MakeInOdisha - The Sakala

ଘୋଷଣା ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ନୀତି ୨୦୨୨ : ଆଗାମୀ ଦିନରେ ୨୧ଟି ହସ୍ପିଟାଲ ଖୋଲିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର
ଭୁବନେଶ୍ବର : ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନ ଅର୍ଥାତ ଉଦଯାପନୀ ଦିବସରେ ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସ୍ୟୁଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ସହିତ ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଓ ଭଦ୍ରକରେ ପିପିପି ମୋଡ଼ରେ ହସ୍ପିଟାଲ କରିବା ପାଇଁ ୫ ସହ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ କମ୍ପାନୀ । ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

Ms Shalini Pandit, IAS, Commssioner-cum-Secretary, @HFWOdisha presented the overall goal, mission & vision of healthcare sector in Odisha. She highlighted the major achievements of the State in the health sector.

— H & FW Dept Odisha (@HFWOdisha) December 3, 2022

ଏଥି ସହିତ  ଆଜି ସ୍ୱାସ୍ଥ୍ୟ ନୀତି ୨୦୨୨ର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିରେ ଯେଉଁ ଚାରିଟେବଲ ସଂସ୍ଥା ନିବେଶ କରିବା ପାଇଁ ଚାହିଁବେ ସେମାନଙ୍କୁ ମାଗଣାରେ ରାଜ୍ୟ ସରକାର ଜମି ଯୋଗାଇ ଦେବେ । ଯେଉଁ କମ୍ପାନୀ ନିବେଶ କରିବାକୁ ଚାହିଁବେ ସେମାନଙ୍କୁ ଶିଳ୍ପ ନୀତି ଅନୁସାରେ ସବସିଡି ରେଟରେ ଜମି ଯୋଗାଇଦେବେ ସରକାର । ପିପିଟି ମୋଡ଼ରେ ଏହି ୪ଟି ହସ୍ପିଟାଲ ସଫଳ ହେଲେ ଆଗାମୀ ଦିନରେ ୨୧ଟି ହସ୍ପିଟାଲ ଖୋଲିବାକୁ ଯୋଜନ ରଖିଛନ୍ତି ରାଜ୍ୟ ସରକାର ।

A panel discussion was held under the chairmanship of Dr BS Srinath, Trustee, Sri Shankara Cancer Foundation, Bengaluru in which leaders from healthcare & pharma industry shared their experiences of doing business in Odisha & their thought on the roadmap to achieve #Vision2025.

— H & FW Dept Odisha (@HFWOdisha) December 3, 2022

ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ ଓଡ଼ିଶା ଏସ୍‌ଏଚ୍‌ଜି ମା’ମାନଙ୍କ ହାତତିଆରି ସାମଗ୍ରୀ : ସୁଜାତା କାର୍ତ୍ତିକେୟନ
ଭୁବନେଶ୍ବର : ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି । ପରିବାରକୁ ଗଢ଼ିବା ସହ ଏବେ ସମାଜକୁ ଗଢ଼ିବାର ଗୁରୁଦାୟିତ୍ବକୁ ନିଷ୍ଠାର ସହ ତୁଲାଉଛନ୍ତି । ମା ଭଉଣୀମାନଙ୍କୁ ଅଧିକ ସଶକ୍ତ କରିବାକୁ ଏଣିକି ବିନା ସୁଧରେ ୫ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯିବ । ଏହା ମହିଳାମାନଙ୍କୁ ଅଧିକ ଆର୍ଥିକ ସ୍ବାଧୀନତା ଦେବ। ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ଅନୁଷ୍ଠିତ ମହିଳା ଉଦ୍ୟୋଗୀ ଅଧିବେଶରେ ଏହା କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।

ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଅନୁଷ୍ଠିତ ହୋଇଥିବା ମହିଳା ଉଦ୍ୟୋଗୀ ଅଧିବେଶନରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି, ମହିଳା ଏସଏଚଜିଗୁଡ଼ିକ ରାଜ୍ୟରେ ଏବେ ସରକାର ଓ ସମାଜ ମଧ୍ୟରେ ସେତୁର କାମ କରୁଛନ୍ତି । ମହିଳାମାନଙ୍କୁ ଆହୁରି ଆଗକୁ ନେବାକୁ ମିଶନଶକ୍ତି ବିଭାଗ ସଂକଳ୍ପବଦ୍ଧ । ବିଭିନ୍ନ ସଂସ୍ଥା ସହ ବିଭାଗ ପକ୍ଷରୁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ବଢ଼ିବ । ଫ୍ଲିପକାର୍ଟ ସହ ଆମର ଏମଓୟୁ ପରେ ଏଣିକି ଆମ ମହିଳାଙ୍କ ହାତ ତିଆରି ଜିନିଷ ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ । ଆର୍ନ୍ତଜାତିକ ବଜାରରେ ପହଞ୍ଚିବ ଓଡ଼ିଶା ମହିଳାଙ୍କ ସାମଗ୍ରୀ । ମହିଳା ଏସଏଚଜିଗୁଡ଼ିକୁ ସରକାର ଅଧିକ ସହଯୋଗ ଓ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ମହିଳାଙ୍କ ବିକାଶର ଧାରା ସମଗ୍ର ଦେଶକୁ ରାସ୍ତା ଦେଖାଇବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ।

ମିଶନ ଶକ୍ତି ମା'ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା ଉପକାର ପାଇବେ। ୫ବର୍ଷରେ ୫ ହଜାର କୋଟି ଟଙ୍କାର କାମ, ମା'ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

— I & PR Department, Odisha (@IPR_Odisha) December 3, 2022

ଅନ୍ୟପଟେ ମେକ୍‌ ଇନ୍ ଓଡିଶା କନକ୍ଲେଭର ମହିଳା ଉଦ୍ୟୋଗୀ ଅଧିବେଶରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା’ମାନଙ୍କର ଏକ ମହାଶକ୍ତି ହୋଇଛି। ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ।

ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକସ୍ତରରେ ଫେଡେରେସନକୁ ୫୯ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। pic.twitter.com/OHpfRe3VjO

— I & PR Department, Odisha (@IPR_Odisha) December 3, 2022

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମୋର ଦୃଢ ବିଶ୍ବାସ, ମା’ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ। ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଏସଏଚଜିମାନଙ୍କୁ ଏସଏମଇରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ। ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକାର ପାଇବେ।

ସେହିପରି ପଞ୍ଚାୟତସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ଯ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ତିରିଶ ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। pic.twitter.com/U1rglr41kU

— I & PR Department, Odisha (@IPR_Odisha) December 3, 2022

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା’ମାନଙ୍କୁ ଦେବା ପାଇଁ ଓଡ଼ିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ ଏସଏଚଜି ଲାଭ ପାଉଛନ୍ତି। ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Hon'ble Chief Minister Naveen Patnaik felicitated heads of the 3 best SHGs from across the state, based on their annual turnover and activities undertaken at #MIO2022 today. #JoinTheJuggernaut pic.twitter.com/42A6my1lQw

— Invest Odisha (@InvestInOdisha) December 3, 2022

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶଟିଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଓଡ଼ିଶାର ରୂପାନ୍ତରଣରେ ମା’ମାନଙ୍କର ବଡ଼ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା’ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, ମିଶନ ଶକ୍ତି-ସ୍କେଲିଂ ଅପ୍ ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରିଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡ଼ା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ।ସେହିପରି ଏସଏଚଜିମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଢେଙ୍କାନାଳର ୯୦୦ ଏକର ଜମିରେ ନିର୍ମାଣ ହେବ ସୋଲାର କମ୍ପ୍ଲେକ୍ସ, ୨୫ ହଜାର କୋଟି ପୁଞ୍ଜନିବେଶ କରିବ ୱାରୀ ଗ୍ରୁପ
ଭୁବନେଶ୍ବର : ଭୁବନେଶ୍ଵରରେ ଚାଲିଥିବା ମେକ୍ ଇନ ଓଡ଼ିଶା କନକ୍ଲେଭର ଆଜି ତୃତୀୟ ଦିନ। ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। କଂକ୍ଲେଭରେ ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥା ନିକଟରୁ ସମୁଦାୟ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏଥିପାଇଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନେଇ ଆଜି ଶିଳ୍ପ ସଚିବ ହେମନ୍ତ ଶର୍ମାସୂଚନା ଦେଇଛନ୍ତି।

WAAREE Group, a leading house of solar panel manufacturing has announced to invest Rs 25 Thousand Crore Rupees in #Odisha. This wil provide 14 thousand direct and 20 thousand indirect employment. #MIO2022

Pls click the link to know more: https://t.co/tUrFU9WubZ pic.twitter.com/8PA7gIn8pn

— I & PR Department, Odisha (@IPR_Odisha) December 2, 2022

ଆଜି ଫୋକସରେ ଥିଲା ଟେକ୍ସଟାଇଲ, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ସେକ୍ଟର।କେବଳ ଆଜି ଗୋଟିଏ ଦିନରେ( ଶୁକ୍ରବାର ) ୧୮୦ଟି ସଂସ୍ଥାରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ତେବେ ଚୀନ ପରେ ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ । ୱାରୀ ଗ୍ରୁପ ସ୍ଥାପନ କରିବ ଏହି ସୋଲାର କମ୍ପ୍ଲେକ୍ସ । ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ କରିବ ୱାରି ଗ୍ରୁପ ।

ୱାରି ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଶ୍ରୀବାସ୍ତବ କହିଛନ୍ତି, ଚୀନ ପରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ସୋଲାର କମ୍ପ୍ଲେକ୍ସ ୱାରୀ ଗ୍ରୁପ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ ହେବ। କଂପାନି ଏଥିରେ ୧୦ ହଜାର ମେଗୱାଟର ସାଣ୍ଟ ଟୁ ମୋଡୁଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଢେଙ୍କାନାଳରେ ୯୦୦ ଏକର ଜମି ଉପରେ ଏହି ପ୍ଲାଣ୍ଟ ସ୍ଥାପନ ହେବ। ଏହା ଯୋଗୁଁ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମନିଯୁକ୍ତି ମିଳିବ।

ରାଜ୍ୟ ଶିଳ୍ପାୟନକୁ ସମୃଦ୍ଧ କରିବ ‘ମେକ୍‌ ଇନ୍‌ ଓଡ଼ିଶା’: ଓଡ଼ିଶା ଆସିବ ‘ଇଭି’ ଶିଳ୍ପ, ଆଇଆଇଟି ଆରମ୍ଭ କରିବ ଇଭି ଏମ୍‌ଟେକ୍‌ ପାଠ୍ୟକ୍ରମ
ଭୁବନେଶ୍ୱର: ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ନୀତି ପ୍ରଣୟନ କରିଛନ୍ତି । ତେବେ ଚଳିତ ବର୍ଷ ଖୋଦ୍‌ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ଦେଶ ବିଦେଶର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗାମୀ ନଭେମ୍ବର ୩୦ରୁ ଆରମ୍ଭ ହେବାକୁଥିବା ମେକ୍‌ଇନ୍‌ ଓଡ଼ିଶା ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଛି । ଓଡ଼ିଶାରେ ଉତ୍ପାଦନ ନିମନ୍ତେ କିଛି ଇଭି ଚାର୍ଜିଂ ଷ୍ଟେସନ ନିର୍ମାତା ରାଜ୍ୟ ସରକାରଙ୍କୁ ଇତିମଧ୍ୟରେ ପ୍ରସ୍ତାବ ଦେଇଛନ୍ତି । ସେହିପରି ଦେଶର କିଛି ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା ଆଗାମୀ କନ୍‌କ୍ଲେଭରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରି ଥିବାରୁ ଓଡ଼ିଶାରେ ଆଗାମୀ ଦିନରେ ଅଟୋମୋବାଇଲ କମ୍ପାନୀ ସ୍ଥାପନ ହେବା ସମ୍ଭାବନା ରହିଛି । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ, ହାଇବ୍ରିଡ୍‌ ଯାନ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ଜମି, ଜଳ, ବିଦ୍ୟୁତ ସର୍ବୋପରି ରାଜ୍ୟରେ ଅଟୋମୋବାଇଲ୍‌ କ୍ଷେତ୍ରରେ ଦକ୍ଷ ମାନବସମ୍ବଳ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଛି । ରାଜ୍ୟର ବିଭିନ୍ନ ଆଇଟିଆଇରୁ ଉତ୍ତୀର୍ଣ୍ଣ ଦକ୍ଷ ମାନବସମ୍ବଳ ବିଭିନ୍ନ ଅଟୋମୋବାଇଲ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ପେଟ୍ରୋଲିୟମ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ଓ ପ୍ରଦୂଷଣ ଯୋଗୁଁ ସମ୍ପ୍ରତି ଦେଶ ତଥା ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ ପ୍ରତି ଲୋକଙ୍କ ଆକର୍ଷଣ ବୃଦ୍ଧି ପାଉଛି । ପରିବେଶ ସୁରକ୍ଷା ଓ ଇନ୍ଧନର ଅପଚୟ ରୋକିବା ଦୃଷ୍ଟିରୁ ରାଜ୍ୟ ସରକାର ବିଦ୍ୟୁତ ଚାଳିତ ଯାନକୁ ପ୍ରୋତ୍ସାହନ ଦେଉଛନ୍ତି । ଏଥିପାଇଁ ଇଭି ପଲିସୀ-୨୦୨୧ରେ ପ୍ରଣୟନ କରାଯାଇଛି । ଏହି ନୀତି ଅନୁସାରେ ଓଡ଼ିଶାରେ ବିଦ୍ୟୁତ ଚାଳିତ ଯାନ, ଉପକରଣ, ଯନ୍ତ୍ରାଂଶ ଅବା ଚାର୍ଜିଂ ଷ୍ଟେସନ୍‌ ୟୁନିଟ୍‌ ସ୍ଥାପନ ହେଲେ ରାଜ୍ୟ ସରକାର ପ୍ରୋତ୍ସାହନ ପ୍ରଦାନ କରିବେ । ଅନୁରୂପ ଭାବରେ ପୁରୁଣା ଗାଡ଼ି ସ୍କ୍ରାପ୍‌ ଶିଳ୍ପ ପାଇଁ ମଧ୍ୟ ଏଥିରେ ପ୍ରୋତ୍ସାହନ ବ୍ୟବସ୍ଥା ଅଛି । ଏହି ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ସହିତ ଜମି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ । କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ଏହି ଶିଳ୍ପକୁ ଆକୃଷ୍ଠ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଭାରତରେ ଅଟୋମୋବାଇଲ୍‌ ଶିଳ୍ପର ଉତ୍ପାଦନ ୭.୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏଥିରୁ ୩.୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ବିଦେଶକୁ ରପ୍ତାନୀ କରାଯାଉଛି । ଏହି ଶିଳ୍ପର ବିକାଶ ହାର ୧୦% ରହିଛି । ଅଟୋମୋବାଇଲ୍‌ ଶିଳ୍ପରୁ ରାଜ୍ୟ ଓ କେନ୍ଦ୍ର ସରକାର ସର୍ବାଧିକ ଜିଏସ୍‌ଟି ପାଉଛନ୍ତି । ଏପରିସ୍ଥଳେ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶାରେ ଇଭି ଶିଳ୍ପର ସମ୍ଭାବନା ବେଶ୍‌ ଉଜ୍ଜ୍ୱଳ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଯଦି ବୃହତ୍‌ ନିବେଶକ ନ ମିଳନ୍ତି ତା ହେଲେ ଏହି କ୍ଷେତ୍ର ସହିତ ଜଡ଼ିତ ଛୋଟ ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇ ପାରିବ । ଏହା ଦ୍ୱାରା ମଧ୍ୟ ବହୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଓଡ଼ିଶାରେ ପ୍ରତିବର୍ଷ ଶିକ୍ଷା ସମାପ୍ତ କରୁଥିବା ଦକ୍ଷ ମାନବ ସମ୍ବଳକୁ ରୋଜଗାର ମିଳିବ ।

କୌଣସି ଶିଳ୍ପ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଦକ୍ଷ ମାନବ ସମ୍ବଳ । ଦକ୍ଷ ମାନବସମ୍ବଳ ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ପାଲଟିଛି । ସିପେଟ୍‌, ଆଇଆଇଟି, ଆଇଏମ୍‌ଏମ୍‌ଟି, ଏନ୍‌ଆଇଟି, ଆଇଆଇଏମ୍‌ ଭଳି ଜାତୀୟ ବୈଷୟିକ ପ୍ରତିଷ୍ଠାନ ଥିବା ବେଳେ ପ୍ରତିବର୍ଷ ବହୁ ସଂଖ୍ୟକ ମାନବସମ୍ବଳ ସୃଷ୍ଟି ହେଉଛନ୍ତି । ଆଇଆଇଟି ଭୁବନେଶ୍ୱର ଖୁବ୍‌ ଶୀଘ୍ର ଇଲେକ୍ଟ୍ରିକ୍‌ ଭେହିକିଲ୍‌ ସମ୍ପର୍କିତ ଏମ୍‌ଟେକ୍‌ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଅପରପକ୍ଷେ ପ୍ରଥମ ରାଜ୍ୟ ଭାବେ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଶତାଧିକ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରୁଛନ୍ତି । ସେହିପରି ରାଜ୍ୟରେ ୪୮ଟି ସବ୍‌ ଡିଭିଜନ୍‌ରେ ସରକାରୀ ଆଇଟିଆଇ ରହିଛି । ରାଜ୍ୟର ୨୫୧ ବ୍ଲକ୍‌ରେ ସରକାରୀ ଓ ବେସରକାରୀ ଆଇଟିଆଇ ରହିଛି । ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ନୂଆ ଆଇଟିଆଇ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ଗୋଟିଏ ଗୋଟିଏ ସରକାରୀ ଆଇଟିଆଇ ଅନେକ ଶିଳ୍ପ ସଂସ୍ଥାଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ଦକ୍ଷ ମାନବ ସମ୍ବଳ ଯୋଗାଉଛନ୍ତି । ଏସବୁ ଦୃଷ୍ଟିରୁ ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ପାଇଁ ସମସ୍ୟା ରହିବ ନାହିଁ ବୋଲି କୁହାଯାଇଛି । ଓଡ଼ିଶାରେ ଏବେ ପ୍ରାୟ ସବୁ ଜିଲ୍ଲାରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାର ହେଉଛି । ପ୍ରାୟ ୧୫ରୁ ଅଧିକ କମ୍ପାନୀର ଇଭି ଓଡ଼ିଶାରେ ବିକ୍ରୟ ହେଉଛି । ସେଥିରୁ କିଛି ନିର୍ମାତା ଓଡ଼ିଶାରୁ ଛୋଟ ଛୋଟ ଉପକରଣ/ଯନ୍ତ୍ରାଂଶ ନେଉଛନ୍ତି ।

ଏ ସଂକ୍ରାନ୍ତରେ ଭୁବନେଶ୍ୱର ଆଇଆଇଟି ସହକାରୀ ପ୍ରଫେସର ପ୍ରଶାନ୍ତ ସାହୁ କହିଛନ୍ତି ଯେ ଓଡ଼ିଶାରେ ଇଭି କିମ୍ବା ହ୍ରାଇବ୍ରିଡ୍‌ କାର ଉତ୍ପାଦନ ହେଲେ ଏହାର ଭବିଷ୍ୟତ ଖୁବ୍‌ ଉଜ୍ଜ୍ୱଳ ରହିବ । ଓଡ଼ିଶାରେ ଏଥିପାଇଁ ସମସ୍ତ ଅନୁକୂଳ ପରିବେଶ ରହିଛି । ନିକଟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟରେ ଆୟୋଜନ କରିଥିବା ନିବେଶକ ସମ୍ମିଳନୀରେ ବହୁ ଖ୍ୟାତନାମା କମ୍ପାନୀ ଓଡ଼ିଶାକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ରାଜ୍ୟ ସରକାର ମଧ୍ୟ ଇଭି ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି । ତେଣୁ ଏହି କ୍ଷେତ୍ର ପ୍ରତି ଗୁରୁତ୍ୱ ପ୍ରଦାନ କଲେ ସରକାର ଓ ଜନସାଧାରଣ ଉପକୃତ ହୋଇପାରିବେ । ଅର୍ଥନୀତି ବିଶେଷଜ୍ଞ ପ୍ରଭାସ ମିଶ୍ର କହିଛନ୍ତି ଯେ ମେକ୍‌ ଇନ୍‌ ଓଡ଼ିଶା ହେଉ ଅବା ନିବେଶକ ସମ୍ମିଳନୀ ସେଥିରେ ବିଭିନ୍ନ କ୍ଷେତ୍ରରୁ ବିଶେଷକରି ଖଣି ସମ୍ପର୍କିତ ଶିଳ୍ପ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଇଭି ଶିଳ୍ପ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ନିବେଶକଙ୍କ ସହ ଆଲୋଚନା କରିବା ଜରୁରୀ । ଯଦି ବଡ଼ କମ୍ପାନୀ ନ ଆସୁଛନ୍ତି ତା ହେଲେ ସ୍ୱଳ୍ପ ପୁଞ୍ଜିରେ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ଏବଂ ଏହାର ସଫଳତାକୁ ଦେଖି ବୃହତ୍‌ କମ୍ପାନୀ ଓଡ଼ିଶା ଆସିବେ ।

୧୩ ଜିଲ୍ଲାରେ ୯୯୯ କୋଟି ୯୯ ଲକ୍ଷ ଟଙ୍କାର ୧୭ଟି ନୂଆ ଶିଳ୍ପଭିତିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟକୁ ଦେଶର ନୂଆ ମ୍ୟାନୁଫାକଚରିଂ ହବ୍ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର। ଏବେ ଓଡ଼ିଶା ନିଯୁକ୍ତି ଓ ନିବେଶକଙ୍କ ପାଇଁ ଏକ ଉତମ ବିକଳ୍ପ ସାଜିଛି । ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ୧୩ ଟି ଜିଲ୍ଲାରେ ୧୭ଟି ନୂଆ ଶିଳ୍ପଭିତିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରାୟ ୯୯୯ କୋଟି ୯୯ ଲକ୍ଷ ଟଙ୍କାର ନିବେଶ ସହ ୨ହଜାର ୩୮୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ ।

Hon'ble CM Sri Naveen Patnaik will inaugurate and lay foundation stone for 17 new industrial projects across 13 districts today. These projects are worth investment of Rs 999.9 crore with potential employment for 2387 people. #InvestInOdisha #MakeInOdisha #5Ts #Odisha pic.twitter.com/RIt0ErsFo2

— I & PR Department, Odisha (@IPR_Odisha) November 30, 2021

ରାଜ୍ୟ ସରକାରଙ୍କ ଫାଇଭି ଟି ଯୋଜନାର ସଫଳ ରୂପାୟନରେ ଯୋଡ଼ି ହୋଯାଇଛି ଆଉ ଏକ ଫର୍ଦ୍ଦ । ବିଭିନ୍ନ ସ୍ଥାନରେ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବା ସହ ରୋଜଗାର ସୃଷ୍ଟି କରାଯାଉଛି । ‘ମେକ୍ ଇନ୍ ଓଡିଶା’ ଅନ୍ତର୍ଗତ ଏହି ସବୁ ପ୍ରକଳ୍ପ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ୨ ହଜାର ୩ ଶହରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ । ଏସବୁ ଶିଳ୍ପ ପ୍ରକଳ୍ପ ପାଇଁ ୯୯୯ .୯୯ କୋଟି ଟଙ୍କା ବିନିଯୋଗ କରାଯାଇଛି । ବରଗଡ଼, ବାଲେଶ୍ୱର, ଖୋର୍ଦ୍ଧା ଓ ଗଂଜାମର ବିଭିନ୍ନ ସ୍ଥାନରେ କିଛିି ପ୍ରକଳ୍ପ ଉଦଘାଟନ ହେବା କାର୍ଯ୍ୟକ୍ରମ ରହିଛି । ଏହା ସହ ଗଜପତି, କଟକ, ବାଲେଶ୍ୱର, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଂଜ ଓ ଯାଜପୁର ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବାର କାର୍ୟ୍ୟକ୍ରମ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ।