TheSakala - The Sakala

ଶଙ୍ଖ ଭବନରେ ନବୀନ: ବିଜୟ ଉତ୍ସବରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ୍
ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପାଇଁ ଶ୍ରୀ ପଟ୍ଟନାୟକ ସର୍ବପ୍ରଥମେ ଝାରସୁଗୁଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଜୟ ଉତ୍ସବରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧିଙ୍କ ଉପରେ ସିଧା ହମଲା କରି କହିଲେ- ବିଜେଡି ମା’ମାନଙ୍କୁ ହାଣ୍ଡିଶାଳରୁ ବାହାରକୁ ଆଣି ସଶକ୍ତ କରିଛି। ବିରୋଧୀ କିନ୍ତୁ ମା’ ଭଉଣୀ ମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଅସମ୍ମାନ କରୁଛନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧି ନକରାତ୍ମକ ରାଜନୀତିର ଫର୍ମୁଲା ଆପଣାଇ ଗୋଟିଏ ଝିଅକୁ ଯେମିତି ଗାଳି କରୁଥିଲେ ଝାରସୁଗୁଡାରେ ସମାନ ଆଚରଣ ପ୍ରଦର୍ଶନ କରିଥିଲେ। ଲୋକ ଏହାର ଜବାବ ଦେଲେ, ମା’ମାନଙ୍କୁ ଅସମ୍ମାନକୁ ଓଡିଶାବାସୀ କେବେ ହେଲେ ବରଦାସ୍ତ କରିନାହାଁନ୍ତି କି କରିବେ ନାହିଁ।

ଭର୍ଚୁଆଲ ମୋଡରେ ଦୀପାଳି ଦାସ ଯୋଡ଼ିହୋଇ କହିଥିଲେ, ଝାରସୁଗୁଡ଼ାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୋ ଉପରେ ଏତେ ବିଶ୍ବାସ ରଖିଥିବାରୁ ଧନ୍ୟବାଦ ଜଣାଉଛି। ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛନ୍ତି। ତାଙ୍କର ସମର୍ଥନ ଓ ଆଶୀର୍ବାଦ ପାଇଁ ମ‌ୋତ‌େ ଝାରସୁଗୁଡ଼ାବାସୀ ବିଜୟୀ କରାଇଛନ୍ତି। ଏହି ବିଜୟ ଶଙ୍ଖର ବିଜୟ। ଏହି ବିଜୟ ନବୀନ ପଟ୍ଟନାୟକଙ୍କ ବିଜୟ। ଏହି ବିଜୟ ଝାରସୁଗୁଡ଼ାବାସୀଙ୍କର। ଏହି ବିଜୟ ନବ ଦାସଙ୍କର ବିଜୟ ବୋଲି ଦୀପାଳି କହିଛନ୍ତି।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଲେ ଝାରସୁଗୁଡ଼ା ଉପନିର୍ବାଚନ ସେମିଫାଇନାଲ ବୋଲି ବିରୋଧୀମାନେ କହିଥିଲେ। ୨୦୨୪ ନିର୍ବାଚନ କ’ଣ ହେବ, ସେମାନେ ଏବେ ଜାଣିପାରୁଥିବେ। ଏହି ସେମିଫାଇନାଲରେ ଦୀପାଳି ଦାସଙ୍କର ବିଜୟ ହୋଇଛି। ବିକାଶର ଆଭିମୁଖ୍ୟ ପାଥେୟ କରି ଝାରସୁଗୁଡ଼ା ଆଗେଇ ଚାଲିଛି। ବିରୋଧୀମାନେ ଆକ୍ଷେପ କରୁଥିଲେ। ଦୀପାଳି ଦାସଙ୍କ ବିରୋଧରେ ଅପପ୍ରଚାର କରୁଥିଲେ। ନବୀନଙ୍କ ନେତୃତ୍ବରେ ଝାରସୁଗୁଡ଼ାବାସୀ ଆଗେଇ ଚାଲିଛି। ଝରସୁଗୁଡ଼ାବାସୀ ନକରାତ୍ମକ ରାଜନୀତି ନାପସନ୍ଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ଆସ୍ଥା ରହିଛି।

