Sundar Pichai - The Sakala

ଟାଇମ୍ ୧୦୦ ତାଲିକାରେ ସ୍ଥାନ ପାଇଲେ ସେଫ୍ ବିକାଶ ଖାନ୍ନା, କହିଲେ- 'ମୁଁ ଗର୍ବର ସହ ନିଜକୁ କରି ବୟ କହେ'
ଟାଇମ୍ ମାଗାଜିନ୍ (TIME Magazine) ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ଜଣ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା (TIME 100 List 2026)ରେ ସ୍ଥାନ ପାଇଛନ୍ତି ପ୍ରସିଦ୍ଧ ଭାରତୀୟ ସେଫ୍ ତଥା ଲେଖକ ବିକାଶ ଖାନ୍ନା (Vikas Khanna)। ଏହି ସମ୍ମାନ ପାଇବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି ଏବଂ ପାଶ୍ଚାତ୍ୟ ଦେଶରେ ଦକ୍ଷିଣ ଏସୀୟମାନଙ୍କୁ ତାଚ୍ଛଲ୍ୟ କରିବା ପାଇଁ ବ୍ୟବହୃତ ହେଉଥିବା 'କରି ବୟ' (Curry Boy) ଶବ୍ଦକୁ ଏକ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରିଛନ୍ତି।

ଭାରତ ପାଇଁ ଏହା ଏକ ବଡ଼ ମୁହୂର୍ତ୍ତ

ନ୍ୟୁୟର୍କରୁ ପିଟିଆଇ (PTI) ସହ ଆଲୋଚନା ବେଳେ ୫୪ ବର୍ଷୀୟ ସେଫ୍ ବିକାଶ ଖାନ୍ନା କହିଛନ୍ତି ଯେ ଏହା ଭାରତ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଯେଉଁ 'କରି ବୟ' ଶବ୍ଦକୁ ପାଶ୍ଚାତ୍ୟ ଲୋକେ ଉପହାସ କରିବା ପାଇଁ ବ୍ୟବହାର କରୁଥିଲେ, ଆଜି ସେହି 'କରି ବୟ' ବିଶ୍ୱର ସର୍ବୋଚ୍ଚ ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି, ଯାହାକି ଏକ ବଡ଼ କଥା। ସେ କହିଛନ୍ତି ଯେ ମାର୍ଚ୍ଚ ୨୩ ତାରିଖରେ ନିଜ ସ୍ୱର୍ଗତ ଭଉଣୀ ରାଧିକା ଖାନ୍ନାଙ୍କ ଜନ୍ମଦିନ ଅବସରରେ ସେ ଏହି ଖୁସି ଖବର ପାଇଥିଲେ ଏବଂ ଅନୁଭବ କରିଥିଲେ ଯେ ତାଙ୍କ ଭଉଣୀ ଆଜି ବି ଉପରୁ ଥାଇ ତାଙ୍କ ପାଇଁ ଲଢ଼ୁଛନ୍ତି।

'ମୁଁ ଗର୍ବର ସହ ନିଜକୁ କରି ବୟ କହେ'

ସେଫ୍ ବିକାଶ ଖାନ୍ନା କହିଛନ୍ତି ଯେ "ସେମାନେ (ବିଦେଶୀମାନେ) ଅପମାନଜନକ ଭାବେ 'କରି' (Curry) ଶବ୍ଦ ବ୍ୟବହାର କରନ୍ତି, କିନ୍ତୁ ମୁଁ ଏହାକୁ ଗର୍ବର ସହ ଗ୍ରହଣ କରେ। ଏହା ଏମିତି ଏକ ଜିନିଷ ଯାହା ଆମ ଜେଜେମା ଓ ଆଈମାନେ ଆମକୁ ଖୁଆଉଥିଲେ ଏବଂ ଆମ ଶରୀର ଓ ମସ୍ତିଷ୍କ ସେହି ଆଧାରରେ କାମ କରୁଛି।" ଆଜି ଭାରତୀୟମାନେ ସାରା ବିଶ୍ୱ ଚଳାଉଛନ୍ତି ବୋଲି ସେ ଗର୍ବର ସହ ପ୍ରକାଶ କରିଛନ୍ତି। ପିଲାଦିନେ ବିଦେଶରେ ଭାରତୀୟମାନଙ୍କୁ ଦେଖି ଅନ୍ୟମାନେ 'କରି' ଗନ୍ଧ ଆସୁଛି ବୋଲି ଥଟ୍ଟା କରୁଥିଲେ, କିନ୍ତୁ ଆଜି ସେହି 'କରି ବୟ' ଏପରି ଏକ ମଞ୍ଚରେ ପହଞ୍ଚିଛି ଯେଉଁଠାରେ ପୃଥିବୀର ଅଳ୍ପ କିଛି ମନୋନୀତ ଲୋକ ପହଞ୍ଚିପାରିଛନ୍ତି ବୋଲି ସେ କହିଛନ୍ତି।

