Cyclone Jawad - The Sakala
ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ ।
ସବୁଦିନିଆ ଫସଲ କ୍ଷତି ପାଇଁ Input subsidy ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ। ପ୍ରମାଣୀକୃତ ଉଚ୍ଚମାନର ବିହନ – କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ବିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ DBT ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀ ମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍‌ ଯୋଗାଇ ଦିଆଯିବ । ଏହାସହିତ ୪ ଲକ୍ଷ ପରିବା ବିହନ ମିନିକିଟ୍‌ ମାଗଣାରେ ଯୋଗାଇ ଦିଆଯିବ ।
ଫଳ ଓ ପନିପରିବା ଚାଷ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍‌ସ (Crate) ଯୋଗାଇ ଦିଆଯିବ। ପ୍ରତି ସଦସ୍ୟଙ୍କୁ ୯୦ ପ୍ରତିଶତ ରିହାତିରେ ୫ ଗୋଟି କ୍ରେଟ ଯୋଗାଇ ଦିଆଯିବ। ଯାହାଦ୍ବାରା ଫଳ ଓ ପରିବାର ଅମଳ ପରବର୍ତ୍ତୀ କ୍ଷତି କମ୍‌ କରାଯାଇପାରିବ । ଏକ ଲକ୍ଷ ଚାଷୀଙ୍କୁ ସେମାନଙ୍କ ଘର ପଛ ବଗିଚାରେ ଲଗାଇବା ପାଇଁ ମାଗଣାରେ ପ୍ରତ୍ୟେକଙ୍କୁ ୧୦ ଗୋଟି ଫଳ ଚାରା ଯୋଗାଇ ଦିଆଯିବ । ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ ପରିବା ଚାଷ ପାଇଁ ସହାୟତା ଦିଆଯିବ। ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ । କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର ଚାଷୀ ମାନଙ୍କୁ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ଟଙ୍କାର ରିହାତି ଦିଆଯିବ । ଏହା DBT ଜରିଆରେ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ୫୦୦୦ ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ । ଏଥିପାଇଁ ରିହାତିର ସର୍ବୋଚ୍ଛ ପରିମାଣ ୧୦ ହଜାର ଟଙ୍କା ଦିଆଯିବ ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର (ସିଞ୍ଚନ ଯନ୍ତ୍ର) ଯୋଗାଇ ଦିଆଯିବ । ପାୱାର ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୭୫୦ ଟଙ୍କା ଦିଆଯିବ । ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ରିହାତି ଚାଷୀଙ୍କୁ DBT ଜରିଆରେ ପ୍ରଦାନ କରାଯିବ । ସମୁଦାୟ ୧୬ ହଜାର ହେକ୍ଟର ଜମି ପାଇଁ ଏହି ସହାୟତା ବ୍ୟବାସ୍ଥା କରାଯିବ । ୩୩ ପ୍ରତିଶତ ବା ତାଠାରୁ ଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ବଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ। ସେହିପରି ଆସନ୍ତା ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ, ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ବାରା ସହାୟତାର ବ୍ୟବସ୍ଥା କରାଯିବ । ଭାଗଚାଷୀ ମାନେ ଯେପରି ରବି ଋତୁରେ ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ ଗଠନ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ ଯେପରି ତାଙ୍କ କ୍ଷତିପୂରଣ ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ ଏବଂ କ୍ରପ କଟିଂ ଏକ୍ସପେରିମେଣ୍ଟ ମଧ୍ୟ ଶୀଘ୍ର ଶେଷ କରାଯିବ । ବାତ୍ୟା ଜୱାଦ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।
ଭୁବନେଶ୍ବର: ପଶ୍ଚିମବଙ୍ଗ ମୁହାଁ ବାତ୍ୟା ଜଓ୍ବାଦ । ଏହାର ପ୍ରଭାବରେ ଦୀଘାରେ ବର୍ଷା ଆରମ୍ଭ ହୋଇଯାଇଛି।  ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ହେବ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି ଜୱାଦ ।
ପୁରୀ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୭୦ କିଲୋମିଟର, ଗୋପାଳପୁରଠାରୁ ୧୦୦ କିଲୋମିଟର ଓ ପାରାଦିପ ଠାରୁ ୧୫୦ କିଲୋମିଟର ଦୁରରେ ରହିଛି ଜୱାଦ । ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସମୟରେ ବେଳେ ବେଳେ ୬୫ କିଲୋମିଟର ଝଟକା ଅନୁଭୁତ ହେଉଛି ।
ଜୱାଦ ପ୍ରଭାବ : ଆଜି ସନ୍ଧ୍ୟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, କାଲିଠୁ ଭଲ ପାଗ!
