Omicron - The Sakala
କରୋନାର ତୃତୀୟ ଲହର ଭାବେ ଏବେ ଓମିକ୍ରନ୍‌ ଭାରିଏଣ୍ଟ୍‌ ଆଣ୍ଟିବଡିଜ୍‌କୁ ସହଜରେ ନିଷ୍କ୍ରୀୟ କରିଦେଇପାରୁଛି। ତେଣୁ ଏହା କରୋନାର ବିଗତ ଦୁଇଟି ଲହରଠାରୁ ଅଧିକ ଭୟାବହ। କିନ୍ତୁ ଏଥିରେ ମୃତ୍ୟୁସଂଖ୍ୟା କମ୍ ବୋଲି ଗବେଷକମାନେ ମତ ଦେଉଛନ୍ତି। କରୋନା ସମ୍ପର୍କିତ ଏକ ଗବେଷଣାରୁ ଜଣାପଡ଼ିଛି ଯେ – ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ଦୁଇଥର ଡେଲ୍‌ଟା ଭୂତାଣୁ ସଂକ୍ରମିତ କରିପାରିବ। କିନ୍ତୁ ଏ କ୍ଷେତ୍ରରେ ଓମିକ୍ରନ୍‌ ସଂକ୍ରମଣ ୪ଗୁଣା ଅଧିକ। ଅର୍ଥାତ୍‌ ଜଣେ ବ୍ୟକ୍ତିଙ୍କୁ ୪ଗୁଣା ଅଧିକ ପରିମାଣରେ ୨ଥର ଓମିକ୍ରନ୍ ହେବାର ଆଶଙ୍କା ଅଛି। ତେଣୁ ପ୍ରଥମ ଥର ଓମିକ୍ରନ୍‌ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମଧ୍ୟ ବ୍ୟକ୍ତିକୁ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବାକୁ ହେବ। ନଚେତ୍‌ ଏହାଯୋଗୁଁ ମୃତ୍ୟୁ ହୋଇପାରେ। କରୋନାର ଦୁଇଟି ଟିକାର ଆଣ୍ଟିବଡିଜ୍‌କୁ ମଧ୍ୟ ଓମିକ୍ରନ୍‌ ସହଜରେ ମାରିଦିଏ ବୋଲି ଗବେଷଣାରୁ ଜଣାପଡ଼ିଛି। କରୋନାଠାରୁ ଓମିକ୍ରମ୍‌ର ସଂକ୍ରମଣ ୪ଗୁଣା ଅଧିକ ହେଲେ, ଏଥିପାଇଁ ସଚେତନତା ଓ ସୁରକ୍ଷା ମଧ୍ୟ ୪ ଗୁଣା ଅଧିକ ବୋଲି ଗବେଷକମାନେ କହିଛନ୍ତି। ସୁରକ୍ଷିତ ରହିବା ପାଇଁ ବାହାରକୁ କମ୍‌ ଯିବା, ଫାଷ୍ଟଫୁଡ୍‌ ନ ଖାଇବା, ସଫାସୁତରା ରହିବା, ମସଲାଖାଦ୍ୟଠାରୁ ଦୂରତା ଓ ଡବଲ୍‌ ମାସ୍କ ବ୍ୟବହାର କରିବା ଉପରେ ଗବେଷକମାନେ ଗୁରୁତ୍ବ ଦେଇଛନ୍ତି। ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ନ କରିବା ସବୁଠାରୁ ବଡ଼ ଭୁଲ୍‌ ହେବ। ତେଣୁ ଓମିକ୍ରନ୍‌ର ପ୍ରଭାବ ଜଣାପଡ଼ୁନଥିଲେ ମଧ୍ୟ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର କରନ୍ତୁ। ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସଚେତନ ରୁହନ୍ତୁ।
ଏବେ ଦିନକୁ ଦିନ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ଗୁରୁତ୍ବ ଦେବା ସମ୍ପର୍କିତ ଅଧିକରୁ ଅଧିକ ସଚେତନତା ବାର୍ତ୍ତା ଦିଆଯାଉଛି। ଏସବୁ ବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କାଢ଼ା, ଡ୍ରାଏ ଫୁଡ୍‌ସ ଓ ଗ୍ରୀନ୍‌ ଟିର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏହା ସହିତ ଓମିକ୍ରନ୍‌ଠାରୁ ସୁରକ୍ଷା ଦେବା ପାଇଁ ୮ଟି ସୁପରଫୁଡ୍‌ ଖାଇବା ପାଇଁ ପ୍ରାଧାନ୍ୟ ଦିଆଯାଉଛି। ସେହି ୮ଟି ସୁପର୍‌ଫୁଡ୍‌ ହେଉଛି –
-ଆୟୁର୍ବେଦ ଅନୁଯାୟୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା କ୍ଷେତ୍ରରେ ଘିଅ ହେଉଛି ସବୁଠାରୁ ଉତ୍କୃଷ୍ଟ। ଏହା ଇନ୍‌ଷ୍ଟାଣ୍ଟ୍‌ ଏନର୍ଜି ଦେବା ସହ ତ୍ବଚାଜନିତ ଅନେକ ସମସ୍ୟାର ସମାଧାନ ମଧ୍ୟ ସହଜରେ କରିଥାଏ।
-କନ୍ଦମୂଳରେ ଭିଟାମିନ୍‌ ଏ, ପୋଟାସିୟମ୍‌, ଭିଟାମିନ୍ ସି, ଓ ବିଟା କାରୋଟିନ୍‌ ଭରପୂର ମାତ୍ରାରେ ଥାଏ। ଏହାକୁ ସାଦା କିମ୍ବା କ୍ଷୀର ସହିତ ଖାଇବା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ।
-ଅଁଳାରେ ଥିବା ଔଷଧୀୟ ଗୁଣ ଅନେକ ରୋଗପାଇଁ ରାମବାଣ ଉପଚାର ସଦୃଶ।
-ଖଜୁରାରେ ଭିଟାମିନ୍‌, ମିନେରାଲ୍‌, ଫାଇବର୍‌ ଓ କ୍ୟାଲସିୟମ୍‌ ଥିବାରୁ ଏହାକୁ ଇମ୍ୟୁନ୍‌ ବୁଷ୍ଟର୍‌ ଫୁଡ୍‌ ଭାବେ ଗଣାଯାଉଛି। ତେଣୁ ଏବେ ଓମିକ୍ରନ୍‌କୁ ପ୍ରତିହତ କରିବା ପାଇଁ ଅଧିକ ମାତ୍ରାରେ ଖଜୁରା ଖାଇବା ଆବଶ୍ୟକ।
-ଥଣ୍ଡାଜନିତ ରୋଗବ୍ୟାଧି ଦୂର କରିବା କ୍ଷେତ୍ରରେ ଗୁଡ଼ ବେଶ୍‌ ଲାଭଦାୟକ। ଗୁଡ଼ରେ ଥିବା ଆଇରନ୍‌, ମ୍ୟାଗ୍ନେସିୟମ୍‌, ଜିଙ୍କ୍‌, ସେଲେନିୟମ୍‌ ଓ ପୋଟାସିୟମ୍‌, ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଦ୍ବିଗୁଣା କରିଥାଏ।
-ବାଜରାରେ ଥିବା ନ୍ୟୁଟ୍ରିଅନ୍ସ, ଭିଟାମିନ୍‌, ମିନେରାଲ୍‌, ଫାଇବର୍‌ ଓ ଭିଟାମିନ୍‌ ଶରୀରର ସ୍ନାୟୁ ଓ ମାଂସପେଶୀକୁ ସୁଦୃଢ଼ କରିବା ସହିତ ଶରୀରର ଉତ୍ତାପକୁ ନିୟନ୍ତ୍ରଣ କରେ। ତେଣୁ ସର୍ଦ୍ଦି ଓ ଥଣ୍ଡାକାଶ ଦୂର କରିବା କ୍ଷେତ୍ରରେ ବାଜରା ଭଳି ଅନ୍ୟ ଶସ୍ୟଜାତୀୟ ଖାଦ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ।
-ଅକ୍ସିଡେଟିଭ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଟାରି ଗୁଣ ଯୋଗୁଁ ଅଦା ଖାଇବା ଦ୍ବାରା ଗଳାଜନିତ ସବୁ ସମସ୍ୟା ଦୂର ହୋଇଥାଏ। କାର୍ଡିଓଭସ୍କୁଲାର୍‌ ଡିଜିଜ୍‌, କ୍ୟାନସର୍‌ ଓ ହଜମ ସମସ୍ୟା ଦୂର କରିବା ପାଇଁ ଅଦା ଲାଭଦାୟକ। ତେଣୁ ଏବେ ଓମିକ୍ରନ୍‌ ସମୟରେ ଅଦା ଖାଇବା ଉପରେ ଦୃଷ୍ଟି ଦିଅନ୍ତୁ।
-ଋତୁ ଅନୁଯାୟୀ ମିଳୁଥିବା ଖଟା ଫଳ ଓ ଲେମ୍ବୁରେ ଅଧିକ ପରିମାଣରେ ଭିଟାମିନ୍‌ ସି ଥିବା ଯୋଗୁଁ, ତାହାକୁ ପ୍ରତ୍ୟହ ଖାଦ୍ୟରେ ସାମିଲ କରନ୍ତୁ।
ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଞ୍ଚିଛି ଓମିସ୍ୟୁର କିଟ, ଚାଲିଛି ଡ୍ରାଏ ରନ- ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଞ୍ଚିଛି ଓମିସ୍ୟୁର କିଟ। କିଟ ଆସିବା ପରେ ଏହାର ଡ୍ରାଏ ରନ ଚାଲିଛି। କିଟ ଠିକ ଅଛି କି ନା ନାହିଁ ଟେଷ୍ଟ କରାଯାଉଛି। ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ। ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାକୁ ଏହି କିଟ ପଠାଯିବ। ସହଜରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ। ବର୍ତ୍ତମାନ ୩୦ ହଜାର ଓମିସ୍ୟୁର କିଟ ପହଞ୍ଚିଛି। ଏହାକୁ ପ୍ରଥମ ପର୍ଯ୍ଯାୟରେ ବ୍ରହ୍ମପୁର, କଟକ, ରାଉରକେଲା ଓ ଭୁବନେଶ୍ୱରରେ ବ୍ୟବହାର କରାଯିବ। ଏ ନେଇ ରାଜ୍ଯ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
