Indrabati Reservoir - The Sakala

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଅଚଳ ହେଲା ଯନ୍ତ୍ର ଚାଳିତ ଡଙ୍ଗା, ବୋଟ୍ ଅମ୍ବୁଲାନ୍ସ ଦ୍ବାରା ଉଦ୍ଧାର ହେଲେ ୨୫ ଯାତ୍ରୀ
ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଏକ ବଡ ଅଘଟଣରୁ ବର୍ତ୍ତିଲା ଡଙ୍ଗା, ବର୍ତ୍ତିଲେ ୨୫ ଯାତ୍ରୀ। ଗୁଞ୍ଜମାଳିରୁ ଇନ୍ଦ୍ରାବତୀ ଖାତିଗୁଡା ଆସୁଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ହେଲା ଡଙ୍ଗା। କୌଣସି ଅଘଟଣ ଘଟିବା ପୁର୍ବରୁ ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଅମ୍ବୁଲାନ୍ସ। ସୁରକ୍ଷିତଭାବେ ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀମାନେ ହେଲେ ଥୁଆମୂଳ ରାମପୁର ଥାନା ପୋଡାପଦର ପଞ୍ଚାୟତ ଗୁଞ୍ଜମାଳି ଗାଁର ।

ସୂଚନା ଅନୁସାରେ, ଗୁଞ୍ଜମାଳି ଗ୍ରାମର ୨୫ ଜଣ ଲୋକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଲମତାଗୁଡା ସାପ୍ତାହିକ ହାଟକୁ ସଉଦା କରିବା ପାଇଁ ଡଙ୍ଗାରେ ଆସୁଥିଲେ। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ଜଳରାଶି ମଝିରେ ଅଚଳ ହୋଇପଡିଥିଲା। ଏପଟେ ପବନ ବେଗରେ ଡଙ୍ଗାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନଥିଲେ ଚାଳକ। ପବନ ବେଗରେ ଢେଉ ପାଣି ଡଙ୍ଗା ମଧ୍ୟରେ ପଶିବାକୁ ଲାଗିଥିଲା । ଫଳରେ ଡଙ୍ଗାର ଓଜନ ବଢିବାରେ ଲାଗିଥିବାବେଳେ ବଡ ଡଙ୍ଗା ବୁଡି ଘଟଣାର ଆଶଙ୍କା ଦେଖି ସମସ୍ତ ଯାତ୍ରୀ ଆତଙ୍କିତ ଅବସ୍ଥାରେ ଥିଲେ । ସମସ୍ତ ଯାତ୍ରୀ ଭଗବାନଙ୍କୁ ଡାକିବା ଆରମ୍ଭ କରିଥିଲେ। ଏହି ସମୟରେ ପୋଡ଼ାଗଡ଼ରେ ଥିବା ୧୦୮ ବୋଟ୍ ଅମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ ଯାତ୍ରୀ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଟ୍ ଅମ୍ବୁଲାନ୍ସ। ଡଙ୍ଗାରେ ଫସି ରହିଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲେ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ । ଗୁଞ୍ଜମାଳି ଗ୍ରାମର ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣ ମହିଳା,୬ ଜଣ ପୁରୁଷ ଓ ୪ଜଣ ଛୋଟ ଶିଶୁଥିବା ଜଣାପଡିଛି । ଯଦି ୧୦୮ ବୋଟ୍ ଅମ୍ବୁଲାନ୍ସ ଘଟଣା ସ୍ଥଳରେ ଆସିବାକୁ ଟିକେ ବିଳମ୍ବ ହୋଇଥିଲେ ଏକ ବଡ ଅଘଟଣ ଘଟିଥାଆନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବିପଜ୍ଜନକ ଅବସ୍ଥାରେ ଇନ୍ଦ୍ରାବତୀ ଜଳଭଣ୍ଡାର
ତେନ୍ତୁଳିଖୁଣ୍ଟି : ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ଜଳବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀରେ ବିପଦ ଆଶଙ୍କା। ଜଳ ନିଷ୍କାସନ ପାଇଁ ଥିବା ଗେଟ୍‌ ଗୁଡ଼ିକର ଅବସ୍ଥା ବର୍ତ୍ତମାନ ବିପଦଜନକ ହୋଇପଡିଛି। ଫଳରେ ଡ୍ୟାମ୍‌ ପ୍ରତି ବିପଦ ଆଶଙ୍କା ସୃଷ୍ଟି ନେଇ କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଦଳ ଚିନ୍ତା ପ୍ରକଟ କରିଛନ୍ତି। ଉଭୟ ଇନ୍ଦ୍ରାବତୀ ଡ୍ୟାମ ଓ ମୁରାନ ଡ୍ୟାମରେ ଅନୁରୂପ ଅବସ୍ଥା ସମ୍ବନ୍ଧରେ କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଦଳ ଓଡ଼ିଶା ଜଳ ବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ଉଭୟ ଡ୍ୟାମ୍‌ର ଗେଟ୍‌ ଗୁଡିକର ରବର ବୁସ ସମ୍ପୂର୍ଣ୍ଣ ଖରାପ ହେବା ସହ ପାଣି ଗଳୁଥିବା ଦେଖିବାକୁ ମିଳିଛି।

