Lok Sabha - The Sakala

ସରିଲା ସଂସଦର ମୌସୁମୀ ଅଧିବେଶନ ୨୦୨୬: ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ୨୦୨୬ ଶେଷ ହୋଇଛି। ଏହି ଅଧିବେଶନର ଅନ୍ତିମ ଦିନରେ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସପ୍ତାହ ସପ୍ତାହ ଧରି ଚାଲିଥିବା ବିତର୍କ, ହଟ୍ଟଗୋଳ ଓ ରାଜନୈତିକ ବୟାନବାଜି ପରେ ଏହି ଅଧିବେଶନର ସମାପ୍ତି ଘଟିଛି।

ଲୋକସଭାର ଅନ୍ତିମ ଦିନର କାର୍ଯ୍ୟବିଧି ଗୃହରେ ବନ୍ଦେ ମାତରମ୍ ଗାନ ସହିତ ଆରମ୍ଭ ହୋଇଥିଲା। ମୌସୁମୀ ଅଧିବେଶନର ଶେଷ ଦିନରେ ସଦସ୍ୟମାନେ ଏକାଠି ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହାପରେ ଗୃହର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଶେଷ ହେବା ପରେ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ, ଯାହା ଫଳରେ ଅଧିବେଶନ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା।

୨୦୨୬ ମୌସୁମୀ ଅଧିବେଶନ ସମୟରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ବିଶେଷ କରି ଛାତ୍ର ଆନ୍ଦୋଳନ, ନିଟ୍ (NEET) ପରୀକ୍ଷାକୁ ନେଇ ଅନିୟମିତତା ଅଭିଯୋଗ, ଆନ୍ଦୋଳନକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ରାଜନୈତିକ ଘଟଣାଗୁଡ଼ିକ ଗୃହରେ ପ୍ରମୁଖ ସ୍ଥାନ ପାଇଥିଲା।

ବିରୋଧୀ ଦଳ ପକ୍ଷରୁ ଗୃହରେ ବାରମ୍ବାର ଏହିସବୁ ପ୍ରସଙ୍ଗ ଉଠାଯାଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଅନ୍ୟପଟେ ସରକାର ଏସବୁ ଉପରେ ଆଲୋଚନା କରିବାକୁ ଚାହିଁବା ସହ ସଂସଦର କାର୍ଯ୍ୟବିଧିକୁ ସୁରୁଖୁରୁରେ ଚାଲିବାକୁ ଦେବା ପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ବର୍ତ୍ତମାନ ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେବା ସହ ମୌସୁମୀ ଅଧିବେଶନ ଶେଷ ହୋଇଛି ।

ସଂସଦରେ ପାରିତ ହେଲା ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍-୨୦୨୬, ଡିଜିଟାଲ୍ ରେକର୍ଡକୁ ମିଳିଲା ଆଇନଗତ ମାନ୍ୟତା
ସଂସଦର ମୌସୁମୀ ଅଧିବେଶନରେ ସୋମବାର ଦିନ ରାଜ୍ୟସଭାରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍, ୨୦୨୬ (Bankers' Books Evidence Bill, 2026) ପାରିତ ହୋଇଛି। ଏହା ପୂର୍ବରୁ ଅଗଷ୍ଟ ୫ ତାରିଖରେ ଲୋକସଭାରେ ମଧ୍ୟ ଏହି ବିଲ୍ ପାରିତ ହୋଇସାରିଥିଲା। ଏହା ଫଳରେ ୧୩୫ ବର୍ଷ ପୁରୁଣା ତଥା ଇଂରେଜ ଅମଳର ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ଆକ୍ଟ, ୧୮୯୧ର ସ୍ଥାନ ନେବ ଏହି ନୂଆ ଆଇନ। ଏହି ନୂତନ ବିଲ୍‌ ଆଇନରେ ପରିଣତ ହେବା ପରେ, ଏଣିକି ବ୍ୟାଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ରେକର୍ଡକୁ ଅଦାଲତରେ ବୈଧ ପ୍ରମାଣ ଭାବରେ ସ୍ୱୀକୃତି ମିଳିବ।

ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ

ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୮୯୧ ମସିହାରେ ତିଆରି ହୋଇଥିବା ଆଇନରେ ପରିବର୍ତ୍ତନ ଆଣିବା ଥିଲା ଏହି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ। ପୂର୍ବରୁ ଅଦାଲତରେ କୌଣସି ମାମଲାର ଶୁଣାଣି ସମୟରେ ବ୍ୟାଙ୍କ କର୍ମଚାରୀମାନଙ୍କୁ କାଗଜ ଲେଜର୍ ବା ନଥିପତ୍ରର ପ୍ରମାଣିତ ନକଲ ଦାଖଲ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନର ଆଧୁନିକ ବ୍ୟାଙ୍କିଙ୍ଗ୍ ପ୍ରଣାଳୀରେ ପ୍ରାୟତଃ ସମସ୍ତ ତଥ୍ୟ କମ୍ପ୍ୟୁଟର ଓ କ୍ଲାଉଡ୍ ଷ୍ଟୋରେଜ୍ ମାଧ୍ୟମରେ ସୁରକ୍ଷିତ ରଖାଯାଉଛି। ତେଣୁ ନୂତନ ଆଇନ ବଳରେ ଇଲେକ୍ଟ୍ରୋନିକ୍, ଡିଜିଟାଲ୍, ଭର୍ଚୁଆଲ୍ କିମ୍ବା କ୍ଲାଉଡରେ ଥିବା ବ୍ୟାଙ୍କ ରେକର୍ଡଗୁଡ଼ିକୁ ବୈଧ ପ୍ରମାଣ ଭାବରେ ବିବେଚନା କରାଯିବ।

ନୂଆ ନିୟମରେ କଣ ରହିଛି ବ୍ୟବସ୍ଥା?

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା ଅନୁଯାୟୀ, ଏହି ବିଲ୍ ବ୍ୟାଙ୍କ ବୁକ୍ ପାଇଁ ଏକ ଟେକ୍ନୋଲୋଜି-ନିରପେକ୍ଷ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏହାଦ୍ୱାରା ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ରେକର୍ଡକୁ ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷା ମିଳିବ। ତେବେ ସର୍ତ୍ତ ରହିଛି ଯେ, ଯଦି କୌଣସି ଡିଜିଟାଲ୍ ରେକର୍ଡରେ ଟ୍ୟାମ୍ପରିଂ (Tampering) ହୋଇନଥିବ କିମ୍ବା ଡାଟାରେ କୌଣସି ଅନଧିକୃତ ପରିବର୍ତ୍ତନ କରାଯାଇନଥିବ, ତେବେ ତାହାକୁ ହିଁ ପ୍ରକୃତ ପ୍ରମାଣ ରୂପେ ଅଦାଲତରେ ଗ୍ରହଣ କରାଯିବ।

ପୁରୁଣା ଆଇନ ସହ ତୁଳନା

ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ଆକ୍ଟ, ୧୮୯୧ ଯେତେବେଳେ ଲାଗୁ ହୋଇଥିଲା, ସେତେବେଳେ ଦୁନିଆରେ କମ୍ପ୍ୟୁଟର କିମ୍ବା ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାର ପ୍ରଚଳନ ନଥିଲା। ସମୟ ବଦଳିବା ସହିତ ଭାରତରେ ଡିଜିଟାଲ୍ ଲେଣଦେଣ ଓ କୋର୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ବ୍ୟାପକ ହୋଇଛି। ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ନଜରରେ ରଖି ସରକାର ଏହି ପୁରୁଣା ଆଇନକୁ ବଦଳାଇ ଏକ ସମୟୋପଯୋଗୀ ଆଇନ ପାରିତ କରିଛନ୍ତି, ଯାହା ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

୨୦୦୦ ଟଙ୍କାରୁ ଅଧିକ UPI ନେଣଦେଣ ଉପରେ ଲାଗିପାରେ ଚାର୍ଜ, ସରକାର ଆଣିବେ ନୂଆ ନିୟମ
ନୂଆଦିଲ୍ଲୀ: ଭାରତରେ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେନ୍ଦ୍ର ସରକାର ଲୋକସଭାରେ ଟିକସ ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍, ୨୦୨୬ ଆଗତ କରିଛନ୍ତି। ଏହି ବିଲ୍ ପାରିତ ହେଲେ ଆଗାମୀ ଦିନରେ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର କେତେକ ନିର୍ଦ୍ଦିଷ୍ଟ ୟୁପିଆଇ (UPI) ନେଣଦେଣ ଉପରେ ବ୍ୟବସାୟିକ ଚାର୍ଜ ଆଦାୟ ପାଇଁ ବାଟ ଫିଟିପାରେ।

ଏହି ପ୍ରସ୍ତାବିତ ବିଲ୍ ଅନୁଯାୟୀ ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ ଆକ୍ଟ, ୨୦୦୭ରେ ସଂଶୋଧନ ଅଣାଯିବ। ଏହାଦ୍ୱାରା ବ୍ୟାଙ୍କ ଏବଂ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡରମାନେ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ ନେଣଦେଣ ଉପରେ ଚାର୍ଜ ଲଗାଇବା ପାଇଁ ଆଇନଗତ ଅଧିକାର ପାଇବେ। ସୂତ୍ରରୁ ପ୍ରକାଶ ଯେ, ଯଦି ଏହା ଲାଗୁ ହୁଏ, ତେବେ କେବଳ ବଡ଼ ବ୍ୟବସାୟୀଙ୍କୁ ଦିଆଯାଉଥିବା ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ ହୋଇପାରେ। ତେବେ ଛୋଟ ଦୋକାନୀ, ଟ୍ୟାକ୍ସି କିମ୍ବା ରାସନ୍ ସାମଗ୍ରୀ କିଣିବା ଭଳି ଦୈନନ୍ଦିନ ଛୋଟ ନେଣଦେଣ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଏକ ଆକଳନ ଅନୁଯାୟୀ, ମୋଟ ୟୁପିଆଇ ନେଣଦେଣ ମଧ୍ୟରୁ ୨୦୦୦ ଟଙ୍କାରୁ ଅଧିକ ନେଣଦେଣର ହାର ମାତ୍ର ୫ ପ୍ରତିଶତ ରହିଛି। କିନ୍ତୁ ମୋଟ କାରବାର ମୂଲ୍ୟ କ୍ଷେତ୍ରରେ ଏହାର ଅବଦାନ ପ୍ରାୟ ୬୫ ପ୍ରତିଶତ। ସେହିପରି ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦୨୬ରେ ୟୁପିଆଇ ମାଧ୍ୟମରେ ମୋଟ ୨୯.୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୩.୬୬ ବିଲିୟନ୍ ନେଣଦେଣ ହୋଇଛି, ଯାହା ଭାରତୀୟ ଡିଜିଟାଲ୍ ଅର୍ଥନୀତିରେ ୟୁପିଆଇର ଦବଦବାକୁ ପ୍ରମାଣିତ କରୁଛି।

ଶିଳ୍ପ ବିଶେଷଜ୍ଞଙ୍କ ମତରେ ଏହି ନୂତନ ବିଲ୍ ଆଗାମୀ ଦିନରେ ଏମଡିଆର୍ (MDR) ସଂରଚନା ପାଇଁ ଏକ ଆଇନଗତ ଭିତ୍ତିଭୂମି ଯୋଗାଇବ। ଏହା ଫଳରେ ପେମେଣ୍ଟ ଇକୋସିଷ୍ଟମରେ ଥିବା ଭିତ୍ତିଭୂମି ଖର୍ଚ୍ଚ ଭରଣା ହେବା ସହ ନୂତନ ଜ୍ଞାନକୌଶଳର ବିକାଶକୁ ପ୍ରୋତ୍ସାହନ ମିଳିପାରିବ। ତେବେ ବର୍ତ୍ତମାନ ଏହି ପ୍ରସ୍ତାବ କେବଳ ପ୍ରାଥମିକ ପର୍ଯ୍ୟାୟରେ ରହିଛି ଏବଂ ଏଥିପାଇଁ କୌଣସି ଫି' ମଡେଲ୍ କିମ୍ବା କାର୍ଯ୍ୟକାରୀ ସମୟସୀମା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ହୋଇନାହିଁ।

ଦିଲ୍ଲୀ ପୋଲିସର 'ପେଲେଟ୍ ଗନ୍' ବ୍ୟବହାର ଅଭିଯୋଗ: ଅମିତ ଶାହଙ୍କ ଇସ୍ତଫା ସହ ସୁପ୍ରିମକୋର୍ଟ ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ
ଦିଲ୍ଲୀରେ ଛାତ୍ରମାନଙ୍କ ଆନ୍ଦୋଳନ ବେଳେ ପୋଲିସର ବର୍ବରତାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଗତ ଜୁଲାଇ ୨୦ ତାରିଖରେ ଛାତ୍ରମାନଙ୍କ ଦ୍ୱାରା କରାଯାଇଥିବା 'ସଂସଦ ମାର୍ଚ୍ଚ' ସମୟରେ ଦିଲ୍ଲୀ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିବା ସହ ଘଟଣାର ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବା ଉଚିତ ବୋଲି କହିଛନ୍ତି।