କରୋନା ଆକ୍ରାନ୍ତଙ୍କ ଜିନମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନ ଆକ୍ରାନ୍ତ କି ନୁହେଁ ତାହା ଜଣାପଡୁଥିଲା। କିନ୍ତୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସ୍ୟୁର ଆସିଗଲେ ଆଉ ଜିନମ ସିକ୍ୱେନ୍ସିଂ ଆବଶ୍ୟକ ପଡିବ ନାହିଁ।  ଜିନମ ସିକ୍ୱେନ୍ସିଂ ପାଇଁ ଓମିକ୍ରନ ଆକ୍ରାନ୍ତଙ୍କ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ଯାହା ଫଳରେ ଓମିକ୍ରନ ତାର କାୟା ବଢାଇଚାଲିଛି। ଯଦି କରୋନା ଆକ୍ରାନ୍ତ ଓମିକ୍ରନ ସଂକ୍ରମିତ ଶୀଘ୍ର ଜଣାପଡିଯିବ ତେବେ ତାଙ୍କୁ ଆଇସୋଲେଟ କରାଯିବ। ଯାହା ଫଳରେ ଓମିକ୍ରନ ତାର କାୟା ବିସ୍ତାର କରିପାରିବନି। ଯାହାକୁ ନଜରରେ ରଖି  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସ୍ୟୁର ଅର୍ଡର କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସ୍ୟୁର କିଟ୍ ଆଣିବା ପାଇଁ ଅର୍ଡର କରାଯାଇଥିବା ବେଳେ ଟାଟା ଏମଡି ଏହି ଅର୍ଡର ରିସିଭ କରିଛି। ଓମିସ୍ୟୁର କିଟ୍ ଆସିବା ଦ୍ୱାରା ଜିନମ୍ ସିକ୍ୱେନ୍ସିଂର ଆଉ ଆବଶ୍ୟକତା ପଡିବନି ଏବଂ ବେଶ ସହଜରେ ଓମିକ୍ରନ ଭୂତାଣୁ ଚିହ୍ନଟ କରାଯାଇପାରିବ ।
ଏଣିକି ଶୀଘ୍ର ଚିହ୍ନଟ ହେବ ଓମିକ୍ରନ ମାମଲା: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍
ଭୁବନେଶ୍ବର: ଏଣିକି  ଓମିକ୍ରନ ମାମଲା ଚିହ୍ନଟ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ।  ଆସନ୍ତା କାଲି ଓଡ଼ିଶା ଆସିବ ଓମିସିଓର କିଟ। ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ ଏହି କିଟ ଆସିବାକୁ ଯାଉଛି । ଟାଟା ଏମଡି ଏହି କିଟ ଓଡ଼ିଶାକୁ ଦେବ। ଏହା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭୁତାଣୁ ଚିହ୍ନଟ କରିବାରେ ସାହାଯ୍ଯ କରିବ।  ଆଉ ଜିନମ ସିକ୍ୱେନ୍ସର ଆବଶ୍ୟକତା ପଡିବନି । ପ୍ରଥମ ପର୍ଯ୍ଯାୟରେ ଟାଟା ଏମଡିକୁ  ୫ ଲକ୍ଷ କିଟ ପାଇଁ ଅର୍ଡର ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।
କରୋନା ଆକ୍ରାନ୍ତଙ୍କ ଜିନମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନ ଆକ୍ରାନ୍ତ କି ନୁହେଁ ତାହା ଜଣାପଡୁଥିଲା। କିନ୍ତୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିଓର ଆସିଗଲେ ଆଉ ଜିନମ ସିକ୍ୱେନ୍ସିଂ ଆବଶ୍ୟକ ପଡିବ ନାହିଁ।  ଜିନମ ସିକ୍ୱେନ୍ସିଂ ପାଇଁ ଓମିକ୍ରନ ଆକ୍ରାନ୍ତଙ୍କ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ଯାହା ଫଳରେ ଓମିକ୍ରନ ତାର କାୟା ବଢାଇଚାଲିଛି। ଯଦି କରୋନା ଆକ୍ରାନ୍ତ ଓମିକ୍ରନ ସଂକ୍ରମିତ ଶୀଘ୍ର ଜଣାପଡିଯିବ ତେବେ ତାଙ୍କୁ ଆଇସୋଲେଟ କରାଯିବ। ଯାହା ଫଳରେ ଓମିକ୍ରନ ତାର କାୟା ବିସ୍ତାର କରିପାରିବନି। ଯାହାକୁ ନଜରରେ ରଖି  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିଓର ଅର୍ଡର କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସିୟର କିଟ୍ ଆଣିବା ପାଇଁ ଅର୍ଡର କରାଯାଇଥିବା ବେଳେ ଟାଟା ଏମଡି ଏହି ଅର୍ଡର ରିସିଭ କରିଛି। ଓମିସିଓର କିଟ୍ ଆସିବା ଦ୍ୱାରା ଜିନମ୍ ସିକ୍ୱେନ୍ସିଂର ଆଉ ଆବଶ୍ୟକତା ପଡିବନି ଏବଂ ବେଶ ସହଜରେ ଓମିକ୍ରନ ଭୂତାଣୁ ଚିହ୍ନଟ କରାଯାଇପାରିବ ।
କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର। ଏହି କିଟ ଆସିବା ଦ୍ବାରା ରାଜ୍ୟକୁ ଲୋକଙ୍କ ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ପଡ଼ିବ ନାହିଁ। ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଜଣାପଡ଼ିଯିବ। ଓଡ଼ିଶାର ପାଞ୍ଚ ଲକ୍ଷ ଓମିସିୟର କିଟ୍‌ ଅର୍ଡର ପରେ ଟାଟା ଏମଡିର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଗିରିଶ କ୍ରିଷ୍ଣମୂର୍ତ୍ତି କହିଥିଲେ, “ଓମିସିଓର ହେଉଛି ଏକମାତ୍ର ଟେଷ୍ଟ୍ କିଟ୍ ଯାହା  ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିପାରିବ। ଏହା ଉପରେ ଭରସା କରି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ଅର୍ଡର କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ।
ଆଜିଠୁ ରାଜ୍ୟର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ; କୋଭିଡ ଏନ୍‌ଫୋର୍ସମେଣ୍ଟ ପାଇଁ ପୁଲିସ ପ୍ରସ୍ତୁତ, କଟକଣା ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ
କଟକ: କରୋନା ମହାମାରୀ ସମୟରେ ପୁଲିସ ଏକ ଗୁରୁଦାୟିତ୍ୱ ନିର୍ବାହ କରିଆସୁଛି। ଗତ ୨୦୨୦ରୁ ଅଦ୍ୟାବଧି ଓଡ଼ିଶା ପୁଲିସ କୋଭିଡ ଗାଇଡଲାଇନ ଉଲଂଘନ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏବେ ତୃତୀୟ ଲହର ବା ଓମିକ୍ରନ ଭୂତାଣୁ ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା ଆଜିଠାରୁ ଲାଗୁ କରାଯିବ। ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ତେବେ ଗତ ୪୮ ଘଣ୍ଟାରେ ରାଜ୍ୟରେ କୋଭିଡ ନିୟମ ଉଲଂଘନ ପାଇଁ ପ୍ରାୟ ୫୫ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଗତ ୫ ଓ ୬ତାରିଖରେ ଏହି କ୍ରମରେ ୧୪୦୦ରୁ ଅଧିକ ଗାଡି ଜବତ କରାଯାଇଥିବା ବେଳେ ୩୦ରୁ ଅଧିକଙ୍କୁ ପୁଲିସ ଗିରଫ ମଧ୍ୟ କରିଛି ।
ପୁଲିସ ମୁଖ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ଜିଲ୍ଲା ପୁଲିସକୁ ଏନଫୋର୍ସମେଣ୍ଟ ଉପରେ ନଜର ରଖିବାକୁ କୁହାଯାଇଛି। ନାଇଟ୍ କର୍ଫ୍ୟୁ ଉଲଂଘନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଡିଜି ସୁନୀଲ କୁମାର ବଂଶଲ କହିଛନ୍ତି। ସେହିପରି ମାସ୍କ ଚେକିଂ ଓ ସାମାଜିକ ଦୂରତା ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ଆଜିଠାରୁ ତ୍ବରାନ୍ବିତ କରାଯିବ ବୋଲି ଜଣାପଡ଼ିଛି। ସହରାଞ୍ଚଳ ପୁଲିସ ଥାନା ସ୍ତରରେ ଦୋକାନ ବଜାର ନିର୍ଦ୍ଧାରିତ ସମୟ ଆଗରୁ ବନ୍ଦ କରିବାକୁ ମାଇକ ପ୍ରଚାର କରି ସଚେତନ କରାଇବ। ତେବେ ଆଇନ ଉଲ୍ଲଙ୍ଘନ କଲେ ଦୋକାନ ଗୁଡିକୁ ୭ଦିନ ପାଇଁ ବନ୍ଦ କରିଦିଆଯିବା କଟକଣାକୁ କଡାକଡି ଭାବେ ପାଳନ କରାଯିବ ବୋଲି ଜଣାପଡ଼ିଛି।
