CMO Odisha - The Sakala
ଅଧାବାଟରେ ପ୍ରସବ କଲେ ମହିଳା
କୋକସରା: ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଆମପାଣି ପଞ୍ଚାୟତର ସର୍ଗିପାନୀ ଗାଁରୁ ପୁଣି ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିଆ‌ରେ ବୋହି ବୋହି ନେବା ବେଳେ ମହିଳାଜଣଙ୍କ ବାଟରେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି।
ସୂଚନାନୁଯାୟୀ, ସର୍ଗିପାନୀ ଗାଁର ଚକ୍ର ସାନ୍ତାଙ୍କ ସ୍ତ୍ରୀ ହିରାମଣୀ ସାନ୍ତା (୨୬)ଙ୍କ ଶୁକ୍ରବାର ଗର୍ଭ‌ବେଦନା ହୋଇଥିଲା। ଘରଲୋକଙ୍କଠାରୁ ଖବର ପାଇ ଆଶାକର୍ମୀ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ଖରାପ ରାସ୍ତା ଯୋଗୁଁ ଗାଁ ପର୍ଯନ୍ତ ଆମ୍ବୁଲାନ୍ସ ଆସିପାରିନଥିଲା। ଅଧାରାସ୍ତାରେ ଅଟକି ରହିଥିଲା। ତେଣୁ, ହୀରାମଣିଙ୍କୁ ତାଙ୍କ ପରିବାରଲୋକ ଓ ଆଶାର୍କମୀ ପ୍ରାୟ ୩କିମି ଦୂର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି ବୋହି ନେବାକୁ ସ୍ଥିର କରିଥିଲେ। କିନ୍ତୁ ଏହି ସମୟରେ ଅଧାବାଟରେ ହିରାମଣୀଙ୍କ ପ୍ରସବ ହୋଇଯାଇଥିଲା। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ମା’, ଶିଶୁକୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟ ମା’ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି।
କୋକସରା ବ୍ଲକର ଆମପାଣି ପଞ୍ଚାୟତର ଉପାନ୍ତ ସର୍ଗିପାନୀ ଗାଁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ଏହି ଗାଁକୁ ଯିବାକୁ ହେଲେ ଭଲ ରାସ୍ତା ନାହିଁ। ତେଣୁ ରାସ୍ତା ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନ ପାଖରେ ଗାଁ ଲୋକେ ବାରମ୍ୱାର ଦାବି କରିଆସୁଛନ୍ତି। ହେଲେ ରାସ୍ତା ମରାମତି ଦିଗରେ ଜଙ୍ଗଲ ବିଭାଗ ବାଧା ସାଜୁଥିବାରୁ ତାହା ସମାଧାନ ହୋଇପାରୁନାହିଁ। ରାସ୍ତା ନଥିବା କାରଣରୁ ପୂର୍ବରୁ ମଧ୍ୟ ଆମପାଣି ପଞ୍ଚାୟତର ଉପାନ୍ତରେ ଥିବା ଗାଁଗୁଡ଼ିକରୁ ରୋଗୀ ଓ ଗର୍ଭବତୀ ଖଟିଆରେ ବୁହାହେବାର ନଜିର ରହିଛି। ଏ ସଂପର୍କରେ କୋକସରା ବିଡିଓ ହିମାଞ୍ଚଳ ମାଝୀ କହିଛନ୍ତି, ସଂରକ୍ଷିତ ଅଞ୍ଚଳ ହୋଇଥିବାରୁ ରାସ୍ତା ନିର୍ମାଣରେ ବାଧକ ସୃଷ୍ଟି ହେଉଛି।
ମା’କୁ ୮ କିମି କାନ୍ଧରେ ବୋହି ମେଡ଼ିକାଲ ନେଲେ, ସାପ କାମୁଡ଼ାରେ ଚାଲିଗଲା ମା’ର ଜୀବନ
ବାଲିଗୁଡ଼ା: ମା’କୁ ସାପ କାମୁଡ଼ିଲା। ଆମ୍ବୁଲାନ୍ସକୁ ଫୋନ୍‌ କଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିଲାନି। ତେଣୁ, ଅନ୍ୟନ୍ୟୋପାୟ ହୋଇ ମା’କୁ କାନ୍ଧରେ ବୋହି ୮କିମି ଦୂର ମେଡିକାଲରେ ଭର୍ତ୍ତି କରାଇଲେ। ହେଲେ ସବୁ ପରିଶ୍ରମ ନିରର୍ଥକ ହୋଇଗଲା। ପୁଅ-ଝିଅଙ୍କ ଆଖି ଆଗରେ ମା’ର ଜୀବନ ଚାଲିଗଲା। କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍‌ ମୁଣ୍ଡିଗଡ଼ ପଞ୍ଚାୟତ ତେରଲାଙ୍ଗୀ ଗ୍ରାମ ଡୁମେରିପଡ଼ା‌ରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି। ମୃତ ମହିଳା ହେଲେ, ବଡ଼ ମାଡୁ। ତୁମୁଡ଼ିବନ୍ଧ ପୁଲିସ୍‌ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାନୁସାରେ, ବଡ଼ ମାଡ଼ୁ ଦୀର୍ଘ ଦିନ ତଳୁ ତାଙ୍କର ସ୍ବାମୀଙ୍କୁ ହରାଇଛନ୍ତି। ଗୁରୁବାର ଘର ପାଖ ବଗିଚାରେ ସେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଏହା ଦେଖି ପାଖରେ ଥିବା ତାଙ୍କର ପୁଅ ଓ ଝିଅ ତାଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନି। ତେଣୁ, ଉପାୟଶୂନ୍ୟ ହୋଇ କାନ୍ଧରେ ମା’କୁ ୮କିମି ବୋହିବୋହି ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପହଞ୍ଚାଇଥିଲେ ପୁଅ-ଝିଅ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
୧୧ଟି ନୂତନ ବ୍ଲକ ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ, ବର୍ତ୍ତମାନ ଓଡ଼ିଶାର ସମୁଦାୟ ୪୦ ବ୍ଲକ୍‍ ଆକାଂକ୍ଷୀ ବ୍ଲକରେ ଅନ୍ତର୍ଭୁକ୍ତ
ଭୁବନେଶ୍ୱର: ଓଡ଼ିଶାର ୧୧ଟି ନୂଆ ବ୍ଲକ ନୀତି ଆୟୋଗ ଦ୍ୱାରା ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ ହୋଇଛି । କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ନୂଆ ବ୍ଲକ ସାମିଲ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଓଡ଼ିଶାର ସମୁଦାୟ ୪୦ଟି ବ୍ଲକ ଆକାଂକ୍ଷୀ ବ୍ଲକ ରେ ପରିଣତ ହୋଇଛି ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବ୍ଲକ ଗୁଡ଼ିକୁ ସାମିଲ କରିବା ପାଇଁ ନୀତି ଆୟୋଗକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ନୀତି ଆୟୋଗ ଏହି ବ୍ଲକ ଗୁଡିକୁ ଆକାଂକ୍ଷୀ ଯୋଜନାରେ ସାମିଲ କରିଛି ।
ଯେଉଁ ନୂତନ ବ୍ଲକ ଗୁଡ଼ିକ ଆକାଂକ୍ଷୀ ଯୋଜନାରେ ସାମିଲ ହେଲା, ସେଗୁଡ଼ିକ ହେଉଛି – କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା ଓ ତେଲକୋଇ ଏବଂ ମୟୂରଭଞ୍ଜ ଜିଲ୍ଲାର ବହଳଦା, ବିଜାତଳା, ଜାମଡ଼ା, କୁସୁମୀ, ରାଇରଙ୍ଗପୁର ଓ ତିରିଙ୍ଗି ।  ନୀତି ଆୟୋଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ଯୋଜନା ଗୁଡ଼ିକ ସମ୍ମିଳିତ ଭାବେ (Convergence) କାର୍ଯ୍ୟକାରୀ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ବିଭିନ୍ନ ସୂଚକାଙ୍କରେ ବ୍ଲକମାନଙ୍କ ମଧ୍ୟରେ ର‍୍ୟାଙ୍କିଙ୍ଗ କରାଯାଇ ବିକାଶ ପାଇଁ ପ୍ରତିଯୋଗୀତାମୂଳକ ପରିବେଶ ସୃଷ୍ଟି କରାଯାଉଛି। ଏହାଦ୍ୱାରା ଏହି ଅଞ୍ଚଳ ଗୁଡ଼ିକରେ ବିକାଶ ତ୍ୱରାନ୍ୱିତ ହୋଇପାରୁଛି।
ମାସକରେ ରାଜଧାନୀର ୩୦୦ ଲୋକଙ୍କୁ ‘ଡକ୍ଟରେଟ୍‌’; ଡିଗ୍ରୀ ଗୋଟାକୁ ୮ହଜାର!
ଭୁବନେଶ୍ୱର: ବଜାରରେ ବିକ୍ରି ହେଉଛି ‘ଡକ୍ଟରେଟ୍‌’ ଡ଼ିଗ୍ରୀ। ମୂଲ୍ୟ ବି ବେଶୀ ନୁହେଁ, ମାତ୍ର ୧୦୦ ଡ଼ଲାର। ହିସାବ କଲେ ୮୦୦୦ରୁ ୮୫୦୦ ଟଙ୍କା। ଏତିକି ଟଙ୍କା ଦେଲେ ଘରେ ଆସି ପହଞ୍ଚିବ ଡ଼କ୍ଟରେଟ୍‌ ଡ଼ିଗ୍ରୀ। ଏଥିପାଇଁ ପାଠଶାଠ ଲୋଡ଼ା ନାହିଁ, ଗବେଷଣା ବି ଦରକାର ନାହିଁ। ଶିକ୍ଷାଗତ ଯୋଗ୍ୟତା ନ ଥିଲେ ବି ଚଳିବ, ଦଶମ ପାସ୍‌ କରି ନଥିଲେ ମଧ୍ୟ ମିଳିଯିବ ‘ଡକ୍ଟରେଟ୍‌’ ଉପାଧି; ପୁଣି ଦେଶ ବିଦେଶର ବହୁ ପ୍ରତିଷ୍ଠିତ ବିଶବିଦ୍ୟାଳୟରୁ। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ବେଶ୍‌ ପ୍ରଚାର ହେଉଛି, ବିଜ୍ଞାପନ ପ୍ରକାଶ ପାଉଛି । ମାତ୍ର କେହି ଏହାର ପ୍ରତିବାଦ କରୁନାହାନ୍ତି, ଓଲଟି ବିନା ପରିଶ୍ରମ ଓ ବିିନା ପାଠରେ ନାମ ଆଗରେ ଡ଼କ୍ଟରେଟ୍‌ ଲଗାଇବାକୁ ଲୋକ ଧାଡ଼ି ଲଗାଇଛନ୍ତି। ଗତ ମାସେ ମଧ୍ୟରେ ରାଜଧାନୀର ପାଖାପାଖି ୩୦୦ ଲୋକଙ୍କ ସହ ରାଜ୍ୟର ପ୍ରାୟ ୫୦୦ ଲୋକ ଏପରି ଡ଼କ୍ଟରେଟ୍‌ ଡ଼ିଗ୍ରୀ କିଣିଥିବା ସୂଚନା ମିଳିଛି ।
ସାମାଜିକ ଗଣମାଧ୍ୟମରେ ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଡକ୍ଟରେଟ୍‌’ ଉପାଧି ପାଇଁ ମାଳମାଳ ବିଜ୍ଞାପନ ଆସୁଛି। କିଏ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମୋଦନପ୍ରାପ୍ତ ବୋଲି ଉଲ୍ଲେଖ କରିଛି ତ ଆଉ କିଏ ଗ୍ଲୋବାଲ୍‌ ମାନ୍ୟତାପ୍ରାପ୍ତ ଲେଖିଛନ୍ତି। ଏଥିପାଇଁ ଯେକେହି ଆବେଦନ କରିପାରିବେ ବୋଲି କୁହାଯାଉଛି। ନାମ ଆଗରେ ଶ୍ରୀଯୁକ୍ତ, ଶ୍ରୀମତୀ ବଦଳରେ ଡ. ଲଗାଇବାକୁ ସୁବର୍ଣ୍ଣ ସୁଯୋଗ ବୋଲି ଉଲ୍ଲେଖ କରୁଛନ୍ତି। ଆମେରିକୀୟ ସଂସ୍ଥା ଏମ୍‌ଲି ଓ ଆମେରିକାନ୍‌ ମେରିଟ୍‌ କାଉନ୍‌ସିଲ ନିଜକୁ ୟୁଜିସି ମାନ୍ୟତାପ୍ରାପ୍ତ ଦର୍ଶାଇଛନ୍ତି। ‘ଡକ୍ଟରେଟ୍‌’ ପାଇଁ ମାତ୍ର ଶହେ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୮୫୦୦ ଟଙ୍କା ରଖିଛନ୍ତି। ସେହିପରି ଲର୍ଣ୍ଣିଂ ସେଣ୍ଟ ଏଜୁକେସନ୍‌ସ ମାତ୍ର ମାସେ ମଧ୍ୟରେ ‘ଡକ୍ଟରେଟ୍‌’ ଉପାଧି ପ୍ରଦାନ କରିବ ବୋଲି ଉଲ୍ଲେଖ କରିଛି। ବରିଷ୍ଠ ନାଗରିକ, ମହିଳା, କଳାକାର ଓ ଶିକ୍ଷାବିତ୍‌ଙ୍କ ପାଇଁ ସ୍ପେଶାଲ୍‌ ଅଫର୍‌ ମଧ୍ୟ ରହିଛି। ୧୪,୯୯୯ ଟଙ୍କା ଦେଇ ସେମାନେ ଉପାଧି ନେଇ ପାରିବେ। ଆଉ ଏକ ସଂସ୍ଥା ଗ୍ଲୋବାଲ୍‌ ହ୍ୟୁମାନ୍‌ ରାଇଟ୍‌ ଟ୍ରଷ୍ଟ ପକ୍ଷରୁ ଦୁଇ ପ୍ରକାର ଦର ଧାର୍ଯ୍ୟ କରାଯାଇଛି। ‘ଡକ୍ଟରେଟ୍‌’ ଉପାଧି କୋରିଅର୍‌ରେ ନେବାପାଇଁ ହେଲେ ୧୨,୫୦୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ଜୋତା, ମୋଜା, କୋର୍ଟ ଓ ଗାଉନ୍‌ ପିନ୍ଧି ଫଟୋ ଉଠାଇ ଉପାଧି ନେଲେ ୨୮, ୫୦୦ ଟଙ୍କା ପଡ଼ିବ ବୋଲି କୁହାଯାଇଛି। ସେହିପରି ଅନରାରି ଡକ୍ଟରେଟ୍‌ ଆୱାର୍ଡେଡ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ, ଉଷା ମାର୍ଟିନ୍‌ ୟୁନିଭର୍ସିଟି, ବିଦ୍ୟା ବାଚସ୍ପତି, ଏମ୍‌କେ ୟୁନିଭର୍ସିଟି, କଲେଜ୍‌ ବିଦ୍ୟା, ଲର୍ଣ୍ଣିଂ ସେଣ୍ଟ ଏଜୁକେସନ୍‌, ଏଡ୍‌ଜେୱେଡ୍‌ କଲେଜ ପରି ମାଳମାଳ ବିଶ୍ୱବିଦ୍ୟାଳୟ ସେମାନଙ୍କ ଠାରୁ ‘ଡକ୍ଟରେଟ୍‌’ ଉପାଧି ନେବାପାଇଁ ଅଫର୍‌ ଦେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେବା କ୍ଷେତ୍ରରେ ହିଁ ଏସବୁ ଉପାଧି ଦିଆଯାଉଛି।
‘ଡକ୍ଟରେଟ୍‌’ ଏକ ସମ୍ମାନଜନକ ଓ ମର୍ଯ୍ୟାଦାପୂର୍ଣ୍ଣ ଉପାଧି ଭାବେ ବିବେଚନା କରାଯାଏ। ନାମ ପୂର୍ବରୁ ଡ. ଲାଗିଲେ ମନରେ ସମ୍ମାନ ଭାବ ଜାଗ୍ରତ ହୁଏ। ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ମାନଜନକ ପିଏଚ୍‌ଡ଼ି ଡିଗ୍ରୀ ପ୍ରଦାନ କରିଥାଆନ୍ତି; ସେହିପରି ବିଭିନ୍ନ ଗବେଷଣାରେ ଉତ୍ତୀର୍ଣ୍ଣ ପରେ ଗବେଷକମାନଙ୍କୁ ପିଏଚ୍‌ଡ଼ି ଡ଼ିଗ୍ରୀ ପ୍ରଦାନ କରାଯାଇଥାଏ। ମାତ୍ର ଏବେ ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି “ଡକ୍ଟରେଟ୍‌’ ଡିଗ୍ରୀ ବିକ୍ରି ହେଉଛି ଓ କିଣିବାକୁ ଗ୍ରାହକ ମଧ୍ୟ ପ୍ରବଳ। ବିଶେଷ କରି ରାଜନୈତିକ ରୁଚି ରଖିଥିବା ବ୍ୟକ୍ତିମାନେ ଏହାର ପ୍ରମୁଖ ଗ୍ରାହକ ପାଲଟିଛନ୍ତି। ଫେସବୁକ୍‌ରେ ବ୍ଲୁ ଟିକ୍‌ ସହ ଡ. ଲେଖି ନିଜର ପତିଆରା ବଢ଼ାଇବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଏସବୁ ଉପାଧି ଦେବାକୁ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ହେଉଛି। ନିକଟରେ ଇଣ୍ଟିଗ୍ରେଟେଡ୍‌ ଗ୍ଲୋବାଲ୍‌ ୟୁନିଭର୍ସିଟି ପକ୍ଷରୁ ଭୁବନେଶ୍ୱରରେ ପ୍ରାୟ ୩ଶହ ଲୋକଙ୍କୁ ଉପାଧି ପ୍ରଦାନ କରାଯାଇଥିବାବେଳେ ରାଉର୍‌କେଲାରେ ଏକ ସମାରୋହ କରିବାକୁ ବିଜ୍ଞାପନ ଜାରି କରିଛି। ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ମାନେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ନିରବ। ଫଳରେ ଡକ୍ଟରେଟ୍‌ ଉପାଧିର ମାନ ମାଟିରେ ମିଶିବା ସହ ମାଳମାଳ ଡକ୍ଟରେଟ୍‌ଧାରୀ କାୟାବିସ୍ତାର କଲେଣି। ସରକାର ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି କରିଛନ୍ତି।
ଆଜିଠୁ ଦୈନିକ ଦୁଇ ଘଣ୍ଟା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ।ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ।
ସୂଚନା ଯୋଗ୍ୟ ଯେ, ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀ ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ ମିଶୁଛନ୍ତି, ସୁଖ ଦୁଃଖ ହେଉଛନ୍ତି ଏବଂ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଆଶ୍ଵାସନା ମଧ୍ୟ ଦେଉଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି।
ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଲେଖାହେଲା ରୂପାନ୍ତରଣର ନୂଆ କାହାଣୀ। ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋରନ୍ଦା ମହିମାଗାଦି ଭୂମିପୂଜନ କାର୍ଯ୍ୟକ୍ରମରେ ବିକାଶ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।
ସେ କହିଛନ୍ତି, ଭଳ କମକୁ କିଛି ଲୋକ ବିରୋଧ କରନ୍ତି। କାମ ବନ୍ଦ କରିବାକୁ କିଛି ଲୋକ ମଧ୍ୟ ସିଏମଓକୁ ଚିଠି ପଠାଇଥିଲେ। କିଛି ଲୋକ ଅଛନ୍ତି କାମ କରନ୍ତି, ଶ୍ରେୟ ନେବାକୁ ଚାହାନ୍ତିନି । ଆଉ କିଛି ଲୋକ କାମ ବନ୍ଦ କରି ଶ୍ରେୟ ନେବାକୁ ଚେଷ୍ଟା କରନ୍ତି।  ସେବା ମନୋଭାବ ନେଇ କାମ କରୁଥିବା ଲୋକ ବହୁତ କମ । ସେହି ବହୁତ କମ ଲୋକଙ୍କ ମଧ୍ୟରେ ଅଛନ୍ତି ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ।
ମହିମାଗାଦିର ରୂପାନ୍ତରୀକରଣ ପାଇଁ ଅର୍ଥ ମଞ୍ଜୁର ହୋଇଛି । ମହିମାଗାଦିର ବିକାଶ ପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ମହିମା ଧର୍ମକୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେବା , ସ୍ବଚ୍ଛତା, ସରଳତା, ସମାନତା, ନିସ୍ବାର୍ଥପରତାର ବାର୍ତ୍ତା ଦେଇ ଦେଇଥାଏ ଏହି ଧର୍ମ । ମହିମା ଧର୍ମ ଓଡ଼ିଶାର ନିଜସ୍ବ ଧର୍ମ । ଏହି ଧର୍ମକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ସମସ୍ତ ୮୧ମହିମା ମନ୍ଦିରର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁ ମନ୍ଦିରର ବିକାଶ ପାଇଁ ୮୫ ଲକ୍ଷ ଲେଖାଏଁ ମଞ୍ଜୁର ହୋଇଛି ବୋଲି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ଅଭିଭାଷଣରେ କହିଛନ୍ତି।
ଭୁବନେଶ୍ବର: ମାଷ୍ଟରସେଫରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମିଲେଟ ମିଶନକୁ ମାଷ୍ଟରସେଫ ଇଣ୍ଡିଆରେ ପ୍ରଶଂସା । ଖ୍ୟାତନାମା ସେଫ ରଣବୀର ବ୍ରାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ସୋ’ର ଶୋଭା ବଢାଇଥିଲା ମୁଖ୍ୟମନ୍ତ୍ରୀଙ୍କ ମିଲେଟ ମେସେଜ । ମିଲେଟର ବିପୁଳ ଉତ୍ପାଦନ ଉପରେ ଫୋକସ କରୁଛି ଓଡ଼ିଶା । ଡାଏଟର ଏକ ଆବଶ୍ୟକୀୟ ଖାଦ୍ୟ ଭାବେ ମିଲେଟର ଆବଶ୍ୟକତା ରହିଛି। ସାଧାରଣତଃ ଆଦିବାସୀ ସମ୍ପ୍ରଦାୟ ମିଲେଟ ଚାଷ କରିଥାନ୍ତି। ୨୦୧୭ରେ ମିଲେଟ ମିଶନ ଆରମ୍ଭ ହୋଇଥିଲା । ମିଲେଟ ଚାଷକୁ ପ୍ରୋତ୍ସାହନ ପ୍ରଦାନ ଏହି ମିଶନର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Hon’ble Chief Minister’s message on the humble millets has now inspired the #MasterChefIndia stage, highlighting the vision of @MilletsOdisha. Thank you, Sir. @CMO_Odisha @krushibibhag@TheVikasKhanna @ranveerbrar pic.twitter.com/78N1KRAKST
— Arabinda K Padhee (@arvindpadhee) November 30, 2023
ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ, ୨୦୨୩ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକ୍ରମେ ଗତବର୍ଷଠାରୁ ନଭେମ୍ୱର ୧୦କୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଏଥିପ୍ରତି ସଚେତନତା ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ଭାବେ ମାଣ୍ଡିଆ ଦିବସ ପାଳନ ଓ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଉଦ୍ଦେଶ୍ୟରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବାରେ ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ। ରାଜ୍ୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ଚାରିବର୍ଷ ଅର୍ଥାତ ୨୦୨୩-୨୪ରୁ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୨୬୮୭ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଥିବା ସୂଚନା ରହିଛି।
ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର
ଭୁବନେଶ୍ବର: ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ  ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା ।
ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସର ମାନଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀ ମାନଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେବାର ଏହି ମୂର୍ତ୍ତୀମନ୍ତ ପ୍ରତୀକ ମାନଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ନୂଆ ଅଧିକାରୀ ମାନଙ୍କୁ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସ୍ବାସ୍ଥ୍ୟ ସେବାର ମୂଳମନ୍ତ୍ର ହେଉଛି ପ୍ରତି ଜୀବନ ମୂଲ୍ୟବାନ । ଏହି ଆଦର୍ଶ ନେଇ ଆମେ କାମ କରୁଛୁ ।
ଏ ଦିଗରେ ନର୍ସିଂ ଅଫିସର ମାନଙ୍କ ଗୁରୁ ଦାୟିତ୍ବ ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ପ୍ରତି ଲୋକ ଯେପରି ଉତ୍ତମ ସେବା ପାଇପାରିବେ, ସେ ଦାୟିତ୍ବ ଆପଣମାନଙ୍କର । ଆପଣମାନେ ହିଁ ରୋଗୀ ଭିତରେ ଭରସା ସୃଷ୍ଟି କରିପାରିବେ । ଆପଣମାନଙ୍କ ନିଷ୍ଠା ଓ ସେବା ହିଁ ରୋଗୀର ବିଶ୍ବାସ ବୃଦ୍ଧି କରିପାରିବ ।  କରୋନା ସମୟରେ ଡାକ୍ତର  ମାନଙ୍କ ସହିତ ନର୍ସିଂ ଅଫିସର ମାନେ ମଧ୍ୟ ବହୁତ ଭଲ କାମ କରିଥିଲେ। କୋଭିଡ ପରିଚାଳନାର ସଫଳତାରେ ନର୍ସିଂ ଅଫିସର ମାନଙ୍କ ବହୁତ ବଡ ଭୂମିକା ଥିଲା ବୋଲି ସେ କହିଥିଲେ।
ରାଜ୍ୟ ସରକାରଙ୍କ 5T ଉପକ୍ରମ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏହି ନୀତି ଦ୍ବାରା ଆମର ସ୍ବାସ୍ଥ୍ୟ ସେବା  ବ୍ୟବସ୍ଥା ଫଳପ୍ରଦ ହୋଇପାରିଛି । ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାରେ    ରୂପାନ୍ତର ଆଜି ସମସ୍ତେ ଅନୁଭବ କରିପାରୁଛନ୍ତି । ଧନୀ, ଗରିବ ଆଜି ସମସ୍ତେ ସରକାରୀ ହସ୍‌ପିଟାଲରେ ମାଗଣାରେ ଉତ୍ତମ ଚିକିତ୍ସା ସୁବିଧା ପାଉଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ବ୍ୟବସ୍ଥାରେ ବହୁତ ଭଲ ଫିଡବ୍ୟାକ ଆସୁଛି । ଏହା ବହୁତ ଉତ୍ସାହପ୍ରଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ନିରଞ୍ଜନ ପୁଜାରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ଓ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମେ ସବୁବେଳେ ପ୍ରୟାସ କରିଆସିଛୁ । ନୂତନ ମେଡିକାଲ କଲେଜ ପ୍ରତିଷ୍ଠା, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ନୂତନ ନିଯୁକ୍ତି ଜରିଆରେ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଚିଶ୍ଚିତ କରାଯାଇଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନବନିଯୁକ୍ତ ନର୍ସିଂ ଅଫିସର ମାନଙ୍କ ସହ ମତ ବିନିମୟ କରି କହିଥିଲେ ଯେ ଆପଣମାନେ ଆଜି ନୂଆ ଚାକିରିରେ ଯୋଗ ଦେଇ ଯେପରି ଖୁସି ଅଛନ୍ତି, ଆପଣମାନଙ୍କ ପାଖକୁ ଯେଉଁ ଲୋକ ଚିକିତ୍ସା ପାଇଁ ଆସିବେ, ତାଙ୍କୁ ମଧ୍ୟ ଆପଣମାନେ ଏପରି ଖୁସି ଦେବାକୁ ଉଦ୍ୟମ କରନ୍ତୁ। ସେମାନଙ୍କୁ ଭଲ ସେବା ଦିଅନ୍ତୁ । ସେ ଆହୁରି ମଧ୍ୟ କହିଥିଲେ ଯେ ଲୋକମାନେ ପୁଣ୍ଯ ପାଇଁ ମନ୍ଦିର ଯାଆନ୍ତି କିନ୍ତୁ ଆପଣମାନେ ଏପରି ଚାକିରି ପାଇଛନ୍ତି ଯେଉଁଥିରେ ରୋଗୀ ସେବା ଜରିଆରେ ଆପଣ ଭାଗବାନଙ୍କ ଆଶୀର୍ବାଦ ପାଇବେ ଓ ପୁଣ୍ୟ ଅର୍ଜନ କରିବେ. ସ୍ବଚ୍ଛତାର ସହ ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ସେ ଆହ୍ବାନ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ପି.କେ ଜେନା କହିଥିଲେ ଯେ, ୩୭୩୨ ଜଣ ନର୍ସିଂ ଅଫିସରଙ୍କ ନୂଆ ନିଯୁକ୍ତି ଆମର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ସହିତ ଆମର ଲକ୍ଷ୍ୟ ପୂରଣରେ ସହାୟକ ହେବ । ସମସ୍ତଙ୍କୁ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଥିଲେ ।
ନୂତନ ଭାବେ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ମଧ୍ୟରୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜର ଲିପ୍‌ସା ନାୟକ, ମୟୁରଭଞ୍ଜର ଦିବ୍ୟଜ୍ୟୋତି ଖଣ୍ଡା ଏବଂ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ମିତା ବହିଦାର ପ୍ରମୁଖ ନିଯୁକ୍ତି ପ୍ରକ୍ରିୟାରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସ୍ବଚ୍ଛତାର ସହ ଏବଂ ଖୁବ କମ୍‌ ସମୟ ମଧ୍ୟରେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ନିକଟରେ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଗଠନ ପାଇଁ ସେମାନେ ସମର୍ପିତ ହୋଇ କାର୍ଯ୍ୟ କରିବେ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନର୍ସିଂ ନିର୍ଦ୍ଦେଶକ ଡଃ ରାମଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜି କ୍ୟାବିନେଟ୍‌‌ର ଜରୁରୀ ବୈଠକ, ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ
ଭୁବନେଶ୍ୱର: ଆଜି ସକାଳ ୧୦ଟାରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍‌‌ର ଜରୁରୀ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ୬୭ତମ କ୍ୟାବିନେଟ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଶୀତ ଅଧିବେଶନ ଜାରି ରହିଥିବା ସମୟରେ ଏହି କ୍ୟାବିନେଟ୍‌‌ ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରସଙ୍ଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ, ତାହା ସ୍ପଷ୍ଟ ହୋଇନାହିଁ।
କଳାହାଣ୍ଡି: କଳାହାଣ୍ଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି। ଆଜି କଳାହାଣ୍ଡି ପାଇଁ ଖୁସିର ଦିନ। ଗମନା ଗମନ ସୁବିଧାରେ ଯୋଡି ହେଲା ନୂଆ ଅଧ୍ୟାୟ । କଳାହାଣ୍ଡି ଜିଲ୍ଲାରେ ଗଡ଼ିଲା ଐତିହାସିକ ଲକ୍ଷ୍ମୀ ବସ । ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ନବୀନ। ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରୂପାନ୍ତରଣରେ କଳାହାଣ୍ଡି ସାଜିଛି ଉଦାହରଣ । କଳାହାଣ୍ଡି ଆଜି ନିଜ ଇତିହାସକୁ ପରିବର୍ତ୍ତନ କରିଛି । ସଫଳତାର ନୂଆ କାହାଣୀ ଯୋଡ଼ିଛି । ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଯୋଗାଉଛି । ଇନ୍ଦ୍ରାବତୀ ପ୍ରକଳ୍ପ ବିକାଶର ଇଞ୍ଜିନ ସାଜିଛି। ଏହି ପ୍ରକଳ୍ପ କଳାହାଣ୍ଡିର ଭବିଷ୍ୟତକୁ ଉଜ୍ବଳ କରିଛି । ଖୁବ୍ ଶୀଘ୍ର ଜିଲ୍ଲାରେ ନବୀନ ଓଡ଼ିଶା କାର୍ୟ୍ୟକାରୀ ହେବ । ସଂସ୍କୃତି ଓ ଆଧୁନିକ ଭିତ୍ତିଭୂମି ଲାଗି ଏହି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ କରିଛି ଲକ୍ଷ୍ମୀ । ଏହା ଗାଁକୁ ଗାଁ ଯୋଡିବା ସହ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୀତି ଆହୁରି ମଜଭୁତ୍ କରି ସମସ୍ତଙ୍କୁ ବିକାଶ ସହିତ ଯୋଡିବ ଲକ୍ଷ୍ମୀ ବସ୍ । ଲୋକଙ୍କ ଆବଶ୍ୟକତା ଅନୁସାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି । ଲୋକଙ୍କ ଘର ପାଖକୁ ବସ୍ ଆସିବ । ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଚାଷୀଙ୍କ ପାଇଁ ବଜାର ଓ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ଗାଁ ସହିତ ଯୋଡ଼ିବ ଲକ୍ଷ୍ମୀ । ଏଥିପାଇଁ ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଯାହାକି ଓଡ଼ିଶାର ବିକାଶକୁ ଆହୁରି ଉଜ୍ବଳ କରିବ । ସୁଲଭ ଦର, ସହଜ ଯାତାୟାତ ଏବଂ ଅତ୍ୟାଧୁନିକ ବସ ସେବାକୁ ନେଇ ଉତ୍ସାହିତ ଅଛନ୍ତି ଗାଁ ଲୋକେ ।
ସେହିପରି,  କଳାହାଣ୍ଡି ୟୁନିଭର୍ସିଟି ନାଁ ବଦଳିଛି। କଳାହାଣ୍ଡି ୟୁନିଭର୍ସିଟି ନାଁ ମା’ମାଣିକେଶ୍ୱରୀ ୟୁନିଭର୍ସିଟି ନାଁରେ ନାମିତ ହୋଇଛି। ଏ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କଳାହାଣ୍ଡିରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି ।
୯୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । ୧୦୦ ସିଟରେ ନାମଲେଖା ପାଇଁ NMC ଠାରୁ ଅନୁମତି ଦେଇଛି । ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ।
କ୍ରମାଗତ ଭାବେ ୫ମ ଥର ପାଇଁ କ୍ରୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର
ଭୁବନେଶ୍ୱର:‘ମୋ ବସ୍‌’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ସଫଳତାର ପାହାଚ ଚଢିବା ସହିତ ପୁଣି ଜାତୀୟ ପୁରସ୍କାର ହାତେଇଛି। ସର୍ବୋତ୍ତମ ନଗର ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କ୍ରୁଟକୁ ୫ମ ଥର ପାଇଁ ଏହି ଜାତୀୟ ଉତ୍କର୍ଷ ପୁରସ୍କାର ମିଳିଛି। ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆନ୍‌ କନ୍‌ଫରେନ୍ସ ସମ୍ମିଳନୀରେ ପୁରସ୍କୃତ କରାଯାଇଛି। ସଠିକ ପରିଚାଳନା, ସରକାରୀ ସବସିଡି କମ୍ କରିବା ଓ ଯାତ୍ରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଦିଗରେ ସଫଳତା ପାଇଛି। ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ‘କ୍ରୁଟ’ ସେବାକୁ ଆହୁରି ତ୍ୱରାନ୍ୱିତ କରିଛି।
Congratulations to @CRUT_BBSR on winning Award of Excellence from @MoHUA_India at 16th Urban Mobility India Conference for implementing the Best Urban Transport Project. CRUT won the award for undertaking strategic initiatives & efficient operational plan to minimise Govt… pic.twitter.com/Cvw9eGWr9D
— CMO Odisha (@CMO_Odisha) October 27, 2023
ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍ ଅନନ୍ୟ ଭୂମିକା ଗ୍ରହଣ କରିଛି । ପ୍ରତ୍ୟେକ ପଦକ୍ଷେପରେ ‘ଦି ୱେ ୱି ମୁଭ୍‌’ (ଆମେ ଯେଉଁ ଭାବରେ ଗତି କରୁ)କୁ ପୁନଃ ବ୍ୟାଖ୍ୟା କରି କ୍ରୁଟ୍‌ ଏହାର ସମସ୍ତ ଯାତ୍ରୀଙ୍କୁ ‘ରାଇଡ୍‌ ୱିଥ୍‌ ପ୍ରାଇଡ୍‌ ବା ଗର୍ବର ସହିତ ଯାତ୍ରା’କୁ ନିଶ୍ଚିତ କରି ଦେଶର ଗଣପରିବହନ ସେବା ପ୍ରଦାନକାରୀଙ୍କ ପାଇଁ ଏକ ମାନଦଣ୍ଡ ସ୍ଥିର କରିବାରେ ସଫଳ ହୋଇଛି। ମୋ ଇ-ରାଇଡ୍‌ ଏବଂ ଇ-ବସ୍‌ ଯାତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।
ନଭେମ୍ବର ପହିଲାରୁ ‘ଇକୋ ରିଟ୍ରିଟ୍‌‌’, ଭର୍ଚୁଆଲରେ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‌‌-୨୦୨୩-୨୪’। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ-ରିଟ୍ରିଟ୍‌‌ ୱେବସାଇଟ୍‌‌ (ବୁକ୍‌‌ ଓଡ଼ିଶା ଡଟ୍‌‌ କମ୍‌‌ ଏବଂ ଓଡ଼ିଶା ଇକୋ ରିଟ୍ରିଟସ୍‌‌ ଡଟ୍‌‌ କମ୍‌‌) ରେ ବୁକିଂ ଚାଲିଛି। ଚଳିତ ଥର ୩ ମାସ ଧରି ୭ଟି ଜାଗାରେ ଏହା ଅନୁଷ୍ଠିତ ହେବ। କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟ(ପୁଟସିଲ୍‌‌) ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ଉଦ୍‌‌ଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏକାସାଙ୍ଗରେ ୪ଟି ସ୍ଥାନର ଇକୋ ରିଟ୍ରିଟ୍‌‌କୁ ଉଦ୍‌‌ଘାଟନ କରିବେ। ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ, ନିର୍ଦ୍ଦେଶକ ଓ ଅଧିକାରୀମାନେ ଉପସ୍ଥିତ ରହିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଡିସେମ୍ବର ୧ ତାରିଖରେ ସୋନାପୁର ଓ ଭିତରକନିକା ଏବଂ ତୃତୀୟ ପର୍ଯ୍ୟାୟ ଅର୍ଥାତ୍‌‌ ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍‌‌ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ଏହି ଉଦ୍ୟମ କରିଛନ୍ତି। ଏଥିରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯଥା, ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍‌‌, ୱାଟର ରାଇଡସ୍‌‌, ଜେଟ୍‌‌ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍‌‌ କରିବାର ସୁଯୋଗ ମିଳିବ। ଏହାସହ ଜଙ୍ଗଲ ସଫାରୀ, ରୋପ୍‌‌ୱେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ। ପ୍ରକୃତି କୋଳରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଦୁଃସାହସିକ ଜଳ କ୍ରୀଡ଼ାକୁ ଉପଭୋଗ କରିବେ ଦେଶ ବିଦେଶର ପର୍ଯ୍ୟଟକ। ସୁଦୀର୍ଘ ସମୁଦ୍ରର ବାଲୁକା ରାଶିରେ ଅତ୍ୟାଧୁନିକ କ୍ୟାମ୍ପ୍‌‌ ସହ ଷ୍ଟାର୍‌‌ ହୋଟେଲ ଖାଦ୍ୟର ମଜା ନେବେ ପର୍ଯ୍ୟଟକ। ଗତବର୍ଷ କୋଣାର୍କ ଇକୋ ରିଟ୍ରିଟ୍‌‌ରେ ସର୍ବାଧିକ ପର୍ଯ୍ୟଟକ ବୁକିଂ କରିଥିବାରୁ ଚଳିତ ବର୍ଷ କୋଣାର୍କ ଇକୋରିଟ୍ରିଟ୍‌‌ର ବୁକିଂ ଦାମ୍‌‌ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ସମାନ ରହିଛି।
କଟକ ଜିଲ୍ଲା ନରସିଂହପୁର କମଳାଡ଼ିହ ଗ୍ରାମ ପଞ୍ଚାୟତ ବାଲିପୁଟର ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡଠାରେ ଆୟୋଜିତ ହେବାକୁ ଥିବା ‘ଇକୋ ରିଟ୍ରିଟ୍‌‌’ରେ ଝରଣା, ମନ୍ଦିର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ଆନନ୍ଦ ନେବେ ପର୍ଯ୍ୟଟକ। ଏଠାରେ ପ୍ରାୟ ୨୫ଟି ଟେଣ୍ଟ୍‌‌ରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମହାନଦୀ କୂଳରେ ଯୋଗ, ବୋଟିଂ, ସାଇକ୍ଲିଂ, ନେଚରଟ୍ରେଲ ଆଦି ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିବ। ସେହିପରି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନ ସ୍ୱତନ୍ତ୍ରତା ନିଆରା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଶ୍ୱ ପ୍ରସିଦ୍ଧ ଭିତରକନିକାର ନଳିତା ପାଟିଆଠାରେ ବି ‘ଇକୋ ରିଟ୍ରିଟ୍‌‌’ ଆରମ୍ଭ ହେବ। ଏଠାରେ କୃତ୍ରିମ ଝରଣା ସହ କଇଁଚ, ହରିଣ, ଦେଶୀ ବିଦେଶୀ ପକ୍ଷୀ, ମୟୂର ଓ ବଉଳା କୁମ୍ଭୀର ସହ ସମୟ ବିତାଇବାର ସୁଯୋଗ ପାଇବେ ପର୍ଯ୍ୟଟକ। ଜୈବ ବିବିଧତାରେ ଭରପୂର ଭିତରକନିକାରେ ପର୍ଯ୍ୟଟନ ଋତୁରେ ପ୍ରକୃତିପ୍ରେମୀ ଭିତରକନିକା ପରିଭ୍ରମଣ ଓ ଜଳଯାତ୍ରା କରିବାକୁ ସୁଯୋଗ ପାଇବେ। ଏଠାରେ ବିଳାସପୂର୍ଣ୍ଣ କଟେଜ୍‌‌ ରହିଥିବା ବେଳେ ଚା’ ଓ କଫି, ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ସଂଧ୍ୟା ଜଳଖିଆ ଓ ରାତ୍ରି ଭୋଜନାରେ ବିଭିନ୍ନ ସୁସ୍ୱାଦ ଖାଦ୍ୟ ରହିଛି। ଏଠାରେ ସୁନ୍ଦର ବେଳାଭୂମି, ଆଡଭେନଚର୍ସ, ୱାଇଲଡଲାଇଫ୍‌‌, ବୋଟିଂ, ଆଡଭେନଚର ଗେମ୍‌‌, ଆର୍ଚେରୀ, ସୁଟିଂ ଆଦିର ଭରପୂର ମଜା ନେବେ ପର୍ଯ୍ୟଟକ।
ଏହାସହ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ‘ଇକୋ ରିଟ୍ରିଟ୍‌‌’ରେ ମଧ୍ୟ ପର୍ଯ୍ୟଟକମାନେ ନିଆରା ଅନୁଭୂତି ପାଇେବ। ଏଠାରେ ପର୍ଯ୍ୟଟକମାନେ ଆଡ଼ଭେନଚର ସ୍ପୋର୍ଟ୍ସ, ଜିପ୍‌‌ ଲାଇନ୍‌‌, ରୋପ୍‌‌ ସ୍ୱିଇଂ, କମାଣ୍ଡୋ ଏକସରସାଇଜ୍‌‌ର ମଜା ନେବା ସାଙ୍ଗକୁ ଦାସିଂବାଡ଼ି ୱାଟରଫଲ୍‌‌ ବା ମିଦୁବନ୍ଧା ଜଳପ୍ରପାତ ବୁଲିବାର ସୁଯୋଗ ପାଇବେ। ଏଠାରେ ମୁଖ୍ୟ ଆକର୍ଷଣ ପାଲଟିବ ମଣ୍ଡାସୁରୁ ସାଇଲେଣ୍ଟ ଭ୍ୟାଲି ଅଫ୍‌‌ ଓଡ଼ିଶା ବା ଓଡ଼ିଶାର ପ୍ରଥମ ବାଇଓଡାଇଭରସିଟି ସ୍ପଟ୍‌‌। ଫୁଲବାଣୀଠାରୁ ୯୬କିମି ଦୂର କନ୍ଧମାଳ ଜିଲ୍ଲା ରାଇଗିଆ ବ୍ଲକରେ ଥିବା ଏହି ପର୍ଯ୍ୟଟନସ୍ଥଳୀକୁ ନିକଟରୁ ଉପଭୋଗ କରିବାର ସୁଯୋଗ ଦେବ ଇକୋ ରିଟ୍ରିଟ୍‌‌। ଇକୋ ରିଟ୍ରିଟ୍‌‌ର ୨ ଦିନିଆ ପ୍ୟାକେଜ୍‌‌ରେ ଏହି ସୁବିଧା ଉପଲବ୍ଧ ରହିଛି। ଏହି ସ୍ଥାନକୁ ଯିବା ଆସିବା ନିମନ୍ତେ ଓଟିଡିସି ପକ୍ଷରୁ ସୁବିଧା ରହିଛି। ଏଠାରେ ଲଭର୍ସ ପଏଣ୍ଟ, ସରସ୍ୱତୀ କେଭ୍‌‌, ହିଲ୍‌‌ ଭ୍ୟୁ, କଫି ଗାର୍ଡେନ୍‌‌, ପାଇନ୍‌‌ ଫରେଷ୍ଟ ଆଦି ଦେଖିବାର ସୁଯୋଗ ରହିବ। ଏଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌‌ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ଇକୋ ରିଟ୍ରିଟ୍‌‌ ୱେବସାଇଟ୍‌‌କୁ ଯାଇ ଯେକୌଣସି ବ୍ୟକ୍ତି କୁବିଂ କରିପାରିବେ ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ, ଯୋଡିହେଲା ରାଜ୍ୟର ଆଉ ୫ ସହର ସମେତ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡ
ଭୁବନେଶ୍ବର: ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି। ଏଥିରେ ଟ୍ୟାପ ପାଣିକୁ ଫିଲ୍‌ଟର କରିବାର ଆବଶ୍ୟକ ନାହିଁ।
ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଳ ଅମୂଲ୍ୟ। ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ। ତେଣୁ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଆମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ। ଓଡିଶା ଆଜି ରୂପାନ୍ତର ପଥରେ ସଫଳତା ସହ ଆଗେଇ ଚାଲିଛି। 5T ଉପକ୍ରମ ପ୍ରୟୋଗରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆଜି ସାରା ଦେଶ ପାଇଁ ଓଡିଶା ଏକ ମଡେଲ ହୋଇଛି। ଆମ ଜଳସାଥୀ ମା’ ମାନଙ୍କ ସଫଳତା ମଧ୍ୟ ଆଜି ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି। ପ୍ରେରଣାଦାୟୀ ସଫଳ କାହାଣୀ ହୋଇଛି। ସହରାଞ୍ଚଳ ଜଳଯୋଗାଣ କ୍ଷେତ୍ରରେ ଆମ ମିଶନ ଶକ୍ତି ମା’ ମାନେ, ଜଳସାଥୀମାନେ ବହୁତ ଭଲ କାମ କରୁଛନ୍ତି। ଆହୁରି ମଧ୍ୟ ୱାଟକୋ ତା’ର ଉତ୍ସର୍ଗିକୃତ ଉଦ୍ୟମ ବଳରେ ଓଡିଶାର ଜଳଯୋଗାଣ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ଆମ ଦେଶ ତଥା ଅନ୍ୟାନ୍ୟ ପ୍ରଗତିଶୀଳ ଦେଶମାନଙ୍କ ମଧ୍ୟରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଏକ ନୂତନ ବେଞ୍ଚମାର୍କ ସ୍ଥାପନ ପାଇଁ କାର୍ଯ୍ୟ ଜାରି ରଖି ରାଜ୍ୟକୁ ଗୌରାବନ୍ୱିତ କରୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀ ୫ଟି ସହର ଯଥା- ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏସବୁ ସହରଗୁଡିକର ପ୍ରାୟ ୩୦ ହଜାର ପରିବାରର ୧.୮୦ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେବେ । ସେହିପରି ୧୩ଟି ପୌରାଞ୍ଚଳ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ, କେନ୍ଦୁଝର, ବ୍ୟାସନଗର, ଖୋର୍ଦ୍ଧା, ଜଟଣୀ, ଆନନ୍ଦପୁର, ଯୋଡା, ବଡବିଲ ଏବଂ ହିଞ୍ଜଳିକାଟୁର ୧୪୯ଟି ୱାର୍ଡ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ଏସବୁ ୱାର୍ଡର ପ୍ରାୟ ୧୦.୫୦ ଲକ୍ଷ ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ। ୨ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ। ଏହି ୧୩ଟି ପୌରାଞ୍ଚଳର ଅବଶିଷ୍ଟ ୱାର୍ଡମାନଙ୍କୁ ଜଳଯୋଗାଣ ପାଇଁ କାର୍ଯ୍ୟ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏସବୁ ୱାର୍ଡବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ଦ୍ୱାରା ଗରିବ ଓ ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକମାନେ ବିଶେଷ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଓଡିଶା ଆଜି ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ଆଦର୍ଶ ହୋଇ ପାରିଛି।
ଯୁକ୍ତରାଜ୍ୟ ଇଂଲଣ୍ଡର ଆନ୍ତର୍ଜାତିକ ଜଳସଂଘ (International Water Association)ର Executive Director Dr. Kalanithy Vairavmoorthy ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ଯେ ଓଡିଶାରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ଏକ ଅନନ୍ୟ ଉଦାହରଣ। ତାଙ୍କ ଜୀବନକାଳ ମଧ୍ୟରେ ଭାରତରେ ଏଭଳି ବ୍ୟବସ୍ଥା ହୋଇପାରିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ ରାଜନୈତିକ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଟେକ୍‌ନଲୋଜିର ପ୍ରୟୋଗଯୋଗୁ ଏହା ଅଧିକ ସଫଳ ହୋଇପାରିଛି ବୋଲି ମତଦେଇ ସେ କହିଲେ ଯେ ଓଡିଶାର ସଫଳତା କାହାଣୀ ବିଷୟରେ ଅନ୍ୟ ରାଜ୍ୟର, ଅନ୍ୟ ଦେଶର ଲୋକ ଜାଣିବାର ବହୁତ ଆବଶ୍ୟକତା ରହିଛି।
ମୟୂରଭଞ୍ଜର ରାଇରଙ୍ଗପୁର ଓ ସୁନ୍ଦରଗଡର ବୀରମିତ୍ରପୁର ସହରର ଜଳସାଥୀ ଇନ୍ଦୁମତୀ ମହାନ୍ତ ଓ ରଶ୍ମୀତା ସାହୁ ପ୍ରମୁଖ ଭିଡିଓ କନ୍‌ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ ଯେ ପୂର୍ବରୁ ଦିନକୁ ମାତ୍ର ୨ଥର ପାଣି ଆସୁଥିବା ବେଳେ ବର୍ତ୍ତମାନ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ସମସ୍ତଙ୍କ ମୁହଁରେ ହସ ଆଣି ଦେଇଛି।
କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଜି. ମାଥି ଭାଥାନନ୍ ସ୍ୱାଗତ ଭାଷଣ ଦେଇଥିଲେ। ୱାଟକୋର Chief Executive Officer ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲାପାଳମାନେ କାର୍ଯକ୍ରମରେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