ଛାତ୍ର ଆନ୍ଦୋଳନରେ ପୋଲିସର ବର୍ବରତା ଅଭିଯୋଗ

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଛାତ୍ରମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ଅତ୍ୟନ୍ତ କଠୋର ପଦକ୍ଷେପ ନେଇଥିଲା। ସେ ଦାବି କରିଛନ୍ତି ଯେ ଛାତ୍ରମାନଙ୍କ ଉପରେ କେବଳ ଲାଠିଚାର୍ଜ କରାଯାଇନଥିଲା, ବରଂ ପେଲେଟ୍ ଗନ୍ ଏବଂ କଣ୍ଟା ଥିବା ଲାଠିର ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣ ଯୋଗୁଁ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଆଖି ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ସେ ଏକ ଏମ୍ସ (AIIMS) ମେଡିକାଲ ସାର୍ଟିଫିକେଟ୍ ପ୍ରଦର୍ଶନ କରି ଦାବି କରିଛନ୍ତି।

ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦନ୍ତ ଦାବି

ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀ ସିଧାସଳଖ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଗୃହମନ୍ତ୍ରଣାଳୟର ବିନା ଅନୁମତିରେ ପୋଲିସ ଏଭଳି ପଦକ୍ଷେପ ନେଇପାରିବ ନାହିଁ। ତେଣୁ ନୈତିକତା ଦୃଷ୍ଟିରୁ ଗୃହମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦେବା ଉଚିତ ଅଥବା ପ୍ରଧାନମନ୍ତ୍ରୀ ତାଙ୍କୁ ବହିଷ୍କାର କରିବା ଆବଶ୍ୟକ। ଏଥିସହିତ, ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପଛରେ ପ୍ରକୃତ ଦୋଷୀଙ୍କୁ ଖୋଜି ବାହାର କରିବା ପାଇଁ ଏକ ସ୍ୱାଧୀନ କମିଟି ଗଠନ କରାଯାଇ ସୁପ୍ରିମକୋର୍ଟଙ୍କ ଅଧୀନରେ ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

ଲୋକସଭାରେ ବିବାଦ ଓ ବିଜେପିର ଖଣ୍ଡନ

ଲୋକସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା। ତେବେ ତାଙ୍କର ମନ୍ତବ୍ୟକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସେପଟେ କ୍ଷମତାସୀନ ବିଜେପି ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ସରକାରୀ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପୋଲିସ କୌଣସି ପେଲେଟ୍ ଗନ୍ ବ୍ୟବହାର କରିନାହିଁ, କେବଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ୍ (Tear Gas) ପ୍ରୟୋଗ କରାଯାଇଥିଲା। ଏହି ବିବାଦ ପରେ ବାଚସ୍ପତିଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କ କିଛି ବକ୍ତବ୍ୟକୁ ସଂସଦୀୟ ରେକର୍ଡରୁ ବାଦ୍ ଦିଆଯାଇଛି। ତେବେ ସେ ବିଜେପି କିମ୍ବା ଆରଏସଏସ୍ କୁ କୌଣସି ପରିସ୍ଥିତିରେ ବି କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ।

ଲୋକସଭାରେ ପାସ୍ ହେଲା ଆଣ୍ଟି-ପେପର୍ ଲିକ୍ ବିଲ୍; ପରୀକ୍ଷା ଅନିୟମିତତା ରୋକିବାକୁ ଆସିଲା କଡ଼ା ଆଇନ
ନୂଆଦିଲ୍ଲୀ: ଦୁଇ ଦିନ ଧରି ଚାଲିଥିବା ତୀବ୍ର ବିତର୍କ ପରେ ଆଜି ଲୋକସଭାରେ ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ସଂଶୋଧନ ବିଲ୍, ୨୦୨୬ ବାଚନିକ ଭୋଟରେ ପାରିତ ହୋଇଛି। ଏହି ବିଲ୍ ପାରିତ ହେବା ଫଳରେ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ଜନିତ ଅନିୟମିତତାକୁ ରୋକିବା ପାଇଁ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପଥ ପରିଷ୍କାର ହୋଇଛି। ସଂସଦରେ ଏହି ବିଲ୍ ଆଗତ ହେବା ସମୟରେ ଶାସକ ଦଳ ଏବଂ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ପ୍ରବଳ କଥାକଟାକଟି ଦେଖିବାକୁ ମିଳିଥିଲା।

ଏହି ସଂଶୋଧିତ ଆଇନ ଅନୁଯାୟୀ ସାର୍ବଜନୀନ ପରୀକ୍ଷାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂତନ ବ୍ୟବସ୍ଥା ଅନୁସାରେ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ସମ୍ପତ୍ତି ବାଜ୍ୟାପ୍ତି କରାଯିବାର ବ୍ୟବସ୍ଥା ରହିଛି। ଏହା ସହିତ ଏହି ପ୍ରକାର ମାମଲାଗୁଡ଼ିକର ବିଚାର ଯେପରି ତିନି ମାସ ମଧ୍ୟରେ ଶେଷ ହେବ, ସେ ନେଇ ଏକ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ପରୀକ୍ଷା ରାକେଟ୍ ଚଳାଉଥିବା ସିଣ୍ଡିକେଟ୍ ମାନଙ୍କ ପାଇଁ ସର୍ବନିମ୍ନ ଜେଲ୍ ଦଣ୍ଡକୁ ୫ ବର୍ଷରୁ ବୃଦ୍ଧି କରି ୭ ବର୍ଷ କରାଯାଇଛି।

ଏହି ବିଲ୍ ଏଭଳି ଏକ ସମୟରେ ପାରିତ ହୋଇଛି ଯେତେବେଳେ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାନ୍ୟ ପରୀକ୍ଷା ଅନିୟମିତତାକୁ ବିରୋଧ କରି ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀଠାରେ ଛାତ୍ରମାନଙ୍କ ଦ୍ୱାରା 'ସଂସଦ ଚଲୋ' ଆନ୍ଦୋଳନ କରାଯାଇଥିଲା। ଏହି ବିଶାଳ ଆନ୍ଦୋଳନ ପରେ ତତ୍କାଳୀନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋର୍ ଧରିଥିଲା, ଯାହା ଫଳରେ ଜୁଲାଇ ୨୫ ତାରିଖରେ ଶ୍ରୀ ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଏହି ବିଲ୍ ଉପରେ ଆଲୋଚନା ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଆରଏସଏସ (RSS) ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଥିଲେ। ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ଅତ୍ୟଧିକ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ପେଲେଟ୍ ଗନ୍ ବ୍ୟବହାର କରାଯାଇଥିବା ନେଇ ସେ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ତେବେ ରାହୁଲଙ୍କ ଏହି ଅଭିଯୋଗକୁ ବିଜେପି ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଜେପି ନେତା ଅନୁରାଗ ଠାକୁର, ତେଜସ୍ୱୀ ସୂର୍ଯ୍ୟ ଓ ଏନସିପିର ସୁପ୍ରିୟା ସୁଲେ ପ୍ରମୁଖ ଏହି ବିତର୍କରେ ଅଂଶଗ୍ରହଣ କରିଥିଲେ।