ଭୁବନେଶ୍ବର :ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’ । ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇ ସାରିଥିବା ଜୱାଦ ଆଉ କିଛି ସମୟ ପରେ ଅବପାତରେ ପରିଣତ ହେବ । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଏହା ଦକ୍ଷିଣ-ଦକ୍ଷିଣପୂର୍ବରେ ଗୋପାଳପୁର ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୮୦ କିଲୋମିଟର ଓ ପାରାଦୀପ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ।ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବକୁ ଗତି କରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଆଜି ମଧ୍ୟାହ୍ନରେ ଅବପାତ ରୂପରେ ପୁରୀ ଉପକୂଳରେ ପହଞ୍ଚିବ । ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଯାଇ ପରବର୍ତ୍ତୀ ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।
Current weather condition at #Puri due to #DeepDepression & which is about #180km South-Southwest of #Puri.#WeatherUpdates #Weather #CyclonicStormJawad pic.twitter.com/qabB0wxwmp
— Meteorological Centre, Bhubaneswar (@mcbbsr) December 5, 2021
ବାତ୍ୟା ‘ଜୱାଦ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋହଲା ପବନ ସାଙ୍ଗକୁ ଲଗାଣ ବର୍ଷା ଚାଲିଛି।ଖାସକରି ଗଞ୍ଜାମରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଗଞ୍ଜାମରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ହୋଇଛି । ଏବେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିଛି । ରାଜ୍ୟରେ ଆଜି ସନ୍ଧ୍ୟା ଯାଏଁ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥି ସହିତ ଅବପାତରେ ପରିଣତ ହେବା ପରେ ଜୱାଦ ପଶ୍ଚିମବଙ୍ଗ ମୁହାଁ ହେବ । ଆଉ ଏହି ସମୟରେ ଉତ୍ତର ଓଡ଼ିଶାରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ । ଜୱାଦର ପ୍ରଭାବ ଏବେ ଧୀରେ ଧୀରେ ଦକ୍ଷିଣ ଓଡ଼ିଶାରୁ କମି ଆସିବା ସହ ଉପକୂଳରେ ପ୍ରଭାବ ପକାଇବା ଆରମ୍ଭ କରିଛି । ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି । ସବୁଠୁ ବଡ କଥା ହେଲା ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ବେଳେ କାଲି ଠାରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ ।
Current weather condition at #Paradeep due to remnant of #CyclonicStormJawad, the #DeepDepression & which is about #270km South-SouthWest of #Paradeep pic.twitter.com/0uYkl8d3s8
— Meteorological Centre, Bhubaneswar (@mcbbsr) December 5, 2021
ବର୍ଷାକୁ ଲକ୍ଷ୍ୟ କରି ଆଜି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଟ୍ୱିନ୍ ସିଟି ପାଇଁ ମଧ୍ୟ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । କଟକ ଭୁବନେଶ୍ୱର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।
Latest @Indiametdept bulletin of 8.50am below pic.twitter.com/7O2tjiCdEL
— Pradeep Jena IAS (@PradeepJenaIAS) December 5, 2021
ସେହିପରି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଂଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଓଡ଼ିଶା ଉପକୂଳରେ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ଅତିବେଶୀରେ ପବନର ବେଗ ଘଂଟା ପ୍ରତି ୬୫ କିଲୋମିଟର ରହିପାରେ । ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ୬୦, ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ଭୁବନେଶ୍ବରରେ ୨୪ ଏବଂ ପୁରୀରେ ୨୧ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ବାତ୍ୟାର ଭୁଲ୍‌ ଆକଳନ ପାଇଁ ସଂକଟରେ ଆଇଏମ୍‌ଡିର ବିଶ୍ବସନୀୟତା
