ରାଜ୍ୟରେ କାୟା ମେଲାଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୦ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରୁ ୬୭ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ଏପରି ସ୍ଥିତିରେ ରାଜ୍ୟରେ ଆଗାମୀ ୩ରୁ ୪ ସପ୍ତାହ ମଧ୍ୟରେ ଓମିକ୍ରନ୍‌ ଭୟଙ୍କର ଅବସ୍ଥା ସୃଷ୍ଟି କରିବ ବୋଲି କହିଛନ୍ତି (ସ୍ୱାସ୍ଥ୍ୟ ବିଶେଷଜ୍ଞ )ସମ ହସ୍ପିଟାଲର ଡିନ ତଥା ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର।

ସେ କହିଛନ୍ତି ଓଡ଼ିଶାରେ ୨ ସପ୍ତାହ ମଧ୍ୟରେ ପରିସ୍ଥିତି ଚିନ୍ତାଜନକ ହେବ । ପ୍ରତ୍ୟେକ ଦିନ ରାଜ୍ୟରେ ପାଖପାଖି ୩୦ହଜାର ପଜିଟିଭ କେସ୍‌ ଆସିବ । ସଂକ୍ରମଣର ପିକ୍‌ ସମୟରେ ଦୈନିକ ୩୦ରୁ ୪୦ ଜଣଙ୍କ ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଛି। ପ୍ରତି ଶହେ ପଜିଟିଭ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇପାରେ। ଓମିକ୍ରନ ଡେଲ୍ଟା ଭାରିଆଣ୍ଟଠାରୁ ୫ ଗୁଣା ବିପଦଜ୍ଜନକ । ୬ ମାସ ତଳେ ଟିକା ନେଇଥିଲେ ବି ଏହା କାମ କରିବ ନାହିଁ। ବୁଷ୍ଟର ଡୋଜର ଆବଶ୍ୟକତା ରହିଛି। କାରଣ ଲୋକେ ନେଇଥିବା ଭ୍ୟାକ୍ସିନ ୪ ରୁ ୬ ମାସ ମଧ୍ୟରେ ଅକାମି ହୋଇଯିବ । ଏହାର ପ୍ରଭାବ ରହିବ ନାହିଁ । କିନ୍ତୁ ଟିକା ନେଇଥିଲେ ଖୁବଶୀଘ୍ର ସୁସ୍ଥ ହୋଇପାରିବେ ହୋଇ ଫେରିବ ବୋଲି ସୂଚନା ଦେଇଛନ୍ତି ସମ୍‌ ହସ୍ପିଟାଲର ଡିନ୍‌ ତଥା ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।

ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡରେ ରହିଛି । ବହୁତ ଅଳ୍ପ ଦିନରେ ଆମେ ଦ୍ୱିତୀୟ ଲହର ପିକକୁ କ୍ରସ କରି ଯାଇପାରୁ । ଗୋଟିଏ ପାଣ୍ଡେମିକରେ ପ୍ରଥମେ ବଢ଼ିବ ତାହା ପରେ କିଛି ଦିନ ସମାନ୍ତରାଳରେ ରହିବ ତା ପରେ କମିବ ।ବର୍ତ୍ତମାନ ଦେଶରେ ବି ବଢୁଛି ଆମର ମଧ୍ୟ ବଢୁଛି । ସଂକ୍ରମଣ ବଢିଲେ ମଧ୍ୟ ହସ୍ପିଟାଲାଇଯେସନ ବହୁତ କମ ରହିଛି । ଏମିତି କି ବେଡ଼ ଅକ୍ୟୁପେନସିର ଷ୍ଟାଟସ୍ ଅନୁଯାୟୀ ଜେନେରାଲ ବେଡ଼ରେ ୬.୫୧,ଆଇସିୟୁରେ ୧୨.୫୧ ପ୍ରତିଶତ, କ୍ରିଟିକାଲ କେୟାରରେ ଅଛି ୩.୬୨ ପ୍ରତିଶତ ପେସେଣ୍ଟ ରହିଛନ୍ତି ।

ଆମେ ବର୍ତ୍ତମାନ ୫ ଦିଗ ଉପରେ ନଜର ରଖିଛୁ । ଟେଷ୍ଟ ପିଜେଟିଭ ରେଟ,ହସ୍ପିଟାଲାଇଯେସନ,ମୃତ୍ୟୁ ହାର, ଲୋକଙ୍କ ବ୍ୟବହାର ଏ ସବୁ କୁ ଦେଖି ଆମେ ଆଗାମୀ ପଦକ୍ଷେପ ନେବୁ । କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ହସ୍ପିଟାଲାଇଯେସନ କମ ରହିଛି । ଦ୍ୱିତୀୟ ଲହର ତୁଳନାରେ ଏବେ ବହୁତ କମ ରହିଛି ହସ୍ପିଟାଲାଇଯେସନ । ମୁଖ୍ୟମନ୍ତ୍ରୀ ଯେମିତି କହିଛନ୍ତି ଆମେ ସେହି ଅନୁସାରେ ଭିତ୍ତିଭୂମି ବଢ଼େଇବା ଜାରି ରଖିଛୁ । ଔଷଧ, ଅକ୍ସିଯେନ ଓ ବେଡ଼ ପ୍ରସ୍ତୁତ କରି ରଖା ଯାଉଛି।

କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା : ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ବୁଷ୍ଟର ଡୋଜ୍ ସହ ଜିଲ୍ଲାପାଳମାନେ କୋଭିଡ ହସ୍ପିଟାଲ ବୁଲି ତଦାରଖ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। କିଛି ଦିନ ଭିତରେ ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାର ବିପଦ ସଙ୍କେତ ଅତିକ୍ରମ କରିଛି। ରାଜ୍ୟରେ ଦୈନିକ ସଂକ୍ରମଣ ହାର ୫.୧୫ ପ୍ରତିଶତରେ ପହଞ୍ଚିଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ସଂକ୍ରମଣ ବୃଦ୍ଧି ସାମ୍ନାକୁ ଆସୁଥିବା ବେଳେ ଓମିକ୍ରନ ମାମଲା ମଧ୍ୟ ଚିହ୍ନଟ ହେଉଛନ୍ତି। ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଦେଇଛି। ଏହାରି ମଧ୍ୟରେ ରାଜ୍ୟର କୋଭିଡ ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ।ରବିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟର ସ୍ଥିତି ନେଇ ଆଲୋଚନା ହୋଇଛି।

