Sakala Newspaper - The Sakala

'ସାମ୍ବାଦିକ ଜନ ସମସ୍ୟାକୁ ପ୍ରାଥମିକତା ଦିଅନ୍ତୁ': ‘ସକାଳ’ ଜୟପୁର ସଂସ୍କରଣର ବନ୍ଧୁମିଳନରେ ଅଧ୍ୟକ୍ଷ ମାନସଙ୍କ ଆହ୍ବାନ
କୋରାପୁଟ: ନନ୍ଦପୁର ବ୍ଲକ୍‌ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଛି ‘ସକାଳ’ ଜୟପୁର ସଂସ୍କରଣର ବନ୍ଧୁମିଳନ କାର୍ଯ୍ୟକ୍ରମ। ସଂସ୍କରଣ ମୁଖ୍ୟ ରାକେଶ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗ ଦେଇ ଜନ ସମସ୍ୟା ସମ୍ବଳିତ ତଥ୍ୟ ଭିତ୍ତିକ ଖବରକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଲୋକଙ୍କ ନିକଟରେ ସୁସ୍ଥ ଓ ନିରପେକ୍ଷ ଖବର ପହଞ୍ଚାଇବା ପାଇଁ  ୫ ବର୍ଷ  ପୂର୍ବେ  ଆରମ୍ଭ ହୋଇଥିଲା ‘ସକାଳ’ର ଜୟପୁର ସଂସ୍କରଣ। ଯେଉଁ ଲକ୍ଷ୍ୟ ନେଇ ସେତେବେଳେ ଜୟପୁର ସଂସ୍କରଣ ଆରମ୍ଭ କରାଯାଇଥିଲା, ତାହା ଆଜି ସଫଳ ହୋଇଛି । ମିଛ ଓ ପ୍ରୋପାଗଣ୍ଡାମୂଳକ ଖବର ଠାରୁ ଦୂରେଇ ରହି ସତ୍ୟ ଓ ସାମୂହିକ ସମସ୍ୟା ଭିତ୍ତିକ ଖବର ପ୍ରସାରଣ ପାଇଁ ‘ସକାଳ’ ପ୍ରତିନିଧି ମାନଙ୍କୁ ଶ୍ରୀ ମଙ୍ଗରାଜ ପରାମର୍ଶ ଦେଇଛନ୍ତି। ଏହା ସହ ଆଗାମୀ ଦିନରେ ‘ସକାଳ’ ଖବରକାଗଜ ଯେଭଳି ଅଧିକ ଲୋକପ୍ରିୟ ହେବ ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ପ୍ରତିନିଧି ମାନଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ନିମନ୍ତେ ଉତ୍ତରୀୟ ଓ ପ୍ରଶଂସାପତ୍ର ପ୍ରଦାନ କରି ଶ୍ରୀ ମଙ୍ଗରାଜ ସମ୍ମାନିତ କରିଛନ୍ତି।। ‘ସକାଳ’ ମୁଖ୍ୟ କାର୍ଯ୍ୟ ନିର୍ବାହୀ  ସୁବ୍ରତ ଦାସ  ନିଜ ଅଭିଭାଷଣରେ ସମର୍ପିତ କାର୍ଯ୍ୟ ପାଇଁ ଜୟପୁର ସଂସ୍କରଣରେ କାର୍ଯ୍ୟରତ ସମସ୍ତ ସହଯୋଗୀଙ୍କୁ ପ୍ରଶଂସା  କରିଛନ୍ତି। କାର୍ଯ୍ୟକ୍ରମରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଜିଲ୍ଲା ଓ ବ୍ଲକ୍‌ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଦୈନିକ ଖବରକାଗଜ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ଅନୁଷ୍ଠିତ ହେବ ମିନି ମାରାଥନ, ଆପଣ ବି ହୁଅନ୍ତୁ ସାମିଲ…
ଭୁବନେଶ୍ୱର: ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ଆସନ୍ତାକାଲି(ଡିସେମ୍ବର ୧) ଏକ ମିନି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମିନି ମାରାଥନ ଡିସେମ୍ବର ୧ (ସୋମବାର)ରେ ଏକାସଙ୍ଗେ ରାଜ୍ୟର ୫ଟି ସହରରେ ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ସମ୍ବଲପୁର, ଜୟପୁର ଓ ରାଉରକେଲାରେ ଏହି ମିନି ମାରାଥନ ଆୟୋଜିତ ହେବ।

ପାଠକଙ୍କ ପ୍ରିୟ ବହୁଳ ପ୍ରସାରିତ ‘ସକାଳ’ର ସ୍ୱନକ୍ଷତ୍ର ଅବସରରେ ଜନ ସଚେତନତା ସୃଷ୍ଟି ପାଇଁ ଏ ମାରାଥନ ଦୌଡ଼ ଆୟୋଜନ କରାଯାଉଛି । ପାଦରେ ପାଦ ମିଶାଇ ଧାଇଁବ ସାରା ଓଡ଼ିଶା । ୧ ଡିସେମ୍ବର(ସୋମବାର) ସକାଳ ୬ଟାରେ ମିନି ମାରାଥନ ଆରମ୍ଭ ହେବ । ସକାଳ ୫.୩୦ରେ ଏଥିପାଇଁ ଆରମ୍ଭ ହେବ ପଞ୍ଜିକରଣ ।

ଏହି ମାରାଥନର ଗତ ଚାରୋଟି ସିଜନରେ ବିଭିନ୍ନ ବୟସବର୍ଗର ସହସ୍ରାଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଏହାକୁ ସଫଳ ମଣ୍ଡିତ କରିଥିଲେ। ଚଳିତ ବର୍ଷ ମଧ୍ୟ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମିନି ମାରାଥନକୁ ଆହୁରି ଉତ୍କଣ୍ଠା ଓ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ କରିବାକୁ ‘ସକାଳ’ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି।

ଦୈନିକ 'ସକାଳ'ର ପଞ୍ଚମ ସ୍ଵନକ୍ଷତ୍ର ଉପଲକ୍ଷେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା ୨୦୨୫
କ୍ରମାଙ୍କ

ଜିଲ୍ଲା

ସ୍ଥାନ

ସମୟ

୧

ଅନୁଗୋଳ

ରୋଟାରୀ ପବ୍ଲିକ ସ୍କୁଲ

ସକାଳ ୮ଟା

୨

ନବରଙ୍ଗପୁର

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆଁଗଡ, ମିର୍ଗ।ନ୍ ଗୁଡା, ନନ୍ଦାହାଣ୍ଡି ବ୍ଲକ୍

୩

କଳାହାଣ୍ଡି

ପି.ଏମ୍ ଶ୍ରୀ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା

୪

ରାୟଗଡା

ସେଞ୍ଚୁରୀୟନ ପବ୍ଲିକ ସ୍କୁଲ, ରିଙ୍ଗ ରୋଡ, ୟୁଜିଏମଆଇଟି କଲେଜ ପାଖରେ

ସକାଳ ୧୦ଟା

୫

ଢେଙ୍କାନାଳ

ସିନର୍ଜି ଇଞ୍ଜନିରିଂ ବୈଷିକ ମହାବିଦ୍ୟାଳୟ

୬

ସମ୍ୱଲପୁର

ଗୁରୁନାନକ ପବ୍ଲିକ ସ୍କୁଲ, ସମ୍ୱଲପୁର

୭

ଗଜପତି

ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି

୮

ନୟାଗଡ଼

ସାମ୍ବାଦିକ ଭବନ, ନୟାଗଡ଼

୯

ପୁରୀ

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର

୧୦

ଖୋର୍ଦ୍ଧା

ସିଗମା ପବ୍ଲିକ ସ୍କୁଲ, ଖୋର୍ଦ୍ଧା

୧୧

ବରଗଡ଼

ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ବରଗଡ଼

ସକାଳ ୧୦ଟା

୧୨

କେନ୍ଦ୍ରାପଡା

ସେଣ୍ଟ ଜାଭିୟର ହାଇସ୍କୁଲ, ଗୋପ

୧୩

ଦେବଗଡ଼

ଅପ୍ରାଇଜ ଏଜୁକେଶନାଲ ଇନ୍ଷ୍ଟିଚ୍ୟୁଟ, ପୁରୁଣାଗଡ଼

୧୪

ମାଲକାନଗିରି

ମାଲକାନଗିରି ମହାବିଦ୍ୟାଳୟ

୧୫

କଟକ

ସାରଳା ଭବନ, ବିଜୁ ପଟ୍ଟନାୟକ ଛକ, ତୁଳସିପୁର

୧୬

ବଲାଙ୍ଗିର

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗାନ୍ଧୀନଗରପଡ଼ା, ବଲାଙ୍ଗିର

ସକାଳ ୧୦ଟା

୧୭

ନୂଆପଡା

ନ୍ୟାସନାଲ ହାଇସ୍କୁଲ, ନୂଆପଡା

୧୮

ଭଦ୍ରକ

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟ (ପୁରୁଣା ସରକାରୀ ବାଳିକା ବିଦ୍ୟାଳୟ)

୧୯

ଯାଜପୁର

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁର

୨୦

କୋରାପୁଟ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗର ପାରାବେଢା, ଜୟପୁର

୨୧

ଗଞ୍ଜାମ

ସହିଦ ଲକ୍ଷ୍ମଣ ନାୟକ ହାଇସ୍କୁଲ କୋର୍ଟପେଟା, ବ୍ରହ୍ମପୁର

୨୨

ମୟୂରଭଞ୍ଜ

ସାଇଆଦର୍ଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ରଘୁନାଥପୁର ବାରିପଦା

ସକାଳ ୯.୩୦

୨୩

ଝାରସୁଗୁଡା

PKSS କଲେଜ, ଝାରସୁଗୁଡା

ସକାଳ ୧୦ ଟା

୨୪

ବୌଦ୍ଧ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ

୨୫

ଜଗତସିଂହପୁର

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର

୨୬

କନ୍ଧମାଳ

ଡିଆଇପିଆରଓ କନଫରେନ୍ସ ହଲ, ଫୁଲବାଣୀ, କନ୍ଧମାଳ

୨୭

ବାଲେଶ୍ୱର

ସକାଳ-ନନ୍ଦିଘୋଷ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ପଢୁଆଁପଦା, ପ୍ରୁଫ ରୋଡ

୨୮

ଭୁବନେଶ୍ୱର

ଡ଼ିଏଭି ପବ୍ଲିକ ସ୍କୁଲ, ୟୁନିଟ୍-୮, ଭୁବନେଶ୍ୱର

୨୯

ଗଞ୍ଜାମ

ସହିଦ ଲକ୍ଷ୍ମଣ ନାୟକ ହାଇସ୍କୁଲ କୋର୍ଟପେଟା, ବ୍ରହ୍ମପୁର

୩୦

କେନ୍ଦୁଝର

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବଣିଆପାଟ, କେନ୍ଦୁଝର (ଲର୍ଡ଼ ଜଗନ୍ନାଥ ସାଇନ୍ସ କଲେଜ ସମ୍ମୁଖ, କଲେଜ ରୋଡ଼)

୩୧

ରାଉରକେଲା

ରାଉରକେଲା ମୁନିସିପାଲ ମହାବିଦ୍ୟାଳୟର ଅଡିଟୋରିୟମ୍, ଉଦିତନଗର, ରାଉରକେଲା -୭୬୯୦୦୭

ବଦଳୁଛି ଦିଲ୍ଲୀ ରାଜନୀତି
ବହୁ ଆଶା ଓ ସମ୍ଭାବନାର ପ୍ରତିଶ୍ରୁତି ବହନ କରି ରାଜଧାନୀ ସହର ଦିଲ୍ଲୀକୁ କେନ୍ଦ୍ରଶାସିତ ଅଞ୍ଚଳରୁ ରାଜ୍ୟପାହ୍ୟାକୁ ଉନ୍ନୀତ କରାଯାଇଥିଲା। ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ ଯେଉଁ ଆଖିଝଲସା ଚିତ୍ରପଟ ଏବେ ମଧ୍ୟ ଜନମାନସରେ ରହିଛି, ତାହାକୁ କେହି ଅତିକ୍ରମ କରିପାରିନାହାନ୍ତି। ଆନ୍ନା ହଜାରେଙ୍କ ନେତୃତ୍ୱରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ଅନ୍ୟତମ ଅଗ୍ରଣୀ ସାରଥି ରୂପେ ଅରବିନ୍ଦ କେଜ୍ରିୱାଲଙ୍କ ରାଜନୀତିରେ ଅଭ୍ୟୁଦୟ ଘଟିଲା। ସେହି ଗୋଟିଏ ବିଚାର ଓ ରାଜନୀତିର ପୃଷ୍ଠଭାଗରେ ଥିଲେ ନରେନ୍ଦ୍ର ମୋଦୀ ଓ କେଜ୍ରିୱାଲ। ୨୦୧୪ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିରେ ପ୍ରଦାର୍ପଣ କରି ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଓ କେଜ୍ରିୱାଲ ବର୍ଷକପୂବରୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇ ସଂଖ୍ୟାଗରିଷ୍ଠତା ହାସଲ ନ କଲେ ମଧ୍ୟ ସୀମିତ ସମୟ ପାଇଁ ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ। କ୍ରମାଗତ ଦୁଇଟି ନିର୍ବାଚନରେ ସେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ମୋଦୀଙ୍କ ନାକ ତଳେ କ୍ଷମତା ଜାହିର କଲେ। କ୍ଷମତାର ମହତାକାଂକ୍ଷା ଓ ଜାତୀୟ ନେତୃତ୍ୱ ପ୍ରତି ଆହ୍ୱାନ ସୃଷ୍ଟି କରି କେଜ୍ରିୱାଲ ନିଜ ଗୋଡ଼ରେ କେବଳ କୁରାଢ଼ି ମାରିନାହାନ୍ତି, ଦିଲ୍ଲୀର ବିକାଶ ପ୍ରକ୍ରିୟାରେ ବାଧକ ହୋଇଛନ୍ତି। ଅସଲ କ୍ଷମତାର ଚାବିକାଠି ଦିଲ୍ଲୀ ଉପରାଜ୍ୟପାଳ (ଏଲଜି)ଙ୍କ ହାତରେ ରହିଥିବା ବେଳେ ନିର୍ବାଚିତ ରାଜ୍ୟ ସରକାର ତାଙ୍କ ବିନା ଅନୁମତିରେ କୌଣସି ନିଷ୍ପତ୍ତି ନେବାକୁ ଅସମର୍ଥ ହୋଇପଡ଼ିଛି। ଏସବୁ ସତ୍ତ୍ବେ କ୍ଷମତା ହାସଲ ସକାଶେ ଚଳିତ ନିର୍ବାଚନରେ ଆପ୍‌‌ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ଯେକୌଣସି ପ୍ରକାରେ କେଜ୍ରିୱାଲଙ୍କୁ କ୍ଷମତାରୁ ହଟାଇବା ପାଇଁ ବିଜେପି ସମସ୍ତ କଳ ବଳ ଓ କୌଶଳ ପ୍ରୟୋଗ କରୁଛି।

ଦୀର୍ଘ ୨୭ ବର୍ଷ ଧରି ଦିଲ୍ଲୀ ବିଧାନସଭା କ୍ଷମତା ରାଜନୀତିକୁ ବିଜେପି ଫେରି ନ ପାରିବାର କ୍ଷୋଭ ଓ ଅନୁଶୋଚନାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ନିଜେ ମୋଦୀ ହିଁ ପ୍ରଚାରର ନେତୃତ୍ୱ ନେଇଛନ୍ତି। କ୍ରମାଗତ ଭାବେ ତୃତୀୟଥର ସକାଶେ ଦିଲ୍ଲୀର ୭ଟି ଲୋକସଭା ଆସନରୁ ବିଜେପି ବିଜୟୀ ହେଉଥିଲେ ହେଁ ବିଧାନସଭା ନିର୍ବାଚନରେ କାହିଁକି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି? ଏହା ସ୍ପଷ୍ଟ ଯେ କେଜ୍ରିୱାଲଙ୍କ ବଳିଷ୍ଠ ନେତୃତ୍ୱ ଓ ବ୍ୟକ୍ତିତ୍ୱର ସମକକ୍ଷ ନେତା ଉଭୟ ବିଜେପି ଓ କଂଗ୍ରେସରେ ନାହାନ୍ତି। ତେଣୁ ବିଜେପି ପକ୍ଷରୁ ନେତୃତ୍ୱର ମଙ୍ଗ ଧରିଛନ୍ତି ମୋଦୀ ନିଜେ। ଦଳ ଜିତିଗଲେ ସେ ତ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, ତେବେ ଆଉ ଯିଏ ହେବ ତାଙ୍କ ଅପେକ୍ଷା କେଜ୍ରିୱାଲ ଭଲ। ଏଭଳି ଏକ ମାନସିକତା ମଧ୍ୟରେ ଦିଲ୍ଲୀବାସୀ ଆଉ ତିନିସପ୍ତାହ ପରେ ମତଦାନ କରିବେ। ମଦ ଦୁର୍ନୀତି ଓ ମୁଖ୍ୟମନ୍ତ୍ରୀଙ୍କ ବିଳାସପୂର୍ଣ୍ଣ ବାସଗୃହ ପ୍ରସଙ୍ଗ କେଜ୍ରିୱାଲଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଛି। ସେ ସାଧାରଣରେ ଆଜି ଯାଏଁ ନିଜକୁ ଯାହା ପ୍ରଦର୍ଶନ କରିଆସିଛନ୍ତି, ସତରେ ସେ କ’ଣ ତାହା? ଏଭଳି ଏକାଧିକ ପ୍ରଶ୍ନ ଦିଲ୍ଲୀ ଭୋଟରଙ୍କ ମନରେ ଉଙ୍କି ମାରୁଛି। ଶକ୍ତି, ସାମର୍ଥ୍ୟ ଓ ସମ୍ବଳ ଦୃଷ୍ଟିରୁ ବିଜେପି ଯଥେଷ୍ଟ ଆଗରେ ଥିବା ବେଳେ କ୍ଷମତା ବିରୋଧରେ ମୁଣ୍ଡ ଟେକୁଥିବା ଅସନ୍ତୋଷକୁ ପୁଞ୍ଜି କରି ନୂଆ ରଣକୌଶଳରେ ଦଳର ସମ୍ମିଳିତ ନେତୃତ୍ୱ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ରାଜଧାନୀର ରାଜରାସ୍ତା, ସ୍ୱରେଜ, ହସ୍ପିଟାଲ, ପାର୍କ ଓ ଖେଳପଡ଼ିଆରେ ପରିଲକ୍ଷିତ ଅବନତି, ଭୟଙ୍କର ଭାବେ ପ୍ରଦୂଷିତ ଯମୁନା ଜଳ ସର୍ବୋପରି ବିଷାକ୍ତ ଜଳବାୟୁ ଶ୍ୱାସରୁଦ୍ଧ ଦିଲ୍ଲୀବାସୀଙ୍କୁ ଯେ ଅତିଷ୍ଠ କରିଛି, ତାହା ଯେକେହି ସ୍ୱୀକାର କରିବ। ଏସବୁ ସତ୍ତ୍ବେ ଜଳ ଓ ବିଦ୍ୟୁତ ଶୁଳ୍କରେ ରିହାତି, ସରକାରୀ ବିଦ୍ୟାଳୟର ଉନ୍ନତି ଓ ମହଲ୍ଲା କ୍ଲିନିକ୍‌‌ରେ ଉପକୃତ ହେଉଥିବା ନିମ୍ନ ମଧ୍ୟବିତ୍ତ ଓ ଗରିବ ମତଦାତାଙ୍କୁ ପ୍ରଭାବିତ କରିବା ନିଶ୍ଚୟ କଷ୍ଟକର ହେବ ବିଜେପିକୁ। ଏହି ଦିଲ୍ଲୀ ମଡେଲ ଦେଶର ଅନ୍ୟରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ଓ ଉଦ୍‌‌ବେଗର କାରଣ ହୋଇଛି। ଆପ୍‌‌ ପଞ୍ଜାବରେ ଏହାକୁ ପ୍ରଦର୍ଶନ କରି କ୍ଷମତାସୀନ ହୋଇଥିବା ବେଳେ ଗୁଜରାଟ ଓ ହରିଆଣାରେ ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିବାକୁ ଅଣ୍ଟାଭିଡ଼ିଛି।

