Chinese phones - The Sakala

ଭାରତରେ ବ୍ୟାନ୍‌ ହେବ ଚାଇନିଜ୍ ଫୋନ୍, ଖୁବ୍‌ ଶୀଘ୍ର ସରକାର କରିପାରନ୍ତି ଘୋଷଣା
ନୂଆଦିଲ୍ଲୀ : ଭାରତରେ ଚାଇନାର ମୋବାଇଲ୍ କମ୍ପାନୀଗୁଡିକ ଉପରେ ବଡ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଭାରତ ସରକାର ୧୨ ହଜାର ଟଙ୍କାରୁ କମ୍‌ ମୂଲ୍ୟର ଚାଇନିଜ୍‌ ଫୋନ୍‌ ଗୁଡିକୁ ବ୍ୟାନ୍‌ କରିବେ। ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ଲାଭା, ମାଇକ୍ରୋମାକ୍ସ ଭଳି ଘରୋଇ କମ୍ପାନୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ ଶୀଘ୍ର ସରକାର ଏହି ଘୋଷଣା କରିବେ।

ସରକାରଙ୍କ ଏହି ନିଷ୍ପତ୍ତି ସାଓମି,ଭିଭୋ, ଓପୋ, ପୋକୋ, ରେଡମି, ରିଅଲମ ଭଳି କମ୍ପାନୀ ପାଇଁ ଏକ ଝଟକା ହେବ। ଯଦିଓ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଚୀନ କମ୍ପାନୀ ଗୁଡିକୁ କୌଣସି ନୋଟିସ୍‌ କରାଯାଇନାହିଁ କିନ୍ତୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।ସରକାରଙ୍କ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଏଣ୍ଟ୍ରି ଲେଭଲ୍ ସେଗମେଣ୍ଟରେ ଘରୋଇ କମ୍ପାନୀଗୁଡିକର ପ୍ରାଧାନ୍ୟ ପ୍ରତିଷ୍ଠା କରିବା। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ ବଜାର ଅଟେ, ଯାହା ଚାଇନାର କମ୍ପାନୀଗୁଡ଼ିକ ଦ୍ବାରା ଅଧିକୃତ ହୋଇଛି।  ଭାରତୀୟ ଘରୋଇ କମ୍ପାନୀଗୁଡିକ ଏହି ଚାଇନିଜ୍ କମ୍ପାନୀଗୁଡିକ ପାଇଁ ବଜାରରେ ତିଷ୍ଠିପାରୁନାହାନ୍ତି। ମାର୍କେଟ ରିସର୍ଚ୍ଚ ଫାର୍ମ କାଉଣ୍ଟରପଏଣ୍ଟ ଅନୁଯାୟୀ, ୧୨ ହଜାରରୁ କମ୍ ଟଙ୍କାର ସ୍ମାର୍ଟଫୋନ୍ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଭାରତର ଯେତିକି ବିକ୍ରି ହୋଇଛି ସେଥିରୁ ୮୦ ଶତକଡା ଚାଇନିଜ୍‌ ଫୋନ୍‌।

ସରକାରଙ୍କ ଏହି ନିଷ୍ପତ୍ତିରୁ ସାମସଙ୍ଗ ଏବଂ ଆପଲ୍ ବହୁତ ଲାଭବାନ ହେବେ। କାରଣ ସାମସଙ୍ଗ ଏହାର ମିଡିଲ୍‌ ରେଞ୍ଚ ଫୋନ୍‌ ଏବଂ ନୂଆ ଫୋନ୍‌ ଉପରେ ଅଫର ଦେଇପାରେ, ଆପଲ୍ ମଧ୍ୟ ଆଗକୁ ବଢି ତା ଫୋନ୍‌ ଉପରେ ଭଲ ଅଫର ଦେଇପାରରେ ।ଅନ୍ୟପଟେ  ଭିଭୋ, ଓପୋ ଏବଂ ସାଓମି ପରି କମ୍ପାନୀଗୁଡିକ ଆୟକର ବିଭାଗର ଟାର୍ଗେଟରେ ଅଛନ୍ତି। ଏହି କମ୍ପାନୀଗୁଡିକ ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ସମ୍ପ୍ରତି ଏହି କମ୍ପାନୀଗୁଡିକର ଇଡି ରେଡ୍ ମଧ୍ୟ ହୋଇଛି |