କରୋନା ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ଡାକ୍ତର, ନର୍ସମାନଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରାଥମିକ ସ୍ତରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଖୁବଶୀଘ୍ର ଯୁଦ୍ଧକାଳୀନ ଭିତରେ କରୋନା ଟିକାର ୩ୟ ଡୋଜ ଦିଆଯାଉ। ଏଥି ସହିତ ଜିଲ୍ଲାପାଳ ମାନେ କୋଭିଡ ହସ୍‌ପିଟାଲ ବୁଲି ତଦାରଖ କରିବାକୁ ନିର୍ଦ୍ଦେଶ ହୋଇଛି। ଜିଲ୍ଲାପାଳ ମାନେ ହସ୍‌ପିଟାଲରେ ଉନ୍ନତ ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ବ୍ୟବସ୍ଥା କରିବେ।

ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବା ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସେହିପରି ସେ କୋଭିଡ ହସ୍‌ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଡାକ୍ତରଖାନା ଗୁଡ଼ିକରେ ପରିବାର ଲୋକଙ୍କ ଯୋଗାଯୋଗ ପାଇଁ ‌ହେଲ୍‌ପ ଡେସ୍କ ରଖାଯିବ। ଏହି ହେଲ୍ପ ଡେକ୍ସ ମାଧ୍ୟମରେ ରୋଗୀଙ୍କ ପରିବାରକୁ ସୂଚନା ପ୍ରଦାନ କରାଯିବ। ପରିବାର ଲୋକେ ମଧ୍ୟ ରୋଗୀର ସ୍ଥିତି ସଂପର୍କରେ ପ୍ରତିଦିନ ଅବଗତ ହୋଇପାରିବେ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୁଖ୍ୟ ସଚିବ ରାଜ କୁମାର ଶର୍ମା ବଜାରେ ଉପଲବ୍ଧ କରୋନା ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବା କହିଛନ୍ତି । ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବଙ୍କ ଆବଶ୍ୟକୀୟ ସହାୟତା ସମ୍ପର୍କରେ ପଚାରି ବୁଝିବା ସହ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ଏବେ ସୁଦ୍ଧା ରାଜ୍ୟରେ ୭, ୮୮୧ ଅକ୍ସିଜେନ ବେଡ ପ୍ରସ୍ତୁତ ଅଛି । ସେହିପରି ୨,୦୨୪ ଆଇସିୟୁ ବେଡ ରହିଥିବା ବେଳେ ଶିଶୁଙ୍କ ପାଇଁ ୧ ହଜାର ବେଡ ଓ ୮୭୪ଟି ଭେଣ୍ଟିଲେଟର ବେଡ ପ୍ରସ୍ତୁତ ହୋଇ ରହିଛି । ବର୍ତ୍ତମାନ ସୁଦ୍ଧା ୯୭ ପ୍ରତିଶତ କରୋନା ରୋଗୀ ଘରେ ଚିକିତ୍ସିତ ହେଉଥିବା ବେଳେ ୩ ପ୍ରତିଶତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ରାଜ୍ୟରେ ମୋଟ ୧୬ ହଜାର୧୧୭ ସକ୍ରିୟ ମାମଲା ରହିଥିବା ବେଳେ ୧୫ହଜାର ୬୪୦ଜଣ ସଂକ୍ରମିତ ହୋମ୍ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି । ହୋମ୍ ଅଇସୋଲେସନରେ ଥିବା ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ସ୍ଥିତିରେ ୯୭ ପ୍ରତିଶତ ଆକ୍ରାନ୍ତଙ୍କ ହସ୍ପିଟାଲର ଆବଶ୍ୟକ ନାହିଁ । ବାକି ୩% ଆକ୍ରାନ୍ତଙ୍କ ମଧ୍ୟରୁ ୧୧% ଆଇସିୟୁକୁ ଏବଂ ୩% ଭେଣ୍ଟିଲେଟର ଯାଉଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକରେ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା, ଉନ୍ନୟନ କମିସନର ପ୍ରଦୀପ ଜେନା, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥୀ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

କାୟା ମେଲାଉଛି ଓମିକ୍ରନ : ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ, ୭୫ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
ଭୁବନେଶ୍ବର : ରାଜ୍ୟରେ କାୟା ମେଲାଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ବର୍ତ୍ତମାନ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଭୟଙ୍କର ହେବାରେ ଲାଗିଲାଣି ଓମିକ୍ରନ୍ । ପ୍ରତିଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ରାଜ୍ୟରେ ଆଜି ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଲାଇଫ ସାଇନ୍ସେସ୍ (ଆଇଏଲ୍‌ଏସ୍‌) । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି ।

ଆଜି ଯେଉଁ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୮ ଜଣ ବିଦେଶ ଫେରନ୍ତା ବୋଲି ଜଣାପଡିଛି । ଏହାସହିତ ୪ ଜଣ ଲୋକାସ କେସ୍ ରହିଥିବା ବେଳେ ଆଉ ବାକି ୨ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ଅନୁଧ୍ୟାନ ଚାଲିଛି । ଏମାନେ ସମସ୍ତେ କରୋନା ପଜିଟିଭ ଆସିଥିଲେ । ପରେ ସେମାନଙ୍କର ଜିନମ ସ୍ୱିକ୍ୟୁନ୍ସିଂ କରାଯାଇଥିଲା । ଆଜି ସେମାନେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡିଛି ।

