COVID-19 Omicron variant - The Sakala

ଭାରତରୁ ମିଳିଲା ଓମିକ୍ରନର ନୂଆ ଭାରିଆଣ୍ଟ ବିଏ-୨, ୬ ଶିଶୁ ସମେତ ୧୬ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ: ସାରା ବିଶ୍ଵରେ କରୋନାର ଓମିକ୍ରନ ଭାରିଆଣ୍ଟ ବିପର୍ଯ୍ୟୟ ସୃଷ୍ଟି କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ। ଓମିକ୍ରନ ପ୍ରଭାବରୁ ଦେଶରେ ସକ୍ରିୟ ରୋଗୀସଂଖ୍ୟା ୨୨ ଲକ୍ଷ ପାର କଲାଣି। ଏପରି ସମୟରେ ଏହି ଭାରିଆଣ୍ଟର ପରିବର୍ତ୍ତିତ ରୂପ ବିଏ-୨ ସାମ୍‌ନାକୁ ଆସିଛି। ମଧ୍ୟପ୍ରଦେଶ ଇନ୍ଦୋରରୁ ଏହି ଭାରିଆଣ୍ଟ ଚିହ୍ନଟ କରାଯାଇଛି। ଏଥିରେ ୬ ଶିଶୁଙ୍କ ସମେତ ମୋଟ ୧୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସାରା ଦେଶରୁ ୫୩୦ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ବ୍ରିଟେନ, ଅଷ୍ଟ୍ରେଲିଆ, ଡେନମାର୍କରେ ମଧ୍ୟ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ଓମିକ୍ରନ ଭଳି ଦ୍ରୁତଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟକୁ ଚିହ୍ନଟ ନ କଲେ ସଂକ୍ରମଣକୁ ରୋକିବା କାଠିକର ପାଠ ହେବ ବୋଲି କୁହାଯାଉଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଆରଟି-ପିସିଆର ପରୀକ୍ଷାରେ ଏହା ଧରାପଡୁନି। ଏଥୁଯୋଗୁଁ ଏହାକୁ ‘ଷ୍ଟିଲଥ’ ଅର୍ଥାତ୍‌ ପରୀକ୍ଷାକୁ ଚକ୍‌ମା ଦେଇପାରୁଥିବା ଭାରିଆଣ୍ଟ କୁହାଯାଉଛି।

ବ୍ରିଟେନ, ସ୍ବିଡେନ ଏବଂ ସିଙ୍ଗାପୁରରେ ୧୦୦ରୁ ଅଧିକ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ଏହି ଭାରିଆଣ୍ଟକୁ ପ୍ରଥମେ କେଉଁଠି ଚିହ୍ନଟ କରାଯାଇଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବ୍ରିଟେନ ସ୍ଵାସ୍ଥ୍ୟ ଏଜେନ୍ସି ଅନୁଯାୟୀ ୨୦୨୧ ଡିସେମ୍ବର ୬ରେ ଷ୍ଟିଲଥ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ବ୍ରିଟେନରେ ଏହାର ୪୨୬ ମାମଲା ଚିହ୍ନଟ କରାଯାଇଛି । ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାରିଆଣ୍ଟକୁ ତଦନ୍ତାଧିନ ଶ୍ରେଣୀରେ ରଖାଯାଇଛି। ଜେନେଟିକ ସିକ୍ରେଟିଂ ଦ୍ବାରା ବିଏ-୨ ଭାରିଆଣ୍ଟକୁ ଚିହ୍ନଟ କରାଯାଇ ପାରିବ।

ଓଡ଼ିଶାରେ କାୟା ମେଲାଉଛି ଓମିକ୍ରନ : ଚିହ୍ନଟ ହେଲେ ଆଉ ୬୭ ଓମିକ୍ରନ ଆକ୍ରାନ୍ତ
ଭୁବନେଶ୍ବର : ରାଜ୍ୟରେ କାୟା ମେଲାଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଅାଜି ରାଜ୍ୟରୁ ଆଉ ୬୭ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି ଆଇଏଲଏସ୍‍ ।

ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ବର୍ତ୍ତମାନ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଭୟଙ୍କର ହେବାରେ ଲାଗିଲାଣି ଓମିକ୍ରନ୍ । ପ୍ରତିଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଆଇଏଲ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ ୨୬୩ ଜଣଙ୍କର ନମୁନା ଜିନୋମ ସ୍ବିକେନ୍ସିଂ ପାଇଁ ପଠାଯାଇଥିଲା। ଏଥିରୁ ୬୭ ଜଣଙ୍କର ରିପୋର୍ଟରେ ଓମିକ୍ରନ୍‌ ସଂକ୍ରମଣ ଚିହ୍ନଟ ହୋଇଛି। ନୂଆ ଓମିକ୍ରନ୍‌ ଚିହ୍ନଟ ୬୭ ଜଣ ବ୍ୟକ୍ତି ଲୋକାଲ କେସ୍‌ ରହିଛନ୍ତି। ଏହାସହିତ ରାଜ୍ୟରେ ଓମିକ୍ରନ ସଂକ୍ରମିତ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ଅନ୍ୟପଟେ ଆଜି ଚିହ୍ନଟ ୬୭ ଓମିକ୍ରନ ଆକ୍ରାନ୍ତ ଲୋକାଲ କେସ୍‌ ହୋଇଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିିଂ ଜାରି ରହିଛି।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୮୭୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୬୮୨ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୬୮୨ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୯୨ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୧୫୪୭ କୁ ବୃଦ୍ଧି ପାଇଥିବା ବେଳେ ୧୦୪୭୭୮୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୩୫୨୪୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

