Forbes - The Sakala

‘ଫୋର୍ବସ୍‌’ରେ ସ୍ଥାନ ପାଇଲେ ମାଲକାନଗିରି ଝିଅ ଜୟନ୍ତୀ
ମାଲକାନଗିରି: ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସ ପକ୍ଷରୁ ଦେଶର ୨୩ଜଣ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଛି। ଏହି ତାଲିକାରେ ବିଶ୍ବ ବ୍ୟାଙ୍କ ଏମ୍‌ଡି ଓ ସିଏଫ୍‌ଓ ଅନଶୂଳା କାନ୍ତ, କ୍ରିକେଟର୍‌ ଦୀପ୍ତି ଶର୍ମା, ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଚେହେରା କ୍ରୀତି ସାନୋନ ଓ ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ଆର୍. ବୈଶାଳୀଙ୍କ ଭଳି ୨୩ଜଣ ଶକ୍ତିଶାଳୀ ମହିଳା ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି। ଜୟନ୍ତୀ ପ୍ରଥମ ଆଦିବାସୀ ଝିଅ ଯିଏ କି  ଏନଡବ୍ଲ୍ୟୁଏମଆଇରୁ ଫେଲୋସିପ୍ ଗ୍ରହଣ କରିଥିଲେ ଏବଂ ପରେ ଜଙ୍ଗଲ ରାଣୀ ଇନିସିଏଟିଭ ଆରମ୍ଭ କରି ଆଦିବାସୀ ଝିଅମାନଙ୍କୁ ଟେକ୍ନୋଲୋଜିର ଶିକ୍ଷା ଦେଉଛନ୍ତି।

ଫଳରେ ଦୁର୍ଗମ ଅଞ୍ଚଳର ପ୍ରତିଟି ଖବର ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ଏହାସହ ପ୍ରାୟ ୬ବର୍ଷ ପୂର୍ବରୁ ବଡ଼ ଦିଦି ନାମକ ଏକ ସଂଗଠନ ଆରମ୍ଭ କରି ଋତୁସ୍ରାବ ବିଷୟରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସେ ସଚେତନ କରୁଛନ୍ତି। ସେ ଗଣମାଧ୍ୟମରେ ଜୋନ୍ ସମ୍ବାଦିକା ଭାବେ ମଧ୍ୟ କାର୍ଯ୍ୟ କରିଥିବା ବେଳେ ମାଲକାନଗିରିର ଦୁର୍ଗମ ଅଞ୍ଚଳ ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳରେ ଋତୁସ୍ରାବ ବିଷୟରେ ମହିଳା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତା ଅଭାବକୁ ଅନୁଭବ କରିଥିଲେ। ସେଥିପାଇଁ ୨୦୧୭ରେ ପ୍ରାୟ ୨୦ଜଣ ଶିକ୍ଷିତ ଯୁବତୀଙ୍କୁ ନେଇ ବଡ଼ଦିଦି ସଂଗଠନ ଆରମ୍ଭ କରିଥିଲେ । ବିଭିନ୍ନ ଗାଁରେ ଘରକୁ ଘର ବୁଲି ପ୍ରଥମେ ଯୁବତୀମାନଙ୍କୁ ଋତୁସ୍ରାବଜନିତ ସମସ୍ୟା ଓ ସାନିଟାରୀ ପ୍ୟାଡ୍ ବ୍ୟବହାର ବିଷୟରେ ସଚେତନତା ଅଭିଯାନ ଆରମ୍ଭ କରିଥିଲେ।