ସେହିପରି ରାଜ୍ୟରେ ଡିସେମ୍ବର ୨୧ ତାରିଖରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ରାଜ୍ୟରେ ଏବେ କାୟା ମେଲାଇଲାଣି ଓମିକ୍ରନ । ପ୍ରତିଦିନ ଜିଲ୍ଲାରେ ଓମିକ୍ରନ କାୟା ବିସ୍ତାର କରିସାରିଲାଣି । ସେପଟେ ରାଜ୍ୟରେ କରୋନା ମଧ୍ୟ ଦ୍ରୁତ ଗତିରେ ମାଡିବାରେ ଲାଗିଲାଣି । ଦୈନିକ ସଂକ୍ରମଣ ଏବେ ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ଅଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାରେ ଚିନ୍ତା ବଢାଇଲା ଓମିକ୍ରନ : ଚିହ୍ନଟ ହେଲେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ, ୩୭କୁ ବଢ଼ିଲା ମୋଟ୍‌ ସଂଖ୍ୟା
ଭୁବନେଶ୍ବର : ରାଜ୍ୟରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଆଜି ଆଉ ୨୩ ନୂଆ ଓମିକ୍ରନ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ତେବେ ଆଗରୁ ରାଜ୍ୟରେ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ଛୁଇଁଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ବାହାର ରାଜ୍ୟ କିମ୍ବା ଦେଶରୁ ଥିବାବେଳେ, ୫୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି ।

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ଆକ୍ରାନ୍ତ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ମଧ୍ୟ ନଯାଇ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ସଂକ୍ରମିତ ଚିହ୍ନଟ ଗୋଷ୍ଠୀ ସଂକ୍ରମଣକୁ ଇଙ୍ଗିତ କରୁନି ତ ? ଏହା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବ । ହେଲେ ରାଜ୍ୟରେ ଏକାବେଳ ୨୩ ଆକ୍ରାନ୍ତ ଚିହ୍ନଟ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ଏହି ୨୩ ଆକ୍ରାନ୍ତଙ୍କ ମଧ୍ୟରୁ କେତେ ସଂଖ୍ୟକ ବିଦେଶ ଫେରନ୍ତା ଓ କେତେ ସଂଖ୍ୟକ ସ୍ଥାନୀୟ ସଂକ୍ରମିତ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ପୂର୍ବରୁ ଯେଉଁ ୧୪ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ ସ୍ଥାନୀୟ ଲୋକ ଥିଲେ। ତେବେ ଏହି ୧୪ ଜଣଙ୍କ ମଧ୍ୟରୁ କେହି ଗୁରୁତର ନଥିଲେ। ସମସ୍ତଙ୍କ ଅବସ୍ଥା ଭଲ ଥିଲା। ନୂତନ ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ମାମଲା ୩୭କୁ ବୃଦ୍ଧି ପାଇଛି । ଜଣେ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ଥିବାବେଳେ ଆଉ ୩୬ଟି ମାମଲା ସକ୍ରିୟ ରହିଛି ।

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ : ସମସ୍ତ ଦେଶ ଚାହିଁଲେ ୨୦୨୨ରେ ହୋଇପାରେ ମହାମାରୀର ଅନ୍ତ
ନୂଆଦିଲ୍ଲୀ:କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । କୋଭିଡର ତୃତୀୟ ଲହରି ବର୍ତ୍ତମାନ ଭାରତର ଦ୍ୱାରଦେଶରେ ପହଞ୍ଚି ସାରିଲାଣି । ତେଣୁ ଗତ ଦୁଇବର୍ଷ ଧରି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଏହି କୋଭିଡ ମହାମାରୀର ଅନ୍ତ କେବେ ଘଟିବ ତାହା ହିଁ ବିଶ୍ୱ ସମୁଦାୟ ନିକଟରେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ସମଗ୍ର ବିଶ୍ୱରେ ଏହି ମହାମାରୀର ନିୟନ୍ତ୍ରଣ ପାଇଁ ଯେଉଁ ଉପାୟ ଖୋଜା ଯାଇଛି ତାହା ହେଉଛି ଟିକା । ଏହି କାରଣରୁ ଗତ ୧ ବର୍ଷ ହେଲା ଅଧିକାଂଶ ଦେଶ ଟିକାକରଣକୁ ଜୋର୍‌ ଦେଇଆସିଛନ୍ତି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ୧୪୫ କୋଟିରୁ ଅଧିକ ଡୋଜ୍‌ ଟିକା ପ୍ରଦାନ କରାଗଲାଣି ।

କିନ୍ତୁ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ନୂଆ ଆତଙ୍କ ସୃଷ୍ଟି କରିଛି । ତାର କାରଣ ହେଉଛି ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଏଥିରୁ ବର୍ତ୍ତି ପାରୁନାହାନ୍ତି । କିନ୍ତୁ ସବୁଠାରୁ ଆଶ୍ୱସ୍ତିର ବିଷୟ ଏହି କି ଟିକା ନେଇଥିବା ଲୋକମାନେ ସଂକ୍ରମିତ ହେଲେ ମଧ୍ୟ ଗମ୍ଭୀର ହେଉନାହାନ୍ତି । ଉପଲବ୍ଧ ହେଉଥିବା ଔଷଧ ଓ ଚିକିତ୍ସା ବ୍ୟବସ୍ଥାରେ ସେମାନେ ଠିକ୍‌ ହୋଇଯାଉଛନ୍ତି । ତଥାପି ମହାମାରୀର ଅନ୍ତ କେବେ ଘଟିବ ତାକୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।