ଏଠାରେ ପ୍ରଶ୍ନ ଉଠୁଛିଯେ ସତରେ କେଜ୍ରିୱାଲ ମୋଦୀଙ୍କ ପାଇଁ ବିପଦ କି? ତେବେ କାହିଁକି ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇନଥିବା ଦିଲ୍ଲୀ ବିଧାନସଭାରେ ନିର୍ବାଚନକୁ ମୋଦୀ ଏତେ ଗୁରୁତ୍ୱ ଦେଉଛନ୍ତି? ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ତିନିଜଣ ମନ୍ତ୍ରୀଙ୍କୁ ଦୀର୍ଘଦିନ ଧରି ଜେଲ୍‌‌ରେ ଅଟକ ରଖି ସାଧାରଣରେ ନିନ୍ଦିତ କରିବା ଏବଂ ଆଇନରେ ଆବଶ୍ୟକ ସଂଶୋଧନ ଆଣି ସରକାରଙ୍କ କ୍ଷମତା ସଂକୋଚନ ଭଳି କଠୋର ଆଭିମୁଖ୍ୟ ଗ୍ରହଣ ସତ୍ତ୍ବେ ଚଳିତ ନିର୍ବାଚନ ରାଜନୀତିର ଗଣିତ ଏବେ ବି ଅସ୍ପଷ୍ଟ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ପ୍ରତି ଏବେ ମଧ୍ୟ ୬୦ ପ୍ରତିଶତ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଛି। ସେହି ତୁଳନାରେ କେଜ୍ରିୱାଲଙ୍କ ପ୍ରତି ସମର୍ଥନ ଦୁଇଅଙ୍କରେ ସୀମିତ। ତେବେ ଦିଲ୍ଲୀ କ୍ଷମତା କେନ୍ଦ୍ର ପାଇଁ ବିଧାନସଭାର ନିରଙ୍କୁଶ କ୍ଷମତା ଯେ ଅନ୍ୟ କୌଣସି ଦଳ ହାତରେ ରହୁ, ଏହା ନିଶ୍ଚୟ ଅସହ୍ୟ ହେବ। ବରଂ ଏହା କ୍ଷମତା କେନ୍ଦ୍ରର ଅପାରଗତାକୁ ପ୍ରଦର୍ଶନ କରୁଛି ବୋଲି କୁହାଯାଇପାରେ। ପ୍ରଚଳିତ ବ୍ୟବସ୍ଥାରେ କ୍ଷମତା ରାଜନୀତିର ଗତି ଓ ପ୍ରକୃତି ଯାହା, ଁ ସେଥିରେ ଥରେ କେଜ୍ରିୱାଲଙ୍କୁ ପରାଜିତ କଲେ ତାଙ୍କର କ୍ଷମତାକୁ ଫେରିବାର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଯିବ। ଯେତେଦୂର ମନେ ହୁଏ ମୋଦୀଙ୍କ ନେତୃତ୍ୱରେ ବିଜେପି ଏକ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି। ବିଭିନ୍ନ ଦଳରୁ ବିଜେପିକୁ ଆସିଥିବା ସମସ୍ତ ନେତାଙ୍କୁ ଓ କିଛି ପ୍ରଭାବୀ ସାଂସଦଙ୍କୁ ପ୍ରାର୍ଥୀ ତାଲିକାରେ ଦଳ ସ୍ଥାନ ଦେଇଛି। କିନ୍ତୁ ଏକଥା ସତ ଯେ ଦଳରେ କେଜ୍ରିୱାଲଙ୍କ ସମକକ୍ଷ ନେତାର ଅଭାବ ରହିଛି।

ଏଠାରେ ଲକ୍ଷ୍ୟ କରିବାର କଥା ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ବିରୋଧୀ ‘ଇଣ୍ଡି’ ମେଣ୍ଟରେ ଥିବା ବିଭେଦ ଓ ଫାଟକୁ ପଦାରେ ପକାଇଦେଇଛି। ଆପ୍‌‌ ବିରୋଧରେ କଂଗ୍ରେସ ନେତା ସଂଗଠିତ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବେଳେ କେଜ୍ରିୱାଲଙ୍କୁ ଖୋଲାଖୋଲି ସମର୍ଥନ ଦେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। ମେଣ୍ଟ ରାଜନୀତିରେ ଏହି ଦୁର୍ଭାଗ୍ୟଜନକ ପ୍ରତିଫଳନ ଜାତୀୟ ସ୍ତରରେ ସୃଷ୍ଟି ହୋଇଥିବା ଆସ୍ଥା ଓ ବିଶ୍ୱାସ ପ୍ରତି ନିଶ୍ଚୟ କୁଠାରଘାତ। ଯେତେଦୂର ମନେହୁଏ, କଂଗ୍ରେସ ପ୍ରତି ସହଯୋଗୀ ଆଞ୍ଚଳିକ ଦଳର ଆସ୍ଥା ଓ ବିଶ୍ୱାସ ତୁଟିବା ଆରମ୍ଭ କରିଛି। ‘ଇଣ୍ଡି’ ମେଣ୍ଟ କେବଳ ଲୋକସଭା ନିର୍ବାଚନକୁ ଆଖିରେ ରଖି ଗଠନ କରାଯାଇଥିବା ଉଲ୍ଲେଖ କରି କିଛି ସହଯୋଗୀଙ୍କ ତାଳିପକା ଉଦ୍ୟମରୁ ସେଭଳି କିଛି ସୁଫଳ ମିଳିବାର ଆଶା କମ୍‌‌। ବରଂ ବିଜେପି ବିରୋଧୀଙ୍କୁ ମୁକାବିଲା କରିବା ବିଜେପିକୁ ଆଗାମୀ ଦିନରେ ଅଧିକ ସହଜ ହେବ। ଏକଥା ସତ ଯେ ନିର୍ବାଚନରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବ। ଦଳର ଭୋଟହାର ବୃଦ୍ଧି ପାଇବାର ଅନୁମାନ କରାଯାଉଛି। ତେବେ କଂଗ୍ରେସ କେଉଁ ଦଳର ଭୋଟ କାଟିବ, ତାହାନେଇ ବିଶେଷଜ୍ଞ ମହଲ ନିରୁତ୍ତର। ଏଠାରେ ଏତିକି କୁହାଯାଇପାରେ କି ଆପ୍‌‌ ଓ ବିଜେପି ମଧ୍ୟରୁ ଯେଉଁ ଦଳର ଭୋଟ୍‌‌ କଂଗ୍ରେସ କାଟିବ ସେ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। ଶାସନ କ୍ଷମତାରେ କେଜ୍ରିୱାଲ୍‌‌ ରହିବେ କି ଯିବେ ତାହା ଭିନ୍ନ କଥା, କିନ୍ତୁ ବିରୋଧୀ ମେଣ୍ଟରେ ବିଭାଜନ ଯେ ଦଳ ପାଇଁ ନିଶ୍ଚୟ ଏକ ସ୍ୱତନ୍ତ୍ର ଅନୁଭବ ହେବ ଏହା ସ୍ୱୀକାର୍ଯ୍ୟ।

ପରଶମଣି
ଆମେ ଥାଉ ବେଲପାହାଡ଼ରେ। ନିକଟସ୍ଥ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପୁଅ ପଢ଼ୁଥାଏ ପ୍ରଥମ ଶ୍ରେଣୀରେ। କଲୋନୀ ଭିତରେ ପିଲାମାନେ ଚାରିଟା ବେଳେ ସାଙ୍ଗ ହୋଇ ଖେଳନ୍ତି। ସେଦିନ ସଞ୍ଜ ଦେବା ପୂର୍ବରୁ ପୁଅକୁ ଯାଇ ଡାକିଲା ବେଳକୁ ଦେଖିଲି, ଅନ୍ୟ କଲୋନୀରେ ରହୁଥିବା ତା’ର ସହପାଠୀଟିଏ ଆସିଥାଏ ଖେଳିବା ପାଇଁ। ତା’ ସହିତ କଥା ହେଉ ହେଉ ଗୋଟିଏ କଥା ମତେ ଚକିତ କଲା। ସେ କହିଲା, ଆମ ଶ୍ରେଣୀ ଆରମ୍ଭରେ ଆଗ ୟା’କୁ (ମୋ ପୁଅକୁ) ଶ୍ରେଣୀ ଶିକ୍ଷୟତ୍ରୀ ଗୋଟିଏ ଚଟକଣି ଦେଲା ପରେ ଯାଇ ପାଠ ପଢ଼଼ା ଆରମ୍ଭ ହୁଏ। ଏକଥା ଶୁଣି ମୋ ମାତୃତ୍ୱ ମତେ ଧିକ୍କାର କଲା। ସବୁଦିନ ପିଲାଙ୍କୁ ଆଣିଲା ପରେ ସ୍କୁଲର ସବୁକଥା ପଚାରି ବୁଝିବା ଥିଲା ମୋର ଗୋଟିଏ ନିତ୍ୟକର୍ମ। ତେବେ ପୁଅ ମତେ ଏତେ ବଡ଼ କଥାଟିଏ ଲୁଚାଇଛି କିପରି! ମନ କଥା ମନରେ ରଖି ପୁଅର ହାତ ଧରି ଫେରିଲି। ବାରମ୍ୱାର ଆଖିରେ ଲୁହ ଜକେଇ ଆସୁଥାଏ। ତାହା ଲୁଚେଇ ସନ୍ଧ୍ୟା ଦେଲି। ପୁଅ ସହିତ ମିଶି ପ୍ରାର୍ଥନା କଲି। ତା’ ପରେ ଖୁବ୍‌‌ ସ୍ନେହଭରେ ପଚାରିଲି, ‘କ’ଣ ହୋଇଛି’ ବୋଲି। ବେଶ୍‌‌ ନିରୀହ ଭାବେ ପୁଅ ମୋର କହିଲା, ‘ମାଆ, ଏଇ ଯୋଉ ପାଠଗୁଡ଼ା ଆମ ଶ୍ରେଣୀରେ ପଢ଼଼ା ହେଉଛି, ତା’କୁ ତମେ ମତେ ଆଗରୁ ପଢ଼େଇ ଦେଇଛ। ସେଦିନ ଶ୍ରେଣୀରେ ଆମ ମିସ୍‌‌ ପଢ଼େଇଲା ବେଳେ ଗୋଟିଏ ପ୍ରଶ୍ନ ପଚାରିଲେ। ମୁଁ ଜାଣିଥିଲି, ତେଣୁ ଉତ୍ତର ଦେଇଦେଲି। ଅନ୍ୟମାନେ ହାତ ଟେକିଛନ୍ତି, ତୁ କାଇଁ ନ ପଚାରିବା ପୂର୍ବରୁ ଉତ୍ତର ଦେଇ ଦେଲୁ କହି ମିସ୍‌‌ ମତେ ମାରିଲେ। ମତେ ବହୁତ୍‌‌ ଖରାପ ଲାଗିଲା। ତା’ ପରଠାରୁ ସେ ଆଉ ଯାହା ପଚାରିଲେ ମୁଁ ତାଙ୍କୁ କିଛି କହୁନି।’ ‘ହେଲେ ବାବା ଏ କଥା ତୁ ମତେ ଆଗରୁ କହିନୁ କାହିଁକି?’ ବିକଳ ହୋଇ ମୁଁ ପଚାରିଲି। ‘ମା’ ତୁମେ ସବୁବେଳେ କୁହ ଯେ ବଡ଼ମାନଙ୍କର ଭୁଲ ଦେଖନ୍ତି ନାହିଁ। ମୁଁ ଭାବିଲି ମୁଁ ଯଦି ମିସ୍‌‌ଙ୍କ କଥା କହିବି ତୁମେ ମତେ ରାଗିବ…।’ ନିଷ୍କପଟ ହୋଇ ପୁଅ କହିଲା। ଭାବିଲି ଯାଇ ଶିକ୍ଷୟିତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇବି। ୟା’ଙ୍କ ସହିତ ଯେତେବେଳେ କଥା ହେଲି ଇଏ କହିଲେ, ‘ଏଇ ଗୋଟେ କଥା ନେଇ ତୁ ଅଭିଯୋଗ କରିବାକୁ ଯିବୁ! ମତେ କାଇଁ ଠିକ୍‌‌ ଲାଗୁନି।’ କିନ୍ତୁ ମୁଁ ଜାଣିଥିଲି କଥାଟି ଯେତିକି ଛୋଟ ମନେ ହେଉଛି ସେତେ ଛୋଟ ନୁହେଁ। ପୁଅର କୋମଳ ମନରେ ତାହା ଯେ ଗଭୀର ଛାପ ଛାଡ଼ିଯିବ, ଏଥିରେ ସନ୍ଦେହ ନାହିଁ। ମୁଁ ସ୍କୁଲ ପ୍ରିନ୍ସିପାଲଙ୍କୁ ଫୋନ କରି ଟିକେ ସମୟ ମାଗିଲି। ଆଉ ପରଦିନ ସକାଳେ ପୁଅ ସ୍କୁଲ ଗଲା ପରେ ଘର କାମ ସାରି ନିଜେ ପ୍ରସ୍ତୁତ ହେଲି। ୟା’ଙ୍କୁ କହିଲି, ‘ଟିକେ ମୋ ସାଙ୍ଗରେ ଯିବ।’ ଇଏ କହିଲେ, ‘ତୁ ଝଗଡ଼ା କରିବାକୁ ଯାଉଚୁ, ମୁଁ ଯିବିନି।’ ମୁଁ କହିଲି, ‘ତୁମକୁ ଲାଗୁଚି ମୁଁ ସେଠି ଯାଇ ଝଗଡ଼ା କରିବି ବୋଲି?’ ମନରେ ଅଭିମାନ ଆସିଲା। ଆଉ କିଛି ନ କହି ମୁଁ ଚପଲ ପିନ୍ଧି ବାହାରିଲି। ଇଏ କହିଲେ, ‘ମୁଁ ତୋ ସାଙ୍ଗରେ ଯିବି, କିନ୍ତୁ କିଛି କହିବି ନାହିଁ।’

ସ୍କୁଲରେ ପ୍ରିନ୍ସିପାଲ ଆମକୁ ଅପେକ୍ଷା କରିଥିଲେ। ଆମକୁ ବସାଇ ସେ ଉକ୍ତ ଶିକ୍ଷୟିତ୍ରୀଙ୍କୁ ଡକାଇଲେ। ତାଙ୍କୁ ଖୁବ ସମ୍ମାନର ସହିତ ପଚାରିଲି, ‘ପୁଅ କିଛି ଦୁଷ୍ଟାମି କରୁଛି କି? ମୁଁ ଶୁଣିଲି ପ୍ରତ୍ୟେକ ଦିନ ତାକୁ ଦଣ୍ଡ ମିଲୁଛି ବୋଲି।’ ସେ ଉତ୍ତର ଦେଲେ, ‘କୌଣସି ଦିନ ସେ ପାଠ କରି ଆଣୁନାହିଁ। ଅଧାଦିନ ଖାତା ବି ଆଣି ଆସୁନି।’ ମୁଁ ପ୍ରତ୍ୟୁତ୍ତରରେ କହିଲି, ‘ମାଡାମ୍‌‌! ମୁଁ ନିଜେ ଯେହେତୁ ତା’କୁ ପଢ଼଼ାଏ ଓ ସେ ତା’ର ସ୍କୁଲ ବ୍ୟାଗ୍‌‌ ସଜାଡ଼ି ସାରିଲା ପରେ ମୁଁ ପୁଣିଥରେ ତା’କୁ ଦେଖେ, ତେଣୁ ଏପରି ଭୁଲ୍‌‌ ହେବ ନାହିଁ। କିଛି ଗୋଟେ ଅଭିମାନ କରି ବୋଧେ ସେ ଦେଖାଉ ନାହିଁ। ମୋର ଛୋଟ ଅନୁରୋଧଟି ରଖିବେ, ଆପଣ ନିଜେ ତା’ ବ୍ୟାଗ୍‌‌ରୁ ଖାତା କାଢ଼ି ଦେଖିବେ ଓ ଯଦି ସବୁ ଠିକ୍‌‌ ଥିବ ତେବେ ତା’କୁ ଗୋଟେ ‘ଧନ୍ୟବାଦ୍‌‌’ ଜଣାଇ ଦେବେ। ଆଉ ମୁଁ ସ୍କୁଲକୁ ଆସିଥିଲି ବୋଲି ତାକୁ ଦୟାକରି କହିବେ ନାହିଁ।’ କହିବା ବାହୁଲ୍ୟ, ପରବର୍ତ୍ତୀ ସମୟରେ ମୋ ପୁଅ ଉକ୍ତ ଶିକ୍ଷୟିତ୍ରୀଙ୍କର ପ୍ରିୟ ଛାତ୍ର ହୋଇ ପାରିଥିଲା।

ସତ କହିବାକୁ ଗଲେ ଆମ ଜୀବନରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କଅଁଳ ବୟସରେ ପିତାମାତାଙ୍କ ପରେ ଶିକ୍ଷକଙ୍କ ପ୍ରଭାବରେ ଆମ ମନ ଖୁବ୍‌‌ ପ୍ରଭାବିତ ହୁଏ। ସେଇଥିପାଇଁ ତ କୁହାଯାଏ ଘର ହେଉଛି ପ୍ରଥମ ବିଦ୍ୟାଳୟ ଓ ବିଦ୍ୟାଳୟ ହେଉଛି ଦ୍ୱିତୀୟ ଘର। ପିଲାଏ ବାପାମା’ଙ୍କ କଥାକୁ ଅଣଦେଖା କରିପାରନ୍ତି, ମାତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ କଥା ତାଙ୍କ ପାଇଁ ସାଜେ ବେଦର ଗାର। ତେଣୁ ପିତାମାତା ପିଲାଙ୍କ ଅଭିଯୋଗ ନେଇ ଶିକ୍ଷକଙ୍କ ଦ୍ୱାରସ୍ଥ ହୁଅନ୍ତି। ଆଉ ଶିକ୍ଷକଙ୍କ ସ୍ନେହଭରା ପିଠି ଥାପୁଡ଼ା ଓ ନାଲି ଆଖି ଦେଖାଇ କାନ ମୋଡ଼ା, ଉଭୟ ଛାତ୍ର ପାଇଁ ସାବ୍ୟସ୍ତ ହୋଇଥାଏ ପଥ ପ୍ରଦର୍ଶକ। ଶିକ୍ଷକଙ୍କ ହାତରେ ହିଁ ଛାତ୍ରର ଭାଗ୍ୟ ଡୋର। ସେଥିପାଇଁ ଶିକ୍ଷକଙ୍କୁ ସ୍ୱୟମ ଈଶ୍ୱରଙ୍କ ଆସନ ଦିଆଯାଇଛି। ପୂର୍ବେ ଶିକ୍ଷକମାନେ ଥିଲେ ସେହିଭଳି ପ୍ରଭାବଶାଳୀ ବ୍ୟକ୍ତିତ୍ୱଧାରୀ। ତାଙ୍କୁ ଦେଖିଲେ ବାପା ମା’ ଏତେ ଭକ୍ତିରେ ପ୍ରଣାମ କରୁଥିଲେ ଯେ ଆମେ ସେ ସଂସ୍କାରକୁ ବାଦ୍‌‌ ଦେବା ଅସମ୍ଭବ ଥିଲା। ସେମାନେ ପରଶମଣି ପରି ସବୁ ପ୍ରକାର୍‌‌ ପଦାର୍ଥକୁ ଛୁଇଁ ସୁନାରେ ପରିଣତ କରିବାର ଚମତ୍କାରିତା ଦେଖାଇ ପାରନ୍ତି।

ଆପଣଟିକେ ଅତୀତକୁ ମନେ ପକାଇଲେ ଜାଣିପାରିବେ, ଆପଣଙ୍କୁ ଭଲ ଲାଗୁଥିବା ଓ ଆପଣ ବେଶି ନମ୍ବର ରଖୁଥିବା ବିଷୟଟି ପଛରେ ଯେପରି ଜଣେ ଶ୍ରଦ୍ଧାଶୀଳ ଶିକ୍ଷକଙ୍କ ହାତ ରହିଚି, ଠିକ୍‌‌ ତା’ର ବିପରୀତ ଦିଗରେ ଯେଉଁ ବିଷୟକୁ ଦେଖିଲେ ବିରକ୍ତି ଲାଗେ, ଯେଉଁ ବିଷୟଟି ପଢ଼଼ିବା ପାଇଁ ଯାଇ ଆପଣ ଗଳଦ୍‌‌ଘର୍ମ ହୁଅନ୍ତି, ତା’ ପଛରେ ମଧ୍ୟ ଜଣେ ବଦରାଗୀ ଓ ଅଧୈର୍ଯ୍ୟ ଶିକ୍ଷକଙ୍କ ଭୂମିକା ରହିଚି। କୋମଳ ହୃଦୟର ବଡ଼ ତାଲାଟିକୁ ଖୋଲିବା ପାଇଁ କଟୁ କଥା ଓ ଶାରୀରିକ ନିର୍ଯାତନାର ହାତୁଡ଼ି ନୁହେଁ ବରଂ ଧୈର୍ଯ୍ୟ ଓ ଶରଧାର ଛୋଟ ଚାବିକାଠିଟିଏ ଲୋଡ଼ା। ଆଜି କିନ୍ତୁ ଶିକ୍ଷକ ବିଚରା ଏତେଗୁଡ଼ିଏ ଚାପ ତଳେ ଚାପି ହୋଇ ଯାଉଛନ୍ତି ଯେ ତାଙ୍କ ଜୀବନ ହୋଇ ପଡୁଚି ରସହୀନ। ରସହୀନ ଜୀବନଟିଏ ଅନ୍ୟ ଜୀବନରେ ରସ ଭରିବ – ଏହା ଆଶା କରିବା ଦିନରେ ତାରା ଦେଖିବା ସହିତ ସମାନ୍‌‌। ଏବେ ପୁଣି ଶିକ୍ଷକଙ୍କୁ ପିଲାଏ ମୂଲ୍ୟାୟନ କରୁଛନ୍ତି। ଅଭିଭାବକମାନେ ଶିକ୍ଷକଙ୍କୁ ତାଙ୍କ ଦରମା ଦିଆ କର୍ମଚାରୀ ବୋଲି ମାନି ନେଇଛନ୍ତି। କଥା କଥାକେ ଶିକ୍ଷକମାନେ ହେଉଛନ୍ତି ଦୁର୍ବ୍ୟବହାରର ଶିକାର। ତେଣୁ ଫଳ ଯାହା ହେବା କଥା! ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଥିବା ସମ୍ପର୍କ ହେଉଛି ପାଣିଚିଆ। ଯାହା ପ୍ରତ୍ୟକ୍ଷ ଭାବେ ପିଲାର ଜୀବନ କୁ ହିଁ କରୁଛି ପ୍ରଭାବିତ। ଅବଶ୍ୟ ଆଜିର ପିଲାଏ ଶିକ୍ଷକଙ୍କ ଅପେକ୍ଷା ଗୁଗୁଲକୁ ନିଜ ଗୁରୁ କରିବା ପାଇଁ ହେଉଛନ୍ତି ତତ୍ପର, ଯାହା ଅନେକ ସମୟରେ ପିଲାଙ୍କୁ ବାଟ ଦେଖାଇବା ପରିବର୍ତ୍ତେ କରୁଛି ବାଟବଣା। ହେଲେ ଜୀବନରେ ଶିକ୍ଷକଙ୍କ ପ୍ରଭାବକୁ ଅସ୍ୱୀକାର କରିବା କେତେ ଅସମ୍ଭବ ସତେ!

ମୁଁ ସେତେବେଳେ ପଢ଼ୁଥାଏ ସପ୍ତମ ଶ୍ରେଣୀରେ। ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ। ଆମର ପ୍ରଧାନ ଶିକ୍ଷକ ଥାଆନ୍ତି, ଋଷିପ୍ରତିମ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ମିଶ୍ର। ସାର୍‌‌ଙ୍କ ବ୍ୟକ୍ତିତ୍ୱ ଏପରି ଯେ ଯେ କେହି ବି ପ୍ରଭାବିତ ହୋଇ ଯିବାଟା ସହଜ। ଆଜି ବି ଅଳ୍ପ କେତେଜଣ ମହତ୍ତର ଚେତନାର ବ୍ୟକ୍ତିତ୍ୱଙ୍କ ବିଷୟରେ ଚିନ୍ତା କଲେ ପୂଜ୍ୟ ସାର୍‌‌ଙ୍କ ଗୁରୁଗମ୍ଭୀର ବ୍ୟକ୍ତିତ୍ୱଟି ମନ ଓ ପ୍ରାଣକୁ ଆଚ୍ଛନ୍ନ କରେ। ସାର୍‌‌ କହୁଥିଲେ ଯାହା କରୁଥିଲେ ତାହା। ସାର୍‌‌, ସ୍କୁଲ ହତା ମଧ୍ୟରେ ଥିବା ପର୍ଯ୍ୟନ୍ତ ସ୍କୁଲ ପରିବେଶ ଏତେ ଶୃଙ୍ଖଳିତ ଥାଏ ଯେ କେହି ବି ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ। ସେ କେବେ ମତେ ପଢ଼େଇ ନାହାନ୍ତି। ମୁଁ ସ୍କୁଲରେ ନାମ ଲେଖାଇବାର ଦୁଇବର୍ଷ ପରେ ସେ ଅବସର ନେଲେ। ତେବେ ସେହି ଦୁଇବର୍ଷରେ ପ୍ରତିଦିନ ସାର୍‌‌ଙ୍କୁ ଦେଖୁଥିଲି ହାଇସ୍କୁଲର ବିରାଟ ପ୍ରାର୍ଥନା ସଭାରେ। ପଣସ ଗଛମାନଙ୍କ ଛାଇରେ ଆମେ ଛାତ୍ରଛାତ୍ରୀ ଧାଡ଼ିବାନ୍ଧି ଠିଆ ହୋଇ ପ୍ରାର୍ଥନା କରୁଥିବୁ। ଆଉ ସାର୍‌‌ ଠିଆ ହୋଇଥିବେ ଆମ ସମ୍ମୁଖରେ। ପ୍ରାର୍ଥନା ସରିଲେ ସେ କହିବେ ସେ ଦିନର ଅନୁଚିନ୍ତା। ଆଉ ତା’ ଉପରେ ସାମାନ୍ୟ ବ୍ୟାଖ୍ୟା। ସାର୍‌‌ଙ୍କ ଅନେକଗୁଡ଼ିଏ ଅନୁଚିନ୍ତା ମଧ୍ୟରୁ ଗୋଟିଏ ଆଜି ବି ମୋର ମନେ ଅଛି ଏବଂ ତାହା ଆଜି ବି ମୁଁ ଅକ୍ଷରେ ଅକ୍ଷରେ ପାଳନ କରେ। ସାର୍‌‌ କହିଥିଲେ, ‘ଯେତେବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛ, କେବଳ ନିଜ ପାଇଁ ନ ମାଗି କହିବ ପ୍ରଭୁ ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କ ଭିତରେ ତୁମେ ବି ତ ରହିଛ। ଆଜି ବି ଈଶ୍ୱରଙ୍କ ସମ୍ମୁଖକୁ ଯାଇ ହାତ ଯୋଡ଼ି ଦେଲେ ସାର୍‌‌ଙ୍କର ସେହି କଥା ମନେ ପଡ଼େ। ମୁଁ କେବଳ ନିଜ ପାଇଁ ମାଗି ପାରେ ନାହିଁ। ତେବେ ଆମକୁ ମନେରଖିବାକୁ ହେବ ଯେ ଆମ ପିଲାଙ୍କ ପାଇଁ ଶିକ୍ଷକଟିଏ ସାକ୍ଷାତ୍‌‌ ଈଶ୍ୱରଙ୍କ ରୂପ ହୋଇଥିଲା ବେଳେ ଶିକ୍ଷକଙ୍କୁ ବି ମନେରଖିବାକୁ ହେବ ଯେ ମଣିଷ ତିଆରି କାରଖାନାରେ ସେମାନେ ହେଉଛନ୍ତି ମୁଖ୍ୟ କାରିଗର। ଭଲ ବା ଖରାପ, ସେମାନେ ଯାହା ତିଆରିବେ ତାହାରି ଉପରେ ହିଁ ନିର୍ଭର କରିବ ତାଙ୍କ ସୁନାମ, ଦୁର୍ନାମ ଓ ସମାଜରେ ଜୀବନର ମାନ।

ଛନ୍ଦା ମିଶ୍ର

ଭୁବନେଶ୍ୱର, ମୋ: ୯୪୩୭୪ ୫୩୬୧୦

ମହିଳା ଆର୍ଥିକ ସଶକ୍ତୀକରଣ
ଆଜି ବିଶ୍ୱରେ ଅଛନ୍ତି ଅଗଣିତ, ବୁବୁକ୍ଷୁ, ବିଧବା, ଅସହାୟା ନାରୀ, ନିର୍ଯ୍ୟାତିତା ଦୁଃଖିନୀ। ସେମାନେ କର୍ମଠ। କର୍ମ କରି ସେଥିରୁ ଯାହା ରୋଜଗାର ହେବ ସେଥିରେ କିଛି ଖାଇ ବଞ୍ଚିବେ। ତାଙ୍କୁ ଦେଖିବାକୁ କେହି ନାହିଁ। ସେମାନଙ୍କର ଆର୍ତ୍ତଚିତ୍କାର, ଗୁହାରି କାହାକୁ ଶୁଭୁନାହିଁ। ସମସ୍ତେ ନିଜ ନିଜ ବାଟରେ ଚାଲିଛନ୍ତି। କିନ୍ତୁ ବାଲାଂଦେଶର ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍‌‌ଙ୍କ କାନରେ ବାଜିଛି ସେମାନଙ୍କର ଆର୍ତ୍ତଚିତ୍କାର। ସେମାନଙ୍କୁ ବାଟ ଦେଖାଇଛନ୍ତି। ବଞ୍ଚିବା ପାଇଁ ସେମାନଙ୍କୁ ରାସ୍ତା ଦେଖାଇଛନ୍ତି ଏବଂ ସେମାନଙ୍କ ଆଖିରୁ ଲୁହ ପୋଛି ଦେଇଛନ୍ତି।

ମହମ୍ମଦ ୟୁନୁସ ବାଲାଂଦେଶର ଚଟ ଗ୍ରାମରେ ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପାଥିଲେ ଜଣେ ବଣିଆ। ସେ ପୁଆର ପାଠ ପଢ଼଼ା ପାଇଁ ସବୁପ୍ରକାର ସହାୟତା ଯେଗାଇ ଦେଇଥିଲେ। ମାତା ସୋଫିଆ ଖାତୁନ। ୟୁନୁସ ସ୍କୁଲରେ ଜଣେ ମେଧାବୀ ଛାତ୍ରଥିଲେ। ସ୍କୁଲ ପାଠ ଶେଷ କରି ୟୁନିଭରସିଟ୍‌‌ରୁ ଅର୍ଥନୀତିରେ ଏମ୍‌‌ଏ ପାସ୍‌‌ କରିଥିଲେ। ୧୯୬୫ ମସିହାରେ ୟୁନୁସ ଫୁଲବ୍ରାଇଟ ସ୍କଲାରସିପ ପାଇ ଆମେରିକା ଯାତ୍ରା କଲେ। ଜଣେ ସରଳ ଓ ସୁଶୀଳ ଧରଣର ପିଲା ଥିଲେ ୟୁନୁସ୍‌‌। ସେ ସର୍ବଦା ସାଧା ସିଧା ଖାଦ୍ୟ ଖାଇ ସନ୍ତୁଷ୍ଟ ଥିଲେ। ଟୋଏନ୍ସି ଅନ୍ତର୍ଗତ ନ୍ୟାଶଭିଲର ଭ୍ୟାଣ୍ଡର ବିଲ୍‌‌ଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌‌ ଉପାଧି ପାଇ ବାଲାଂଦେଶର ଚଟ ଗ୍ରାମସ୍ଥିତ ବିଶ୍ୱବିଦ୍ୟାଳୟକୁ ଫେରି ଆସିଥିଲେ ୧୯୭୨ ମସିହାରେ। ସେଠାରେ ଅର୍ଥନୀତି ବିଭାଗର ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇଥିଲେ।

ୟୁନୁସ ଚାକିରି କରିବାର ଦୁଇ ବର୍ଷ ପରେ ୧୯୭୪ ମସିହାରେ ବାଲାଂଦେଶରେ ଅକାଳ ମରୁଡ଼ି ପଡ଼ିଲା। ବଂଲାଦେଶର ଅର୍ଥନୀତିର ମୂଳଦୁଆକୁ ଦୋହଲାଇ ଦେଇଥିଲା ସେହି ମରୁଡ଼ି। ଚଟଗ୍ରାମ ବିଶ୍ୱବିଦ୍ୟାଳୟ ନିକଟରେ ବୋରବରା ଗ୍ରାମ। ଆଖି ଆଗରେ ଲୋକମାନେ ଅନାହାରରେ, ଅର୍ଦ୍ଧାହାରରେ ପୋକମାଛି ପରି ମରିଯାଉଥା’ନ୍ତି। ୟୁନୁସ ନିଜ ଆଖିରେ ଏସବୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ଏବଂ ସେମାନଙ୍କୁ ଅକାଳ ମୃତ୍ୟୁ ଦାଉରୁ ଜୀବନ ବଞ୍ଚାଇବା ପାଇଁ ୟୁନୁସ ପଦାକୁ ବାହାରି ପଡ଼ିଥିଲେ। ୟୁନୁସ ସରକାରଙ୍କୁ ପ୍ରସ୍ତାବ ଦେଲେ ଯେ ଗ୍ରାମୀଣ ବ୍ୟାଙ୍କ ଜରିଆରେ ଗରୀବ ଲୋକଙ୍କୁ ଋଣ ଦିଆଯାଉ, ଯାହା ଫଳରେ ଗରିବ ଲୋକେ ସ୍ୱଳ୍ପ ଋଣ ନେଇ କିଛି ଅର୍ଥ ଉପାର୍ଜନ କରି ବଞ୍ଚିଯିବେ। ଏହି ପ୍ରସ୍ତାବ ଆଧାରରେ ୧୯୭୬ ମସିହାରେ ବାଲାଂଦେଶରେ ଗ୍ରାମୀଣ ବ୍ୟାଙ୍କ ସ୍ଥାପନ କରାଗଲା।

ୟୁନୁସ୍‌‌ କୁହନ୍ତି ମଣିଷ ସମାଜ ପାଇଁ ପଢ଼଼ିଥିବା ବିଦ୍ୟାର ପ୍ରୟୋଜନ ନ ହୋଇ ପାରିଲେ ସେହି ବିଦ୍ୟାର ପଢ଼଼ାଶୁଣାର ବା କି ପ୍ରୟୋଜନ? ତେଣୁ ୟୁନୁସ ଆଉ ବେଶି କିଛି ନ ପଢ଼଼ି ବାହାରି ପଡ଼ିଲେ ଲୋକମାନଙ୍କର ସେବା କରିବା ପାଇଁ। ଏହା ଥିଲା ତାଙ୍କର ମନସ୍ତାତ୍ତ୍ୱିକ ଅଭିବ୍ୟକ୍ତି। ସେ ଯାଇ ଯୋବରା ଗ୍ରାମରେ ଦେଖିଲେ ସେଠାକାର ବାସିନ୍ଦାମାନେ ବାଉଁଶ ପାତିଆରେ କୁଲା, ଡାଲା, ଟୋପି, ଭୋଗେଇ ଓ ଟୋକେଇ ଆଦି ଜିନିଷମାନ ବୁଣୁଛନ୍ତି। ସେମାନେ ଗରୀବ ହେତୁ ଏ ସବୁ କଞ୍ଚାମାଲ କିଣିବା ପାଇଁ ମହାଜନମାନଙ୍କଠାରୁ ବହୁ ଉଚ୍ଚ ସୁଧରେ ଋଣ ଆଣି ନିଜର ବ୍ୟବସାୟ କରୁଛନ୍ତି। ସେଠାକାର ଲୋକମାନେ ଯାହା ରୋଜଗାର କରନ୍ତି, ମହାଜନମାନଙ୍କଠାରୁ ଆଣିଥିବା ମୂଳ ଉପରେ ଚଢ଼ା ଦରର ସୁଧ ଶୁଝିବା ସାର ହୁଏ। ଶେଷରେ ସେମାନେ ଯେଉଁ ଗରୀବକୁ ସେହି ଗରିବ ହୋଇ ରହିଛନ୍ତି। ୟୁନୁସ ବ୍ୟାଙ୍କମାନଙ୍କୁ ରାଜି କରାଇଲେ ଏହି ଗରିବମାନଙ୍କୁ ସ୍ପଳ୍ପ ଋଣ ଦେବା ପାଇଁ। କିନ୍ତୁ ବ୍ୟାଙ୍କମାନେ ରାଜି ନ ହେବାରୁ ୟୁନୁସ ନିଜ ଜାମିନଦାରରେ କିଛି ଲୋକଙ୍କୁ ନେଇ ଗୋଷ୍ଠୀ ଗଠନ କରି ବ୍ୟାଙ୍କ ଋଣ ଦେଲେ। ପରେ ଗ୍ରାମ୍ୟବ୍ୟାଙ୍କମାନେ ଏସବୁ ଅନୁସରଣ କରି ଅଳ୍ପ ଅଳ୍ପ କରି ସେହି ଗରିବ ଲୋକମାନଙ୍କୁ ଋଣ ଦେଇଚାଲିଲେ। ଫଳରେ ସେହି ଗ୍ରାମର ମହିଳାମାନେ ରୋଜଗାର ବଢ଼଼ାଇ ବ୍ୟାଙ୍କ ଋଣ ଶୁଝିବା ସହ ନିଜେ ଦି ପଇସା ପାଇ ଘରସଂସାର ଚଳାଇଲେ। ଯାହାଫଳରେ ଗ୍ରାମୀଣ ବ୍ୟାଙ୍କମାନେ ଆଗେଇ ଆସିଲେ ସେହି ଲୋକମାନଙ୍କୁ ସ୍ୱଳ୍ପ ଋଣ ଦେବାକୁ। ଜଣାଯାଏ ପ୍ରାରମ୍ଭରୁ ୪୨ ଜଣ ମହିଳାଙ୍କୁ ସହାୟତା କରିବାକୁ ଯାଇ ସେମାନଙ୍କ ସୁଧ ବାବଦକୁ ୟୁନୁସ ନିଜେ ୨୭ ଡଲାର ପୈଠ କରିଥିଲେ।

ପରବର୍ତ୍ତୀ ସମୟରେ ୟୁନୁସଙ୍କ ଏହି ଋଣ ବ୍ୟବସ୍ଥାକୁ ସମଗ୍ର ପୃଥିବୀ ଅନୁକରଣ କରିପାରିଛି। ସବୁ ଗ୍ରାମୀଣ ବ୍ୟାଙ୍କମାନେ ଆଗେଇ ଆସିଲେଣି ଗରିବ ମହିଳାମାନଙ୍କୁ ଗୋଷ୍ଠୀ ମାଧ୍ୟମରେ ଋଣ ଦେବା ପାଇଁ। ପୃଥିବୀର ପ୍ରାୟ ୫୫ଟି ଦେଶରେ ଗ୍ରାମୀଣ ବ୍ୟାଙ୍କମାନଙ୍କ ଦ୍ୱାରା କ୍ଷୁଦ୍ରଋଣର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏହାକୁ ମାଇକ୍ରୋକ୍ରେଡିଟ୍‌‌ ବା କ୍ଷୁଦ୍ର ଋଣ ବୋଲି କୁହାଯାଉଛି। ଭାରତରେ ମଧ୍ୟ ୟୁନୁସଙ୍କର ପ୍ରଣୀତ ଏହି ମାଇକ୍ରୋଫାଇନାନ୍ସ ଋଣ ଅନେକ ବ୍ୟାଙ୍କମାନେ ଦେଉଛନ୍ତି। ଏହାକୁ ଓଡ଼ିଶାର ସମବାୟ ବ୍ୟାଙ୍କମାନେ ସାଦରେ ଗ୍ରହଣ କରି ପୃଥିବୀ ପାଇଁ ଏକ ଆଦର୍ଶ ପାଲଟି ଯାଇଛନ୍ତି।

୧୯୯୯ ମସିହାରେ ମହମ୍ମଦ ୟୁନୁସଙ୍କୁ ‘ଇନ୍ଦିରାଗାନ୍ଧୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଭାରତର ଇଲ୍ଳା ଭଟ୍ଟ ମଧ୍ୟ ୟୁନୁସଙ୍କ ସହ ମିଶି କାମ କରିଥିଲେ ଏବଂ ଭାରତରେ ‘ସେବା ବ୍ୟାଙ୍କ’ ନାମରେ ଏକ ବ୍ୟାଙ୍କ ସ୍ଥାପନ କରିଛନ୍ତି। ଜନସଖାତୁନ ନାମକ ମହିଳାଙ୍କ ସ୍ୱାମୀଙ୍କର କୌଣସି କାରଣରୁ ଚାକିରି ଚାଲିଯିବାରୁ କିପରି ପରିବାର ଚଳାଇବେ ଏହି ଚିନ୍ତାରେ ଥିବା ବେଳେ ସେବା ବ୍ୟାଙ୍କ ସହିତ ଯୋଗାଯୋଗ କରି ପ୍ରଥମେ ବ୍ୟାଙ୍କରୁ ୨୦୦୦ ଟଙ୍କା ଋଣ ଆଣି ବ୍ୟବସାୟ ଆରମ୍ଭ କଲେ। ସେଇ ଟଙ୍କାରେ ଗୋଟିଏ ସାଇକେଲ ରିକ୍‌‌ସା ସହ ଗୋଟିଏ କୁକୁଡ଼ା ଫାର୍ମ କଲେ। ଏବେ ୩୦୦୦୦ ରୁ ଅଧିକ କୁକୁଡ଼ା ରଖି ଅଣ୍ଡା ପାଇବା ସହ ୫୦ ଗୋଟି ଅଟୋ ରିକ୍‌‌ସା କରିପାରିଛନ୍ତି।

୨୦୦୬ ମସିହାରେ ମହମ୍ମଦ ୟୁନୁସଙ୍କୁ ଗ୍ରାମୀଣ ବ୍ୟାଙ୍କର ପିତାମହ ମାନ୍ୟତା ଦିଆଗଲା ଏବଂ ସେହିବର୍ଷ ନିଜ ସେବା ପାଇଁ ନୋବେଲ ପୁରସ୍କାର ଓ ୧୪ ଲକ୍ଷ ଡଲାର ସେ ପାଇଲେ। ସେହି ଟଙ୍କାରେ ୟୁନୁସ ବାଲାଂଦେଶ ଗରୀବ ଦୁଃଖୀରଙ୍କିଙ୍କ ଦୁଃଖ ଦୂର କରିବାରେ ଖର୍ଚ୍ଚ କରିବାରେ ସୁଯୋଗ ପାଇଲେ। ୧୯୯୭ ମସିହାରେ ୱାଶିଂଟନରେ ଗୋଟିଏ ମାଇକ୍ରୋକ୍ରେଡିଟ୍‌‌ କମିଟି ଗଠିତ ହୋଇଥିଲା। ସେହି କମିଟି କହନ୍ତି ଯେ ୟୁନୁସଙ୍କ ପଦ୍ଧତିରେ ୨୦୦୫ ସାଲ ମଧ୍ୟରେ ଏହା ୧୦ କୋଟି ଦରିଦ୍ର ମଣିଷଙ୍କୁ ଦାରିଦ୍ର୍ୟର ଶିକୁଳି କାଟିବାକୁ ଶିଖାଇଛି। ଏହା ସମବାୟରେ ଏକ ‘ନିରବ ବିପ୍ଳବ’ ବୋଲି କୁହାଯାଏ। ସମବାୟ ମାଧ୍ୟମରେ ନାରୀ ସଶକ୍ତୀକରଣର ସୁଯୋଗ ସୃଷ୍ଟି ହୋଇପାରିଛି।

