Another white crocodilein Bhitarkanika - The Sakala

ଭିତରକନିକାରେ ନୂଆ ଅତିଥି : ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଆଉ ଏକ ଧଳା କୁମ୍ଭୀର
ରାଜନଗର :  ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଧଳା କୁମ୍ଭୀର ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭିତରକନିକାକୁ ବୁଲି ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ଏହି ୩ ବର୍ଷର ଧଳା କୁମ୍ଭୀରକୁ ଦେଖିବାକୁ ଭିଡ ଜମାଉଛନ୍ତି । ଏହି ୩ ବର୍ଷର ଛୁଆ ଧଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଆବଦ୍ଧ କୁଣ୍ଡରେ ପହଁଚିବା ଓ ଖରା ପୋଇଁବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ମତୁଆଲା କରୁଛି । ଭିତରକନିକାର ଡାଙ୍ଗମାଳଠାରେ ପୂର୍ବରୁ ଗୋରୀ ଓ ମଲ୍ଲୀ ଦୁଇଟି ଧଳା କୁମ୍ଭୀର ଥିବା ବେଳେ ଏବେ ଧଳା କୁମ୍ଭୀର ସଂଖ୍ୟା ୩ରେ ପହଁଚିଛି ।

୧୯୭୫ ମସିହାରେ ୧୧୫ ବର୍ଗ କିମି ଅଂଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା । ସେହି ବର୍ଷ କାଳିଭଞ୍ଜଡିଆ ସଂରକ୍ଷିତ ଜଙ୍ଗଲରୁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା । ସେଥିମଧ୍ୟରୁ ଗୋଟିଏ ଛୁଆ ଧଳା ରଙ୍ଗର ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଶଙ୍ଖ ମଲମଲ ପରି ଦେହକୁ ଦେଖି ତା ନାଁ ଗୋରୀ ରଖା ଯାଇଥିଲା । ଗୋରୀ ଜନ୍ମ ହେବାର ଦୀର୍ଘ ବର୍ଷ ଯାଏଁ ଭିତରକନିକାରେ ଧଳା କୁମ୍ଭୀର ଦେଖିବାକୁ ମିଳିନଥିଲା । ୨୦୦୩ ମସିହାରେ ବାଙ୍କୁଆଳ ଗାଁ ପଛ ଜଙ୍ଗଲରୁ ଦୁଇଟି ଧଳା କୁମ୍ଭୀର ଛୁଆଙ୍କୁ ଦେଖିବାକୁ ମିଳିଥିଲା । ଗୋଟିଏ ସବୁଠୁ ସଫା ଦିଶୁଥିବା ଧଳା କୁମ୍ଭୀର ମଲ୍ଲୀକୁ ଆଣି ଏକ ଆବଦ୍ଧ ପୋଖରୀରେ ରଖାଯାଇଥିଲା । ଗୋରୀ ବୟସାଦ୍ଧିକ ହେତୁ ରଙ୍ଗ କମି ଆସୁଥିବା ବେଳେ ମଲ୍ଲୀ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଗତ କିଛି ବର୍ଷ ହେଲା ମଲ୍ଲୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ମାତ୍ର ଚଳିତ ବର୍ଷ ଭିତରକନିକାର ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ଖରାପୋଇଁବା ଓ ଆବଦ୍ଧ କୁଣ୍ଡରେ ପହଁରିବାର ଦୃଶ୍ୟ ଦେଖିବାକୁ ମିଳୁଛି । ୨୦୧୮ରେ ଭିତରକନିକା ଗଞ୍ଜେଇଖିଆ ଠାରେ ଏକ କୁମ୍ଭୀର ବସା ଜୁଆର ମାଡରେ ନଷ୍ଟ ହୋଇଯାଇଥିଲା । ସେହି ବସାରୁ ୫୮ଟି ଅଣ୍ଡା ସଂଗ୍ରହ କରାଯାଇ ପ୍ରଜନନ କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା । ୫୮ଟି ଅଣ୍ଡାରୁ ୩୨ଟି ଛୁଆ ବାହାରିଥିଲା । ଛୁଆ ବାହାରିବା ସମୟରେ ଛୁଆ ଗୁଡିକ ଛୋଟ ହୋଇଥିବାରୁ ସେମାନଙ୍କ ରଙ୍ଗ ଜାଣି ହେଉନଥିଲା । ମାତ୍ର ପରେ ପ୍ରଜନନ କେନ୍ଦ୍ରର କୁଣ୍ଡ ମଧ୍ୟରେ ଧଳା କୁମ୍ଭୀର ଛୁଆ ପହଁରୁଥିବା ଦୃଷ୍ଟି ଆକର୍ଷଣ କରିଥିଲା । ଧଳା କୁମ୍ଭୀର ଛୁଆ ଖବର ମଧ୍ୟ ପ୍ରକାଶ ପାଇଥିଲା । ମାତ୍ର ଧଳା କୁମ୍ଭୀର ଛୁଆ ଦେଖିବାକୁ ଭିଡ ହେବାର ଆଶଙ୍କା ରଖି ବନବିଭାଗ ପକ୍ଷରୁ ଧଳା କୁମ୍ଭିର ଛୁଆ ନଥିବା ନେଇ କୁହାଯାଇଥିଲା । ମାତ୍ର ଚଳିତ ବର୍ଷ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ପହଁରୁଥିବା ଓ ଖରା ପୋଉଁଥିବା ଦୃଶ୍ୟ ପର୍ଯ୍ୟଟକମାନେ ଦେଖିବାକୁ ପାଇଛନ୍ତି । ବନବିଭାଗ ସୂଚନା ମୁତାବକ ଏହି ଧଳା କୁମ୍ଭୀର ଛୁଆକୁ ବର୍ତମାନ ୩ ବର୍ଷ ୪ମାସ ଚାଲିଛି । ଏହା ପାଖାପାଖି ୨ ଫୁଟ ଲମ୍ବର ହୋଇଗଲାଣି । ପ୍ରତିଦିନ ଏହି ଛୁଆକୁ ୧୫୦ ଗ୍ରାମର ଜୀବନ୍ତ ଚିଙ୍ଗୁଡି ଖାଇବାକୁ ଦିଆଯାଉଛି । ଏହି ଧଳା କୁମ୍ଭିର ଛୁଆକୁ ଦେଖିବାକୁ ପର୍ଯ୍ୟଟକମାନେ ଭିଡ ଜମାଉଛନ୍ତି ।