ଭୁବନେଶ୍ୱର : ଶନିବାର ସକାଳ ପର୍ଯ୍ୟନ୍ତ ଅଧା ଓଡ଼ିଶାର ଲୋକେ ବାତ୍ୟା ଭୟରେ ଥିଲେ। ପ୍ରାୟ ୧୦ଟା ପରେ ଆଇଏମ୍‌ଡି ସ୍ପଷ୍ଟ କଲା ବାତ୍ୟା ହେବାର ନାହିଁ; ଶକ୍ତିହୀନ ହୋଇସାରିଛି ‘ଜୱାଦ’। ଠିକ୍ ଏହାପରେ ପରେ ରାଜ୍ୟ ସ୍ବତନ୍ତ୍ର ରିଲଫ୍ କମିସନର ପ୍ରଦୀପ ଜେନାଙ୍କ ଟ୍ବିଟ୍ ‘ ପ୍ରଭୁ ଜଗନ୍ନାଥ ଆମକୁ ରକ୍ଷା କରନ୍ତୁ’ ଆଇଏମ୍‌ଡି ଭଳି କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ ସଂସ୍ଥାର ପାରଦର୍ଶିତା ପ୍ରତି ପ୍ରଶ୍ନବାଚୀ ଉଠାଇଛି। ଅନ୍ୟ ପକ୍ଷରେ ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାରୁ ଆଇଏମ୍‌ଡି ସୂଚନାକୁ ଆଧାର କରି ରାଜ୍ୟ ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି କରିଥିଲେ। ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାକୁ ଉଦ୍ଧାରକାରୀ ଦଳ ପଠାଇବା ସହ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହା ସମ୍ପର୍କରେ ଏସ୍‌ଆର୍‌ସି ଟ୍ବିଟ୍ କରି ସୂଚନା ଦେଉଥିଲେ। ଏମିତିକି ବାତ୍ୟାଟି ଓଡ଼ିଶାରେ ଲ୍ୟାଣ୍ଡ୍‌ଫଲ୍ କରି ନପାରେ ବୋଲି ଏସ୍‌ଆର୍‌ସି ଟ୍ବିଟ୍ କରି ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଟିକୋଟି ଓଡ଼ିଶାବାସୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଆଗକୁ ଓଡ଼ିଶା ପରି ବାତ୍ୟା ପ୍ରବଣ ରାଜ୍ୟର ସରକାର କେଉଁ ରିପୋର୍ଟ ଉପରେ ଭରସା କରିବେ। କାହା ତଥ୍ୟ ଆଧାରରେ ବାତ୍ୟା ମୁକାବିଲା କରିବେ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଏପରି କି କିଛି ପାଣିପାଗ ବିଜ୍ଞାନୀ ମଧ୍ୟ ସମାନ ଆଶଙ୍କା କରିଛନ୍ତି।
କେବଳ ଆଇଏମଡି ନୁହେଁ ବିଶ୍ୱର ବଡ଼ ବଡ଼ ପାଣିପାଗ ସଂସ୍ଥା ମଧ୍ୟ ଆକଳନରେ ଭୁଲ୍‍ ସାବ୍ୟସ୍ତ ହେବାରେ ଲାଗିଛନ୍ତି। ବାତ୍ୟା ‘ୟସ’ ‘ଗୁଲାବ’ ଓ ଏବେ ‘ଜୱାଦ’ କ୍ଷେତ୍ରରେ ସମାନ ଘଟଣା ଘଟିଛି। ଅଭିଜ୍ଞତା ଦୃଷ୍ଟିରୁ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ସଠିକ ଗତିପଥ ଓ ତୀବ୍ରତା ମାପିବାରେ ଆଇଏମଡି ସର୍ବାଗ୍ରେ ବୋଲି ବିବେଚନା କରାଯାଇଛି। ତେଣୁ ପୂର୍ବରୁ ଯେତେ ବାତ୍ୟା ଆସିଛି, ବିଦେଶୀ ସଂସ୍ଥାଙ୍କୁ ଛାଡ଼ି ଆଇଏମଡି ଆକଳନ ଉପରେ ରାଜ୍ୟ ସରକାର ସର୍ବଦା ଆଶାପ୍ରକଟ କରିଥାନ୍ତି। ମାତ୍ର କ୍ରମାଗତ ଭାବେ ଆଇଏମଡିର ଆକଳନ ଦ୍ୱନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ଆରମ୍ଭ ହୋଇଯାଇଛି। ‘ଜୱାଦ’ ପ୍ରସଂଗରେ ସୋସିଆଲ୍‍ ମିଡିଆରେ ଆଇଏମଡି କାର୍ଯ୍ୟାକଳାପ ଉପରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।
ଆଇଏମଡି ଆକଳନ ଆଧାରରେ ହିଁ ରାଜ୍ୟ ସରକାର ମୁକାବିଲା ପ୍ରସ୍ତୁତି କରିଥାନ୍ତି। ଓଡ଼ିଶା ଭଳି ଏକ ବାତ୍ୟା ପ୍ରବଣ ରାଜ୍ୟ ପାଇଁ ଆଗୁଆ ଓ ସଠିକ୍‍ ସୂଚନା ଯଥେଷ୍ଟ ଗୁରୁତ୍ୱ ରଖୁଥିବାରୁ ଏଥିପ୍ରତି ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ଦାବି ଉଠିଛ। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବାୟୁ ମଣ୍ଡଳରେ ଶୀଘ୍ର ପରିବର୍ତ୍ତନ ହେତୁ ପାଣିପାଗ ଆକଳନ କରିବା କଷ୍ଟକର ହୋଇପଡୁଛି। ଯାହାକି ପୂର୍ବନୁମାନରେ କଷ୍ଟସାଧ୍ୟ ହେଉଛି। ତେବେ କିଛି ମଡେଲ୍‍କୁ ଛାଡିଦେଲେ ଅନ୍ୟମାନେ ବାରମ୍ବାର ନିଜର ମତ ବଦଳାଉଛନ୍ତି। ଯାହାଦ୍ୱାରା ଆକଳନକାରୀଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ହୋଇପଡ଼ିଛି। ତେଣୁ ଆଗାମୀ ଦିନରେ ଏ ଦିଗରେ ଗବେଷଣା ଅଧିକ କରିବା ଆବଶ୍ୟକ ହୋଇଛି।
ସେହିପରି ମଡେଲ୍‍ଗୁଡ଼ିକ ଚଳାଇବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ତଥ୍ୟ ଦରକାର ପଡ଼ୁଛି। ଏହି ତଥ୍ୟକୁ ଆଧାର କରି ସବୁ ମଡେଲ୍‍ ଆକଳନ ଜାରି କରୁଛନ୍ତି। ବିଦେଶୀ ମଡେଲ୍‍ ମଧ୍ୟ ଭାରତଠାରୁ ସଂଗୃହିତ ତଥ୍ୟ ଗ୍ରହଣ କରି ଆକଳନ ଜାରି କରୁଛନ୍ତି। ମାତ୍ର ଏହି ଗୋଳମାଳିଆ ଓ ଭୁଲ୍‍ ତଥ୍ୟ ଯୋଗୁଁ ବିଦେଶୀ ସଂସ୍ଥା ଭୁଲ ଆକଳନ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଦେଶୀ ମଡେଲ୍‍ ଉପରେ ନିର୍ଭର କରୁଥିବାରୁ ସଠିକ୍‍ ଆକଳନରେ ସମସ୍ୟା ସୃଷ୍ଟି ହେଉଛି। ସମାନ ଭାବେ ସଠିକ୍‍ ଆକଳନ ପାଇଁ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବେଲୁନ ଛଡ଼ା ଯାଇଥାଏ। ବାୟୁମଣ୍ଡଳର ସ୍ଥିତି ଜାଣିବାକୁ ଏହି କାର୍ଯ୍ୟ କରାଯାଏ। ମାତ୍ର ତାହା ମଧ୍ୟ କ୍ରମାଗତ ଭାବେ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଆମେରିକାର ‘ଜେଟିଡବ୍ଲୁସି’ ଭଳି ସଂସ୍ଥା ମଧ୍ୟ ନିଜ କଥାରେ ଦୃଢ଼ ଭାବେ ରହି ନପାରି ବାରମ୍ବାର ମତ ପରିବର୍ତ୍ତନ କରୁଛି।
ଏହା ବ୍ୟତୀତ ଆଇଏମଡି ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଭିତ୍ତିଭୂମି ମଧ୍ୟ ନାହିଁ। ଆଇଏମଡି ବ୍ୟବହାର କରୁଥିବା ସାଟେଲାଇଟ୍‍ ମଧ୍ୟ ଅନ୍ୟ ଦେଶ ତୁଳନାରେ ଉନ୍ନତ ହୋଇପାରୁ ନାହିଁ। ସେହିପରି ବଙ୍ଗୋପସାଗରରେ ଥିବା ‘ଭାସମାନ ୱେଦର ଷ୍ଟେସନ୍‍’ ମଧ୍ୟ ସମ୍ପୂର୍ଣ୍ଣ ବଙ୍ଗୋପସାଗରକୁ ପରିଧିରେ ଆକଳନ କରିପାରୁନାହିଁ। ଯାହାଦ୍ୱାରା ବାତ୍ୟା ସମ୍ପର୍କରେ ସଠିକ ଆକଳନ ସମସ୍ୟା ସୃଷ୍ଟି ହେଉଛି। ଭାରତକୁ ବାରମ୍ବାର ବାତ୍ୟା ଭୟ ରହୁଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଧୀରେ ଧୀରେ ଆଇଏମଡିର ବିଶ୍ୱାସନିୟତା ପ୍ରତି ଆଶଙ୍କା ସୃଷ୍ଟି ହେବାରେ ଲାଗିଛି।