ପ୍ରତାପ ଚନ୍ଦ୍ର ସାମଲ

କଟକ, ମୋ: ୯୦୯୦୩୨୫୮୦୨

ବ୍ୟକ୍ତିତ୍ୱର ଭୂଷଣ ନମ୍ରତା
ବ୍ୟକ୍ତିଗତ ଓ ସାମାଜିକ ଆଚରଣ ଓ ବ୍ୟବହାରରେ ଭଦ୍ରତା, ରୁଚିସମ୍ପନ୍ନତା, ପରିମାର୍ଜନ ଓ କମନୀୟତାକୁ ଆମେ ସୌଜନ୍ୟ କହୁ। ଏହା ସମ୍ମାନଜନକ, ଭଦ୍ର ଏବଂ ଶିଷ୍ଟ ବ୍ୟବହାର। ନମ୍ରତା, ଶିଷ୍ଟତା ଓ ଦୟାଶୀଳତା ସଙ୍ଗେ ସୌଜନ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ଦୟାଶୀଳତା, କ୍ଷମାଶୀଳତା ଓ ଦାନଶୀଳତା। କିନ୍ତୁ ଏଥିରେ ଦୟା, କ୍ଷମା ବା ଦାନର ବିଜ୍ଞାପନ ନଥାଏ। ଏହି ସୌଜନ୍ୟ, ବନ୍ଧୁତାକୁ ଜନ୍ମ ଦିଏ ଓ ସ୍ଥାୟୀ କରେ। ସୌଜନ୍ୟ ଓ ଶିଷ୍ଟତା ଭଦ୍ର ଲୋକମାନଙ୍କର ହୃଦୟରେ ଥାଏ ଏବଂ ଅନ୍ୟମାନଙ୍କ ସଙ୍ଗେ ଆଚରଣ ଓ ବ୍ୟବହାରରେ ଏହା ପ୍ରକାଶ ପାଏ। କେତେଜଣ ମାପିଚୁପି ସୌଜନ୍ୟ ପ୍ରଦର୍ଶନ କରନ୍ତି। ଏହା କାମଚଳା ସୌଜନ୍ୟ ହୋଇପାରେ, କିନ୍ତୁ ଏଥିରେ ଗଭୀରତା ନଥାଏ।

ସୌଜନ୍ୟ ଦୟା ଓ ନମ୍ରତାର ଏକ ଫେଣ୍ଟା ଫେଣ୍ଟି ପରିପ୍ରକାଶ। ଏଥିରେ ଅହଂକାରର ଲେଶମାତ୍ର ଚିହ୍ନବର୍ଣ୍ଣ ନଥାଏ। ଏହା ଭଦ୍ରତା ଓ ଶିଷ୍ଟତା ସଙ୍ଗେ ଦୟାଶୀଳତା, କ୍ଷମାଶୀଳତା ଓ ଦାନଶୀଳତାର ଏକ ଦିବ୍ୟ ସମ୍ମିଶ୍ରଣ। ସୌଜନ୍ୟ ପ୍ରକାଶର ଶିଷ୍ଟତା ଏପରି ହେବା ଉଚିତ ଯେପରି ଆପଣ ଯାହାକୁ ସୌଜନ୍ୟ ପ୍ରଦର୍ଶନ କରିବେ ସେ ଭାବିବେ ନାହିଁ ଯେ ଆପଣ ତାଙ୍କୁ ଦୟା ପ୍ରଦର୍ଶନ କରୁଛନ୍ତି। ବନ୍ଧୁଭାବ ଓ ଆମାୟିକତା ରୁଚିସମ୍ପନ୍ନତା ଓ କମନୀୟତା ତୁମର ସୌଜନ୍ୟରେ ଏପରି ଫୁଟି ଉଠିବା ଦରକାର ଯେପରି ତୁମର ମାର୍ଜିତ ପ୍ରତିପାଳନ ଉପରେ କାହାରି ସନ୍ଦେହ ରହିବ ନାହିଁ।

ମନରେ ସିଦ୍ଧାନ୍ତ ନିର୍ଦ୍ଧାରଣ ପ୍ରକ୍ରିୟା ଓ ନିଷ୍ପତ୍ତି ପଦ୍ଧତି ଏପରି ହେବା ଉଚିତ ଯେପରି କୌଣସି ବିଷୟରେ ସଂଶୟ ଓ ଅନିଶ୍ଚିତ ଭାବ ଥାଇ, ସନ୍ଦେହ ଓ ଅବିଶ୍ୱାସ ଥାଇ, ସମ୍ପୂର୍ଣ୍ଣ ପ୍ରମାଣ ବା ସ୍ପଷ୍ଟ ସୂଚନାର ଅଭାବ ଥାଇ ଓ ଦ୍ୱିଧା ଥାଇ ତୁମେ ନିଷ୍ପତ୍ତି ନେଇ ନଯାଅ। ଏପରି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ବଳ ବ୍ୟକ୍ତିତ୍ୱର ପରିଚାୟକ। ମନ କୌଣସି କାରଣରୁ ଅସ୍ଥିର ଥିଲେ କୌଣସି ନିଷ୍ପତ୍ତି ନେବା ଉଚିତ ନୁହେଁ। ଅନିଶ୍ଚିତା ମଧ୍ୟରେ କୌଣସି ନିଷ୍ପତ୍ତି ନେଇ ପରେ ଅନୁତାପ କରିବାଠାରୁ ନିଷ୍ପତ୍ତି ନ ନେବା ଭଲ। ଅସ୍ଥିର ଚିତ୍ତ ବ୍ୟକ୍ତି ଅନେକ ସମୟରେ ଦ୍ୱିଧା ଓ ଦୋଦୁଲ୍ୟମାନ ଅବସ୍ଥାରେ ଥାଏ। କୌଣସି ନିଷ୍ପତ୍ତି ନେବାକୁ ସେ ଦ୍ୱିଧାଗ୍ରସ୍ତ ଓ ଅସ୍ଥିରଚିତ୍ତ ଜଣାପଡ଼େ। ଅନ୍ୟମାନେ ମଧ୍ୟ ଏଭଳି ବ୍ୟକ୍ତିମାନଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ। କ’ଣ କରିବା ବା ନ କରିବା ନିରୂପଣ କରିବାର ମାନସିକ ଶକ୍ତିକୁ ନିଜର ଇଚ୍ଛାଶକ୍ତି ଦ୍ୱାରା ଦୃଢ଼ ମନୋବଳ ସହିତ ବଢ଼଼ାଇବା ଦରକାର। ମଣିଷର କାମ ଓ ଘଟଣାବଳୀ ଇତ୍ୟାଦି ମୁକ୍ତ ବା ଇଚ୍ଛାକୃତ ନୁହେଁ ବରଂ ମଣିଷର ଇଚ୍ଛା ବାହାର ଶକ୍ତିଙ୍କ ଦ୍ୱାରା ପରିଚାଳିତ ବୋଲି ବିଶ୍ୱାସ କଲେ ତୁମେ ନିୟତିବାଦୀ ହୋଇଯିବ। ଏପରି ହେଲେ ତୁମେ କୌଣସି ନିଷ୍ପତ୍ତି କରିପାରିବ ନାହିଁ। ଦୃଢ଼ ନିର୍ଣ୍ଣୟ କରିବା ଓ ଦୃଢ଼ ପ୍ରତିଜ୍ଞ ହେବା ପାଇଁ ତୁମେ ନିୟତିବାଦ ଓ ଅବଶ୍ୟମ୍ଭାବୀ ବାଦକୁ ମନରୁ ସମୂଳେ ପରିତ୍ୟାଗ କରିବାକୁ ହେବ। ନିୟତିବାଦୀ ହେବା ଅନେକ ସମୟରେ ଅସମ୍ମାନଜନକ ହୋଇଥାଏ ଏବଂ ତୁମର ପଦମର୍ଯ୍ୟାଦା ପାଇଁ ଅନୁପଯୁକ୍ତ ହୋଇଥାଏ। ମନରୁ ଅସ୍ଥିରତା ଶିଥିଳତା ଓ ଦ୍ୱିଧାକୁ ଦୂର କରିପାରିଲେ ନିଷ୍ପତ୍ତି ନେବାରେ ଦୃଢ଼ତା ଆପେ ଆପେ ଆସିଯିବ ଏବଂ ମର୍ଯ୍ୟାଦା ହାନିର ଆଶଙ୍କା ରହିବ ନାହିଁ। ନିଜ ବିଚାର ଅନୁଯାୟୀ କାର୍ଯ୍ୟ କରିବାର ସ୍ୱାଧୀନତା ଓ ସେଥିପାଇଁ ଆବଶ୍ୟକୀୟ ସତର୍କତା ଓ ସାବଧାନତାକୁ ସବୁବେଳେ ଅକ୍ଷୁଣ୍ଣ ରଖିବା ଆବଶ୍ୟକ। ସେଥିପାଇଁ ଜଣେ ବିଜ୍ଞ ଓ ସାବଧାନ ହେବା ସଙ୍ଗେ ସଙ୍ଗେ ଯତ୍ନଶୀଳ ଓ ଦୂରଦର୍ଶୀ ହେବା ଜରୁରୀ।

ଜଣେ ବ୍ୟକ୍ତିର ସ୍ୱତନ୍ତ୍ର ବୈଶିଷ୍ଟ ଓ ଗୁଣ ସମୂହକୁ ନେଇ ତା’ର ବ୍ୟକ୍ତିତ୍ୱ ଗଢ଼ା ହୋଇଥାଏ। ତା’ର ଜ୍ଞାନ, ବୌଦ୍ଧିକତା- ଏଗୁଡ଼ିକ ହେଲା ବ୍ୟକ୍ତିର ଚରିତ୍ର, ଧୀଶକ୍ତି, ଚାତୁର୍ଯ୍ୟ, ବୋଧଶକ୍ତିର ତୀକ୍ଷ୍ଣତା ଓ ଚଞ୍ଚଳତା ଏବଂ ମାନସିକ ଶକ୍ତି। ଏସବୁ ଜଣେ ବ୍ୟକ୍ତିକୁ ଅନ୍ୟଠାରୁ ପୃଥକ କରି ଜଣାଇଦିଏ। ଚରିତ୍ର ହିଁ ଜଣେ ବ୍ୟକ୍ତିକୁ ଏକ ଦୃଢ଼ ଓ ସଫଳ ବ୍ୟକ୍ତିତ୍ୱ ଦେଇଥାଏ। ସମସ୍ତେ ଉତ୍ତମ ଚରିତ୍ରବାନ ବ୍ୟକ୍ତିକୁ ସମ୍ମାନ ଦେଖାନ୍ତି। ଜଣେ ଚରିତ୍ରବାନ୍‌‌ ବ୍ୟକ୍ତି କମ୍‌‌ କଥାବାର୍ତ୍ତା କଲେ ମଧ୍ୟ ସେଥିରେ ଶକ୍ତି ଥାଏ ଏବଂ ତାହା ଲୋକଙ୍କୁ ଆକର୍ଷିତ କରେ। ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ କେହି ସାଥିରେ ନେଇ ଜନ୍ମ ହୁଏ ନାହିଁ। ଉଦ୍ୟମ ବଳରେ ତାହା ନିର୍ମାଣ କରିବାକୁ ହୁଏ। ଜଣେ ଗର୍ବୀ, ଉଦ୍ଧତ, ଦାମ୍ଭିକ ଓ ଅହଂକାରୀ, ଜିଦ୍‌‌ଖୋର, ଅବାଧ୍ୟ ଓ ଅନମନୀୟ ବ୍ୟକ୍ତିର କେବେହେଲେ ଗ୍ରହଣୀୟ ବ୍ୟକ୍ତିତ୍ୱ ହୋଇପାରିବ ନାହିଁ। ନମ୍ରତା ଏପରି ଏକ ଗୁଣ, ଯାହା ତୁମକୁ ଅନ୍ୟମାନଙ୍କର ଗ୍ରହଣୀୟ କରିବ, କିନ୍ତୁ ଏଥିପାଇଁ ତୁମର ନିଜ ବ୍ୟକ୍ତିତ୍ୱର ଦୃଢ଼ତାକୁ କମ୍‌‌ କରିବାର ଆବଶ୍ୟକତା ନାହିଁ। କେତେଜଣ ବ୍ୟକ୍ତିତ୍ୱର ଦୃଢ଼ତା ଅର୍ଥ ଅହଂକାର ଓ ଅନମ୍ରତା ବୋଲି ବୁଝନ୍ତି। ନିଜକୁ ପ୍ରାଧାନ୍ୟଯୁକ୍ତ ଓ ଗୁରୁତ୍ୱପୂର୍ଣ୍ଣ ବୁଝିବା ଓ ସେହିପରି ଆଡ଼ମ୍ବର ପ୍ରଦର୍ଶନ କରିବା ନିଜ ଦାବିର ଦୃଢ଼ ସମର୍ଥନ କରିବା ସଙ୍ଗେ ସମାନ ନୁହେଁ। ସ୍ୱମତ ପୋଷଣ ପାଇଁ ଗର୍ବିତ ହେବାର ଆବଶ୍ୟକତା ନାହିଁ। ଏହା ହିଁ ଶିଷ୍ଟତା ଓ ସୌଜନ୍ୟ। ଏଭଳି ଗର୍ବ କୌଣସି ବ୍ୟକ୍ତି ବା ପଦାର୍ଥ ପ୍ରତି ଘୃଣା, ନିନ୍ଦା ଓ ତାଚ୍ଛଲ୍ୟଭାବକୁ ବୁଝାଇଥାଏ ଏବଂ ଅବମାନନା ହୋଇଥାଏ, ଯାହା ସୌଜନ୍ୟର ବାହାରେ। ଏଭଳି ଗର୍ବୀ ଲୋକ ସବୁବେଳେ ସମ୍ମାନ ଓ ପ୍ରଶଂସା ଖୋଜିଥାଏ, ପ୍ରଶଂସକମାନଙ୍କ ଦ୍ୱାରା ପରିବେଷ୍ଟିତ ରହିବାକୁ ଚାହେଁ ଏବଂ ପ୍ରଶଂସାର ପ୍ରଦର୍ଶନ ମଧ୍ୟ ଚାହେଁ। ଅନ୍ୟମାନଙ୍କଠାରେ ଭଲଗୁଣ ଦେଖିବା ଓ ସେମାନଙ୍କୁ ପ୍ରଶଂସା କରିବା ଏଭଳି ଲୋକଙ୍କ ସ୍ୱଭାବରେ ନଥାଏ।

ଡ. ଅଜିତ କୁମାର ତ୍ରିପାଠୀ

ଭୁବନେଶ୍ୱର, ମୋ: ୯୦୯୦୯୭୫୨୦୬

ଲୋକପ୍ରିୟ ଗଣଉତ୍ସବ: ଦଣ୍ଡ ନାଟ
ଦଣ୍ଡ ନାଟ ଏକ ପ୍ରାଚୀନ ତଥା ବହୁଳ ପ୍ରସାରିତ ଲୋକନାଟ୍ୟ। ଚୈତ୍ର ମାସରେ ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଥାଏ। ଦଣ୍ଡ ନାଟକୁ ଆଦିବାସୀ ଓ ଅଣ-ଆଦିବାସୀ ସଂସ୍କୃତିର ମିଳନ ସେତୁ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ନାଟରେ ଉଭୟ ଆଦିବାସୀ ଓ ଅଣ-ଆଦିବାସୀମାନେ ଭାଗ ନେଇଥା’ନ୍ତି। ଏହାର ଉପାସନା ପଦ୍ଧତିରେ ହିନ୍ଦୁ ତାନ୍ତ୍ରିକ ଧାରା ପରିଦୃଷ୍ଟ ହେଉଥିବା ବେଳେ ଅଭିନୟ ଭାଗଟି ଆଦିବାସୀ ସଂସ୍କୃତି ପ୍ରଭାବିତ ହୋଇଥିବା ଦେଖାଯାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯଥା ବୌଦ୍ଦ, ବଲାଙ୍ଗୀର, ସମ୍ୱଲପୁର, ସୋନପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଳାହାଣ୍ଡିରେ ଦଣ୍ଡ ନାଟ ପ୍ରଥା ପ୍ରଚଳିତ ଥିଲେ ହେଁ ଗଞ୍ଜାମରେ ଏହାର ସ୍ୱତନ୍ତ୍ର ରୂପ ଲକ୍ଷ୍ୟ କରାଯାଏ।

ଦଣ୍ଡ ନାଟର ଉତ୍ପତ୍ତି ସମ୍ପର୍କରେ ଅଞ୍ଚଳଭେଦରେ ଅନେକ ପୌରାଣିକ ଆଖ୍ୟାନ ଓ ବିଶ୍ୱାସ ରହିଛି। ଫୁଲବାଣୀ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଗ୍ରାମ ଏକ ପ୍ରସିଦ୍ଧ ଶୈବକ୍ଷେତ୍ର। ଏଠାରେ ଶିବ ବିରୁପାକ୍ଷ ନାମରେ ପୂଜିତ ଏବଂ ଉଭୟ ଫୁଲବାଣୀ ଓ ଗଞ୍ଜାମ ଜିଲ୍ଲାରେ ଆଦୃତ। ଏଠାରୁ ଦଣ୍ଡ ନାଟର ଉତ୍ପତ୍ତି ହୋଇ ଗଞ୍ଜାମ ଜିଲ୍ଲାକୁ ପରିବ୍ୟାପ୍ତ ହୋଇଥିବା ଜନଶ୍ରୁତି ରହିଛି। ଲୋକବିଶ୍ୱାସ ଅନୁସାରେ ଚଢ଼େୟା ଓ ତେରଭୁକ୍ତା କଳିଯୁଗରେ ଚକାପାଦରେ ଜନ୍ମଗ୍ରହଣ କରି ଚକାପାଦ ବିରୁପାକ୍ଷଙ୍କଠାରୁ ବରପ୍ରାପ୍ତ ହୋଇ ଗାଲେରୀ ଗ୍ରାମରେ ଦଣ୍ଡ ଯାତ୍ରା କରି ସ୍ୱର୍ଗପ୍ରାପ୍ତି ହୋଇଥିଲେ। ଏହିଦୃଷ୍ଟିରୁ ଗଞ୍ଜାମର ଗାଲେରୀ ଦଣ୍ଡ ସର୍ବପ୍ରାଚୀନ ଭାବରେ ସମସ୍ତ ଦଣ୍ଡଦଳ ସ୍ୱୀକାର କରନ୍ତି।

ଗ୍ରାମୀଣ ଲୋକଙ୍କର ସହଜ, ସରଳ ତଥା ପ୍ରଗାଢ଼ ବିଶ୍ୱାସ ଉପରେ ଦଣ୍ଡ ନାଟ ପ୍ରତିଷ୍ଠିତ। ମନସ୍କାମନା ପୂର୍ଣ୍ଣ ପାଇଁ, ବିପଦରୁ ଉଦ୍ଧାର ପାଇଁ ଈଶ୍ୱରପାର୍ବତୀଙ୍କୁ ନିଷ୍ଠାର ସହ ଅତ୍ୟନ୍ତ କ୍ଳେଶ ସହି ପୂଜାର୍ଚ୍ଚନା କରିବା ହେଉଛି ଏହାର ପ୍ରଧାନ ଉଦ୍ଦେଶ୍ୟ। ଦଣ୍ଡ ପୂଜାର ସମଗ୍ର ଅବଧି ଏତେ ରୀତି ଓ ନୀତିବଦ୍ଧ ଯେ ସେଥିରେ ସାମାନ୍ୟତମ ଅବହେଳା ପ୍ରତି ଲୋକଙ୍କ ମନରେ ଅତ୍ୟନ୍ତ ଭୟ ଏବଂ ଏଥିପ୍ରତି ଥିବା ବିଶ୍ୱାସକୁ ଦୃଢ଼ୀଭୂତ କରିବାରେ ସହାୟକ ହୋଇଛି। ଅଧିକନ୍ତୁ ଏ ବିଶ୍ୱାସ ଅଦ୍ୟାବଧି ଅକ୍ଷୁଣ୍ଣ ରହିଛି।

ଶିବ ଓ ପାର୍ବତୀ ହେଉଛନ୍ତି ଦଣ୍ଡ ନାଟର ଉପାସ୍ୟ ଦେବତା। ଦଦଣ୍ଡ ନାଟର ‘କାମନା ଦଣ୍ଡ’ ଦୁଇଟିରୁ ଗୋଟିଏ ରୁଦ୍ର ଅନ୍ୟଟି କାଳୀ। ବିଷୁବ ସଂକ୍ରାନ୍ତିର ୧୩/୨୧ ଦିନ ପୂର୍ବରୁ ଦଣ୍ଡ ନାଟ ଆରମ୍ଭ ହୋଇ ବିଷୁବ ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତି ଦିନ ଏହା ଉଦ୍‌‌ଯାପିତ ହୁଏ। ଦଣ୍ଡକୃତ ପାଇଁ ପ୍ରଭା, ନାଗ, ଫାଶ, ଦଣ୍ଡ, ଗୌରୀ ବେତ, ମୟୂର ପିଛ, ବାନା, କଷାୟ ବସ୍ତ୍ର, ଢୋଲ, ଘଣ୍ଟ, ମହୁରୀ, କାହାଳୀ ଓ ପତାକା ଆବଶ୍ୟକ। ଏଥିରେ ଜଣେ ‘ପାଟ ଭୋକ୍ତା’ ବା ‘ପାଟ ଦଣ୍ଡୁଆ’ ଓ ଅନ୍ୟ ତେର ଜଣ ଭୋକ୍ତା ଥାଆନ୍ତି। ଏହାବ୍ୟତୀତ ଅନେକ ମାନସିକ କରିଥିବା ବ୍ୟକ୍ତି ମଧ୍ୟ ଏଥିରେ ମିଶି ୧୩ ଦିନ କାଳ ସମସ୍ତେ ସମ ଭାବରେ ରୁହନ୍ତି। ମେରୁ ସଂକ୍ରାନ୍ତି ପରେ ନିଜ ନିଜ ଘରକୁ ଫେରନ୍ତି। ଦଣ୍ଡ ନାଟରେ ଯେଉଁ ବ୍ୟକ୍ତିମାନେ ମାନସିକ ବ୍ରତ ନେଇ ଅଂଶଗ୍ରହଣ କରିଥା’ନ୍ତି, ମୁଖ୍ୟତଃ ଯାତ୍ରା ଆରମ୍ଭ ପୂର୍ବ ଦିନ ମଧ୍ୟରାତ୍ରିରେ ଗେରୁଆ ବସ୍ତ୍ର ପତାକା ଫୁଲ ଚନ୍ଦନ ନେଇ ଯିବା ବେଳେ ପତ୍ନୀ ଦାଣ୍ଡଦୁଆରେ ପୂର୍ଣ୍ଣକୁମ୍ଭ ବସାଇ ପ୍ରଦୀପ ଜାଳି ଶୁଭ ମନାସି ସ୍ୱାମୀଙ୍କର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ନିଷ୍ଠାର ସହ ମାନି ଚଳନ୍ତି। ମାନସିକ ବ୍ରତଧାରୀମାନେ ‘କାମନା ଘର’ ଠାରେ ଏକାଠି ହୁଅନ୍ତି। ସେଠାରେ ଦଣ୍ଡ ଯାତ୍ରାର ସମସ୍ତ ସାମଗ୍ରୀ ରଖାଯାଏ। ଦଣ୍ଡ ନାଟ ଆରମ୍ଭ ଦିନ ରାତିଅର୍ଦ୍ଧ ସମୟରେ ଭୋକ୍ତାମାନେ ପୋଖରୀକୁ ଯାଇ ପାଣି ତୋଳି ସଂକଳ୍ପ ପଇତା ଧାରଣ କରନ୍ତି। ‘କାମନା ଘରେ’ ପୂର୍ବ ବର୍ଷଠାରୁ ରଖା ଯାଇଥିବା ‘ଚାରି ମୁଠା ଦଣ୍ଡ’ ଓ ‘ବେତ’କୁ ବାହାର କରାଯାଏ। ଏହି ବେତର ବିଶେଷତ୍ୱ ହେଉଛି ତିନି ହାତ ଅଧେ ଲମ୍ୱ ଓ ତେର ଗଣ୍ଠି ବିଶିଷ୍ଟ। ଏହାକୁ ‘ଗୌରୀ ବେତ’ କୁହାଯାଏ। ଏହି ବେତ ଦେହରେ ଛିଟ ବନ୍ଧା ଯାଏ। ତମ୍ୱା ବା ରୁପାରେ ତିଆରି ସର୍ପ ଏଥିସହିତ ସଂଯୁକ୍ତ କରି ପୋଖରୀରେ ମହାସ୍ନାନ କରାଯାଏ। ତା’ପରେ ଭୋକ୍ତାମାନେ ସ୍ନାନ କରି ‘ସଂକଳ୍ପ ପଇତା’ ଧାରଣ କରନ୍ତି। ଏହି ପ୍ରଥମ ଦିନର ପୂର୍ବ ଦିନ ଏମାନେ ଥରେ ଅରୁଆ ଅନ୍ନ ଓ ପଣା ପ୍ରସାଦ ଗ୍ରହଣ କରିଥା’ନ୍ତି। ଦିନ ଓ ରାତିରେ ଦେବାଳୟରେ ବିଶ୍ରାମ ନିଅନ୍ତି। ଦଣ୍ଡ ନାଟ ଆରମ୍ଭ ଦିନ ଶିବ ମନ୍ଦିରରେ ହୋମଯଜ୍ଞ ହୁଏ। ଦୁଇଖଣ୍ଡ ବାଉଁଶ କାଠକୁ ଘର୍ଷଣ କରି ଅଗ୍ନି ଜାତ କରାନ୍ତି। ଏହାକୁ ‘ଶିବାଗ୍ନି’ କୁହାଯାଏ। କୁଶ ବା ପାଳରେ ତିଆରି ଚମ୍ପା ବରରେ ‘ଶିବାଗ୍ନି’ ରୋପଣ କରି ତେର ଦିନ ପର୍ଯ୍ୟନ୍ତ ରଖା ଯାଇଥାଏ। କାଳୀଙ୍କ ଚିତ୍ରପଟ୍ଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୂର ପୁଚ୍ଛ ପତାକା ଆଦି ପୂଜା ପରେ ଦଣ୍ଡ ଯାତ୍ରା ଆରମ୍ଭ ହୁଏ।

ପ୍ରଥମ ଦିନ ‘କାମନା ଘର’ ନିକଟରେ ଦଣ୍ଡ ନାଟ ହୁଏ। ତା ’ପରେ ନିମନ୍ତ୍ରଣ ଅନୁସାରେ ବିଭିନ୍ନ ଗ୍ରାମ ଓ ସହରମାନଙ୍କରେ ନାଟ ହୋଇଥାଏ। ମାନସିକ ଧାରୀ ଦଣ୍ଡ ଯାତ୍ରା ଦଳକୁ ବରଣ କରିଥା’ନ୍ତି। ତା’ପରେ ଦଣ୍ଡ ଯାତ୍ରା ଦଳ ସେଠାକୁ ଯାଇ ଜଳ ରୋପଣ କରି ବୀଣାକାର ଗୀତ ଗାଆନ୍ତି। ଦଣ୍ଡ ନାଟର ବୀଣାକାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ବୀଣା ବଜାଇ ବିଭିନ୍ନ ବନ୍ଦନା ଗାନ ସହ ଦଣ୍ଡ ମହିମା ପ୍ରଚାର କରନ୍ତି। ବୀଣାକାର ଦ୍ୱାରା ଗାନ ହେଉଥିବା ସଂସ୍କୃତ ଶ୍ଳୋକର ଓଡ଼ିଆ ଗୀତାନୁବାଦ ପଞ୍ଚମୁଖ ଶିବ ବନ୍ଦନାର ଶେଷ ପଦଟି ଏହିପରି –

ପଶ୍ଚିମ ଉତ୍ତର ପୂର୍ବ ଦକ୍ଷିଣ ଆକାଶକୁ ମିଶି ପଞ୍ଚ ବଦନ, ଏକ ଶ୍ଳୋକେ ପଞ୍ଚମୁଖ ବନ୍ଦନ / କରି ଜଣାଏ ଶିବ ସନ୍ନିଧାନ, ପାପ ମୋ କର ମୋଚନ / କୈଳାଶ ବିହାରୀ ପୟରେ ଗୁହାରି ହେ କୃପାସିନ୍ଧୁର ବଚନ।

ଦ୍ୱିପହର ପ୍ରଚଣ୍ଡ ଖରାରେ ଆସି ଯେଉଁ ‘ଧୂଳି ଦଣ୍ଡ’ ଖେଳା ଯାଏ, ସେଥିରେ ଚାଷବାସ ବ୍ୟବସ୍ଥାର ସମସ୍ତ ଘଟଣାବଳୀକୁ ଭୋକ୍ତାମାନେ ଅନୁଷ୍ଠିତ କରିଥା’ନ୍ତି। ପାଟ ଭୋକ୍ତା ଡାକ ଦିଅନ୍ତି – ‘ହେ ଭଗତେ! ଅନ୍ୟମାନେ ଉତ୍ତର ଦିଅନ୍ତି – ହୋ! କାହିଁ ଆସିଛ?‘ ମଣିମାଙ୍କ ସେବା ପାଇଁ। ଏଥିରେ ଫଳ କ’ଣ? ମନକାମନା ପୂରଣ ହେବ। ଆଚ୍ଛା ହେଉ ସେବା ଆରମ୍ଭ କର।’ ସେବା ଆରମ୍ଭ ହୁଏ। ଜମି ଚାଷ କରିବା କାମ। ଭୁକ୍ତା ମାନେ ଶୋଇ କରି କ୍ଷେତ ଅନୁରୂପ ତିଆରି କରନ୍ତି। ପୁଣି ଦୁଇଜଣ ହାତ ଛନ୍ଦି ଠିଆ ହେବେ। ଆଉ ଜଣେ ସେହି ଛନ୍ଦା ହାତରେ ଆଣ୍ଠୁ ଭାରା ଦେଇ ଅନ୍ୟ ଏକ ଗୋଡ଼ ତଳକୁ ଲମ୍ୱାଇ ଲଙ୍ଗଳ ପରି ଧୂଳିରେ ଗାର କାଟିବେ। ଏ ହେଲା ଚାଷର ଅନୁକରଣ। ଏହାପରେ ଧାନ ବୁଣିବା। ଏହିପରି ପ୍ରତ୍ୟେକ କାମ ଶେଷରେ ପାଟ ଭୁକ୍ତା ଡାକ ଦେଉଥିବେ – ‘ହୋ ଭଗତେ! ହଁ ! ଏ ସେବା ଛାଡ଼ି ଅନ୍ୟ ସେବା କର।’ ଏହିପରି ଚାଷ କାର୍ଯ୍ୟର ବାକିଥିବା କର୍ମମାନ ଗୋଟି ଗୋଟି କରି ହୋଇଥାଏ। ତା’ପରେ ଲୁଗାବୁଣା, ମନ୍ଦିର ନିର୍ମାଣ, କୂପ ଖନନ ଆଦି ସମାଜରେ ପ୍ରଚଳିତ କର୍ମମାନ ଅନୁକରଣ କରାଯାଇଥାଏ। ଏହି କର୍ମମାନ ଅନୁଷ୍ଠିତ ହେଉଥିବା ବେଳେ ମଝିରେ ମଝିରେ ଭୋକ୍ତାମାନେ ଢୋଲ, ଝାଞ୍ଜ, ମହୁରୀ ବାଜଣା ସହିତ ସମସ୍ୱରରେ କହିଥା’ନ୍ତି – ‘କପିଳାସ କନ୍ଦରୁ ଯୋଗନିଦ୍ରା ଭାଜିବାକୁ ଅବଧାନ ହେଉ ମଣିମା। କଳାରୁଦ୍ର ମଣି ଭଜ ହେ…’। ତା’ପରେ ଦିଅଁଙ୍କୁ ଧରି ପୋଖରୀ କୂଳକୁ ‘ଜଳ ଦଣ୍ଡ’ କରିବାକୁ ଚାଲନ୍ତି। ଛଅ ଆଙ୍ଗୁଳି ଲମ୍ୱର ଆମ୍ୱ ଡାଳରେ ଭୋକ୍ତାମାନେ ଦାନ୍ତ ଘଷି ସ୍ନାନ ସାରି ଜଳାଶୟ ମଧ୍ୟରେ ତେର ଥର ବୁଡ଼ି ତେର ଅଞ୍ଜୁଳା ବାଲି ଆଣି ଶିବଲିଙ୍ଗ ପ୍ରତିଷ୍ଠା କରନ୍ତି। ସାଙ୍ଗରେ ନେଇଥିବା ମାଟି ଘଟରେ ଜଳ ପୂର୍ଣ୍ଣ କରାଯାଏ।

‘ଚାରିଦଣ୍ଡ’ ହେଉଛି ମାଟିରେ ତିଆରି କରି ପୋଡ଼ା ଗଲା ପରେ ସେଥିମଧ୍ୟରେ ପାଳ, କୁଟା ଭର୍ତ୍ତି କରି ଅଗ୍ନି ସଂଯୋଗ କରାଇ ପୋଖରୀ କୂଳରେ ପ୍ରଥମ ‘ହକ’ ଦିଆଯାଏ। ବିଭିନ୍ନ ଉପଚାରରେ ପୂଜାର୍ଚ୍ଚନା କରାଯାଏ। ତା’ପରେ ଖଇ, ନବାତ, କଦଳୀ ମିଶ୍ରିତ ପଣା ଠାକୁରଙ୍କ ପୂଜା ପରେ ସମସ୍ତ ଭୋକ୍ତା ପ୍ରସାଦ ସେବନ କରନ୍ତି। ଏହାପରେ ପ୍ରଚଳିତ ବିଧି ଅନୁସାରେ ଝୁଣା ମାରି ମାରି କର୍ତ୍ତାଙ୍କ ଦୁଆରକୁ ଯାଇ ‘ପତନି ବନ୍ଧା’ ସାରି ବିଶ୍ରାମ ସ୍ଥାନକୁ ଯାଆନ୍ତି। ବାଟରେ ଗଲାବେଳେ ପିଲାଠାରୁ ବଡ଼ଙ୍କ ଯାଏ ଗୁହାରିଆ ପଡ଼ିଥିଲେ, ସେମାନଙ୍କର ମଙ୍ଗଳ କାମନା କରାଯାଇ ‘ହକ’ ଦିଆଯାଏ। ସନ୍ଧ୍ୟା ସମୟରେ ବିଶ୍ରାମ ସ୍ଥାନରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଦଣ୍ଡ ବ୍ରତ ପାଳନରେ ଭକ୍ତମାନଙ୍କର କାହାର କ’ଣ ଦୋଷ ଥିଲେ, ତାହାକୁ ତାଙ୍କ ଦେହରେ ପ୍ରବେଶ କରି ସତ୍ୟ ଘଟଣାଗୁଡ଼ିକ ତାଙ୍କ ମୁହଁରେ ପ୍ରକାଶ କରାନ୍ତି ବୋଲି ବିଶ୍ୱାସ ରହିଛି। ଦୋଷ ସ୍ୱୀକାର ପୂର୍ବକ ଭୋକ୍ତାମାନେ ଝୁଣାଗ୍ନିରେ ଶରୀର ଶୁଦ୍ଧ କରାଇ ନୂତନ ଉପବୀତ ଧାରଣ କରନ୍ତି ଏବଂ ଦାନ୍ତରେ ତୃଣ ଧରି କ୍ଷମା ମାଗନ୍ତି।

ରାତ୍ରି ସମୟରେ ଭୋକ୍ତାମାନେ ଖାଦ୍ୟ ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ଚୁଲା ନିର୍ମିତ କରାଯାଇ ଚମ୍ପା ବରର ଅଗ୍ନି ନେଇ ଚୁଲା କାଠରେ ସଂଯୋଗ କରନ୍ତି। ଗୋଡ଼ି, ମାଟି, ଧାନ ପ୍ରଭୃତି ନଥିବା ଅରୁଆ ଚାଉଳର ଅନ୍ନ ଓ ମୁଗଜାଇ, କଞ୍ଚା କଦଳୀ, ବାଇଗଣ, କଖାରୁ ପ୍ରଭୃତି ଅକଟା ପରିବା ଓ ଅବଟା ମସଲାରେ ଡାଲମା ପ୍ରସ୍ତୁତ ହୁଏ। ମଧ୍ୟରାତ୍ରିର ନିଶବ୍ଦ ପ୍ରହରରେ ଅନ୍ନ ଓ ଡାଲମା ଶିବକାଳୀଙ୍କ ପାଖରେ ଭୋଗଲାଗି ପରେ ଢୋଲ, ଘଣ୍ଟ, ମହୁରୀ ବାଦ୍ୟ ଶବ୍ଦ ମଧ୍ୟରେ ଭୋକ୍ତାମାନେ ପ୍ରସାଦ ସେବନ କରନ୍ତି। ଏହି ସମୟରେ କୌଣସି ଅନ୍ୟ ଶବ୍ଦ ଏପରିକି କାଉ କୋଇଲିର ଶବ୍ଦ ଶୁଣିଲେ ବା ପ୍ରସାଦରୁ ମାଟି ଗୋଡ଼ି ବାହାରିଲେ ଭୋକ୍ତାମାନେ ପ୍ରସାଦ ଗ୍ରହଣ କରନ୍ତି ନାହିଁ। ସାରା ଦିନରେ ଥରେମାତ୍ର ଭୋଜନ କରୁଥିବାରୁ ଶୃଙ୍ଖଳା ଓ ଶୁଦ୍ଧତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଏ। ପ୍ରସାଦ ସେବନ କରିବା ପରେ ରାତ୍ରିର ନିକାଞ୍ଚନ ମୁହୂର୍ତ୍ତରେ ଦଣ୍ଡ ଦଳ କର୍ତ୍ତାଙ୍କ ଦାଣ୍ଡ ଅଭିମୁଖେ ଝାଞ୍ଜ, ଢୋଲ ଓ ମହୁରୀର ତାଳେ ତାଳେ ପିଞ୍ଚ ମୁଠା ଓ ବାନା ବାଡ଼ି ହଲାଇ ହଲାଇ ସମସ୍ୱରରେ ‘କଳାରୁଦ୍ର ମଣିକି ଭଜ ହେ…’ ଡାକି ଡାକି ଚାଲନ୍ତି। ଏହି ସମୟରେ ଦୁଇ ଜଣ ଭୁକ୍ତା ଅଗ୍ନି ଦଣ୍ଡରେ ଝୁଣା ମାରି ମାରି ବାଦ୍ୟର ତାଳେ ତାଳେ ନାଚି ନାଚି ଯାଆନ୍ତି।ଏ ଠାରେ କାଳିକା ନୃତ୍ୟ ପ୍ରଥମେ ଅନୁଷ୍ଠିତ ହୋଇଥାଏ। ପ୍ରଭଧାରୀ ଭୋକ୍ତାଙ୍କୁ କଳା ପୋଷାକ ପିନ୍ଧାଇ, କଳା କନା ମଣ୍ଡରେ ବାନ୍ଧି ଓ ରକ୍ତ ସିନ୍ଦୂର କପାଳରେ ଲଗାଇ କାଳୀ ପ୍ରଭା ଧାରଣ କରାନ୍ତି। ଅଗ୍ନି ଦଣ୍ଡରେ ଝୁଣା ଦ୍ୱାରା ଅଗ୍ନି ପ୍ରୟୋଗ ଓ ଢୋଲ ବାଦ୍ୟର ତାଳେ ତାଳେ ତାଣ୍ଡବ ନୃତ୍ୟରେ କାଳିକା ପ୍ରସନ୍ନ ହୁଅନ୍ତି। ତା’ପରେ ସେହି ଭୋକ୍ତା ଚେତାଶୂନ୍ୟ ହୁଅନ୍ତି। କାଳୀ ପ୍ରଭା ବାହାର କରିବାର କିଛି ସମୟ ପରେ ଚେତା ଫେରି ଆସେ। ଏହାପରେ ଚଢ଼େୟା ନାଚ କରିବାର ପରମ୍ପରା ରହିଛି।

ଦଣ୍ଡ ନାଟ ସୁଆଙ୍ଗ ଦ୍ୱାରା ପରିପୁଷ୍ଟ। ବାଦ୍ୟର ତାଳେ ତାଳେ ନୃତ୍ୟ ପରିବେଷଣ ଶୈଳୀକୁ ସୁଆଙ୍ଗ କୁହାଯାଏ। ତେବେ ପ୍ରତ୍ୟେକ ସୁଆଙ୍ଗର ମୂଳ ଚିନ୍ତାଧାରା ଶିବପାର୍ବତୀଙ୍କ ମହତ୍ତ୍ୱ ପ୍ରତିପାଦନ ଦ୍ୱାରା ସାଧାରଣ ଜନତା ମଧ୍ୟରେ ଧର୍ମୀୟ ଚେତନା ଜାଗ୍ରତ କରାଇବା। କାଳକ୍ରମେ ଏହା ଅଧିକ ମନୋରଞ୍ଜନ ପାଇଁ ବିଭିନ୍ନ ପୌରାଣିକ, ଐତିହାସିକ, ସାମାଜିକ ବିଷୟ ବସ୍ତୁ ଆଧାରରେ ଅପେରା ଯାତ୍ରା କରାଯାଉଛି। ଆଧୁନିକତାକୁ ଗ୍ରହଣ କରି ନେଇଥିଲେ ମଧ୍ୟ ଏହାର ମୌଳିକ ରୂପଟି ଏଯାବତ୍‌‌ ଅକ୍ଷୁଣ୍ଣ ରଖିଥିବାରୁ ଏହାର ଲୋକପ୍ରିୟତା ଅଧିକ। ଏହାଛଡ଼ା ସାମ୍ୟ, ମୈତ୍ରୀ ଓ ସହାବସ୍ଥାନର ସନ୍ଦେଶ ବହନକାରୀ ଏକାନ୍ତ ଭାବେ ମୌଳିକ ଏବଂ ପ୍ରାଣରେ ଅତ୍ୟନ୍ତ ଲୋକଧର୍ମୀ, ଆଧ୍ୟାତ୍ମିକ ବିଶ୍ୱାସ ଉପରେ ପ୍ରତିଷ୍ଠିତ ଏଇ ଲୋକନୃତ୍ୟଟି ଏ ଯାବତ୍‌‌ ପ୍ରଚଳିତ।