୩୪୯ ଚାଇନିଜ୍ ଆପ୍ ବ୍ୟାନ୍‌

ପୂର୍ବରୁ ସରକାର ଏକ ସମୟରେ ପ୍ରାୟ ୬୦ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ଏହା ପରେ ଅନେକ ଥର ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏପର୍ଯ୍ୟନ୍ତ ୩୪୯  ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସମ୍ପ୍ରତି ସରକାରଙ୍କ ନିର୍ଦ୍ଦେଶ ପରେ ଗୁଗୁଲ୍ ପ୍ଲେ-ଷ୍ଟୋର ଏବଂ ଆପଲ୍ ଆପ୍ ରୁ PUBG ର ନୂତନ ଅବତାର ବ୍ୟାଟଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆକୁ ହଟାଇ ଦିଆଯାଇଛି। ଦେଶର ନିରାପତ୍ତା ପ୍ରତି ବିପଦ ଆଶଙ୍କା ଥିବା ଭଳି ଜଣାପଡୁଥିବା ଚାଇନିଜ୍‌ ଆପ୍‌କୁ କେନ୍ଦ୍ର ସରକାର ନିଷେଧ କରିଛନ୍ତି।

ଭାରତୀୟଙ୍କୁ ପସନ୍ଦ କିନ୍ତୁ ଚାଇନିଜ୍‌ଙ୍କୁ ପସନ୍ଦ ନୁହେଁ ଚାଇନା ଫୋନ୍‌
ନୂଆଦିଲ୍ଲୀ : ଭାରତରେ ଚାଇନା ନିର୍ମିତ ସ୍ମାର୍ଟଫୋନ୍ ବେଶ ଲୋକପ୍ରିୟ। ଜିଆଓମି, ଓପୋ, ରିଅଲ୍‌ମି ଏବଂ ଭିଭୋ ହେଉଛି ଭାରତରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଶ୍ରେଷ୍ଠ ସ୍ମାର୍ଟଫୋନ୍‌। କିନ୍ତୁ ସବୁଠାରୁ କୌତୂହଳର ବିଷୟ ହେଉଛି ଯେଉଁ ଦେଶରେ ଏହି ସ୍ମାର୍ଟଫୋନ୍‌ ବ୍ରାଣ୍ଡଗୁଡ଼ିକ ପ୍ରସ୍ତୁତ କରାଯାଉଛି ସେଠାକାର ଲୋକେ ଏହି ସବୁ ବ୍ରାଣ୍ଡ୍‌କୁ ପସନ୍ଦ କରୁନାହାନ୍ତିଁ। ଅର୍ଥାତ୍‌ ଚାଇନାର ଲୋକେ ଉପରୋକ୍ତ ବ୍ରାଣ୍ଡ୍‌ଗୁଡିକର ସ୍ମାର୍ଟଫୋନ୍‌ କିଣିବାକୁ ପସନ୍ଦ କରନ୍ତିନାହିଁ। ଏହା ପରିବର୍ତ୍ତେ ସେମାନେ ଆଇଫୋନ୍ ୧୩ ସିରିଜ୍ ବ୍ୟବହାର କରିବାକୁ ପାଗଳ ପ୍ରାୟ। ତେଣୁ ଚାଇନାରେ ଆପଲ୍ ହେଉଛି ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ।

ଅକ୍ଟୋବର ୨୦୨୧ର ରିପୋର୍ଟ ଅନୁଯାୟୀ, ଓପୋକୁ ପଛରେ ଛାଡି ଆପଲ୍ ଚାଇନାରେ ଟପ୍ ସ୍ମାର୍ଟଫୋନ୍ ବ୍ରାଣ୍ଡରେ ପରିଣତ ହୋଇଛି। ଚାଇନାରେ ଆପଲ୍‌ ଆଇଫୋନ୍ ଅଧିକ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍‌ ହୋଇଛି। ଅନୁସନ୍ଧାନକାରୀ ସଂସ୍ଥା କାଉଣ୍ଟର ପଏଣ୍ଟର ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ଆଇଫୋନ୍ ୧୩ ସିରିଜ୍ ସ୍ମାର୍ଟଫୋନରେ ପୂର୍ବ ମାସ ତୁଳନାରେ ୪୬ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏଥିସହିତ ଚାଇନାର ସର୍ବୋଚ୍ଚ ଟେକ୍ନୋଲୋଜି କମ୍ପାନୀ ହ୍ବେଇ, ଭିଭୋ, ଓପୋ ସେଠାକାର ଶ୍ରେଷ୍ଠ ସ୍ମାର୍ଟଫୋନ୍ ବ୍ରାଣ୍ଡ ହେବାରେ ପଛରେ ପଡିଯାଇଛନ୍ତି। ଚଳିତବର୍ଷ ମାର୍ଚ୍ଚରେ ଓପୋ ଚାଇନାର ସବୁଠୁ ବଡ ସ୍ମାର୍ଟଫୋନ୍ କମ୍ପାନୀ ଭାବରେ ଉଭା ହୋଇଥିଲା। କିନ୍ତୁ ମାର୍ଚ୍ଚ ୨୦୨୧ରେ ଭିଭୋ ଏଥିରେ ଆଗରେ ରହିବାରେ ସଫଳ ହୋଇଥିଲା। କିନ୍ତୁ ଅକ୍ଟୋବରରେ, ଆପଲ୍ ଏହି ସବୁ କମ୍ପାନୀକୁ ପଛରେ ଛାଡି ଚାଇନାର ଅଗ୍ରଣୀ ସ୍ମାର୍ଟଫୋନ୍ କମ୍ପାନୀ ହୋଇପାରିଛି। ଡିସେମ୍ବର ୨୦୧୫ ପରଠାରୁ ପ୍ରଥମ ଥର ପାଇଁ ଆପଲ୍‌ ଚାଇନାର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ ଉଭାହୋଇଛି।

ରିପୋର୍ଟ ଅନୁଯାୟୀ, ହ୍ବେଇ କିଛି ସମୟ ପାଇଁ ପ୍ରିମିୟମ ସ୍ମାର୍ଟଫୋନ୍ ବଜାରରୁ ବାହାରି ଯାଇଛି। ଗତ ୫ରୁ ୬ ମାସ ମଧ୍ୟରେ ହ୍ବେଇର ବଜାର ବୃହତ୍‌ ହ୍ରାସ ଘଟିଛି, ଯାହାର ସିଧାସଳଖ ଲାଭ ଆପଲ୍ ପାଇଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଅର୍ଥାତ୍ ତୃତୀୟ ତ୍ରୈମାସ ମଧ୍ୟରେ, ଜିଓମି ଭାରତରେ ସର୍ବାଧିକ ସଂଖ୍ୟକ ସ୍ମାର୍ଟଫୋନ୍ ବିକ୍ରି କରିଛି। ୧୨ ନିୟୁତ ସ୍ମାର୍ଟଫୋନ୍ ବିକ୍ରୟ ସହିତ ୨୦୨୧ର ତୃତୀୟ ତ୍ରୈମାସରେ ଜିଓମି ଆଗରେ ରହିଛି। ଆଇଡିସିର ଏକ ରିପୋର୍ଟ ଅନୁଯାୟୀ, ୨୦୨୧ର ତୃତୀୟ ତ୍ରୈମାସରେ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ୧୨ ପ୍ରତିଶତ ହ୍ରାସ ଘଟିଛି। ଏହି ସମୟରେ ଭାରତକୁ ୪୮ ନିୟୁତ ସ୍ମାର୍ଟଫୋନ୍ ଆସିଥିଲା। ଯେତେବେଳେ କି ଗତ ବର୍ଷ ଅର୍ଥାତ୍‌ ୨୦୨୦ରେ ଭାରତରେ ୫.୪୨ କୋଟି ସ୍ମାର୍ଟଫୋନ୍ ବିକ୍ରି ହୋଇଥିଲା। ଏଥିରେ ଭିଭୋ ୯ କୋଟି ବିକ୍ରି ସହିତ ଆଗରେ ରହିଥିଲା। ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏହା ପ୍ରଥମ ଘଟଣା ଥିଲା ଯେତେବେଳେ କି ସ୍ମାର୍ଟଫୋନ୍‌ ବଜାରରେ ୧୨ ପ୍ରତିଶତ ହ୍ରାସ ଘଟିଥିଲା। ଏହା ପୂର୍ବରୁ କ୍ରମାଗତ ୪ଟି ତ୍ରୈମାସରେ ସ୍ମାର୍ଟଫୋନ୍‌ ବିକ୍ରିରେ କେବଳ ଅଭିବୃଦ୍ଧି ରେକର୍ଡ କରାଯାଇଥିଲା। ତେବେ ଚିପ୍‌ର ଅଭାବ ସ୍ମାର୍ଟଫୋନ୍‌ ବିକ୍ରିରେ ହ୍ରାସର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହାର କାରଣ ଲକଡାଉନରେ ଚିପ୍ସର ଅଭାବ ବୋଲି ବିଶ୍ୱାସ କରାଯାଏ।