ରାଜ୍ୟରୁ ଆଜି ଚିହ୍ନଟ ୨୩ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ, ଏହି ଜିଲ୍ଲାରୁ ସର୍ବାଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଚିନ୍ତା ବଢାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଆଜି ରାଜ୍ୟରୁ ଆଉ ୨୩ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଗରୁ ରାଜ୍ୟରେ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ଛୁଇଁଛି ।

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୨୩ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ୪ ଜଣ ମହିଳା ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ଚିହ୍ନଟ ସମସ୍ତ ୨୩ ଓମିକ୍ରନ ଆକ୍ରାନ୍ତଙ୍କ ବୟସ ୮ରୁ ୮୩ ମଧ୍ୟରେ ରହିଛି। ଏଥି ମଧ୍ୟରୁ ସର୍ବାଧିକ ୭ ଜଣ କେଉଁଝରରୁ ଚିହ୍ନଟ ହେଇଥିବା ବେଳେ ଖୋର୍ଦ୍ଧାରୁ ୪ , ବୌଦ୍ଧ ରୁ ୨ ଜଣ, ବାଲେଶ୍ଵର ରୁ ୧, ଜଗତସିଂହପୁର ରୁ ୧, ସମ୍ବଲପୁରର ରୁ ୩, ପୁରୀ ରୁ ୩, ଅନୁଗୁଳ ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ସେମାନଙ୍କର କଣ୍ଟାକ ଟ୍ରେସିଙ୍ଗ ହେଇଛି ଏବଂ ରିପୋର୍ଟ ଆସିବା ବାକି ଅଛି।ପ୍ରାଥମିକ ରିପୋର୍ଟ ରୁ ଜଣା ପଡ଼ୁଛି ୫୦ ପ୍ରତିଶତ ବିଦେଶ ଫେରନ୍ତା ଓ ୫୦ ପ୍ରତିଶତ ସ୍ଥାନୀୟ ଲୋକ। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ୍ ହିଷ୍ଟ୍ରୁ ଯାଞ୍ଚ୍ ଚାଲିଛି। ଯେଉଁ ମାନଙ୍କର ଫରେନ୍ ଫେରନ୍ତା ହୀଷ୍ଟ୍ରି ନାହିଁ। ଆଗରୁ କେବେ ଯାଇଥିଲେ କି ତାହା ଯାଞ୍ଚ କରାଯିବ।

କର୍ଣ୍ଣାଟକରୁ ପୁଣି ଚିହ୍ନଟ ହେଲେ ଆଉ ୫ଜଣ ଓମିକ୍ରନ ଆକ୍ରାନ୍ତ
ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ମାତ୍ର କିଛି ଦିନ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରେ ପହଞ୍ଚି ସାରିଲାଣି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆଜି ଆଉ ୫ଟି ନୂଆ ମାମଲା କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା କର୍ଣ୍ଣାଟକରେ ୧୯ ରେ ପହଞ୍ଚିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ଟ୍ବିକ କରି ସୂଚନା ପ୍ରଦାନ କରିଛନ୍ତି।

Five cases of Omicron have been confirmed on Dec 19th:
🔹 Dharwad: 54 yr male
🔹 Bhadravathi: 20 yr female
🔹 Udupi: 82 yr male and 73 yr female
🔹 Mangaluru: 19 yr female#Omicronindia #Covid_19 @BSBommai

— Dr Sudhakar K (@mla_sudhakar) December 20, 2021

ସେପଟେ, ଦେଶର ୧୨ଟି ରାଜ୍ୟରେ କାୟା ମେଲାଇ ସାରିଲାଣି ଓମିକ୍ରନ ଭୂତାଣୁ । ମହାରାଷ୍ଟ୍ରରେ ସର୍ବାଧିକ ୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜାତୀୟ ରାଜଧାନୀ ଦିଲ୍ଲୀରେ ୨୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, ଗୁଜରାଟରେ ୯, କେରଳରେ ୧୧, ଉତ୍ତରପ୍ରଦେଶରେ ଦୁଇଜଣ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଏବଂ ପଶ୍ଚିମରେ ଜଣେ ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍‍ ଭୂତାଣୁ ଚିହ୍ନଟ ହୋଉଛି । ତେବେ ଦେଶର ସମସ୍ତ ରାଜ୍ୟର ଓମିକ୍ରନ୍ ଆକ୍ରାନ୍ତକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି।

ଓମିକ୍ରନ ଓ ଡେଲ୍‌ଟା ମିଶି ସୃଷ୍ଟି ହୋଇପାରେ ବିପଜ୍ଜନକ ଷ୍ଟ୍ରେନ
ଲଣ୍ଡନ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ବର ଚିନ୍ତା ବୃଦ୍ଧି ପାଇଛି। ଏହା ମଧ୍ୟରେ କରୋନାର ସୁପର ଭାରିଆଣ୍ଟର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଓମିକ୍ରନ, ଡେଲ୍‌ଟା ମିଶି ବିପଜ୍ଜନକ ଷ୍ଟ୍ରେନ ସୃଷ୍ଟି ହୋଇପାରେ ବୋଲି ବ୍ରିଟେନ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି। ଭାରତରେ ମଧ୍ୟ ଓମିକ୍ରନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ଅଧିକ ହୋଇଥିବାରୁ ନୂଆ ଷ୍ଟ୍ରେନ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ବ୍ରିଟେନ ପରି ସ୍ଥିତି ରହିଲେ ଦେଶର ଦୈନିକ ୧୪ ଲକ୍ଷ ମାମଲା ଆସିବ ବୋଲି ନିତି(ସ୍ବାସ୍ଥ୍ୟ) ଆୟୋଗ ସଦସ୍ୟ ଭିକି ପାଉଲ କହିଛନ୍ତି।

ବ୍ରିଟେନର ସ୍ବାସ୍ଥ୍ୟ ବିଶେଷଜ୍ଞ କରୋନାକୁ ନେଇ ମୁଣ୍ଡ ବିନ୍ଧା ବଢ଼ାଇବା ଭଳି ଚେତାବନୀ ଦେଇଛନ୍ତି। ମଡର୍ଣ୍ଣାର ଚିଫ୍‌ ମେଡିକାଲ ଅଫିସର ଡ. ପର୍ଲ ବର୍ଟନ କହିଛନ୍ତି ଯେ ଓମିକ୍ରନ ଏବଂ ଡେଲ୍‌ଟା ମିଶି ସୁପର ଭାରିଆଣ୍ଟ ସୃଷ୍ଟି କରିପାରନ୍ତି। ଦୁଇ ଭାରିଆଣ୍ଟ ମିଶି କାହାକୁ ସଂକ୍ରମିତ କଲେ ଏହି ସମ୍ଭାବନା ଅଧିକ ବୃଦ୍ଧି ପାଇବ। ବ୍ରିଟେନରେ ଡେଲ୍‌ଟା ଏବଂ ଓମିକ୍ରନର ସଂକ୍ରମଣ ବେଗ ସୁପର ଭାରିଆଣ୍ଟର ବିପଦକୁ ଦ୍ବିଗୁଣିତ କରିଛି। ଡ. ବର୍ଟନ କହିଛନ୍ତି ଯେ ସାଧାରଣତଃ କରୋନାର ଗୋଟିଏ ଷ୍ଟ୍ରେନ ମନୁଷ୍ୟକୁ ପ୍ରଭାବିତ କରିଥାଏ। କିନ୍ତୁ କିଛି ସ୍ବତନ୍ତ୍ର ମାମଲାରେ ଜଣେ ରୋଗୀ ୨ଟି ଭାରିଆଣ୍ଟରେ ସଂକ୍ରମିତ ହୋଇପାରନ୍ତି। ଯଦି ଡେଲ୍‌ଟା ଏବଂ ଓମିକ୍ରନ ଗୋଟିଏ ସେଲ୍‌କୁ ସଂକ୍ରମିତ କରନ୍ତି ତେବେ ଉଭୟ ଷ୍ଟ୍ରେନ ଡିଏନଏ ଅଦଳବଦଳ କରିପାରନ୍ତି। ସେମାନେ ମିଶିଗଲେ କରୋନାର ଏକ ନୂଆ ସୁପର ଷ୍ଟ୍ରେନ ସୃଷ୍ଟି ହୋଇପାରେ। ଏହି ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ହୋଇପାରେ। ଉଭୟ ଭୂତାଣୁ ମିଶି ଜିନ ସହଭାଗିତା କିମ୍ବା ବଦଳାଇପାରନ୍ତି।

ଚଳିତ ମାସରେ ଏକ ସୁପର ଷ୍ଟ୍ରେନ ସୃଷ୍ଟି ହେବ ବୋଲି ନ୍ୟୁ ସାଉଥ ୱେଲ୍ସ ୟୁନିଭର୍ସିଟିର ଭୂତାଣୁବିଜ୍ଞାନୀ ପିଟର ହ୍ବାଇଟ ଚେତାବନୀ ଦେଇଥିଲେ। ଜାନୁଆରୀରେ ବ୍ରିଟେନ ବିଶେଷଜ୍ଞମାନେ ସ୍ପେନରୁ ଏକ ନିଆରା ମାମଲା ଚିହ୍ନଟ କରିଥିଲେ। ଏଥିରେ ଆଲଫା ଏବଂ ବି.୧.୧୭୭ ଷ୍ଟ୍ରେନ ମିଶିଯାଇଥିବା ଜାଣିବାକୁ ପାଇଥିଲେ। ସେହିପରି କାଲିଫର୍ଣ୍ଣିଆ ବୈଜ୍ଞାନିକମାନେ ଫେବୃଆରୀରେ କ୍ୟାଣ୍ଟ ଏବଂ ବି.୧.୪୨୯ ଷ୍ଟ୍ରେନ ମିଶି ଯାଇଥିବା ଜାଣିବାକୁ ପାଇଥିଲେ।

ଗତ ତିନି ଦିନ ହେଲା ବ୍ରିଟେନର କରୋନା ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରିଚାଲିଛି। ଶୁକ୍ରବାର ବ୍ରିଟେନରୁ ୯୩ ହଜାର ରୋଗୀ ଚିହ୍ନଟ ହୋଇଥିଲେ। ଏ ପର୍ଯ୍ୟନ୍ତ ସେଠାରୁ ୧୪୯୦୯ ଓମିକ୍ରନ ମାମଲା ଚିହ୍ନଟ ହେଲାଣି। ନୂଆ ମାମଲାରୁ ପ୍ରତି ୫ ଜଣଙ୍କ ମଧ୍ୟରେ ଜଣେ ଓମିକ୍ରନ ସଂକ୍ରମିତ ସାମିଲ ଅଛନ୍ତି। ଏ ପର୍ଯ୍ୟନ୍ତ ଏହି ଭାରିଆଣ୍ଟ ୫୧ ଦେଶକୁ ବ୍ୟାପିଲାଣି।

ଅନ୍ୟପକ୍ଷରେ ବିଶ୍ବରେ କରୋନା ମାମଲା ବୃଦ୍ଧିକୁ ନେଇ ଭିକେ ପାଉଲ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ବ୍ରିଟେନ ପରି ସଂକ୍ରମଣ ବଢ଼ିଲେ ଭୟାନକ ସ୍ଥିତି ସୃଷ୍ଟି ହେବ। ଦୈନିକ ୧୪ ଲକ୍ଷ ନୂଆ ମାମଲା ଆସିବ। ତେବେ ପ୍ରତି ମାମଲାର ଜିନୋମ ସିକ୍ବେନ୍ସିଂ କରାଯାଇପାରିବ ନାହିଁ। ଓମିକ୍ରନ ଯୋଗୁଁ ସଂକ୍ରମଣ ବଢୁଥିବା କୁହାଯାଉଛି। କିନ୍ତୁ ଏ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ। ଏହା ଉପରେ ଗବେଷଣା ଜାରି ରହିଛି ଏବଂ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଓମିକ୍ରନ ଯୋଗୁଁ ସାମାନ୍ୟ ସଂକ୍ରମଣ ହେଉଥିବା ଜଣାପଡିଛି। ଭାରତ ଜିନୋମ ସିକ୍ବେନ୍ସିଂ ମାମଲାରେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ଏହା ରୋଗକୁ ଆକଳନ ଏବଂ ପର୍ଯ୍ୟବେକ୍ଷଣ କରିବାର ଟୁଲ।

ଓମିକ୍ରନ ଆଣିବ ୩ୟ ଲହର, ଫେବୃଆରୀରେ ଶୀର୍ଷ ଛୁଇଁବ ସଂକ୍ରମଣ
ନୂଆଦିଲ୍ଲୀ : ସାରା ବିଶ୍ବରେ ଓମିକ୍ରନ ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବାବେଳେ ଭାରତରେ ତୃତୀୟ ଲହରକୁ ନେଇ ବଡ଼ ଦାବି କରାଯାଇଛି। ନ୍ୟାସନାଲ କୋଭିଡ-୧୯ ସୁପର ମଡେଲ ପ୍ୟାନେଲ ଅନୁଯାୟୀ ଓମିକ୍ରନ ଯୋଗୁଁ ଫେବୃଆରୀ ସୁଦ୍ଧା ଦେଶରେ ତୃତୀୟ ଲହର ଆସିବ। ଏହି ମାସରେ କରୋନା ମାମଲା ଶୀର୍ଷ ଛୁଇଁବ। ଏହି କମିଟିର ମୁଖ୍ୟ ତଥା ଆଇଆଇଟି ହାଇଦରାବାଦର ପ୍ରଫେସର ଏମ ବିଦ୍ୟାସାଗର କହିଛନ୍ତି ଯେ କରୋନାର ତୃତୀୟ ଲହର ଫେବୃଆରୀରେ ଶିଖର ଛଇଁବ।

ତେବେ ଏହା ଦ୍ବିତୀୟ ଲହର ଭଳି ବିପଜ୍ଜନକ ହେବ ନାହିଁ। ଦ୍ବିତୀୟ ଲହର ଅପେକ୍ଷା ଫେବୃଆରୀରେ କମ୍‌ ରୋଗୀ ଚିହ୍ନଟ ହେବେ। ବ୍ରିଟେନରେ ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିଚାଲିଛି। ତେବେ ଭାରତରେ ବ୍ରିଟେନ ଭଳି ସ୍ଥିତି ନାହିଁ। ଏହା ପଛରେ ଦୁଇଟି କାରଣ ରହିଛି। ବ୍ରିଟେନରେ ସେରୋ ପଜିଟିଭିଟି କମ ଏବଂ ଟିକା ହାର ଊର୍ଦ୍ଧ୍ବରେ ରହିଛି। କିନ୍ତୁ ଭାରତରେ ଉଭୟ ଅଧିକ ରହିଛି। ଏଥିଯୋଗୁଁ ତୃତୀୟ ଲହର ବିପଜ୍ଜନକ ହେବନାହିଁ। କମ ସେରୋ ପଜିଟିଭିଟି ଅର୍ଥ ପ୍ରକୃତ କ୍ଷମତାଠାରୁ କମ ସଂକ୍ରମଣ।