‘ଫୋର୍ବସ ଇଣ୍ଡିଆ’ ର ଶକ୍ତିଶାଳୀ ମହିଳା ତାଲିକାରେ ସୁନ୍ଦରଗଡ଼ର ଆଶା ଦିଦି ମାତିଲ୍‌ଦା କୁଲ୍ଲୁ
ଭୁବନେଶ୍ବର/ସୁନ୍ଦରଗଡ଼: ଛେଳି ଚରାଳି, ଆଶାକର୍ମୀ ହେଲେ ଫୋର୍ବସ ଇଣ୍ଡିଆର ତୃତୀୟ ଶକ୍ତିଶାଳୀ ମହିଳା। ଏହା କୌଣସି ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିଲେ ମଧ୍ୟ ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ସମସ୍ତଙ୍କୁ ହତଚକିତ କରିଛନ୍ତି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବଡଗାଁ ବ୍ଲକ ଅନ୍ତର୍ଗତ ଗଡ଼ଗଡ଼ବାହାଲ ଗ୍ରାମର ୪୫ ବର୍ଷିୟା ଆଦିବାସୀ ମହିଳା ମାତିଲ୍‌ଦା କୁଲୁ। ସ୍ୱଳ୍ପ ଦରମାରେ ଆଶା କର୍ମୀ ଭାବେ କାମ କରୁଥିବା ମାତିଲ୍‌ଦାଙ୍କ କାର୍ଯ୍ୟଶୈଳୀ ତଥା ଦକ୍ଷତା ଆଧାରରେ ତାଙ୍କୁ ଫୋର୍ବସ ଇଣ୍ଡିଆର ତୃତୀୟ ଶକ୍ତିଶାଳୀ ମହିଳା ଭାବେ ଘୋଷଣା କରାଯାଇଛି। ‘ଆଶା କର୍ମୀ ଭାବେ ୧୬ ବର୍ଷର ଯାତ୍ରା ମଧ୍ୟରେ ଯେ ମୁଁ ଏତେ ଦୂରରେ ପହଞ୍ଚିଛି ନିଜେ ଜାଣି ନ ଥିଲି। ଫୋର୍ବସ ଇଣ୍ଡିଆର ତୃତୀୟ ଶକ୍ତିଶାଳୀ ମହିଳା ତାଲିକାରେ ମୁଁ ସ୍ଥାନ ପାଇଥିବା ଜାଣିବା ପରେ ଯାଇ ମୋର ପ୍ରତିବିମ୍ବକୁ ଦେଖିଲି। ଖୁସି ଲାଗୁଛି’। କାମର ସକାରାତ୍ମକ ପ୍ରଭାବ ନେଇ ସନ୍ତୁଷ୍ଟି ଅନୁଭବ କରୁଛି ବୋଲି କହିଛନ୍ତି ମାତିଲ୍‌ଦା। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଟୁଇଟ୍‍ କରି କୁଲ୍ଲୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମଟିଲ୍ଡା କୁଲ୍ଲୁ ହଜାର ହଜାର ଆଶା କର୍ମୀଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଯେଉଁମାନଙ୍କ ତ୍ୟାଗ ଓ ସମ୍ମୁଖ ଯୋଦ୍ଧାର ଭୂମିକା ବହୁ ମୂଲ୍ୟ ଜୀବନ ବଞ୍ଚାଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଫୋବର୍ସ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ଖବରକୁ ମଧ୍ୟ ଶେୟାର କରିଛନ୍ତି। କୁଲ୍ଲୁ ପ୍ରାୟ ଦେଢ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ଆଶା କର୍ମୀ ଦାୟିତ୍ୱ ସୂଚାରୁ ରୂପେ ନିଭାଇ ଆସୁଛନ୍ତି।

Congratulate Matilda Kullu, ASHA worker from Baragaon Tehsil of #Sundargarh District on being named in @ForbesIndia W-Power 2021 list. She represents thousands of dedicated #COVIDWarriors who are at forefront to save precious lives. #OdishaCareshttps://t.co/Lh5g1Uu4Fp

— Naveen Patnaik (@Naveen_Odisha) November 27, 2021

ମାଟ୍ରିକ ଯାଏ ପାଠ ପଢ଼ିଥିବା ମାତିଲ୍‌ଦା ଗତ ୨୦୦୫-୦୬ ବର୍ଷରେ ବଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ନିଜ ଗ୍ରାମର ଆଶାକର୍ମୀ ଭାବେ କାମ ଆରମ୍ଭ କରିଥିଲେ। ଛେଳି ଚଲାଇବାରେ ସ୍ୱାମୀଙ୍କୁ ସାହାଯ୍ୟ କରନ୍ତି ସିନା, କିନ୍ତୁ ସେ କେବ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟରେ ଅବହେଳା କରି ନାହାନ୍ତି। ନିଜ ଗ୍ରାମର ୪୦୪ ଜଣ ଆଦିବାସୀ ପୁରୁଷ, ୩୮୬ ଜଣ ଆଦିବାସୀ ମହିଳା ଏବଂ ୧୪ ଜଣ ହରିଜନ ପୁରୁଷ ଓ ୧୫ ଜଣ ମହିଳାଙ୍କ ସମେତ ୭୩ ଜଣ ପଛୁଆବର୍ଗ ପୁରୁଷ ଓ ୭୨ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାର ଭାର ବହନ କରିଛନ୍ତି। ତାଙ୍କ ଅଞ୍ଚଳରେ ଅନ୍ଧବିଶ୍ୱାସ, କୁସଂସ୍କାର ଭରି ରହିଥିବାରୁ ସେ ଗ୍ରାମବାସୀଙ୍କ ମନରୁ ଅନ୍ଧବିଶ୍ୱାସ ହଟାଇ ଡାକ୍ତରୀ ଚିକିତ୍ସାମୁହାଁ କରାଇବାରେ ସଫଳ ହୋଇଛନ୍ତି। ଟିକା ନେବା ପରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟାରେ ଲୋକେ ଉତ୍ତେଜିତ ହୋଇ ତୁମୁଳକାଣ୍ଡ ଘଟାଇଛନ୍ତି। ମାତ୍ର ଧୈର୍ଯ୍ୟର ସହ ଏହାର ମୁକାବିଲା କରିଛନ୍ତି। ସମସ୍ତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି।

ମାତିଲ୍‌ଦାଙ୍କୁ ଏହି ସଫଳତା ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଏହି ସଫଳତା ସୁନ୍ଦରଗଡ଼ ଜିଲ୍ଲା ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ଗର୍ବ ଓ ଗୌରବର ବିଷୟ। ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ସାମ୍ପ୍ରଦାୟିକ ସଦ୍‌ଭାବ ଓ କୁସଂସ୍କାର ବିରୋଧୀ ଲଢ଼େଇ ଲଢ଼ି ସେ ସଚେତନତାର ବାର୍ତ୍ତା ଦେଇପାରିଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି।