Agriculture Act - The Sakala

ଲୋକସଭା ପରେ କୃଷି ଆଇନ୍‌ ପ୍ରତ୍ୟାହାର ବିଲ୍‌ ଉପରେ ରାଜ୍ୟସଭା ବି ମାରିଲା ମୋହର
ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ କୃଷି ଆଇନ ଉଛେଦ ବିଲ ପାରିତ ହେବା ପରେ ରାଜ୍ୟସଭା ବି ଏହି ବିଲ୍‌ ଉପରେ ମୋହର ମାରିଛି। ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ବିନା ଆଲୋଚନାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ୨୦୨୧ ପାରିତ ହୋଇଯାଇଛି । ଏହାପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ଏହି ବିଲ୍ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ରାଜ୍ୟସଭାରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘ଆମେ କୃଷି ଆଇନ ପ୍ରତ୍ୟାହାର ବିଲକୁ ସ୍ୱାଗତ କରୁଛୁ, ଏହାକୁ କେହି ବିରୋଧ କରୁନାହାଁନ୍ତି।’ ସେ କହିଛନ୍ତି ଯେ ଉପନିର୍ବାଚନର ଫଳାଫଳ କୃଷକ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇଛି, ଯେଉଁଥିପାଇଁ ସରକାର ଆସନ୍ତା ୫ଟି ବିଧାନସଭା ନିର୍ବାଚନରେ ​​ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସୋମବାର ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ପାରିତ ହୋଇଛି କୃଷି ଆଇନ ଉଛେଦ ବିଲ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧କୁ ଉପସ୍ଥାପନ କରିଥିବା ବେଳେ ବାଚନିକ ଭୋଟରେ ବିଲ୍ ପାରିତ ନେଇ ବାଚସ୍ପତି ଓମ୍‌ ବିର୍ଲା ଘୋଷଣା କରିଛନ୍ତି। କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ ଏହି କୃଷି ଆଇନ୍‌ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। କିନ୍ତୁ ବାଚସ୍ପତି ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ ହଲ୍ଲା କରିଥିଲେ। ଫଳରେ ଗୃହ ଅଚଳ ହୋଇଯାଇଥିଲା। । ଯେଉଁଥିପାଇଁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ଏପାପରେ ପୁଣିଥରେ ଗୃହ ଆରମ୍ଭରୁ ବିରୋଧୀ କୃଷି ଆଇନ୍‌ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ପ୍ରତ୍ୟାହାର ବିଲ୍ ଉପରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ । ଏହି ବିଲ୍ ପାରିତ ହେବା ଉଚିତ୍ ବୋଲି କହିଥିଲେ । ଯାହାକୁ ନେଇ ଲୋକସଭାରେ ବିରୋଧୀମାନେ ପୁଣିଥରେ ହଟ୍ଟଗୋଳ କରିଥିଲେ। ଯାହା ପରେ ବାଚସ୍ପତି ଓମ୍‌ ବିର୍ଲା ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ଅନ୍ୟପଟେ ଲୋକସଭାରେ କୃଷି ଆଇନ ଉଛେଦ ବିଲ ପାରିତ ହେବା ପରେ ଚାଷୀ ନେତା ରାକେଶ ଟିକାୟତ ଖୁସିବ୍ୟକ୍ତ କରିବା ସହ କହିଛନ୍ତି ଯେ, ଦେଢ ବର୍ଷ ଧରି ଚାଲିଥିବା ଆନ୍ଦୋଳନରେ ଯେଉଁ ୭୫୦ ଜଣ ଚାଷୀ ଏହି ଆଇନ ଉଛେଦ ପାଇଁ ନିଜର ଜୀବନ ହାରିଛନ୍ତି ସେମାନଙ୍କ ପାଇଁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । କିନ୍ତୁ ଏହି ଚାଷୀ ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ ଯେତେବେଳେ ଯାଏଁ ଏମଏସପି ବାବଦରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ପର୍ବ ଦିନ ତିନି କୃଷି ଆଇନ୍‌ ପ୍ରତ୍ୟାହର ନେଇ ଘୋଷଣା କରିଥିଲେ। ଏଥିସହ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଥିଲେ। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି କହିଥିଲେ। ପରେ ଏହି କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମୋହର ମାରିଥିବା ବେଳେ ଆଜି ଲୋକସଭା ଓ ରାଜ୍ୟସଭାରେ  ଏହି ବିଲ୍‌ ପାରିତ ହୋଇଛି।ଏବେ କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା ରହିଛି। ରାଷ୍ଟ୍ରପତିଙ୍କ ଅନିୁମୋଦନ ପରେ ସମ୍ପୂର୍ଣ୍ଣ ରୂପେ ତିନି କୃଷି ଆଇନ୍‌ ଉଚ୍ଛେଦ ହୋଇଯିବ।