ଅନ୍ୟପକ୍ଷରେ ବ୍ରିଟେନରେ ବେଶି ଏମଆରଏନଏ ଟିକା ବ୍ୟବହାର କରାଯାଉଛି। ଏହା କମ ସମୟ ପାଇଁ ସୁରକ୍ଷା ଦେଇଥାଏ। ଭାରତରେ ଏହି ଟିକା ବ୍ୟବହାର କରାଯାଉନାହିଁ। ଏହା ଭାରତର ସ୍ଥିତିକୁ ଭଲ ରଖିଛି। କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚରେ ଟିକାକରଣ ଆରମ୍ଭ କରିଦେଇଥିଲେ। ସେ ସମୟରେ ଡେଲ୍‌ଟା ପ୍ରବେଶ କରୁଥିଲା। ତେଣୁ ଟିକା ନେଇନଥିବା ଲୋକଙ୍କୁ ଏହା ସଂକ୍ରମିତ କରିଥିଲା। ସୂଚନାଯୋଗ୍ୟ ଯେ ଓମିକ୍ରନ ୯୧ରୁ ଅଧିକ ଦେଶକୁ ବ୍ୟାପିଲାଣି। ଭାରତରୁ ଆଜି ଏହି ଭାରିଆଣ୍ଟର ୩୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି।

ଓମିକ୍ରନକୁ ହେୟଜ୍ଞାନ କରିବାର ଭୁଲ କରନ୍ତୁ ନାହିଁ, ପୂର୍ବପରି ସତର୍କ ରୁହନ୍ତୁ : ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରିଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ମାତ୍ର କିଛି ଦିନ ମଧ୍ୟରେ ଭାରତର ୧୧ ଟି ରାଜ୍ୟରେ ପହଞ୍ଚି ସାରିଲାଣି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଶୁକ୍ରବାର ଭାରତରେ ଶହେ ପାର କରିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ଦେଶର ୧୧ଟି ରାଜ୍ୟରୁ ଏପର୍ଯ୍ୟନ୍ତ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଲବ୍ ଅଗ୍ରଓ୍ୱାଲ । ଦେଶର ମହାରାଷ୍ଟ୍ରରୁ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

There are 101 Omicron cases across 11 states in the country: Lav Agrawal, Joint Secretary, Health Ministry pic.twitter.com/2OPjHBQ38b

— ANI (@ANI) December 17, 2021

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଏବେ ସୁଦ୍ଧା ମହାରାଷ୍ଟ୍ରରୁ ସର୍ବାଧିକ ୩୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ତା ସହିତ ଦିଲ୍ଲୀରୁ ୨୨ ଜଣ, ରାଜସ୍ଥାନରୁ ୧୭ ଜଣ, କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ୮ ଜଣ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା ସହିତ ଗୁଜରାଟରୁ ୫ ଜଣ, କେରଳାରୁ ୫ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ଆନ୍ଦ୍ରପ୍ରଦେଶ, ଚଣ୍ଡୀଗଡ, ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

India is administering COVID19 vaccine doses at the highest rate in the world and the daily rate of doses administered is 4.8 times the rate of doses administered in the USA and 12.5 times the rate of doses administered in the UK: Lav Agrawal, Joint Secretary, Health Ministry

— ANI (@ANI) December 17, 2021

ଅନ୍ୟପଟେ ଓମିକ୍ରନକୁ ନେଇ ଦେଶବାସୀଙ୍କ ସତର୍କ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ ଆମ ଦେଶରେ ଗତ ୨୦ ଦିନ ହେଲା ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ରହୁଛି । କିନ୍ତୁ ଏହାକୁ ଦେଖି ଲୋକମାନେ ବିପଦ ଚାଲିଗଲା ବୋଲି ଭାବିବା ଉଚିତ ନୁହେଁ । କରୋନାର ନୂଆ ପ୍ରଜାତି ଓମିକ୍ରନକୁ ହେୟଜ୍ଞାନ କରିବାର ଭୁଲ କରନ୍ତୁ ନାହିଁ । ଆମକୁ ପୂର୍ବ ପରି ସତର୍କ ରହିବାକୁ ପଡ଼ିବ। ବିଶ୍ବର ପରିସ୍ଥିତିକୁ ଦେଖି ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ହେବ । କେବଳ ଟୀକା ନେବା ଯଥେଷ୍ଟ ନୁହେଁ, ଆମକୁ ପୂର୍ବପରି ମାସ୍କ ପିନ୍ଧିବାକୁ ହେବ, ହାତଧୋଇବାକୁ ହେବ ଓ ସାମାଜିକ ଦୂରତ୍ବ ପାଳନ କରିବାକୁ ପଡ଼ିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ।

ସୂଚନାଯୋଗ୍ୟ ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ପ୍ରଥମ ଓମିକ୍ରନ୍ ମାମଲା । ଏହା ପରେ ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି ଓମିକ୍ରନ୍ । ଏପର୍ଯ୍ୟନ୍ତ ବିଶ୍ୱର ୯୧ଟି ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏହା ବ୍ୟତୀତ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିସାରିଛି କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଡେଲାଟା ଭାରିଆଣ୍ଟଠାରୁ ଦ୍ରୁତ ଗତିରେ ମାଡି ଚାଲିଛି । ଓମିକ୍ରନ ଭାରିଆଣ୍ଟ ପାଇଁ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଚେତାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ପଶ୍ଚିମବଙ୍ଗରେ ୭ ବର୍ଷର ଶିଶୁକୁ ଓମିକ୍ରନ, ଓଡ଼ିଶା ପାଇଁ ସତର୍କ ଘଣ୍ଟି
କଲିକତା : ପଶ୍ଚିମବଙ୍ଗରେ ପଶିଛି କରୋନାର ମାରାତ୍ମକ ଭାରିଆଣ୍ଟ ଓମିକ୍ରନ। ରାଜ୍ୟର ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ଅଞ୍ଚଳର  ଜଣେ ୭ ବର୍ଷୀୟ ଶିଶୁ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି। ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଶିଶୁଟି ପରିବାର ଲୋକଙ୍କ ସହ ଦୁବାଇ ଆବୁଧାବି ବମାନବନ୍ଦର ଦେଇ ହାଇଦ୍ରାବାଦ ଫେରିଥିଲା। ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ପରୀକ୍ଷା ହୋଇଥିଲା। ଆର୍‌ଟିପିସିଆର୍‌ ଟେଷ୍ଟରେ ଶିଶୁଟିର କରୋନା ପଜିଟିଭ୍ ଆସିଥିଲା । ଏହାପରେ  ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏଥିରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି।

ହାଇଦ୍ରାବାଦ ବିମାନ ବନ୍ଦରରେ କରୋନା ଟେଷ୍ଟ ପରେ ଶିଶୁଟି ପରିବାର ସହ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜିଲ୍ଲା ସ୍ଥିତ ଫରାକ୍କା ନିଜ ଗାଁକୁ ପଳାଇଆସିଥିବା ବେଳେ ଆଜି ହାଇଦ୍ରାବାଦ ବିମାନ ବନ୍ଦର ପକ୍ଷରୁ ଶିଶୁଟି ଓମିକ୍ରନରେ ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ସରକାର ଏବଂ ମୁର୍ଶିଦାବାଦ ଜିଲ୍ଲା ମେଡ଼ିକାଲ କଲେଜକୁ ଏନେଇ ମଧ୍ୟ ହାଇଦ୍ରାବାଦ ବିମାନ ବନ୍ଦର କତ୍ତୃପକ୍ଷ ଅବଗତ କରାଇଛନ୍ତି। ବର୍ତ୍ତମାନ ଶିଶୁଟି ନିଜ ଘରେ ହୋମ୍ ଆଇସୋଲେଶନ ରେ ରହିଛି ଏବଂ ତାର  ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ଅନ୍ୟପଟେ ପଡୋଶୀ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟ ପରେ ଓଡ଼ିଶା ପାଇଁ ସତର୍କ ଘଣ୍ଟି ବାଜିଛି। ପ୍ରଥମେ ପଡୋଶୀ ଆନ୍ଧ୍ରପ୍ରଦେଶ ଆଉ ଏବେ ଆଉ ଏକ ପଡୋଶୀ ପଶ୍ଚିମବଙ୍ଗରେ ଓମିକ୍ରନ ଚିହ୍ନଟହେବାପରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାରକାରଣ ପାଲଟିଛି।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୧୦ଟି ରାଜ୍ୟରୁ ମୋଟ ୬୫ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି। ବୁଧବାର ଦିନ ତେଲେଙ୍ଗାନାରୁ ୩ଟି ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠୁ ଅଧିକ ଆକ୍ରାନ୍ତ ଅଛନ୍ତି। ଏଠାରେ ଏବେ ଯାଏଁ ୨୮ ଜଣ ଓମିକ୍ରନ୍ ସଂକ୍ରମିତ ବାହାରିଛନ୍ତି। ଏହାବ୍ୟତୀତ ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୩, ଗୁଜରାଟରୁ ୪, କେରଳରୁ ୧, ଆନ୍ଧ୍ରପ୍ରଦେଶରୁ ୧, ଦିଲ୍ଲୀରୁ ୬, ଚଣ୍ଡିଗଡରୁ ୧ କେସ୍‌ ରହିଛି। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ସାରା ବିଶ୍ୱରେ ବର୍ତ୍ତମାନ ଯାଏ ୭୭ଟି ଦେଶକୁ ବ୍ୟାପିସାରିଲାଣି ଓମିକ୍ରନ୍‌।

ସତର୍କ କଲା ‘ହୁ’ : ଓମିକ୍ରନ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବେ ଅଧିକ ଆକ୍ରାନ୍ତ, ବିଶ୍ବବ୍ୟାପୀ ବଢିପାରେ ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : କରୋନା ଜୀବାଣୁର ଏକ ନୂତନ ତଥା ଅଧିକ ସଂକ୍ରାମକ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ପୁଣିଥରେ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ସମଗ୍ର ବିଶ୍ବରେ କରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସାଂଘାତିକ କଥା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ କହିଛି, ଆଗକୁ ବଢ଼ିପାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ଏହା କାରଣରୁ ମୃତ୍ୟୁ ମଧ୍ୟ ଚିନ୍ତା ବଢାଇପାରେ । ଓମିକ୍ରନ ସଂକ୍ରମଣ ସଂଖ୍ୟା ବଢ଼ିବ ଏବଂ ହସ୍ପିଟାଲରେ ଅଧିକ ଆକ୍ରାନ୍ତ ଭର୍ତ୍ତି ହେବେ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବ୍ରିଟେନରୁ ଓମିକ୍ରନରେ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହି ଭାରିଏଣ୍ଟକୁ ନେଇ ଭୟ ଓ ସତର୍କତା ବଢ଼ିଛି ।

ଏତିକି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ପୂର୍ବାନୁମାନ କରିଛି, ତାହା ସତର୍କ ଘଣ୍ଟି ପାଲଟିଛି । ହୁ କହିଛି ଯେ ଓମିକ୍ରନ୍ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁ ହାର ବୃଦ୍ଧି ପାଇବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ବର୍ତ୍ତମାନ ମଧ୍ୟ ଓମିକ୍ରନ ନେଇ ଅଧିକ ପରୀକ୍ଷା ନିରିକ୍ଷା କରାଯାଉଛି। ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବ। ବିଶ୍ୱର ୬୦ରୁ ଅଧିକ ଦେଶରେ ଓମିକ୍ରନ ଚିହ୍ନଟ ହୋଇସାରିଲାଣି । ବ୍ରିଟେନରେ ୨୫୦ରୁ ଅଧିକ ଓମିକ୍ରନ ମାମଲା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦେଶରେ ମଧ୍ୟ ନୂଆ ମାମଲା ସାମ୍ନାକୁ ଆସୁଛି । ଚୀନରେ ମଧ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କୁ ଠାବ କରାଯାଇଛି ।ଭାରତରେ ସଂକ୍ରମିତ ମୋଟ ଓମିକ୍ରନ୍ ସଂଖ୍ୟା ବର୍ତ୍ତମାନ ୫୭ କୁ ବୃଦ୍ଧି ପାଇଛି।ମହାରାଷ୍ଟ୍ରରେ ମୋଟ ୨୮, ଗୁଜରାଟ ୪, ରାଜସ୍ଥାନ ୧୩, ଦିଲ୍ଲୀରୁ ୬, କର୍ଣ୍ଣାଟକରୁ ୩, କେରଳ, ଆନ୍ଧ୍ର ଓ ଚଣ୍ଡିଗଡ଼ରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଓମିକ୍ରନକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ସମସ୍ତେ ଯଥାଶୀଘ୍ର ଟୀକା ନେବାକୁ ଅନୁରୋଧ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟୀକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ୍ ହେବା ଏବଂ ମୃତ୍ୟୁମୁଖରେ ପଡିବାର ଆଶଙ୍କା କମ୍ ରହିଥିବା କ୍ହିଛନ୍ତିି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସମସ୍ତ ଜିଲ୍ଲାରେ ଏନେଇ ଟାସ୍କଫୋର୍ସ ଗଠନ ହୋଇଛି । କେଉଁ ବ୍ଲକରେ ଲୋକେ ଟୀକା ନେଇନାହାନ୍ତି ସେନେଇ ଅନୁଧ୍ୟାନ କରିବ ଟାସ୍କ ଫୋର୍ସ । ସିଡିଏମଓଙ୍କୁ ମଧ୍ୟ ଗାଁ ଗୁଡିକରେ ଟୀକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌, ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୫୩କୁ ବୃଦ୍ଧି
ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ପୁଣି ରାଜଧାନୀ ଦିଲ୍ଲୀରୁ  ଆଉ ୪ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ମାମଲା୬ କୁ ବୃଦ୍ଧି ପାଇଛି। ସମସ୍ତ ୬ ଜଣ ରୋଗୀଙ୍କ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ମଧ୍ୟ ହୋଇଥିବା ସୂଚନା ମିଳିଛି।  ସେହିପରି ରାଜସ୍ଥାନରୁ ଆଉ ୮ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଭାରତରେ ମୋଟ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ବର୍ତ୍ତମାନ ୫୩ କୁ ବୃଦ୍ଧି ପାଇଛି।

ଦେଶରେ ସଂକ୍ରମିତ ମୋଟ ଓମିକ୍ରନ୍ ଆକ୍ରନ୍ତ ୫୩ ଜଣଙ୍କ ମଧ୍ଯରୁ। ମହାରାଷ୍ଟ୍ର -୨୦, ରାଜସ୍ଥାନ- ୧୭, ଦିଲ୍ଲୀ- ୬, ଗୁଜୁରାଟ -୪, କର୍ଣ୍ଣାଟକ -୩,  କେରଳ -୧, ଆନ୍ଧ୍ରପ୍ରଦେଶ -୧  ଓ ଚଣ୍ଡିଗଡ଼ -୧ ଜଣ ଲେଖାଏଁ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି।

ଚିନ୍ତା ବଢାଇଲା ଓମିକ୍ରନ, ବ୍ରିଟନରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ଯୁ
ଚିନ୍ତା ବଢାଇଲା ଓମିକ୍ରନ। ଆସିଲା ଓମିକ୍ରନରେ ଆକ୍ରାନ୍ତ ହୋଇ ପ୍ରଥମ ମୃତ୍ଯୁ ମାମଲା।  ବ୍ରିଟେନରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏହି ଘଟଣା ପରେ ବ୍ରିଟେନ ତଥା ଅନ୍ୟ ରାଷ୍ଟ୍ର ମାନଙ୍କରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଆସନ୍ତା ଏପ୍ରିଲ ସୁଦ୍ଧା ଓମିକ୍ରନ ଯୋଗୁଁ ଦେଶରେ ୭୫,୦୦୦ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେବ ବୋଲି ଗବେଷଣା ଆଧାରରେ ସୂଚନା ଦେଇଥିଲେ ବୈଜ୍ଞାନିକ । ତେଣୁ କଟକଣା ନବଢିଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସତର୍କ କରିଥିଲେ ବୈଜ୍ଞାନିକ । ଏବେ ଓମିକ୍ରନର ପ୍ରଥମ ମୃତ୍ୟୁ ଘଟଣା ପରେ ବୈଜ୍ଞାନିକଙ୍କ ସତର୍କ ବାଣୀକୁ ନେଇ ଆଲୋଚନା ଜୋର ଧରିଛି ।

ଡରାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌: ଆଜି ଚିହ୍ନଟ ହେଲେଣି ୩ ଆକ୍ରାନ୍ତ
ଅହମଦାବାଦ: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ପୁଣି ଆଜି  ଆଉ ୩ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ସାମନାକୁ ଆସିଛି ଓମିକ୍ରନର ପ୍ରଥମ ମାମଲା । ଟ୍ରାକ୍ ରେକର୍ଡରେ ସଂକ୍ରମିତ ବ୍ୟକ୍ତି ଆୟରଲ୍ୟାଣ୍ଡରୁ ଆସିଥିବା ଜଣାପଡିଛି । ବିଦେଶରୁ ଆନ୍ଧ୍ରପ୍ରଦେଶ ଫେରିଥିବା ୧୫ ଜଣ ଯାତ୍ରୀଙ୍କର ଟେଷ୍ଟିିଙ୍ଗ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଠାରେ କରୋନା ପଜିଟିଭ ମିଳିଥିବାବେଳେ ୩୪ ବର୍ଷିୟ ଏହି ବ୍ୟକ୍ତିଙ୍କ ଠାରେ ଓମିକ୍ରନ ପଜିଟିଭ ମିଳିଛି।

କର୍ଣ୍ଣାଟକରେ ଓମିକ୍ରନର ତୃତୀୟ ମାମଲା ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ୨୪ ବର୍ଷୀୟ ଜଣେ ବ୍ଯକ୍ତି ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ମଧ୍ଯ ଓମିକ୍ରନ ପଜିଟିଭ ଆସିଛି।  ସେ ସଙ୍ଗରୋଧରେ ରହି ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ କର୍ଣ୍ଣଟାକର ସ୍ବାସ୍ଥ୍ଯମନ୍ତ୍ରୀ ଡ. ସୁଧାକର କେ ସୂଚନା ଦେଇଛନ୍ତି।

ସେହିପରି ଇଟାଲୀରୁ ଚଣ୍ଡୀଗଡ଼କୁ ଫେରିଥିବା ୨୦ ବର୍ଷୀୟ ଯୁବକ ଓମିକ୍ରନ ପଜିଟିଭ ହୋଇଥିବା ଜଣାପଡ଼ିଛି । ଏଥିସହ ବର୍ତ୍ତମାନ ଭାରତରେ ମୋଟ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି ।

ଅନ୍ୟପଟେ ପଡୋଶୀ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶାରେ ଏହାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଜ୍ୟରେ ଏଯାଏଁ କୌଣସି ଓମିକ୍ରନ ମାମଲା ଆସିନଥିବାବେଳେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଟେଷ୍ଟିଙ୍ଗ କରାଯିବା ପରେ ସଙ୍ଗରୋଧରେ ରଖାଯାଉଥିବା ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟକୁ ଯେପରି ଓମିକ୍ରନ ପ୍ରବେଶ ନକରୁ ସେଥିପାଇଁ ରାଜ୍ୟ ସରକାର ସତର୍କ ରହିଥିବା କୁହାଯାଇଛି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଏଣ୍ଟ ଏବେ ୫୭ରୁ ଅଧିକ ଦେଶକୁ ବ୍ୟାପିଲାଣି। ଓମିକ୍ରନର ସଂକ୍ରମଣ କ୍ଷମତା ଡେଲ୍ଟା ଠାରୁ ପ୍ରାୟ ୩ଗୁଣ ଅଧିକ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏକାଧିକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଉଛନ୍ତି। ଭାରତ ସରକାର ମଧ୍ୟ  ଓମିକ୍ରନର ମୁକାବିଲା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରଖା ଯାଉଛି।