odishnews - The Sakala

ଖେଳାଳିଙ୍କ ପାଇଁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ୱେବ୍ ସାଇଟକୁ ଯାଇ କରିପାରିବେ ଆବେଦନ
ଭୁବନେଶ୍ବର: ସ୍ପୋର୍ଟସ ହବ ପାଲଟିଛି ଓଡିଶା । ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ନୂଆ କଯ୍ୟକ୍ରମ । ଖେଳ ପ୍ରତି ଥିବା ଉତ୍ସାହ ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଯୁବ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ହାତକୁ ନେଇଛି କ୍ରୀଡା ବିଭାଗ । ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ଅଞ୍ଚଳର ମହିଳା ଓ ପୁରୁଷକୁ ନେଇ ହେବ କ୍ରୀଡ଼ା ପ୍ରତିଯୋଗିତା । କ୍ରିକେଟ୍, ହକି, ଫୁଟବଲ୍, କବାଡ଼ି, ଖୋଖୋ, ଭଲିବଲ ଲାଗି ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ । ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଅବଧି ରହିଛି ।

ଯୁବ ଓଡ଼ିଶା ନବୀନ ଓଡ଼ିଶା । କ୍ରୀଡ଼ା ପାଇଁ ଯୁବଗୋଷ୍ଠୀ, ଭବିଷ୍ୟତ ପାଇଁ ବଡ଼ ଶକ୍ତି । ଗ୍ରାମାଞ୍ଚଳରୁ ମହାନଗର ଚିହ୍ନଟ ହେବେ ପ୍ରତିଭା । ଫିଟନେସ, ଶୃଙ୍ଖଳା ଖେଳ ପାଇଁ ମାଧ୍ୟମ । ରାଜ୍ୟରେ  ଯୁବବର୍ଗଙ୍କ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ରାଜ୍ୟର ସମସ୍ତ ବ୍ଲକ ଓ  ସହରାଞ୍ଚଳର ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି । କ୍ରିକେଟ୍, ହକି, ଫୁଟବଲ୍, କବାଡ଼ି, ଖୋ-ଖୋ, ଭଲିବଲ ଲାଗି ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ । ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ନେତୃତ୍ୱରେ  ସାରା ଦେଶରେ କ୍ରୀଡା କ୍ଷେତ୍ରରେ ଓଡିଶା ଶିଖର ଛୁଇଁଛି । ବିଭିନ୍ନ ଖେଳ ପାଇଁ ରାଜଧାନୀରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଷ୍ଟାଡିୟମ ଓ ଭିତ୍ତିଭୂମି ବିକାଶ ହୋଇଛି । ଏହି ପ୍ରତିଯୋଗିତା ଦ୍ୱାରା ଗ୍ରାମାଞ୍ଚଳରୁ ଯୁବ ପ୍ରତିଭା ଚିହ୍ନଟ ହେବେ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି ।

କ୍ରିକେଟ, ହକି ଓ ଫୁଟବଲ ୧୫ ଜଣ ଖେଳାଳି, ଭଲିବଲ୍ ଓ କବାଡି ୧୦ ଜଣ ଖେଳାଳି,  ଖୋଖୋ ରେ ୧୨ ଜଣ ଖେଳାଳି ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ । ଖେଳାଳିଙ୍କ ବୟସ ୧୩ ରୁ ୩୫ ବର୍ଷ ରଖାଯାଇଛି । ଜଣେ ବ୍ୟକ୍ତି ଏକାଧିକ କ୍ରୀଡ଼ା ଶୃଙ୍ଖଳାରେ ଭାଗ ନେଇପାରିବେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଖେଳାଳି ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ଅଞ୍ଚଳର ହୋଇଥିବା ଆବଶ୍ୟକ । sports.odisha.gov.in ୱେବ୍ ସାଇଟ୍ ଯାଇ ଟିମ୍ ରେଜିଷ୍ଟ୍ରେସନ୍ ଲିଙ୍କ୍ ଉପରେ କ୍ଲିକ୍ କରିବେ । ସହାରଞ୍ଚଳ ଓ ଗ୍ରାମଞ୍ଚଳର ଲିଙ୍କ ବକ୍ସରେ କ୍ଳିକ କରିବେ । କ୍ରୀଡ଼ା ଶୃଙ୍ଖଳା ନାମ, ଦଳର ନାମ, ଠିକଣା, ଟିମ୍ ସଂଯୋଜକଙ୍କ ବିବରଣୀ, ଅଧିନାୟକ ଓ ଉପ ଅଧିନାୟକଙ୍କ ନାମ ସହିତ ଅନଲାଇନ୍ ପଞ୍ଜୀକରଣ ଫର୍ମରେ ଫିଲଅପ କରିବେ । ପଞ୍ଜୀକରଣ ବେଳେ କୌଣସି ଅସୁବିଧା ହେଲେ ୧୮୦୦୩୪୫୬୭୭୦ କିମ୍ବା ୧୫୫୩୩୫ ଟୋଲ୍ ଫ୍ରି ନମ୍ବର ସହ ଯୋଗାଯୋଗ କରିବେ ଖେଳାଳି । ପଞ୍ଜୀକରଣ ଅବଧି ନଭେମ୍ବର ୫ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରହିଛି।

ସ୍ତ୍ରୀକୁ ବାଲେଶ୍ୱରରୁ ଆଣି ରାଜଧାନୀରେ ବିକି ଚମ୍ପଟ ମାରିଲା ସ୍ୱାମୀ
ଭୁବନେଶ୍ୱର: ସ୍ତ୍ରୀକୁ ଅନୈତିକ କାର୍ଯ୍ୟରେ ଲଗାଇବାକୁ ସ୍ୱାମୀ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱରରୁ ଆଣି ରାଜଧାନୀରେ ବିକ୍ରି କରି ଚମ୍ପଟ୍‌‌ ହୋଇଯାଇଛି। ଦୁଇଦିନ ନିର୍ଯାତନା ପାଇବା ପରେ ବନ୍ଧକଙ୍କ ପାଖରୁ ଖସି ଆସିଲେ ସ୍ତ୍ରୀ। ଭଙ୍ଗା ଘରେ ଆଶ୍ରୟ ନେଇଥିବାବେଳେ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୁଲିସ। ବାଲେଶ୍ୱରରେ ପ୍ରେମ ବିବାହ ପରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ରସୁଲଗଡ଼ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦୁଇଦିନ ହେବ ନିର୍ଯାତନା ପାଇ ବନ୍ଧକ ଥିବା ମହିଳା କୌଶଳ କ୍ରମେ ଖସି ଆସି ଏକ ଭଙ୍ଗା ଘରେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପିସିଆର୍‌‌ ଆସି ମହିଳାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ପରେ ମହିଳା ଜଣକ ଥାନାରେ ସମସ୍ତ ଘଟଣା ବଖାଣିବା ପରେ ପୁଲିସକୁ ଘରକୁ ଯିବା ପାଇଁ ସହାୟତା ମାଗିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଡିସେମ୍ବର ପହିଲାରୁ ଲାଗୁ ହେବ ନୂଆ ନିୟମ: ଏଲ୍‌ପିଜି ଦରଠାରୁ ଏଟିଏମ୍‌ରୁ ଟଙ୍କା ଉଠାଣ ନିୟମରେ ହୋଇପାରେ ପରିବର୍ତ୍ତନ
ନୂଆଦିଲ୍ଲୀ: ନଭେମ୍ବର ଶେଷ ହେବାକୁ ଆଉ ଦିନ କେଇଟା ବାକି। ଏଭଳି ପରିସ୍ଥିତିରେ ଡିସେମ୍ବର ମାସ ଆରମ୍ଭରୁ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି। ଏହି ପରିବର୍ତ୍ତନଗୁଡିକ ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ। ସେଗୁଡ଼ିକ ହେଉଛି…

ଏଲ୍‌ପିଜି-ସିଏନ୍‌ଜି-ପିଏନ୍‌ଜି ମୂଲ୍ୟରେ ପରିବର୍ତ୍ତନ ହୋଇପାରେ

ଗତ ମାସ ପ୍ରାରମ୍ଭରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଥିଲା, କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଡିସେମ୍ବର ପହିଲାରୁ ଏଥର ଏଲପିଜି ସିଲିଣ୍ଡର ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି। ଅକ୍ଟୋବର ମାସ ପାଇଁ ରିଟେଲ ମୁଦ୍ରାସ୍ଫୀତି ଆଶ୍ବସ୍ତକର ରହିଥିବାରୁ ଆଶା କରାଯାଉଛି ଯେ ଚଳିତ ମାସ ଶେଷରେ ପେଟ୍ରୋଲିୟମ କମ୍ପାନୀଗୁଡିକ ରନ୍ଧନ ଗ୍ୟାସର ମୂଲ୍ୟରେ ପରିବର୍ତ୍ତନ ଘୋଷଣା କରିପାରନ୍ତି। ଏହାବ୍ୟତୀତ ସିଏନ୍‌ଜି-ପିଏନ୍‌ଜି ମୂଲ୍ୟରେ ପରିବର୍ତ୍ତନ ନେଇ ମଧ୍ୟ ଘୋଷଣା କରାଯାଇପାରେ।

ଏଟିଏମରୁ ଟଙ୍କା ଉଠାଣ ନିୟମ ବଦଳିଯିବ

ଡିସେମ୍ବର ମାସରୁ, ଏଟିଏମରୁ ଟଙ୍କା ଉଠାଇବା ନିୟମ ବଦଳିପାରେ। ବର୍ତ୍ତମାନ, ଆମେ ଏଟିଏମରୁ ନଗଦ ଟଙ୍କା ଉଠାଇବା ପାଇଁ ବ୍ୟବହାର କରୁଥିବା ପଦ୍ଧତିରେ ଠକେଇର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ସୂଚନାନୁସାରେ, ଡିସେମ୍ବର ମାସରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଏଟିଏମରୁ ନଗଦ ଟଙ୍କା ଉଠାଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରେ। ଡିସେମ୍ବର ପହିଲାରୁ ଏଟିଏମରେ କାର୍ଡ ଭର୍ତ୍ତି କରିବା ମାତ୍ରେ ଆପଣଙ୍କ ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ।

ଟ୍ରେନ୍ ସମୟ ସାରଣୀରେ ପରିବର୍ତ୍ତନ

ଡିସେମ୍ବର ମାସରେ ଦେଶର ଅଧିକାଂଶ ସ୍ଥାନରେ ଶୀତବଢ଼ିବ। ଘନ କୁହୁଡି ଯୋଗୁ ଟ୍ରେନ୍ ଚଳାଚଳରେ ବଡ ସମସ୍ୟା ଦେଖାଦେଇଥାଏ। ଫଳସ୍ୱରୂପ, ରେଳବାଇକୁ ଅନେକ ଟ୍ରେନ୍ ବାତିଲ୍ କରିବାକୁ ପଡିଥାଏ। କୁହୁଡ଼ିକୁ ଦୃଷ୍ଟିରେ ରଖି ରେଳବାଇ ଏହାର ସମୟ ସାରଣୀରେ ପରିବର୍ତ୍ତନ କରିଥାଏ। ଏଭଳି ପରିସ୍ଥିତିରେ ଆଶା କରାଯାଉଛି ଯେ ଏଥର ମଧ୍ୟ ରେଳବାଇ ଡିସେମ୍ବର ମାସରେ ଏହାର ସମୟସାରଣୀରେ ସଂଶୋଧନ କରିବ ଏବଂ ନୂତନ ସମୟ ସାରଣୀ ଅନୁଯାୟୀ ଟ୍ରେନ୍ ଚଳାଚଳ କରିବ।

ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ ସମୟସୀମା ଶେଷ

ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ଶେଷ ସମୟସୀମା ୩୦ ନଭେମ୍ବର। ଯଦି ସେମାନେ ନଭେମ୍ବର ଶେଷ ସୁଦ୍ଧା ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିନାହାଁନ୍ତି, ତେବେ ଡିସେମ୍ବର ପହିଲାଠାରୁ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ସେମାନଙ୍କ ନିକଟରେ ସମୟସୀମା ଶେଷ ହୋଇଯାଇଥିବ। ଯଦି ଜୀବନ ପ୍ରମାଣପତ୍ର ଠିକ୍ ସମୟରେ ଦାଖଲ ନ ହୁଏ, ତେବେ ସେମାନଙ୍କ ପେନ୍‌ସନ୍ ମଧ୍ୟ ବନ୍ଦ ହୋଇଯାଇପାରେ।

ଖବର କାଗଜ ବିତରକଙ୍କ ଦେହାନ୍ତ, ବିଭିନ୍ନ ମହଲରେ ଶୋକ
ଚମ୍ପୁଆ: ବୁଧବାର ସକାଳେ ଚମ୍ପୁଆର ଜଣାଶୁଣା ଖବର କାଗଜ ବିତରକ ଓଁକାର ସାହୁଙ୍କ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନାରେ ଦେହାନ୍ତ ଘଟିଛି। ସେ ଗତ ୮ ଦିନ ଧରି ଅସୁସ୍ଥ ହୋଇ ପୀଡ଼ିତ ଥିଲେ। ଗତ କାଲି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଆଜି ସକାଳୁ ତାଙ୍କର କଳା ଝାଡ଼ା ହୋଇଥିଲା। ସେ ଆଜି ସକାଳୁ କେନ୍ଧୁଝର ଡାକ୍ତର ଖାନକୁ ସ୍ଥାନାନ୍ତରିତ ହୋଇଥିଲେ। ସେ ଗତ ୩୦ବର୍ଷ ଧରି ବିଭିନ୍ନ ଖବର କାଗଜ ଚମ୍ପୁଆ ବସ ଷ୍ଟାଣ୍ଡ ନିକଟରେ ବିକ୍ରି କରୁଥିଲେ । ତାଙ୍କ ମୃତ୍ୟୁରେ ଚମ୍ପୁଆ ସକାଳ ପ୍ରତିନିଧି ସଞ୍ଜୀବ ରାଜ ଓ କେନ୍ଦୁଝର ଜିଲ୍ଲା ପ୍ରତିନିଧି ଶରତ ଦାସ ଦୁଃଖ ପ୍ରକାଶ କରିବା ସହ ଚମ୍ପୁଆ ପ୍ରେସ କ୍ଲବ ତରଫରୁ ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଛି।

ପ୍ରବଳ ବର୍ଷାରେ ବେହାଲ ଫୁଲବାଣୀ: ଅନେକ କଚା ଘର ସହ ଭାଙ୍ଗିଲା ସ୍ମାର୍ଟ ପାର୍କ ପାଚେରୀ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଗାତାର ଭାବେ ଗତ ସପ୍ତାହେ ଧରି ପ୍ରବଳ ବର୍ଷା ଲାଗିରହିଛି। ଜିଲ୍ଲାର ସବୁ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ନଦୀ ସବୁ ଫୁଲି ଉଠିଛି। ଗତ ରାତି ରୁ ଫୁଲବାଣୀ ସମେତ ସାରା ଜିଲ୍ଲାରେ ଅତି ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଅନେକ କଚା ଘର ଭାଙ୍ଗି ଯାଇଛି। ଫୁଲବାଣୀ ସହରର ସ୍ଥିତି ବେହାଲ ହୋଇଛି। ସହର ଦେଇ ଯାଇଥିବା ପିଲା ସାଲୁଙ୍କି ନଦୀ ଫୁଲି ଉଠିଥିବା ବେଳେ ନଦୀ ପାର୍ଶ୍ଵବର୍ତ୍ତୀ ଓ ତଳି ଅଞ୍ଚଳକୁ ପାଣି ଛୁଇଁଛି। ବିପଦପୂର୍ଣ୍ଣ ଭାବେ ଶହ ଶହ ପରିବାର ରହିଛନ୍ତି। ନଦୀ ଉପରମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଥିବାରୁ ବିପଦ ବଢ଼ିଛି।

ଶାଶୁ -ଜ୍ୱାଇଁଙ୍କ ଅନୈତିକ ସମ୍ପର୍କକୁ ନେଇ ନିଜ ମା’ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଝିଅ, ଉଭୟ ଥାନାରେ ଅଟକ
ଗଞ୍ଜାମ: ସ୍ୱାମୀ ସହ ନିଜ ମା’ଙ୍କ ଅନୈତିକ ସମ୍ପର୍କ ଏବଂ ମଦ୍ୟପ ସ୍ୱାମୀ ସବୁବେଳେ ମାରଧର କରୁଥିବା ଅଭିଯୋଗ କରି ଥାନାରେ ଦ୍ୱାରସ୍ଥ ହୋଇଛି ଝିଅ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଥାନା ପୁଲିସ ସ୍ୱାମୀ ଓ ମାଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼କାଇଁଚପୁର ଗ୍ରାମରେ।

ଏତଲାରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ ଗ୍ରାମର ଜୈନିକା ମହିଳା ଗତ ୨୦୧୩ରେ ରମ୍ଭା ଅଞ୍ଚଳରେ ବିବାହ କରିଥିଲେ। ଇତି ମଧ୍ୟରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। ସ୍ୱାମୀ-ସ୍ତ୍ରୀଙ୍କ ମନୋମାଳିନ୍ୟର ଫାଇଦା ଉଠାଇ ଉକ୍ତ ମହିଳାଙ୍କ ମାଆ ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ମାଆ କଥାରେ ପଡ଼ି ସ୍ତ୍ରୀକୁ ମାରଧର କରୁଥିବା ଏତଲାରେ ଦର୍ଶାଯାଇଛି। ନିଜ ମାଆ ଓ ସ୍ୱାମୀର ଅକଥନୀୟ ନିର୍ଯ୍ୟାତନା ସହ୍ୟ କରି ନ ପାରି ବାଧ୍ୟ ହୋଇ ପିଲାମାନଙ୍କୁ ନେଇ ଭୁବନେଶ୍ୱରରେ ଭଡ଼ା ଘରେ ରହି ଆସୁଥିଲେ। ସେହି ସମୟରେ ଉକ୍ତ ମହିଳା ଜଣକ ଗଞ୍ଜାମ ଥାନାରେ ଏତଲା ଦେବା ପରେ ସ୍ୱାମୀ ଗିରଫ ହୋଇ ଜେଲ ଯାଇଥିଲା। ପରେ ମାଆ ତାଙ୍କୁ ଜାମିନରେ ନିଜ ଘରେ ରଖି ବାରମ୍ୱାର ଶାରୀରିକ ସମ୍ପର୍କ ରଖି ଆସିଥିବା ମହିଳା ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ପର୍ଯ୍ୟନ୍ତ କୌଣସି ସମାଧାନ ନ ହେବାରୁ ମହିଳା ଜଣକ ଘରକୁ ଆସି ନିଜର ଜିନିଷ ପତ୍ର ଓ ସୁନା ରୁପା ମାଗିବାରୁ ମାଆ ଓ ସ୍ୱାମୀ ମାରଧାର କରିଥିଲେ। ଏନେଇ ସେ ସୋମବାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୁଧବାର ପୁଲିସ ଗଞ୍ଜାମ ଥାନା କେସନଂ. ୨୧୨/୨୧ରେ ମାମଲା ରୁଜୁ କରି ସହ ମହିଳାଙ୍କ ମାଆ ଓ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ସେକେଣ୍ଡ ଅଫିସର ଅଜିତ କୁମାର ପରିଡ଼ା ସୂଚନା ଦେଇଛନ୍ତି।