boudha - The Sakala
ଭିଜିଲାନ୍ସ ଜାଲରେ BEO ଅଫିସର ବରିଷ୍ଠ କିରାଣୀ
ହରଭଙ୍ଗା: ଭିଜିଲାନ୍ସ ଜାଲରେ BEO ଅଫିସ ବରିଷ୍ଠ କିରାଣୀ । ହରଭଙ୍ଗା BEO ଅଫିସ ବରିଷ୍ଠ କିରାଣୀ ରବିନାରାୟଣ ପାଢ଼ୀ ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚନେଲା ବେଳେ ଭିଜିଲାନ୍ସ  ଜାଲରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ରବିନାରାୟଣ ଶିକ୍ଷୟତ୍ରୀ ଅନୁସୟା ନାଏକଙ୍କୁ ପ୍ରୋସିଡ଼ିଙ୍ଗ ଫାଇଲ କ୍ଲିଅର କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ବୌଦ୍ଧ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଶିକ୍ଷୟତ୍ରୀ ଅନୁସୟା ରବିନାରାୟଣଙ୍କୁ ଆଜି ୨୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ  ରବିନାରାୟଣଙ୍କ  ବୁଟୁପାଲିସ୍ଥିତ ବାସଭବନରେ ବି ଚଢାଉ କରିଥିଲା। ଏହି ଚଢାଉରେ ବୌଦ୍ଧ ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି।
ବୌଦ୍ଧ: ବୌଦ୍ଧ-କିଆକଟା ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅସୁସ୍ଥ ମାଆକୁ ବାଇକରେ ନେଇ ପୁଅ ମେଡିକାଲ ଆଣିବା ବେଳେ ଏହି ଦୁର୍ଘଟଣା ଘଟିଛି। ବାଇକକୁ ଏକ ଅଜଣା କାର୍ ପଛରୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ମାଆ ଓ ପୁଅଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ମେଡିକାଲରେ ମାଆକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ପୁଅକୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନଳୀକୁମ୍ପା ଜଙ୍ଗଲରେ ଏନକାଉଣ୍ଟର: ଛତ୍ରଭଙ୍ଗ ଦେଲେ ୨୫ରୁ ଉର୍ଦ୍ଧ୍ବ ମାଓବାଦୀ, ବିପୁଳ ମାଓ ସାମଗ୍ରୀ ଜବତ
ବୌଦ୍ଧ: ପୁଣି ବୌଦ୍ଧରେ ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟିଛି । ପୁଲିସର ସର୍ଚ୍ଚ ଅପରେସନ ବେଳେ ଏହି ଗୁଳି ବିନିମୟ ଘଟିଥିଲା । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ଏହାପରେ ଘଟଣାସ୍ଥଳରୁ ୨୫ରୁ ୩୦ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ତେବେ ଘଟଣାସ୍ଥଳରୁ ଅନେକ ଲ୍ୟାଣ୍ତମାଇନ୍ ସହ ବନ୍ଧୁକ ଓ ବିପୁଳ ବିସ୍ଫୋରକ ସାମାଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
