Gas Cylinder Price - The Sakala

ସେପ୍ଟେମ୍ବର ପହିଲାରୁ ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼; ୩୯ଟଙ୍କା ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍‌
ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଗ୍ରାହକଙ୍କୁ ପୁଣି ମହାଙ୍ଗା ମାଡ଼ । ୩୯ ଟଙ୍କା ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍‌ । ଅଗଷ୍ଟ ମାସ ପରେ ପୁଣି ଥରେ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ପାଇଛି । ଆଜିଠୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ ତୈଳ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି।

ଏହି ବର୍ଦ୍ଧିତ ଦର ସକାଳ ୬ଟାରୁ ଲାଗୁ ହୋଇଛି । କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିବା ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ସିଲିଣ୍ଡର ୧୬୫୨.୫୦ ଟଙ୍କାରୁ ବଢ଼ି ୧୬୯୧.୫୦ ଟଙ୍କା ହୋଇଛି । ସେହିପରି କୋଲକାତାରେ ବ୍ୟବସାୟିକ ରୋଷେଇ ଗ୍ୟାସ ଦର ୧୭୬୪.୫୦ ଟଙ୍କାରୁ ବୃଦ୍ଧି ପାଇ ୧୮୦୨.୫୦ ଟଙ୍କାରେ ପହଞ୍ଚିଥିବାବେଳେ ମୁମ୍ବାଇରେ ୧୬୪୪ଟଙ୍କା ଓ ଚେନ୍ନାଇରେ ଗ୍ୟାସ ସିଲିଣ୍ଡିର ମୂଲ୍ୟ ୧୮୧୭ ଟଙ୍କାରୁ ୧୮୫୫ ଟଙ୍କାରେ ପହଞ୍ଚିଛି ।

ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼; ୨୦୯ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର
ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭରୁ ପୁଣି ଖାଉଟିଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କେଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି କରିଦେଇଛନ୍ତି। ଆଜିଠାରୁ ଏହି ନୂଆ ଦର କାର୍ଯ୍ୟକାରୀ ହେବ। ଏହି ମୂଲ୍ୟବୃଦ୍ଧି ସହିତ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ମିଳିବ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୧ ତାରିଖରେ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରିଥିଲେ। ଏହା ପରେ ଦିଲ୍ଲୀରେ ୧୯ କେଜିର ଗ୍ୟାସ ମୂଲ୍ୟ ହ୍ରାସ ପାଇଁ ୧,୫୨୨ ଟଙ୍କାରେ ପହଞ୍ଚି ଥିଲା। ପୂର୍ବରୁ ଅଗଷ୍ଟରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୯୯.୭୫ ଟଙ୍କା ହ୍ରାସ କରାଯାଇଥିଲା। ଏପରି ଭାବେ ଗତ ୨ ମାସରେ ବାଣିଜ୍ୟିକ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ପ୍ରାୟ ୨୫୮ ଟଙ୍କା ହ୍ରାସ କରାଯାଇଥିଲା। ଏବେ ପୁଣି ୨୦୯ ଟଙ୍କା ବୃଦ୍ଧି କରାଯାଇଛି। ମୂଲ୍ୟବୃଦ୍ଧି ଉପରେ ଏହା ପ୍ରଭାବ ପକାଇବ। ବିଶେଷ କରି ରେସ୍ତୋରାଁରେ ଖାଇବା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡ଼ିପାରେ। ଏହା ସହିତ ସାମଗ୍ରୀ ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ।

ଘରୋଇ ଏଲପିଜି ସିଲିଣ୍ଡର ହେଲା ମହଙ୍ଗା
ନୂଆଦିଲ୍ଲୀ : ମହଙ୍ଗା ହେଲା ଘରୋଇ ଏଳପିଜି ସିଲିଣ୍ଡର। ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ରାଜଧାନୀ ଦିଲ୍ଲୀରେ ବୁଧବାରଠାରୁ ଘରୋଇ ଏଲପିଜି ସିଲିଣ୍ଡରର ଦାମ ୧୧୦୩ ଟଙ୍କା ହୋଇଯାଇଛି। ପୂର୍ବରୁ ଏହାର ଦାମ ୧୦୫୩ ଟଙ୍କା ଥିଲା। ସେହିପରି କମର୍ସିଆଲ ସିଲିଣ୍ଡର ଦାମ ବି ବୃଦ୍ଧି କରାଯାଇଛି। କମର୍ସିଆଲ ସିଲିଣ୍ଡରର ଦାମ ୩୫୦ ଟଙ୍କା ବୃଦ୍ଧି କରାଯାଇଛି। ହୋଲି ପୂର୍ବରୁ ଏହା ଗ୍ରାହକଙ୍କୁ ବଡ ଝଟକା ଦେଇଛି।

୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା
ଜୟପୁର: ରାଜସ୍ଥାନରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର । ଏପ୍ରିଲ ପହିଲାରୁ ରାଜସ୍ଥାନରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ଦର ୫୦୦ ଟଙ୍କା ହେବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ସାରା ଦେଶରେ ଗ୍ୟାସ ଦର ଲୋକଙ୍କୁ କନ୍ଦାଇ ଦେଇଥିବାବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଏହି ଖୁସି ଖବର। ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍‌ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ । ତେବେ ଏହି ଘୋଷଣା ସମସ୍ତଙ୍କ ପାଇଁ ନୁହେଁ । ଏହା କେବଳ ଗରିବ ଏବଂ ଉଜ୍ଜଳା ଗ୍ୟାସ ଯୋଜନାର ହିତାଧିକାରୀଙ୍କ ପାଇଁ ଉପଲବ୍ଧ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାରତ ଯୋଡ଼ୋ ଯାତ୍ରାର ଅବସରରେ ନିଜର ସମ୍ବୋଧନରେ ଗ୍ୟାସ ଟାଙ୍କି ମୂଲ୍ୟ ଅଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଅଲୱର ଜିଲ୍ଲାର ମାଲାଖେଡାରେ ଏକ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି ଯେ, ଆମେ ଏକ କ୍ୟାଟେଗୋରୀ ବନାଉଛୁ । ଏହି କ୍ୟାଟେଗୋରୀର ଲୋକଙ୍କୁ ୧୦୫୦ ଟଙ୍କାର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ୫ଶହ ଟଙ୍କାରେ ଦେବୁ ।

ଆଗାମୀ ମାସରେ ଆମେ ବଜେଟ୍ ପ୍ରସ୍ତୁତ କରିବୁ, ସେଥିରେ ରୋସେଇରୁ ମହଙ୍ଗାର ବୋଝ଼ କମ୍ କରିବା ପାଇଁ କିଟ୍ ବାଣ୍ଚିବାର ଯୋଜନା ଆଣିବୁ । ସେ କହିଛନ୍ତି, ପୂର୍ବରୁ ଇନକମ୍ ଟ୍ୟାକ୍ସ, ଇଡିକୁ ନେଇ ଡରୁଥିଲେ, ଏବେ ଏମାନେ ନିଜ ଡରି ହୋଇ ରହିଛନ୍ତି । ଦେଶରେ ଲୋକତତନ୍ତ୍ରର ଚେର କମଜୋର ନୁହେଁ । ରାହୁଲ ଗାନ୍ଧି ଏକ ଉଦ୍ଦେଶ୍ୟ ନେଇ ଚାଲୁଛନ୍ତି । ସ୍ୱାଧିନତା ପରେ ପ୍ରଥମଥର ଭାରତ ଯୋଡୋ ଯାତ୍ରା ହେଉଛି ।

ଡିସେମ୍ବର ପହିଲାରୁ ହୋଇପାରେ ଏହି ୫ ବଡ ପରିବର୍ତ୍ତନ, ଯାହା ଆପଣ ଜାଣିବା ଜରୁରୀ…
ନୂଆଦିଲ୍ଲୀ: ନଭେମ୍ବର ମାସ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ପରବର୍ତ୍ତୀ ମାସ ଅର୍ଥାତ୍ ଡିସେମ୍ବରରେ ଏହାସହିତ ଅନେକ ପରିବର୍ତ୍ତନ ଆସିବ। ଏମିତିକି ବର୍ତ୍ତମାନ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ସିଲିଣ୍ଡରର ଉଚ୍ଚ ଦର ପାଇଁ ପ୍ରଭାବିତ ଖାଉଟିଙ୍କ ପାଇଁ ପହିଲାରୁ ଆଶ୍ବସ୍ତି କଲା ଭଳି ଖବର ଆସିପାରେ। କାରଣ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସର ଯଥେଷ୍ଟ ସମ୍ଭାବନା ରହିଛି। ଡିସେମ୍ବର ୧ରୁ ବ୍ୟାଙ୍କିଙ୍ଗ୍ ଏବଂ ଇପିଏଫ୍ଓ ସହିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ। ଏହିପରି ଭାବେ ନୂଆ ମାସରୁ ୫ଟି ବଡ ପରିବର୍ତ୍ତନ ଆଶା କରାଯାଉଛି।

୧ :- ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ ହୋଇପାରେ

ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରିଥାନ୍ତି। ବର୍ତ୍ତମାନ ଘରୋଇ ବଜାରରେ ଏଲ୍‌ପିଜି ଦର ଆକାଶଛୁଆଁ ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଏବେ ଏହାର ସମୀକ୍ଷା କରିପାରନ୍ତି ବୋଲି ଆଶା କରାଯାଉଛି। କାରଣ ନିକଟରେ ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇ ତୈଳ ତାତିକୁ କିଛି ମାତ୍ରାରେ କମାଇପାରିଛନ୍ତି। ଯାହା ଅନୁମାନ କରାଯାଉଛି ସରକାର ପେଟ୍ରୋଲ ଏବଂ ଡିଜେଲ ଭଳି ଏଲ୍‌ପିଜି ଦରରେ ହ୍ରାସ କରିପାରନ୍ତି।

୨ :- ଆଧାର ୟୁଏଏନ୍‌ ଲିଙ୍କ୍ ନ ହେଲେ ପିଏଫ୍‌ ଟଙ୍କା ବନ୍ଦ

ନଭେମ୍ବର ୩୦ ସୁଦ୍ଧା ୟୁନିଭର୍ସାଲ୍ ଆକାଉଣ୍ଟ ନମ୍ବର (ୟୁଏଏନ୍‌)କୁ ଆଧାର କାର୍ଡ ସହିତ ଲିଙ୍କ୍ କରିବା ଆବଶ୍ୟକ। ଏପରି ପରିସ୍ଥିତିରେ, ଯଦି ଆପଣ ନଭେମ୍ବର ୩୦ ସୁଦ୍ଧା ତାହା କରିବାକୁ ସକ୍ଷମ ନ ହୁଅନ୍ତି, ତେବେ ଡିସେମ୍ବର ୧ ରୁ କମ୍ପାନୀରୁ ଆସୁଥିବା ଯୋଗଦାନ ବାବଦ ଅର୍ଥ ଆପଣଙ୍କ ଆକାଉଣ୍ଟରେ ବନ୍ଦ ହୋଇଯିବ। ଏହାବ୍ୟତୀତ ଯଦି ଆପଣ ଆଧାର କାର୍ଡକୁ ଲିଙ୍କ୍ କରନ୍ତି ନାହିଁ, ତେବେ ଆପଣ ଇପିଏଫ୍‌ ଆକାଉଣ୍ଟରୁ ଟଙ୍କା ଉଠାଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

୩ :- ଏସବିଆଇ କ୍ରେଡିଟ କାର୍ଡରେ କ୍ରୟ ପାଇଁ ଦେବେ ଚାର୍ଜ

ଯଦି ଆପଣଙ୍କର ଏକ ଏସ୍‌ବିଆଇ କ୍ରେଡିଟ୍ କାର୍ଡ ଅଛି, ତେବେ ଆସନ୍ତା ମାସରୁ ଏହା ମାଧ୍ୟମରେ କ୍ରୟ କରିବା ଆପଣଙ୍କ ପାଇଁ ମହଙ୍ଗା ହେବ। ପ୍ରତ୍ୟେକ କ୍ରୟ ଉପରେ କାର୍ଡଧାରୀ ୯୯ ଟଙ୍କା ଏବଂ ଟିକସ ଅଲଗା ଅଲଗା ଦେବାକୁ ପଡିବ। ଏହା ଏକ ପ୍ରେସେସିଂ ଫି ହେବ। ଏସ୍‌ବିଆଇ ଅନୁଯାୟୀ, ଡିସେମ୍ବର ପହିଲାରୁ ସମସ୍ତ ବ୍ୟବସାୟୀ ଇଏମ୍‌ଆଇ କାରବାରକୁ ପ୍ରକ୍ରିୟାକରଣ ଚାର୍ଜ ଏବଂ ଟିକସ ଭାବରେ ୯୯ ଟଙ୍କା ଦେବାକୁ ପଡିବ। ପ୍ରଥମେ ଏସବିଆଇ କ୍ରେଡିଟ୍ କାର୍ଡ ଏହା ଆରମ୍ଭ କରିଛି।

୪ :- ବଦଳିବ ପିଏନ୍‌ବି ସୁଧ ହାର

ଦେଶର ଦ୍ୱିତୀୟ ବୃହତ୍ତମ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଆକାଉଣ୍ଟଧାରୀଙ୍କୁ ଚକିତ କରିଛି। ସଞ୍ଚୟ ଖାତାରେ ସୁଧ ହାର ହ୍ରାସ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ବ୍ୟାଙ୍କ ସଞ୍ଚୟ ଖାତା ସୁଧ ହାରକୁ ବାର୍ଷିକ ୨.୯୦ ରୁ ୨.୮୦ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଡିସେମ୍ବର ପହିଲାଠାରୁ ନୂତନ ସୁଧ ହାର ଲାଗୁ ହେବ।

୫ :- ଦିଆସିଲି ମୂଲ୍ୟ ଦୁଇଗୁଣ ହେବ

ଦୀର୍ଘ ୧୪ ବର୍ଷ ପରେ ଦେଶରେ ଦିଆସିଲି ମୂଲ୍ୟ ବଦଳିବ। ଡିସେମ୍ବର ପହିଲାଠାରୁ ଦିଆସିଲି ମୂଲ୍ୟ ଦ୍ୱିଗୁଣିତ ହେବାକୁ ଯାଉଛି। ତେଣୁ ଆସନ୍ତାମାସରୁ ଆପଣଙ୍କୁ ମ୍ୟା ଏକ ଦିଆସିଲି ବକ୍ସ ପାଇଁ ୧ ଟଙ୍କା ବଦଳରେ ୨ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଶେଷ ଥର ପାଇଁ ୨୦୦୭ରେ ଦିଆସିଲିର ମୂଲ୍ୟ ୫୦ ପଇସାରୁ ୧ଟଙ୍କାକୁ ବୃଦ୍ଧି କରାଯାଇଥିଲା। ମୂଲ୍ୟ ବୃଦ୍ଧି ହେବାର କାରଣ ହେଉଛି ଦିଆସିଲି ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ ମୂଲ୍ୟରେ ବୃଦ୍ଧି।