ଦଣ୍ଡ ନାଚର ଶେଷ ଦିବସକୁ ‘ମେରୁ’ କୁହାଯାଏ। ଏହି ମେରୁ ଶବ୍ଦ କନ୍ଧ ମାନଙ୍କର ‘ମେରିଆ’ ଶବ୍ଦର ରୂପାନ୍ତର ବୋଲି ଗବେଷକମାନେ ମତ ଦିଅନ୍ତି। ଦେବୀ ପୀଠର ନିର୍ଦ୍ଧାରିତ ‘ମେରୁକୁଣ୍ଡ’ର ଦୁଇପାର୍ଶ୍ବରେ ବେଲ କାଠରେ ନିର୍ମିତ ଦୁଇଟି ମେରୁ ଖୁଣ୍ଟି ପୋତା ହୁଏ। ସେହି ଦୁଇ ଖୁଣ୍ଟି ଉପର ଅଂଶକୁ ଅନ୍ୟ ଏକ କାଠରେ ସଂଯୋଗ କରା ଯାଇଥାଏ। ଦଣ୍ଡ ଯାତ୍ରାର ପରମ୍ପରା ଅନୁଯାୟୀ ମେରୁ କୁଣ୍ଡରେ ଯଜ୍ଞ ଆରମ୍ଭ ହୁଏ। କାଳୀ ପ୍ରଭାକୁ କୁଣ୍ଡର ବିପରୀତ ପାର୍ଶ୍ବରେ ୧୩ ହାତ ଦୂରରେ ରଖା ଯାଇଥାଏ। ଷୋଡ଼ଶ ଉପଚାରରେ ପୂଜା କର୍ମ ହୁଏ। ପାଟ ଭୋକ୍ତା ପୁନଃ ସ୍ନାନ କରି ଓଦା ବସ୍ତ୍ରରେ ଆସି କାଳୀଙ୍କୁ ଦର୍ଶନ କରନ୍ତି। ତା’ପର କାଳୀ ପ୍ରସନ୍ନ ହୁଅନ୍ତି। ପାଟଭୋକ୍ତାଙ୍କୁ ମେରୁ ଖୁଣ୍ଟରେ ଝୁଲାଇ ଗୋଡ଼ ଦୁଇଟିକୁ ମେରୁ ଖୁଣ୍ଟରେ ବନ୍ଧା ଯାଏ ଏବଂ ମୁଣ୍ଡ ଠିକ୍‌‌ ମେରୁ କୁଣ୍ଡ ଉପରେ ଝୁଲି ରହେ। ମେରୁ କୁଣ୍ଡର ଅଗ୍ନିରେ ତେର ଥର ଝୁଣା ନିକ୍ଷେପ କରାଯାଏ। ଦଣ୍ଡ ନାଚର ମୂଳ ମନ୍ତ୍ର ‘କଳା ରୁଦ୍ରମଣିକି ଭଜ ହେ…’ ଧ୍ୱନି ଭୋକ୍ତା ଓ ଭକ୍ତମାନଙ୍କ ଦ୍ୱାରା ଢୋଲ, ଘଣ୍ଟ, ଝାଞ୍ଜ, ମହୁରୀ ବାଦ୍ୟ ମଧ୍ୟରେ ନିନାଦିତ ହୁଏ। ଶେଷରେ ମୁଖ୍ୟ ଭୋକ୍ତା ସେହି ମେରୁ ଦଣ୍ଡରେ ଅଚେତ ହୋଇ ପଡ଼ନ୍ତି। ଅନ୍ୟ ଭୋକ୍ତାମାନେ ତାଙ୍କୁ ଜଳ ଘାଟକୁ ନେଇ ଚେତା ଫେରାନ୍ତି। ଏହାକୁ ଦଣ୍ଡ ନାଚର ଅଗ୍ନିପରୀକ୍ଷା କହନ୍ତି। ଏହି ସମୟରେ ବ୍ରତଧାରୀମାନେ ବିଭିନ୍ନ ଫଳ ମେରୁ ମଣ୍ଡପରେ ସମର୍ପଣ କରନ୍ତି। କେତେକ ସ୍ଥାନରେ ଭୋକ୍ତାମାନେ ଅଗ୍ନି ଉପରେ ଚାଲିବା ଦୃଶ୍ୟ ମଧ୍ୟ ଦେଖାଯାଏ। ଏହା ହେଇଛି ଦଣ୍ଡନାଚର ଅନ୍ତିମ ଦୃଶ୍ୟ।

ଦଣ୍ଡନାଚ ଏକ ଗଣପୂଜା। ଅସ୍ପୃଶ୍ୟତା ଦୂରୀକରଣ ଏହାର ଆଦର୍ଶ। ସମସ୍ତେ ଈଶ୍ୱରଙ୍କ ସନ୍ତାନ। ଏହି ଭାବନା ସମସ୍ତଙ୍କ ପାଇଁ ସମାନ ଭାବରେ ଅନୁସୃତ। ଏହାଛଡ଼ା ପରସ୍ପର ମଧ୍ୟରେ ମିତ୍ରତା ଓ ଭ୍ରାତୃତ୍ୱ ବଜାୟ ରଖିବା, ଇନ୍ଦ୍ରିୟ ସଂଯମ ଆଦି ଚିତ୍ତ ଶୁଦ୍ଧି ପ୍ରାୟଶ୍ଚିତ, ବିଭିନ୍ନ କାର୍ଯ୍ୟ ସିଦ୍ଧି ପାଇଁ ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଏହି ଦଣ୍ଡ ବ୍ରତ ପାଳନ କରାଯାଇଥାଏ।

ଲିଙ୍ଗରାଜ ନାହାକ

ବ୍ରହ୍ମପୁର, ମୋ: ୯୪୩୭୫୬୨୯୫୫

ଜନସଂଖ୍ୟାରେ ଭାରତ ଚୀନ୍‌‌କୁ ଟପିଲା; ବିପୁଳ ଜନଶକ୍ତି : ସମ୍ପଦ ନା ବିପଦ?
ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁସାରେ ଭାରତ ଏବେ ପୃଥିବୀର ସବୁଠୁ ଅଧିକ ଜନବହୁଳ ଦେଶ। ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌‌ଏଫ୍‌‌ପିଏ) ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୨୩ ରିପୋର୍ଟ ଅନୁସାରେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷରେ ପହଞ୍ଚି ଚୀନ୍‌‌ ଜନସଂଖ୍ୟାକୁ ଅତିକ୍ରମ କରିଛି। ସଂଖ୍ୟା ଅନୁସାରେ ଭାରତ ଏବେ ଜନସଂଖ୍ୟାରେ ଚୀନ୍‌‌ଠାରୁ ୨.୯ ନିୟୁତ ଆଗରେ ରହିଛି। ରିପୋର୍ଟରେ ଆଉ ଏକ ଉଲ୍ଲେଖନୀୟ ବିଷୟ ହେଲା, ଭାରତର ଯୁବ ଜନସଂଖ୍ୟା ବଢ଼଼ୁଥିବାବେଳେ ଚୀନ୍‌‌ରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏସିଆର ଦୁଇ ପଡ଼ୋଶୀ ଏବେ ବିକାଶରେ କେବଳ ପ୍ରତିଦ୍ୱନ୍ଦ୍ୱୀ ହୋଇ ନାହାନ୍ତି, ଜନସଂଖ୍ୟା, ଅର୍ଥନୀତି ଓ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ତେବେ ଅର୍ଥନୀତି, ବାଣିଜ୍ୟ, ଜିଡିପି, ସମ୍ବଳ, ସାମରିକ ଶକ୍ତି, ବିଜ୍ଞାନ, ପ୍ରଯୁକ୍ତି, ପ୍ରତିରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଚୀନ୍‌‌ ଭାରତଠାରୁ ବହୁ ଆଗରେ ରହିଛି। ଗୋଟିକରେ ଗଣତନ୍ତ୍ରର ଜୟଗାନ ଏବଂ ବିଶ୍ୱର ସର୍ବବୃହତ୍‌‌ ଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଥିବାବେଳେ ଅନ୍ୟଟିରେ କମ୍ୟୁନିଷ୍ଟ ଏକଚ୍ଛତ୍ରବାଦୀ ଶାସନ ବ୍ୟବସ୍ଥା ଚାଲିଛି। ବିଶ୍ୱର ଦୁଇ ସର୍ବବୃହତ୍‌‌ ଜନବହୁଳ ରାଷ୍ଟ୍ରର ବିଚିତ୍ର ଭାବେ ନିଜ ନିଜକୁ ଉପସ୍ଥାପିତ କରୁଛନ୍ତି।

ଭାରତ ପରିପ୍ରେକ୍ଷୀରେ ବିପୁଳ ଜନସଂଖ୍ୟାକୁ ସମ୍ପତ୍ତି ବା ଦୁର୍ଗତି ଭାବେ ବିଚାର କରାଯିବ? ଏହା କ’ଣ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରେ କି? ଜନସଂଖ୍ୟା ବଢ଼଼ିଲେ ପ୍ରାକୃତିକ ସମ୍ବଳ ଓ ପରିବେଶ ଉପରେ ଚାପ ବଢ଼େ ଏବଂ ଏହା ଅର୍ଥନୀତିକ ଦୁର୍ଗତିର କାରଣ ମଧ୍ୟ ପାଲଟେ। ଏ ଯାଏ ଏକ ବିକାଶଶୀଳ ରାଷ୍ଟ୍ରଭାବେ ଆଗକୁ ବଢ଼଼ିବାକୁ ସଂଗ୍ରାମ କରୁଥିବା ଭାରତ ପାଇଁ ଏହି ବିପୁଳ ଜନସଂଖ୍ୟାକୁ କିପରି ଦେଖାଯିବ, ତାହା ସବୁଠୁ ବଡ଼ ପ୍ରଶ୍ନ। ଆଜିକାଲି ତ ଜନସଂଖ୍ୟାର ବିଶ୍ଳେଷଣ ବିଭିନ୍ନ ଦୃଷ୍ଟିରୁ ହେଉଛି ଏବଂ ଏହାର ଅର୍ଥନୀତିକ ଲାଭକୁ ଅନେକ ବିଶାରଦ ଦେଖି ବିଭୋର ହେଉଛନ୍ତି। ଜନସଂଖ୍ୟାର ବିଶାଳତାକୁ ଉପଯୁକ୍ତ ପ୍ରଶାସନିକ ରଣନୀତି ଆପଣାଇ ଏହାକୁ ଜାତୀୟ ବିକାଶ ପାଇଁ ‘ଗଣତାନ୍ତ୍ରିକ ସମ୍ବଳ’ ଭାବେ ମଧ୍ୟ ବିବେଚନା କରାଯିବା ଉଚିତ। ବିଶେଷକରି ଭାରତ ପୃଥିବୀର ସବୁଠାରୁ ଅପେକ୍ଷାକୃତ ଯୁବାଗୋଷ୍ଠୀଙ୍କ ଦେଶ ହୋଇଥିବା ବେଳେ, ଦେଶର ଅର୍ଥନୀତିକ ଅଭିବୃଦ୍ଧିରେ ବିପୁଳ ଜନସଂଖ୍ୟା ନିଶ୍ଚିତ ଭାବେ ଏକ ଆଶୀର୍ବାଦ ହୋଇପାରେ।

ସକାରାତ୍ମକ ଦୃଷ୍ଟିରୁ ଜନସଂଖ୍ୟା ବୃଦ୍ଧିକୁ ଦେଖିଲେ ଅନେକ କଥା ଦେଖାଯାଉଛି। ଉପଭୋକ୍ତାବାଦୀ ଏକ ଅର୍ଥନୀତିରେ ଯୁବବର୍ଗଙ୍କ ଲୋକସଂଖ୍ୟା ବୃଦ୍ଧି ଭାରତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି କେତେକ କହୁଛନ୍ତି। ଏହା ଦ୍ୱାରା କୁଆଡ଼େ ଦେଶର ଅଭିବୃଦ୍ଧି ପାଇଁ ବିପୁଳ ସୁଯୋଗ ସୃଷ୍ଟି ହେବ। ଏ କଥା ସତ ଯେ ଯୁବବର୍ଗଙ୍କ ସଂଖ୍ୟା ବଢ଼଼ିଲେ କାମ କରିବାକୁ ସମର୍ଥ ବର୍ଗର ମାନବ ସମ୍ବଳ ନିଶ୍ଚୟ ବଢ଼଼ିବ। ଆହୁରି ମଧ୍ୟ ଘରୋଇ ଉପଭୋକ୍ତା ବଜାର (କନ୍‌‌ଜପସନ୍‌‌) ବଢ଼଼ିବା ଦ୍ୱାରା ବାହ୍ୟ ଆହ୍ୱାନର ମୁକାବିଲା ସହଜରେ କରିହେବ। କୋଭିଡ୍‌‌ ମହାମାରୀ ବେଳେ ଭାରତ ଏହା କରି ଦେଖାଇ ପାରିଥିଲା। ଅତଏବ ଏହି ପରିପ୍ରେକ୍ଷୀରେ ଯେଉଁମାନେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଓକିଲାତି କରୁଛନ୍ତି, ସେମାନେ ସବୁଠୁ ଦୟନୀୟ ସ୍ଥିତିରେ ଥିବା ଶ୍ରମ ଶକ୍ତିର ଉନ୍ନତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଏ କ୍ଷେତ୍ରର ଏକ ପରିସଂଖ୍ୟାନ ଦେଖିଲେ ଭାରତର ସ୍ଥିତି ସ୍ପଷ୍ଟ ହୁଏ। ଶ୍ରମ କ୍ଷେତ୍ରରେ ଦେଶର ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ୨୦୦୦ ମସିହାରେ ୫୭.୨% ଥିବାବେଳେ ୨୦୨୨ରେ ଏହା ୪୧.୩%କୁ ଖସି ଆସିଛି। ଏହି ସମୟ ମଧ୍ୟରେ ଚୀନ୍‌‌ରେ ଏହି ହାର ୬୭.୧%, ଜାପାନରେ ୬୨.୧%, ଆମେରିକାରେ ୬୨.୬%, ୟୁରୋପୀୟ ୟୁନିୟନରେ ୭୪.୭% ରହିଛି। ଏପରିକି ଶ୍ରୀଲଙ୍କା ଓ ବାଂଲାଦେଶରେ ଯଥାକ୍ରମେ ଏ କ୍ଷେତ୍ରରେ ୪୮.୪% ଓ ୫୮.୨%ରେ ରହି ଭାରତଠାରୁ ଉପରେ ରହିଛନ୍ତି। ଶ୍ରମ ଶକ୍ତିର ଅଂଶଗ୍ରହଣ ହାର ହ୍ରାସ ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଏଥିପ୍ରତି ତୁରନ୍ତ ସରକାର ଦୃଷ୍ଟି ଦେବା ଆବଶ୍ୟକ। ଦେଶରେ ଶ୍ରମ ଶକ୍ତି ମଧ୍ୟରେ ଥିବା ବର୍ଗଙ୍କ ସଂଖ୍ୟା ବଢ଼଼ୁଛି ଏବଂ ଯୁବଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ଆନୁପାତିକ ଭାବେ ବଢ଼଼ିବଢ଼଼ି ଚାଲିଛି। ତେଣୁ ଏହି ଦୁଇବର୍ଗଙ୍କୁ କାମରେ ଲଗାଇ ଅର୍ଥନୀତିକ ଲାଭ ଉଠାଇବାକୁ ପଡ଼ିବ। ତେବେ ଯାଇ ଜନସାଂଖ୍ୟିକ ଲାଭ ଆମେ ଉଠାଇ ପାରିବା।

ଜନସଂଖ୍ୟା ବୃଦ୍ଧିର ଖରାପ ଦିଗ ବିଷୟରେ ସମସ୍ତେ ଅବଗତ ଏବଂ ସେ ବିଷୟରେ ଏଠି ଆଲୋଚନା କରିବାର ଆବଶ୍ୟକତା ଏବେ ନାହିଁ। ତେବେ ଗୋଟିଏ କଥା କୁହାଯାଇପାରେ ଯେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆମର କୋହଳ ନୀତି ଯୋଗୁଁ ଏ କ୍ଷେତ୍ରରେ ସଫଳତା କମ୍‌‌ ମିଳୁଛି। ଆମ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା ଏ କ୍ଷେତ୍ରରେ ବାଧ୍ୟତାମୂଳକ ବ୍ୟବସ୍ଥା ଲାଗୁ କରିବା ସମ୍ଭାବନା କ୍ଷୀଣ। ଏବେ ପ୍ରଶ୍ନ ହେଉଛି ଯେ ବଢ଼଼ନ୍ତା ଜନସଂଖ୍ୟା, ବିଶେଷ କରି ଯୁବବର୍ଗଙ୍କୁ କିପରି ବିନିଯୋଗ କରି ଜନସାଂଖ୍ୟିକ ଲାଭ ଉଠାଇ ହେବ ଏବଂ କ୍ରମଶଃ ବଢ଼଼ୁଥିବା ବରିଷ୍ଠଙ୍କ ସଂଖ୍ୟା ଦୃଷ୍ଟିରୁ ସେମାନଙ୍କ କଲ୍ୟାଣ ଓ ଥଇଥାନ ପ୍ରତି ଦେଶ କି ପ୍ରକାର ପଦକ୍ଷେପ ଗ୍ରହଣ କରିପାରିବ। ଏହି ଦୁଇ ବିଷୟରେ ଆମ ନୀତି ନିର୍ମାତା ଏବଂ କାର୍ଯ୍ୟ ନିର୍ବାହୀ ଗୁରୁତର ସହିତ ଚିନ୍ତା କରିବାର ସମୟ ଆସିଛି। ଏହି ଗତିଶକ୍ତି (ଡାଇନାମିକ୍ସ)ର ସୁନିୟୋଜିତ ପରିଚାଳନା ପାଇଁ ଯଦି ଏବେଠୁ ଉପଯୁକ୍ତ ନଜର ଦିଆନଯିବ, ଭବିଷ୍ୟତରେ ତାହା ଆମ ପାଇଁ ଡିନାମାଇଟ୍‌‌ରେ ପରିଣତ ହୋଇପାରେ। ବର୍ତ୍ତମାନର ସ୍ଥିତି ଆମ ମାନବସମ୍ବଳ ପରିଚାଳନା ପାଇଁ ନିଶ୍ଚିତ ଏକ ବଡ଼ ଆହ୍ୱାନ।

ଆମ ପାଖରେ ଗୋଟିଏ ସାନ୍ତ୍ୱନା ହେଲା ବର୍ଦ୍ଧିତ ଜନସଂଖ୍ୟାରେ ଆମର ଯୁବବର୍ଗଙ୍କ ଭାଗ ଅଧିକ। ତେଣୁ ସେମାନଙ୍କ କର୍ମ ନିଯୁକ୍ତି ପ୍ରତି ଦୃଷ୍ଟି କେନ୍ଦ୍ରିତ କରିବାକୁ ପଡ଼ିବ। ଏଥିରୁ ଜନସାଂଖ୍ୟିକ ଲାଭ ଉଠାଇବାକୁ ସରକାରଙ୍କୁ ରଣନୀତିକୁ ବଦଳାଇବାକୁ ହେବ। ରାଜନୀତିକ ଇଚ୍ଛାଶକ୍ତି ଏଥିପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ସମୟର ଆହ୍ୱାନ ମଧ୍ୟ।

କୃତ୍ରିମ ବୁଦ୍ଧିମତ୍ତା ଓ ବିଗ୍‌‌ ଡାଟାର ପ୍ରାଦୁର୍ଭାବ: ଆଇଟି କ୍ଷେତ୍ରରେ ଛଟେଇ ବୃଦ୍ଧି ଚିନ୍ତାଜନକ
ସୂଚନା ପ୍ରଯୁକ୍ତି ବା ଆଇଟି କ୍ଷେତ୍ର ଭାରତ ସମେତ ସମଗ୍ର ବିଶ୍ୱରେ ଅର୍ଥନୀତିକ ଅଭିବୃଦ୍ଧିର ଏକ ବଡ଼ ବାହକ ହୋଇଥିବାବେଳେ ପ୍ରତିଭା ନିଯୁକ୍ତିରେ ଉଲ୍ଲେଖନୀୟ ଅବଦାନ ରଖିଛି। ଭାରତ ଭଳି ଦେଶ ଯେଉଁଠି ସରକାରୀ ଚାକିରିରେ କୋଟା ରାଜ ବ୍ୟବସ୍ଥା ପ୍ରତିଭାର ସ୍ୱାଭାବିକ ଉଦ୍‌‌ବର୍ତ୍ତନକୁ ଉଦ୍ଦେଶ୍ୟମୂଳକ ଭାବେ ଜାତିଆଣ ଆଧାରରେ ସଂକୁଚିତ କରି ପଜିଟିଭ ଡିସ୍‌‌କ୍ରିମିନେସନ ବା ଗଠନମୂଳକ ପାତର ଅନ୍ତର ତତ୍ତ୍ୱକୁ ଅଗ୍ରାଧିକାର ଦିଏ, ସେଠାରେ ଆଇଟି କ୍ଷେତ୍ର ପ୍ରତିଭାଧାରୀଙ୍କ ପାଇଁ ଶେଷ ଗନ୍ତବ୍ୟ। କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ଭାରତୀୟ ଆଇଟି ବୃତ୍ତିଧାରୀମାନେ ନିଜର କର୍ମକୁଶଳତା ଓ ନିଷ୍ଠା ଯୋଗୁଁ ପ୍ରତିଷ୍ଠିତ ହୋଇପାରିଛନ୍ତି। ବିଡ଼ମ୍ବନା ହେଲା, ଏ କ୍ଷେତ୍ର ଏବେ ମଧ୍ୟ ଏକ ଉଦ୍‌‌ବିଗ୍ନ ମୁହୂର୍ତ୍ତ ଦେଇ ଗତି କରୁଛି। ପ୍ରଚୁର ଅର୍ଥର ଅଧିକାରୀ ଧନାଢ଼୍ୟ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ବଡ଼ ଧରଣର ଛଟେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ପ୍ରକ୍ରିୟାରେ ଭାରତୀୟଙ୍କ ସମେତ ବହୁ ପୁରାତନ ପେସାଦାର ବୃତ୍ତିଜୀବୀ ଅସମୟରେ ଚାକିରି ହରାଉଛନ୍ତି। ଏସବୁ କମ୍ପାନୀ ନୂଆ ଯାନ୍ତ୍ରିକତା ଓ ପ୍ରଯୁକ୍ତିକୁ ଅଗ୍ରାଧିକାର ଦେଇ ସ୍ୱୟଂକ୍ରିୟ ଯନ୍ତ୍ରଚାଳିତ ବ୍ୟବସ୍ଥାରେ ନିଜର କାମ କରିବା ସହିତ ମାନବସମ୍ବଳର ଉପଯୋଗକୁ ନିରନ୍ତର ଭାବେ କମାଉଛନ୍ତି। ଏହାଛଡ଼ା ବିଭିନ୍ନ ବୈଶ୍ୱିକ ଓ ଜାତୀୟସ୍ତରର ଅର୍ଥନୈତିକ ମାନ୍ଦା ସମସ୍ୟା ଯୋଗୁଁ କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି।