ନ୍ୟୁୟର୍କରେ ଖୋଲିଛନ୍ତି 'ବଙ୍ଗଲୋ' ରେଷ୍ଟୁରାଣ୍ଟ

ନ୍ୟୁୟର୍କରେ ନିଜର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବଙ୍ଗଲୋ (Bungalow) ପରିଚାଳନା କରୁଛନ୍ତି ବିକାଶ ଖାନ୍ନା, ଯାହା ଭାରତୀୟ ଖାଦ୍ୟପେୟର ସମୃଦ୍ଧ ପରମ୍ପରାକୁ ପରିପ୍ରକାଶ କରୁଛି। ଟାଇମ୍ ମାଗାଜିନ୍ ପ୍ରୋଫାଇଲ୍ ପାଇଁ ଆମେରିକୀୟ ସେଫ୍ ଏରିକ୍ ରିପର୍ଟ (Eric Ripert) ଏହି ରେଷ୍ଟୁରାଣ୍ଟକୁ 'କାହାଣୀ କହିବାର ଏକ ଜୀବନ୍ତ ଉଦାହରଣ' ବୋଲି ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷର ଟାଇମ୍ ୧୦୦ (TIME 100) ତାଲିକାରେ ଗୁଗଲ୍ ସିଇଓ ସୁନ୍ଦର ପିଚାଇ (Sundar Pichai), ବଲିଉଡ୍ ଅଭିନେତା ରଣବୀର କପୁର (Ranbir Kapoor), ୟୁଟ୍ୟୁବ୍ ମୁଖ୍ୟ ନୀଲ୍ ମୋହନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ପରି ବିଶ୍ୱର ବହୁ ପ୍ରଭାବଶାଳୀ ବ୍ୟକ୍ତି ସ୍ଥାନ ପାଇଛନ୍ତି।

AI ସମ୍ମିଳନୀରେ ପିଏମ ମୋଦୀ ଓ ସୁନ୍ଦର ପିଚାଇଙ୍କ ଭେଟ: ଭାରତ-ଗୁଗୁଲ୍ AI ଭାଗୀଦାରୀ ନେଇ ବଡ଼ ଆଲୋଚନା
ନୂଆଦିଲ୍ଲୀ: ଭାରତର ରାଜଧାନୀ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ ଠାରେ ଚାଲିଥିବା ‘ଇଣ୍ଡିଆ AI ଇମ୍ପାକ୍ଟ ସମ୍ମିଳନୀ ୨୦୨୬’ (India AI Impact Summit 2026) ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଗୁଲ୍ (Google) ଏବଂ ଆଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ଉଭୟ ନେତା ଭାରତ ଏବଂ ଗୁଗୁଲ୍ ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ନେଇ ବିସ୍ତୃତ ଆଲୋଚନା କରିଛନ୍ତି।