‘ଜୱାଦ’ ଶକ୍ତିହୀନ : ଉପକୂଳ ଜିଲ୍ଲାରେ ବଢ଼ୁଛି ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଛି ବାତ୍ୟା ‘ଜୱାଦ’। ବର୍ତ୍ତମାନ ଏହା ସାମୁଦ୍ରିକ ଝଡ଼ରୁ ଦୁର୍ବଳ ହୋଇ ଗଭୀର ଅପପାତ ଆକାରରେ ରହିଛି। କ୍ରମାଗତ ଭାବେ ଏହା ଦୁର୍ବଳ ହୋଇ ରବିବାର ସକାଳ ସୁଦ୍ଧା ଏହା ଅବପାତ ଅବସ୍ଥାକୁ ଖସି ଆସିଛି। ଆଗକୁ ଆହୁରି ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ। ଏହା ବିଶାପାଟଣାଠାରୁ ୧୮୦ କିଲୋମିଟର, ଗୋପାଳପୁରଠାରୁ ୨୦୦ କିଲୋମିଟର ଏବଂ ପୁରୀଠାରୁ ୨୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଉପକୂଳ ଦିଗରେ ଗତି କରୁଛି । ବାତ୍ୟା ଜୱାଦ ରବିବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଥିଲା । ତେବେ ଏହାର ବେଶ ପୂର୍ବରୁ ବାତ୍ୟା ଜୱାଦ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ଅର୍ଥ ପବନ ଜନିତ କ୍ଷୟକ୍ଷତିର ଆଶଙ୍କା ଟଳି ଯାଇଛି । କିନ୍ତୁ ‘ଜୱାଦ’ ପ୍ରଭାବରେ ସମଗ୍ର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରରେ ପାଗ କୋହଲା ରହିଥିବା ବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ।
Bands of deep clouds entering coastal parts of Odisha.#WeatherUpdate #WeatherUpdate #JawadCyclone #Jawad pic.twitter.com/3aZCKSTU9e
— Meteorological Centre, Bhubaneswar (@mcbbsr) December 5, 2021
ଗଭୀର ଅବପାତର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଓ ପବନ ଲାଗି ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି। ରାଜ୍ୟର ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଏହି ସବୁ ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।ସେହିପରି ରାଜ୍ୟର ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡ଼ିକ ହେଉଛି- କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଉପକୂଳ ଓଡ଼ିଶାରେ ବାତ୍ୟା ଜୱାଦ୍‌ର ଅବଶିଷ୍ଠ ଅଂଶ ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗିରହିଛି ବର୍ଷା ଏବଂ ପବନ pic.twitter.com/u7WEDDsYqS
— Meteorological Centre, Bhubaneswar (@mcbbsr) December 5, 2021
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ଦୁର୍ବଳ ହୋଇଯିବ ବୋଲି ଆକଳନ କରିଥିଲେ। ଶନିବାର ସକାଳୁ ଆଇଏମଡି ପକ୍ଷରୁ ମଧ୍ୟ ସମାନ ଆକଳନ ପ୍ରକାଶ ପାଇଥିଲା। ଯାହାଦ୍ୱାରା ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି। ବାତ୍ୟାଟି ଦୁର୍ବଳ ଅବସ୍ଥାରେ ଉପକୂଳ ନିକଟରେ ପହଞ୍ଚିବାର ଥିବାରୁ ପବନର ପ୍ରକୋପ ଯଥେଷ୍ଟ ହ୍ରାସ ପାଇଯିବ। ପୂର୍ବରୁ ପବନର ଝଟକା ୧୧୦ କିମି ଛୁଇଁବ ବୋଲି କୁହାଯାଉଥିବା ବେଳେ ଆଜି ଏହାକୁ କମାଇ ସର୍ବାଧିକ ୭୫ କିମି ଯାଇପାରେ ବୋଲି ଆଇଏମ୍‍ଡି କହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବାତ୍ୟା ‘ଜୱାଦ’ ଓଡ଼ିଶା ଉପକୂଳର ପ୍ରାୟ ୫୦ କିମି ଦୂରରେ ଉପକୂଳରେ ସମାନ୍ତରାଳରେ ଦୁର୍ବଳ ହୋଇ ଗତି କରିବ। ପୁରୀର ଦୂରରେ (୭୦ କିମି) ସମୁଦ୍ରରରେ ୫ ସନ୍ଧ୍ୟା ବେଳେ ଅବପାତ ରୂପରେ ପହଞ୍ଚିବ ଏବଂ କେନ୍ଦ୍ରାପଡ଼ାର ଦୂରରେ ଥିବା ବେଳେ ଘନୀଭୂତ ହୋଇ ଦୁର୍ବଳ ହୋଇଯିବ। ପଶ୍ଚିମବଙ୍ଗ/ବଙ୍ଗଲାଦେଶ ପହଞ୍ଚିବା ବେଳକୁ ଲଘୁଚାପ ରୂପରେ ଥିବ ବା ସମୁଦ୍ରରରେ ଲୀନ ହୋଇଯାଇଥିବ।
ଭୁବନେଶ୍ବର, ପୁରୀ, ପାରାଦୀପ, କେନ୍ଦ୍ରାପଡ଼ା, ବାସୁଦେବପୁରରେ ୬ ତାରିଖ ପର୍ଯ୍ୟନ୍ତ ନ୍ତ ବର୍ଷା ଲାଗି ରହିବ। ୫ ତାରିଖରେ ବର୍ଷା ସବୁଠାରୁ ଅଧିକ ରହିବ। ଦକ୍ଷିଣ ଓଡ଼ିଶାରେ ୫ତାରିଖ ପର୍ୟ୍ୟନ୍ତ କୋହଲା ପାଗ ଲାଗି ରହିବ ଓ ଭୁବନେଶ୍ବର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬ତାରିଖ ପର୍ୟ୍ୟନ୍ତ କୋହଲା ପାଗ ଲାଗି ରହିବ। ଉପକୂଳ ଓଡ଼ିଶାରେ ୧୧ ଓ ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ଡିଗ୍ରି ଏବଂ ୧୦ରୁ ୧୧ ତାରିଖ ମଧ୍ୟରେ ଅନ୍ୟାନ୍ୟ ସ୍ଥାନରେ ୫ରୁ ୬ଡିଗ୍ରି କମିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ଡିସେମ୍ବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସଂକେତ ମିଳୁଛି ବୋଲି ଶ୍ରୀ ପଶୁପାଳକ କହିଛନ୍ତି।
#WeatherUpdate
Remnant of #CyclonicStormJawad #Weathercloud pic.twitter.com/pvyheJaOK8
— Meteorological Centre, Bhubaneswar (@mcbbsr) December 5, 2021
ବାତ୍ୟା ପ୍ରଭାବରେ ଗୋପାଳପୁରରେ ୪୭.୩ ମିମି ହୋଇଥିବା ବେଳେ ଭୁବନେଶ୍ବରରେ ସମୁଦାୟ ୩୨.୩ ମିମି ଓ ଚାନ୍ଦବାଲିଠାରେ ୩୦.୧ ମିମି ବର୍ଷା ରେକର୍ଡ ହୋଇଛି। ପବନର ବେଗ ମଧ୍ୟ କମ୍‌ ରହିଥିଲା। ପୁରୀରେ ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୩୧କିମି ରହିଥିବା ବେଳେ ଭୁବନେଶ୍ବରରେ ୨୨କିମି, ଗୋପାଳପୁର, ପାରାଦୀପ ଓ ଜଗତସିଂହପୁରରେ ୧୫କିମି ଲେଖାଏଁ ରହିଥିଲା। ଆସନ୍ତାକାଲି ପବନ ଓ ବର୍ଷା ଆହୁରି କମିବ କିନ୍ତୁ ପାଗ ମେଘୁଆ ରହିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।
ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ୫ ପର୍ଯ୍ୟନ୍ତ ଏବଂ ଭୁବନେଶ୍ୱର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ। ଗଞ୍ଜାମରେ ବାତ୍ୟା ଜନିତ ସମୁଦାୟ ବର୍ଷା ୫୦ରୁ ୬୦ ମିମି, ପୁରୀ ଖୋର୍ଦ୍ଧା ଓ ଭଦ୍ରକ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ସମୁଦାୟ ବର୍ଷା ୮୦-୯୦ ମିମି ହୋଇପାରେ। ବାଲେଶ୍ୱର ଓ ମୟୂରଭଞ୍ଜରେ ୬୦-୭୦ ମିମି ବର୍ଷା, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କିଛି ନା କିଛି ବର୍ଷା ହେବ। ଅନ୍ୟପଟେ ଉପକୂଳ ଓଡ଼ିଶାରେ ୧୧ ଓ ୧୨ ଦୁଇ ଦିନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ସେଲ୍‌ଫସିୟସ କମିବା ବେଳେ ଅନ୍ୟାନ୍ୟ ସ୍ଥାନରେ ୧୦ରୁ ୧୧ ମଧ୍ୟରେ ୫-୬ ଡିଗ୍ରୀ କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ଗତ ୩୬ ଘଣ୍ଟା ମଧ୍ୟରେ ପାରାଦୀପରେ ୯୧ ମିମି ବର୍ଷା ହୋଇଥିବା ବେଳେପୁରୀରେ ୪୯, ଗୋପାଳପୁରରେ ୪୭ ଓ ଭୁବନେଶ୍ୱରରେ ୩୧ ମିମି ବର୍ଷା ହୋଇଛି। ବାତ୍ୟା ବିପଦ ଟଳିଥିଲେ ମଧ୍ୟ ସମୁଦ୍ର ଅଶାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଜଓ୍ବାଦ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଛି । ଆଜି ଅପରାହ୍ଣ ସାଢେ ୨ଟା ବେଳେ ଏହା ବିଶାଖାପାଟଣାଠାରୁ ୨୦୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ତଥା ଗୋପାଳପୁରଠାରୁ ୩୧୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ।ଆଜି ରାତି ସୁଦ୍ଧା ବାତ୍ୟା ଦୁର୍ବଳ ହେବା ସହ ଏକ ଡିପ୍ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଦିଗରେ ଗତି କରିବ ।ବାତ୍ୟା ଜୱାଦ୍‌ ଏବେ ୩ କିମି ବେଗରେ ଉତ୍ତରରେ ଗତି କରୁଛି । ଯାାହାକୁ ନେଇ ଦିଗ ବଦଳାଇ ପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି ଏନେଇ ପ୍ରକାଶ କରିଥିବା ବେଳେ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।
Pictures from Latest bulletin of @Indiametdept shows something good. Hopefully the cyclone may not make landfall in Odisha if the cyclone follows the forecasted path. Pl look at the picture below. May Lord Jagannath save us. @CMO_Odisha @SecyChief @IPR_Odisha @SRC_Odisha @osdma pic.twitter.com/emA64LWzp0
— Pradeep Jena IAS (@PradeepJenaIAS) December 4, 2021
ସମୁଦ୍ର ଭିତରେ ଦୁର୍ବଳ ହୋଇଛି ବାତ୍ୟା ‘ଜୱାଦ’ । ଫଳରେ ଏକ ବଡ ଧରଣର ବିପଦ ଓଡ଼ିଶା ଉପକୂଳରୁ ଟଳି ଯାଇଛି । ବାତ୍ୟା ଦିଗ ବଦଳାଇବା ପରେ ସମୁଦ୍ର ଭିତରେ ହିଁ ଗଭୀର ଅବପାତରେ ପରିଣତ ହେବ ଏବଂ ଉତ୍ତର-ଉତ୍ତର ପୂର୍ବ ମୁହାଁ ହୋଇ ଗତି କରିବ । ଆସନ୍ତା କାଲି ଅର୍ଥାତ ରବିବାର ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟବର୍ତ୍ତୀ ହେବ କିନ୍ତୁ ଏହା ଲାଣ୍ଡଫଲ ନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ବାତ୍ୟା ଲାଣ୍ଡଫଲ କରିବାର ସମ୍ଭାବନା ନାହିଁ।
ରବିବାର ମଧ୍ୟାହ୍ନରେ ପୁରୀର ନିକଟବର୍ତ୍ତୀ ହେବ । ତେବେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା କମ୍ । ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ । ତେବେ ଏହାର ପ୍ରଭାବରେ ଓଡିଶା ଉପକୂଳରେ ୬୦ରୁ ୭୦ କିଲୋମିଟର ପବନ ବହିପାରେ କିନ୍ତୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ କଚ୍ଚା ଘରେ ନରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର। ତେବେ ବାତ୍ୟା ଦୁର୍ବଳ ହୋଇଗଲେ ବି ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ଯଦିଓ କମ ରହିବ କିନ୍ତୁ ବର୍ଷାର ପରିମାଣ ପ୍ରବଳ ରହିବ। ଏହା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି ।
ଉତ୍ତର ଦିଗରେ ଗତି କରି ସ୍ଥଳଭାଗ ମୁହାଁ ବାତ୍ୟା ‘ଜୱାଦ’, ଆସନ୍ତାକାଲି ପୁରୀରେ କରିବ ଲ୍ୟାଣ୍ଡଫଲ୍‌
ଭୁବନେଶ୍ବର : ବାତ୍ୟା ଜୱାଦ ଏବେ ସମୁଦ୍ର ମଝିରେ ଥିବା ବେଳେ ଆସନ୍ତାକାଲି ସ୍ଥଳଭାଗ ଛୁଇଁପାରେ । ବର୍ତ୍ତମାନ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା ‘ଜୱାଦ’ । ୧୨ ଘଣ୍ଟା ଯାଏଁ ଉତ୍ତର ଦିଗକୁ ଗତି କରି ଦୁର୍ବଳ ହେବ। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବା ବେଳକୁ ଆହୁରି ଦୁର୍ବଳ ହୋଇଯାଇଥିବ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ।
Cyclonic Storm ‘JAWAD’ about 210km eastsoutheast of Visakhapatnam at 1130 hrs IST of 04th December 2021. To weaken gradually during next 06 hours, and reach near Puri around 5th December noon as a Deep Depression. pic.twitter.com/blIzoviDGV
— India Meteorological Department (@Indiametdept) December 4, 2021
ବାତ୍ୟା ପୁରୀ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ। ଆଜି ରାତି ୧୧ଟା ୩୦ ସୁଦ୍ଧା ବାତ୍ୟା ଗଭୀର ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପୁରୀରେ ବାତ୍ୟା ଜୱାଦ ପହଞ୍ଚିବା ପରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ । ସେହିଭଳି ସମୁଦ୍ର ତଟରେ ପବନର ବେଗ ୭୦ କିଲୋମିଟର ରହିବ । ପବନ ମୁଖ୍ୟତଃ ଉପକୂଳରେ ହେବ ଆଭ୍ୟନ୍ତରୀଣ ଅଞ୍ଚଳରେ ପବନ ପ୍ରଭାବ ନାହିଁ ।ବାତ୍ୟା ବିପଦ ଟଳିଥିବା ବେଳେ ବର୍ଷା କମିବ ନାହିଁ । ତେବେ ବାତ୍ୟା ପ୍ରଭାବରେ ଆଜି ସମସ୍ତ ଜିଲ୍ଲାରେ ବର୍ଷା ହେବ ।ତେବେ ଆସନ୍ତାକାଲି ଉତ୍ତର ଓଡ଼ିଶାରେ ଅଧିକ ମାତ୍ରାରେ ବର୍ଷା ହେବ । ୬ ତାରିଖରୁ ବର୍ଷାର ପରିମାଣ କମିବ।
Daily Weather Video (Hindi) Dated 04.12.2021:
#CycloneJawad#
Facebook Link: https://t.co/W2t4VNoW9l
Youtube Link: https://t.co/kzRdNyz6lJ
— India Meteorological Department (@Indiametdept) December 4, 2021
ଅନ୍ୟପଟେ ବାତ୍ୟା ଜୱାଦ ବର୍ତ୍ତମାନ ବିଶାଖାପାଟଣାରୁ ୨୧୦ କିଲୋମିଟର, ଗୋପାଳପୁରଠାରୁ ୩୨୦ କିଲୋମିଟର, ପୁରୀରୁ ୩୯୦ କିମି, ପାରାଦୀପରୁ ୪୭୦ କିମି ଦୂରରେ ରହିଛି । ଘଣ୍ଟାକୁ ୬ କିଲୋମିଟର ବେଗରେ ବାତ୍ୟା ଗତି କରୁଛି । ବାତ୍ୟା ରିଭର୍ସ ହୋଇ ବେଗ କମିବ ବୋଲି ଆଇଏମଡି ସୂଚନାକୁ ଭିତ୍ତି କରି ଜଣାଇଛନ୍ତି ଏସଆରସି । ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଭୁବନେଶ୍ୱରରେ ୨୦୦ ମିମି ବର୍ଷା ହୋଇପାରେ । ତେବେ, ବର୍ଷାରେ ଭିତ୍ତିଭୂମି କ୍ଷୟକ୍ଷତି ହେବାର ସମ୍ଭାବନା କମ୍ ବୋଲି ଏସଆରସି କହିଛନ୍ତି । ତେବେ, ଚାଷବାସ ବର୍ଷା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବ । କ୍ଷେତରେ ଅମଳ ହୋଇନଥିବା ଧାନ ପବନରେ ଶୋଇଯିବ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟା ଅବପାତ ରୂପେ ଓଡିଶା ଉପକୂଳ ଅତିକ୍ରମ କରିସାରିଥିବ । ରାତି ସୁଦ୍ଧା ପ୍ରଭାବ କମିଯିବ । ବର୍ଷା ଦେଖି ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି । ବାତ୍ୟା ସରିବା ପରେ ଚାଷଜନିତ କ୍ଷୟକ୍ଷତିକୁ ପ୍ରାଥମିକତା ଭିତ୍ତିରେ ୭ ଦିନ ମଧ୍ୟରେ ଆକଳନ କରାଯିବ ।
Cyclonic Storm ‘JAWAD’ about 210km eastsoutheast of Visakhapatnam at 0830 hrs IST of 04th December 2021. To weaken gradually during next 12 hours, move north-northeastwards along Odisha coast and reach near Puri around 5th December noon as a Deep Depression. pic.twitter.com/1a0yXxigXq
— Meteorological Centre, Bhubaneswar (@mcbbsr) December 4, 2021
ସେହିପରି ଅମାବାସ୍ୟା ପାଇଁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ।  ବର୍ଷା ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ। ପାଣିପାଗ ବିଭାଗ ସୂଚନା ଦେଇଛି। ସ୍ଵାଭାବିକଠାରୁ ଅଧା ମିଟର ଅଧିକ ଉଚ୍ଚର ଜୁଆର ଆସିବ। ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୦୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ଓଡ୍ରାଫ, ଏନଡିଆରଫ ମୁତୟନ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡ଼ିବା ପାଇଁ କୁହାଯାଉଛି। ଗଛ ଭାଙ୍ଗିବା ସମ୍ଭାବନା ଅଛି। ପବନ ସମୟରେ କେହି ଘରୁ ବାହାରନ୍ତୁ ନାହିଁ। ଘର ପାଖ କୋଠା ଘରରେ ରୁହନ୍ତୁବୋଲି ଏସଆରସି କହିଛନ୍ତି।
ପୁରୀ ଉପକୂଳ ଛୁଇଁବା ବେଳେ ଗଭୀର ଅବପାତର ରୂପ ନେବ ‘ଜୱାଦ’
ଭୁବନେଶ୍ୱର: ପୁରୀକୁ ନାହିଁ ବାତ୍ୟା ବିପଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜୱାଦ’ । ଗଭୀର ଅବପାତ ରୂପରେ ଆସନ୍ତାକାଲି ମଧ୍ୟାହ୍ନରେ ‘ଜୱାଦ’ ପୁରୀ ଉପକୂଳରେ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସାମୁଦ୍ରିକ ଝଡ଼ ‘ଜୱାଦ’ ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତରଦିଗକୁ ଆଂଶିକ ଭାବରେ ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟ୍ଟଣମ୍ ଠାରୁ ଦକ୍ଷିଣପୂର୍ବ ଦିଗରେ ୨୩୦ କିଲୋମିଟର ଦୂରରେ ରହିଛି । ଗୋପାଳପୁର ଠାରୁ ଦକ୍ଷିଣରେ ୩୪୦ କିଲୋମିଟର, ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୧୦ କିଲୋମିଟର ଓ ପାରାଦୀପ ଠାରୁ ସମାନ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ଼ ‘ଜୱାଦ’ ।
ଏହା କ୍ରମଶଃ ଦୁର୍ବଳ ହେବ ଏବଂ ଉତ୍ତର ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳରେ ପୁରୀ ପହଞ୍ଚିବ । ୫ ତାରିଖ ମଧ୍ୟାହ୍ନରେ ‘ଜୱାଦ’ ପୁରୀ ପହଞ୍ଚିବା ବେଳକୁ ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । କ୍ରମଶଃ ଏହା ଦୁର୍ବଳ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ବାତ୍ୟା ପାଇଁ ଆଜି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ୨୦ ସେଣ୍ଟିମଟରରୁ ଅଧିକ ବର୍ଷା ହେବ । ସେହିଭଳି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବର୍ଷା ନେଇ ରହିଛି ୟେଲୋ ୱାର୍ଣ୍ଣିଂ ।
ସେହିଭଳି ୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାତ୍ୟା ପାଇଁ ୪ ତାରିଖ ଅପରାହ୍ଣ ଯାଏଁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ରହିବ । କ୍ରମଶଃ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ଓ ଝଟକା ପବନର ଘଣ୍ଟପ୍ରତି ବେଗ ୮୫ କିଲୋମିଟରକୁ ବୃଦ୍ଧି ପାଇବ । ସମୁଦ୍ର ଅଶାନ୍ତ ରହିବ, ଉଚ୍ଚ ଜୁଆର ଆସିବ । ମତ୍ସ୍ୟଜୀବୀଙ୍କୁ ୫ ତାରିଖ ଯାଏଁ ସମୁଦ୍ର ବାରଣ କରାଯାଇଛି । ଆଜି ଅମାବାସ୍ୟା ଥିବାରୁ ସମୁଦ୍ରରେ ୨ରୁ ୪ ମିଟର ଯାଏଁ ଇଚ୍ଚ ଜୁଆର ଆସିବା ଆଶଙ୍କା କରାଯାଉଛି । ଗୋପାଳପୁର ବନ୍ଦର ଓ ପୁରୀ ଉପକୂଳ ପାଇଁ ୭ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଧାମରା ଓ ପାରାଦୀପ ବନ୍ଦରରେ ସ୍ଥାନୀୟ ସତର୍କ ନମ୍ବର ୪ ଦିଆଯାଇଛି । ବାତ୍ୟା ପାଇଁ ଆଜି ୧୯ ଜିଲ୍ଲାରେ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି ।
ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି: ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଲେ ୨୪ ଘଣ୍ଟା ମଧ୍ୟରେ ହେବ ମରାମତି
ଭୁବନେଶ୍ୱର: ବାତ୍ୟା ଜଓ୍ବାଦକୁ ନେଇ ଜୋରଦାର ପ୍ରସ୍ତୁତି।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମିଶନ ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରଶାସନ । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ, ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ବାତ୍ୟା ‘ଜୱାଦ’ ପାଇଁ ପ୍ରସ୍ତୁତି କରିଛି ଶକ୍ତି ବିଭାଗ ।  ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି ଓ ସମୀକ୍ଷା ବୈଠକ କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୧ ହଜାର କିମି ଧରି ୩୩ କେଭି ଓ ୧୧ କେଭି ବିଦ୍ୟୁତ ଲାଇନ ଉପରେ ନଜର ଶକ୍ତି ବିଭାଗ ପକ୍ଷରୁ ଗ୍ରୀଡ଼ ମାନେଜମେଣ୍ଟକୁ ଗୁରୁତ୍ୱ କଣ୍ଟ୍ରୋଲରୁମରେ ୨୪ ଘଣ୍ଟା କର୍ମଚାରୀ ସଜାଗ ଅଛନ୍ତି । କୌଣସି ସ୍ଥାନରେ ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଲେ ୨୪ ଘଣ୍ଟା ମଧ୍ୟରେ ମରାମତି ହେବା ନେଇ ବୈଠକରେ ନିଷ୍ପତି ହୋଇଛି ।
ବାତ୍ୟା ଜୱାଦ ପାଞ୍ଚ ତାରିଖ ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ଉପକୂଳ ଓଡ଼ିଶା ଯଥା- ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲା ଆଲର୍ଟରେ ରହିଛି । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୦୦ କିମି ରହିପାରେ । ତେଣୁ ଏହି ସମୟରେ ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗିବା ସହ ବିଦ୍ୟୁତ ବିତରଣରେ ବିଭ୍ରାଟ ସୃଷ୍ଟି ହେବାର ସମ୍ଭବନା ରହିଛି ।
୫ ତାରିଖ ଅପରାହ୍ନରେ ପୁରୀ ଛୁଇଁବ ବାତ୍ଯା ଜୱାଦ !