ଯେହେତୁ ଏବେ ପୁଣି ବିବାହ ଋତୁ ଆରମ୍ଭ ହେଉଛି, ଏହା ଉପରେ ମଧ୍ୟ ପୁଲିସ କଡା ନଜର ରଖିବ । ବିଗତ କିଛି ଦିନ ହେବ ବିବାହ ମହୋତ୍ସବଗୁଡିକ ବେଶ ଧୂମଧାମରେ ପାଳନ ହେଉଥିଲା। ଯେଉଁଥିରେ ସହସ୍ରାଧିକ ଲୋକ ଏକତ୍ରିତ ହେଉଥିଲେ। ନୂତନ ମାର୍ଗଦର୍ଶିକା ଅନୁସାରେ ମାତ୍ର ୧୦୦ଜଣଙ୍କୁ ନେଇ ବିବାହ ଭୋଜି କରିବାକୁ ଉଲ୍ଲେଖ ରହିଛି। ଗ୍ରାମାଞ୍ଚଳରେ ଏହି କଟକଣା ଉଲ୍ଲଙ୍ଘନ ହେବାର ସମ୍ଭାବନା ମଧ୍ୟ ରହିଛି। ଏଣୁ ଗ୍ରାମାଞ୍ଚଳ ପୁଲିସ ଥାନା ଏଗୁଡିକ ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ଜିଲ୍ଲା ସ୍ତରରେ ଏସପିମାନେ ମଧ୍ୟ ସତର୍କ କରାଇଛନ୍ତି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଗାଁଗହଳିରେ ଏବେ ରାଜନୈତିକ ସମାବେଶ ଚାଲିଛି । ଯେଉଁଠି ଶତାଧିକ ଲୋକ ଏକତ୍ରିତ ହେଉଛନ୍ତି। ଏପରି ସମାବେଶ ଗାଇଡଲାଇନ ଅନୁସାରେ କରାଯାଉ ନଥିଲେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।
ଦେଶରେ ଆଉ ଜଣଙ୍କ ଜୀବନ ନେଲା ଓମିକ୍ରନ୍, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
ନୂଆଦିଲ୍ଲୀ: ସାରା ଦେଶର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଭିତରେ ଭାରତରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ଜଣେ ବୃଦ୍ଧ ଓମିକ୍ରନ ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି । ଓମିକ୍ରନରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ରାଜସ୍ଥାନର ଉଦୟପୁରର ଅଟନ୍ତି । ପ୍ରାଣ ହରାଇଥିବା ବୃଦ୍ଧଙ୍କର ବୟସ ୭୩ ବର୍ଷ ହେବ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ବ୍ୟକ୍ତି ଓମିକ୍ରନରେ ମୃତ୍ୟୁ ବରଣ କରିଛନ୍ତି ସେ କରୋନାର ଉଭୟ ଡୋଜ ଟିକା ନେଇଥିଲେ ।
ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ୧୫ ଡିସେମ୍ବରରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ସାମ୍ପ୍ୟୁଲ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଜିନେମ ସିକ୍ୱେନ୍ସିଂ ରିପୋର୍ଟରେ ସେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ । ତେବେ ଗତକାଲି ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ଆଜି ସେ ମୃତ୍ୟୁ ବରଣ କରିଛନ୍ତି । ଏହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । ଏହା ବ୍ୟତୀତ ଗତକାଲି ମହାରାଷ୍ଟ୍ରରେ ଭାରତର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା ।
ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ
ମୁମ୍ବଇ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହା ଦେଶରେ ପ୍ରଥମ ଓମିକ୍ରନ ଜନିତ ମୃତ୍ୟୁ । ମହାରାଷ୍ଟ୍ରର ପିମ୍ପ୍ରି ଅଞ୍ଚଳର ୫୨ ବର୍ଷ ବୟସ୍କ ଏହି ବ୍ୟକ୍ତିଜଣକ ନାଇଜେରିଆରୁ ଫେରିଥିଲେ । ତାଙ୍କର ନମୁନା ପରୀକ୍ଷା କରାଯିବା ପରେ ସେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପରେ ଜିନୋମ ସିକ୍ୱେନସିଂରୁ ସେ ଓମିକ୍ରନରେ ଆକ୍ରାନ୍ତ ଥିବା ସାମନାକୁ ଆସିଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ତେବେ ତାଙ୍କର ମୃତ୍ୟୁ ଘଟିଛି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ କୁହାଯାଇଛି ।
୫ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୨ରୁ ୪୪ ବର୍ଷ ମଧ୍ୟରେ ରହିଛି । ଚାରି ଜଣ କାତାର, କଙ୍ଗୋ, ୟୁଏଇରୁ ଫେରିଥିବା ସୂଚନା ମିଳିଥିବା ବେଳେ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ । ସଂକ୍ରମିତ ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି। ସେହି ବ୍ୟକ୍ତି ଜଣକ ରାୟପୁର ଓ ହାଇଦ୍ରାବାଦ ଯାଇଥିଲେ । ସମସ୍ତଙ୍କର କଂଟାକ୍ଟ ଟ୍ରେସିଂ ସରିଛି । ଜଣକର ପଜିଟିଭ ଆସିଛି । ତାଙ୍କ ରିପୋର୍ଟକୁ ଜିନମ ସିକ୍ୱେନସିଂ ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଦୁଇ ଜଣଙ୍କ କଂଟାକ୍ଟ ଟ୍ରେସିଂ ରିପୋର୍ଟ ନେଗେଟିଭ ରହିଥିବା ବେଳେ ଅନ୍ୟ ୨ଜଣଙ୍କର କଂଟାକ୍ଟ ଟ୍ରେସିଂ ରିପୋର୍ଟ ଆସିନାହିଁ ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ଓମିକ୍ରନର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ।
ରାଜସ୍ଥାନରେ ଓମିକ୍ରନ୍ ଆତଙ୍କ, ଗୋଟିଏ ଦିନରେ ୨୧ ଆକ୍ରାନ୍ତ ଚିହ୍ନଟ
ଜୟପୁର: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଭାରତରେ ୪୦୦ ପାର କଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜସ୍ଥାନରେ ଓମିକ୍ରନର ୨୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ଜୟପୁରରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜମେରରୁ ୬, ଉଦୟପୁରରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଫେରିଥିବା ଜଣାପଡ଼ିଛି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ ୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଜୟପୁରରେ ସବୁଠାରୁ ଅଧିକ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜସ୍ଥାନ ବ୍ୟତୀତ ମହାରାଷ୍ଟ୍ରରେ ବି ଅଧିକ ସଂଖ୍ୟାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ହାସଲ କରିସାରିଛି । ମହାରାଷ୍ଟ୍ରରେ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଏପରି ସ୍ଥିତିରେ ଆଗକୁ ନୂଆବର୍ଷ ଥିବାରୁ ଅନେକ ରାଜ୍ୟ ନାଇଟ କର୍ଫ୍ୟୁ ଲାଗୁ କରିସାରିଲେଣି ।
ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ଉତ୍ତର ଭାରତରେ ବୃଦ୍ଧି ହୋଇନାହିଁ ଦକ୍ଷିଣ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତାମିଲନାଡୁରେ ୩୪ ମାମଲାରେ ଚିହ୍ନଟ ହୋଇଥିବାବେଳେ କେରଳରେ ୩୭, ତେଲାଙ୍ଗାନାରେ ୩୮ ମାମଲା ଚିହ୍ନଟ ହୋଇଛି । ବଢ଼ୁଥିବା ମାମଲାକୁ ଦେଖି କୁହାଯାଉଛି କି ଆସନ୍ତା ବର୍ଷ ଫେବ୍ରୁଆରୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପିକରେ ରହିବ । ଏପରି ସ୍ଥିତିରେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ନେଇ ଚିନ୍ତା କରୁଥିବା କୁହାଯାଇଛି ।
ଭୟ ବଢାଉଛି ଓମିକ୍ରନ : ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍‌, ଟିକାକରଣ ସହ କରିବେ କୋଭିଡ ସ୍ଥିତିର ସମୀକ୍ଷା
ନୂଆଦିଲ୍ଲୀ : ଦେଶରେ ବଢିବାରେ ଲାଗିଛି ଓମ୍ରିକନ ସଂକ୍ରମିତଙ୍କ ସଂଖ୍ୟା। ଏପର୍ଯ୍ୟନ୍ତ ଦେଶର ୧୭ ରାଜ୍ୟରୁ ୪୧୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛନ୍ତି।ମହାରାଷ୍ଟ୍ରରୁ ସବୁଠୁ ଅଧିକ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିଲ୍ଲୀରୁ ୭୯, ଗୁଜରାଟରୁ ୪୩, ତେଲେଙ୍ଗାନାରୁ ୩୮ ଜଣ ଓମିକ୍ରନ୍ ପଜିଟିଭ୍ ବାହାରିଛନ୍ତି । କେରଳରେ ନୂଆ ଭାରିଆଣ୍ଟରେ ୩୭ ଓ ତାମିଲନାଡୁରେ ୩୪, କର୍ଣ୍ଣାଟକ ୩୧ ଓ ରାଜସ୍ଥାନରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି। ଏଥି ସହିତ ହରିଆଣା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରୁ ୪ ଟି ଲେଖାଏଁ ଓମିକ୍ରନ ମାମଲା ଆସିଛି।
COVID19 | A total of 415 #Omicron cases were reported in 17 States/UTs of India so far. The number of persons recovered is 115: Union Health Ministry pic.twitter.com/DXuW4LBTeT
— ANI (@ANI) December 25, 2021
ସେହିପରି ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀରରୁ ୩ଜଣ ଏବଂ ଉତ୍ତରପ୍ରଦେଶରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଣ୍ଡିଗଡ଼, ଲଦାଖ ଓ ଉତ୍ତରାଖଣ୍ଡରୁ ଜଣେ ଲେଖାଏଁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ମାତ୍ର କିଛି ଦିନ ମଧ୍ୟରେ ଓମିକ୍ରନ ଏପରି କାୟାବିସ୍ତାର କରିବା ପରେ ଆଲର୍ଟରେ କେନ୍ଦ୍ର ସରକାର । ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌ଜନିତ ଭୟ ଏବଂ ହଠାତ୍‌ କୋଭିଡ୍‌-୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ହେତୁ ଅନ୍ୟୂନ ୧୦ଟି ରାଜ୍ୟରେ ‘ମଲ୍‌ଟି-ଡିସିପ୍ଲିନାରି ଟିମ୍‌’ ମୁତୟନ କରିବା ଲାଗି ଆଜି କେନ୍ଦ୍ର ସରକାର କହିଛନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସ୍ଥିତି ସମୀକ୍ଷା ଲାଗି ୧୦ଟି ରାଜ୍ୟ ଗସ୍ତ କରିବେ କେନ୍ଦ୍ରୀୟ ଟିମ । ଯେଉଁଠାରେ ଓମିକ୍ରନ୍ ଏବଂ କୋଭିଡ-19 ମାମଲାରେ ବୃଦ୍ଧି ଘଟୁଛି କିମ୍ବା ଟିକାକରଣ ଗତି ମନ୍ଥର ରହିଛି । ଏସବୁ ସ୍ଥାନ ପରିଦର୍ଶନ କରିବ ଟିମ୍ ।
#COVID19 | Multi-disciplinary Central teams to be deployed in Kerala, Maharashtra, Tamil Nadu, West Bengal, Mizoram, Karnataka, Bihar, Uttar Pradesh, Jharkhand, and Punjab.
— ANI (@ANI) December 25, 2021
ଏ ସଂକ୍ରାନ୍ତରେ ଜାରି ବିବୃତିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଞ୍ଜାବରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି କାରଣ ଉପରେ ଧ୍ୟାନ ଦେବାକୁ ‘‘ମଲ୍‌ଟି-ଡିସିପ୍ଲିନାରି ସେଣ୍ଟ୍ରାଲ୍‌ ଟିମ୍‌’ ମୁତୟନ କରାଯିବ।ଟିମ୍ ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କୋଭିଡ ସ୍ଥିତି ନେଇ ଆଲୋଚନା କରିବ । ଏହାସହ କେନ୍ଦ୍ରୀୟ ଟିମ୍ ପ୍ରତ୍ୟେକ ରାଜ୍ୟରେ କୋଭିଡ ଟୀକାକରଣର ଅଗ୍ରଗତି ଯାଞ୍ଚ କରିବେ । ସେହିଭଳି ସର୍ଭେଲାନ୍ସ, କଣ୍ଟେନମେଣ୍ଟ ଜୋନ ପରିଚାଳନା, ଟେଷ୍ଟିଂ, ଟିକାକରଣ, ଜିନୋମ ସିକ୍ୱେନ୍ସିଂ, ହସ୍ପିଟାଲ ପରିଚାଳନା, ଶଯ୍ୟା ସଂଖ୍ୟା, ଭେଣ୍ଟିଲେଟର, ଆମ୍ବୁଲାନ୍ସ, ଅକ୍ସିଜେନ ପ୍ରସଙ୍ଗରେ ଏହି ଟିମ୍ ସମୀକ୍ଷା କରିବେ।
ଚିନ୍ତା ବଢାଇଲା ଓମିକ୍ରନ: ରାଜ୍ଯରୁ ଚିହ୍ନଟ ହେଲେ ଆଉ ୨ ଆକ୍ରାନ୍ତ
ଭୁବନେଶ୍ବର: ଓଡିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିବା ସୂଚନା ରହିଛି । ପୂର୍ବରୁ ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଓଡିଶାରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ୨ଜଣ ନାଇଜେରିଆରୁ ଫେରିଥିଲେ । ସେମାନେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ଲୋକସେବା ଭବନରେ ଓମିକ୍ରନ୍ ମୁକାବିଲା ନେଇ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର: ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ସାରା ବିଶ୍ୱରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଗତକାଲି ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟକୁ ଚିନ୍ତା ଘାରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ଲୋକସେବା ଭବନରେ ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହେବ ।
ବୈଠକରେ ଓମିକ୍ରନ ମୁକାବିଲା କିପରି କରିହେବ ସେନେଇ ଆଲୋଚନା ହେବ । ମଧ୍ୟାହ୍ନ ୧୨ଟା ୩୦ମିନିଟରେ ଏହି ବୈଠକ ବସିବ। ଏଥିରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି ଯୋଗଦେବେ ବୋଲି ଜଣାପଡ଼ିଛି ।