AI କ୍ଷେତ୍ରରେ ଭାରତର ଅଗ୍ରଗତି

ପ୍ରଧାନମନ୍ତ୍ରୀ ମୋଦୀ ଏହି ଭେଟକୁ ନେଇ ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ସୁନ୍ଦର ପିଚାଇଙ୍କ ସହ ସାକ୍ଷାତ ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ଆଲୋଚନା ସମୟରେ ଭାରତରେ AI କ୍ଷେତ୍ରରେ ହେଉଥିବା ଦ୍ରୁତ ଅଗ୍ରଗତି ଏବଂ ଭବିଷ୍ୟତର ସମ୍ଭାବନା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ସ୍ୱାସ୍ଥ୍ୟସେବା, କୃଷି ଏବଂ ଭାଷାଗତ ସମସ୍ୟାର ସମାଧାନ ପାଇଁ AIର ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଥିଲେ। ଗୁଗୁଲ୍ କିପରି ଭାରତର ପ୍ରତିଭାବାନ୍ ଛାତ୍ରଛାତ୍ରୀ ଏବଂ ପେଶାଦାରଙ୍କ ସହ ମିଶି କାମ କରିପାରିବ, ସେନେଇ ମଧ୍ୟ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।

ସୁନ୍ଦର ପିଚାଇଙ୍କ ପ୍ରତିକ୍ରିୟା

ବୈଠକ ପରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ‘AI ଫର୍ ଅଲ୍’ (AI for All) ମିଶନକୁ ସମର୍ଥନ କରିବା ପାଇଁ ଗୁଗୁଲ୍ ପ୍ରତିଶ୍ରୁତିବଦ୍ଧ। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମଜବୁତ କରିବା ଏବଂ ବିଭିନ୍ନ ଭାଷାରେ ସୂଚନା ଉପଲବ୍ଧ କରାଇବା ଦିଗରେ ଗୁଗୁଲ୍ ନିରନ୍ତର କାମ କରୁଛି। ଏହି ସମ୍ମିଳନୀ ଅବସରରେ ଗୁଗୁଲ୍ ପକ୍ଷରୁ Google I/O 2026 ର ତାରିଖ ମଧ୍ୟ ଘୋଷଣା କରାଯାଇଛି, ଯାହା ମେ ୧୯-୨୦ ରେ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହେବ।

ସମ୍ମିଳନୀର ମୁଖ୍ୟ ଆକର୍ଷଣ

ଫେବୃଆରୀ ୧୬ ରୁ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଶ୍ୱର ବହୁ ବଡ଼ ବଡ଼ ଟେକ୍ କମ୍ପାନୀର ମୁଖ୍ୟ ଏବଂ ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି 'ପିପୁଲ୍, ପ୍ଲାନେଟ୍ ଏବଂ ପ୍ରୋଗ୍ରେସ' (People, Planet, Progress)। କେବଳ ସୁନ୍ଦର ପିଚାଇ ନୁହନ୍ତି, ବରଂ ଓପନ୍ ଏଆଇ (OpenAI) ର ସିଇଓ ସାମ୍ ଅଲ୍ଟମ୍ୟାନ୍ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ନେତାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରି ଭାରତର ଡିଜିଟାଲ୍ ଭିତ୍ତିଭୂମିର ପ୍ରଶଂସା କରିଛନ୍ତି।

ଆଇଟି ସେକ୍ଟରରେ ଛଟେଇର ବର୍ଷ ୨୦୨୩ : ମାଇକ୍ରୋସଫ୍ଟ ପରେ ୧୨ କର୍ମଚାରୀ ଛଟେଇ ନେଇ ଗୁଗୁଲର ଘୋଷଣା
ନୂଆଦିଲ୍ଲୀ : ୨୦୨୨ ପରି ୨୦୨୩ରେ ମଧ୍ୟ ବିଶ୍ବ ସ୍ତରରେ କମ୍ପାନୀଗୁଡିକ ମାନ୍ଦାବସ୍ଥାକୁ ଡରୁଛନ୍ତି। ବର୍ଷର ପ୍ରଥମ ମାସରେ ମାଇକ୍ରୋସଫ୍ଟ, ଆମାଜନ୍‌, ଟ୍ୱିଟର, ଡୁନ୍‌ଜୋ ଓ ଓଲା ଭଳି କମ୍ପାନୀ ବଡ଼ ଧରଣର କର୍ମଚାରୀ ଛଟେଇ ଘୋଷଣା କରିଥିବା ବେଳେ ଏବେ ବିଶ୍ବର ଅନ୍ୟତମ ପ୍ରମୁଖ ଟେକ୍ନୋଲୋଜୀ କମ୍ପାନୀ ଗୁଗୁଲ୍ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ଦେଇଛି। ଏନେଇ ଶୁକ୍ରବାର ଗୁଗୁଲର ମୂଳ କମ୍ପାନି ଆଲଫାବେଟ୍ ଘୋଷଣା କରିଛି। ଏହି ସଂଖ୍ୟା ସାରା ବିଶ୍ବରେ ଥିବା ଗୁଗୁଲର ମୋଟ କର୍ମଚାରୀ ସଂଖ୍ୟାର ୬ ପ୍ରତିଶତ ହେବ ।

ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀର ସିଇଓ ସୁନ୍ଦର ପିଚାଇ କର୍ମଚାରୀଙ୍କ ସହ ସେୟାର କରିଥିବା ଏକ ମେମୋରେ ଏହି ସୂଚନା ଦେଇଛନ୍ତି। ଦୁନିଆର ସବୁଠୁ ବଡ ବୈଷୟିକ କମ୍ପାନୀରେ ଛଟେଇ ହେବାର ଖବର ଶୁଣି ବଜାର ଚକିତ ହୋଇଯାଇଛି। ଦୁଇ ଦିନ ପୂର୍ବେ, ଆଲଫାବେଟର ପ୍ରତିଯୋଗୀ ମାଇକ୍ରୋସଫ୍ଟ ୧୦ ହଜାର କର୍ମଚାରୀଙ୍କ ଅପସାରଣ ବିଷୟରେ କହିଥିଲା। ତେବେ ଗୁଗୁଲ ଏହି ଛଟେଇ ଦ୍ବାରା କେବଳ ଆମେରିକାରେ ଥିବା ଗୁଗୁଲ କର୍ମଚାରୀ ନୁହନ୍ତି, ସାରା ବିଶ୍ବରେ ଥିବା କର୍ମଚାରୀ ପ୍ରଭାବିତ ହେବେ । ତେବେ ଭାରତରେ ଗୁଗୁଲର କେତେ କର୍ମଚାରୀ ଛଟେଇ ହେବେ ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ ।

ଶୁକ୍ରବାରଦିନ ଗୁଗୁଲର ସିଇଓ ସୁନ୍ଦର ପିଚାଇ କର୍ମଚାରୀମାନଙ୍କୁ ଏ ବିଷୟରେ ଅବଗତ କରିବା ସହ କମ୍ପାନୀରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ପାଇଁ ସେ ନିଜକୁ ଦାୟୀ କରିଛନ୍ତି। କର୍ମଚାରୀ ଛଟେଇ ଦ୍ବାରା ନିଯୁକ୍ତି, କର୍ପୋରେଟ୍ ଅପରେସନ୍ ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ଏବଂ ପ୍ରଡକ୍ଟସ୍ ଭଳି କମ୍ପାନୀର ସବୁ ଟିମ୍ ପ୍ରଭାବିତ ହୋଇପାରନ୍ତି ।

ବାସ୍ତବରେ, କରୋନା ମହାମାରୀ ସମୟରେ ତାଲା ପଡିଥିବାରୁ ଅନ୍‌ଲାଇନ୍ ସେବା ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଲା | ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଷ୍ଟାର୍ଟଅପ୍ କମ୍ପାନୀଗୁଡିକରେ ବଡ଼ ଆକାରର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଘରେ ବସି ବହୁ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା ଏବଂ ସେମାନେ ମଧ୍ୟ ଘରୁ କାମରେ କାମ କରିବା ଆରମ୍ଭ କରିଥିଲେ। କୋଭିଡ ସଙ୍କଟ ପରେ ବଜାର ଖୋଲିବା ପରେ ୨୦୨୨ ଏସବୁ ଚିତ୍ର ବଦଳିବାକୁ ଲାଗିଲା। ଯେତେବେଳେ ବଜାର ସ୍ବଭାବିକ ହୋଇଗଲା ଲୋକମାନେ ସପିଂ ପାଇଁ ବାହାରକୁ ଯିବା ଆରମ୍ଭ କଲେ। ଏହି କାରଣରୁ କମ୍ପାନୀଗୁଡିକର କାରବାର ହ୍ରାସ ପାଇବାରେ ଲାଗିଲା। ନିଯୁକ୍ତ କର୍ମଚାରୀଙ୍କର ବେତନ ଚାପ କମ୍ପାନୀ ଉପରେ ବଢ଼ିଲା। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ କମ୍ପାନୀଗୁଡିକ କେବଳ ଖର୍ଚ୍ଚ ହ୍ରାସ କରିବା ପାଇଁ ଚେଷ୍ଟା କରିଥିଲେ। ପିଡବ୍ଲ୍ୟୁସି ଷ୍ଟାର୍ଟଅପ୍ ଡିଲ୍ ଟ୍ରାକର ଅନୁଯାୟୀ, ଘରୋଇ ଷ୍ଟାର୍ଟଅପ୍‌ରେ ଛଟେଇର ଏକ ପ୍ରମୁଖ କାରଣ ହେଉଛି ଫଣ୍ଡିଂର ଅଭାବ। ୨୦୨୨ରେ ଭାରତୀୟ କମ୍ପାନୀଗୁଡିକ ୨୪ ବିଲିୟନ ଡଲାରର ଅର୍ଥ ପାଇଥିଲେ। ୨୦୨୧ରେ ହାସଲ ହୋଇଥିବା ଅର୍ଥର ଏହା ହେଉଛି ୩୩%।

କରୋନା ସଙ୍କଟ ପରେ ୨୦୨୨ରେ ରାଜସ୍ୱ ହ୍ରାସ ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ଟେକ୍ କମ୍ପାନୀଗୁଡିକ ଡରୁଥିଲେ। ଫଳସ୍ୱରୂପ, ଆମାଜନ, ଟ୍ୱିଟର, ମେଟା, ଆପଲ୍ ଏବଂ ଗୁଗୁଲ ପରି ବୃହତ୍‌ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ ଖର୍ଚ୍ଚ ହ୍ରାସ କରିବା ପାଇଁ ଛଟେଇ କରିବା ଭଲ ବୋଲି ଭାବିଥିଲେ। କୌଣସି ପ୍ରକାରେ ୨୦୨୨ ବିତିଯାଇଛି କିନ୍ତୁ ବର୍ତ୍ତମାନ ନୂଆ ବର୍ଷରେ ମଧ୍ୟ ସ୍ଥିତି ଭଲ ହେବା ଭଳି ମନେ ହେଉନାହିଁ। ମାନ୍ଦାବସ୍ଥା ଚିନ୍ତାରେ ବଜାରରେ ଅସ୍ଥିରତା ଦେଖାଦେଇଛି। ବର୍ଷ ଆରମ୍ଭ ହେବା ମାତ୍ରେ କମ୍ପାନୀଗୁଡିକ ଛଟେଇ ଘୋଷଣା କରିବା ଆରମ୍ଭ କରିଦେଇଛନ୍ତି।

ଭାରତୀୟଙ୍କ ନିର୍ଦ୍ଦେଶରେ ଚାଲୁଛି ବିଶ୍ବର ଏହି ସବୁ ଅଗ୍ରଣୀ ସଫ୍ଟୱେୟାର୍ କମ୍ପାନୀ
ନୂଆଦିଲ୍ଲୀ : ଭାରତୀୟଙ୍କ ହାତରେ ଡିଜିଟାଲ ଦୁନିଆ। ବିଶ୍ବର ସବୁ ଅଗ୍ରଣୀ ସଫ୍ଟୱେୟାର୍ କମ୍ପାନୀର ମୁଖ୍ୟ ଭାବେ ଭାରତୀୟମାନେ ଅବସ୍ଥାପିତ ହୋଇଛନ୍ତି। ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍, ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ, କମ୍ପ୍ୟୁଟର ହାର୍ଡୱେର୍ କମ୍ପାନୀ ଆଇବିଏମ୍, କମ୍ପ୍ୟୁଟର ସଫ୍ଟୱେର୍ କମ୍ପାନୀ ଆଡୋବ, ପେସାଦାର ସେବା କମ୍ପାନୀ ଡେଲୋଏଟ୍, ଗ୍ରୋସରୀ ଷ୍ଟୋର କମ୍ପାନୀ ଆଲବର୍ଟସନ୍ କମ୍ପାନୀ ପରି ଅନେକ ବଡ କମ୍ପାନୀର ସିଇଓ ପଦବୀକୁ ଭାରତୀୟ ମୂଳ ଅଧିକାରୀମାନେ ପରିଚାଳନା କରୁଛନ୍ତି।