ଲୋକସଭାରେ ଛାତ୍ରଙ୍କୁ ପ୍ରଶଂସା କରି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କଲେ ଅଖିଳେଶ ଯାଦବ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (SP) ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ଦିନ ଲୋକସଭାରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପରୀକ୍ଷା ଅନିୟମିତତାକୁ ନେଇ ସରକାରଙ୍କୁ ଲୋକଙ୍କ ଦାବି ମାନିବାକୁ ବାଧ୍ୟ କରିବାରେ ଦେଶର ଯୁବପିଢ଼ି ଯେଉଁ ଦକ୍ଷତା ଦେଖାଇଛନ୍ତି, ସେଥିପାଇଁ ସେ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଲୋକସଭାରେ ସାର୍ବଜନୀନ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ଉପରେ ଆଲୋଚନା ବେଳେ ନିଟ୍ (NEET) ପେପର ଲିକ୍ ପ୍ରସଙ୍ଗ ଉଠାଇଥିଲେ ଅଖିଳେଶ। ସେ କହିଥିଲେ ଯେ ସରକାରଙ୍କ ପ୍ରାଥମିକ ଆଭିମୁଖ୍ୟ ଅହଂକାରପୂର୍ଣ୍ଣ ଥିଲା, କିନ୍ତୁ ପରେ ସେମାନେ ଜନତାଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲେ। ବିରୋଧ ପ୍ରଦର୍ଶନର ସଫଳତା ପରେ ଯୁବପିଢ଼ି ଏକ ସ୍ଲୋଗାନ ଦେଇଥିଲେ - 'ସରକାର ଝୁକ୍‌ତି ହୈ, ଝୁକାନେ ବାଲା ଚାହିୟେ'।

ବିରୋଧ ପ୍ରଦର୍ଶନକାରୀଙ୍କ ଅନେକ ଦାବିକୁ କେନ୍ଦ୍ର ଗ୍ରହଣ କରିଥିବାରୁ, ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ ବୋଲି ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ତାଚ୍ଛଲ୍ୟ କରି ଅଖିଳେଶ କହିଛନ୍ତି ଯେ, "ପ୍ରଧାନଙ୍କୁ ବଞ୍ଚାଇବା ପାଇଁ ସେମାନେ ଜଣେ ପ୍ରଧାନଙ୍କୁ ହଟାଇଦେଲେ।"

ନୂତନ ପିଢ଼ି, ବିଶେଷକରି ଜେନ୍-ଜେଡ୍ (Gen Z) ଙ୍କ ଐକ୍ୟ ଏବଂ ସଂକଳ୍ପକୁ ସେ ଅଭିନନ୍ଦନ ଜଣାଇଥିଲେ। କକ୍‌ରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପ୍ରଥମେ ଏକ ବ୍ୟଙ୍ଗାତ୍ମକ ପ୍ରୟାସ ଭାବେ ଆରମ୍ଭ ହୋଇଥିଲେ ସୁଦ୍ଧା, ପରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଥିଲା। ଏହି ଛାତ୍ର ଆନ୍ଦୋଳନକୁ ପୂର୍ବର କୃଷକ ଆନ୍ଦୋଳନ ସହିତ ତୁଳନା କରି ସାଂସଦ ଅଖିଳେଶ କହିଛନ୍ତି ଯେ କ୍ରମାଗତ ଜନସାଧାରଣଙ୍କ ଚାପ ସମ୍ମୁଖରେ ହିଁ ସରକାର ଦାବି ଗ୍ରହଣ କରନ୍ତି। ଯେତେବେଳେ ସରକାର ଭୟଭୀତ ହୁଅନ୍ତି, ସେତେବେଳେ ସେ ଦାବି ମାନିବାକୁ ବାଧ୍ୟ ହୁଅନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି।

ସରକାର ୨୦୨୪ ରେ ଏକ ଆଇନ ଆଣିଥିଲେ ମଧ୍ୟ ୨୦୨୬ ରେ ପରୀକ୍ଷା ପେପର କିପରି ଲିକ୍ ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ସେ ଦର୍ଶାଇଥିଲେ ଯେ ୨୦ ଲକ୍ଷ ପିଲା ପରୀକ୍ଷା ଦେଇଥିବା ବେଳେ ପ୍ରାୟ ୫ କୋଟି ପରିବାର ସଦସ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରାମ ମନ୍ଦିରର ଦାନ ଅର୍ଥ ଚୋରି ପ୍ରସଙ୍ଗ ଉଠାଇ ଅଖିଳେଶ କହିଛନ୍ତି, "ଯେଉଁମାନେ ମନ୍ଦିରର ଦାନ ଅର୍ଥକୁ ସୁରକ୍ଷା ଦେଇପାରିଲେ ନାହିଁ, ସେମାନେ କିପରି ପେପର ଲିକ୍ ରୋକିବେ?" ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଗୃହ ରାଜ୍ୟ ଉତ୍ତରପ୍ରଦେଶ (UP) ରେ ମଧ୍ୟ ପେପର ଲିକ୍ ହେଉଥିବା ସେ ଉଲ୍ଲେଖ କରିଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ର କାର୍ଯ୍ୟକୁ ଆଉଟସୋର୍ସିଂ କରିବା ନିଷ୍ପତ୍ତିକୁ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି।

ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳର ସଦସ୍ୟମାନଙ୍କ ଲଗାତାର ହଟ୍ଟଗୋଳ ଏବଂ ନାରାବାଜି କାରଣରୁ ସୋମବାର ଦିନ ଲୋକସଭାକୁ ୪ ଥର ମୁଲତବୀ ରଖାଯାଇଛି। ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ଏବଂ ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀମାନେ ନିଜ ଜିଦରେ ଅଟଳ ରହିଥିଲେ, ଯାହା ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୃହର କାର୍ଯ୍ୟ ପୁନର୍ବାର ଆରମ୍ଭ ହେବାର ମାତ୍ର ୨ ମିନିଟ୍ ପରେ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଏହାପୂର୍ବରୁ ଗୃହ ପ୍ରଥମେ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ୧୨ଟାରେ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ୭ ମିନିଟ୍ ପରେ ଏହାକୁ ପୁଣି ୧୨:୩୦ ଏବଂ ପରେ ଦିନ ୧ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଅଧ୍ୟକ୍ଷ ଆସନରେ ଥିବା ଦିଲ୍ଲୀପ ସଇକିଆ ଗୃହକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରିଥିଲେ। ସେ ସଦସ୍ୟମାନଙ୍କୁ ନିଜ ସ୍ଥାନରେ ବସିବାକୁ ଏବଂ 'ଶୂନ୍ୟକାଳ' ରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। "ଏହି ଆଚରଣ ଗଣତନ୍ତ୍ର ପାଇଁ ଭଲ ନୁହେଁ... ଆପଣମାନେ କ'ଣ ଗୃହ କାର୍ଯ୍ୟ ଚାଲୁ ବୋଲି ଚାହୁଁନାହାଁନ୍ତି କି?" ବୋଲି ସେ ପ୍ରଶ୍ନ କରିଥିଲେ। ତଥାପି ବିରୋଧୀମାନେ ୱେଲକୁ ଆସି ହଟ୍ଟଗୋଳ ଜାରି ରଖିଥିଲେ।

ଏହାପୂର୍ବରୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଦିବଂଗତ ସାଂସଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୃହର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଶାନ୍ତି ବଜାୟ ରଖିବାକୁ କହିଥିଲେ ଯେ, "ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ ଏବଂ ପ୍ରତ୍ୟେକଙ୍କୁ କହିବାକୁ ସମୟ ଦିଆଯିବ।" ଅନ୍ୟପକ୍ଷରେ, ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଜ୍ଞ ସାଂସଦମାନଙ୍କୁ ଗୃହ କାର୍ଯ୍ୟକୁ ସୁଗମ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ବିଶ୍ୱ ସ୍ତରରେ ଅନିଶ୍ଚିତତା ଲାଗିରହିଥିବା ବେଳେ ଦେଶର ବିକାଶ ପାଇଁ ସକାରାତ୍ମକ ଆଲୋଚନା ଆବଶ୍ୟକ। "ଯେତେବେଳେ ଯୁକ୍ତି ଏବଂ ପ୍ରମାଣ ଦୃଢ଼ ଥାଏ, ସେତେବେଳେ ଶାନ୍ତ ରହି ମଧ୍ୟ ନିଜ ବାର୍ତ୍ତା ଦିଆଯାଇପାରିବ। ମୁଁ ଆଶା କରୁଛି ଯେ ପ୍ରତ୍ୟେକ ସ୍ୱର ଶୁଣିବାକୁ ସୁଯୋଗ ମିଳିବ ଏବଂ ଗୃହର ସମସ୍ତ ସଦସ୍ୟ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିବେ," ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମତବ୍ୟକ୍ତ କରିଥିଲେ।

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା: ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ୬ ଶିବସେନା (ୟୁବିଟି) ସାଂସଦ
ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ଧରଣର ଉଲଟପାଲଟ ଦେଖିବାକୁ ମିଳିଛି। ଆଗାମୀ ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକ ଶକ୍ତ ଝଟକା ଦେଇ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ସୋମବାର ଦିନ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି। ଅନେକ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏହି ସାଂସଦମାନେ ଦଳ ପରିବର୍ତ୍ତନ କରିଛନ୍ତି, ଯାହା ସିନ୍ଦେଙ୍କ ପ୍ରଭାବକୁ ଆହୁରି ମଜବୁତ କରିଛି।

ଗତ ଜୁନ ୧୭ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଶିବସେନା (ୟୁବିଟି) ସଂସଦୀୟ ଦଳର ବୈଠକରେ ଯୋଗ ଦେଇନଥିବା ଏହି ୬ ସାଂସଦ ହେଲେ ସଞ୍ଜୟ ଦୀନା ପାଟିଲ, ସଞ୍ଜୟ ଦେଶମୁଖ, ସଞ୍ଜୟ ଯାଦବ, ଭାଉସାହେବ ୱାକଚୌରେ, ନାଗେଶ ପାଟିଲ-ଅଷ୍ଟିକର ଏବଂ ଓମପ୍ରକାଶ ରାଜେ ନିମ୍ବାଲକର। ଶିବସେନା (ୟୁବିଟି)ର ମୋଟ ୯ ଜଣ ଲୋକସଭା ସାଂସଦ ଥିବା ବେଳେ, ଦଳ ବଦଳାଇବା ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟା (୬ ଜଣ) ପୂରଣ କରିବାରେ ବିଦ୍ରୋହୀ ଗୋଷ୍ଠୀ ସଫଳ ହୋଇଛନ୍ତି।

ଏହି ୬ ସାଂସଦଙ୍କୁ ନିଜ ଦଳରେ ସ୍ୱାଗତ କରିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏକନାଥ ସିନ୍ଦେ କହିଛନ୍ତି ଯେ, ଏହି ସାଂସଦମାନେ ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରକୃତ ଶିବସେନାରେ ସାମିଲ ହୋଇଛନ୍ତି। ସେ କହିଛନ୍ତି, "ଆଜି ମୋ ସାମ୍ନାରେ ଗୋଟିଏ ନୁହେଁ, ବରଂ ୬ଟି ବାଘ ଉପସ୍ଥିତ ଅଛନ୍ତି। ଏଥର ଆମେ ଛକ୍କା ମାରିଛୁ।" ୨୦୨୨ ମସିହାର ବିଦ୍ରୋହକୁ ମନେ ପକାଇ ସେ ଏହି ଘଟଣାକୁ ଦ୍ୱିତୀୟ ବିଦ୍ରୋହ ବୋଲି ଅଭିହିତ କରିଛନ୍ତି। ନୂତନ ଭାବେ ସାମିଲ ହୋଇଥିବା ସାଂସଦମାନଙ୍କ ନିର୍ବାଚନମଣ୍ଡଳୀର ବିକାଶମୂଳକ ଆବଶ୍ୟକତା ପୂରଣ କରାଯିବ ବୋଲି ସିନ୍ଦେ ପ୍ରତିଶ୍ରୁତି ଦେଇଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ପରେ ଏବେ ସଂସଦରେ ତୃଣମୂଳ କଂଗ୍ରେସର ବିଦ୍ରୋହ ଭୟ, ମମତାଙ୍କ ଚିନ୍ତା ବଢ଼ିଲା
ପଶ୍ଚିମବଙ୍ଗ ବିଧାନସଭାରେ ଘଟିଥିବା ବଡ଼ ଧରଣର ବିଦ୍ରୋହ ପରେ ଏବେ ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏକ ନୂଆ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟ ରାଜନୀତିରେ ଦେଖାଦେଇଥିବା ଏହି ଅସ୍ଥିରତା ଏବେ ଲୋକସଭା ଏବଂ ରାଜ୍ୟସଭାକୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି, ଯାହାକି ଦଳ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି।