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଝାରସୁଗୁଡ଼ାବାସୀ ଇତିହାସ ସୃଷ୍ଟି କରିଛନ୍ତି। ୨୦୧୯ରେ ସ୍ବର୍ଗତ ନବ କିଶୋର ଦାସ ଯେତିକି ଭୋଟ୍‌ରେ ନିର୍ବାଚନ ଜିତିଥିଲେ, ଏହି ଉପନିର୍ବାଚନରେ ତାଙ୍କର ଝିଅ ଦୀପାଳି ଅଧିକ ଭୋଟ୍‌ରେ ଜିତିଛନ୍ତି। ନବୀନଙ୍କ ପରାମର୍ଶରେ ଦଳୀୟ କର୍ମୀଙ୍କ କାର୍ଯ୍ୟ ଯୋଗୁଁ ଆମେ ବିଜୟୀ ହୋଇପାରିଛେ। ଏହି ବିଜୟ ସମଗ୍ର ଓଡ଼ିଶାବାସୀଙ୍କର ବିଜୟ। ୨୦୨୪ରେ ଭାରତରେ ରେକର୍ଡ କରିବା ଆମର ସଂକଳ୍ପ। ଝାରସୁଗୁଡ଼ାରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି। ଦିଲ୍ଲୀର କ୍ଷମତାକୁ ନେଇ ଯେଉଁମାନେ ଗର୍ବ କରୁଛନ୍ତି, ସେମାନଙ୍କୁ ଝାରସୁଗୁଡ଼ାରେ ଜବାବ ମିଳିଛି। ବିଜୁବାବୁଙ୍କ ସ୍ବପ୍ନକୁ ନବୀନ ପଟ୍ଟନାୟକ ସାକାର କରିଛନ୍ତି।

ଦୈନିକ ‘ସକାଳ’ର ୨ୟ ସ୍ୱନକ୍ଷତ୍ର ଦିବସରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା, ବରିଷ୍ଠରେ ଲିସା ଓ କନିଷ୍ଠରେ ବିନ୍ଦ୍ୟା ପ୍ରଥମ
ଭୁବନେଶ୍ୱର: ଦୈନକ ଓଡ଼ିଆ ଖବରକାଗଜ ‘ସକାଳ’ର ୨ୟ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ଗୀତଗୋବିନ୍ଦ ସଦନରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ରାଜ୍ୟର ୨୯ଟି ଜିଲ୍ଲା ସମେତ ଭୁବନେଶ୍ୱର ଓ ରାଉରକେଲାରେ ପୂର୍ବରୁ ଆୟୋଜିତ ହୋଇଥିବା ବିତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଏହି ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସବୁ ଜିଲ୍ଲାରୁ ଚୟନ ହୋଇଥିବା ପ୍ରତିଭାସମ୍ପର୍ଣ୍ଣ ଛାତ୍ରଛାତ୍ରୀମାନେ ‘ସକାଳ’ର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ମାର୍ମିକ ଅଭିଭାଷଣ ରଖିଛନ୍ତି । କନିଷ୍ଠ ବର୍ଗର ପ୍ରତିଯୋଗୀମାନେ ‘ ଡିଜିଟାଲ୍‌ରେ ବନ୍ଧୁତ୍ୱ ସମ୍ପର୍କକୁ ନିବିଡ଼ କରିଛି କି’ ଓ ବରିଷ୍ଠ ବର୍ଗର ପ୍ରତିଯୋଗୀମାନେ ‘ଆଧୁନିକତା ଜୀବନକୁ ଜଟିଳ କରିଦେଇଛି କି’ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ୩୧ ଜଣ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ତେବେ ପ୍ରତିଯୋଗୀମାନଙ୍କ ଉତ୍ସାହିତ କରିବା ପାଇଁ ସମସ୍ତଙ୍କୁ ସକାଳ ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅନ୍ୟପକ୍ଷରେ ପ୍ରତିଷ୍ଠା ହେବାର ମାତ୍ର ୨ ବର୍ଷର ଅବଧି ମଧ୍ୟରେ ପାଠକଙ୍କ ବିଶ୍ୱାସନୀୟତା ହାସଲ କରିବାରେ ସଫଳ ହୋଇପାରିଥିବା ‘ସକାଳ’ ଖବରକାଗଜର ଏହି ବିତର୍କ ପ୍ରତିଯୋଗିତା ସାଧାରଣରେ ପ୍ରଶଂସାର ପାତ୍ର ହୋଇଛି ।

ବରିଷ୍ଠ ବିଭାଗରେ ଜଗତସିଂହପୁରର ଲିସା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନୟାଗଡ଼ର ସାଗର ବେହେରା ଓ କଟକର ଓମ୍‌ପ୍ରକାଶ ପଣ୍ଡା କ୍ରମାଗତ ଭାବେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି କନିଷ୍ଠ ବିଭାଗରେ ବଲାଙ୍ଗିରର ବିନ୍ଦ୍ୟା ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଢେଙ୍କାନାଳର ଶୀଳାଦିତ୍ୟ ପତି ୨ୟ ଓ ଗଜପତିର ସୁଶୋଭନ୍‌ ପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ ।