୨୦୨୨ରେ ଆଇଟି କ୍ଷେତ୍ରରେ ସମଗ୍ର ବିଶ୍ୱରେ ପ୍ରାୟ ଦୁଇଲକ୍ଷ କର୍ମଚାରୀ ଛଟେଇ ହୋଇଥିଲେ। ତାହାର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା। ସେତେବେଳେ ଏସବୁ କମ୍ପାନୀଙ୍କର ଯୁକ୍ତିଥିଲା ଯେ ମହାମାରୀ କାଳର କୁପ୍ରଭାବ ସମ୍ପୃକ୍ତ ଉଦ୍ୟୋଗକୁ ପ୍ରଭାବିତ କରିଛି ଏବଂ ଆୟ ବୃଦ୍ଧି ପାଇଁ ଅତିରିକ୍ତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇପଡ଼ିଛି। ସତ କଥାଟି ହେଲା ଏହା ଥିଲା ଏକ ବ୍ୟାବସାୟିକ ଚାଲ ଏବଂ ଅର୍ଥ ପିଶାଚ ଏସବୁ କମ୍ପାନୀ ନିଜର ଆୟ ବୃଦ୍ଧି ପାଇଁ ଏଭଳି ବାହାନା କରି କର୍ମଚାରୀ ଛଟେଇ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ସହାୟତାରେ ମେସିନ୍‌‌ ଦ୍ୱାରା କାମ କରି ମଣିଷମାନଙ୍କୁ ନିଯୁକ୍ତିରୁ ହଟାଇଥିଲେ। ସେତେବେଳେ ଏହା ବିରୋଧରେ ବିଶ୍ୱବ୍ୟାପୀ ପ୍ରତିବାଦ ଉଠିଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ସବୁ ନିଜର ରଣନୀତିରେ ସେପରି କୌଣସି ବଡ଼ ଧରଣର ପରିବର୍ତ୍ତନ ଆଣି ନାହାନ୍ତି। ୨୦୨୩ରେ ମଧ୍ୟ ଏହି କର୍ମଚାରୀ ଛଟେଇ ଜାରି ରହିଛି। ଏବର୍ଷର ପ୍ରଥମ ତିନିମାସ ମଧ୍ୟରେ ପ୍ରାୟ ୧.୭୦ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରାଗଲାଣି। ଭବିଷ୍ୟତରେ ଏହା ଆହୁରି ଭୟଙ୍କର ଆକାର ଧାରଣ କରିପାରେ। ଆଲ୍‌‌ଫାବେଟ୍‌‌, ମେଟା, ମାଇକ୍ରୋସଫ୍ଟ, ଆମାଜନ, ସେଲ୍ସଫୋର୍ସ, ଗୁଗୁଲ ଓ ସାପ୍‌‌ ଆଦି ଆଇଟି କମ୍ପାନୀମାନେ କର୍ମଚାରୀ ଛଟେଇ ଜାରି ରଖିଥିବାବେଳେ ଆଉ କେତେକ କମ୍ପାନୀ ସମାନ ନୀତି ମଧ୍ୟ ଅନୁସରଣ କରୁଛନ୍ତି। ଭାରତୀୟ ଆଇଟି କମ୍ପାନୀମାନେ ଏହି ଧାରାରେ ମଧ୍ୟ ସାମିଲ ହୋଇଛନ୍ତି। ମହାମାରୀ ପରେ ଭାରତୀୟ ଆଇଟି କମ୍ପାନୀମାନେ ସେମାନଙ୍କର ନୂଆ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାବେଳେ ନୂତନ ବୃତ୍ତିଧାରୀମାନଙ୍କୁ ଅପେକ୍ଷାକୃତ କମ୍‌‌ ବେତନ ଦେଉଛନ୍ତି। ଅପରପକ୍ଷରେ ଚାକିରିରେ ଥିବା ମଧ୍ୟମ ଓ ବରିଷ୍ଠ ବର୍ଗର ଉଚ୍ଚ ବେତନ ଭୋଗୀଙ୍କୁ ପ୍ରସ୍ଥାନ ପଥ ବାଧ୍ୟତାମୂଳକ ଭାବେ ଦେଖାଇ ଦିଆଯାଉଛି। ଏସବୁ ଉଦ୍ୟୋଗ ଏପରି ସଂସ୍ଥା ଯେଉଁଠି ଶ୍ରମିକ ସଂଗଠନ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ବା ନାହିଁ କହିଲେ ଚଳେ। ସେ ବ୍ୟବସ୍ଥାରେ କର୍ମଚାରୀଙ୍କ ବୃତ୍ତିଗତ ସୁରକ୍ଷା ନୀତି ଅତ୍ୟନ୍ତ ଦୁର୍ବଳ। ସରକାରୀ ଆଇନର ସୁଯୋଗ ନେଇ ଏସବୁ ଉଦ୍ୟୋଗ ଏକ ସୁରକ୍ଷିତ ପରିବେଶରେ କାମ କରନ୍ତି ଯେଉଁଠି ଦେଶର ଶ୍ରମ ଆଇନ କାନୁନ୍‌‌ ସେମାନଙ୍କୁ ବିଶେଷ ପ୍ରଭାବିତ କରେନାହିଁ।

ଷ୍ଟକ୍‌‌ ମାର୍କେଟ୍‌ରେ ତାଲିକା ଭୁକ୍ତ ହୋଇଥିବା ଆଇଟି କମ୍ପାନୀମାନଙ୍କର ଆୟ ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ହୁଏ ଯେ ଆଗଭଳି ଆଉ ସେମାନଙ୍କର ଷ୍ଟକ୍‌‌ ପ୍ରାଇମ୍‌‌ କମ୍‌‌ ରହୁନାହିଁ କି ବେପାର ପ୍ରଭାବିତ ହେଉନି। ମହାମାରୀର ଦୁଷ୍ପ୍ରଭାବରୁ ଏସବୁ ଉଦ୍ୟୋଗର କାରବାର ମୁକ୍ତ ହୋଇସାରିଛି। ସେମାନଙ୍କ ଆୟ ଓ ଲାଭ ବଢ଼଼ିଛି। ସେମାନେ ଏହି ସୁଯୋଗରେ ନୂଆ ଟେକ୍‌‌ନୋଲୋଜିର ଉପଯୋଗ କରି ନିଜର କର୍ମଚାରୀ ସଂଖ୍ୟା ହ୍ରାସ କରିବା ସହ ଲାଭ ବଢ଼଼ାଇବାକୁ ରୀତିମତ୍‌‌ କାମ କରୁଛନ୍ତି। ଏସବୁ କମ୍ପାନୀ ଏବେ ନୂଆ ଟେକ୍‌‌ନୋଲୋଜି ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା), ଅଟୋମେସନ୍‌‌ ଆଦିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଛନ୍ତି। ଓପନ୍‌‌ ଏଆଇ ଚାଟ୍‌‌ବଟ୍‌‌ ଚାଟ୍‌‌ଜିପିଟି କାର୍ଯ୍ୟକ୍ଷମ ହେବା ପରେ ମାଇକ୍ରୋସଫ୍ଟ ତାହାର ନିଜସ୍ୱ ବିଙ୍ଗ୍‌‌ ଏଆଇ ଚାଟ୍‌‌-ବଟ୍‌‌ ଓ ଗୁଗୁଲ୍‌‌ ନିଜର ଏଆଇଟୁଲ୍‌‌ ‘ବାର୍ଡ’କୁ କାର୍ଯ୍ୟକାରୀ କରିଛି। ମେଟା ମଧ୍ୟ ଲାର୍ଜ ଲାଙ୍ଗୁଏଜ୍‌‌ ମଡେଲ୍‌‌ ମେଟା ଏଡର ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ଯୁଗର ଆବଶ୍ୟକତା ପୂରଣ ପାଇଁ ଏସବୁ ଟେକ୍‌‌ନୋଲୋଜିର ପ୍ରବର୍ତ୍ତନ ଜରୁରୀ ଏବଂ ଏହା ଆମ ୫-ଜି ସ୍ମାର୍ଟ ଟେଲିଫୋନ୍‌‌ ବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇବ। ତେବେ ଏହି ନବ ପ୍ରଯୁକ୍ତି ଓ ଯନ୍ତ୍ରାୟନ ବ୍ୟବସ୍ଥା କ’ଣ ମଣିଷର ବିକଳ୍ପ ହୋଇ ସେମାନଙ୍କ ହାତରୁ ନିଯୁକ୍ତି ଓ ରୋଜଗାର ଛଡ଼ାଇ ନେବ? ବ୍ୟବସାୟରେ ଲାଭ ପରମ ଧର୍ମ। ତେଣୁ ଏଥିରେ ମଣିଷର ଶ୍ରମ, ମାନବିକତା, ନୈତିକତାକୁ ଉପଯୁକ୍ତ ମର୍ଯ୍ୟାଦା ମିଳିବା ସମ୍ଭାବନା କମ୍‌‌। ଅର୍ଥନୀତିକୁ ଏବେ ମଣିଷ ନୁହେଁ, ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବିସ୍ତାର ହେଉଛି, ତାହାର ପରିଣତି ଭୟଙ୍କର ହୋଇପାରେ।

ଏହି ନୂଆ ପରିବର୍ତ୍ତନବାଦୀ ଟେକ୍‌‌ନୋଲୋଜିର ଆଦର ବଢ଼଼ୁଛି ଏବଂ କମ୍ପାନୀ ସବୁ ନିଜର କର୍ମଚାରୀଙ୍କ ବାବଦ ଖର୍ଚ୍ଚ କମାଇ ସେଇ ଅର୍ଥ ଏଆଇ ଟୁଲ୍ସ ଏବଂ ଅଟୋମେସନ୍‌‌ର ବିକାଶ ଦିଗରେ ଖର୍ଚ୍ଚ କରୁଛନ୍ତି। ଅବଶ୍ୟ ଅନ୍ୟପକ୍ଷରେ ଦେଖିବାକୁ ଗଲେ ନୂତନ କମ୍ପ୍ୟୁଟର, ଯାନ୍ତ୍ରିକ ବ୍ୟବସ୍ଥା, କୃତ୍ରିମ ବୁଦ୍ଧିମତ୍ତା ଏବଂ ଡାଟା ଇଞ୍ଜିନିୟରିଂ ଆଦି କ୍ଷେତ୍ରରେ ବହୁ ବର୍ଗ ଓ ସଂଖ୍ୟାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଉଛି। ଆଗାମୀ ଦିନରେ ଭାରତ ସମେତ ସମଗ୍ର ବିଶ୍ୱର ଆଇଟି କ୍ଷେତ୍ରର ନିଯୁକ୍ତି ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଅନୁଭୂତ ହେବ ଓ ଅନେକ ଲୋକ ଚାକିରି ହରାଇବା ଥୟ। ପୁରୁଣା ଓ ଅଭିଜ୍ଞ କର୍ମୀଙ୍କୁ ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବ। ଭାରତ ସରକାର ଏଥିପ୍ରତି ସତର୍କ ରହିବା ଆବଶ୍ୟକ।

ଆମ ଚଇତି ପରବ
ଆଦିବାସୀ ବିଶ୍ୱାସାନୁସାରେ ବର୍ଷର ବିଭିନ୍ନ ମାସଗୁଡ଼ିକ ହେଲା ପୁଷ, ମାଗ୍, ଫଗୁଣ୍, ଚଇତି, ବୈଶାକ୍, ଲାଣ୍ତି, ଆଷାଢ୍, ବାନ୍ଦାପନ୍, ଓଷା, ଦଶ୍‌ରା, ଦିଆଲି ଓ ପଣ୍ଡ। ସେମାନେ ପାଳନ କରୁଥିବା ବିଭିନ୍ନ ମୁଖ୍ୟପର୍ବଗୁଡ଼ିକ ହେଲା ପୁଷ ପରବ, ମାଘ ଯାତ୍ରା, ଚଇତି ପରବ, ଆମାସ୍ ପରବ, ଦଶ୍‌ରା ଓ ଦିଆଲି ପରବ୍। ଏହି ସମସ୍ତ ପରବ ମଧ୍ୟରେ ଚଇତି ପରବର ସ୍ପନ୍ଦନ ନିଆରା। ଫସଲ ଅମଳ ହୋଇଥିବାରୁ କାହା ମନରେ ଦୁଃଖ ନଥାଏ। ହାତରେ ଅର୍ଥ ମଧ୍ୟ ଥାଏ। ଏହା ବର୍ଷର ଶେଷ ମାସରେ ଅନୁଷ୍ଠିତ ହୋଇଥିବାରୁ ସେମାନେ ଅତ୍ୟନ୍ତ ହର୍ଷୋଲ୍ଲାସରେ ଏହି ପର୍ବ ପାଳନ କରନ୍ତି। ଏହା ମୁଖ୍ୟତଃ ୩ଟି ବାର – ମଙ୍ଗଳ, ବୁଧ ଓ ଗୁରୁବାରେ ଅନୁଷ୍ଠିତ ହୁଏ। ଗ୍ରାମ୍ୟ ପୁରୋହିତ ତାଳପତ୍ର ପାଞ୍ଜି ଅନୁକରଣ କରି ତିଥି ସ୍ଥିର କରନ୍ତି। ପକ୍ଷଟିଏ ପୂର୍ବରୁ ଚାନ୍ଦା ଆଦାୟ ଶେଷ ହୋଇଥାଏ। ସେହି କାର୍ଯ୍ୟରେ ପର୍ବ ସମାହିତ ହୁଏ। ମଙ୍ଗଳବାର ସକାଳ ୪ଟାରୁ ଉଠି ଆଦିବାସୀ ମହିଳା ଗୋବର ଛଡ଼ା ପକାନ୍ତି। ପୂର୍ବରୁ ବାସସ୍ଥାନଟିର ଲିପାପୋଛା ସରିଥାଏ। ସନ୍ଧ୍ୟା ୪ଟା ସମୟରେ ନାୟକଙ୍କ (ଗ୍ରାମ୍ୟମୁଖ୍ୟ) ଖଳାରେ ଏକ ପୂଜା ହୁଏ। ଗୋଟିଏ ଖଇରିଆ ଛେଳି, ୩ଟି ରଙ୍ଗର କୁକୁଡ଼ା ଯଥା – କଳା, ଧଳା ଓ ଚିତ୍ରା କିଣାଯାଇଥାଏ। ନାୟକଙ୍କ ଆମ୍ବତୋଟା ଅବା ଖଳାରେ ଜାମକୋଳି କାଠରେ ଗୋଟିଏ ଛାମୁଣ୍ତିଆ ନିର୍ମାଣ କରାଯାଇଥାଏ। ସେହି ଗୋବର ଲିପା ଭୂଇଁରେ ଚାଉଳଚୂନା ନତୁବା ମୁରୁଜରେ ଚିତ୍ର/ଯନ୍ତ୍ର କାଟି ପୂଜା କରାଯାଏ। ଚନ୍ଦନ, ଗୋକ୍ଷୀର, ଘିଅ, ଦୀପ, ପୂର୍ଣ୍ଣକୁମ୍ଭ, ମନ୍ଦାର ଫୁଲ, ନଡ଼ିଆ, କଦଳୀ, ଧୂପକାଠି, ଚାଉଳ ଚୂନା ପିଠା, ମହୁଲି, ଭାତ ଆଦିରେ ବାଜାବାଜଣା ସହିତ ପୂଜା ହୁଏ। ପୂଜା ଶେଷରେ ପ୍ରସାଦ ବଣ୍ଟାଯାଏ। ଯେହେତୁ ନାୟକ ପୂଜାରୀର କାର୍ଯ୍ୟ ସମ୍ପାଦିତ କରିଥାଏ, ଏଣୁ ସେ ଛେଳିର ମୁଣ୍ତଟି ପାଏ। ପ୍ରତ୍ୟେକେ ନିଜ ଘରେ ମଧ୍ୟ ଏକ ସ୍ୱତନ୍ତ୍ର ପୂଜା କରନ୍ତି।

ବୁଧବାର ସକାଳ ପ୍ରାୟ ସାତଟାରେ ଏକ ପଞ୍ଚାୟତର ଆୟୋଜନ କରାଯାଇଥାଏ। ସେଥିରେ ବିହନ ଅନୁକୂଳ ସମ୍ବନ୍ଧରେ ଘୋଷଣା କରାଯାଏ। ନାୟକ ଏକ ଗୁଲି ( ବାଉଁଶ ନିର୍ମିତ ବୃହତ୍ ଝୁଡ଼ି ) ଆଣିଥାଏ। ପ୍ରତ୍ୟେକେ ଘରୁ ଆଣିଥିବା ବୀଜ/ଶସ୍ୟର ବିହନ ସେହି ଗୁଲିରେ ଅଜାଡ଼ନ୍ତି। ସମସ୍ତଙ୍କ ବୀଜକୁ ମିଶ୍ରଣ କରାଯାଇ ଗ୍ରାମ୍ୟ ହୁଣ୍ତିଙ୍କ ( ଗ୍ରାମଦେବତୀ) ପଦରକୁ ନିଆଯାଏ। ସେଠାରେ ଐଶାନ୍ୟ କୋଣରୁ ବିହନ ଅନୁକୂଳ ହେବା ପରେ ସେହି ବିହନରୁ କିଛି କିଛି ସମସ୍ତେ ନେଇ ଘରକୁ ଫେରନ୍ତି। ନିଜସ୍ୱ ଜମିରେ ହଳ କରିବା ସମୟରେ ସେହି ପୂଜିତ ବିହନକୁ ପ୍ରଥମେ ବୁଣାଯାଏ। ସେହିଦିନ ହିଁ ଆମ୍ବ ଅନୁକୂଳ ହୁଏ। ଡେମ୍ଫ ଓ ପତ୍ର ସହ ଆମ୍ବକୁ ଆଣି ବିଭିନ୍ନ ଫୁଲ ସହ ଗୁନ୍ଥାଯାଇ ଦ୍ୱାରବନ୍ଧରେ ବନ୍ଧାଯାଏ। ଆମ୍ବକୁ ରୋଷେଇ କରି ନତୁବା କଞ୍ଚାରେ ଘରେ ପୂଜା କରାଯାଏ। ପୂଜା ସମାପନ ହେଲେ ଘରର ଗୁପ୍ତ କଠୋରିରେ ତାହାକୁ ମଦ୍ୟ ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ମାନସୋପଚାରେ ସମର୍ପଣ କରାଯାଏ। ଲୋକକଥା ଅନୁଯାୟୀ, ରାତିପାହିଲା ବେଳକୁ ତାହା ସେଠାରେ ନଥାଏ। ଏହିଭଳି ଭାବେ ବୁଧବାର ପର୍ବ ସମାପନ ହୁଏ। ପ୍ରାୟ ପ୍ରତ୍ୟେକ ରାତ୍ରୀରେ ନୃତ୍ୟ ଆସର ହୋଇଥାଏ। କେତେକ ମୁଖ୍ୟ ଗ୍ରାମରେ ଆଦିବାସୀ ନାଟକ ଅନୁଷ୍ଠିତ ହୁଏ।

ଗୁରୁବାର ହେଉଛି ପର୍ବର ମୁଖ୍ୟ ଦିବସ। ସେହିଦିନ ମୁଖ୍ୟତଃ ପୁଅଙ୍କ ବେଣ୍ଟ ଓ ଝିଅଙ୍କ ବେଣ୍ଟ ପର୍ବ(ଶିକାର) ଅନୁଷ୍ଠିତ ହୁଏ। ଯେଉଁମାନେ ନିଦ୍ରାତ୍ୟାଗ କରିନଥା’ନ୍ତି, ସେମାନଙ୍କୁ ମହିଳାଗଣ ବାଲି, କାଦୁଅ, ଗୋବର ଇତ୍ୟାଦି ଫୋପାଡ଼ି ଉଠାନ୍ତି ଓ ବେଣ୍ଟ ନିମନ୍ତେ ପ୍ରେରଣ କରନ୍ତି। କିଛି କିଛି ସ୍ଥାନରେ ଛୋଟ ଶିଶୁଙ୍କ ସମ୍ପୂର୍ଣ୍ଣ ଶରୀର ଆଚୁ (ଅଳତା ) ରେ ରଙ୍ଗୀନ କରାଯାଇଥାଏ। ସମସ୍ତେ ଧନୁଶର, ଟାଙ୍ଗିଆ, କୁରାଢ଼ି, କାତି, ବର୍ଚ୍ଛା, ଶାବଳ ଆଦି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶିକାର ନିମନ୍ତେ ସଜ ହୁଅନ୍ତି। ପୂର୍ବରୁ ଗୁନ୍ଥିତ କୃଷ୍ଣଚୂଡ଼ା, ଚମ୍ପା, କୁରେଇ ଆଦି ଫୁଲର ମାଳ ସମସ୍ତ ଅଭିଯାତ୍ରୀଙ୍କୁ ପିନ୍ଧାଇ ଉତ୍ସାହିତ କରାଯାଏ। ଗୀତ ବୋଲି ପୁରୁଷ ଲୋକେ ଜଙ୍ଗଲ ବାଟରେ ଯାଆନ୍ତି। ସ୍ତ୍ରୀ ଲୋକେ ପ୍ରଥମେ ଗୀତ ବୋଲନ୍ତି ଓ ତତ୍ ପଶ୍ଚାତ୍ ପୁରୁଷଙ୍କ ପାଳି। ସେହି ଶିକାରରେ କେତେକ ପଶୁଙ୍କୁ ମାରିବା ନିଷିଦ୍ଧ ହୋଇଥାଏ। ସାଧାରଣତଃ ହରିଣ, ଠେକୁଆ, ବାରହା, ଚଢ଼େଇ, ବଣକୁକୁଡ଼ା, ବଣମୂଷା, ବଣମହିଷ ଆଦି ଶିକାର କରାଯାଏ। ସନ୍ଧ୍ୟାରେ ସଭାଟିଏ ଅନୁଷ୍ଠିତ ହୁଏ। ସଭା ସରିଲେ ସମସ୍ତେ ଶିକାର ମାଂସ ଉପଭୋଗ କରନ୍ତି। ସେହି ରାତିରେ ଢେମସା ନାଚ ହୁଏ।

ପୁଅମାନେ ବେଣ୍ଟକୁ ଯାଇଥିବା ସମୟରେ ଝିଅମାନେ ଏକପ୍ରକାର ଖେଳ ଉପଭୋଗ କରନ୍ତି। ଜଣେ କାଳି ଝିଅ କୌଣସି ପଶୁ ବେଶରେ ଏକ ଗଛମୂଳେ ଲୁଚି ରହିଥାଏ। ତାକୁ ଅନ୍ୟ ଜଣେ ଝିଅ , ଯିଏକି ପୁଅବେଶ ଧାରଣ କରିଥାଏ, ସେ ଶିକାର କରେ। ଅର୍ଥାତ୍ ଧନୁତୀର ନେଇ ତା’ ତନୁରେ ଛୁଆଁଇ ଦିଏ। ପଶୁବେଶରେ ହିଁ ଝିଅଟି ମରିଯିବାର ଅଭିନୟ କରେ ଓ ତା’କୁ ନେଇ ଗାଁ ସାରା ସମସ୍ତଙ୍କ ଘରେ ବୁଲାଯାଇ ଚାଉଳ ଓ ଅର୍ଥ ଆଦାୟ କରାଯାଏ। ସେହି ଅର୍ଥକୁ ଆମନ୍ତ୍ରିତ ଅତିଥି ସତ୍କାରରେ ବିନିଯୋଗ ହୁଏ।

ଶୁକ୍ରବାରେ ପର୍ବଟି ସମାପନ ହୁଏ, ଯାହାକୁ ସ୍ଥାନୀୟ ଭାଷାରେ ସାରାସାରି କହନ୍ତି। ଏହିଦିନ ଘର ଧୂଆ ହୋଇଥାଏ। ସକାଳେ ଲିଆ ଫୁଟା ହୁଏ। ଶିଶୁ ଓ ମହିଳାମାନେ ରାସ୍ତାରେ ଖୁଣ୍ଟ ପକାଇ ଅବରୋଧ କରି ଅର୍ଥ ଆଦାୟ କରନ୍ତି। ଆଦାୟ ହୋଇଥିବା ଅର୍ଥକୁ ଗଣନା କରାଯାଇ ମନୋରଞ୍ଜନ କାର୍ଯ୍ୟରେ ବିନିଯୋଗ କରାଯାଏ। ମହିଳାମାନେ ଏହି କାର୍ଯ୍ୟ କରୁଥିବା ସମୟରେ ପୁରୁଷମାନେ ଗ୍ରାମ ଶେଷରେ ଏକ ପୂଜା କରନ୍ତି। ସେମିଳି କାଠରେ ନିର୍ମିତ ଏକ ଛୋଟ ରଥ ନିର୍ମାଣ କରାଯାଇଥାଏ। ସେଥିରେ ଖଜୁରୀ ଡାଳ ଖଞ୍ଜା ଯାଇଥାଏ। ଗ୍ରାମ୍ୟସୀମାରେ ତାହାକୁ ପୂଜାପଶ୍ଚାତ୍ ସ୍ଥାପନା କରାଯାଏ। ସେଥିରେ ଗ୍ରାମର ସୁରକ୍ଷା ନିମିତ୍ତ ଠାକୁରାଣୀଙ୍କୁ ଆବାହନ କରାଯାଇ ସିନ୍ଦୂର, ଚନ୍ଦନ, ଦୀପ, କଦଳୀ, ଅଣ୍ତା, ନଡ଼ିଆ ଆଦି ନୈବେଦ୍ୟ ଅର୍ପଣ ହୁଏ। ପୂଜା ସରିଲେ ତାହା ନିକଟରେ ଏକ ପୁରୁଣା କୁଲାକୁ ଫୋଫଡ଼ାଯାଏ। ସେହି କୁନି ରଥଟି ଅନେକ ଦିନ ପର୍ଯ୍ୟନ୍ତ ସେଠାରେ ଅକ୍ଷତ ଅବସ୍ଥାରେ ପଡ଼ି ରହିଥାଏ।

ଅରୁଣ କୁମାର ତ୍ରିପାଠୀ

ଜୟପୁର, ମୋ: ୯୦୭୮୮୩୮୬୨୭

ଇଣ୍ଟରନେଟ କ୍ଷେତ୍ରରେ ଭାରତ-ଚୀନ୍ ମୁକାବିଲା
ଆଧୁନିକତାର ଏହି ଯୁଗରେ ସମସ୍ତେ ଯେଭଳି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ଏବଂ ଟେକ୍ନୋଲୋଜିର ବିକାଶ ହେଉଛି, ସେହିଭଳି ଇଣ୍ଟରନେଟ୍ ସମଗ୍ର ବିଶ୍ୱରେ ନିଜର ପ୍ରାଧାନ୍ୟ ବିସ୍ତାର କରୁଛି। ଆଜି ମଧ୍ୟ ଇଣ୍ଟରନେଟ୍ ବିନା ଗୋଟିଏ ଦିନ ବିତାଇବା ଅତ୍ୟନ୍ତ କଷ୍ଟକର। ଇଣ୍ଟରନେଟ୍ ଯାହାକୁ ଆମେ ଆଜି ବହୁଳ ଭାବରେ ବ୍ୟବହାର କରୁଛୁ ଏବଂ ଯାହାକୁ ଆମେ ଦ୍ରୁତତମ ବୋଲି ବିବେଚନା କରୁଛୁ, ଆଗାମୀ ସମୟରେ ଏହା ବହୁତ ଧୀର ହୋଇପାରେ। କାରଣ ଆମର ପଡ଼ୋଶୀ ଦେଶ ଚୀନ୍ ନିକଟରେ ନିଜର ପ୍ରଥମ ୬ଜି ଉପଗ୍ରହକୁ ମହାକାଶକୁ ଛାଡ଼ିଛି।

୨୦୧୫ରେ ଭାରତରେ ପ୍ରାୟ ୩୦୦ ନିୟୁତ ଇଣ୍ଟରନେଟ୍ ବ୍ୟବହାରକାରୀ ଥିଲେ। ୨୦୧୬ ମସିହାରୁ ଭାରତରେ ୪ଜି ଇଣ୍ଟରନେଟ୍ ବହୁଳ ଭାବରେ ବ୍ୟବହୃତ ହେଉଛି ଏବଂ ଏହା ଭାରତର ଇଣ୍ଟରନେଟ୍ ଜଗତରେ ଏକ ବିପ୍ଳବ ଆଣିଛି। ୪ଜି ଇଣ୍ଟରନେଟ୍ ଦୁନିଆରେ ପ୍ରବେଶ କରିବା ଦିନଠାରୁ ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ଆଜି ଏହା ପ୍ରାୟ ୭୦୦ ନିୟୁତରେ ପହଞ୍ଚିଛି। ଏପରି ପରିସ୍ଥିତିରେ ଆଗାମୀ ସମୟରେ ଭାରତରେ ୫ଜି ଏବଂ ୬ଜି କ’ଣ ପ୍ରଭାବ ପକାଇପାରେ ତାହା ଚିନ୍ତା କରିବାର ବିଷୟ। ଯଦି ଆପଣ ଭାରତରେ ଚାଲୁଥିବା ଇଣ୍ଟରନେଟ୍ ସେବାକୁ ଦେଖନ୍ତି, ଆଜି ୪ଜି ବହୁତ ଲୋକପ୍ରିୟ ଅଟେ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଆଜି ବି ସାରା ଭାରତରେ ୪ଜି ସେବା ଉପଲବ୍ଧ ନୁହେଁ। ୬ଜି ଛାଡ଼ନ୍ତୁ, ଭାରତରେ ସବୁଜାଗାରେ ୫ଜି ସେବା ପାଇଁ ଏପର୍ଯ୍ୟନ୍ତ ବହୁତ ସମୟ ଅଛି। ଏପରି ପରିସ୍ଥିତିରେ, ଆପଣ ବୁଝିପାରିବେ ଯେ ଆମ ପାଖରେ ତଥାପି ଅନେକ କାମ କରିବାକୁ ଅଛି। କାରଣ ଆମ ପଡ଼ୋଶୀ ନିଜକୁ ଯେଉଁ ଗତିରେ ବିକାଶ କରୁଛନ୍ତି ତାହା ନିଶ୍ଚିତ ଭାବରେ ଆମ ପାଇଁ ଏକ ଶିକ୍ଷା ହେବା ଉଚିତ୍।

୬ଜି ବିଷୟରେ କିଛି ଜାଣିବା ପୂର୍ବରୁ ୫ଜି ବିଷୟରେ ଆଲୋଚନା କରିବା ଆବଶ୍ୟକ। କାରଣ ଯଦି ଆପଣ ଏହା ଜାଣିବେ ତେବେ ୬ଜି ଉପଗ୍ରହ ବିଷୟରେ ମଧ୍ୟ ଜାଣିବା ବହୁତ ସହଜ ହେବ। ୫ଜି ଅର୍ଥାତ୍ ଇଣ୍ଟରନେଟର ପଞ୍ଚମ ପିଢ଼ି ଆଜି ବାଲ୍ୟକାଳରେ। ବାସ୍ତବରେ ଏହି ପିଢ଼ିର ଇଣ୍ଟରନେଟ୍ ଏହାର ପୂର୍ବ ପିଢ଼ି ୪ଜିଠାରୁ ପ୍ରାୟ ୧୦୦ ଗୁଣ ଅଧିକ ଦ୍ରୁତ ଅଟେ। ଯଦି ଦେଖାଯାଏ ୫ଜି ପ୍ରତ୍ୟେକ କ୍ଷେତ୍ରରେ ୪ଜି ଅପେକ୍ଷା ଅଧିକ ବିକଶିତ ଏବଂ ଆଧୁନିକ। ଏହାର କାର୍ଯ୍ୟ ପ୍ରଣାଳୀ ମଧ୍ୟ ୪ଜି ଅନେକ ଗୁଣ ଅଧିକ ଦକ୍ଷ। ୫ଜି ମୌଳିକ ଭାବରେ ୩୦ ରୁ ୩୦୦ ଗିଗାହର୍ଜ ତରଙ୍ଗ ଫ୍ରିକ୍ୱେନ୍ସିରେ କାମ କରେ, ଯାହା ୪ଜିର ୱେବ୍ ଫ୍ରିକ୍ୱେନ୍ସି ଠାରୁ ୧୦ ରୁ ୧୦୦ ଗୁଣ ଅଧିକ। ଏହା ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେ ୪ଜି ୫ଜି ର ଫ୍ରିକ୍ୱେନ୍ସିରେ କଦାପି କାମ କରିପାରିବ ନାହିଁ। କିନ୍ତୁ ଅନେକ ସ୍ମାର୍ଟଫୋନ୍ କମ୍ପାନୀ ୫ଜିକୁ ୪ଜି ସ୍ପେକ୍ଟ୍ରମ୍ ଅପର୍ ଏଣ୍ଡ୍ ଦେଇ ୫ଜି ର ନାମ ଦିଅନ୍ତି, ଯାହା ଭୁଲ୍।

ଗତବର୍ଷ ନଭେମ୍ବର ୬ରେ ଚୀନ୍ ପୃଥିବୀର ପ୍ରଥମ ୬ଜି ଉପଗ୍ରହକୁ ମହାକାଶକୁ ପଠାଇଥିଲା। କୁହାଯାଉଛି ଯେ ଏହି ମିଶନ ଲଙ୍ଗ ମାର୍ଚ୍ଚ ୬ ନାମକ ଏକ ରକେଟ ଦ୍ୱାରା କରାଯାଇଥିଲା। ଏହି ମିଶନ୍ ବାସ୍ତବରେ ବିଶ୍ୱର ପ୍ରତ୍ୟେକ ଦେଶକୁ ଆଶ୍ଚର୍ଯ୍ୟ କରିବା ପାଇଁ ଯଥେଷ୍ଟ ଥିଲା। କାରଣ ଆଜି ବି ଅନେକ ଦେଶ ୬ଜି ର ଅସ୍ତିତ୍ୱ ବିଷୟରେ ଶୁଣିନାହାନ୍ତି। ତେଣୁ ଏପରି ପରିସ୍ଥିତିରେ ଆପଣ ବୁଝିପାରିବେ ଯେ ଚୀନ୍ ଦ୍ୱାରା କରାଯାଇଥିବା ଏହି ମିଶନ୍ ଆଗାମୀ ସମୟରେ ସମଗ୍ର ପୃଥିବୀ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହେବ। ଆପଣ ଜାଣନ୍ତି କି ଏହି ‘ଜି / ଜେନେରେସନ୍’ ସମ୍ବନ୍ଧରେ ନିୟମ କିଏ ସ୍ଥିର କରେ? କହିବାର ଅର୍ଥ ହେଉଛି, କେଉଁଠାରୁ ଏବଂ କିଏ ଏହି ଶବ୍ଦ ‘ଜି’ ଦେଇଛନ୍ତି? ‘ଜି’ ଶବ୍ଦ ଏକ ବିଶ୍ୱସ୍ତରୀୟ ସହଭାଗିତା ‘୩ଜିପିପି’ (ଥାର୍ଡ ଜେନେରେସନ୍ ପାର୍ଟନରସିପ୍ ପ୍ରୋଜେକ୍ଟ) ଦ୍ୱାରା ଦିଆଯାଇଛି। ଉଲ୍ଲେଖଥାଉ କି, ୩ଜିପିପି ଦ୍ୱାରା ପ୍ରାୟ ୬ଜି ଆନୁଷ୍ଠାନିକ ଭାବରେ କୌଣସି ନିଶ୍ଚିତକରଣ ଆସିନାହି। ଯଦିଓ ଏହା ନିଶ୍ଚିତ ଯେ; ଆଗାମୀ ସମୟରେ, ୫ଜି ନୂତନ ୬ଜି ଦ୍ୱାରା ସ୍ଥାନାନ୍ତରିତ ହେବ। କିନ୍ତୁ ସେହି ୬ଜି କେଉଁ ପ୍ରକାର ନେଟୱାର୍କ ହେବ, ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ।

ଚୀନ୍ ଦ୍ୱାରା ଉତକ୍ଷେପଣ ହୋଇଥିବା ୬ଜି ଉପଗ୍ରହର ନାମ ’ତିଆନାନ୍ -୫’ ଏବଂ ଚାଇନାର ଇଲେକ୍ଟ୍ରୋନିକ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭରସିଟି, ଚେଙ୍ଗଡୁ ଗୁକ୍ସିଂ ଏରୋସ୍ପେସ୍ ଟେକ୍ନୋଲୋଜି ଏବଂ ବେଜିଂ ୱେନା ଜିଙ୍ଗକୋଙ୍ଗ ଟେକ୍ନୋଲୋଜି ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଛି। ଉଲ୍ଲେଖଥାଉ କି, ଏହି ଉପଗ୍ରହ ଏକ ସୁଦୂର ସେନ୍ସିଂ ଉପଗ୍ରହ ଅଟେ। ଉପଗ୍ରହ ସ୍ଥାନରୁ ପୃଥିବୀ ଉପରେ ନଜର ରଖିବା ସହିତ ଏହା ହାଇ ଫ୍ରିକ୍ୱେନ୍ସି ଟେଟ୍ରାହର୍ଜ ଯୋଗାଯୋଗ ପ୍ରଣାଳୀକୁ ମଧ୍ୟ ସକ୍ରିୟ କରିବ, ଯେଉଁ କାରଣରୁ ଯୋଗାଯୋଗ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅତି ଶୀଘ୍ର କରାଯାଇପାରିବ। ୬ଜି ର ଏହି ଉପଗ୍ରହ (ଚାଇନାର ପ୍ରଥମ ୬ଜି ସାଟେଲାଇଟ୍) ୫ଜି ଠାରୁ ଅନେକ ଦ୍ରୁତଗତିରେ ତଥ୍ୟ ସ୍ଥାନାନ୍ତର କରିପାରିବ, ଯାହା ଦ୍ୱାରା ଆମେ ଅନେକ ଥର ଦ୍ରୁତ ଇଣ୍ଟରନେଟ୍ ଚଲାଇବାରେ ସକ୍ଷମ ହେବୁ।

ଲୋକଙ୍କ ମଧ୍ୟରେ ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଉଥିବାରୁ ମୋବାଇଲ୍ ନେଟୱାର୍କରେ ଟ୍ରାଫିକ୍ ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ଏହି କାରଣରୁ ଆମକୁ ଆଗାମୀ ସମୟରେ ଅନେକ ଉଚ୍ଚ ବ୍ୟାଣ୍ଡୱିଡଥ୍ ଆବଶ୍ୟକ ହେବ, ଯାହା ଦ୍ୱାରା ଏହି ବଢୁଥିବା ଟ୍ରାଫିକ୍କୁ ନିୟନ୍ତ୍ରଣ କରାଯାଇପାରିବ। ଏହି କାରଣରୁ, ଯଦି ଶୀଘ୍ର ୬ଜି ର ସେବା ପ୍ରଦାନ କରାଯାଏ, ତେବେ ଭବିଷ୍ୟତରେ ଆମେ ମଧ୍ୟ ଡିଜିଟାଲ୍ କାର୍ଯ୍ୟଗୁଡ଼ିକ ଅତିଶୀଘ୍ର କରିବା ପାଇଁ ଏକ ସୁଯୋଗ ପାଇବୁ। ଦୁନିଆରେ କିଛି ଉଦ୍ଭାବନ କରିବା ସହଜ କାର୍ଯ୍ୟ ନୁହେଁ ଏବଂ ୫ଜି, ୬ଜି ମଧ୍ୟ ପ୍ରସ୍ତୁତ କରିବା ମଧ୍ୟ ସହଜ କାର୍ଯ୍ୟ ନୁହେଁ। ଏହି ଅତ୍ୟାଧୁନିକ ନେଟୱାର୍କର ବିକାଶ ପାଇଁ ଟେରାହର୍ଜ ତରଙ୍ଗ ବ୍ୟବହୃତ ହୁଏ, ଯାହା ମାଇକ୍ରୋୱେଭ୍ ଏବଂ ଇନଫ୍ରାଡ୍ ତରଙ୍ଗ ମଧ୍ୟରେ ସ୍ପେକ୍ଟ୍ରମରେ ପଡ଼େ। ବାସ୍ତବରେ, ଏଗୁଡ଼ିକ ଅଧିକ ସୂକ୍ଷ୍ମ ଏବଂ ଏହା ମଧ୍ୟ ତୀବ୍ର ଅଟେ। ଏହି କାରଣରୁ, ୫ଜି ଏବଂ ୬ଜି ବିକାଶ କରିବା ଅତ୍ୟନ୍ତ କଷ୍ଟକର। କାରଣ ସେଠାରେ ଥିବା ଟେରାହର୍ଜ ପୃଥିବୀର ବାୟୁମଣ୍ଡଳରେ ଉପସ୍ଥିତ ଥିବା ଜଳ କଣିକା ଦ୍ୱାରା ବାଧାପ୍ରାପ୍ତ | ଜଳ କଣିକା ଟେରାହର୍ଜର ଭଲ ଶୋଷକ ଏବଂ ଏହି କାରଣରୁ ଟେରାହର୍ଜର ପରିସର ବହୁ ପରିମାଣରେ କମିଯାଏ।

ବନ୍ଧୁଗଣ! ଏପର୍ଯ୍ୟନ୍ତ, ୫ଜି ବିକାଶ ପ୍ରକ୍ରିୟାରେ ବୈଜ୍ଞାନିକମାନେ ଏହି ଅସୁବିଧା ସହ ସଂଘର୍ଷ କରୁଛନ୍ତି, କିପରି ଜଳକଣିକା ଦ୍ୱାରା ଟେରାହର୍ଜକୁ ବାଧାପ୍ରାପ୍ତ ହେବାକୁ ଦେବେ ନାହିଁ | ଏଭଳି ପରିସ୍ଥିତିରେ କୁହାଯାଇପାରେ ଯେ ୫ଜି ଏବଂ ୬ଜି ଉପଗ୍ରହର ବିକାଶ ପିଲାଙ୍କ ଖେଳ ନୁହେଁ। ୬ଜି ନେଟୱାର୍କ ଆମ ଭାରତରେ କେବେ ଆସିବ ଏବଂ ଏହା ଆସିଲେ ଆମେ ଏହାକୁ ବ୍ୟବହାର କରିବାକୁ ସକ୍ଷମ କି?

ଅସିତ ମହାନ୍ତି

ଯାଜପୁର, ମୋ: ୯୩୪୮୭୬୮୮୧୨