ଶୁକ୍ରବାର ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏକ ଆଶ୍ୱସ୍ତିକର ଖବର ଆଣିଛି । ୨୦୨୨ରେ କରୋନା ମହାମାରୀର ଅନ୍ତ ଘଟିବ ବୋଲି ଡବ୍ଲ୍ୟୁଏଚ୍‌ଓ ଆଶା ପ୍ରକାଶ କରିଛି । ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରେୟେସସ୍‌ ନୂଆବର୍ଷ ଅବ୍ୟବହିତ ପୂର୍ବରୁ ବାର୍ତ୍ତା ଦେଇ କହିଛନ୍ତି କି କରୋନା ବିରୋଧୀ ଲଢ଼େଇରେ ଟିକା ହେଉଛି ପ୍ରମୁଖ ଅସ୍ତ୍ର । ଟିକା ଉତ୍ପାଦନ ବିଶ୍ୱରେ ବୃଦ୍ଧି ପାଇଛି । ଆମେରିକା ଓ ୟୁରୋପର ଅନେକ ଦେଶରେ ଲୋକେ ତୃତୀୟ ଡୋଜ୍‌ ବା ବୁଷ୍ଟର ଡୋଜ ନେଲେଣି । ଇସ୍ରାଏଲରେ ଚତୁର୍ଥ ଡୋଜ୍‌ ଟିକା ପ୍ରଦାନ କରାଗଲାଣି ।

କିନ୍ତୁ ଅନେକ ଆଫ୍ରିକୀୟ ଦେଶରେ ସ୍ୱାସ୍ଥ୍ୟକର୍ମୀମାନେ ସମସ୍ତେ ଟିକା ନେଇପାରି ନାହାନ୍ତି । ସେଠାରେ ପ୍ରତି ୪ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୩ ଜଣ ଟିକା ନେଇପାରିନାହାନ୍ତି । ଟିକାକୁ ନେଇ ଅସମତା ସୃଷ୍ଟି ହୋଇଛି । ଟିକାର ଏହି ବ୍ୟବଧାନ ଯୋଗୁ ନୂଆ ଭାରିଆଣ୍ଟ ଜନ୍ମ ନେଉଛି । ଆମକୁ ମଧ୍ୟ ବିପୁଳ କ୍ଷତି, କଷ୍ଟ ଓ କଟକଣା ମଧ୍ୟକୁ ଠେଲି ଦେଉଛି । ଏହି ଅସମତା ଯେତେଦିନ ଜାରି ରହିଥିବା ସେତେଦିନ ପର୍ୟ୍ୟନ୍ତ ମହାମାରୀର ପ୍ରଭାବ ରହିଥିବ । ତେଣୁ ଆମକୁ ଏହି ଅସମତା ଏବେ ଦୂର କରିବାର ସମୟ ଆସିଛି । ଯେତେ ଶୀଘ୍ର ଏହି ଅସମତା ଦୂର ହେବ ସେତେଶୀଘ୍ର ମହାମାରୀର ଅନ୍ତ ଘଟିବ ।

ସେପଟେ ଡବ୍ଲ୍ୟୁଏଚ୍‌ଓର କୋଭିଡ-୧୯ ଟେକ୍ନିକାଲ ଟିମ୍‌ର ମୁଖ୍ୟ ଡକ୍ଟର ମାରିଆ ଭନ କରଖୋଭ୍‌ କହିଛନ୍ତି ଯେ ଓମାଇକ୍ରନ ଯେଭଳି ଭାବେ ସଂକ୍ରମିତ କରିଚାଲିଛି ତାକୁ ନେଇ ଚିନ୍ତା ପ୍ରକଟ କରିବା ସ୍ୱାଭାବିକ କଥା । କିନ୍ତୁ ୨୦୨୨ ନୂଆ ଆଶା ନେଇ ଆସୁଛି । ଯଦି ଆମେ ଭୁଲ କରିବା ତେବେ ଆହୁରି ଘାତକ ନୂଆ ଭାରିଆଣ୍ଟର ସାମ୍‌ନା କରିବାକୁ ପଡ଼ିପାରେ ।

କିନ୍ତୁ ଆମେ ଯଦି ସତର୍କତା ଅବଲମ୍ବନ କରିବା ଏବଂ ଏହି ନୂଆ ଭାରିଆଣ୍ଟର ସଂକ୍ରମଣକୁ ବ୍ୟାପୀବାକୁ ନ ଦେବା ତେବେ ଶୀଘ୍ର ଏହି ମହାମାରୀର ଅନ୍ତ ଘଟିପାରିବ । ଆମେ ସମସ୍ତେ ନିଜର ଓ ନିଜ ପରିବାରର ସୁରକ୍ଷା ବିଷୟରେ ତ ଚିନ୍ତା କରିଆସୁଛୁ । କିନ୍ତୁ ଆମକୁ ଅନ୍ୟମାନଙ୍କର ସୁରକ୍ଷା କଥା ଧ୍ୟାନରେ ରଖିବାକୁ ହେବ । ଏହି ମହାମାରୀ ରୋକିବାକୁ ଏହା ହିଁ ଏକ ତରିକା ବୋଲି ସେ କହିଛନ୍ତି ।

ରାଜଧାନୀରେ ଲାଗୁ ହେଲା ୟେଲୋ ଆଲର୍ଟ: ସିନେମା ହଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ, ୫୦ ପ୍ରତିଶତ କ୍ଷମତା ସହ ଚାଲିବ ଅଫିସ
ନୂଆଦିଲ୍ଲୀ : ସାରା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି । ଭାରତର ୨୧ଟି ରାଜ୍ୟରେ ଓମିକ୍ରନ ମାମଲା ଦେଖିବାକୁ ମିଳିଛି । ବର୍ତ୍ତମାନ ଭାରତରେ ୨୧ଟି ରାଜ୍ୟରୁ ମୋଟ ୬୫୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏହି ମାମଲା ମଧ୍ୟରୁ କେବଳ ରାଜଧାନୀ ଦିଲ୍ଲୀରେ ୧୬୫ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓମିକ୍ରନ୍‌ ମୁକାବିଲା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗ୍ରେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ଅନ୍ତର୍ଗତ ଦିଲ୍ଲୀରେ ଲେଭଲ୍ -୧ ଆଲର୍ଟ ତଥା ୟେଲୋ ଆଲର୍ଟ ଜାରି କରାଯାଇଛି | ଖୁବ୍ ଶୀଘ୍ର ଏ ବାବଦରେ ଏକ ବିସ୍ତୃତ ଗାଇଡ ଲାଇନ୍ ଜାରି କରାଯିବ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସ୍ଥିର ହୋଇଥିବା ନିୟମ ଅନୁଯାୟୀ ୟେଲୋ, ଆମ୍ବର, ଅରେଞ୍ଜ ଏବଂ ରେଡ୍ ଆଲର୍ଟର ବ୍ୟବସ୍ଥା ଅଛି |

ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଛି। ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହି ନାଇଟ୍ କର୍ଫୁ ଲାଗୁ କରାଯାଇଛି | ଏହା ବ୍ୟତୀତ ବିଦ୍ୟାଳୟ, କଲେଜ, କୋଚିଂ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ୟେଲୋ ଆଲର୍ଟ ଅଧୀନରେ ବନ୍ଦ ରହିବ | ଏହାଛଡ଼ା ଦୋକାନ ଏବଂ ମଲ୍ ସକାଳ ୧୦ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ, ଘରୋଇ କାର୍ଯ୍ୟାଳୟର ସମୟ ମଧ୍ୟ ୯ ରୁ ୫ ଟା ପର୍ଯ୍ୟନ୍ତ କରାଯିବା ସହ ୫୦ ପ୍ରତିଶତ କ୍ଷମତା ସହ ଚାଲିବ । ୟେଲୋ ଆଲର୍ଟ ଅଧୀନରେ, ମୋଟ କ୍ଷମତାର ମାତ୍ର ୫୦ ପ୍ରତିଶତ ରେଷ୍ଟୁରାଣ୍ଟରେ ବସିବାକୁ ଅନୁମତି ଦିଆଯିବ | ତେବେ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ହୋଟେଲ ଖୋଲା ରହିବ, କିନ୍ତୁ ହୋଟେଲ ଭିତରେ ଥିବା ବେଙ୍କକ୍ୱେଟ୍‌ ଏବଂ କନ୍‌ଫ୍ରେନ୍ସ ହଲ୍‌ ବନ୍ଦ ରହିବ। ସେଲୁନ, ବ୍ୟୁଟିପାଲର୍ଟର ଖୋଲା ରହିବ। ଜିମ୍‌, ଯୋଗା ସେଣ୍ଟର, ଏଣ୍ଟରଟେନ୍‌ମେଣ୍ଟ ପାର୍କ ବନ୍ଦ ରହିବ। ବସଥଗୁଡିକରେ ଛିଡା ହୋଇ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ। ୫୦% କ୍ଷମତାରେ ବସ୍‌ ଚାଲିବ। ସ୍ପୋର୍ଟସ୍‌ କମ୍ଲେକ୍ସ, ଷ୍ଟାଡିଅମ୍‌ ଏବଂ ସୁଇମିଂ ପୁଲ ଆଦି ବନ୍ଦ ରହିବ। ବିବାହ ଏବଂ ଅନ୍ତିମ ସଂସ୍କାରରେ କେବଳ ୨୦ ଲୋକ ସାମିଲ ହେବା ପାଇଁ ଅନୁମତି ରହିବ।

ତେବେ ଦିନରେ ଲୋକେ ଭିଡ ଜମାଇବା ସହ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳୁଛି । ଏଭଳି ହେଲେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୦.୫ ପ୍ରତିଶତ ରହିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଡରିବାର କୌଣସି କାରଣ ନାହିଁ । ଦିଲ୍ଲୀ ସରକାର କରୋନର ନୂଆ ଭାରିଆଣ୍ଟ ଓମିକ୍ରନ ମୁକାବିଲା ପାଇଁ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ।

ଭୟ ବଢାଉଛି ଓମିକ୍ରନ : ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍‌, ଟିକାକରଣ ସହ କରିବେ କୋଭିଡ ସ୍ଥିତିର ସମୀକ୍ଷା
ନୂଆଦିଲ୍ଲୀ : ଦେଶରେ ବଢିବାରେ ଲାଗିଛି ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଏପର୍ଯ୍ୟନ୍ତ ଦେଶର ୧୭ ରାଜ୍ୟରୁ ୪୧୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛନ୍ତି।ମହାରାଷ୍ଟ୍ରରୁ ସବୁଠୁ ଅଧିକ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିଲ୍ଲୀରୁ ୭୯, ଗୁଜରାଟରୁ ୪୩, ତେଲେଙ୍ଗାନାରୁ ୩୮ ଜଣ ଓମିକ୍ରନ୍ ପଜିଟିଭ୍ ବାହାରିଛନ୍ତି । କେରଳରେ ନୂଆ ଭାରିଆଣ୍ଟରେ ୩୭ ଓ ତାମିଲନାଡୁରେ ୩୪, କର୍ଣ୍ଣାଟକ ୩୧ ଓ ରାଜସ୍ଥାନରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି। ଏଥି ସହିତ ହରିଆଣା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରୁ ୪ ଟି ଲେଖାଏଁ ଓମିକ୍ରନ ମାମଲା ଆସିଛି।

COVID19 | A total of 415 #Omicron cases were reported in 17 States/UTs of India so far. The number of persons recovered is 115: Union Health Ministry pic.twitter.com/DXuW4LBTeT

— ANI (@ANI) December 25, 2021

ସେହିପରି ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀରରୁ ୩ଜଣ ଏବଂ ଉତ୍ତରପ୍ରଦେଶରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଣ୍ଡିଗଡ଼, ଲଦାଖ ଓ ଉତ୍ତରାଖଣ୍ଡରୁ ଜଣେ ଲେଖାଏଁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ମାତ୍ର କିଛି ଦିନ ମଧ୍ୟରେ ଓମିକ୍ରନ ଏପରି କାୟାବିସ୍ତାର କରିବା ପରେ ଆଲର୍ଟରେ କେନ୍ଦ୍ର ସରକାର । ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ଜନିତ ଭୟ ଏବଂ ହଠାତ୍‌ କୋଭିଡ୍‌-୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ହେତୁ ଅନ୍ୟୂନ ୧୦ଟି ରାଜ୍ୟରେ ‘ମଲ୍‌ଟି-ଡିସିପ୍ଲିନାରି ଟିମ୍‌’ ମୁତୟନ କରିବା ଲାଗି ଆଜି କେନ୍ଦ୍ର ସରକାର କହିଛନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସ୍ଥିତି ସମୀକ୍ଷା ଲାଗି ୧୦ଟି ରାଜ୍ୟ ଗସ୍ତ କରିବେ କେନ୍ଦ୍ରୀୟ ଟିମ । ଯେଉଁଠାରେ ଓମିକ୍ରନ୍ ଏବଂ କୋଭିଡ-19 ମାମଲାରେ ବୃଦ୍ଧି ଘଟୁଛି କିମ୍ବା ଟିକାକରଣ ଗତି ମନ୍ଥର ରହିଛି । ଏସବୁ ସ୍ଥାନ ପରିଦର୍ଶନ କରିବ ଟିମ୍ ।

#COVID19 | Multi-disciplinary Central teams to be deployed in Kerala, Maharashtra, Tamil Nadu, West Bengal, Mizoram, Karnataka, Bihar, Uttar Pradesh, Jharkhand, and Punjab.

— ANI (@ANI) December 25, 2021

ଏ ସଂକ୍ରାନ୍ତରେ ଜାରି ବିବୃତିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଞ୍ଜାବରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି କାରଣ ଉପରେ ଧ୍ୟାନ ଦେବାକୁ ‘‘ମଲ୍‌ଟି-ଡିସିପ୍ଲିନାରି ସେଣ୍ଟ୍ରାଲ୍‌ ଟିମ୍‌’ ମୁତୟନ କରାଯିବ।ଟିମ୍ ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିବ । ଏହାସହ କେନ୍ଦ୍ରୀୟ ଟିମ୍ ପ୍ରତ୍ୟେକ ରାଜ୍ୟରେ କୋଭିଡ ଟୀକାକରଣର ଅଗ୍ରଗତି ଯାଞ୍ଚ କରିବେ । ସେହିଭଳି ସର୍ଭେଲାନ୍ସ, କଣ୍ଟେନମେଣ୍ଟ ଜୋନ ପରିଚାଳନା, ଟେଷ୍ଟିଂ, ଟିକାକରଣ, ଜିନୋମ ସିକ୍ୱେନ୍ସିଂ, ହସ୍ପିଟାଲ ପରିଚାଳନା, ଶଯ୍ୟା ସଂଖ୍ୟା, ଭେଣ୍ଟିଲେଟର, ଆମ୍ବୁଲାନ୍ସ, ଅକ୍ସିଜେନ ପ୍ରସଙ୍ଗରେ ଏହି ଟିମ୍ ସମୀକ୍ଷା କରିବେ।

କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍: ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ
ନୂଆଦିଲ୍ଲୀ: କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟସ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ଆଉ ୧୦ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିଲ୍ଲୀରେ ୨୦କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଦେଶରେ ମୋଟ ଆକ୍ରାନ୍ତଙ୍କ ୯୭କୁ ବୃଦ୍ଧି ପାଇଛି। ୯୭ ଆକ୍ରାନ୍ତଙ୍କ ମଧ୍ଯରୁ ନୂଆଦିଲ୍ଲୀ- ୨୦, ରାଜସ୍ଥାନ- ୧୭, ଗୁଜୁରାଟ- ୫, ମହାରାଷ୍ଟ୍ର- ୩୨, ତେଲେଙ୍ଗାନା- ୭, କର୍ଣ୍ଣାଟକ-୮, ଆନ୍ଧ୍ରପ୍ରଦେଶ- ୧, କେରଳ-୫, ତାମିଲନାଡୁ-୧ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀରୁ ପୁଣି ଚିହ୍ନଟ ହେଲେ ଆଉ ୪ ଓମିକ୍ରନ ଆକ୍ରାନ୍ତ
ନୂଆଦିଲ୍ଲୀ: କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟସ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ଆଉ ୪ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ରେ ପହଞ୍ଚିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ ସଂକ୍ରମିତମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ୯ ଜଣ ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କୌଣସି ରୋଗୀଙ୍କ ଅବସ୍ଥା ଗୁରୁତର ନାହିଁ। ଏଥି ସହିତ, ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ସମଗ୍ର ଦେଶରେ ୭୭ ରେ ପହଞ୍ଚିଛି।

ଓମିକ୍ରନ୍‌ର ବୃଦ୍ଧି ଘଟୁଥିବା ବେଳେ ଦିଲ୍ଲୀ ସରକାର ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ଉତ୍ସବ ପାଳନକୁ ସୀମିତ ରଖିଛନ୍ତି। ଦିଲ୍ଲୀରେ ସାମାଜିକ, ଧାର୍ମିକ, ମନୋରଞ୍ଜନ ସମ୍ବନ୍ଧୀୟ ଘଟଣା ଉପରେ ପ୍ରତିବନ୍ଧକ ଜାରି ରହିଛି। କେବଳ ଏତିକି ନୁହେଁ, ବାର୍ ଏବଂ ରେଷ୍ଟୁରାଣ୍ଟରେ ୫୦ ପ୍ରତିଶତ କ୍ଷମତା ପୂର୍ବପରି ଜାରି ରହିବ ବୋଲି କୁହାଯାଇଛି।

ଚିନ୍ତା ବଢାଇଲେ ବିଦେଶ ଫେରନ୍ତା : ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ, ଜିନମ ସିକ୍ୟୁଏନସିଂ ପାଇଁ ଗଲା ନମୁନା
ଭୁବନେଶ୍ବର : ନଭେମ୍ବର ୨୪ ପରେ ପ୍ରଭାବିତ ଦେଶରୁ ରାଜ୍ୟକୁ ଫେରିଥିବା  ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ନମୁନା ଜେନମ ସିକ୍ବେନ୍ସିଂ ଲାଗି ଆଇଏଲଏସକୁ ଆସିଛି। ଏ ସଂପର୍କରେ ଆଇଏଲଏସ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା। ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନାହିଁ ।

କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବ ପରେ ଆକ୍ରାନ୍ତ ଦେଶ ଗୁଡିକରୁ ବର୍ତ୍ତମାନ ସୁଦ୍ଧାରାଜ୍ୟକୁ ପ୍ରାୟ ୮୦୦ରୁ ଉର୍ଦ୍ଧ୍ବଲୋକ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଏ ଓମିକ୍ରନ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏଥିନିମନ୍ତେ ଉକ୍ତ ୨୪୬ ପଜିଟିଭଙ୍କ ସାମ୍ପଲ ଜିନମ ସିକ୍ୟୁଏନସିଂ ପାଇଁ ଭୁବନେଶ୍ୱର ଆଇଏଲ୍ଏସ୍ ପଠାଯାଇଥିବା ସୂଚନା ମିଳିଛି। ଏଯାଏ ରାଜ୍ୟରେ ଜଣେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନ ଥିବା ବେଳେ ୨୪୬ ବିଦେଶୀ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଛାତିରେ ଛନକା ପଶିଛି। ଏହି ଆକ୍ରାନ୍ତଙ୍କ ନମୁନା ଜିନମ ସିକ୍ୟୁଏନସିଂ ହେବା ପରେ ଆସନ୍ତା ଶୁକ୍ରବାର ଆସିଯିବ ରିପୋର୍ଟ। ଏହାପରେ ରାଜ୍ୟରେ କେହି ଓମିକ୍ରନ ଆକ୍ରାନ୍ତ ପ୍ରବେଶ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।

ଅନ୍ୟପଟେ ଦେଶରେ ଯେଉଁଭଳି ଭାବେ କୋଭିଡ଼ ସଂକ୍ରମଣ ମାମଲା ବଢିଚାଲିଛି, ତା ଭିତରେ ଓମିକ୍ରମ ମାମଲା ଭୟ ବଢାଇଦେଇଛି । ମହାରାଷ୍ଟ୍ରରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ଏହାରି ଭିତରେ ତୃତୀୟ ପ୍ରବାହ ଭାବେ ଓମିକ୍ରନ ଭାରତରେ ପ୍ରବେଶ କରିବ ବୋଲି ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଓମିକ୍ରନ ଭାରିଆଣ୍ଟକୁ ନେଇ ଏପରି ବିସ୍ମୟକର ବୟାନ ଦେଇଛନ୍ତି ।

ରାଜଧାନୀ ଦିଲ୍ଲୀରୁ ଓମିକ୍ରନ୍‌ ଭାରିଏଣ୍ଟର ପଞ୍ଚମ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପଶିଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ବେଙ୍ଗାଲୁରୁ, ଗୁଜୁରାଟ ଓ ମୁମ୍ବାଇ ପରେ ଏବେ ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହୋଇଛି । ଦିଲ୍ଲୀରେ ଓମିକ୍ରନ୍ ମାମଲା ନେଇ ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ । ଆଫ୍ରିକା ଦେଶ ତାଞ୍ଜାନିଆରୁ ଫେରିଥିବା ଜଣେ ଯୁବକଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଥିବା ମାମଲା ସାମ୍ନାକୁ ଆସିଛି। ସଂକ୍ରମିତ ଯୁବକଙ୍କୁ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କି ବିଦେଶରୁ ଫେରିଥିବା ୧୨ ଜଣଙ୍କର ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଯେଉଁମାନଙ୍କ ମଧ୍ୟରୁ ୧୧ ଜଣ ସାମାନ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କଠାରେ ଓମିକ୍ରନ୍ ଚିହ୍ନଟ କରାଯାଇଛି ।

ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଓମିକ୍ରନ୍ ସହ ବର୍ତ୍ତମାନ ଦେଶରେ ମୋଟ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ଦୁଇ ଜଣ କର୍ଣ୍ଣାଟକର, ଜଣେ ଗୁଜରାଟ ଓ ଜଣେ ମହାରାଷ୍ଟ୍ରର ରହିଛନ୍ତି। ଏହାପରେ ଏବେ ପଞ୍ଚମ ରୋଗୀ ଦିଲ୍ଲୀରେ ମିଳିଛନ୍ତି।

ଓଡ଼ିଶା ଆସିଛନ୍ତି ୫୦୦ ବିଦେଶ ଫେରନ୍ତା, ଉଠାଉ ନାହାନ୍ତି ଫୋନ୍‌
ଭୁବନେଶ୍ୱର : ଓମିକ୍ରନ୍‍ ଭୟ ଘାରୁଛି। କେତେବେଳେ ଆକ୍ରାନ୍ତ ଚିହ୍ନଟ ନ ହେବେ ବୋଲି କହିବା ମୁସ୍କିଲ। କାରଣ ଇତିମଧ୍ୟରେ ପ୍ରାୟ ୫୦୦ ଯାତ୍ରୀ ଅନ୍ୟ ବିମାନବନ୍ଦର ଦେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ସଂଖ୍ୟା ଅଧିକ ବି ହୋଇପାରେ ତେବେ ଚିନ୍ତାର ବିଷୟ ଏହି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀଙ୍କୁ ଏବେ ଟ୍ରାକ୍‍ କରିବା ସମ୍ଭବ ହେଉ ନାହିଁ। କାରଣ ସେମାନେ ଫୋନ୍‍ ଉଠାଉ ନାହାନ୍ତି। ସେମାନଙ୍କ ବିବରଣୀ ଜିଲ୍ଲା ପ୍ରଶାସନକୁ ଦିଆଯାଇ ଥିଲେ ସୁଦ୍ଧା ସେମାନଙ୍କୁ ଟ୍ରାକ୍‍ କରି ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପ୍ରଶାସନ ପାଇଁ କଷ୍ଟସାଧ୍ୟ ହେଉଛି। ଏପରି ଅବସ୍ଥାରେ ଓମିକ୍ରନ୍‍ ଭୟ ଘାରୁଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଓମିକ୍ରନ୍‍ ଭୟରେ ଅନେକ ଲୋକ ବିଦେଶରୁ ଭାରତ ଫେରୁଛନ୍ତି। ଦେଶର ପ୍ରମୁଖ ବିମାନବନ୍ଦର ଦେଇ ସେମାନେ ଓଡ଼ିଶା ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ବିମାନ ଯୋଗେ ଆସୁଥିବା ବେଳେ ଆଉ କିଛି ଟ୍ରେନ୍‍ ଏବଂ ସଡ଼କ ପଥରେ ଆସିଥିବା ସୂଚନା ମିଳିଛି। ବିମାନବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ବିଦେଶ ଫେରନ୍ତାଙ୍କ ତଥ୍ୟ ଜିଲ୍ଲା ପ୍ରଶାସନକୁ ଦିଆଯାଉଛି। ଯଦ୍ଦ୍ୱାରା ଜିଲ୍ଲା ପ୍ରଶାସନ ସେମାନଙ୍କୁ ଟ୍ରାକ୍‍ କରି ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିପାରିବେ। ହେଲେ ଅନେକ ଲୋକ ନିଜ ଫୋନ୍‍ ବନ୍ଦ କରି ରଖୁଥିବା ବେଳେ ଆଉ କିଛି ଲୋକ ଫୋନ୍‍ ରିସିଭ୍‍ କରୁ ନାହାନ୍ତି ବୋଲି କହିଛନ୍ତି।

ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ବି ସମାନ ଅବସ୍ଥା ହୋଇଥିଲା। ବାହାରୁ ଆସିଥିବା ଲୋକ ନିଜ ତଥ୍ୟ ଲୁଚାଇବା ସହ ଔଷଧ ଦୋକାନରୁ ମେଡିସିନ୍‍ ଆଣି ଖାଉଥିଲେ। ଫଳରେ ସେମାନଙ୍କ ଅବସ୍ଥା ଗୁରୁତର ହେବା ସହ ଅନ୍ୟମାନଙ୍କୁ ସଂକ୍ରମଣ କରିଥିଲେ। ଏବେ କିନ୍ତୁ ପରିସ୍ଥିତି ଆହୁରି ଖରାପ। କୋଭିଡ୍‍ର ସବୁଠାର ଘାତକ ଭାରିଆଣ୍ଟ ଓମିକ୍ରନ୍‍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଥିବା ବେଳେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ଏହି ଭୁତାଣୁ ବାହାକଙ୍କୁ ଜଗିଛି। ଦେଶର ତିନିଟି ରାଜ୍ୟରେ ଓମିକ୍ରନ୍‍ ସଂକ୍ରମିତ ଚିହ୍ନଟ ହେଲେଣି। ଓମିକ୍ରନ୍‍ ପାଇଁ ତୃତୀୟ ଲହର ଆସିବା ଆଶଙ୍କା ଦେଖା ଦେଇଛି। କିନ୍ତୁ ବିଦେଶ ଫେରନ୍ତା ଧରାଛୁଆଁ ନଦେବା ପରିସ୍ଥିତିକୁ ଜଟିଳ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ଆରମ୍ଭ ହୋଇ ନାହିଁ। କିନ୍ତୁ ଓମିକ୍ରନ୍‍ ପରିପ୍ରେକ୍ଷୀରେ ଆମେ ସକର୍ତ ରହିଛୁ। ବିଦେଶରୁ ଆସୁଥିବା ଲୋକଙ୍କର ବିବରଣୀ ଜିଲ୍ଲାପାଳଙ୍କୁ ଦିଆଯାଉଛି। ଜିଲ୍ଲା ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ଓ ଆଇସୋଲେସନ୍‍ ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ବିଦପପୂର୍ଣ୍ଣ ଓ ବିପଦ ବିହୀନ ଦେଶରୁ ଆସୁଥିବା ଯାତ୍ରୀଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ରହିଛି। ବିଦେଶ ଫେରନ୍ତା ଯାତ୍ରୀ ପ୍ରଶାସନକୁ ସହଯୋଗ କରିବା ଆବଶ୍ୟକ। ସେମାନଙ୍କ ରିପୋର୍ଟ ପଜିଟିଭ୍‍ ଆସିଲେ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଉଛି। ତେଣୁ ନିଜ ସମ୍ପର୍କରେ ସବିଶେଷ ବିବରଣୀ ସରକାରଙ୍କୁ ଦେବା ଆବଶ୍ୟକ। ଯଦି ସେମାନେ ଆଇସୋଲେସନରେ ରହିବେ ନାହିଁ, ସ୍ୱାସ୍ଥ୍ୟ ପରୀକ୍ଷା କରିବେ ନାହିଁ ତା ହେଲେ ସଂକ୍ରମଣ ବଢ଼଼ିବା ଆଶଙ୍କା ରହିଛି। ଆମେ ସମସ୍ତେ ଶିକ୍ଷିତ ଲୋକ ଏବଂ ସମାଜ ପ୍ରତି ଆମର କ’ଣ କର୍ତ୍ତବ୍ୟ ରହିଛି ତାହା ସମସ୍ତେ ଜାଣିଛନ୍ତି। ଏହାକୁ ପାଳନ କଲେ ବଡ଼ ବିପଦ ଟଳିଯିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। କିନ୍ତୁ ବିଦେଶ ଫେରନ୍ତାଙ୍କ ତଥ୍ୟ ଅପଲୋଡ୍‍ ପାଇଁ ଏକ ପୋର୍ଟାଲ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ଫଳରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ସମ୍ଭବ ହେବ।