ସଂସଦରେ ବିଦ୍ରୋହର ଆଶଙ୍କା

ପଶ୍ଚିମବଙ୍ଗ ବିଧାନସଭାରେ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ପ୍ରାୟ ୫୮ ଜଣ ବିଧାୟକ ବିଦ୍ରୋହ କରିବା ପରେ ଏବେ ଦଳର ସାଂସଦମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂତ୍ରରୁ ପ୍ରକାଶ ଯେ, ପ୍ରାୟ ୨୦ ରୁ ୨୩ ଜଣ ସାଂସଦ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯଦି ଏହି ସାଂସଦମାନେ ଦଳ ଛାଡ଼ନ୍ତି, ତେବେ ତାହା ଜାତୀୟ ସ୍ତରରେ ଟିଏମସି ପାଇଁ ଏକ ବଡ଼ ଝଟକା ହେବ।

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ

ଏହି ବିଦ୍ରୋହର ମୁଖ୍ୟ କାରଣ ଭାବରେ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ପ୍ରଭାବ ଏବଂ କାର୍ଯ୍ୟଶୈଳୀକୁ ଦାୟୀ କରାଯାଉଛି। ଦଳର ଅନେକ ବରିଷ୍ଠ ନେତା ଏବଂ ସାଂସଦ ତାଙ୍କ ନେତୃତ୍ୱକୁ ନେଇ ଖୋଲାଖୋଲି ଭାବରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଭିନ୍ନ ଅଭିଯୋଗ ଏବଂ ଦଳ ଭିତରେ ବଢ଼ୁଥିବା ଅନ୍ତର୍ଦ୍ୱନ୍ଦ୍ୱ ଯୋଗୁଁ ମମତା ବାନାର୍ଜୀଙ୍କ ନେତୃତ୍ୱ ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦଳ ବଞ୍ଚାଇବାକୁ ଆରମ୍ଭ ହେଲା ପ୍ରୟାସ

ଦଳକୁ ଏହି ବଡ଼ ସଙ୍କଟରୁ ରକ୍ଷା କରିବା ପାଇଁ ମମତା ବାନାର୍ଜୀ ଏବେ ସକ୍ରିୟ ହୋଇପଡ଼ିଛନ୍ତି। ସେ ଅସନ୍ତୁଷ୍ଟ ବିଧାୟକ ଏବଂ ସାଂସଦମାନଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେଉଥିବା ଜଣାପଡ଼ିଛି। ତେବେ ଦଳ ଭିତରେ ଆରମ୍ଭ ହୋଇଥିବା ଏହି ବିଦ୍ରୋହକୁ ରୋକିବାରେ ସେ କେତେଦୂର ସଫଳ ହେବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଦିଲ୍ଲୀରେ ମଧ୍ୟ ଏକ ନୂଆ ରାଜନୈତିକ ଖେଳ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍‌ ପଡ଼ିଲା ୫୪ ଭୋଟ୍‌
ନୂଆଦିଲ୍ଲୀ: ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଏବଂ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ  ସଂକ୍ରାନ୍ତ ବହୁପ୍ରତୀକ୍ଷିତ ଏବଂ ବିତର୍କିତ ୧୩୧ ସମ୍ବିଧାନ ସଂଶୋଧନ ବିଲ୍ ଆଜି ଲୋକସଭାରେ କାଟ୍ ଖାଇଯାଇଛି । ସରକାର ପାଖରେ ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ବେ ଏହି ବିଲ୍ ଆଗତ କରାଯାଇଥିଲା ଏବଂ ବିରୋଧୀ ଦଳ ଏହାର ଜୋରଧାର ବିରୋଧ କରିଥିଲେ । ବିରୋଧୀ ଦଳମାନଙ୍କୁ ମନାଇବା ଲାଗି ସରକାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ବିଲ୍ କାଟ୍ ଖାଇଯିବା ଯୋଗୁଁ କେନ୍ଦ୍ର ସରକାର ସଂସଦରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ରରେ ମୋଦୀ ସରକାର ଅମଳରେ କୌଣସି ବିଲ୍ ଗୃହରେ କାଟ ଖାଇବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।

ଏହି ବିଲ୍ ଉପରେ ଆଲୋଚନା ଏବଂ ଅନୁମୋଦନ ପାଇଁ ଗତକାଲି ଠାରୁ ଆରମ୍ଭ ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ । ଆଜି ଆେଲାଚନା ଶେଷ ହେବାପରେ ସନ୍ଧ୍ୟାରେ ବିଲ୍ ଉପରେ ମତଦାନ କରାଯାଇଥିଲା । ପ୍ରଥମେ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ଉପରେ ମତଦାନ ହୋଇଥିଲା । ମତଦାନ ବେଳେ ଲୋକସଭାରେ ୫୨୮ ସଭ୍ୟ ଉପସ୍ଥିତ ଥିବା ବେଳେ ଏହା ସପକ୍ଷରେ ୨୯୮ ଜଣ ଭୋଟ୍ ଦେଇଥିଲେ । ୨୩୦ ଜଣ ସାଂସଦ ଏହାର ବିରୋଧ କରିଥିଲେ । ଏହି ସମ୍ବିଧାନ ସଂଶୋଧନ ବିଲ୍ ଅନୁମୋଦନ ପାଇଁ ଉପସ୍ଥିତ ସାଂସଦମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଭ୍ୟଙ୍କ (୩୫୨)  ସମର୍ଥନ ଦରକାର ଥିବା ବେଳେ ଏଥିରୁ ୫୪ ଭୋଟ୍ କମ୍ ପଡ଼ିଥିଲା । ଫଳରେ ବିଲ୍ କାଟ୍ ଖାଇଯାଇଥିଲା ।  ବିଲ୍ କାଟ୍ ଖାଇଯିବା ପରେ ସରକାର ଆଉ ଅନ୍ୟ ଦୁଇଟି ବିଲ୍ ଉପରେ ମତଦାନ କରିବାରୁ ଓହରିଯାଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁ କହିଥିଲେ ଯେ ମହିଳା ବିଲ୍ କାଟ୍ ଖାଇଯିଥିବାରୁ ଅନ୍ୟ ଦୁଇଟି ବିଲ୍ (ସୀମା ପୁନଃନିର୍ଦ୍ଧାରଣ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ)କୁ ମତଦାନ ପାଇଁ ଆଗତ କରାଯିବ ନାହିଁ । କାରଣ  ଏହି ଦୁଇଟି ବିଲ୍ ସମ୍ବିଧାନ ସଂଶୋଧନ ବିଲ୍ ସହିତ ଯୋଡ଼ି ହୋଇ ରହିଥିଲା । ଏହାପରେ ବାଚସ୍ପତି ଗୃହକୁ ମୁଲତବୀ କରିଦେଇଥିଲେ ।

ମହିଳା ସଂରକ୍ଷଣ ସହିତ ସୀମା ପୁନଃନିର୍ଦ୍ଧାରଣ ଯୋଡ଼ି ସରକାର ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲେ । ସରକାର ଏହି ବିଲ୍ ଜରିଆରେ ପ୍ରସ୍ତାବ ଦେଇଥିଲେ ଯେ ସୀମା ପୁନଃନିର୍ଦ୍ଧାରଣ ଦ୍ବାରା ଲୋକସଭା ସଭ୍ୟସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇବ । ଏଥିରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବ୤ ଏହା ଆଜି ଅନୁମୋଦିତ ହୋଇଥିଲେ ୨୦୨୯ ସାଧାରଣ ନିର୍ବାଚନରୁ କାର୍ଯ୍ୟକାରୀ ହୋଇଥାଆନ୍ତା୤ କିନ୍ତୁ ବିରୋଧୀ ଦଳ ଏହି ଦୁଇଟି ବିଲକୁ ଯୋଡ଼ାଯାଇଥିବାରୁ ଏହାର ବିରୋଧ କରିଥିଲେ । ସେମାନେ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣକୁ ବିରୋଧ କରିଥିଲେ । ୨୦୧୧  ଜନଗଣନାକୁ ଆଧାର କରି ସୀମା ପୁନଃନିର୍ଦ୍ଧାରଣ କରାଯାଇପାରିବ ନାହିଁ ଏବଂ ଏଥିପାଇଁ ୨୦୨୭ ଜନଗଣନା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେମାନେ ଦାବି କରିଥିଲେ ।

ମହିଳାମାନଙ୍କ ସ୍ବାର୍ଥ ପାଇଁ ୩୩ ଭାଗ ସଂରକ୍ଷଣ ଜରୁରୀ ଏବଂ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ କୌଣସି ଦକ୍ଷିଣ ରାଜ୍ୟର ପ୍ରତିନିଧିତ୍ବ କମିବ ନାହିଁ ବୋଲି ସରକାର ବିରୋଧୀଙ୍କୁ ଆଶ୍ବାସନା ଦେଇଥିଲେ । ଏପରିକି ଏଥିପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମତି ଶାହ କହିଥିଲେ । ସେହିଭଳି ନାରୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ଐତିହାସିକ ସୁଯୋଗ ହାତଛଡ଼ା ନକରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସାଂସଦଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ ।  ତେବେ ବିଲ୍ କାଟ ଖାଇଲା ପରେ ସରକାର ବିରୋଧୀଙ୍କର ତୀବ୍ର ସମାଲୋଚନା କରି ସେମାନଙ୍କୁ ନାରୀ ସଂରକ୍ଷଣ ବିରୋଧୀ ବୋଲି କହିଛନ୍ତି । ବିଲ୍ ପରାଜୟ ଲାଗି ଅମିତ ଶାହ କଂଗ୍ରେସ, ଟିଏମସି, ଡିଏମକେ ଏବଂ ସମାଜବାଦୀ ପାର୍ଟିକୁ ଦାୟୀ କରି କହିଛନ୍ତି ଯେ ମହିଳାଙ୍କ ସମ୍ମାନ ଲାଗି ସରକାର ଉଦ୍ୟମ ଜାରି ରଖିବେ ।

ଅନ୍ୟପକ୍ଷେରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ମହିଳାଙ୍କ ନାମରେ ସମ୍ବିଧାନକୁ ଭାଙ୍ଗିବା ଲାଗି ସରକାର ଅସାମ୍ବିଧାନିକ କାର୍ଯ୍ୟ କରୁଥିଲେ ଏବଂ ବିରୋଧୀ ସେହି ଚକ୍ରାନ୍ତକୁ ବ୍ୟର୍ଥ କରିଦେଇଛନ୍ତି । ଏହି ବିଲ୍‌ ଜରିଆରେ ସରକାର ଦେଶର ନିର୍ବାଚନ ଚିତ୍ର ବଦଳାଇବାକୁ ଉଦ୍ୟମ କରିଥିଲେ ।  ମହିଳାମାନଙ୍କ ବିକାଶ ଏହି ବିଲ୍‌ର ଉଦ୍ଦେଶ୍ୟ ନଥିଲା । ମହିଳାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଯଦି ସରକାରଙ୍କର ଆନ୍ତରିକତା ରହିଛି, ତାହାେହଲେ  ମହିଳା ସଂରକ୍ଷଣ ବିଲ୍-୨୦୨୩କୁ କାର୍ଯ୍ୟକାରୀ କରନ୍ତୁ ଏବଂ ସମଗ୍ର ବିରୋଧୀ ଦଳ ଏଥିରେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରାହୁଲ କହିଛନ୍ତି ।

ଇତିମଧ୍ୟରେ ବିଜେପି ପକ୍ଷରୁ ଘୋଷଣା କରାଯାଇଛି ଯେ ମହିଳା ସଂରକ୍ଷଣ ବିଲକୁ ପରାଜିତ କରିଥିବା କଂଗ୍ରେସ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରାଯିବ । ବିଲ୍ କାଟ୍ ଖାଇବା ପରେ ଏନଡିଏର ମହିଳା ସାଂସଦ ସଂସଦ ପରିସରରେ ଧାରଣା ଦେଇଥିଲେ ।

ଲୋକସଭାରେ କାଟ୍‌ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍‌; ସତ୍ୟର ଜୟ ହୋଇଛି, ନ୍ୟାୟ ସ୍ଥାପିତ ହୋଇଛି କହିଲେ ମାନସ ମଙ୍ଗରାଜ
ଭୁବନେଶ୍ୱର: ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍‌ କାଟ୍‌ ଖାଇବା ପରେ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ।  ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି ଯେ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ନୁହେଁ; ବରଂ ବିବାଦିତ ଡିଲିମିଟେସନ ବିଲ୍‌ (୧୩୧ତମ ସମ୍ବିଧାନ ସଂଶୋଧନ) କାଟ୍‌ ଖାଇଛି। ଏହି ବିବାଦୀୟ ଡିଲିମିଟେସନ ବିଲ୍‌ରେ ଓଡ଼ିଶା ଭଳି ରାଜ୍ୟ ନିଜ ହକ୍‌ ଅଂଶ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ଥିଲା। ଆମ ନେତା ନବୀନ ପଟ୍ଟନାୟକ ଏହି ବିଷୟରେ ଦୃଢ଼ ଏବଂ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ କେବଳ ଏହା ବିରୋଧରେ ଦୃଢ଼ ଆପତ୍ତି ଉଠାଇ ନ ଥିଲେ;  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ସମସ୍ତ ସାଂସଦଙ୍କୁ ଚିଠି ଲେଖି ଏକତ୍ରିତ ହୋଇ ଓଡ଼ିଶାର ହିତକୁ  ସୁରକ୍ଷିତ ରଖିବାକୁ ଅନୁରୋଧ କରିଥିଲେ। ମାତ୍ର ଦୁଃଖଦାୟକ କଥା ହେଉଛି ଯେ ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ଏହି ସମୟରେ ସଠିକ୍‌ ଭୂମିକା ନିର୍ବାହ କଲେ ନାହିଁଁ। ସେମାନେ ରାଜ୍ୟର ଅଧିକାର ପାଇଁ ଠିଆ ହେବା ପରିବର୍ତ୍ତେ, ଦଳୀୟ ନିର୍ଦ୍ଦେଶକୁ ଅନୁସରଣ କରିଥିଲେ। ଏହାସତ୍ତ୍ବେ ସତ୍ୟର ଜୟ ହୋଇଛି ଏବଂ ନ୍ୟାୟ ସ୍ଥାପିତ ହୋଇଛି। ସଂସଦରେ ସୀମିତ ପ୍ରତିନିଧିତ୍ୱ ଥିଲେ ମଧ୍ୟ ଆମେ ଆମ ନେତାଙ୍କ ଅତୁଟ ପ୍ରତିବଦ୍ଧତା ପାଇଁ ଗର୍ବିତ। ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଶା ଓ ଓଡ଼ିଆ ଲୋକମାନଙ୍କ ପାଇଁ ଲଢ଼ି ଆସୁଛନ୍ତି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ମହିଳା ସଂରକ୍ଷଣ ବିଲ୍: ଲୋକସଭାରେ ପିଏମ୍ ମୋଦୀଙ୍କୁ ପ୍ରଶଂସା କଲେ କଙ୍ଗନା ରଣାୱତ, କଂଗ୍ରେସକୁ କଲେ ଟାର୍ଗେଟ୍
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ଚାଲିଥିବା ବିତର୍କ ସମୟରେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ 'ନାରୀବାଦର ଧ୍ୱଜାଧାରୀ' ବୋଲି ଅଭିହିତ କରିବା ସହ ଏହି ବିଲ୍‌କୁ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ଦୀର୍ଘ ଦଶନ୍ଧି ଧରି ମହିଳା ସଂରକ୍ଷଣ ବିଲ୍‌କୁ ଝୁଲାଇ ରଖିଥିବାରୁ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ କଲେ ପ୍ରଶଂସା

ସଂସଦର ନିମ୍ନ ଗୃହରେ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬ ଉପରେ ଆଲୋଚନା ବେଳେ କଙ୍ଗନା କହିଛନ୍ତି ଯେ, "ଆଜି ଭାରତର କନ୍ୟାମାନେ ବିଶ୍ୱାସ କରୁଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କଠାରୁ ବଡ଼ ନାରୀବାଦୀ କେହି ନାହାନ୍ତି"। ମହିଳାମାନଙ୍କ ସଶକ୍ତୀକରଣ ଏବଂ ରାଜନୀତିରେ ସେମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ଦିଗରେ ଏହି ବିଲ୍ ଏକ ଐତିହାସିକ ପଦକ୍ଷେପ ବୋଲି ସେ ଦର୍ଶାଇଛନ୍ତି।

ହିମାଚଳ ପ୍ରଦେଶର ଉଦାହରଣ ଦେଇ ସେ କହିଛନ୍ତି ଯେ ୬୮ଟି ଆସନ ମଧ୍ୟରୁ ବର୍ତ୍ତମାନ କେବଳ ଜଣେ ମହିଳା ବିଧାୟକ ଅଛନ୍ତି। ଏହିଭଳି ଅସମାନତାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପ ନେଇଛନ୍ତି। ୩୩ ପ୍ରତିଶତ ସଂରକ୍ଷଣ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ସେମାନଙ୍କୁ ସୁରକ୍ଷିତ ଅନୁଭବ କରାଇବ ବୋଲି ସେ କହିଛନ୍ତି।

କଂଗ୍ରେସକୁ କଲେ ଟାର୍ଗେଟ୍

କଙ୍ଗନା ରଣାୱତ ନିଜ ଭାଷଣରେ ବିରୋଧୀ ଦଳ, ବିଶେଷକରି କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ ଦୀର୍ଘ ଦଶନ୍ଧି ଧରି ମହିଳା ସଂରକ୍ଷଣ କାହିଁକି ଲାଗୁ କରିନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଏକ ମନ୍ତବ୍ୟର ଉତ୍ତର ଦେଇ କଙ୍ଗନା କହିଛନ୍ତି, "ସୋନିଆ ଗାନ୍ଧୀ ପଚାରୁଛନ୍ତି ଯେ ବିଜେପି ଏତେ ତରବର ହୋଇ କାହିଁକି ବିଲ୍ ଆଣୁଛି। ତେବେ ଆମେ କ'ଣ ଆପଣଙ୍କ ପରି ଏହି ବିଲ୍‌କୁ ୩୦ ବର୍ଷ ପର୍ଯ୍ୟନ୍ତ ଝୁଲାଇ ରଖିବୁ କି?"।

କ'ଣ ରହିଛି ବିଲ୍‌ରେ?

ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଉଦ୍ଦେଶ୍ୟରେ ସରକାର ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬ ଆଗତ କରିଛନ୍ତି। ଏଥିସହିତ, ପରିସୀମନ ପ୍ରକ୍ରିୟାରୁ ମହିଳା କୋଟାକୁ ଅଲଗା କରିବା ପାଇଁ ପରିସୀମନ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ଦିଲ୍ଲୀ, ପୁଡୁଚେରୀ, ଜାମ୍ମୁ-କାଶ୍ମୀର) ଆଇନ (ସଂଶୋଧନ) ବିଲ୍ ମଧ୍ୟ ଉପସ୍ଥାପନ କରାଯାଇଛି।