ଇନ୍ଦ୍ରାବତୀ ଡ୍ୟାମ୍‌ର ୭ଟି ଗେଟ୍‌ ମଧ୍ୟରୁ ୩, ୪, ୫ ଏବଂ ୭ ନମ୍ବର ଗେଟ୍‌ର ରବର ବୁଶ୍‌ ଖରାପ ହୋଇ ପାଣି ବୋହିଯାଉଥିବା ଦେଖିବାକୁ ମିଳିଛି। ସେହିପରି ଗଭୀରତମ ମୁରାନ ଜଳ ଭଣ୍ଡାରର କଂକ୍ରିଟ ବନ୍ଧରେ ଥିବା ପାଞ୍ଚଟି ଫାଟକ ମଧ୍ୟରୁ ୩ ଏବଂ ୪ ନମ୍ବର ଫାଟକରେ ଅହରହ ପାଣି ଗଳୁଛି। ତେବେ ମୁରାନ ଜଳଭଣ୍ଡାରର ହାଇଡ୍ରୋଲିକ୍‌ ସିଷ୍ଟମ ନିର୍ମାଣ ଆରମ୍ଭରୁ ଅର୍ଥାତ ୧୯୯୮ ମସିହାରୁ ଆଦ୍ୟାବଧି କାର୍ଯ୍ୟକ୍ଷମ ନ ଥିବାରୁ ମୁରାନ ଜଳଭାଣ୍ଡର ପ୍ରତି ସର୍ବାଧିକ ବିପଦ ଆଶଙ୍କା ରହିଥିବା ବିଶେଷଜ୍ଞ ମଣ୍ଡଳୀ ଚିନ୍ତା ପ୍ରକଟ କରିଛନ୍ତି।

ଉଭୟ ବନ୍ଧର ଦୁଇ ପାର୍ଶ୍ବର ପ୍ରଥମ ଫାଟକ କୂଳଖାଇବା ଆଶଙ୍କାରେ ବୈଷୟିକ ଦୃଷ୍ଟି କୋଣରୁ ବନ୍ଦ ରହିଥାଏ। ହାଇଡ୍ରୋଲିକ୍‌ ସିଷ୍ଟମ ସମେତ ଉଭୟ ଜଳଭଣ୍ଡାରର ଅଚଳ ଥିବା ସମସ୍ତ ଫାଟକର ମରାମତି ନିମନ୍ତେ ବିଶେଷଜ୍ଞ ମଣ୍ଡଳୀର ସୁପାରିସ ଉପରେ ଓଡ଼ିଶା ଜଳବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଯେକୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ିବା ଆଶଙ୍କା କରାଯାଉଛି। ବୃହତ୍‌ ଇନ୍ଦ୍ରାବତୀ ପ୍ରକଳ୍ପ ଜଳଭଣ୍ଡାର ୨୬୩୦ ବର୍ଗ କିଲୋମିଟର ଅଞ୍ଚଳର ବର୍ଷା ଜଳ ୧୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଜଳ ଭଣ୍ଡାରରେ ଗଚ୍ଛିତ ରହିଥାଏ ା ପ୍ରାୟ ସବୁ ବର୍ଷ ଜଳଭଣ୍ଡାର ପୂର୍ଣ୍ଣ ରହୁଥିବା ବେଳେ ଚଳିତ ବର୍ଷ ଅବବାହିକ ଅଞ୍ଚଳରେ ଆଶାନୁରୂପ ବର୍ଷା ହୋଇ ନଥିବାରୁ ଜଳପତନ ଆଜି ସୁଦ୍ଧା ୬୩୧.୫୦ ମିଟରରେ ସ୍ଥିର ରହିଛି ା ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୪୨ ମିଟର ହୋଇଥିବା ବେଳେ ଚଳିତ ବର୍ଷ ଏହା ଯଥେଷ୍ଟ ନିମ୍ନରେ ଥିବାରୁ ମରାମତି ପାଇଁ ପଦକ୍ଷେପ ନିଆଗଲେ ବିଶେଷ ପ୍ରତିବନ୍ଧକ ଉପୁଯିବ ନାହିଁ ବୋଲି ବିଶେଷଜ୍ଞ ମଣ୍ଡଳୀ ମତବ୍ୟକ୍ତ କରିଛନ୍ତି ା ଓଡିଶା ନିର୍ମାଣ ନିଗମ ଦ୍ୱାରା ମୁରାନ ଜଳଭଣ୍ଡାରର ହାଇଡ୍ରୋଲିକ ହଏଷ୍ଟ ପ୍ରଣାଳୀ କାର୍ଯ୍ୟକ୍ଷମ ନିମନ୍ତେ ଉଦ୍ୟମ କରିଥିଲେ ମଧ୍ୟ ଓଡିଶା ଜଳବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ଅର୍ଥ ଯୋଗାଣରେ ପ୍ରତିବନ୍ଧକ ଓ ଦାୟିତ୍ବହୀନତା ଯୋଗୁ ଓଡିଶା ନିର୍ମାଣ ନିଗମ ଉକ୍ତ କାର୍ଯ୍ୟକୁ ଅଧପନ୍ତରିଆ ଭାବେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି ା ଏହି ପ୍ରକଳ୍ପରୁ ସରକାର ବାର୍ଷିକ ହଜାର କୋଟିରୁ ଊର୍ଦ୍ଧ୍ବ ରାଜସ୍ୱ ଆଦାୟ କରୁଥିବା ବେଳେ ଏଠିକାର ପାରିପାର୍ଶ୍ବିକ ଭିତ୍ତିଭୂମିକୁ ଦୃଷ୍ଟି ନ ଦେବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ା