digital currency prices - The Sakala

ଆଜି ଆସିବ ଭାରତର ପ୍ରଥମ ଡିଜିଟାଲ କରେନ୍ସି : ଏହି ୯ଟି ବ୍ୟାଙ୍କ କରିବେ ଡିଜିଟାଲ କରେନ୍ସିରେ ଅର୍ଥ ନେଣଦେଣ
ନୂଆଦିଲ୍ଲୀ : ଆଜିଠାରୁ ଭାରତରେ ଚାଲିବ ଡିଜିଟାଲ କରେନ୍ସି। ନଭେମ୍ବର ପହିଲାଠାରୁ ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୁପିର ପାଇଲଟ ପ୍ରକଳ୍ପ ମଙ୍ଗଳବାର ଅର୍ଥାତ ଆଜିଠୁ ଆରମ୍ଭ ହେଉଛି। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହୋଲସେଲ ବା ପାଇକାରୀ ସେଗମେଣ୍ଟରେ ଏହାର ପ୍ରଚଳନ କରାଯିବ।

ନିଷ୍ପତ୍ତି ଅନୁଯାୟୀ, ୯ଟି ବ୍ୟାଙ୍କ ସରକାରୀ ସିକ୍ୟୁରିଟିରେ ଅର୍ଥ ନେଣଦେଣ ପାଇଁ ଡିଜିଟାଲି କରେନ୍ସିର ବ୍ୟବହାର କରିବେ। ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍ଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ,ୟେସ୍ ବ୍ୟାଙ୍କ, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏଚ୍ଏସ୍ବିସି ବ୍ୟାଙ୍କ ଡିଜିଟାଲି କରେନ୍ସିର ବ୍ୟବହାର କରିବେ ବୋଲି ଆର୍ବିଆଇ କହିଛି। ଆର୍ବିଆଇ କହିଛି ଯେ, ଡିଜିଟାଲ ରୂପୟାର ପ୍ରଥମ ପାଇଲଟ ପରୀକ୍ଷଣ ନଭେମ୍ବର ୧ରୁ ଆରମ୍ଭ କରାଯିବ। ଏହି ପରୀକ୍ଷଣ ସମୟରେ ସରକାରୀ ସିକ୍ୟୁରିଟିଜରେ ସେକେଣ୍ଡାରୀ ମାର୍କେଟ୍ ନେଣଦେଣ କରାଯିବ ବୋଲି ଆର୍‌ବିଆଇ କହିଛି।

ପ୍ରଥମ ପର୍ଯ୍ୟାୟରେ ଏହା ପାଇକାରୀ ବର୍ଗରେ ପାଇଲଟ ପରୀକ୍ଷଣ ହେବ। ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ। ଏହି ପାଇଲଟ୍ ପରୀକ୍ଷଣରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ। ମାସକ ମଧ୍ୟରେ ଖୁଚୁରା ମାର୍କେଟରେ ଆସିବ ଇ-ରୁପି। ଏହି ଇ-ରୁପି ଦ୍ୱାରା ଆନ୍ତଃ ବ୍ୟାଙ୍କ ବଜାର ଆହୁରି ଦକ୍ଷ ହେବ।ଆନ୍ତଃବ୍ୟାଙ୍କ କାରବାର ଖର୍ଚ୍ଚ କମାଇବା, ଭାରତରେ ବିଦେଶୀ ନାଗରିକଙ୍କ ଲାଗି ସହଜ କାରବାର, ବିଭିନ୍ନ ସରକାରୀ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଏହି କରେନ୍ସି ସହାୟକ ହୋଇପାରିବେ । ଦିନକୁ ଦିନ ବଢ଼ିଚାଲିଥିବା ଡିଜିଟାଲ ଇକୋନୋମି ସହ ତାଳ ଦେଇ ଆରବିଆଇ ନିଜର ଏହି କରେନ୍ସିକୁ ସାମନାକୁ ଆଣିଛି । ବଡ ବଡ଼ କାରବାରରେ ଅର୍ଥ ପରିବର୍ତ୍ତେ ଡିଜିଟାଲ କରେନ୍ସିକୁ ପ୍ରାଧାନ୍ୟ ଦେବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ରୀୟ ବ୍ୟାଙ୍କ । ପ୍ରଥମ ପରୀକ୍ଷଣରୁ ମିଳିବାକୁ ଥିବା ଫଳାଫଳ ଆଧାରରେ ଆଗକୁ ଅନ୍ୟ ସମସ୍ତ ହୋଲ୍‌ସେଲ୍‌ ଟ୍ରାଞ୍ଜାକ୍‌ସନ ଏବଂ ସୀମା-ପାର ପେମେଣ୍ଟ କ୍ଷେତ୍ରରେ ମଧ୍ୟ ପାଇଲଟ୍‌ ପରୀକ୍ଷଣ ହେବ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।

ଓମିକ୍ରନ ପ୍ରଭାବ : ଖସୁଛି ବିଟ୍‌ କଏନ୍ ସହ ଅଧିକାଂଶ ଡିଜିଟାଲ୍ ମୁଦ୍ରା ମୂଲ୍ୟ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କୋଭିଡ -୧୯ର ଏକ ନୂତନ ଭାରିଆଣ୍ଟ ‘ଓମିକ୍ରନ୍’ ବର୍ତ୍ତମାନ ବିଶ୍ବ ପୁଞ୍ଜି ବଜାରରେ କାରବାରକୁ ବିଶେଷ ଭାବେ ପ୍ରଭାବିତ କରିଛି। ତେବେ ଏଥିରୁ ବାଦ୍‌ ପଡ଼ିନି କ୍ରିପ୍ଟୋ ବଜାର। ଏହି ନୂଆ ଭାରିଆଣ୍ଟର ପ୍ରଭାବରେ ନିବେଶକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଥିଯୋଗୁ ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍ ମୂଲ୍ୟ ଆଜି ୪ ନିୟୁତ ସ୍ତର ତଳକୁ ଖସିଆସିଛି। କେବଳ ବିଟ୍‌ କଏନ୍ ନୁହେଁ ଇଥେରିୟମ୍,ପୋଲକାଡଟ୍ ଏବଂ ଡ୍ବାଗକଏନ୍ ଭଳି ଅଧିକାଂଶ ଡିଜିଟାଲ୍ ମୁଦ୍ରା ମୂଲ୍ୟରେ ହ୍ରାସ ପାଇଛି। ଏହା ନିବେଶକମାନଙ୍କ ପାଇଁ ବିପୁଳ କ୍ଷତି ଘଟାଇଛି।

କରୋନା ଭୂତାଣୁର ନୂତନ ପ୍ରକାର ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ପୁରୁଣା ଭାରିଆଣ୍ଟ ଅପେକ୍ଷା ୩୦ ଗୁଣ ଅଧିକ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛି। ବର୍ତ୍ତମାନ କଥା ହେଉଛି ଏହା ସମଗ୍ର ବିଶ୍ୱ ବଜାରକୁ କବଳିତ କରି ନେଇଛି। ବିଶ୍ବର ସବୁ ବଜାର ଏଥିଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଯଦି ଆମେ ଏହି ଆକଳନକୁ ଦେଖିବା, ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍‌ର ମୂଲ୍ୟ ଶନିବାର ୪୦,୩୦,୩୯୧ ଟଙ୍କାକୁ ଖସିଆସିଛି। ଶୁକ୍ରବାର ଦିନ ମଧ୍ୟ ଏଥିରେ ଏକ ବଡ଼ ପତନ ଘଟିଥିଲା। କେବଳ ବିଟ୍‌ କଏନ୍ ନୁହେଁ, ଦ୍ୱିତୀୟ ପସନ୍ଦଯୋଗ୍ୟ ଡିଜିଟାଲ୍ ମୁଦ୍ରା ଏଥେରିୟମ୍ ମୂଲ୍ୟ ମଧ୍ୟ ଓମିକ୍ରନ୍ ପ୍ରଭାବରେ ହ୍ରାସ ଘଟିଛି। ଏହାର ମୂଲ୍ୟ ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ବର୍ତ୍ତମାନ, ଏଥେରିୟମ୍‌ର ମୂଲ୍ୟ ୩,୦୯,୬୯୯ ଟଙ୍କା ଠାରୁ ୧୮,୯୯୮ ଟଙ୍କା କମ୍।

ଉଲ୍ଲେଖଯୋଗ୍ୟ, ଏଥେରିୟମ୍ ଚଳିତ ମାସରେ ସର୍ବକାଳୀନ ଉଚ୍ଚତାରେ ପହଞ୍ଚିଛି ଏବଂ ବର୍ତ୍ତମାନ ଏହା ୨୦ପ୍ରତିଶତ ହ୍ରାସ ପାଇଛି। ଏମିତିକି ଶୁକ୍ରବାର ଦିନ ବଜାର ବିଶବ୍ ବଜାରେ କାରବାରରେ ଏପରି ସ୍ଥିତି ଦେଖବବାକୁ ମିଳିଥିଲା ଯେ, ଜୁଲାଇ ପରଠାରୁ ୟୁରୋପୀୟ ଷ୍ଟକ୍ ମୂଲ୍ୟ ସବୁଠୁ ବଡ ହ୍ରାସ ପାଇଥିଲାବେଳେ ଆମେରିକାର ଷ୍ଟକ୍ ବଜାର ମଧ୍ୟ ବେଶ ତଳକୁ ଖସିଯାଇଥିଲା। ଭାରତୀୟ ବଜାର ବିଷୟରେ କହିବାକୁ ଗଲେ, ଏହା ବିଗତ ସାତ ମାସର ସବୁଠାରୁ ବଡ ହ୍ରାସ ଭାବେ ରେକର୍ଡ କରାଯାଇଛି।