ଭୁବନେଶ୍ୱର: ବାତ୍ୟା ଜୱାଦର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ରୁପେ ପ୍ରସ୍ତୁତ ଅଛନ୍ତି । ଏ ନେଇ ଏସଆରସି ଏକ ପ୍ରେସମିଟ୍ କରିଛନ୍ତି। ୫ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲା ଉପକୂଳ ପାଖାପାଖି ପହଞ୍ଚିବ ଜୱାଦ। ସ୍ଥଳଭାଗ ଛୁଇଁବ କି ନାହିଁ ଏ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପ୍ରଭାବରେ ପବନର ବେଗ ପ୍ରାୟ ୮୦ରୁ ୯୦ କିଲୋମିଟର ରହିବ । ଏଥି ସହ ଆଜି ରାତିରୁ ଗଞ୍ଜାମ, ଗଜପତି, ପୁରୀରେ ବର୍ଷା ହେବ । ପୂର୍ବ ନିର୍ଦ୍ଦେଶ ଅନୁସାରେ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରିଆସିଛନ୍ତି । ୨୨ହଜାର ୭୦୦ଡଙ୍ଗା କୂଳକୁ ଫେରିଆସିଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।
ବାଲୁଗାଁ ଓ ବାଣପୁର ଅଞ୍ଚଳ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଇଛି । ବାତ୍ୟାର ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ଟିମ୍ ୨୪୭ଟିମ ବିଭିନ୍ନ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ କେବଳ ୧୯ ଟିମ୍ ରିଜର୍ଭ ରଖାଯାଇଛି । କାଲିଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାମ କରିବ ବୋଲି କହିଛନ୍ତି ଏସଆରସି । ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ସେହିପରି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ଲୋକଙ୍କର ଯେଭଳି କୌଣସି ସମସ୍ୟା ନ ହୁଏ ସେଥି ପ୍ରତି ଧ୍ୟାନ ଦିଆଯାଇଥିବାବେଳେ ମିଶନ୍ ଜିରୋ କାଜୁଆଲିଟି ଉପରେ ଫୋକସ୍ କରାଯାଉଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ହେଉଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା ବ୍ୟବସ୍ଥା କରାଯାଇଛି । ଶୁଦ୍ଧ ପାନୀୟ ଓ ଖାଦ୍ୟ ଯୋଗାଇବା ବ୍ୟବସ୍ଥା ହୋଇଛି । ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ଜୱାଦ ପାଇଁ ଗଞ୍ଜାମର ସମସ୍ତ ସ୍କୁଲ ବନ୍ଦ
ଭୁବନେଶ୍ବର: ବାତ୍ୟା ଜୱାଦର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ସମ୍ଭାବ୍ଯ ବାତ୍ଯା ପାଇଁ  ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ । ପିଲାଙ୍କ ପାଇଁ ସ୍କୁଲ ଛୁଟି ଥିବା ବେଳେ ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲରେ ଉପସ୍ଥିତ ରହି ପ୍ରଶାସନକୁ ସହଯୋଗ କରିବେ ଶିକ୍ଷକ ।
ବାତ୍ୟା ପାଇଁ ଚିନ୍ତାରେ ଚାଷୀ, ବିଲରେ ପଡ଼ି ରହିଛି ହେକ୍ଟର ହେକ୍ଟର ପାଚିଲା ଧାନ
ଜଳେଶ୍ଵର: ସାମୁଦ୍ରିକ ବାତ୍ୟା ‘ଜଓ୍ବାଦ’ ଯୋଗୁଁ ଜଳେଶ୍ଵର ଚାଷୀଙ୍କ ଚିନ୍ତା ବଢିଛି। ବିଲରେ ପାଚିଲା ଧାନକୁ ଚାଷୀ ଅମଳ କରି ପାରୁ ନ ଥିବାରୁ ବାତ୍ୟା ଓ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି।ଜଳେଶ୍ଵର ବ୍ଲକରେ ଏବର୍ଷର ଖରିଫ ଋତୁରେ ୨୦ ହଜାର ୫୫ ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ଖରିଫ ଚାଷ ଆରମ୍ଭରୁ ଚାଷୀ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିଥିଲେ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରି ଚାଷୀ ଜମିରେ ସୁନାର ଫସଲ ଫଳାଇ ଥିଲା। ଏବେ ଅମଳ ଆରମ୍ଭ ହୋଇଥିଲା। ଆଜି ସୁଦ୍ଧା ଜଳେଶ୍ଵର ବ୍ଲକରେ ୧୪,୦୦୦ ହେକ୍ଟର ଜମିର ଫସଲକୁ ଚାଷୀ ଅମଳ କରିଥିବା ବେଳେ ଏବେବି ୬୦୫୫ ହେକ୍ଟର ଜମିର ପାଚିଲା ଫସଲ ବିଲରେ ରହିଛି। ବାତ୍ୟା ଓ ବର୍ଷା ପରେ ଏହି ଫସଲ ଯେ ଘରକୁ ଆସିବ ସେ ଆଶା ଚାଷୀ ହରାଇଛି। ସେହିପରି ବାଲେଶ୍ଵର ଜିଲ୍ଲାର ସର୍ବାଧିକ ଜମିରେ କହିବାକୁ ଗଲେ ୨୭୨୦ ହେକ୍ଟର ଜମିରେ ଅଣ ଧାନ ଚାଷ ହୋଇଥିଲା। ସେଥିରୁ ୨୫୦୦ ହେକ୍ଟର ଜମି କେବଳ ପନିପରିବା ଚାଷ।ବ୍ଲକର ମହମ୍ମଦ ନଗର ପାଟଣା,ରାଜପୁର,ଆରଆରପୁର,ପାଇକସିଦା, ଲକ୍ଷ୍ମଣନାଥ,କେଏମ ସାହି,ଶ୍ରୀରାମପୁର, ମାକଡିଆ,ପଶ୍ଚିମବାଡ ଓ ବାଇଗଣବାଡିଆ ଆଦି ପଞ୍ଚାୟତରେ ଅଧିକ ଜମିରେହିଁ ଏସବୁ ପରିବା ଚାଷ ହୋଇଥିଲା। ଗତ ସପ୍ତାହ ଧରି ଚାଷୀ ପନିପରିବାକୁ ଅମଳ କରିବା ଆରମ୍ଭ କରିଥିବା ବେଳେ ଯଦି ବାତ୍ୟା ଓ ବର୍ଷା ହୁଏ ତେବେ ଚାଷ ନଷ୍ଟ ହେବା ଥୟ ବୋଲି ଚାଷୀ ମାନେ ଧରି ନେଇଛନ୍ତି। ଏହି ଚିନ୍ତାରେ ବ୍ଲକର ହଜାର ହଜାର ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।