odiabews - The Sakala

ନିଜ ଉପରେ କିରାସିନି ଢାଳି ସପ୍ତମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା ଉଦ୍ୟମ
ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ସମରପିଟା ଗାଁରେ  ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଶରୀରରେ କିରାସିନି ଢାଳି ହୋଇ ଜଣେ ନାବାଳକ ଆତ୍ମହତ୍ୟା ଉଦ୍ୟମ କରିଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍‌‌ସିବି ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢ଼ୁଛନ୍ତି । ସ୍କୁଲ ଯିବା ପାଇଁ ବାପା ଆକଟ କରିବା ପରେ ସେ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଇଛି ।

ସୂଚନା ଅନୁଯାୟୀ,  ଆଜି ଦଶହରା ଛୁଟି ଖୋଲୁ ଥିବାରୁ ସ୍କୁଲ ଯିବାପାଇଁ କହିଥିଲେ ଛାତ୍ରଙ୍କ ବାପା । କିନ୍ତୁ ସେ ବାପାଙ୍କ କଥାରେ ରାଜି ନହୋଇ ଠାକୁର ଦେଖିସାରିବା ପରେ ସ୍କୁଲ ଯିବା ପାଇଁ କହିଥିଲେ । ଏଥିପାଇଁ ବାପାଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ । ପୁଅ ଅମଙ୍ଗ ହେବାରୁ ବାପା କାମରେ ବାହାରକୁ ଚାଲିଯାଇଥିଲେ । ଆଉ ତାଙ୍କ ମା ମଧ୍ୟ ପାଖ ପୋଖରୀକୁ ଲୁଗା ଧୋଇବା ପାଇଁ ଚାଲିଯାଇଥିଲେ । ଘରେ ସଂପୃକ୍ତ ଛାତ୍ର ଜଣକ ଏକା ଥିବାବେଳେ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ପରେ ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସ୍‌‌ସିବି ସ୍ଥାନାନ୍ତର କରାଯାଇଥିଲା  ।

ଜୋରଦାର ହେଲା ଉଷୁନା ଚାଉଳ ନ ଉଠିବା ପ୍ରତିବାଦ, FCI କାର୍ଯ୍ଯାଳୟ ଆଗରେ ଧାରଣା ଦେଲା ବିଜେଡି
ଭୁବନେଶ୍ୱର: ଜୋରଦାର ହେଲା ଉଷୁନା ଚାଉଳ ନ ଉଠିବା ପ୍ରତିବାଦ । ଚାଉଳ କିଣା ପ୍ରସଙ୍ଗରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ।ଚାଷୀକୂଳର ଭାବନା ସହ ଖେଳ ଖେଳୁଛନ୍ତି କେନ୍ଦ୍ର ସରକାର। ଏନେଇ FCI କାର୍ଯ୍ଯାଳୟ ଆଗରେ ଗଣଧାରଣା ଦେଇଛି ବିଜେଡି ।

ଦଳ ଅଭିଯୋଗ କରିଛି ଯେ, ଏଫସିଆଇର ଟାଳଟୁଳ ନୀତି ଯୋଗୁ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠୁନି । କେବଳ ନିର୍ବାଚନ ସମୟରେ ଚାଷୀଙ୍କ କଥା କହୁଥିବା ବିଜେପି, ପ୍ରତିଶ୍ରୁତି ଓ ପ୍ରତାରଣାର ଦଳ ପାଲଟିଛି । ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି ସହିତ ଚିଠି ଲେଖିଲା ପରେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ ।

ଦେଶର ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ଓଡିଶା ପ୍ରମୁଖ ରାଜ୍ୟ । ରାଜ୍ୟରେ ଉତ୍ପାଦିତ ଚାଉଳରୁ ନିଜସ୍ୱ ବ୍ୟବହାର ପରେ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳକା ରହିଛି, ଯାହାକୁ କେନ୍ଦ୍ର ଉଠାଉନାହିଁ । ଏଥିରେ ୨ଲକ୍ଷ ମେଟ୍ରିକ ଟନ୍ ଅରୁଆ, ୫ଲକ୍ଷ ମେଟ୍ରିକ ଟନ୍ ଭିଟାମିନ ଯୁକ୍ତ ଉଷୁନା ଓ ୧୫ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ରହିଛି । ଆଗକୁ ରାଜ୍ୟରେ ଗୋଟିଏ ବି ଚାଉଳ ବଳକା ରହିଲେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ଏକ ମାସ ପାଇଁ ଆବାସ+ ଆପ୍ କାର୍ଯ୍ଯକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି
ଭୁବନେଶ୍ୱର: ଆବାସ ଯୋଜନା ହିତାଧିକାରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟ ପାଇଁ ଆବାସ ପ୍ଲସ୍ ମୋବାଇଲ ଆପ୍ କାର୍ଯ୍ଯକ୍ଷମ କରାଯାଉ । ୧ ମାସ ପାଇଁ ଆବାସ ପ୍ଲସ୍ ଆପ୍ କାର୍ଯ୍ଯକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆବାସ ପ୍ଲସ୍‌କୁ ସ୍ଥାନାନ୍ତର କରାଯାଉ । କେନ୍ଦ୍ର ସରକାର କେବଳ ୧୪ ଫନି ପ୍ରଭାବିତ ଜିଲ୍ଲା ପାଇଁ ଆପ୍‌ କାର୍ଯ୍ଯକ୍ଷମ କରିଛନ୍ତି ।

ଅନ୍ୟ ୧୬ ଜିଲ୍ଲା ଏଥିରୁ ବଞ୍ଚିତ ହୋଇଛନ୍ତି । ବଞ୍ଚିତ ଜିଲ୍ଲା ମଧ୍ୟରେ କେବିକେ ଓ ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ଅଞ୍ଚଳ ହିତାଧିକାରୀ ଅଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବିତ ହୋଇ ନଥିବା ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ଦାବି କରିଛନ୍ତି ନବୀନ । ଓଡ଼ିଶା ପାଇଁ ୮ ଲକ୍ଷ ୧୭ ହଜାର ଟାର୍ଗେଟ୍ ଦେଇଛି କେନ୍ଦ୍ର । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।