ବରିଷ୍ଠ ବିଭାଗରେ ପ୍ରଥମ ହୋଇଥିବା ଲିସା ପ୍ରିୟଦର୍ଶିନୀ କହିଛନ୍ତି ଯେ ଆଧୁନିକତା ମାନବ ଜୀବନକୁ ସରଳ କରିଛି । ଅନ୍ୱେଷଣ ହିଁ ଆଧୁନିକତାର ଜନନୀ । ଆଧୁନିକ ପ୍ରଣାଳୀ ବିଜ୍ଞାନର ପ୍ରଗତିରୁ ଜନ୍ମ ନେଇଛି । ଗତ ୨ ବର୍ଷ ଧରି ମହାମାରୀ ସମୟରେ ଶିକ୍ଷାଦାନ ଏକ ପ୍ରମୁଖ ଆହ୍ୱାନ ଭାବେ ଠିଆ ହୋଇଥିଲା । ମାତ୍ର ଏହି ଜଟିଳ ସମୟରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଅନଲାଇନ୍‌ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ପାଇଁ ବରଦାନ ସଦୃଶ୍ୟ ଥିଲା । କେବଳ ସେତିକି ନୁହେଁ, ମଧୁ ଓ ଦୀକ୍ଷା ଭଳି ଶିକ୍ଷାଗତ ଆପ୍‌ ଛୋଟ ପିଲାଙ୍କ ପାଠପଢ଼ା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପ୍ଲାଟ୍‌ଫର୍ମର ମାନ୍ୟତା ପାଇଛି । ଯଦି ଆଧୁନିକତା ନଥାନ୍ତେ ତେବେ, ଗରିବ ଛାତ୍ରଛାତ୍ରୀମାନେ ୟୁଟ୍ୟୁବ୍‌ରେ ମାଗଣା ଉଚ୍ଚଶିକ୍ଷା କୋଚିଂ ପାଇବାରୁ ବଞ୍ଚିତ ହୋଇଥାଆନ୍ତେ । ୟୁଟ୍ୟୁବ୍‌ରୁ ପାଠପଢ଼ି ପିଲାମାନେ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଉଛନ୍ତି ।

ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ କନିଷ୍ଠ ବିଭାଗରେ ଅବସରପ୍ରାପ୍ତ ପ୍ରମୁଖ ଆୟକର କମିଶନର ଶରତ ଦାଶ, ଗାନ୍ଧିବାଦୀ ପ୍ରହ୍ଲାଦ ସିଂହ, ସନାତନ ହରିଚନ୍ଦନ ମହାବିଦ୍ୟାଳୟର ଅଧ୍ୟାପିକା ହିମାଂଶୁବାଳା ସାସମଲ ବିଚାରକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ସେହିଭଳି ବରିଷ୍ଠ ବିଭାଗରେ ରମାଦେବୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସଚିନ୍ଦ୍ର ରାଉଳ, ରମାଦେବୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ମାନସ ବେହେରା ଓ ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି ପ୍ରମୁଖ ବିଚାରକ ଭାବେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସକାଳର ସିଇଓ ସୁବ୍ରତ ଦାସ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାଶ, ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ, ବ୍ୟୁରୋ ମୁଖ୍ୟ ରଣଜିତ୍‌ ମହାନ୍ତି, ନ୍ୟୁଜ୍‌ କୋଡିନେଟର୍‌ ସନ୍ତୋଷ ସାହୁ, ପ୍ରସାର ପ୍ରବନ୍ଧକ ବିଜୟ ଦାଶ ଓ ବରିଷ୍ଠ ସହ ସମ୍ପାଦକ ସଞ୍ଜୟ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

‘ସକାଳ’-‘ନନ୍ଦିଘୋଷ’ ଟିଭିର ବୁଥ୍‌ ବାହୁଡ଼ା ସର୍ଭେ : ବିଜେଡି ହାତରେ ସବୁ ଜିଲ୍ଲା ପରିଷଦ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ବି ରାଜ୍ୟରେ ‘ନବୀନ’ ଲହର। ଏହି ଲହର ବିଫଳ କରିଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ମୋହର ମାରିଛନ୍ତି ରାଜ୍ୟବାସୀ। ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟର ଜନସାଧାରଣ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚଣ୍ଡ ଆଶୀର୍ବାଦ। ପରିଣତିସ୍ୱରୂପ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଦିଶାରେ ଅଗ୍ରସର ହୋଇଛି ବିଜେଡି। ସମସ୍ତ ୩୦ଟି ଜିଲ୍ଲାରେ ବିଜେଡି ଏକତରଫା ବିଜୟ ହାସଲ ସହ ଜିଲ୍ଲା ପରିଷଦ ଗଠନ ଲାଗି ସମ୍ଭାବନା ସୃଷ୍ଟି କରିଛି। ପୂର୍ବର ସମସ୍ତ ନିର୍ବାଚନର ଭୋଟହାରଠାରୁ ଚଳିତ ପଞ୍ଚାୟତ ନିର୍ବାଚନରେ କେବଳ ଅଧିକ ନୁହେଁ; ୨୦୧୭ ନୁହେଁ, ୨୦୧୨ ନିର୍ବାଚନ ଫଳଠାରୁ ବି ଯଥେଷ୍ଟ ଅଧିକ ଆସନ ପାଇବ ବୋଲି ଆକଳନ କରାଯାଇଛି।

ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କ ବିଶ୍ୱାସ ଓ ଆସ୍ଥା ବିଜୁ ଜନତା ଦଳକୁ ବିପୁଳ ସଫଳତା ଦେଇଛି। ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହେବାରେ ସଫଳ ହୋଇପାରି ନାହାନ୍ତି। ଗତ ପଞ୍ଚାୟତ ନିର୍ବାଚନ ତୁଳନାରେ ବିଜେପି ପ୍ରଦର୍ଶନ ଅତ୍ୟନ୍ତ ନକରାତ୍ମକ ରହିଛି ଏବଂ କଂଗ୍ରେସ ପ୍ରଦର୍ଶନ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିବାର ସମ୍ଭାବନା ରହିଛି। ‘ସକାଳ’ ଓ ‘ନନ୍ଦିଘୋଷ’ ପକ୍ଷରୁ କରାଯାଇଥିବା ‘ବୁଥ୍‍ ବାହୁଡ଼ା ସର୍ଭେ’ରୁ ମିଳିଛି ଏପରି ଚମକେଇଦେବା ପରି ତଥ୍ୟ। ରାଜ୍ୟର ୩୦ ଜିଲ୍ଲାର ୮୫୨ ଜିଲ୍ଲା ପରିଷଦ ଜୋନ୍‍ରେ ଅନୁଷ୍ଠିତ ସର୍ଭେ ଫଳାଫଳ ଅନୁସାରେ ନିର୍ବାଚନ ଅନୁଷ୍ଠିତ ୮୫୨ ଆସନ ମଧ୍ୟରୁ ବିଜେଡି ସପକ୍ଷରେ ୬୫୩ ଓ ବିଜେପି ସପକ୍ଷରେ ୭୨ଟି ଆସନ ଯିବାର ସମ୍ଭାବନା ରହିଛି। ସେହିପରି କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ବାମଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ୪୧ଟି ଆସନରେ ବିଜୟଲାଭ କରିପାରନ୍ତି।

ତେବେ ୩୦ଟି ଜିଲ୍ଲାର ୮୬ଟି ଜିଲ୍ଲା ପରିଷଦ ଜୋନ୍‍ରେ ବିଜେଡ଼ି କେଉଁଠି ବିଜେପି ସହ, କେଉଁଠି କଂଗ୍ରେସ ସହ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛି। ଏହି ଆସନଗୁଡ଼ିକରେ କିଏ ବିଜୟୀ ହେବ ତାହା ଭୋଟ ଗଣତି ପରେ ସ୍ପଷ୍ଟ ହେବ। ତଥାପି ଏହି ୮୬ ଆସନରୁ ବିଜେଡି ଖାତାକୁ ୪୦ରୁ ୫୦ଟି ପର୍ଯ୍ୟନ୍ତ ଆସନ ଆସିପାରେ। ଏହି ଆକଳନ ଅନୁସାରେ ବିଜେଡି ଚଳିତ ନିର୍ବାଚନରେ ୭୦୦ ଆସନ ଅତିକ୍ରମ କରିପାରେ ବୋଲି କୁହାଯାଉଛି। ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଧର୍ା, ନୟାଗଡ଼଼, କଟକ ଆଦି ଜିଲ୍ଲାଗୁଡ଼ିକରେ ବିଜେଡି ସମ୍ପୂର୍ଣ୍ଣ ଏକତରଫା ବିଜୟ ଲାଭ କରିବ। ସବୁଠାରୁ କୌତୂହଳର ବିଷୟ ହେଉଛି ବିଜେପି ସାଂସଦ ଓ ବିଧାୟକ ଥିବା ନିର୍ବାଚନ କ୍ଷେତ୍ରଗୁଡ଼ିକରେ ମଧ୍ୟ ଦଳ ବେଶ୍‍ ସଫଳତା ପାଇବାର ସମ୍ଭାବନା ସୃଷ୍ଟି କରିଛି।

୨୦୧୨ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡ଼ି ୬୫୧ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୧୨୮ଟି ଓ ବିଜେପିକୁ ମାତ୍ର ୩୦ଟି ଆସନ ମିଳିଥିଲା। ମାତ୍ର ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ମିଳିଥିଲା ଆକସ୍ମିକ ସଫଳତା। ବିଜେଡି ହାତରୁ ୮ଟି ଜିଲ୍ଲା ପରିଷଦ ବିଜେପି ଛଡ଼େଇ ନେଇଥିଲା। ମାଲକାନଗିରି, ବରଗଡ଼଼, ସମ୍ବଲପୁର, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ଦେବଗଡ଼଼ ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଏକତରଫା ବିଜୟୀ ହେବା ସହ ପରିଷଦ ଗଠନ କରିବାକୁ ସକ୍ଷମ ହୋଇଥିଲା। ରାଜ୍ୟର ସରକାରୀ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବାରେ ବିଜେଡିର ତୃଣମୂଳସ୍ତରର କର୍ମୀ ବିଫଳ ହେବା ଏବଂ କଂଗ୍ରେସ ଭୋଟର ବିଭକ୍ତିକରଣ ବିଜେପିକୁ ଫାଇଦା ଦେଇଥିଲା। ମାତ୍ର ଚଳିତ ନିର୍ବାଚନରେ ୧୦ ଜିଲ୍ଲାରେ ବିଜେପି ଖାତା ଖୋଲିପାରିବା ସ୍ଥିତିରେ ନାହିଁ।

ଅବଶିଷ୍ଟ ୨୦ ଜିଲ୍ଲାରେ ଦଳର ଆସନ ସଂଖ୍ୟା ଦୁଇ ଅଙ୍କ ଅତିକ୍ରମ କରିପାରିବ ନାହିଁ ବୋଲି ସର୍ଭେରୁ ସୂଚନା ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ଆସନ ସଂଖ୍ୟା ଚଳିତ ନିର୍ବାଚନରେ ସର୍ବନିମ୍ନସ୍ତରରେ ପହଞ୍ଚିବା ଆକଳନ କରାଯାଇଛି। ଦଳ ଅର୍ଦ୍ଧାଧିକ ଜିଲ୍ଲାରେ ଖାତା ଖୋଲି ପାରିବ ନାହିଁ ଓ ଗତ ୨୦୧୭ ଫଳାଫଳଠାରୁ ମଧ୍ୟ ଆହୁରି ଖରାପ ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଛି। ମାତ୍ର ୨୦୧୭ ପଞ୍ଚାୟତ ପରାଜୟରୁ ବିଜେଡି ଯେଉଁ ଶିକ୍ଷା ଗ୍ରହଣ କରିଥିଲା ତାହା ୨୦୧୯ ବିଧାନସଭା ଓ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିଥିଲା। ବିଫଳତାରେ ବିମର୍ଷ ନ ହୋଇ, ପରାଜୟର ଆତ୍ମସମୀକ୍ଷା କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହାର ସୁଫଳ ଏବେ ଦଳ ପାଇଛି।

ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଣବପ୍ରକାଶ ଦାସ ଦଳକୁ ବିଭିନ୍ନ ଜିଲ୍ଲାରେ ତୃଣମୂଳସ୍ତରରେ ସଙ୍ଗଠିତ କରିଥିବା ଉଦ୍ୟମର ଫଳ ଏବେ ଦେଖିବାକୁ ମିଳିଛି। ବିଶେଷ ଭାରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବିଜେଡି ଯେଉଁ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିଥିଲା, ସେହି ଜିଲ୍ଲାଗୁଡ଼ିକରେ ଦଳକୁ ଲୋକମାନେ ବେଶୀ ଆଶୀର୍ବାଦ ଦେଇଛନ୍ତି। ବରଗଡ଼଼, ବଲାଙ୍ଗିର, ଦେବଗଡ଼଼, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଆଦି ଜିଲ୍ଲାରେ ଦଳର ପ୍ରଦର୍ଶନ ବେଶ୍‍ ଭଲ ରହିଛି।