ଗତକାଲି ଟ୍ଵିଟରର ସିଇଓ ଥିବା ଜ୍ୟାକ୍ ଡୋର୍ସି ତାଙ୍କ ପଦରୁ ଇସ୍ତଫା ଦେବାପରେ ଭାରତ ଜନ୍ମିତ ପରାଗ ଅଗ୍ରୱାଲ ଟ୍ଵିଟରର ନୂଆ ସିଇଓ ହୋଇଛନ୍ତି। ଯାହା ଫଳରେ ବିଶ୍ବର ଡିଜିଟାଲ ଦୁନିଆର ଏବେ ଭାରତୀୟଙ୍କ ହାତରେ ରହିଛି।ମାଇକ୍ରୋସଫ୍ଟ ହେଉ କିମ୍ବା ଗୁଗୁଲ୍, ଆଡୋବ୍ କିମ୍ବା ଆଇବିଏମ୍ ହେଉ, ସମସ୍ତ କମ୍ପାନୀ ଭାରତୀୟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଏଥିରେ ପାରାଗ ଅଗ୍ରୱାଲର ଏକ ନୂତନ ନାମ ଯୋଡା ଯାଇଛି ।ତେବେ ଆସନ୍ତୁ ଜାଣିବା ଅନ୍ୟ କେଉଁ ଭାରତୀୟ ଏହି ତାଲିକାରେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କୁ ନେଇ ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚା ହେଉଛି।

ପରାଗ ଅଗ୍ରୱାଲ, ଟ୍ୱିଟର (ସିଇଓ)

ଟ୍ୱିଟରର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ବିଶ୍ୱର ଅନ୍ୟତମ ସୋସିଆଲ୍ ମିଡିଆ ସାଇଟ୍ ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ଟ୍ୱିଟରର ସିଇଓ ଭାବେ ବର୍ତ୍ତମାନ ଭାରତ ଜନ୍ମିତ ଏବଂ ଆଇଆଇଟି ବମ୍ବେର ଛାତ୍ର ପାରାଗ ଅଗ୍ରୱାଲ ରହିଛନ୍ତି। ପାରାଗ ଟ୍ୱିଟରର ନୂତନ ସିଇଓ ଭାବରେ ନିଯୁକ୍ତ ହୋଇଛନ୍ତି। ଏହାପୂର୍ବରୁ ପାରାଗ ଅଗ୍ରୱାଲଙ୍କୁ କମ୍ପାନୀରେ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ (ସିଟିଓ) ଭାବରେ ପୋଷ୍ଟ କରୁଥିଲେ । ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ସେ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ।

ସୁନ୍ଦର ପିଚାଇ, ଗୁଗୁଲ୍ (ସିଇଓ)

ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲର ସିଇଓ ହେଉଛନ୍ତି ସୁନ୍ଦର ପିଚାଇ। ୨୦୧୫ ରେ ସୁନ୍ଦର ପିଛାଇ କମ୍ପାନୀର ସିଇଓ ଭାବରେ ନିଯୁକ୍ତ ହୋଇଥିଲେ। ଆଇଆଇଟି ଖଡ଼ଗପୁରରୁ ଇଞ୍ଜିନିୟରିଂ କରିବା ପରେ ସେ ଅଧିକ ଅଧ୍ୟୟନ ପାଇଁ ଆମେରିକା ଯାଇଥିଲେ। ଯାହା ପରେ, ୨୦୦୪ ମସିହାରେ, ସେ ଗୁଗୁଲରେ ଯୋଗ ଦେଇଥିଲେ।

ସତ୍ୟ ନାଡେଲା, ମାଇକ୍ରୋସଫ୍ଟ (ସିଇଓ)

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଥିବା ବିଲ୍ ଗେଟ୍ସଙ୍କ କମ୍ପାନୀର ମାଇକ୍ରୋସଫ୍ଟର ସିଇଓ ହେଉଛନ୍ତି ଭାରତୀୟ ସତ୍ୟ ନାଡେଲା। ସତ୍ୟ ନାଡେଲା ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୪ ରେ କମ୍ପାନୀର ସିଇଓ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ବର୍ତ୍ତମାନ ମଧ୍ୟ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ସତ୍ୟଙ୍କ ନେତୃତ୍ୱରେ ମାଇକ୍ରୋସଫ୍ଟ ବହୁତ ଅଗ୍ରଗତି କରିଛି।

ଅରବିନ୍ଦ କୃଷ୍ଣ  ଆଇବିଏମ୍ (ସିଇଓ)

ଅରବିନ୍ଦ କୃଷ୍ଣା ହେଉଛନ୍ତି ବିଶ୍ୱର ପ୍ରସିଦ୍ଧ କମ୍ପ୍ୟୁଟର ହାର୍ଡୱେର୍ କମ୍ପାନୀ ଆଇବିଏମର ବର୍ତ୍ତମାନର ଚେୟାରମ୍ୟାନ୍ ତଥା ସିଇଓ। ଅରବିନ୍ଦ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଏପ୍ରିଲ୍ ୨୦୨୦ ରେ ଅରବିନ୍ଦ କମ୍ପାନୀର ସିଇଓ ଭାବରେ ନିଯୁକ୍ତ ହୋଇଥିଲେ। ଅରବିନ୍ଦଙ୍କର ଆମେରିକା ଭଳି ଭାରତର ନାଗରିକତା ଅଛି। ସେ ଆଇଆଇଟି କାନପୁରରୁ ଇଞ୍ଜିନିୟରିଂ ପଢ଼ିଥିଲେ।

ଶାନ୍ତନୁ ନାରାୟଣ, ଆଡୋବ୍ (ସିଇଓ)

ଭାରତୀୟ ମୂଳକର ଶାନ୍ତନୁ ନାରାୟଣ ହେଉଛନ୍ତି ଆଡୋବର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ୧୯୯୮ ରେ ଶାନ୍ତନୁ ଆଡୋବର ବରିଷ୍ଠ ଉପସଭାପତି ଭାବରେ ଦାୟିତ୍ତ୍ୱ ଗ୍ରହଣ କରିଥିଲେ। ଏହା ପରେ, ସେ ୨୦୦୫ ରେ କମ୍ପାନୀର COO ଏବଂ ପରେ ୨୦୦୭ ରେ ସିଇଓ ଭାବରେ ନିଯୁକ୍ତ ହୋଇଥିଲେ। ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି।

ଏମାନଙ୍କ ବ୍ୟତୀତ ଅନ୍ୟ ଅନେକ ଭାରତୀୟ ଅଛନ୍ତି ଯେଉଁମାନେ ବଡ଼ କମ୍ପାନୀରେ ସିଇଓ ଭାବରେ ବସି ଭାରତକୁ ଗର୍ବିତ କରୁଛନ୍ତି । ଏଥିମଧ୍ୟରେ ଭିଏମ ୱେୟାର ସିଇଓ ରଘୁ ରଘୁରାମ ଅନ୍ତର୍ଭୁକ୍ତ। ବର୍ତ୍ତମାନ ଏହି ତାଲିକାରେ ପରାଗ ଅଗ୍ରୱାଲଙ୍କ ନାମ ଯୋଡିବା ନିଶ୍ଚିତ ଭାବରେ ଭାରତ ପାଇଁ ଏକ ବଡ଼ ସଫଳତାଠାରୁ କମ୍ ନୁହେଁ ।