ସୂଚନା ଅନୁସାରେ, ନଳୀକୁମ୍ପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ପୁଲିସକୁ କୌଣସି ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ପୁଲିସ ସର୍ଚ୍ଚ ଅପରେସନ୍ କରିଥିଲା । ଏହି ସମୟରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ପରେ ୨୫ରୁ ୩୦ ମାଓବାଦୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେପଟେ ଜଙ୍ଗଲରୁ ଠାବ ହୋଇଥିବା ଏକ ମାଓ କ୍ୟାମ୍ପକୁ ଧ୍ବଂସ କରି ସେଠାରୁ ଲ୍ୟାଣ୍ଡମାଇନ୍ , ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
ନଳୀକୁମ୍ପା ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ
ବୌଦ୍ଧ: ପୁଣି ନଳୀକୁମ୍ପା ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଆଜି ଅପରାହ୍ନରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ନଳୀକୁମ୍ପା ଜଙ୍ଗଲରୁ କିଛି ଗତ ମାସରେ ମାଓବାଦୀ-ସୁରକ୍ଷା ବହିନୀ ସହ ଗୁଳିବିନିମୟ ହୋଇ ଛତ୍ରଭଙ୍ଗ ଦେଇଥିଲେ ୩୦-୪୦ ମାଓବାଦୀ । ସେଠାରୁ ମାଓ କ୍ୟାମ୍ପ ଧ୍ୱଂସ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା ବୌଦ୍ଧ ପୁଲିସ । ନଳୀକୁମ୍ପା ଜଙ୍ଗଲରେ ପୁଣି ମାଓବାଦୀ ସକ୍ରିୟ ଥିବା ଖବର ପାଇ ଆଜି ଅପରାହ୍ନ ୫ ଟାରୁ ହୋଇଥିଲା ସର୍ଚ୍ଚ ଅପରେସନ । ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି।
ବନ ଧନ ସୁରକ୍ଷାରେ ନୀଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସତ୍ୟ, ୩୫ରୁ ଊର୍ଦ୍ଧ୍ବ ଏକର ଜମିରେ ସୃଷ୍ଟି କରିଛନ୍ତି ଜଙ୍ଗଲ
କଣ୍ଟାମାଳ, (ଦିବ୍ୟଶଙ୍କର ରାଉତ): ଆଖପାଖ ଗାଁରେ ଖୋଦ୍‌‌ ଜଙ୍ଗଲ ବିଭାଗ ଜଙ୍ଗଲ ସୁରକ୍ଷା କିମିଟି ଗଠନ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାରାରୋପଣ କରି ଜଙ୍ଗଲ ସୁରକ୍ଷା କରୁଥିବା ବେଳେ ନିଜେ ଏକୁଟିଆ ନିଜ ପରିବାରକୁ ନେଇ ସତ୍ୟ ହାତୀ ଯେଉଁ ଜଙ୍ଗଲ ସୃଷ୍ଟି କରିଛନ୍ତି ସେଠାରେ କୌଣସି ଚାରାଟିଏ ସୁଦ୍ଧା ରୋପଣ କରାଯାଇ ନାହିଁ। ମାଟିର ପୁନଃ ଉତ୍ପାଦିକା ଶକ୍ତି ବଳରେ ହିଁ ସୃଷ୍ଟି ହୋଇଛି ଏକ ବିରାଟ ଜଙ୍ଗଲ।
ମୁଣ୍ଡର ଝାଳ ତୁଣ୍ଡରେ ମାରି ସାରା ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ପଞ୍ଚାୟତ ସେକାମାଲର ସତ୍ୟ ହାତୀଙ୍କ ଜୀବନୀ ଯେ କେହି ଶୁଣିବା ଲୋକ ଆଶ୍ଚର୍ଯ୍ୟ ହୋଇଯିବ। ନିଜ ଜୀବନକୁ ବନ ସୁରକ୍ଷାରେ ବ୍ରତଭାବେ ଗ୍ରହଣ କରିଥିବା ଶ୍ରୀ ହାତୀ ନିଜ ଉଦ୍ୟମରେ ସୃଷ୍ଟି କରିଛନ୍ତି ଏକ ସବୁଜ ବନାନୀ। ଗତ ୨୦ ବର୍ଷ ହେଲା ଏହି ବନ ଧନ ସୁରକ୍ଷାରେ ସତ୍ୟ ନୀଜ ଜୀବନକୁ ଉତ୍ସର୍ଗ କରିଥିବା ବେଳେ ତାଙ୍କ ପରିବାର ତାଙ୍କୁ ସମ୍ପୂର୍ଣ୍ଣଭାବେ ସହଯୋଗ କରୁଥିବା ହେତୁ ଆଜି ପ୍ରାୟ ୩୫ରୁ ଊର୍ଦ୍ଧ୍ବ ଏକର ଜମିରେ ଆଜି ବନ୍ୟ ପକ୍ଷୀ, ପ୍ରାଣୀଙ୍କ ଭଳି ବିଶାଳ ହାତୀ ମଧ୍ୟ ଏହି ଜଙ୍ଗଲରେ ନିଜକୁ ସୁରକ୍ଷିତ ମଣି ରହିବାକୁ ଆରମ୍ଭ କଲେଣି। ୨୦୦୩ ମସିହାରେ ନିଜ ଗାଁ ପାବଲି ଜଙ୍ଗଲକୁ ସୁରକ୍ଷା ଦେବା ଆରମ୍ଭ କରିଥିଲେ ସତ୍ୟ ଏଥିରେ ତାଙ୍କୁ କଲାସୁଲିଆର ସ୍ୱର୍ଗତ ସନ୍ତୋଷ ପ୍ରଧାନ ସତ୍ୟଙ୍କୁ ଉତ୍ସାହିତ କରିବା ସହ ସହାୟତା ଯୋଗାଇଦେଇଥିଲେ। ଫଳରେ ୭୨ ବର୍ଷ ବୟସର ସତ୍ୟଙ୍କ ଠାରେ ଆଜି ବି ଦେଖିବାକୁ ମିଳୁଛି ଯୁବ ସୁଲଭର ଉଦ୍ଧମତା। ଚାଟଶାଳୀରେ ପାଠରେ ନିଜ ଡୋରି ବାନ୍ଧିଥିବା ସତ୍ୟଙ୍କ ଏଭଳି ଜଙ୍ଗଲ ସୁରକ୍ଷା ଉଦ୍ୟମ ସେକାମାଲ ଚତୁର୍ପାଶ୍ବରେ ଥିବା ଅନ୍ୟ ଗ୍ରାମବାସୀଙ୍କୁ ଉତ୍ସାହିତ ଓ ପ୍ରରୋଚିତ କରିଛି ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କରିବାକୁ। ନିଜ ବ୍ୟକ୍ତିଗତ ଉଦ୍ୟମରେ ଏଭଳି ଏକ ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରିଥିବା ସତ୍ୟଙ୍କୁ ବୌଦ୍ଧ ଜିଲ୍ଲାର ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ଖେଳୁଥିବାବେଳେ କୂଅରେ ପଡି ଶିଶୁପୁତ୍ରର ମୃତ୍ୟୁ
ବୌଦ୍ଧ: ବୌଦ୍ଧ ଜିଲ୍ଲା ପୂରୁଣାକଟକ ଥାନା ଅନ୍ତର୍ଗତ ପିତାମ୍ବରପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। କୂଅରେ ପଡି ଅଭି ମହାଳିକଙ୍କ ଅଢେଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ବାରିପଟେ ଖେଳୁଥିବା ବେଳେ ଅସାବଧାନରା କାରଣରୁ କୂଅରେ ଉକ୍ତ ଶିଶୁପୁତ୍ରଟି ପଡିଯାଇଥିଲା। ଦମକଳ ବାହିନୀ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ।
ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ଅନ୍ତର୍ଗତ ଲୁମୁରୁଜୁନା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି।  ଗାଈ ଚରାଳିଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ଦୁର୍ବୁତ୍ତଙ୍କ ଠେଙ୍ଗା ଓ ଟାଙ୍ଗିଆ ଚୋଟରେ ଗାଈ ଚରାଳିଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ମନମୁଣ୍ଡା ଥାନା ଲୁମୁରୁଜୁନା ଗ୍ରାମର ସମାରୁ ଗେଜ । ଗତକାଲି ଗାଈ ଚରାଇବାକୁ ଯାଇ ସେ ଘରକୁ ଫେରି ନଥିଲେ । ଆଜି ଗାଁ ପାଖ କ୍ଷେତରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁସିଲ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ରାମର ରଞ୍ଜିତ କର୍ଣ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ତେବେ ଏଭଳି ଏକ ହତ୍ୟାକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି।
ସାପ କାମୁଡ଼ାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ
ବୌଦ୍ଧ: ସାପ କାମୁଡ଼ାରେ ଗଲା ଦୁଇ ସମ୍ପର୍କୀୟ ଭଉଣୀଙ୍କ ଜୀବନ । ମୃତକ ହେଲେ କଣ୍ଟାମାଳ ଥାନା ଅନ୍ତର୍ଗତ ଗୌରୀବେଙ୍ଗସ ଗ୍ରାମର ସୌରୀନ୍ଦ୍ରୀ ନାଏକ ଓ ଝରଣା ଭୋଇ। ପୁଟାଖେତା ପତ୍ରଫଡ଼ିରେ ନିଜ ପରିବାର ସହ ଶୋଇଥିବା ବେଳେ ବିଷଧର ସାପ କାମୁଡାର ଶିକାର ହୋଇଥିଲେ। ପରେ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାରଲୋକେ। ତେବେ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ମକରମେଳା ଦେଖି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ୨ଗୁରୁତର
ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଂଟାମାଳ ୪୧ ନଂ ରାଜ୍ୟ ରାଜପଥର ଧାନଖଣ୍ଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ କଣ୍ଟାମାଳ ଥାନା ସୁଲିଆ ଗାଁର ନବୀନ ଦନ୍ତା ଓ କଣ୍ଟାମାଳର ନାବାଳକ ସୌମ୍ୟ ରଞ୍ଜନ ପାଣିଗ୍ରାହୀ।
ସୂଚନା ଅନୁଯାୟୀ, ପଲସାଗୋରାରୁ ମକରଯାତ୍ରା ଦେଖି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ନବୀନ ଦନ୍ତା ଓ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ଯୁ ଘଟିଥିଲା। ଆହତଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ବିଦ୍ଯୁତ ଆଘାତରେ ଗୋଟିଏ ପରିବାରର ୩ ମୃତ
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗ୍ରାମରେ ଦୁଃଖଦ ଘଟଣା ଘଟି ଯାଇଛି। ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ମାଆ ପୁଅ ସମେତ ଦିଅରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁକାନ୍ତି ବେହେରା , ପୁଅ ସୋହନ ବେହେରା , ଦିଅର ଶୁଶୀଳ ବେହେରା ।
ସୂଚନା ଅନୁଯାୟୀ,  ସୁକାନ୍ତି ବେହେରା ଗାଧୋଇ ସାରି ନିଜ ଓଦା ଲୁଗା ସୁଖାଉଥିବା ବେଳେ ପାଖରେ ଥିବା ମିଟରରେ ଲୁଗାଟି ପଡିଯାଇଥିଲା । ଫଳରେ ସୁକାନ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ । ଚିତ୍କାର ଶୁଣି ତାଙ୍କର ୧୧ ବର୍ଷର ପୁଅ ପାଖକୁ ଆସି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ତେବେ ସୁକାନ୍ତିଙ୍କ ଦିଅର ଶୁଶୀଳ ବେହେରା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗାଁ ଲୋକେ ପାଟି ଶୁଣି ଗାଁ ବିଦ୍ୟୁତ କାଟି ୩ ଜଣଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।  ସେପଟେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ବୌଦ୍ଧ: ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉପ କାରାଗାର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ  ରହିଛି। ମୃତ କଏଦୀ ଜଣକ କଣ୍ଟାମାଳ ବ୍ଲକ୍ କଳରକୋଠା ଗ୍ରାମର ଅରକ୍ଷିତ ସାହୁ ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରେ ବିଚାରାଧୀନ ଭାବେ ଥିବା କଣ୍ଟାମାଳ ବ୍ଲକ୍ କଲାରକୋଠା ଗ୍ରାମର ଯୁବକ ଅରକ୍ଷିତ ସାହୁ ନାମକ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ବାରେ ଲାଗିଥିଲା ।  ଫଳରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତି କରାଯାଇଥିଲା । ତେବେ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ଏକ ସ୍ଵାଭାବିକ ମୃତ୍ୟୁ ନା କେହି ତାଙ୍କୁ ହତ୍ୟା କରିଦେଇଛି ତାହା ଏବେ ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାାଯାଇଛି। ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।
ସାପ ମୁହଁରୁ ନିଜ ମାଲିକର ଜୀବନର ବଞ୍ଚାଇଲା ପୋଷା କୁକୁର
ବୌଦ୍ଧ:ସ୍ୱାର୍ଥ ପାଇଁ ମଣିଷ ମଣିଷର ଗଳା କାଟିବାକୁ ପଛାଉନାହିଁ। କେତେବେଳେ ମାଲିକକୁ ହତ୍ୟାକରି ସମ୍ପତି ଲୁଟି ନେଲାଣି ତ ଆଉ କେତେବେଳେ ମାଲିକର ବିଶ୍ୱାସରେ ବିଷ ଦେଇ ନିଜର କ୍ରୁରତାର ପରିଚୟ ଦେଉଛି ଏ ମଣିଷ; ହେଲେ ଗୋଟିଏ ପୋଷା କୁକୁର ସାପ ମୁହଁରୁ ନିଜ ମାଲିକର ଜୀବନ ବଞ୍ଚାଇ ସମାଜ ପାଇଁ ବିଶ୍ୱାସର ଉଦାହରଣ ସୃଷ୍ଟି କରିଛି। ମାଲିକଙ୍କ ତା’ ପ୍ରତି ଥିବା ବିଶ୍ୱାସନୀୟତାର ଋଣ ଶୁଝି ଦେଇଛି। ବୌଦ୍ଧ ସହରର ପୋଡ଼ାପଡ଼ା ସାହିରେ ଏହି ଘଟଣା ଘଟିଛି। ଏଠାରେ ଥିବା ଏକ ସରକାରୀ କ୍ୱାର୍ଟର୍ସରେ ମଧୁଶ୍ରୀ ଦେବୀ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ରହୁଛନ୍ତି। ତାଙ୍କ ସହ ତାଙ୍କ ମା’ ଓ ସାନ ଭଉଣୀ ମଧ୍ୟ ରହୁଛନ୍ତି। ତେବେ ସେ ଘରେ ଲାବ୍ରାଡର ପ୍ରଜାତିର ଗୋଟିଏ ବିଦେଶୀ କୁକୁରକୁ ଅତି ସରାଗରେ ପାଳିଛନ୍ତି। ସ୍ନେହରେ ତା ନାଁ ଦେଇଛନ୍ତି ବ୍ଲାକି। ତାକୁ କେବେ ବି ସେ ସେହ୍ନ, ଆଦରରେ ଉଣା କରନ୍ତିନି କି ଯତ୍ନ କରିବାରେ ଆଦୌ ଅବହେଳା କରନ୍ତି ନାହିଁ। ସନ୍ଧ୍ୟାରେ ସେ ଘର ଆଗରେ ଚଉକି ପକାଇ ବସିଥିଲେ। ପାଖରେ ବ୍ଲାକି ମଧ୍ୟ ଶୋଇଥିଲା। ଏତିକିବେଳେ ତାଙ୍କ ଚଉକି ତଳଦେଇ ପ୍ରାୟ ୪/୫ଫୁଟ ଲମ୍ୱର ଗୋଟିଏ ନାଗସାପ ଘର ଭିତରକୁ ପଶିବାକୁ ଯାଉଥିଲା। ଏହାଦେଖି ବ୍ଲାକି ହଠାତ୍‍ ସାପ ଉପରକୁ ଝାମ୍ପିପଡ଼ିଥିଲା। ସାପର ବେକକୁ ଧରି ଟାଣି ଆଣିଥିଲା। ବ୍ଲାକିର ଆଘାତ ପାଇ ସାପ ମଧ୍ୟ ଚୋଟ ମାରିବା ଆରମ୍ଭ କରିଥିଲା। ବ୍ଲାକି କିନ୍ତୁ ସାପର ଚୋଟଖାଇ ମଧ୍ୟ ତା ସହିତ ଲଢେଇ କରିଥିଲା। ଶେଷରେ ବ୍ଲାକି ସାପକୁ ମାରି ଦେଇଥିଲା। ଏସବୁ ଦେଖି ମଧୁଶ୍ରୀ ଦେବୀ ଆଶ୍ଚର୍ଯ୍ୟ ହୋଇଥିଲେ।